spot_img
Home Blog Page 1798

ମୁଖ୍ୟମନ୍ତ୍ରୀଙ୍କ ଦମ୍ଭୋକ୍ତି, ଓଡିଶାରେ ସରକାର ଗଠନ କରିପାରିବନି ବିଜେପି

ଭୁବନେଶ୍ବର: ଓଡିଶାରେ ସରକାର ଗଠନ କରିପାରିବନି ବିଜେପି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସମ୍ଭୋକ୍ତି ପ୍ରକାଶ କରିଛନ୍ତି । ବିଜେପି କର୍ଣ୍ଣାଟକ, ତେଲେଙ୍ଗାନା ଓ ହିମାଚଳ ପ୍ରଦେଶରେ ମଧ୍ୟ ସରକାର ଗଠନ କରିବେ ବୋଲି ଦାବି କରିଥିଲେ । କିନ୍ତୁ ଏହି ତିନି ରାଜ୍ୟରେ ବିଜେପି ଫେଲ ମାରିଥିଲା ।

ଓଡିଶାରେ ମଧ୍ୟ ବିଜେପି ଫେଲ ମାରିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ସେହିଭଳି ବିଜେପିର ବରିଷ୍ଠ କ୍ୟାବିନେଟ ମନ୍ତ୍ରୀ ଓ ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଓଡିଶା ଆସି ଅଶାଳୀନ ଭାଷା ବ୍ୟବହାର କରିବାକୁ ନାପସନ୍ଦ କରିଛନ୍ତି ମୁଖ୍ୟମନ୍ତ୍ରୀ । ସେମାନେ ଓଡିଶା ଅତିଥି ଭଳି ଆସି ମିଛ ଅଭିଯୋଗ ମଧ୍ୟ କରୁଛନ୍ତି । ଏଥିରୁ ବିଜେପିର କେନ୍ଦ୍ର ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀମାନେ ଏଥିରୁ କ୍ଷାନ୍ତ ରହିବାକୁ ସେ ପରାମର୍ଶ ଦେଇଛନ୍ତି । ମିଛ ଅଭିଯୋଗ ଓ ଅଶାଳୀନ ଭାଷା ବ୍ୟବହାରକୁ ଓଡିଶାବାସୀ ଗ୍ରହଣ କରିବେ ନାହିଁ । ମହାପ୍ରଭୁ ଶ୍ରୀଜଗନ୍ନାଥ ସେମାନଙ୍କୁ ସଦବୁଦ୍ଧି ଦିଅନ୍ତୁ ବୋଲି ସେ କହିଛନ୍ତି ।

ବାଲିଗୁଡାରେ ଟଳିଲା ବଡ ବିପଦ, ଅଳ୍ପକେ ବର୍ତ୍ତିଲେ ଯବାନ

0

ଫୁଲବାଣୀ: କନ୍ଧମାଳ ଜିଲ୍ଲା ବାଲିଗୁଡାରେ ବଡ ଧରଣର ବିପଦ ଟଳିଲା ଅଳ୍ପକେ ବର୍ତ୍ତିଲେ ଯବାନ । କୋଟଗଡ଼ ଥାନା ଡ଼େଙ୍ଗାଗୁଡ଼ା ଗାଁ ନିକଟସ୍ଥ ଲାସେରୀ ସଂରକ୍ଷିତ ଜଙ୍ଗଲରୁ ୨ଟି ଟିଫିନ୍ ବୋମା ସହିତ ବହୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ । ସିଆରପିଏଫ୍ ଓ ଏସଓଜି ଜବାନଙ୍କ ପକ୍ଷରୁ କମ୍ବିଂ ଅପରେସନ ଜାରି ଥିବା ବେଳେ ବୋମା ଠାବ ହୋଇଛି ।

