spot_img
Home Blog Page 1770

ମୋଦୀ 3.O କ୍ୟାବିନେଟରେ ଏହିମାନଙ୍କୁ ହଟାଇ ଦିଆଯାଇଛି !

ଭୁବନେଶ୍ୱର : ଆଜି ସନ୍ଧ୍ୟାରେ କ୍ରମାଗତ ତୃତୀୟ ଥର ପାଇଁ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ପ୍ରଧାନମନ୍ତ୍ରୀଙ୍କ ଶପଥ ଗ୍ରହଣ ପୂର୍ବରୁ ମୋଦୀ କ୍ୟାବିନେଟରେ ଯୋଗଦେବାକୁ ଥିବା ସାଂସଦଙ୍କ ସମ୍ଭାବ୍ୟ ନାମ ମଧ୍ୟ ପ୍ରକାଶ ପାଇଛି। ଏଥର ମୋଟ ୫୭ ମନ୍ତ୍ରୀ ସରକାରରେ ଯୋଗ ଦେଇ ପାରିବେ। ଆଜି ମୋଦୀଙ୍କ ସହ ସମସ୍ତେ ଶପଥ ନେଇପାରିବେ। ଏଥର ଏପରି ଅନେକ ଚେହେରା ଅଛନ୍ତି ଯେଉଁମାନେ ମନ୍ତ୍ରୀ ପଦରୁ ହଟାଯାଇପାରନ୍ତି । ସେମାନଙ୍କ ମଧ୍ୟରେ ନିଶିଥ ପ୍ରେମାନିକ, ନାରାୟଣ ରାଣେ, ସ୍ମୃତି ଇରାନୀ ଏବଂ ଅନୁରାଗ ଠାକୁରଙ୍କ ପରି ଅନେକ ବଡ ବଡ ନାମିଦାମି  ନେତା | ଏହା ବ୍ୟତୀତ କିଛି ଚେହେରା ମଧ୍ୟ ଅଛନ୍ତି ଯେଉଁମାନେ ନିର୍ବାଚନରେ ​​ହାରିଯିବା କାରଣରୁ ମନ୍ତ୍ରୀ ପଦବୀ ପାଇଁ ଦୌଡ଼ରୁ ବାହାରିଛନ୍ତି। ଆମେଥୀରୁ ଏକ ବଡ଼ ପରାଜୟର ସମ୍ମୁଖୀନ ହୋଇଥିବା ସ୍ମୃତି ଇରାନୀ ଏବଂ ନିର୍ବାଚନରେ ​​ଜିତିଥିବା ପୁରୁଷୋତ୍ତମ ରୂପା ମଧ୍ୟ ନୂତନ ସରକାରରେ ସ୍ଥାନ ପାଇବା ସମ୍ଭାବନା ନାହିଁ। ଏକ ଘନିଷ୍ଠ ପ୍ରତିଯୋଗିତାରେ ଶଶି ଥରୁରଙ୍କୁ ହରାଇଥିବା ରାଜୀବ ଚନ୍ଦ୍ରଶେଖରଙ୍କୁ ମଧ୍ୟ ନୂତନ ସରକାରଙ୍କ ଠାରୁ ଦୂରେଇ ରଖାଯିବ। ଏହା ବ୍ୟତୀତ ଖେରୀ ଲୋକସଭା ଆସନରୁ ନିର୍ବାଚନରେ ​​ହାରିଥିବା ଅଜୟ ମିଶ୍ର ଟେନି, ବୁକ୍ସାରରୁ ହାରିଥିବା ଅଶ୍ୱିନୀ ଚୌବେ ତାଙ୍କ ମନ୍ତ୍ରୀ ପଦ ହରାଇପାରନ୍ତି। ଏଥି ସହିତ ହିମାଚଳର ହମିରପୁର ଲୋକସଭା ଆସନରୁ ନିର୍ବାଚନରେ ​​ଜିତିଥିବା ଅନୁରାଗ ଠାକୁରଙ୍କୁ ମଧ୍ୟ ମନ୍ତ୍ରୀ ପଦରୁ ଦୂରେଇ ରଖାଯିବ।

ଅନେକ ନୂଆ ଚେହେରା ଦେଖିବାକୁ ମିଳିବ

ଗୋଟିଏ କାରଣ ହେଉଛି ମୋଦୀ ସରକାରଙ୍କ ତୃତୀୟ କାର୍ଯ୍ୟକାଳରେ ଦୁଇଜଣ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ମନ୍ତ୍ରୀ କରାଯାଉଛି। ଏଥିରେ ମଧ୍ୟପ୍ରଦେଶର ପୂର୍ବତନ ସିଏମ ଶିବରାଜ ସିଂ ଚୌହାନ ଏବଂ ହରିୟାଣାର ମନୋହର ଲାଲ ଖଟ୍ଟର ପୂର୍ବତନ ସିଏମ ଅନ୍ତର୍ଭୁକ୍ତ। ଏହି ଲୋକଙ୍କୁ ମୋଦୀ ସରକାରଙ୍କ ତୃତୀୟ କାର୍ଯ୍ୟକାଳରେ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି। ଏହି କାରଣରୁ ବିଜେପି ସାଂସଦମାନେ ଏଥର ମନ୍ତ୍ରୀ ହୋଇପାରିବେ ନାହିଁ।

