spot_img
Home Blog Page 178

ସମ୍ବଲପୁରୀ ଶାଢ଼ୀରେ ଭାଗବତ ଗୀତାର ଶ୍ଲୋକ

ଗୀତା ଜୟନ୍ତୀରେ ଚାଲିଛି ଗୀତାପାଠ । ବ୍ରାହ୍ମଣଙ୍କ ଉଚ୍ଚାରଣରେ କମ୍ପୁଛି ଚଉଦିଗ । ଗୀତା ଜୟନ୍ତୀ ଅବସରରେ ସୁବର୍ଣ୍ଣପୁର ଜିଲ୍ଲାର ବାନ୍ଧ ଶିଳ୍ପୀ ପ୍ରଫୁଲ୍ଲ ମେହେର ଏକ ୱାଲ ହ୍ୟାଙ୍ଗିଙ୍ଗରେ ଗୀତାର ଶ୍ଲୋକ ନିଖୁଣ ଭାବେ ବୁଣିଛନ୍ତି । ୧୪.୩ ମିଟର ଲମ୍ବର ଏକ ୱାଲ ହ୍ୟାଙ୍ଗିଙ୍ଗରେ ସରୁ ସୂଚାରେ ଭାଗବତର ୧୮ ଅଧ୍ୟାୟକୁ ସଂସ୍କୃତ ଭାଷାରେ ପରିସ୍ଫୁଟନ କରିଛନ୍ତି ।

ଗୀତାର ୧୮ ଅଧ୍ୟାୟର ୭୦୦ ଶ୍ଲୋକକୁ ପ୍ରଫୁଲ୍ଲ ଓ ୨୭ ଜଣ କାରିଗର ୪ ବର୍ଷ ୬ ମାସ ଧରି ବୁଣିଛନ୍ତି । ପ୍ରଫୁଲ୍ଲ ବୀରମହାରାଜପୁର ଅଞ୍ଚଳର ଏକ ବୁଣାକାର ପରିବାରରେ ଜନ୍ମିତ । ପିଲାବେଳୁ ତାଙ୍କର ନିଜର କୌଳିକ ବୃତ୍ତି ବାନ୍ଧକଳା ପ୍ରତି ବେଶ ଆଗ୍ରହ ଥିଲା । ପାଠପଢା ସରିବା ପରେ ସେ ରାଜ୍ୟ ବୟନ ଓ ହସ୍ତତନ୍ତ ବିଭାଗରେ ଚାକିରି କରିଥିଲେ । ସେ ୧୯୯୨ ରେ ନ୍ୟାସନାଲ ମେରିଟ ପୁରସ୍କାର ପାଇଥିଲେ । ଅବସର ପରେ ଏବେ ଏହି ୱାଲ ହ୍ୟାଙ୍ଗିଙ୍ଗରେ ଗୀତାର ଶ୍ଲୋକ ଗୁଡିକ ବୁଣି ପୁଣି ଚର୍ଚ୍ଚାରେ । ଏହି ହ୍ୟାଙ୍ଗିଙ୍ଗଟିକୁ ସ୍ଥାନୀୟ ଜିଲ୍ଲାପାଳ ଲୋକାର୍ପିତ କରିଛନ୍ତି । ବିଭିନ୍ନ ସମୟରେ ଚର୍ଚ୍ଚାରେ ରହେ ଜିଲ୍ଳାର ବାନ୍ଧ ଶିଳ୍ପୀଙ୍କ କଳା କାରିଗରି । ଏବେ ମଧ୍ୟ ଏହି ୱାଲ ହ୍ୟାଙ୍ଗିଙ୍ଗ ବେଶ୍ ଆଦୃତ ହେବ ବୋଲି ଆଶା କରାଯାଉଛି ।

