spot_img
Home Blog Page 1819

ରାଜ୍ୟସଭା ସଦସ୍ୟତାରୁ ଇସ୍ତଫା ଦେଲେ ସାଂସଦ ମମତା ମହନ୍ତ

ନନ୍ଦିଘୋଷ ବ୍ୟୁରୋ: ରାଜ୍ୟସଭାରୁ ଇସ୍ତଫା ଦେଲେ ବିଜେଡି ସାଂସଦ ମମତା ମହନ୍ତ। ସେ ତାଙ୍କ ଇସ୍ତଫାପତ୍ର ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନକଡଙ୍କୁ ପ୍ରଦାନ କରିଛନ୍ତି। ମମତାଙ୍କ ଇସ୍ତଫାପତ୍ରକୁ ରାଜ୍ୟସଭା ଅଧ୍ୟକ୍ଷ ଗ୍ରହଣ କରିଥିବା ଗୃହରେ ଘୋଷଣା କରିଛନ୍ତି। ଏଥିସହ ସେ ବିଜୁ ଜନତା ଦଳରୁ ମଧ୍ୟ ଇସ୍ତଫା ଦେଇଛନ୍ତି। ମମତା ମହନ୍ତ ୨୦୨୦ରେ ବିଜେଡିରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ତାଙ୍କ କାର୍ଯ୍ୟକାଳ ଆସନ୍ତା ୨୦୨୬ ଏପ୍ରିଲରେ ଶେଷ ହେଉଥିଲା।

ମା’ ବିରଜାଙ୍କ ପ୍ରକଳ୍ପକୁ ସମର୍ଥନ କରି ଜିଲ୍ଲାପାଳଙ୍କୁ ଦାବିପତ୍ର 

ନନ୍ଦିଘୋଷ ବ୍ୟୁରୋ: ମା’ ବିରଜାଙ୍କ ପ୍ରକଳ୍ପକୁ ସମର୍ଥନ କରି ଜିଲ୍ଲାପାଳଙ୍କୁ ଦାବିପତ୍ର । ଯାଜପୁରରେ ମା’ ବିରଜାଙ୍କ ମନ୍ଦିରର ସୌନ୍ଦର୍ଯ୍ୟକରଣ ଓ ପ୍ରକଳ୍ପ କାମ ଚାଲୁରହିଛି । ହେଲେ କେତେକ କୁଚକ୍ରାନ୍ତକାରୀ ଲୋକେ ଏହାକୁ ବିରୋଧ କରି ପ୍ରକଳ୍ପକୁ ବନ୍ଦ କରିବାକୁ ଚାହୁଁଛନ୍ତି । ଏହାସହ ବ୍ୟବସାୟୀଙ୍କ ସୁବିଧା ପାଇଁ ସ୍ଥାନାନ୍ତରିତ ହୋଇଥିବା ହାଟକୁ ମଧ୍ୟ ବିରୋଧ କରୁଥିବା ଅଭିଯୋଗ ହୋଇଛି । ଯାହାର ବିରୋଧ କରି ଆଜି ଶତାଧିକ ଲୋକେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ମା’ ବିରଜାଙ୍କ ମନ୍ଦିର ନିକଟରୁ ବାଇକରାଲି ବାହାରି ଯାଜପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଦାବିପତ୍ର ପ୍ରଦାନ କରିଛନ୍ତି । ବିକ୍ଷୋଭକାରୀଙ୍କ ଦାବି ଅନୁସାରେ ମା’ଙ୍କ ପ୍ରକଳ୍ପ କାମ ତ୍ବରାନ୍ବିତ ହେଉ ଓ ବ୍ୟବସାୟୀଙ୍କ ସୁବିଧା ପାଇଁ ସ୍ଥାନାନ୍ତରିତ ହୋଇଥିବା ହାଟ ସେହିଠାରେ ହିଁ ରହୁ । ଯଦି ଏଥିରେ କିଛି ବ୍ୟତିକ୍ରମ ଦେଖାଦିଏ ତେବେ ବିକ୍ଷୋଭକୁ ଆହୁରି ଜୋରଦାର କରିବାକୁ ଚେତାବନୀ ଦେଇଛନ୍ତି ଆନ୍ଦୋଳନକାରୀ ।

 