ଯବାନଙ୍କୁ ଟାର୍ଗେଟ କରି ଘଞ୍ଚ ଜଙ୍ଗଲରେ ଲ୍ୟାଣ୍ଡ ମାଇନ୍ସ ଖଞ୍ଜିଥିଲେ ମାଓବାଦୀ । ତେବେ କୋଟଗଡ଼ ଥାନାର ବିଭିନ୍ନ ଅଞ୍ଚଳରେ ମାଓ ଗତିବିଧି ସକ୍ରିୟ ଥିବାବେଳେ ଗୁଇନ୍ଦା ରିପୋର୍ଟ ଆଧାରରେ ଏସ୍ଓଜି, ସିଆରପିଏଫ୍ ଓ ଡିଭିଏଫ୍ ଯବାନ୍ କୋଟଗଡ଼ ଥାନା ଅଞ୍ଚଳରେ କମ୍ବିଂ ଅପରେସନ୍ ଜାରି ରଖିଛନ୍ତି । ଏହାକୁ ନେଇ ପୂର୍ବ ଯୋଜନା ମୁତାବକ ଯବାନଙ୍କୁ ଟାର୍ଗେଟ କରି ଲ୍ୟାଣ୍ଡ ମାଇନ୍ସ ବିଛାଇଥିଲା ଲାଲବାହିନୀ ।

ଅପରେସନ୍ ବେଳେ ଜଙ୍ଗଲରେ କିଛି ବିସ୍ପୋରକ ଥିବା ସନ୍ଦେହ କରିଥିଲେ ଯବାନ । ଯବାନଙ୍କୁ ଟାର୍ଗେଟ କରି ଜଙ୍ଗଲରେ ମାଓବାଦୀ ବଡ଼ ଧରଣର ଆକ୍ରମଣ ପାଇଁ ଯୋଜନା ପ୍ରସ୍ତୁତ କରୁଥିବା ଅନୁମାନ କରାଯାଉଛି ।

୫୦ କୋଟି ଠକେଇ ଘଟଣାରେ ମୋହନ ପରିଡାଙ୍କୁ ଗିରଫ କରିଛି EOW

ଭୁବନେଶ୍ବର: ୫୦ କୋଟି ଠକେଇ ଘଟଣାରେ ଭୁବନେଶ୍ୱର ମୋହନ କୁମାର ପରିଡାଙ୍କୁ ଗିରଫ କରିଛି EOW । ମୋହନ ୱେ ଟୁ ଆଡ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ କମ୍ପାନୀର ମାଲିକ । ଏହି କମ୍ପାନୀ ୨୦୨୦ ରୁ ୨୦୨୩ ମଧ୍ୟରେ ୨ ଟି ସ୍କିମ୍ ମାଧ୍ୟମରେ ମାସକୁ ୨୬ ପ୍ରତିଶତ ଟଙ୍କା ଦେବାକୁ କହି ଲୋକଙ୍କ ଠାରୁ ଟଙ୍କା ନେଇଥିଲା ।

ଜମାକାରୀ ୩ ମାସରେ ଜମା ଟଙ୍କାର ଦୁଇଗୁଣା ଟଙ୍କା ପାଇବା ନେଇ ପ୍ରତିଶ୍ରୁତି ଦେଇଥିଲା । ଏପରିକି ପ୍ରଥମେ ପ୍ରଥମେ କିଛି ଜମାକାରୀ କମ୍ପାନୀ ଠାରୁ ଟଙ୍କା ପାଇବା ପରେ ଲୋଭନୀୟ ହୋଇ ଅଧିକରୁ ଅଧିକ ଟଙ୍କା ଲଗାଣ କରିଥିଲେ । ଏହିପରି ଭାବେ ଓଡ଼ିଶାରୁ ପାଖାପାଖି ୫୦ କୋଟି ଟଙ୍କା ଠକେଇ କରି ଫେରାର ହୋଇଯାଇଥିଲା ସଂସ୍ଥା ।

ଏ ନେଇ କ୍ରାଇମବ୍ରାଞ୍ଚର EOW ରେ ଏକ ମାମଲା ରୁଜୁ ହୋଇଥିଲା । ତଦନ୍ତ କରି ସମସ୍ତ ପ୍ରମାଣ ଆଧାରରେ ମୋହନ ପରିଡାଙ୍କୁ ଗିରଫ କରାଯାଇଛି ।

ଖୋର୍ଦ୍ଧା ବୁଥର ଭିଡିଓ ଭାଇରାଲ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଲେ CEO

ଖୋର୍ଦ୍ଧା: ୨୫ ତାରିଖ ନିର୍ବାଚନ ବେଳେ ଖୋର୍ଦ୍ଧାର ବେଗୁନିଆ ନିର୍ବାଚନ ମଣ୍ଡଳୀ ୧୧୪ ନମ୍ବର ବୁଥର ଏକ ଭିଡିଓ ଭାଇରାଲ ହେବା ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ଯ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ।

