spot_img
Home Blog Page 1785

ମହିଳାଙ୍କ ସହ ଅଭିନେତ୍ରୀ ରବୀନା ଟଣ୍ଡନଙ୍କ ମାରପିଟ୍ ବିବାଦ, ସାମ୍ନାକୁ ଆସିଲା ସତ

ନୂଆଦିଲ୍ଲୀ : ଏବେ ବିବାଦ ଘେରରେ ବଲିଉଡ ଅଭିନେତ୍ରୀ ରବୀନା ଟଣ୍ଡନ । ମୁମ୍ୱାଇରେ ରବୀନାଙ୍କ ନାଁରେ ହୋଇଥିବା ମାରପିଟ୍ ଅଭିଯୋଗକୁ ନେଇ ସତ ସାମ୍ନାକୁ ଆସିଛି । ଶନିବାର ରାତିରେ ରବୀନା ତାଙ୍କ ଡ୍ରାଇଭରକୁ ରକ୍ଷା କରିବାକୁ ଚେଷ୍ଟା କରିବା ବେଳେ ତାଙ୍କୁ ଆକ୍ରମଣ କରାଯାଇଥିଲା  । କିନ୍ତୁ ଜଣେ ବୃଦ୍ଧାଙ୍କ ସମେତ ୩ଜଣ ମହିଳାଙ୍କ ସହ ମାରପିଟ୍ କରିବା ନେଇ ରବୀନାଙ୍କ ନାଁରେ ଅଭିଯୋଗ ହୋଇଥିଲା। କିନ୍ତୁ ସିସିଟିଭି ଫୁଟେଜ ଅନୁଯାୟୀ ଏହା ମିଥ୍ୟା ଅଭିଯୋଗ କରାଯାଇଥିବା କୁହାଯାଉଛି । ଏହି ଘଟଣାକୁ ନେଇ ରବୀନା କୌଣସି ବୟାନ ଜାରି କରିନାହାନ୍ତି ।

ଅନ୍ୟପକ୍ଷେ ତଦନ୍ତ କରୁଥିବା ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ଯେ, ଅଭିଯୋଗକାରୀମାନେ ରବୀନା ଟଣ୍ଡନଙ୍କ ନାଁରେ ମିଥ୍ୟା ଅଭିଯୋଗ ଆଣିଛନ୍ତି । ଘଟଣାକୁ ନେଇ ସମ୍ପୂର୍ଣ୍ଣ ସିସିଟିଭି ଫୁଟେଜ ଯାଞ୍ଚ କରାଯାଇଛି । ଏଥିରେ ଅଭିନେତ୍ରୀଙ୍କ ଡ୍ରାଇଭର କାର୍ ପଛକୁ କରି ପାର୍କିଂ କରୁଥିବା ବେଳେ , ସେହି ରାସ୍ତା ଦେଇ ମହିଳାଙ୍କ ଏକ ଗ୍ରୁପ୍ ଯାଉଥିଲେ ଏବଂ ସେମାନେ କହିଥିଲେ କି କାର୍ ବ୍ୟାକ୍ କରିବା ବେଳେ ପଛରେ କେହି ଅଛନ୍ତି କି ନାହିଁ ଦେଖିକି ବ୍ୟାକ୍ କରନ୍ତୁ । ଏହି କଥାକୁ ନେଇ ଯୁକ୍ତିତର୍କ ଆରମ୍ଭ ହୋଇଯାଇଥିଲା । କିନ୍ତୁ କାର କାହାକୁ ଧକ୍କା ମାରି ନାହିଁ କି କେହି ଆହତ ହୋଇନଥିବା ନେଇ ପୋଲିସ ସ୍ପଷ୍ଟ କରିଛି ।

ରବୀନା ନିଜ ଉପରେ ଲାଗିଥିବା ଏପରି ଅଭିଯୋଗକୁ ନେଇ ଇଷ୍ଟାଗ୍ରାମରେ ଷ୍ଟୋରୀ ଅପଲୋଡ କରିଥିଲେ । ସେ କହିଥିଲେ କି  ଯେଉଁପ୍ରକାର ଏହି ଘଟଣାକୁ ଦର୍ଶାଯାଇଛି, ସେଥିରେ ସେ ଭୁଲ୍ ବୋଲି ଜଣାପଡୁଛନ୍ତି । କିନ୍ତୁ ସିସିଟିଭିରେ ସତ କଥା ପ୍ରମାଣ ହୋଇଯିବ । କାର୍ ପାର୍କିଂ ବେଳେ ମହିଳାଙ୍କ ଏକ ଗ୍ରୁପ୍ ସହ ତାଙ୍କ ଡ୍ରାଇଭର ଯୁକ୍ତିତର୍କ ଏବଂ ଧକ୍କା ମରାମରି ପରିସ୍ଥିତି ସୃଷ୍ଟି ହୋଇଯାଇଥିଲା । ସେତେ ବେଳେ ନିଜ ଡ୍ରାଇଭରକୁ ବଞ୍ଚାଇବା ପାଇଁ ସେ ଏଥିରେ ସାମିଲ ହୋଇଥିଲେ ବୋଲି ରବୀନା କହିଛନ୍ତି ।