ୱାୟନାଡ଼ ଭୂସ୍ଖଳନରେ ଝାରସୁଗୁଡ଼ା ବେହେରାମାଲର ସ୍ବୀକୃତି ମହାପାତ୍ର ଆହତ

ନନ୍ଦିଘୋଷ ବ୍ୟୁରୋ: ୱାୟନାଡ଼ ଭୂସ୍ଖଳନରେ ଝାରସୁଗୁଡ଼ା ବେହେରାମାଲର ସ୍ବୀକୃତି ମହାପାତ୍ର ଆହତ ହୋଇଛନ୍ତି। ତାଙ୍କର ଚିକିତ୍ସା ପାଇଁ ଓ ଘରକୁ ଫେରାଇ ଆଣିବାକୁ ସବୁ ପ୍ରକାର ବ୍ୟବସ୍ଥା କରାଯାଇଥିବା କହିଛନ୍ତି ଜିଲ୍ଲାପାଳ । ଏବେ ସେ କେରଳର ଡବ୍ଲୁଆଇଏମ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି l ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ଆସୁଛି l ସ୍ୱୀକୃତିଙ୍କ ଦୁଇ ବଡ଼ ଭଉଣୀ ସ୍ମୃତି  ମହାପାତ୍ର, ଶିଖା ମହାପାତ୍ର ଏବଂ ଜଣେ ସମ୍ପର୍କୀୟ ୱାୟଏନଆଡ଼ରେ ଆଜି ପହଞ୍ଚିବେ ବୋଲି କହିଛନ୍ତି ବାପା ସିଦ୍ଧାର୍ଥ ଏମ ମହାପାତ୍ର କହିଛନ୍ତି l ସ୍ୱୀକୃତି ଭୁବନେଶ୍ୱରର ଏକ ମେଡିକାଲ କଲେଜରେ ପିଜି ଶେଷ ବର୍ଷର ଛାତ୍ରୀ l ସେ ଗତ ୨୬ ତରିଖରେ କନଫରେନ୍ସ ପାଇଁ ବେଙ୍ଗାଲୁରୁ ଯାଇଥିଲେ ଏବଂ 29 ତାରିଖରେ ନିଜ 3 ଜଣ ସାଙ୍ଗଙ୍କ ସହ କେରଳ ୱାୟନାଡ଼ ଯାଇଥିଲେ l

 

ପୂଜା ଖେଡ଼କର ବରଖାସ୍ତ,UPSC କଲା ବ୍ଲାକଲିଷ୍ଟ୍

ନନ୍ଦିଘୋଷ ବ୍ୟୁରୋ: ବିବାଦରେ ରହିଥିବା ମହରାଷ୍ଟ୍ର କ୍ୟାଡରର ଟ୍ରେନି ଆଇପିଏସ ପୂଜା ଖେଡକରଙ୍କୁ ସଂଘ ଲୋକସେବା ଆୟୋଗ ରଦ୍ଦ କରିଛି । ଏହାସହା UPSC ତାଙ୍କୁ ବ୍ଲାକଲିଷ୍ଟ କରିଛି  । ତେବେ ସେ କେବେ ମଧ୍ୟ ୟୁପିଏସି ପରୀକ୍ଷାରେ ମଧ୍ୟ ସାମିଲ ହୋଇପାରିବେ ନାହିଁ । ନିୟମ ଉଲଙ୍ଘନ କରିଥିବାରୁ ତାଙ୍କୁ UPSC ଦୋଷୀ ସାବ୍ୟସ୍ତ କରିବା ସହ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।