ଏହି ଭିଡିଓଟି କେମିତି ବାହାରକୁ ଆସିଲା, ତାର ତଦନ୍ତ କରି ରିପୋର୍ଟ ଦେବା ପାଇଁ ଖୋର୍ଦ୍ଧା DEO ଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଭୋଟିଂର ୱେବ କାଷ୍ଟିଂ ହେଉଥିଲା। ତେଣୁ କଣ୍ଟ୍ରୋଲ ରୁମ୍ ଦାୟିତ୍ଵରେ ଥିବା DEOଙ୍କୁ ତଦନ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସିିିଇଓଙ୍କ ନିର୍ଦ୍ଦେଶନାମା ଅନୁସାରେ ୧୧୪ ନମ୍ବର ବୁଥର ଭିଡିଓ ସୋସିଆଲ ମିଡିଆ ଓ କେତେକ ଗଣମାଧ୍ଯମରେ ପ୍ରସାରିତ ହୋଇଥିଲା। ଏହି ଭିଡିଓ କେମିତି ବାହାରକୁ ଆସିଲା, କିଏ ଭାଇରାଲ କରାଇଥିଲା, ତାର ତଦନ୍ତ କରିବାକୁ ସିଇଓ ନିିର୍ଦ୍ଦେଶ ଦେଇଛନ୍ତି। ଏହି ବୁଥ୍ ରେ ବିଜେପିର ବିଧାୟକ ପ୍ରାର୍ଥୀ ଇଭିଏମ୍ ହୋଡିଂ ଭଙ୍ଗାରୁଜା କରିଥିବାର ଅଭିଯୋଗ ହୋଇଥିଲା।

ଏପରିକି ପ୍ରିଜାଇଡିଂ ଅଫିସରଙ୍କୁ ସେ ଧମକ ଚମକ ଦେବାର ଅଭିଯୋଗ ହୋଇଥିଲା। ପ୍ରିଜାଇଡିଂ ଅଫିସରଙ୍କ ଏତଲା ପରେ ପ୍ରଶାନ୍ତ ଜଗଦେବଙ୍କୁ ଗିରଫ କରି ପୋଲିସ ଜେଲ୍ ପଠାଇଛି। ତାଙ୍କୁ ଜାମିନ ମିଳିନାହିଁ।

ବିଜେପିକୁ ମୁଖ୍ୟମନ୍ତ୍ରୀଙ୍କ କଡ଼ା କାଉଣ୍ଟର, ଅପପ୍ରଚାର କାମ ଦେବନାହିଁ କହିଲେ ନବୀନ

ଭୁବନେଶ୍ବର: ହାତ ବାଡେଇ ଦମ୍ଭ ଦେଖାଇଲେ ନବୀନ। ବିଜେପିକୁ ମୁଖ୍ୟମନ୍ତ୍ରୀଙ୍କ କଡ଼ା କାଉଣ୍ଟର। କହିଲେ ମୋ ହାତକୁ ନେଇ ବିଜେପି କରୁଛି ଅପପ୍ରଚାର । ହେଲେ ବିଜେପିର ଏହି ଅପପ୍ରଚାର କାମ ଦେବନାହିଁ ବୋଲି ନବୀନ ଚ୍ୟାଲେଞ୍ଜ କରିଛନ୍ତି। ଅପ୍ରସଙ୍ଗକୁ ପ୍ରସଙ୍ଗ କରିବାରେ ବିଜେପି ଓସ୍ତାଦ। ହେଲେ ବିଜେପିର ଏହି ହୀନ ରାଜନୀତି କାମ ଦେବନି ବୋଲି ନବୀନ କହିଛନ୍ତି। ଆଜି ନବୀନଙ୍କ ଏକ ଭିଡିଓକୁ ବିଜେପିର ସୋସିଆଲ୍ ମିଡିଆ ସେଲ୍ ଭାଇରାଲ୍ କରିଥିଲା।