ରେକର୍ଡ ଛୁଇଁଲା ସେୟାର ବଜାର, ୭୬ ହଜାର ପଏଣ୍ଟ ପାର କଲା ସେନସେକ୍ସ

ନନ୍ଦିଘୋଷ ବ୍ୟୁରୋ : ସେୟାର ବଜାରରେ ଏକଜିଟ ପୋଲର ବଡ଼ ପ୍ରଭାବ । ସପ୍ତାହର ପ୍ରଥମ କାରବାରି ଦିନରେ ଭାରତୀୟ ସେୟାର ବଜାର ସୋମବାର ଦିନ ନୂଆ କିର୍ତ୍ତିମାନ ସ୍ଥାପନ କରିଛି । ବଜାର ଆରମ୍ଭରୁ ସେନସେକ୍ସ ଓ ନିଫ୍ଟି ରେକର୍ଡ ସ୍ତରକୁ ଛୁଇଁଛନ୍ତି । ସେନସେକ୍ସ ୭୬ ହଜାର ପଏଣ୍ଟ ଅତିକ୍ରମ କରିଥିବା ବେଳେ ନିଫ୍ଟି ଉପରେ ମଧ୍ୟ ଆଜି ବୁଲ ମାର୍କେଟର ପ୍ରଭାବ ଦେଖିବାକୁ ମିଳିଥିଲା । ନିଫ୍ଟି ଆଜି ୨୩ ହଜାର ପଏଣ୍ଟ ଅତିକ୍ରମ କରିଛି । ସେହିଭଳି ଭୟର ସୂଚକାଙ୍କ ଭାବେ ପରିଚିତ ଇଣ୍ଡିଆ ଭିକ୍ସ ୨୦ରୁ କମରେ ଅଛି ।

ନିର୍ବାଚନ ଫଳାଫଳର ଗୋଟିଏ ଦିନ ପୂର୍ବରୁ ହିଁ ଏପରି ରେକର୍ଡ ଛୁଇଁଲା ସେୟାର ବଜାର । ସେନସେକ୍ସ ରେ ୨ହଜାର ପଏଣ୍ଟ ବୃଦ୍ଧି ସହ କାରବାର ଆରମ୍ଭ ହୋଇଛି । ୭୬ ହାର ପଏଣ୍ଟ ପାର କରିଛି ସେନସେକ୍ସ, ସେହିପରି ୬୦୦ପଏଣ୍ଟ ବୃଦ୍ଧି ସହ ୨୩ ହଜାର ପଏଣ୍ଟ ପାର କରିଛି ନିଫ୍ଟି । ମାର୍କେଟ ଧାରାକୁ ଦେଖିଲେ ଅଧିକ ଅଭିବୃଦ୍ଧି ନେଇ ଆକଳନ କରାଯାଉଛି । ରିପୋର୍ଟ ଲେଖିବା ସମୟରେ ସେନେସକ୍ସ ଏବଂ ନିପ୍ଟ ଏହି ପଏଣ୍ଟରେ କାରବାର କରୁଥିଲା । ଏହାର ପ୍ରଭାବ ସୁନା ଏବଂ ରୂପା ଦରରେ ମଧ୍ୟ ଦେଖିବାକୁ ମିଳିବ ବୋଲି ଅନୁମାନ କରାଯାଉଛି ।

ବଜାର ମୋଦି ସରକାରର ପ୍ରତ୍ୟାବର୍ତ୍ତନକୁ ନେଇ ଆଶାବାଦୀ ଥିବାରୁ ଏଭଳି ବ୍ୟବହାର କରୁଛି ବୋଲି କୁହାଯାଉଛି । ସୂଚନାଯୋଗ୍ୟ ଯେ, ମାର୍କେଟ ବିଶେଷଜ୍ଞଙ୍କ ଅନୁସାରେ ମୋଦି ସରକାର ଯଦି ଜୁନ ୪ ତାରିଖରେ ୩୫୦ରୁ ଅଧିକ ଆସନ ପାଏ ତେବେ ସେୟାର ବଜାରରେ ୧୦ ପ୍ରତିଶତ ବୃଦ୍ଧି ଘଟିବ ବୋଲି କହୁଛନ୍ତି । ସେହିଭଳି ଯଦି ମୋଦି ସରକାର ସଂଖ୍ୟାଗରିଷ୍ଠତା ପାଏ ନାହିଁ ତେବେ ବଜାର ୧୦ ପ୍ରତିଶତ ମଙ୍ଗଳବାର ଦିନ ହ୍ରାସ ପାଇପାରେ ବୋଲି ଆଶଙ୍କା ରହିଛି ।