ଖେଡକରଙ୍କୁ ନୋଟିସ ଜାରି କରାଯାଇଥିଲା

ନକଲି ପରିଚୟ ଦେଖାଇ ପରୀକ୍ଷା ନିୟମରେ ଧାର୍ଯ୍ୟ ବୟସ ସୀମା ଅତିକ୍ରମ କରିବାକୁ ଚେଷ୍ଟା କରିଥିବାରୁ ଜୁଲାଇ 18, 2024 ରେ ଖେଡକରଙ୍କୁ ଏକ କାରଣ ଦର୍ଶାଅ ନୋଟିସ (SCN) ପ୍ରଦାନ କରାଯାଇଥିଲା। ତାଙ୍କୁ ୨୫ ଜୁଲାଇ ୨୦୨୪ ସୁଦ୍ଧା SCN କୁ ଉତ୍ତର ଦେବାକୁ ପଡିଲା | ଅବଶ୍ୟ, ସେ ଅଗଷ୍ଟ ୪, ୨୦୨୪ ପର୍ଯ୍ୟନ୍ତ ସମୟ ମାଗିଥିଲେ ଯାହା ଦ୍ବାରା ସେ ତାଙ୍କ ଉତ୍ତର ପାଇଁ ଆବଶ୍ୟକ ଡକ୍ୟୁମେଣ୍ଟ୍ ସଂଗ୍ରହ କରିପାରିବେ। ମାତ୍ର ଏହାପୂର୍ବରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

 

ନବୀନଙ୍କୁ କେନ୍ଦ୍ରମନ୍ତ୍ରୀ ଅମିତ ଶାହଙ୍କ ପ୍ରଶଂସା

ନନ୍ଦିଘୋଷ ବ୍ୟୁରୋ: ପୁଣି ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ପ୍ରଶଂସାରେ ଶତମୁଖ କେନ୍ଦ୍ର ସରକାର । ରାଜ୍ଯସଭାରେ ନବୀନଙ୍କୁ ପ୍ରଶଂସା କଲେ କେନ୍ଦ୍ରମନ୍ତ୍ରୀ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ବିପର୍ଯ୍ଯୟ ମୁକାବିଲାରେ ନବୀନଙ୍କ ନୀତିକୁ ପ୍ରଶଂସା କରିଛନ୍ତି ଶାହ । ରାଜ୍ଯସଭାରେ ୱାୟନାଡ଼ ଭୂସ୍ଖଳନ ପ୍ରସଙ୍ଗରେ ବିବୃତ୍ତି ରଖିବା ସମୟରେ ନବୀନଙ୍କୁ ପ୍ରଶଂସା କରିଛନ୍ତି ଗୃହମନ୍ତ୍ରୀ । ଅମିତ ଶାହ କହିଛନ୍ତି, ବିପର୍ଯ୍ଯୟର ୭ ଦିନ ପୂର୍ବରୁ ଓଡ଼ିଶାକୁ ଦିଆଯାଇଥିଲା ସୂଚନା । ହେଲେ ନବୀନ ସରକାରଙ୍କ ଆଗୁଆ ପଦକ୍ଷେପ ଯୋଗୁ ବଡ଼ ସଫଳତା ମିଳିଥିଲା । ବିପର୍ଯ୍ଯୟରେ ବିଶେଷ କ୍ଷୟକ୍ଷତି ହୋଇନଥିଲା ।

ନବୀନଙ୍କ ଜିରୋ କାଜୁଆଲଟି ନୀତି ହିଁ ବିପର୍ଯ୍ଯୟ ମୁକାବିଲାରେ ବଡ଼ ସଫଳତା ଆଣିଥିଲା । ପୂର୍ବରୁ ମଧ୍ଯ ନବୀନଙ୍କ ବିପର୍ଯ୍ଯୟ ପରିଚାଳନା ନୀତିକୁ କେନ୍ଦ୍ର ପ୍ରଶଂସା କରିଛି । ଏପରିକି ଅନ୍ତରାଷ୍ଟ୍ରୀୟ ସ୍ତରରେ ବି ଓଡ଼ିଶାର ମାଷ୍ଟ୍ରପ୍ଲାନକୁ ପ୍ରଶଂସା କରାଯାଇଛି । ୨୦୦୦ ମସିହାରେ ନବୀନ ପଟ୍ଟନାୟକ ଓଡ଼ିଶାର ଶାସନ ଭାର ଗ୍ରହଣ କରିବା ପରେ ୧୯୯୯ ମହାବାତ୍ଯାର ବୀଭିଷିକାକୁ ଦୃଷ୍ଟିରେ ରଖି ରାଜ୍ଯରେ ବିପର୍ଯ୍ୟୟ ମୁକାବିଲା ପାଇଁ ସ୍ଥାୟୀ ଭିତ୍ତିଭୂମି ସୃଷ୍ଟି କରିବାକୁ ଅଣ୍ଟା ଭିଡ଼ିଥିଲେ । ୨୦୦୫ ମସିହାରେ ଗଠନ କରିଥିଲେ ଓସଡମା ।