ଏପରିକି କିଛି ଜାତୀୟସ୍ତରର ନେତା ମଧ୍ଯ ସୋସିଆଲ୍ ମିଡିଆରେ ଏହି ଭିଡିଓକୁ ନେଇ ଅରୁଚିକର ଟିପ୍ପଣୀ ଦେଇଥିଲେ। ଓଡ଼ିଆ ଅସ୍ମିତା ଠାରୁ ଆରମ୍ଭ କରି ବିଜେପିର ଅନେକ ନିର୍ବାଚନୀ ପ୍ରସଙ୍ଗ ଫେଲ୍ ମାରିବା ପରେ ମୁଖ୍ଯମନ୍ତ୍ରୀଙ୍କ ସ୍ବାସ୍ଥ୍ଯକୁ ନେଇ ବିଜେପି ଆରମ୍ଭ କରି ଦେଇଛି ହୀନ ରାଜନୀତି। ଦଳର ଅନେକ ବରିଷ୍ଠ ନେତା ଅଶାଳୀନ ଭାଷା ପ୍ରୟୋଗ କରିବା ସହ ଅପପ୍ରଚାର କରି ଆସୁଛନ୍ତି।

ହେଲେ ଗଲା ତିନିଟି ପର୍ଯ୍ଯାୟ ଭୋଟରେ ବିଜେଡିକୁ ମିଳୁଥିବା ସଫଳତା ଓ ବିଜେଡିର ଦମ୍ଭୋକ୍ତି ବିଜେପି ନେତାଙ୍କୁ ହତାଶ କରି ଦେଇଛି। ଏପରିକି ବିଜେପି ଧିରେ ଧିରେ ପ୍ରସଙ୍ଗହୀନ ହୋଇଯାଇଛି। ଏଭଳି ସ୍ଥିତିରେ ଦଳର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନଙ୍କୁ ଟାର୍ଗେଟ୍ କରି ଫେଲ୍ ହେବା ପରେ ଏବେ ମୁଖ୍ଯମନ୍ତ୍ରୀଙ୍କ ସ୍ବାସ୍ଥ୍ଯକୁ ନେଇ ଗୁଜବ ସୃଷ୍ଟି କରିବାକୁ ଉଦ୍ଯମ କରୁଛନ୍ତି। ଯାହାକୁ ଆଜି ସିଧାସଳଖ ଟାର୍ଗେଟ୍ କରିଛନ୍ତି ନବୀନ।

ସଚ୍ଚା ରାଷ୍ଟ୍ରନାୟକର ପରିଚୟ ଦେଲେ ନବୀନ, ଆସାମର ଦୁର୍ଦ୍ଦଶା ଦେଖି ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ଯମନ୍ତ୍ରୀ

ଭୁବନେଶ୍ବର: ରାଜ୍ଯବାସୀ ଆଗ ନା ରାଜନୀତି ଆଗ। ଏ ପ୍ରଶ୍ନର ଉତ୍ତର ଆଜି ଆପଣମାନଙ୍କୁ ଦେଇଛନ୍ତି ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ। ପୁଣିଥରେ ସେ ଜଣେ ସଚ୍ଚା ରାଷ୍ଟ୍ରନାୟକର ପରିଚୟ ଦେଇଛନ୍ତି। ବାତ୍ଯା ରେମାଲର ପ୍ରଭାବରେ ଆସାମ ଉବୁଟୁବୁ ହେଉଛି। ବର୍ଷା ଓ ବନ୍ଯା ସ୍ଥିତି ଯୋଗୁଁ ସେଠାକାର ଧନ ଜୀବନ ହାନି ହୋଇଛି। ପ୍ରାକୃତିକ ବିପର୍ଯ୍ଯୟ ସହ ଲଢୁଛନ୍ତି ଆସାମବାସୀ।

ଏହି ସମୟରେ ରାଜନୀତିକୁ ପଛରେ ଛାଡି ଆମ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ଆସାମ ସହ ଛିଡ଼ା ହୋଇଛନ୍ତି। ତାଙ୍କୁ ଧୈର୍ଯ୍ଯ ଦେଇଛନ୍ତି। ଆସାମର ଦୁର୍ଦ୍ଦଶା ଦେଖି ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ଯମନ୍ତ୍ରୀ । ଏପରିକି ସେ ନିଜ ତରଫରୁ ସବୁ ପ୍ରକାରର ସାହାଯ୍ଯ କରିବାକୁ ସହଯୋଗର ହାତ ବଢାଇଛନ୍ତି । ଟ୍ବିଟ କରି ସମବେଦନା ଜଣାଇଛନ୍ତି ନବୀନ  ।