ବାଟ ହୁଡ଼ିଛି ବିକାଶ: ୪ ରାଜସ୍ଵ ଗ୍ରାମକୁ ନାହିଁ ପକ୍କା ରାସ୍ତା

ବାଟ ହୁଡ଼ିଛି ବିକାଶ । ୪ ରାଜସ୍ଵ ଗ୍ରାମକୁ ନାହିଁ ପକ୍କା ରାସ୍ତା । ଯାତାୟତରେ ବାଧକ ସାଜୁଛି ବାଉରୀ ନାଳ । ଦୁର୍ଦ୍ଦଶା ଭୋଗୁଛନ୍ତି ୧୫ ଶହରୁ ଉର୍ଦ୍ଧ୍ଵ ଗ୍ରାମବାସୀ । ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଜେରଙ୍ଗ ଦେହୁରୀସାହି ପଞ୍ଚାୟତର ଜେରଙ୍ଗ, ସଉରିଆ, ଗୋପୀନାଥପୁର, ମଣ୍ଡପ ସାହିକୁ ରାସ୍ତା ଖଣ୍ଡେ ନାହିଁ । ଆବଡା ଖାବଡା ରାସ୍ତା ଦେଇ ଲୋକେ ଯାଆସ କରୁଥିବା ବେଳେ ବାଉରୀ ନାଳ ଲୋକଙ୍କ ସମସ୍ୟାକୁ ଦ୍ଵିଗୁଣିତ କରିଦେଉଛି । ଛାତ୍ରଛାତ୍ରୀଙ୍କ ମାନେ ପାଣିରେ ପଶି ବିଦ୍ୟାଳୟକୁ ଯାଉଛନ୍ତି । ଗାଁକୁ ଆମ୍ବୁଲାନ୍ସ ଆସିପାରୁନି । ଫଳରେ ଜରୁରୀ କାର୍ଯ୍ୟ ପାଇଁ ଲୋକେ ବହୁ ହଇରାଣ ହେଉଥିବା ଅଭିଯୋଗ କରିଛନ୍ତି ।

ପୂର୍ବ ସରକାର ସମୟରେ ବାଉରୀ ନାଳ ଉପରେ ପୋଲ ଓ ରାସ୍ତା ନିର୍ମାଣ କରିବା ପାଇଁ ବିଭାଗୀୟ ଅଧିକାରୀ ମାନେ ଆସି ମାଟି ପରୀକ୍ଷା କରିଥିଲେ । ଯାହାକୁ ଦେଖି ଗ୍ରାମବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଥିଲା । କିନ୍ତୁ ନୂତନ ସରକାରରେ କାମ ଆରମ୍ଭ ହେଉନାହିଁ । ଏନେଇ ଗ୍ରାମବାସୀ ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ କରିଥିଲେ ସୁଦ୍ଧା ଫଳ ଶୂନ । ଯାହାକୁ ନେଇ ଆନ୍ଦୋଳନ ମୁହାଁ ଲୋକେ । କେବେ ଅଞ୍ଚଳବାସୀଙ୍କ ଦୁଃଖ ଦୂର ହେବ ? ଲୋକେ କେବେ ସୁବିଧାରେ ଯାଆସ କରିବେ ?

ବାରବାଟୀ ଷ୍ଟାଡିୟମର କେଉଁ ଜାଗାରେ ଭଲରେ ଖେଳ ଦେଖିପାରିବେ ଦର୍ଶକ, ଆସନ୍ତୁ ଜାଣିବା……..

ବାରବାଟୀ ଟି-ଟ୍ବେଣ୍ଟି ପାଇଁ ଟିକେଟ ପାଇବା ପାଇଁ ଦର୍ଶକଙ୍କ ମଧ୍ୟରେ ଏବେ ଉତ୍ସାହ ବଢିଛି। ଦର୍ଶକ ଚାହିଁଛନ୍ତି ଯେଉଁ ଦଶ ହଜାର ଟିକେଟ କାଉଣ୍ଟର ରେ ବିକ୍ରୀ ହେବ ସେଥିରୁ ଦୁଇଟି ଟିକେଟ କିଣି 9 ତାରିଖରେ ମ୍ୟାଚ ଦେଖିବେ। ବାକି ଅନୁବନ୍ଧିତ ସଂଗଠନ, ସ୍କୁଲ ଓ କଲେଜ ପାଇଁ 11 ହଜାର ଟିକେଟ ରହିଛି। ତେବେ ଟିକେଟ କିଣିବାକୁ ଲକ୍ଷ୍ୟ ରଖିଥିବା ଦର୍ଶକ ପୁରା ଷ୍ଟାଡିୟମର କେଉଁ ଜାଗା ଖେଳ ଦେଖିବାର ପାଇଁ ଭଲ ତାହା ଜାଣିବା ଉଚିତ ହେବ।

ନିଜ ଜନ୍ମ ଦିନକୁ ସ୍ମରଣୀୟ କରିବାକୁ ଭୁବନେଶ୍ୱର ଏମ୍‌ସକୁ ୩ କୋଟି ୪୦ ଲକ୍ଷ ଟଙ୍କା ପ୍ରଦାନ କରିବେ ପ୍ରଫେସର ଲକ୍ଷ୍ମୀ ବାଇ