ଧୀରେଧୀରେ ଉପକୂଳ ଅଞ୍ଚଳରେ ସୃଷ୍ଟି କରାଯାଇଥିଲା ବାତ୍ଯା ଓ ବନ୍ଯା ଆଶ୍ରୟସ୍ଥଳ । ଜିରୋ କାଜୁଆଲଟି ନୀତି ଆପଣାଇ ନବୀନ ସାରା ବିଶ୍ବକୁ ବିପର୍ଯ୍ୟୟ ମୁକାବିଲାର ନୂଆ କୌଶଳ ଶିଖାଇଥିଲେ । ୨୦୧୩ରେ ଫାଇଲିନକୁ ସଫଳତାର ସହ ମୁକାବିଲା କରିଥିଲେ ବିଜେଡି ସରକାର । ପ୍ରାୟ ୧୦ ଲକ୍ଷ ଲୋକଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇଥିଲା । ଏହାପରେ ହୁଡୁହୁଡୁ, ତିତଲି, ଅମ୍ଫାନ ଓ ଫନି ଭଳି ମହାବାତ୍ଯାର ସଫଳ ମୁକାବିଲା କରିଥିଲେ ନବୀନ ସରକାର । ଫାଇଲିନ ମୁକାବିଲା ପାଇଁ ବିଶ୍ବବ୍ଯାଙ୍କ ଓ ଜାତି ସଂଘ ନବୀନ ସରକାରଙ୍କୁ ପ୍ରଶଂସା କରିଥିଲେ । ଜାତିସଂଘ ଓଡ଼ିଶାର ବିପର୍ଯ୍ଯୟ ମୁକାବିଲା ରଣନୀତିକୁ ବିଶ୍ବର ଅନ୍ଯ ରାଷ୍ଟ୍ରମାନଙ୍କ ପାଇଁ ଅନୁକରଣୀୟ ବୋଲି କହିଥିଲା । ନବୀନଙ୍କ ଏହି ବିପର୍ଯ୍ୟୟ ମୁକାବିଲା ରଣନୀତିକୁ ଦେଶର ଅନ୍ଯ ରାଜ୍ଯମାନେ ମଧ୍ଯ ଆପଣାଇଛନ୍ତି ।

ବିପଦ ସଙ୍କୁଳ ଅବସ୍ଥାରେ ଦୟା ନଦୀବନ୍ଧ

ନନ୍ଦିଘୋଷ ବ୍ୟୁରୋ: ବିପଦ ସଙ୍କୁଳ ଅବସ୍ଥାରେ ଦୟା ନଦୀବନ୍ଧ। ଆତଙ୍କିତ ଅବସ୍ଥାରେ ନୂଆହାଟ ଗ୍ରାମବାସୀ। ଡେଲାଙ୍ଗ ବ୍ଲକ କଲ୍ୟାଣୀପୁର ପଂଚାୟତରେ ଦୟା ନଦୀ ବନ୍ଧ ଦବିଯିବାରୁ ଆତଙ୍କିତ ଅବସ୍ଥାରେ ଏବେ ନୂଆହାଟ ଗ୍ରାମବାସୀ।ପୂର୍ବରୁ ଦେଢ଼ଶହ ପୁଟ ନଦୀ ଅତଡ଼ା ନଦୀ ଭିତରକୁ ଧସେଇ ଯିବା ଫଳରେ ସୃଷ୍ଟି ହୋଇଥିଲା ସମସ୍ୟା I ଏବେ ନଦୀରେ ବନ୍ୟା ଜଳ ଆସିବା ଫଳରେ ପୁଣିଥରେ ନଦୀବନ୍ଦ ଦବିବା ଦେଖିବାକୁ ମିଳିଛି।ଜଳସେଚନ ବିଭାଗ ପକ୍ଷରୁ ଅସ୍ଥାୟୀ ଭାବେ ବଲ୍ହା ଓ ବାଲିବସ୍ତା ସାହାଯ୍ୟରେ ମରାମତି କାର୍ଯ୍ୟ ଚାଲୁଥିଲେ ହେଁ ନିମ୍ନମାନର କାର୍ଯ୍ୟ ଦେଖି ସ୍ଥାନୀୟ ଅଞ୍ଚଳବାସୀ ଆତଙ୍କିତ। ନଦୀରେ ଘାଇ ସୃଷ୍ଟି ହେଲେ ଡେଲାଙ୍ଗ କଣାସ ଓ ସତ୍ୟବାଦୀ ବ୍ଲକର ଅନେକ ଅଞ୍ଚଳ ସମ୍ପୂର୍ଣ ରୂପେ କ୍ଷତିଗ୍ରସ୍ତ ହେବାର ଆଶଙ୍କା ଦେଖାଯାଉଛି ।