ସେପଟେ ଆସାମ ମୁଖ୍ଯମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ନିଜ ରାଜ୍ଯବାସୀଙ୍କ ପାଇଁ ବେଫିକର। ଦୁର୍ଦ୍ଦଶାରେ ଲୋକେ ଜୁଝି ହେଉଥିବା ବେଳେ ଓଡ଼ିଶା ଆସି ନିର୍ବାଚନୀ ପ୍ରଚାରରେ ମାତିଛନ୍ତି ହିମନ୍ତ। କେବଳ ସେତିକି ନୁହେଁ ନବୀନଙ୍କ ପ୍ରତି ସେ ଅଶାଳୀନ ମନ୍ତବ୍ଯ ବି ଦେଇଛନ୍ତି। ହେଲେ ନବୀନ କିନ୍ତୁ ବଡ ଦିଲ ବାଲା। କିଏ କଣ କହିଲା ସେଥିପାଇଁ ତାଙ୍କ ଧ୍ଯାନ ନାହିଁ। ଆସାମର ବର୍ଷା ବନ୍ଯା ସ୍ଥିତିରେ ଉଦବେଗ ପ୍ରକାଶ କରିବା ସହ ସହଯୋଗ ପାଇଁ ଆଗେଇ ଆସିଛନ୍ତି।

ନବୀନଙ୍କ ଏଭଳି ଆଭିମୁଖ୍ଯ ହିଁ ବୟାନ କରୁଛି ଜଣେ ଜନନାୟକଙ୍କ ଦେଶ ଓ ରାଜ୍ଯ ପାଇଁ ଦାୟିତ୍ବର କଥା। ଏବେ ନିର୍ବାଚନ ଚାଲିଛି। ଭୋଟ୍ ପାଇଁ କିଏ କେଉଁ ସ୍ତରକୁ ଯାଇ ଆକ୍ଷେପ କରୁଛି। ହେଲେ ନବୀନ କିନ୍ତୁ ଏସବୁକୁ ଭୃକ୍ଷେପ କରନ୍ତି ନାହିଁ। ତାଙ୍କର ସିଙ୍ଗଲ୍ ପଏଣ୍ଟ ଏଜେଣ୍ଡା-ଲୋକଙ୍କ ସୁଖଦୁଃଖରେ ଛିଡ଼ା ହେବେ, ରାଜନୀତି ପଛ ରାଜ୍ଯବାସୀ ଆଗ ନ୍ଯାୟରେ ସେ ଆଗେଇ ଆସିବେ। ଆସାମବାସୀଙ୍କ ଦୁର୍ଦ୍ଦଶାରେ ସେମାନଙ୍କ ଛିଡ଼ା ହେବା ନବୀନଙ୍କ ରାଷ୍ଟ୍ରନାୟକର ଛବିକୁ ଆହୁରି ଉଜ୍ଜ୍ବଳ କରିଛି ।

ପ୍ରଶାନ୍ତ ଜଗଦ୍ଦେବଙ୍କୁ ସମର୍ଥନ କରୁଥିବାରୁ ବିଜେପିକୁ ବିଜେଡିର ଭର୍ତ୍ସନା

ଭୁବନେଶ୍ବର: ବାରମ୍ବାର ଗୁଣ୍ଡାଗର୍ଦ୍ଦି କରୁଥିବା ଖୋର୍ଦ୍ଧାର ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦେବଙ୍କୁ ବିଜେପି ସମର୍ଥନ କରିଥିବାରୁ ବିଶେଷ କରି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ଖୋଲାଖୋଲି ପ୍ରଶାନ୍ତଙ୍କ ସପକ୍ଷରେ ବାହାରି ଥିବାରୁ କଡ଼ା ସମାଲୋଚନା କରିଛି ବିଜେଡି ।

ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି, ଇଏ ସେ ପ୍ରଶାନ୍ତ ଜଗଦେବ ଯିଏ କି ବାଣପୁରରେ ବିଜେପି କର୍ମୀଙ୍କ ଉପରେ ଗାଡି ଚଢ଼ାଇ ଦେଇଥିଲେ। ବିଜେପିର ଜଣେ ନେତାଙ୍କୁ ମାଡ଼ ମାରିଥିଲେ । ସେ ସମୟରେ ବିଜେପି ନେତାମାନେ କେତେ କଥା କହିଥିଲେ। ଏପରିକି ନିଜେ ଅପରାଜିତା ଷଡ଼ଙ୍ଗୀ କହିଥିଲେ, ପ୍ରଶାନ୍ତ ଜଗଦେବଙ୍କ ସ୍ଥାନ ଜେଲରେ। ଏବେ ତାଙ୍କୁ ପୁଣି କେଉଁ ମୁହଁରେ ଅପରାଜିତା ସମର୍ଥନ କରୁଛନ୍ତି ବୋଲି ସିଧା ପ୍ରଶ୍ନ କରିଛନ୍ତି ସସ୍ମିତ ପାତ୍ର।