ଏଥର ନିଜ ଜନ୍ମ ଦିନକୁ ସ୍ମରଣୀୟ କରିବେ ଶତାୟୁ ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ପ୍ରଫେସର ଲକ୍ଷ୍ମୀ ବାଇ। ଶହେ ବର୍ଷରେ ସେ ପଦାର୍ପଣ କରିବେ। ଆସନ୍ତା ୫ ତାରିଖରେ ପ୍ରଫେସର ଲକ୍ଷ୍ମୀ ବାଇଙ୍କୁ ଛୁଇଁବ ଶହେ ବର୍ଷ। ଶହେତମ ଜନ୍ମ ଦିନକୁ ସ୍ମରଣୀୟ କରିବାକୁ ଜୀବନ ବ୍ୟାପି ସଞ୍ଚିତ ପୁଞ୍ଜି ସ୍ବାସ୍ଥ୍ୟ ସେବା ବିକାଶରେ ବିନିଯୋଗ କରିଛନ୍ତି । ଶତବାର୍ଷିକୀ ପାଳନ ଅବସରେ ଭୁବନେଶ୍ୱର ଏମ୍‌ସକୁ ୩ କୋଟି ୪୦ ଲକ୍ଷ ଟଙ୍କା ପ୍ରଦାନ କରିବେ। ଏଥିପାଇଁ ହସ୍‌ପିଟାଲ୍ ସହ ତାଙ୍କର ସମସ୍ତ ଆଲୋଚନା ସରିବା ପରେ କାଗଜପତ୍ର ମଧ୍ୟ ହୋଇସାରିଛି। ପ୍ରଫେସର ଲକ୍ଷ୍ମୀ ବାଇ କଟକ ମେଡିକାଲ କଲେଜ ଓ ହସ୍‌ପିଟାଲର ପ୍ରଥମ ବ୍ୟାଚ୍ MBBS ଛାତ୍ରୀ । ଏମ୍‌କେସିଜି ମେଡିକାଲ କଲେଜ ଓ ହସ୍‌ପିଟାଲରୁ ଅବସର ପରେ ବ୍ରହ୍ମପୁର ଭାବାନଗର ସ୍ଥିତ ଘରେ ରହୁଛନ୍ତି।

ତାଙ୍କ ଦ୍ବାରା ପ୍ରଦତ୍ତ ଅର୍ଥରେ ମହିଳା କର୍କଟ ରୋଗ ଚିକିତ୍ସା ଓ ଯତ୍ନ କ୍ଷେତ୍ରରେ ବିନିଯୋଗ ହେବ ବୋଲି ସେ ଅତ୍ଯନ୍ତ ଖୁସି ଅଛନ୍ତି। ମହିଳା କର୍କଟ ରୋଗ ଚିକିତ୍ସା ଓ ଯତ୍ନ କେନ୍ଦ୍ର କରିବାକୁ ଏହି ଟଙ୍କା ସେ ଭୁବନେଶ୍ୱର ଏମ୍‌ସକୁ ଦାନ କରିଥିବା କହିଛନ୍ତି। ବହୁ ପୁରୁଣା ଛାତ୍ରୀ ତଥା ଜଣାଶୁଣା ପ୍ରସୂତି ଓ ସ୍ତ୍ରୀ ରୋଗ ବିଭାଗ ପ୍ରଫେସର ପି. ଭାରତୀ ଓ ଡାକ୍ତର ଭାରତୀ ମିଶ୍ର ଏହି ଅର୍ଥ କିପରି ରୋଗୀ ଚିକିତ୍ସାରେ ଲାଗିବ ସେ ନେଇ ତଦାରଖ କରୁଛନ୍ତି। ୧୯୨୬ ଡିସେମ୍ବର ୫ ତାରିଖରେ ପ୍ରଫେସର ଲକ୍ଷ୍ମୀ ବାଈଙ୍କ ଜନ୍ମ। ୧୯୪୫ରୁ ୧୯୫୦ରେ କଟକ ଏସ୍‌ସିବି ମେଡିକାଲ କଲେଜ‌ରେ MBBS ପାଠପଢ଼ା ସରିବା ପରେ ୧୯୫୮ରେ ମାଡ୍ରାସ୍‌ ମେଡିକାଲ କଲେଜ ‘ଓ ଏଣ୍ଡ୍ ଜି’ ବିଶେଷଜ୍ଞ ଭାବେ ପୋଷ୍ଟ ଗ୍ରାଜୁଏଟ କରିଥିଲେ। ୧୯୫୦ରେ ସୁନ୍ଦରଗଡ଼ ଜିଲ୍ଲା ହସ୍‌ପିଟାଲରୁ ଚାକରି ଜୀବନ ଆରମ୍ଭ କରି ୧୯୮୬ରେ ଏମ୍‌କେସିଜିରେ ଅବସର ନେଇଥିଲେ। ସ୍ବାସ୍ଥ୍ୟସେବାରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଭାରତ ଜ୍ୟୋତି ଆଓ୍ବାର୍ଡ, ଇଣ୍ଟରନ୍ୟାସ୍‌ନାଲ ଫ୍ରେଣ୍ଡସିପ୍ ସୋସାଇଟି ଆୱାର୍ଡ ଏବଂ ବେଷ୍ଟ୍ ସିଟିଜେନ୍ ଅଫ୍ ଇଣ୍ଡିଆ ଆଓ୍ବାର୍ଡ ପାଇଛନ୍ତି।