ଫ୍ଲାଏଓଭର ଉପରୁ ଖସିପଡିଲା ତୀର୍ଥଯାତ୍ରୀ ବୋଲେରୋ , ୨ ମୃତ ଓ ୧୦ ଆହତ

ସମ୍ୱଲପୁର : ଫ୍ଲାଏଓଭର ଉପରୁ ଖସିପଡିଲା ତୀର୍ଥଯାତ୍ରୀ ବୋଲେରୋ  । ସମ୍ବଲପୁର ଝାଙ୍କରପାଲି ନିକଟସ୍ଥ ଜାତୀୟ ରାଜପଥ ୫୫ରେ ଦୁର୍ଘଟଣା । ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୦ ଜଣ ଗୁରୁତର ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଚିକିତ୍ସା ପାଇଁ ବୁର୍ଲା ଭିମସାରରେ ଭର୍ତ୍ତି କରାଯାଇଛି। ଛତିଶଗଡରୁ ପୁରୀ ଅଭିମୁଖେ ଯାଉଥିବା ବେଳେ ବିଳମ୍ବିତ ରାତିରେ ଦୁର୍ଘଟଣା ଘଟିଛି ।

ମଧ୍ୟପ୍ରଦେଶ ରାଜଗଡ଼ରେ ମର୍ମନ୍ତୁଦ ଦୁର୍ଘଟଣା : ବରଯାତ୍ରୀ ଟ୍ରାକ୍ଟର ଓଲଟି ୧୩ ମୃତ, ୧୫ ଜଣ ଆହତ

ନନ୍ଦିଘୋଷ ବ୍ୟୁରୋ : ମଧ୍ୟପ୍ରଦେଶରେ ରାଜଗଡ଼ରେ ବଡ଼ ଧରଣର ଦୁର୍ଘଟଣା । ଭାରସାମ୍ୟ ହରାଇ ଓଲଟିଲା ବରଯାତ୍ରୀ ଭର୍ତ୍ତି ଟ୍ରାକ୍ଟର । । ଦୁର୍ଘଟଣାରେ ୧୩ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୫ ଜଣ ଆହତ ହୋଇଛନ୍ତି। ରାଜସ୍ଥାନ ମୋତୀପୁରାରୁ କୁଲାମପୁର ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି ।

ସୂଚନା ଅନୁଯାୟୀ, ବିବାହ ଉତ୍ସବରେ ଯୋଗଦେବା ପାଇଁ ରାଜସ୍ଥାନରୁ ରାଜଗଡ଼ ଆସୁଥିବାବେଳେ ପିପଲୋଡ଼ି ରାସ୍ତାରେ ଓଲଟି ପଡିଥିଲା ଟ୍ରାକ୍ଟର।  ସମସ୍ତ ଆହତଙ୍କ ଜିଲ୍ଲା ହସ୍ପିଟାଲରେ ଚିକିତ୍ସା ଚାଲିଛି । ୨ ଗୁରୁତରଙ୍କୁ ଭୋପାଳ ହସ୍ପିଟାଲକୁ ସ୍ଥାନନ୍ତରିତ କରାଯାଇଛି। ମୃତକ ହେଲେ ରାଜସ୍ଥାନର ଝାଲାବାଡ଼ ଜିଲ୍ଲାର।

ରାଜଗଡ଼ ଦୁର୍ଘଟଣାରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଟ୍ବିଟ୍ କରି ଶୋକ ପ୍ରକାଶ କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ଏହି ଦୁର୍ଘଟଣାକୁ ନେଇ ଶୋକ ପ୍ରକାଶ କରିଛନ୍ତି । ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ସେ  ଅନେକ ଲୋକଙ୍କ ମୃତ୍ୟୁ ଖବରକୁ ଦୁଃଖଦାୟକ ବୋଲି କହିଛନ୍ତି ଏବଂ ଆହତମାନଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି ।

 

ଦ୍ରୁତଗତିରେ ଆଗେଇ ଚାଲିଛି ରଥ ନିର୍ମାଣ କାମ, ସ୍ନାନ ପୂର୍ଣ୍ଣିମା ସୁଦ୍ଧା ରଥରେ ଉଠିଥିବ ଚାରିନାହାକା

ପୁରୀ : ବିଧି ମୁତାବକ ରଥଖଳାରେ ତିନିରଥ ନିର୍ମାଣ କାମ ଦ୍ରୁତଗତିରେ ଆଗେଇ ଚାଲିଛି।  ଭଉଁରି ଉତ୍ସବ ପରେ ଏବେ ନିର୍ମାଣକାରୀଙ୍କ ଟାର୍ଗେଟ ରହିଛି ସ୍ନାନ ପୂର୍ଣ୍ଣିମା । ଠାକୁରଙ୍କ ସ୍ନାନ ପୂର୍ଣ୍ଣିମା ସୁଦ୍ଧା ରଥରେ ଉଠିଥିବ ଚାରିନାହାକା। ଏହା ପୂର୍ବରୁ ସମସ୍ତ ଚକ ଓ ଅଖ ସଂଯୋଗ ସରି ଦଣ୍ଡା କାର୍ଯ୍ୟ ସମ୍ପର୍ଣ୍ଣ କରାଯିବ । ଦଣ୍ଡା ଉଠିବା ପରେ ଗରଗରା ପଡ଼ି ଚାରି ନାହାକା ଉଠିବ । ଏଥିପାଇଁ ଚଳଚଞ୍ଚଳ ରଥଖଳା ।