ଏହି ନେତାମାନେ ମୋଦୀ ସରକାରଙ୍କର ଏକ ଅଂଶ ହୋଇପାରନ୍ତି

ବିଶ୍ୱାସ କରାଯାଏ ଯେ ଜ୍ୟୋତିରାଦିତ୍ୟ ସ୍କିଣ୍ଡିଆ, ଭୁପେନ୍ଦ୍ର ଯାଦବ, ପ୍ରହ୍ଲାଦ ଯୋଶୀ, ଗିରିରାଜ ସିଂ, ଅର୍ଜୁନ ରାମ ମେଘୱାଲ, ଜିତେନ୍ଦ୍ର ସିଂ, ଏସପି ବାଗେଲ, ଅନ୍ନପୂର୍ଣ୍ଣା ଦେବୀ, ବିରେନ୍ଦ୍ର କୁମାର, ପଙ୍କଜ ଚୌଧୁରୀ, ଶୋଭା କରନ୍ଦଲାଜେ, କୃଷ୍ଣ ପାଲ ଗୁରୁଜାର ଏବଂ ଲ ମୁରୁଗାନ ଗ୍ରହଣ କରିବେ। ନେଇପାରେ | ବିଜେପିର ଜି କିଶାନ ରେଡ୍ଡୀ, ସୁକାନ୍ତ ମଜୁମଦାର, ରାଓ ଇନ୍ଦରଜିତ ସିଂ, ନିତ୍ୟାନନ୍ଦ ରାୟ ଏବଂ ଭାଗୀରଥ ଚୌଧୁରୀ ମଧ୍ୟ ନୂତନ ସରକାରର ଅଂଶ ହେବାର ସମ୍ଭାବନା ରହିଛି। ୟୁପିରୁ ବିଜେପି ସାଂସଦ ଜିତିନ ପ୍ରସାଦ ଏବଂ ମହାରାଷ୍ଟ୍ରର ରାଧା ଖାଡେ ମଧ୍ୟ ନୂତନ ସରକାରର ଅଂଶ ହୋଇପାରନ୍ତି ।

 

ରୂପାନ୍ତରଣ ମାଧ୍ୟମରେ ରାଜ୍ୟରେ ପରିବର୍ତ୍ତନ ଆଣିପାରିଛନ୍ତି ପାଣ୍ଡିଆନ

ଭୁବନେଶ୍ୱର : ରୂପାନ୍ତରଣ ମାଧ୍ୟମରେ ରାଜ୍ୟରେ ପରିବର୍ତ୍ତନ ଆଣିପାରିଛନ୍ତି ପାଣ୍ଡିଆନ। ସରକାରୀ ହାଇସ୍କୁଲର ରୂପାନ୍ତରଣ କରି ଗାଁ ଗାଁରେ ଅତ୍ୟାଧୁନିକ ଶିକ୍ଷା ସୁବିଧା ବ୍ୟବସ୍ଥା ଯୋଗାଇବାରେ ତାଙ୍କର ରହିଛି ଉଲ୍ଲେଖନୀୟ ଅବଦାନ । ଫାଇଭ-ଟି ପ୍ରକରଣରେ ରାଜ୍ୟର ସମସ୍ତ ହାଇସ୍କୁଲକୁ ସ୍ମାର୍ଟସ୍କୁଲରେ ରୂପାନ୍ତରିତ କରାଯାଇଛି । ଏହାଦ୍ୱାରା ରାଜ୍ୟର ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସୁରକ୍ଷିତ ହୋଇପାରିଛି। ସେହିପରି ସ୍ୱାସ୍ଥ୍ୟ କ୍ଷେତ୍ରରେ ମଧ୍ୟ ପାଣ୍ଡିଆନଙ୍କ ଦୂରଦୃଷ୍ଟିପୂର୍ଣ୍ଣ ନିଷ୍ପତ୍ତି ସୁସ୍ଥ ଓଡିଶା ଗଠନରେ ସହଭାଗି ସାଜିଛି । ଆମ ହସପିଟାଲ ଗୁଡିକର ରୂପାନ୍ତରଣ ଏବଂ ଏକାଧିକ ମେଡିକାଲ କଲେଜ ସ୍ଥାପନ କରି ଓଡିଶାକୁ ଏକ ଡାକ୍ତର ବଳକା ରାଜ୍ୟ କରିବାରେ ଗୁରୁଦାୟିତ୍ୱ ତୁଲାଇଛନ୍ତି । ସେହିପରି ବିଏସକେୱାଇ ଭଳି ଜୀବନ ରକ୍ଷାକାରୀ ଯୋଜନା ପ୍ରଣୟନ ଓ ଏହାର କାର୍ଯ୍ୟକାରିତାରେ ମଧ୍ୟ ପାଣ୍ଡିଆନଙ୍କ ଦକ୍ଷତା ପ୍ରତିଫଳିତ ହୋଇଛି। କରୋନା ସମୟରେ ଉନ୍ନତ ସ୍ୱାସ୍ଥ୍ୟ ଭିତ୍ତିଭୂମି ଓ ଲୋକଙ୍କ ସୁରକ୍ଷା ପାଇଁ ବିଭିନ୍ନ ପଦକ୍ଷେପ ନେଇଥିଲେ । କୋଭିଡ ମୁକାବିଲାରେ ଓଡିଶାକୁ ବିଶ୍ୱସ୍ତରରେ ପରିଚିତ କରାଇବାରେ ତାଙ୍କର ଥିଲା ବିଶେଷ ଭୂମିକା । ଲୋକ ପ୍ରଶାସନ ପାଖକୁ ଆସି ଅଭିଯୋଗ ଜଣାଉଥିଲେ। ହେଲେ ପ୍ରଶାସନକୁ ଲୋକଙ୍କ ଦୁଆରକୁ ନେଇଛନ୍ତି ପାଣ୍ଡିଆନ। ଲୋକଙ୍କ ପାଖକୁ ଯାଇ ସେମାନଙ୍କଠାରୁ ଅଭିଯୋଗ ଶୁଣିବା ସହିତ ସମସ୍ୟାର ସମାଧାନ କରିଛନ୍ତି ଭିକେ ପାଣ୍ଡିଆନ ।