ଋଣ କିସ୍ତି ଖିଲାପ ଯୋଗୁ ଝିଅ ମାଡ ଖାଇ ଲହୁଲୁହାଣ, ଘଟଣାକୁ ନେଇ ଗୃହରେ ତମ୍ବିତୋଫାନ

ଭଦ୍ରକରେ ମା ନେଇଥିଲା ଏସଏଚଜି ଋଣ। କିସ୍ତି ଖିଲାପ ଯୋଗୁ ଝିଅ ମାଡ ଖାଇ ଲହୁଲୁହାଣ, ମହିଳା ସଶକ୍ତିକରଣ ରେ ଏକଦା ସଫଳ ଓଡ଼ିଶାର ଏବେକାର ଏକ ଉଦାହରଣ, ଶୀର୍ଷକ ମୁଲତବୀ ନୋଟିସ୍ ବିଜେଡ଼ି ପକ୍ଷରୁ ଦିଆଯାଇଥିଲା। ଯେଉଁଥିରେ ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ ଭାଗ ନେଇ କହିଛନ୍ତି, ବିଭିନ୍ନ ଗଣମାଧ୍ୟମରେ ଝିଅ ମନ୍ତବ୍ୟ ଦେଇଛନ୍ତି। ରାସ୍ତାରେ ଗୋଡାଇ ଗୋଡାଇ ମାଡ ମାରିଥିଲେ ଆଉ ପିନ୍ଧି ଥିବା ଡ୍ରେସ୍ କୁ ଛିଣ୍ଡାଇ ଦେଇଥିଲେ। ମା ର ମୃତ୍ୟୁ ପରେ ଝିଅ 3 ମାସ ସୁଝି ଥିଲା। କିନ୍ତୁ ପରେ ଝିଅଟି ଜାଣିବାକୁ ପାଇଥିଲା ଯେ ରୁଣ ଗ୍ରହିତାଙ୍କ ମୃତ୍ୟୁ ପରେ ବାକି ଥିବା କିସ୍ତି insurance ରୁ କଭର ହେବ । ଯେଉଁଥିପାଇଁ ସେ ଆଉ କିସ୍ତି ସୁଝି ନଥିଲା। ଦ୍ରୌପଦୀ ଭଳି ଅତ୍ୟାଚାର କରାଗଲା ଝିଅଟି ଉପରେ । ଏହା ସଭ୍ୟ ସମାଜ ପାଇଁ ଗ୍ରହଣୀୟ ନୂହେଁ । ତେଣୁ ଉପମୁଖ୍ୟମନ୍ତ୍ରୀ ଘଟଣା ଉପରେ ଗୋଟିଏ କମିଟି କରି ତଦନ୍ତ କରନ୍ତୁ ବୋଲି କହିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ।