ତିନି ରଥର ଅଖ ହଣା ଆରମ୍ଭ ହୋଇଛି । ରଥର ପାର୍ଶ୍ବ ମୁହାଁଟ କାମ ଚାଲିଛି । ବିଶ୍ବକର୍ମାମାନେ ରଥର ୮ଟି ଖମ୍ବୀ ତିଆରୁଛନ୍ତି  । ତିନି ରଥର ନାହାକା ଅଖ ନିର୍ମାଣ ସରି ଚକ ସଂଯୋଗ ସରିଥିଲା । ଏବେ ଦେବଦଳନର ବାକି ୫ଟି, ନନ୍ଦିଘୋଷର ୭ଟି ଓ ତାଳଧ୍ବଜର ୬ଟି ଅଖର ହଣା ଆରମ୍ଭ ହୋଇଛି । ୪୦ ଫୁଟିଆ ଧଉରା କାଠରେ ତିଆରି ହେଉଛି ଅଖ । ରଥ ଖଳାରେ ଚକ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି  ।

ଶୀତଳଷଷ୍ଠୀ ସୁଦ୍ଧା ସମସ୍ତ ଚକ ଓ ଅଖ କାର୍ଯ୍ୟ ସମ୍ପୂର୍ଣ୍ଣ କରାଯିବ । ସେପଟେ ରୂପକାରମାନେ ଗୁଜରେ ସିଂହବିରାଳ ଖୋଦେଇରେ ବ୍ୟସ୍ତ । ତାଳଧ୍ବଜ ଓ ନନ୍ଦିଘୋଷ ଓ ଦେବଦଳନର ୧୨ଟି ଗୁଜ ନିର୍ମାଣ ହେଉଛି । ଏସବୁ ରଥ କୋଣରେ ସ୍ଥାପନ ହେବ ।

ମିଳୁନି ଡାକ୍ତରଙ୍କ ପତ୍ତା; ମାଓବାଦୀଙ୍କ ନାଁରେ କେହି ଦୁର୍ବୃତ୍ତ ଅପହରଣ କରିଥିବା ସନ୍ଦେହ

ମାଲକାନଗିରି : ମାଲକାନଗିରି ଜିଲ୍ଲା କାଲିମେଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ଅମ୍ଳାନ କୁମାର ଭୋଇ ନିଖୋଜ । ଶନିବାରରୁ ସେ ନିଖୋଜ ଅଛନ୍ତି। ଡାକ୍ତରଙ୍କ ସରକାରୀ କ୍ଵାର୍ଟର୍ସରୁ ସିପିଆଇ ମାଓବାଦୀ ବୋଲି ଲେଖାଥିବା ଏକ ଚିଠି ମିଳିଛି । ସରକାରୀ କ୍ଵାର୍ଟର୍ସ ଭିତରେ ଡାକ୍ତରଙ୍କ ମୋବାଇଲ ଓ ଘର ବାହାରେ ବାଇକ ରହିଥିବା ଦେଖିବାକୁ ମିଳିଛି।

ଶୁକ୍ରବାର ଜଣେ ମହିଳାଙ୍କ ମୃତଦେହ ବ୍ୟବଚ୍ଛେଦକୁ କେନ୍ଦ୍ର କରି ଡାକ୍ତରଙ୍କ ସହ କିଛି ଲୋକଙ୍କର ବଚସା ହୋଇଥିଲା। ଏହି ଘଟଣାକୁ କେନ୍ଦ୍ର କରି ଡାକ୍ତରଙ୍କୁ ଅପହରଣ କରାଯାଇଥିବାର ଅନୁମାନ କରାଯାଉଛି । ଏସଡିପିଓ ସଚିନ ପଟେଲ ମେଡିକାଲକୁ ଯାଇ ତନାଘନା ଆରମ୍ଭ କରିବା ସହିତ ଚିଠି ଜବତ କରିଛନ୍ତି। ଡାକ୍ତରଙ୍କୁ ମାଓବାଦୀଙ୍କ ନାଁରେ କେହି ଦୁର୍ବୃତ୍ତ ଅପହରଣ କରିଥିବା ସନ୍ଦେହରେ ଖୋଳତାଡ଼ ଚାଲିଛି।

ଅପହୃତ ଡାକ୍ତରଙ୍କ ପରିବାରବର୍ଗ କନ୍ଧମାଳ ଜିଲ୍ଲାପାଳଙ୍କୁ ଭେଟି ପୁଅକୁ ସୁରକ୍ଷିତ ଉଦ୍ଧାର କରିବାକୁ ନିବେଦନ କରିଛନ୍ତି । ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ମାଲକାନଗିରି ଜିଲ୍ଲାପାଳଙ୍କ ସହିତ କଥାବାର୍ତ୍ତା କରିବା ସହିତ ସମସ୍ତ ସହଯୋଗ କରିବେ ବୋଲି ଆଶ୍ଵାସନା ଦେଇଛନ୍ତି ।