କେରଳ ଭୂସ୍ଖଳନରେ ଓଡ଼ିଆ ଡାକ୍ତର ବିଷ୍ଣୁପ୍ରସାଦ ଚିନାରାଙ୍କ ମୃତ୍ୟୁକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ

ନନ୍ଦିଘୋଷ ବ୍ୟୁରୋ: କେରଳ ଭୂସ୍ଖଳନରେ ଦୁଇ ଓଡ଼ିଆ ନିଖୋଜଙ୍କ ମଧ୍ଯରୁ ଡାକ୍ତର ବିଷ୍ଣୁପ୍ରସାଦ ଚିନାରାଙ୍କ ମୃତଦେହ ଉଦ୍ଧାର ପ୍ରସଙ୍ଗରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ଯମନ୍ତ୍ରୀ ମୋହନ ଚରଣ ମାଝୀ । ସ୍ବର୍ଗତ ଚିନାରାଙ୍କ ପରିବାର ବର୍ଗଙ୍କୁ ସେ ସମବେଦନା ଜଣାଇଛନ୍ତି । ମୃତକ ଓ ନିଖୋଜଙ୍କ ପରିବାରବର୍ଗଙ୍କୁ ସେଠାରେ ସହାୟତା କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ଭାବେ ଜଣେ ବରିଷ୍ଠ ପ୍ରଶାସନିକ ଅଧିକାରୀ ଓ ଜଣେ ଡାକ୍ତରଙ୍କୁ କେରଳ ପଠାଯାଇଛି । ସେମାନେ କେରଳ ସରକାରଙ୍କ ସହ ସମନ୍ୱୟ ରକ୍ଷା କରି ଉଦ୍ଧାର ଏବଂ ଅନ୍ଯାନ୍ଯ ଆନୁଷଙ୍ଗିକ କାର୍ଯ୍ଯ ତ୍ବରାନ୍ବିତ କରିବେ। ଏଥିସହିତ କେରଳ ସରକାରଙ୍କ ସହ ଯୋଗାଯୋଗରେ ରହିବା ପାଇଁ ମୁଖ୍ୟମନ୍ତ୍ରୀ ଏସଆରସିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଭାଇରାଲ ହେଉଥିବା କୋହଲିଙ୍କ ୭ ସେକେଣ୍ଡର ଭିଡିଓକୁ ନେଇ ଶ୍ରୀଲଙ୍କାରେ କରାଯାଉଛି ଟ୍ରୋଲ

ନନ୍ଦିଘୋଷ ବ୍ୟୁରୋ: ଶ୍ରୀଲଙ୍କା ଗସ୍ତରେ ଅଛି ଟିମ ଇଣ୍ଡିଆ । ଟି-୨୦ ସିରିଜ ଜିତିବା ପରେ ଦିନିକିଆ ସିରିଜ କବଜା କରିବା ଲକ୍ଷ୍ୟରେ ରହିଛି ଭାରତ । ତେବେ ଦିନିକିଆ ମ୍ୟାଚ ପୂର୍ବରୁ କୋଲହିଲଙ୍କ ଏକ ୭ ସେକେଣ୍ଡର ଭିଡିଓ ଭାଇରାଲ ହେବାରେ ଲାଗିଛି । ଯାହାକୁ ନେଇ ଶ୍ରୀଲଙ୍କାରେ ୟୁଜର୍ସମାନେ ଟ୍ରୋଲ କରୁଛନ୍ତି । ତେବେ ଏହି ଭିଡିଓରେ ଦେଖିବାକୁ ମିଳିଛି କି, କୋହଲି ଡ୍ରେସିଂ ରୁମରେ ଅଭ୍ୟାସ କରୁଛନ୍ତି ଏବଂ ଜଣେ ପ୍ରଶଂସକ ବାହାରୁ ତାଙ୍କୁ ଚୋକଲି ବୋଲି କହୁଛି । ଏହି ଭିଡିଓଟି ସୋସିଆଲ ମିଡିଆରେ ଅପଲୋଡ ହୋଇଥିବାବେଳେ ଏହା ନିଆଁ ବେଗରେ ଭାଇରାଲ ହେବାରେ ଲାଗିଛି । ତେବେ ମାନିସିକଭାବେ ତାଙ୍କୁ ହଇରାଣ କରାଯାଉଥିବା ଭାରତୀୟ ପ୍ରଶଂସକମାନେ ଯୁକ୍ତି ବାଢ଼ିଛନ୍ତି ।