ସେହିପରି କଂଗ୍ରେସ ବାସୁଦେବପୁର ବିଧାୟକ ଅଶୋକ ଦାସ ଆଲୋଚନା ରେ ଭାଗ ନେଇ କହିଛନ୍ତି, ମନୋରମାଙ୍କ ପକ୍ଷାଘାତରେ ମୃତ୍ୟୁ ହେଲା। ପରବର୍ତ୍ତୀ ଅବସ୍ଥାରେ ତାଙ୍କ ଝିଅ ଦୁର୍ଦ୍ଦଶାର ଶିକାର ହେଲେ। ଉପମୁଖ୍ୟମନ୍ତ୍ରୀ କହିଲେ ଏସଏଚଜି ଋଣ ବାବଦରେ ସରକାରଙ୍କ କୌଣସି ଭୂମିକା ନାହିଁ । ତେଣୁ ଏସଏଚଜି ହେଉଛି ତେବେ ଋଣ ଶୁଝିବା ନେଇ ମଧ୍ଯ ନିୟମ ରହୁ। ଯେଉଁ ଋଣ ଏସଏଚଜି ମାଧ୍ୟମରେ ଦିଆଯାଉଛି ସେ ଋଣ ପରିଶୋଧ ପାଇଁ କୋହଳ ନିୟମ ରହୁ । ବହୁ ଘରୋଇ ବ୍ୟାଙ୍କ ଏସଏଚଜିକୁ ଋଣ ଦେଇ ଜୋର୍ ଜବରଦସ୍ତି ଆଦାୟ କରୁଛନ୍ତି। ଏଥିପ୍ରତି ସରକାର ବିଚାର କରନ୍ତୁ ବୋଲି କଂଗ୍ରେସ ଦାବି କରିଛି । ଏହାର ଉତ୍ତରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି ରାଜ୍ୟ ସରକାର ମହିଳା ସଶକ୍ତିକରଣ ପାଇଁ ପଦକ୍ଷେପ ନେଉଛନ୍ତି । ଭଦ୍ରକର ମନୋରମା ମହାପାତ୍ର ଏସଏଚଜି ରୁ ୭୦ ହଜାର ଟଙ୍କା ଋଣ ନେଇଥିଲେ । କେବଳ ୧୮ ହଜାର ଟଙ୍କା ଫେରାଇବା ପରେ ତାଙ୍କର ମୃତ୍ୟୁ ହେଲା । ଏହାପରେ ତାଙ୍କ ଝିଅ ମୋନାଲିସା ମହାପାତ୍ର ଋଣ ସୁଝିବାକୁ ଏସଏଚଜି ପକ୍ଷରୁ ନେଇ ଚାପ ପକାଯିବା ଓ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଏସଏଚଜିର ଆଭ୍ୟନ୍ତରୀଣ ଋଣ ସେମାନଙ୍କ ବ୍ୟକ୍ତିଗତ ବ୍ୟାପାର । ଏହା ସରକାରଙ୍କ ପରିଧିକୁ ଆସୁନାହିଁ । କିନ୍ତୁ ଘଟଣାଟି ସରକାରଙ୍କ ଦୃଷ୍ଟିକୁ ଆସିଛି । ଥାନାରେ ଅଭିଯୋଗ ହୋଇଅଛି । ତଦନ୍ତ ଚାଲିଛି । ମନୋରମା ଓ ଝିଅ ମୋନାଲିସା ଉଭୟ ସୁଭଦ୍ରା ଯୋଜନାରେ ସାମିଲ ହୋଇ କିସ୍ତି ପାଇଛନ୍ତି । ବିରୋଧୀଙ୍କ ମୁଲତବୀ ନୋଟିସ୍ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ।

କିଛି କ୍ଷଣ ମଧ୍ୟରେ ସରିଗଲା ଟିକେଟ୍‌: ଅପେକ୍ଷା କରି ରହିଥିଲେ ୩୦ ହଜାର ଦର୍ଶକ

ଆସନ୍ତା ୯ ତାରିଖ ବାରବାଟିରେ ଭାରତ-ଦକ୍ଷିଣ ଆଫ୍ରିକା ଟି-ଟ୍ବେଣ୍ଟି ମ୍ୟାଚ ପାଇଁ ଆଜି ଅନଲାଇନ ଟିକେଟ ବିକ୍ରି ଆରମ୍ଭ ହେବାର କିଛି କ୍ଷଣରେ ସରିଗଲା। ଟିକେଟ ବିକ୍ରି ପୂର୍ବରୁ ସର୍ଭର ଜାମ୍ ଦେଖାଯାଇଥିଲା। ବିକ୍ରି ଆରମ୍ଭ ହେବାମାତ୍ରେ ୱେଟିଂ ଲିଷ୍ଟ ଦେଖାଇଥିଲା। କାହାର ୧୦ ହଜାର ତ କାହାର ୨୦ ହଜାର ୱେଟିଂ। ମାତ୍ର କିଛି କ୍ଷଣ ମଧ୍ୟରେ ସବୁ ଟିକେଟ ସରିଯାଇଥିଲା। ଏଥର ଅନଲାଇନରେ ମାତ୍ର ୨ ହଜାର ଟିକେଟ ବିକ୍ରି କରାଯାଇଛି। ୨ଟା ବେଳକୁ ସାଇଟ ଖୋଲିବା କ୍ଷଣି ୩୦ ହଜାର ଦର୍ଶକ ଅପେକ୍ଷା କରିଥିଲେ। ଟିକେଟ ସରିଯିବାରୁ ଅନେକ ଦର୍ଶକଙ୍କୁ ନିରାଶ ହେବାକୁ ପଡିଛି। ସେପଟେ ସୋସିଆଲ ମିଡିଆରେ ମାତିଛନ୍ତି ଟିକେଟ ବ୍ଲାକର। ଅନଲାଇନ୍ ଓ ଅଫଲାଇନ୍ ଟିକେଟ ବିକ୍ରି ହୋଇନଥିବା ବେଳେ ଆଗୁଆ ସୋସିଆଲ ମିଡିଆରେ ଷ୍ଟାଟସ ଦେଇ ଟିକେଟ କଳା ବଜାରୀ ଆରମ୍ଭ କରି ଦେଲେଣି।ମୂଳ ଟିକେଟ ଦରର ପାଖାପାଖି ୫ ଗୁଣା ଦରରେ ଟିକେଟ ବିକ୍ରି କରୁଥିବା ଦେଖିବାକୁ ମିଳିଛି। ଟିକେଟ ବିକ୍ରି ପୂର୍ବରୁ ଏହିଭଳି ସୋସିଆଲ ମିଡିଆରେ ପୋଷ୍ଟ ବର୍ତ୍ତମାନ ସମୟରେ ସନ୍ଦେହ ସୃଷ୍ଟି କରିଛି।