ଏକଜିଟ୍ ପୋଲ ରିପୋର୍ଟକୁ ରାହୁଲଙ୍କ ଅସ୍ଵୀକାର

ନୂଆଦିଲ୍ଲୀ : ଏକଜିଟ୍ ପୋଲ ରିପୋର୍ଟକୁ ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଅସ୍ଵୀକାର। ଲୋକସଭାରେ ୨୯୫ ଆସନ ସହ ସରକାର ଗଠନ କରିବ ବୋଲି ଦାବି କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧି। ଭୋଟଗଣତି ପୂର୍ବରୁ ସମସ୍ତ ସର୍ଭେ ସଂସ୍ଥା ପକ୍ଷରୁ ଜାରି ହୋଇଥିବା ଏକଜିଟ୍ ପୋଲ୍ ରିପୋର୍ଟକୁ ମନଗଢା ବୋଲି କହିଛନ୍ତି ରାହୁଲ। ଅଧିକାଂଶ ଏକଜିଟ୍ ପୋଲ ଦେଶରେ ବିଜେପି ସରକାର ଗଢିବ ବୋଲି ରିପୋର୍ଟ ଦେଇଛନ୍ତି।

ଏକଜିଟ୍ ପୋଲକୁ ଫାଣ୍ଟାସି ପୋଲ୍ ବୋଲି କହିଛନ୍ତି ରାହୁଲ। ଇଣ୍ଡିଆ ମେଣ୍ଟକୁ ୨୯୫ ଆସନ ମିଳିବ ବୋଲି ସେ ପୂର୍ବାନୁମାନ କରିଛନ୍ତି। ଗଣମାଧ୍ୟମକୁ ସୂଚନା ଦେଇ ରାହୁଲ ଏହି କଥା କହିଛନ୍ତି। ଏହା ପୂର୍ବରୁ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଇଣ୍ଡିଆ ମେଣ୍ଟ ୨୯୫ ଆସନ ଜିତିବ ବୋଲି ଆକଳନ କରିଥିଲେ। ଶନିବାର ଶେଷ ପର୍ଯ୍ୟାୟ ଭୋଟ ସରିବା ପରେ ଖଡ଼ଗେଙ୍କ ଘରେ ପ୍ରାୟ ଅଢେଇ ଘଣ୍ଟା ଧରି ଇଣ୍ଡିଆ ମେଣ୍ଟ ନେତାଙ୍କ ବୈଠକ ବସିଥିଲା। ବିଜେପି ଏକଜିଟ ପୋଲ ରିପୋର୍ଟ ଉପରେ ଚର୍ଚ୍ଚା କରିବେ।

ତେବେ ଇଣ୍ଡିଆ ମେଣ୍ଟ ନେତାଙ୍କୁ ନିର୍ବାଚନ ପ୍ରକ୍ରିୟା ଉପରେ ସତର୍କ ଦୃଷ୍ଟି ରଖିବାକୁ ପରାମର୍ଶ ଦେଇଛନ୍ତି ମଲ୍ଲିକାର୍ଜୁନ ଖଡ଼ଗେ। ଏହି ବୈଠକରେ କଂଗ୍ରେସ ସଂସଦୀୟ ଦଳ ଅଧ୍ୟକ୍ଷା ସୋନିଆ ଗାନ୍ଧି, କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କ ସମେତ ଇଣ୍ଡିଆ ମେଣ୍ଟର ପ୍ରମୁଖ ନେତା ସାମିଲ ହୋଇଥିଲେ। ଦେଶରେ ମୋଟ ୫୪୩ ଆସନରେ ଭୋଟ ମତଦାନ ହୋଇଛି। ସାତଟି ପର୍ଯ୍ୟାୟରେ ଏହି ଭୋଟଗ୍ରହଣ ହୋଇଥିଲା। ୧୯ ଏପ୍ରିଲରେ ପ୍ରଥମ ପର୍ଯ୍ଯାୟ ଭୋଟଗ୍ରହଣ ହୋଇଥିଲା।।ଗତ ଜୁନ ୧ ତାରିଖରେ ସପ୍ତମ ତଥା ଶେଷ ପର୍ଯ୍ଯାୟ ମତଦାନ ଶେଷ ହୋଇଛି। ପ୍ରାୟ ଦେଢମାସ ଧରି ଚାଲିଛି ଏହି ନିର୍ବାଚନ ପ୍ରକ୍ରିୟା। ଆସନ୍ତାକାଲି ଜୁନ ୪ ତାରିଖରେ ଭୋଟ ଗଣତି ହେବ।