କହି ରଖୁଛୁ କି, ଶ୍ରୀଲଙ୍କାରେ ବିରାଟଙ୍କ ପ୍ରଦର୍ଶନ ଭଲ ରହିଛି । ୨୬ ଇନିଂସରେ ୧୦୨୮ ରନ ସଂଗ୍ରହ କରିଛନ୍ତି । ଏହାସହ ଶ୍ରୀଲଙ୍କା ବିପକ୍ଷରେ କୋହଲି ୧୦ଟି ଶତକ ହାସଲ କରିଛନ୍ତି । ମାତ୍ର ତାଙ୍କୁ ଏଭଳି ଟ୍ରୋଲ କରିବା ପଛର ଉଦ୍ଦେଶ୍ୟ କଣ ବୋଲି ମଧ୍ୟ ପ୍ରଶ୍ନ ଉଠାଯାଇଛି । ସେପଟେ ବିରାଟ ଶ୍ରୀଲଙ୍କାରେ ଦମଦାର ପ୍ରଦର୍ଶନ କରିବା ସହ ଟ୍ରୋଲରଙ୍କ ମୁହଁ ବନ୍ଦ କରିବେ ବୋଲି ଆଶା ରଖାଯାଇଛି ।

ପ୍ରବଳ ବର୍ଷା ନେଇ ୪ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି

ନନ୍ଦିଘୋଷ ବ୍ୟୁରୋ: ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୪ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ୭୦ ରୁ ୨୦୦ ମିଲିମିଟର ପର୍ଯ୍ୟନ୍ତ ବର୍ଷିବ । ଆସନ୍ତା ୩ ଘଣ୍ଟା ପାଇଁ ଅରେଞ୍ଜ ଆଲର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର। ସମ୍ବଲପୁର, ସୁନ୍ଦରଗଡ, ବରଗଡ଼ ଏବଂ ମାଲକାନଗିରି ଜିଲ୍ଲା ପାଇଁ ଏହି ଆଲର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର। ଅନ୍ଯପଟେ ପଶ୍ଚିମ ଓଡିଶା ତଥା ଏହାର ସଂଲଗ୍ନ ଜିଲ୍ଲାମାନଙ୍କରେ ମଧ୍ୟମ ଧରଣର ବର୍ଷା ଜାରି ରହିଥିବା ବେଳେ, ଓଡିଶା ଉପକୂଳ ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ଏକ ବାଦଲଖଣ୍ଡ ଦୃଶ୍ୟମାନ ହେଉଛି ଯାହା ପରବର୍ତ୍ତୀ ସମୟରେ ଉତ୍ତର ଓଡିଶାର କିଛି ଅଞ୍ଚଳରେ ମଧ୍ୟମ ଧରଣର ବର୍ଷା କରାଇପାରେ । ତେବେ ସୁନ୍ଦରଗଡ଼, ନୟାଗଡ଼, ବାଲେଶ୍ଵର, ନୂଆପଡା ଏବଂ କନ୍ଧମାଳ ଜିଲ୍ଲାର ଗୋଟେ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ବୋଲି କହିଛି ପାଣିପାଗ କେନ୍ଦ୍ର । ସେପଟେ ଆସନ୍ତା ୩ ଦିନ ଯାଏଁ ଆଭ୍ୟନ୍ତର ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବିଶେଷ କରି ସୁନ୍ଦରଗଡ଼, ଝାରସୁଗୁଡ଼ା, ମୟୂରଭଞ୍ଜ, ବରଗଡ଼, ସମ୍ୱଲପୁର, ଦେବଗଡ଼, କେଉଁଝର, ଅନୁଗୁଳ, ଢ଼େଙ୍କାନାଳ, ସୋନପୁର, ବୌଦ୍ଧ, ବଲାଙ୍ଗୀର , ନୂଆପଡ଼ା ଜିଲ୍ଲା ର କିଛି ଅଞ୍ଚଳ ରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ରହିଛି। ସେହିପରି ବାଲେଶ୍ଵର, ଭଦ୍ରକ, କେନ୍ଦ୍ରାପଡା, ଯାଜପୁର, କଟକ, ଜଗତସିଂହପୁର, କନ୍ଧମାଳ, କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର, ମାଲକାନଗିରି ପୁରୀ, ଖୋର୍ଦ୍ଧା, ନୟାଗଡ଼ ଜିଲ୍ଲାରେ ଅଳ୍ପରୁ ମଧ୍ୟମ ଓ ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ସେପଟେ ଝାଡ଼ଖଣ୍ଡ ଓ ଏହାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ କ୍ଷେତ୍ର ରହିଛି । ମୌସୁମୀ ଟ୍ରପ ଏବେ ସ୍ଵାଭାବିକ ସ୍ଥିତିରେ ରହିଛି । ଆସନ୍ତା ୪-୫ ଦିନ ମଧ୍ୟରେ ଏହା କ୍ରମଶଃ ଉତ୍ତର ଆଡ଼କୁ ଅଗ୍ରସର ହେବ ବୋଲି କୁହାଯାଇଛି ।