ସେହିପରି ବିଜେପି ମୁଖପାତ୍ର ସମ୍ବିତ ପାତ୍ର କହିଥିଲେ, ପ୍ରଶାନ୍ତଙ୍କ ପାଇଁ ସାରା ଦେଶରେ ଓଡ଼ିଶା ନିନ୍ଦିତ ହେଉଛି। ତେବେ କାହିଁକି ବିଜେପି ପ୍ରଶାନ୍ତଙ୍କୁ କୋଳେଇ ନେଇ ପ୍ରାର୍ଥୀ କରିଛି ବୋଲି ପଚାରିଛନ୍ତି ସସ୍ମିତ । ସସ୍ମିତ ଏହା ବି ମନେ ପକାଇ ଦେଇଛନ୍ତି- ପ୍ରଶାନ୍ତଙ୍କୁ NSA ରେ ଗିରଫ କରିବାକୁ ସେତେବେଳେ ଦାବି କରିଥିଲେ ପୃଥ୍ବୀରାଜ ହରିଚନ୍ଦନ ।

ମୋହନ ମାଝୀ ବି ପ୍ରଶାନ୍ତଙ୍କୁ ଗିରଫ କରିବାକୁ ଦାବି କରିଥିଲେ। ବିଜେଡି ତ ବହିଷ୍କାର କରିଥିଲା । ତେବେ ବିଜେପି କାହିଁକି ପ୍ରଶାନ୍ତ ଜଗଦେବଙ୍କୁ କୋଳେଇ ନେଇ ଏମଏଲଏ ଟିକଟ ଦେଇଥିଲା, ଏବେ ପୁଣି ତାଙ୍କର ହିଂସାକାଣ୍ତ ସତ୍ତ୍ବେ କାହିଁକି ବିଜେପି ସମର୍ଥନ କରୁଛି ବୋଲି ପ୍ରଶ୍ନ କରିଛନ୍ତି ସସ୍ମିତ ପାତ୍ର।  ସେହିପରି ଜମି ଦଖଲ କରିଥିବା, ବାହାମାସ୍ ସ୍କାଣ୍ଡାଲରେ ସଂପୃକ୍ତ ଥିବା ବୈଜୟନ୍ତ ପଣ୍ଡା ଓ ଟାଟାରେ ଚାକିରି କରାଇ ଦେବାକୁ କହି ଗଂଜାମର ଯୁବକଙ୍କୁ ଠକିଥିବା ପ୍ରଦୀପ ପାଣିଗ୍ରାହୀଙ୍କୁ ମଧ୍ଯ ପୋଷ୍ଟର ବୟ କରିଥିବାରୁ ବିଜେପିକୁ କଡ଼ା ସମାଲୋଚନା କରିଛନ୍ତି ସସ୍ମିତ ପାତ୍ର।

କଟକର ଗ୍ଯାଙ୍ଗଷ୍ଟର ବ୍ରଦର୍ସ ଧଳସାମନ୍ତଙ୍କୁ କଟକର ବାଇମୁଣ୍ଡି ବୋଲି ବିଜେପି କହିଥିବାର ସସ୍ମିତ ପାତ୍ର ମନେ ପକାଇ ଦେଇଛନ୍ତି । କ୍ରିମିନାଲମାନଙ୍କୁ ବିଜେପି ସବୁବେଳେ ସମର୍ଥନ କରି ଆସୁଛି । ଏଥିପାଇଁ ବିଜେପିକୁ ଲଜ୍ଜା ଲାଗିବା କଥା ଏବଂ ଏଥିପାଇଁ ବିଜେପି ଓଡ଼ିଶାରେ ବାରମ୍ବାର ହାରୁଛି ବୋଲି କହିଛନ୍ତି ସସ୍ମିତ ପାତ୍ର।