୨୦୨୪-୨୫ ଶିକ୍ଷାବର୍ଷ ପାଇଁ ଆଜିଠୁ ଯୁକ୍ତତିନି ନାମଲେଖା ପାଇଁ ଆବେଦନ ଆରମ୍ଭ

ଭୁବନେଶ୍ୱର : ଆଜିଠୁ ଯୁକ୍ତତିନି ନାମଲେଖା ପାଇଁ ହେବ ଆବେଦନ । ୨୦୨୪-୨୫ ଶିକ୍ଷାବର୍ଷ ପାଇଁ ଯୁକ୍ତ ତିନି ନାମଲେଖା ପକ୍ରିୟା ଆରମ୍ଭ ହେବ । ଅପରାହ୍ନ ୪ଟା ସମୟରୁ ଅନଲାଇନ ମାଧ୍ୟମରେ ଛାତ୍ରଛାତ୍ରୀମାନେ ଆବେଦନ କରିପାରିବେ । samsodisha.gov.in ୱେବସାଇଟ ମାଧ୍ୟମରେ ଜୁନ ୧୭ ପର୍ଯ୍ୟନ୍ତ ଏହି ଆବେଦନ ପାଇଁ ସୁଯୋଗ ରହିବ । ଆବେଦନ ପରେ ଜୁନ୍ ୧୮ ତାରିଖରୁ ୧୯ ତାରିଖ ମଧ୍ୟରେ CAFର ତ୍ରୁଟି ସୁଧାରି ପାରିବେ ।

ଜୁନ୍ ୨୫ ତାରିଖ ଅପରାହ୍ନ ୪ଟାରେ ପ୍ରକାଶ ପାଇବ ପ୍ରଥମ ମେଧା ତାଲିକା । ତେବେ ଜୁନ ୨୫ ତାରିଖରୁ ୨୮ ତାରିଖ ଯାଏଁ ସ୍ଲାଇଡ୍ ଅପ୍ସନ ଚୟନ କରିପାରିବେ ଛାତ୍ରଛାତ୍ରୀ । ଜୁନ୍ ୨୬ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ କଲେଜକୁ ଯାଇ ରିପୋର୍ଟ କରିବେ । ଜୁଲାଇ ୫ ତାରିଖ ଅପରାହ୍ନ ୪ଟାରେ ଦ୍ବିତୀୟ ପର୍ଯ୍ୟାୟ ମେଧାବୀ ତାଲିକା ପ୍ରକାଶ ପାଇବ ।

ତେବେ ଜୁଲାଇ ୫ ତାରିଖରୁ ୮ ତାରିଖ ଯାଏଁ ସ୍ଲାଇଡ୍ ଅପସନ ଚୟନ କରିପାରିବେ ଛାତ୍ରଛାତ୍ରୀ । ଜୁଲାଇ ୬ ତାରିଖରୁ ୯ ତାରିଖ ପର୍ଯ୍ୟନ୍ତ ଦ୍ବିତୀୟ ପର୍ଯ୍ୟାୟ ନାମଲେଖା ରିପୋର୍ଟ କରିବେ । ଜୁଲାଇ ୧୫ ତାରିଖ ଅପରାହ୍ନ ୪ଟାରେ ତୃତୀୟ ପର୍ଯ୍ୟାୟ ମେଧାବୀ ତାଲିକା ପ୍ରକାଶ ପାଇବ । ରାଜ୍ୟରେ ସ୍ଵୟଂଶାସିତ କଲେଜ ଏବଂ ଯୁକ୍ତ ତିନି ମୋଟ କଲେଜ ହେଉଛି ୧୦୩୭ ।

ସେଥିମଧ୍ୟରୁ ୨ ଲକ୍ଷ ୭୩ ହଜାର ୧୫ଟି ସିଟ ରହିଛି । ତେବେ ଚଳିତ ବର୍ଷ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୨୪ ହଜାର ୫୫୨ ସିଟ ରହିଥିବା ବେଳେ ଦ୍ଵିତୀୟ ସର୍ବାଧିକ କଟକ ଜିଲ୍ଲାରେ ରହିଛି । କଟକରେ ସିଟ ସଂଖ୍ୟା ୨୧ ହଜାର ୮୧୨ ରହିଛି ଏବଂ ଖୋର୍ଦ୍ଧା ଜିଲ୍ଲାରେ ସିଟ ରହିଛି ୨୧ ହଜାର ୧୨୩ ।

ତିହାର ଜେଲକୁ ଫେରିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ

ଦିଲ୍ଲୀ: ତିହାର ଜେଲକୁ ଫେରିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । ତେବେ ତା’ ପୂର୍ବରୁ ମୋଦି ସରକାର ଉପରେ ବର୍ଷିଛନ୍ତି । ସେ କହିଛନ୍ତି, ମୁଁ କେବେ ବାହାରକୁ ଆସିବି, ତାହା ଜଣାନାହିଁ । ଏକଛତ୍ରବାଦ ବିରୋଧରେ ଲଢ଼େଇ ଜାରି ରଖିବାକୁ ସେ ଆପ୍ କର୍ମୀଙ୍କୁ ଆହ୍ବାନ ଦେଇଛନ୍ତି ।