ହାତଗଣ୍ଠି ପଡିବା ପୂର୍ବରୁ ପ୍ରେମିକ ସହ ଫେରାର ହୋଇଗଲା କନ୍ୟା

ନନ୍ଦିଘୋଷ ବ୍ୟୁରୋ : ଉତ୍ତର ପ୍ରଦେଶର ଉନ୍ନାଓ ଜିଲାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ବରଣମାଳା ପରେ କନ୍ୟା ତାଙ୍କ ପ୍ରେମିକଙ୍କ ସହ ପଳାଇଯିବା ବିବାହ ଉତ୍ସବରେ ହଇଚଇ ସୃଷ୍ଟି ହୋଇଛି। ପୂର୍ବା ପୋଲିସ ଷ୍ଟେଶନ ସୀମା ଅନ୍ତର୍ଗତ ଏକ ଗାଁରେ ରବିବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି। ବିବାହ ସମୟରେ ବରକୁ ବରଣମାଳା ପିନ୍ଧାଇ କନ୍ୟା ତାଙ୍କ ପ୍ରେମିକଙ୍କ ସହ ପଳାଇ ଯାଇଥିଲା। ବର ପକ୍ଷ ପକ୍ଷରୁ ଏନେଇ ଅଭିଯୋଗ କରାଯାଇଛି।

ପୋଲିସ ଅନୁଯାୟୀ, ଅଜୟପୁର ଗାଁରେ ଏକ ବିବାହ ଶୋଭାଯାତ୍ରା ପହଞ୍ଚିଥିଲା। ଏଠାରେ ବର ଏବଂ କନ୍ୟାଙ୍କ ପରିବାର ପାରମ୍ପରିକ ‘ଦ୍ୱାର ଚାର’ ଏବଂ ଅନ୍ୟାନ୍ୟ ରୀତିନୀତି ପାଳନ କରିଥିଲେ। ରୀତିନୀତି ଅନୁଯାୟୀ, ବର ଏବଂ କନ୍ୟା ପରସ୍ପରକୁ ମାଳା ପିନ୍ଧାଇଥିଲେ। ଏହାର କିଛି ସମୟ ପରେ, ବର ପରିବାର ଅନ୍ୟାନ୍ୟ ପ୍ରସ୍ତୁତିରେ ବ୍ୟସ୍ତ ଥିବା ବେଳେ କନ୍ୟା ତାଙ୍କ ରୁମ୍‌କୁ ଯାଇଥିଲେ। ପରେ, ପରିବାର ସଦସ୍ୟମାନେ ବିଦାୟୀ ପାଇଁ କନ୍ୟାକୁ ଡାକିବାକୁ ଯାଇଥିବାବେଳେ ସେ ରୁମ୍‌ରୁ ନିଖୋଜ ଥିଲେ। ବହୁ ଖୋଜାଖୋଜି ପରେ, ତାଙ୍କୁ ପାଇ ନ ଥିଲେ ଏବଂ ପରିବାର ଲୋକେ ପରେ ଜାଣିବାକୁ ପାଇଲେ ଯେ ଜଣେ ସ୍ଥାନୀୟ ଯୁବକଙ୍କ ସହ କନ୍ୟା ଫେରାର ଅଛନ୍ତି।