ସରକାରକୁ ବିଜେଡି ବିଧାୟକ ଅରୁଣ ସାହୁଙ୍କ ପରାମର୍ଶ

ନନ୍ଦିଘୋଷ ବ୍ୟୁରୋ: ଲେଖାଅନୁଦାନ ବ୍ୟୟ ମଞ୍ଜୁରୀ ବିଲ ବିତର୍କରେ ବିଜେଡି ବିଧାୟକ ଅରୁଣ ସାହୁ ପୂର୍ବ ସରକାରଙ୍କ ସଫଳତା ଓ ଓଡିଶା ବିକାଶ ଧାରାକୁ କିଭଳି ଆଗେଇ ନେବେ, ନୂଆ ସରକାରକୁ ସେ ପରାମର୍ଶ ଦେଇଥିଲେ।2୦୦୦ ସାଲରେ  ନବୀନ ଶାସନ ଭାର ନେବା ପରେ ରାଜ୍ୟର ବଜେଟ ୧୧ ହଜାର କୋଟି ଥିବାବେଳେ ଋଣ ଥିଲା 18ହଜାର କୋଟି ।ହେଲେ ଏଥର ବଜେଟରେ ମାତ୍ର ୧୦ ହଜାର କୋଟି ବୃଦ୍ଧି କରାଯାଇଛି।ନୂଆ ସରକାର ଅଧିକ ଋଣ କରିବେ।

୨୦୦୦ ମସିହାରେ ଓଡିଶା ହାତ ପତାଉଥିଲା ଏବେ ଓଡିଶା ହାତ ବଢ଼ାଉଛି।ପ୍ରାକୃତିକ ବିପର୍ଯ୍ୟୟରେ ଓଡିଶା ଦେଶରେ ରୋଲ ମଡେଲ ସାଜିଛି।ଓଡିଶା ପାଇଁ ନବୀନ ଯାହା କରିଛନ୍ତି ତାହା ଇତିହାସ।ବଡ଼ ଭାଇ ଭାବରେ ବିଜୁ ଜନତା ଦଳ ଯେଉଁ ବିକାଶ କରିଛି ତାକୁ ସାନ ଭାଇ ଭାବେ ନୂଆ ସରକାର ତାର ଦାୟିତ୍ତ୍ୱ  ନିଅନ୍ତୁ। ବିଜେଡି ବିଜେପି ଠାରୁ ଅଧିକ ଭୋଟ ପ୍ରତିଶତ ପାଇଛି।ତେଣୁ ଲୋକଙ୍କ ପାଇଁ ଶାସକ ବିରୋଧୀ ଉଭୟ କାମ କରିବା ଦରକାର।