କେଜ୍ରିଓ୍ବାଲ କହିଛନ୍ତି- ଭଗତ ସିଂହ କହିଥିଲେ ଯେତେ ବେଳେ କ୍ଷମତା କେନ୍ଦ୍ର ଏକଛତ୍ରବାଦ ହୋଇଯାଏ, ସେତେବେଳେ ଜେଲ୍ ଯିବା ଏକ କର୍ତ୍ତବ୍ଯ ହୋଇଯାଏ । ଭଗତ ସିଂହଙ୍କ ପରି ମୁଁ ମଧ୍ଯ ଜୀବନ ଦେବାକୁ ପ୍ରସ୍ତୁତ ବୋଲି ଭାବ ପ୍ରବଣ ହୋଇ କହିଥିଲେ କେଜ୍ରିଓ୍ବାଲ ।

ତିହାର ଜେଲକୁ ଫେରିବା ପୂର୍ବରୁ ସେ ମହାତ୍ମା ଗାନ୍ଧିଙ୍କ ସମାଧି ପୀଠ ଓ କନଟ ପ୍ଲେସରେ ଥିବା ହନୁମାନ ମନ୍ଦିରକୁ ଯାଇଥିଲେ । ପରେ ଆପର କିଛି କର୍ମୀଙ୍କ ସହିତ ତିହାର ଜେଲକୁ ଯାଇ ଆତ୍ମସମର୍ପଣ କରିଥିଲେ କେଜ୍ରିଓ୍ବାଲ । ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଇଡି ମାର୍ଚ୍ଚ ୨୧ରେ କେଜ୍ରିଓ୍ବାଲଙ୍କୁ ଗିରଫ କରିଥିଲା । ନିର୍ବାଚନରେ ପ୍ରଚାର କରିବାକୁ ତାଙ୍କୁ ୨୧ ଦିନର ଜାମିନ ଦେଇଥିଲେ ସୁପ୍ରିମକୋର୍ଟ । ମେ’ ୧୦ରେ ସେ ଜେଲରୁ ବାହାରିଥିଲେ । ଆଜି ପୁଣି ତିହାର ଜେଲକୁ ଫେରିଛନ୍ତି ।

ଏକଜିଟ ପୋଲ ନାଁରେ ଜାତୀୟ ସ୍ତରରେ ଚାଲିଛି ଫାର୍ସ

ଭୁବନେଶ୍ବର: ଏକଜିଟ ପୋଲ ନାମରେ ଜାତୀୟ ସ୍ତରରେ ଫାର୍ସ । ପଛରେ ବି ପଡିନାହାନ୍ତି ଆଞ୍ଚଳିକ ଚ୍ୟାନେଲ । ସର୍ଭେ ନାମରେ ନିର୍ଦ୍ଦିଷ୍ଟ ଦଳକୁ ପଲିଟିକାଲ ମାଇଲେଜ ଦେବାକୁ ଚାଲିଛି ଅପଚେଷ୍ଟା । ଖାମଖିଆଲି ଏକଜିଟ ପୋଲ ପ୍ରମାଣ କରୁଛି କିପରି ଚ୍ୟାନେଲ ହରାଉଛନ୍ତି ବିଶ୍ବସନୀୟତା । ସାମୟିକ ସ୍ବାର୍ଥ ଲାଗି ଗଣମାଧ୍ଯମର ଅପବ୍ଯବହାରକୁ ବିଭିନ୍ନ ସ୍ତରରେ କରାଯାଇଛି ସମାଲୋଚନା ।

ତଥ୍ଯ ନ ଜାଣି ଲୋକଙ୍କୁ ବିଭ୍ରାନ୍ତ କରିବାକୁ ଉଦ୍ଯମ । ଏକଜିଟ ପୋଲ ନାମରେ ଚାଲିଛି କି ସଟ୍ଟା ବଜାର ? ଏସି ରୁମରେ ବସି ମନଗଢ଼ା ଭାବେ ହେଉଛି ତଥ୍ଯ ଆକଳନ । ଜାଣୁନାହାନ୍ତି ରାଜ୍ଯର ଆସନ ସଂଖ୍ଯା । ସର୍ଭେ ନାମରେ ନିର୍ଦ୍ଦିଷ୍ଟ ଦଳକୁ ପଲିଟିକାଲ ମାଇଲେଜ ଦେବାକୁ ଚାଲିଛି ଅପଚେଷ୍ଟା । ଏକଥା ଆମେ କହୁନୁ, ଆଉ ଏଥିରେ ସାମିଲ ଅଛନ୍ତି ଜାତୀୟ ସ୍ତରରେ ପ୍ରତିଷ୍ଠିତ ଗଣମାଧ୍ଯମ । ଜନଗଣଙ୍କୁ ବିଭ୍ରାନ୍ତ କରିବାକୁ ବିଫଳ ପ୍ରୟାସ । ସଠିକ୍ ତଥ୍ଯ ନଜାଣି କାହିଁକି ଏପରି କରାଯାଉଛି ହୀନ ଉଦ୍ଯମ ।