ଭାରତର ଏହି ରାଜ୍ୟରେ ଲୁଚିଛି ସୁନା, ୨୨୨ ଲକ୍ଷ ଟନ ସୁନା ଭଣ୍ଡାର

ପାଟନା: ଭାରତର ସୁନା ଚଢେଇ ବିହାର  । ଏ କଥାଟା ଶୁଣିବାକୁ ଅଜବ ଲାଗୁଥାଇପାରେ  । କିନ୍ତୁ ଏହା ହିଁ ସତକଥା  । ବିହାରକୁ କାହିଁକି ଦେଶର ସୁନାଖଣି କୁହାଯାଏ ? ବିହାରରେ ଏତେମାତ୍ରାରେ ସୁନା ପୋତି ହୋଇ ରହିଛି ଯେ କେବଳ ଏହା ଖନନ କରିବା ବାକି ଅଛି  ।

ନ୍ୟାସନାଲ ମିନେରାଲ ଇଣ୍ଡଷ୍ଟ୍ରି ଡାଟା ଅନୁସାରେ ଏପ୍ରିଲ ୨୦୧୫ ସୁଦ୍ଧା ଦେଶରେ ୫୦୧.୮୩ ମିଲିଅନ ଟନ ସୁନା ଗଚ୍ଛିତ ହୋଇଥିଲା  । ଏଥିରୁ ୧୭.୨୨ ମିଲିଅନ ଟନ ସୁନା ରିଜର୍ଭ କାଟାଗୋରୀରେ ରଖାଯାଇଥିବା ବେଳେ ୪୮୪.୬୧ ମିଲିଅନ ଟନ ଶେଷ ସଂସାଧନ ଶ୍ରେଣୀରେ ରଖାଯାଇଥିଲା  ।ଭାରତରେ ସୁନାର ସବୁଠାରୁ ବଡ ସଂସାଧନ ବିହାରରେ (୪୪%) ରହିଛି  । ଏହାପରେ ରାଜସ୍ଥାନ, କର୍ଣ୍ଣାଟକ, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ ଓ ଝାଡଖଣ୍ଡରେ ରହିଛି  ।

ଜିଓଲଜିକାଲ ସର୍ଭେ ଅଫ ଇଣ୍ଡିଆ ଦ୍ବାରା କରାଯାଇଥିବା ସର୍ବେକ୍ଷଣ ଅନୁସାରେ ବିହାରର ଜମୁଇ ଜିଲ୍ଲାରେ ସର୍ବାଧିକ ସୁନା ରହିଛି  । ଜମୁଇ ଜିଲ୍ଲାରେ ୩୭.୬ ଟନ ଖଣିଜ ପଦାର୍ଥ ସମେତ ପାଖାପାଖି ୨୨୨.୮୮ ମିଲିଅନ ଟନ ସୁନା ଭଣ୍ଡାର ରହିଛି  । ଖାସ କଥା ହେଉଛି ଯେ ବିହାରରେ ୨୨୨.୮୮୫ ମିଲିଅନ ଟନ ସ୍ବର୍ଣ୍ଣ ଧାତୁ ରହିଛି ଯାହାକି ଦେଶର ସର୍ବମୋଟ ସୁନା ସଂରକ୍ଷଣର ୪୪ ପ୍ରତିଶତ ଅଟେ  ।

 

ଦ ହିନ୍ଦୁର ଏକ ରିପୋର୍ଟ ଅନୁସାରେ ବିହାର ସରକାର ଦେଶର ସବୁଠାରୁ ବଡ ସୁନା ଖାଦାନ ଖନନ କରିବା ପାଇଁ ବିଚାର କରିଛନ୍ତି  । ଏଠାରେ କହି ରଖୁଛୁ ଭାରତ ପ୍ରତିବର୍ଷ ପ୍ରବଳ ମାତ୍ରାରେ ସୁନା ଆମଦାନୀ କରୁଛି  ।

ରଣଜୀତ ସିଂ ହତ୍ୟାକାଣ୍ଡ ମାମଲାରେ ରାମ ରହିମ ନିର୍ଦ୍ଦୋଷରେ ଖଲାସ

ଚଣ୍ଡିଗଡ: ବହୁଚର୍ଚ୍ଚିତ ରଣଜୀତ ସିଂ ହତ୍ୟାକାଣ୍ଡ ମାମଲାରେ ପଞ୍ଜାବ ହରିୟାଣା ହାଇକୋର୍ଟ ରାମରହିମଙ୍କୁ ଆଶ୍ବସ୍ତି  । ରାମ ରହିମଙ୍କୁ ନିର୍ଦ୍ଦୋଷ କହିଛନ୍ତି ହାଇକୋର୍ଟ  । ଏହି ମାମଲାରେ ସିବିଆଇ ଅଦାଲତ ରାମ ରହିମଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି  ।