ପୋଲିସ କହିଛି ଯେ, କନ୍ୟାର ବାପା ଫୋନ୍‌ରେ ପୁଅ ସହିତ କଥା ହୋଇଥିଲେ, ତା’ପରେ କନ୍ୟା ନିଜେ ତାଙ୍କ ବାପାଙ୍କ ସହ କଥା ହୋଇଥିଲେ। ସେ ତାଙ୍କ ପ୍ରେମିକଙ୍କ ସହିତ ରହିବା ଏବଂ ବିବାହ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ। ଏହି ଘଟଣା ପରେ ଦୁଇ ପରିବାର ମଧ୍ୟରେ ଯୁକ୍ତିତର୍କ ହୋଇଥିଲା ଏବଂ ବର ପକ୍ଷକୁ ଖାଲି ହାତରେ ଫେରିବାକୁ ପଡିଥିଲା। କନ୍ୟାର ବାପା ପୂର୍ବା ଥାନାରେ ତାଙ୍କ ଅଭିଯୁକ୍ତ ପ୍ରେମିକଙ୍କ ବିରୋଧରେ ଅଭିଯୋଗ କରିଛନ୍ତି। ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ଯେ, ଏହି ଘଟଣାର ତଦନ୍ତ କରାଯାଉଛି ଏବଂ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

 

 

ଛାଡ଼ପତ୍ରର ୪ ବର୍ଷ ପରେ ବାହାହେଲେ ସାମନ୍ଥା

ନନ୍ଦିଘୋଷ ବ୍ୟୁରୋ : ଅଭିନେତ୍ରୀ ସାମନ୍ଥା ଦେଇଛନ୍ତି ଖୁସି ଖବର । ଛାଡ଼ପତ୍ରର ୪ ବର୍ଷ ପରେ ପୁଣିଥରେ ଦ୍ବିତୀୟ ବିବାହ କରିଛନ୍ତି । ପ୍ରେମିକ ରାଜଙ୍କୁ ବିବାହ କରିଛନ୍ତି । ଏନେଇ ସୋସିଆଲ ମିଡିଆରେ ଏକ ଫଟୋ ପୋଷ୍ଟ କରିଥିବା ଦେଖିବାକୁ ମିଳିଛି । ତେବେ ଏହା ଉଭୟଙ୍କ ଦ୍ବିତୀୟ ବିବାହ । ଚୈତନ୍ୟଙ୍କୁ ପୂର୍ବରୁ ସାମନ୍ଥା ବିବାହ କରିଥିବାବେଳେ ସେମାନଙ୍କ ବିଚ୍ଛେଦ ହୋଇସାରିଛି । ସେମାନେ ୨୦୧୭ ମସିହାରେ ପ୍ରେମ ବିବାହ କରିଥିଲେ । ୨୦୨୨ ମସିହାରେ ସେମାନଙ୍କର ବିଚ୍ଛେଦ ହୋଇଥିଲା । ଛାଡ଼ପତ୍ର ପରେ ଡିପ୍ରେସନରେ ରହିଥିଲେ ସାମନ୍ଥା । ଏବେ ତାଙ୍କର ଦ୍ବିତୀୟ ବିବାହ ହୋଇଥିବା ଖବର ସାମ୍ନାକୁ ଆସିବା ପରେ ସମସ୍ତେ ଶୁଭେଚ୍ଛା ଜଣାଇଛନ୍ତି ।

https://www.instagram.com/samantharuthprabhuoffl/?utm_source=ig_embed&ig_rid=850b8b77-82c4-4584-9a34-3701240b8e3c

ବାରବାଟୀ ମ୍ୟାଚ୍ : ସୋସିଆଲ ମିଡିଆରେ ମାତିଲେଣି ଟିକେଟ ବ୍ଲାକର

0

ନନ୍ଦିଘୋଷ ବ୍ୟୁରୋ: ସୋସିଆଲ ମିଡିଆରେ ମାତିଲେଣି ଟିକେଟ ବ୍ଲାକର । ଅନଲାଇନ୍ ଓ ଅଫଲାଇନ୍ ଟିକେଟ ବିକ୍ରି ହୋଇ ନଥିବା ବେଳେ ଆଗୁଆ ସୋସିଆଲ ମିଡିଆରେ ଷ୍ଟାଟସ ଦେଇ ଟିକେଟ କଳା ବଜାରୀ ଆରମ୍ଭ କରି ଦେଲେଣି । ମୂଳ ଟିକେଟ ଦରର ପାଖାପାଖି ୫ ଗୁଣା ଦରରେ ଟିକେଟ ବିକ୍ରି କରୁଥିବା ଦେଖିବାକୁ ମିଳିଛି । ଟିକେଟ ବିକ୍ରି ପୂର୍ବରୁ ଏହିଭଳି ସୋସିଆଲ ମିଡିଆରେ ପୋଷ୍ଟ ବର୍ତ୍ତମାନ ସମୟରେ ସନ୍ଦେହ ସୃଷ୍ଟି କରିଛି ।

ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟି-୨୦ କଟକ ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଯାଉଛି । ଆସନ୍ତା ୯ ତାରିଖରେ ମ୍ୟାଚ ଅନୁଷ୍ଠିତ ହେବାକୁ ଥିବାବେଳେ ଆଜିଠାରୁ ଅନଲାଇନରେ ଟିକେଟ ମିଳିବ ବୋଲି ପ୍ରେସମିଟରେ କୁହାଯାଇଥିଲା । ଓଡ଼ିଶାର କ୍ରିକେଟପ୍ରେମୀମାନେ ମ୍ୟାଚ ଦେଖିବା ପାଇଁ ଆଗ୍ରହୀ ରହିଥିବାବେଳେ ଏହାର ଫାଇଦା ନେଇ ଦଲାଲମାନେ ମାତିଛନ୍ତି ।

ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ଓବିସି, ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସଂରକ୍ଷଣ ପ୍ରସଙ୍ଗରେ ସ୍ଵତନ୍ତ୍ର ଆଲୋଚନା ପାଇଁ ବାଚସ୍ପତିଙ୍କୁ ନୋଟିସ ଦେଲା କଂଗ୍ରେସ

ନନ୍ଦିଘୋଷ ବ୍ୟୁରୋ: ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ଓବିସି, ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସଂରକ୍ଷଣ ପ୍ରସଙ୍ଗରେ ସ୍ଵତନ୍ତ୍ର ଆଲୋଚନା ପାଇଁ ବାଚସ୍ପତିଙ୍କୁ ନୋଟିସ ଦେଲା କଂଗ୍ରେସ । ଶୂନ୍ୟକାଳରେ ଏ ନେଇ ଗୃହକୁ ଅବଗତ କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ । ରାଜ୍ୟରେ ଅନୁସୂଚିତି ଜାତି ଓ ଜନଜାତି ୪୦ ପ୍ରତିଶତ ଏବଂ ଓବିସି ୫୪ ପ୍ରତିଶତକୁ ମିଶାଇ ମୋଟ ୯୪ ପ୍ରତିଶତ। କିନ୍ତୁ ସେମାନଙ୍କୁ ତାଙ୍କ ଅଧିକାର ମିଳୁନାହିଁ । ଏ ପ୍ରସଙ୍ଗରେ ସର୍ବସମ୍ମତି କ୍ରମେ ଆଲୋଚନା କରାଯାଉ ବୋଲି ଦାବି କରିଛନ୍ତି ରାମଚନ୍ଦ୍ର କଡାମ । ଓବିସିଙ୍କୁ ୨୭ ପ୍ରତିଶତ ସଂରକ୍ଷଣ ଦିଆଯାଉନାହିଁ । ମାତ୍ର ୧୧ ପ୍ରତିଶତ ସଂରକ୍ଷଣ ଦିଆଯାଉଛି, ଯାହାକି ସମୁଦ୍ରକୁ ଶଙ୍ଖେ । ଅନ୍ୟପଟେ ଏସସି ଓ ଏସଟି ୪୦ ପ୍ରତିଶତ ଥିବା ବେଳେ, ସେମାନଙ୍କୁ ଉଚ୍ଚ ଶିକ୍ଷା କ୍ଷେତ୍ରରେ ମାତ୍ର ୨୦ ପ୍ରତିଶତ ସଂରକ୍ଷଣ ମିଳୁଛି । ଏଥିରେ ଆଦିବାସୀଙ୍କୁ ମାତ୍ର ୧୨ ପ୍ରତିଶତ ଓ ଦଳିତଙ୍କୁ ୮ ପ୍ରତିଶତ ସଂରକ୍ଷଣ ଦିଆଯାଉଛି । ଏହି ନିୟମ ସରକାର କେଉଁ ଆଧାରରେ କରିଛନ୍ତି ବୋଲି ପ୍ରଶ୍ନ ଉଠାଇଛନ୍ତି ରାମଚନ୍ଦ୍ର କାଡ଼ାମ ।