ଜୁନ ୧ର ନିର୍ବାଚନ ଫଳକୁ ନେଇ ସନ୍ଧ୍ଯାରେ ଆସିଥିଲା ଏକଜିଟ ପୋଲ । ସାରା ଦେଶବାସୀଙ୍କ ନଜର ରହିଥିଲା ଟିଭି ସ୍କ୍ରିନ ଉପରେ । ଗୋଟିଏ ନିର୍ଦ୍ଦିଷ୍ଟ ଦଳ ସପକ୍ଷରେ ଜନମତ ଦେଖାଇବାକୁ ଲାଗିଥିଲା ପ୍ରତିଯୋଗିତା । ରାଜ୍ଯର ଆସନ ସଂଖ୍ଯା ନେଇ ତାଳମେଳ ରଖିନାହାଁନ୍ତି ଜାତୀୟ ସ୍ତରର ଚ୍ୟାନେଲ । ରାଜସ୍ଥାନରେ ଲୋକସଭା ଆସନ ସଂଖ୍ଯା ୨୫ । ହେଲେ ନ୍ଯୁଜ-24 ଦର୍ଶାଇଲା ରାଜ୍ଯରେ ବିଜେପି ଜିତିବ ୩୩ ଆସନ । ହିମାଚଳ ପ୍ରଦେଶର ଆସନ ସଂଖ୍ୟା ୪ । ଜି-ନ୍ୟୁଜ କହିଲା ଏନଡିଏ ଲାଭ କରିବ ୪ରୁ ୬ ଆସନ । ହରିଆଣାରେ ୧୦ଟି ଲୋକସଭା ଆସନ ଥିବାବେଳେ କୁହାଗଲା ଏନଡିଏ ପାଇବ ୧୬ରୁ ୧୯ ଆସନ । ବିହାରରେ ଲୋକ ଜନଶକ୍ତି ପାର୍ଟି ଲଢୁଛି ୫ଟି ଆସନରେ । ମାତ୍ର ଆକ୍ସିସ ମାଇଁ ଇଣ୍ଡିଆ ସର୍ଭେ ଅନୁସାରେ ଏଲଜେପି ପାଇବ ୪ରୁ ୬ ଆସନ ।

ଏବେ ଓଡ଼ିଶା ଉପରେ ନଜର ପକାନ୍ତୁ । ୨୦୧୯ ଲୋକସଭା କ୍ଷେତ୍ରରେ ଇଣ୍ଡିଆ ଟୁଡେ- ଆକ୍ସିସ ମାଇଁ ଇଣ୍ଡିଆ କହିଥିଲା ବିଜେପି ପାଇବ ୧୫ରୁ ୧୯ ଆସନ । ବିଜେଡିକୁ ମିଳିବ ୨ରୁ ୬ । କଂଗ୍ରେସକୁ ମିଳିବ ୦ରୁ ଗୋଟିଏ ଆସନ । ହେଲେ ବାସ୍ତବ ନିର୍ବାଚନ ଫଳାଫଳ ଏସବୁ ଆକଳନକୁ ଭୁଲ ପ୍ରମାଣିତ କରିଥିଲା । ସେହିପରି ରିପବ୍ଲକି-ସି ଭୋଟର କହିଥିଲା ବିଜେପିକୁ ୧୦, ବିଜେଡିକୁ ୧୧ ଓ କଂଗ୍ରେସକୁ କିଛି ଆସନ ମିଳିବ ନାହିଁ । ଟାଇମସ ନାଓ ଭିଏମଆର କହିଥିଲା-ବିଜେପିକୁ ୧୨, ବିଜେଡିକୁ ୮ ଓ କଂଗ୍ରେସକୁ କିଛି ଆସନ ମିଳିବ ନାହିଁ । ଟୁଡେଜ ଚାଣକ୍ଯ ନ୍ୟୁଜ ୨୪ କହିଥିଲା ବିଜେପିକୁ ୧୪, ବିଜେଡିକୁ ୭ ଓ କଗ୍ରେସକୁ କିଛି ଆସନ ମିଳିବ ନାହିଁ । ମାତ୍ର ସମସ୍ତ ତଥ୍ଯ ଭୁଲ୍ ପ୍ରମାଣିତ ହେଲା ।

ସେହିପରି ବିଧାନସଭା କ୍ଷେତ୍ରରେ ବି ୨୦୧୯ରେ ଏକଜିଟ ପୋଲ କରିଥିବା ସଂସ୍ଥା ହରାଇଲେ ବିଶ୍ବସନୀୟତା । କନକ ନ୍ଯୁଜ-ସମ୍ବାଦ ପ୍ରକାଶ କରିଥିଲା- ବିଜେପି ୨୫ରୁ ୩୪, ବିଜେଡିକୁ ୮୫ରୁ ୯୫ ଓ କଂଗ୍ରେସକୁ ୧୨ରୁ ୧୫ ଆସନ ମିଳିବ । ଇଣ୍ଡିଆ ଟୁଡେ ଆକ୍ସିସର ଆକଳନ ଥିଲା ବିଜେପିକୁ ୨୯ରୁ ୪୩, ବିଜେଡିକୁ ୮୯ରୁ ୧୦୫ ଓ କଂଗ୍ରେସକୁ ୮ରୁ ୧୨ ଆସନ ମିଳିବ । ହେଲେ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ଆଗରେ ଏସବୁ ଭୁଲ ପ୍ରମାଣିତ ହେଲା ।