ପଞ୍ଜାବ ଓ ହରିୟାଣା ହାଇକୋର୍ଟ ତଳକୋର୍ଟର ନିର୍ଦ୍ଦେଶକୁ ପରିବର୍ତ୍ତନ କରି ଏହି ମାମଲାରେ ସାମିଲ ସମସ୍ତ ୫ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି  ।

ଆଜୀବନ କାରାଦଣ୍ଡ ସଜା ବିରୁଦ୍ଧରେ ତଳକୋର୍ଟ ରାୟକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ରାମ ରହିମ  । ହାଇକୋର୍ଟ ରାମ ରହିମଙ୍କ ଆବେଦନର ଶୁଣାଣି କରି ସିବିଆଇ ଅଦାଲତ ନିର୍ଣ୍ଣୟକୁ ରଦ୍ଦ କରିଛନ୍ତି  ।

ରଣଜୀତ ସିଂ ସିରସା ଡେରାର ପ୍ରବନ୍ଧକ ଥିଲା  । ୨୨ ବର୍ଷ ପୂର୍ବେ ହରିୟାଣା କୁରୁକ୍ଷେତ୍ରର ରଣଜୀତ ସିଂଙ୍କୁ ହତ୍ୟା କରାଯାଇଥିଲା  । ଜୁଲାଇ ୧୦, ୨୦୦୨ ରେ ରଣଜୀତଙ୍କୁ ଗୁଳି କରିଥିଲେ ଦୁର୍ବୃତ୍ତ  । ଯେଉଁ ମାମଲାରେ ରାମରହିମଙ୍କ ସମେତ ୫ ଜଣଙ୍କୁ ଗିରଫ କରାଯାଇଥିଲା . ।

ରାତି ସାଢ଼େ ୮ଟା ପରେ ବନ୍ଦ ରହିବ ସମସ୍ତ ଦୋକାନ ବଜାର

ଗଞ୍ଜାମ: ଗଞ୍ଜାମ ଜିଲ୍ଲାରେ ରାଜନୈତିକ ହିଂସା ରୋକିବାକୁ ପୋଲିସର ପଦକ୍ଷେପ । ଜୁନ୍ ୪ ତାରିଖ ପର୍ଯ୍ଯନ୍ତ ରାତି ସାଢ଼େ ୮ଟା ପରେ ଗଞ୍ଜାମ ପୋଲିସ ଜିଲ୍ଲାରେ ସମସ୍ତ ଦୋକାନ ବଜାର ବନ୍ଦ ରହିବ। ରାତି ସାଢ଼େ ୮ଟା ପରେ ଗଞ୍ଜାମ ଜିଲ୍ଲାରେ କୌଣସି ହୋଟେଲ୍, ଢାବା କି ଚା’ ଦୋକାନ ଖୋଲା ରହିବ ନାହିଁ।

ଗଞ୍ଜାମ ଜିଲ୍ଲାରେ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ ସରିଛି। ମତଦାନ ପୂର୍ବରୁ ଓ ପରେ ବିଭିନ୍ନ ସ୍ଥାନରେ ଗଣ୍ଡଗୋଳ ଘଟିଛି। ବିଭିନ୍ନ ସ୍ଥାନରେ ଉଗ୍ରରୂପ ନେଇଛି ରାଜନୈତିକ ହିଂସା। କେଉଁଠି ନା କେଉଁଠି ଗଣ୍ଡଗୋଳ ଘଟୁଛି। ଯାହା କି ପୋଲିସ ପାଇଁ ଚିନ୍ତାର କାରଣ ହୋଇଛି । ଜୁନ୍ ୪ ତାରିଖରେ ଭୋଟଗଣତି କରାଯିବ। ଫଳାଫଳ ଘୋଷଣା ପରେ ପୁନର୍ବାର ହିଂସାକାଣ୍ଡ ଆଶଙ୍କା ରହିଛି। ହିଂସାକାଣ୍ଡ ରୋକିବାକୁ ନିଆଯାଇଛି ଆଗୁଆ ପଦକ୍ଷେପ । ଏହି ସୂଚନା ଦେଇଛନ୍ତି ଗଞ୍ଜାମ ଏସ୍‌ପି ଜଗମୋହନ ମୀନା।