ଆମ ବ୍ଯାଙ୍କ, ଲକ୍ଷ୍ମୀ ଯୋଜନା, ନୂଆ-ଓ ବୃତ୍ତି, ଆମ ବସଷ୍ଟାଣ୍ଡ,  ମିଶନ ଶକ୍ତି ଯୋଜନାର ସଫଳତା ପଛରେ ପାଣ୍ଡିଆନଙ୍କ ଅଶେଷ ଅବଦାନ ରହିଛି । ଓଡ଼ିଆ ବିଶ୍ବ ବିଦ୍ଯାଳୟ ପ୍ରତିଷ୍ଠା, ପ୍ରଥମ ଓଡ଼ିଆ ବିଶ୍ବ ଭାଷା ସମ୍ମିଳନୀ, ଓଡ଼ିଶାକୁ ରାଜସ୍ବ ବଳକା ରାଜ୍ଯ ଓ କ୍ରୀଡ଼ା କ୍ଯାପିଟାଲ କରିବାରେ ସେ ପ୍ରମୁଖ ଭୁମିକା ତୁଲାଇଥିଲେ । ପାଣ୍ଡିଆନଙ୍କ ଉଦ୍ଯମରେ ଓଡ଼ିଶାର ମଠମନ୍ଦିରର ପୁନରୁଦ୍ଧାର ସହ ସଂସ୍କୃତିର ନବକଳେବର କରାଯାଇପାରିଛି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ବାସ୍ତବ ରୂପ ଦେବାରେ ତାଙ୍କ ପ୍ରମୁଖ ଅବଦାନ ରହିଛି । ସେହିପରି ସମଲେଇ ପ୍ରକଳ୍ପ, ତାରାତାରିଣୀ ମନ୍ଦିରର ରୂପାନ୍ତରଣ ଏବଂ ରାଜ୍ଯର ପ୍ରାୟ ସମସ୍ତ ମନ୍ଦିରର ନବକଳେବର ତାଙ୍କରି ଉଦ୍ଯମରେ ହିଁ ସମ୍ଭବ ହୋଇଛି । ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା ଓ ଓଡ଼ିଶାକୁ ଆଇଟି ହବ କରିବାରେ ବି ସେ ଗୁରୁ ଦାୟିତ୍ବ ତୁଲାଇଛନ୍ତି ।

କେମିତି ଓଡ଼ିଶା ରାଜନୀତିକୁ ପ୍ରବେଶ କରିଥିଲେ କାର୍ତ୍ତିକ ପାଣ୍ଡିଆନ

ଭୁବନେଶ୍ୱର : ଦୁଇ ହଜାର ବ୍ୟାଚର ଆଇଏଏସ ଅଫିସର କାର୍ତ୍ତିକ ପାଣ୍ଡିଆନ । କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଉପଜିଲ୍ଲାପାଳ ଭାବେ ଆରମ୍ଭ କରିଥିଲେ କ୍ୟାରିୟର । ୨୦୦୨-୦୪ ପର୍ଯ୍ୟନ୍ତ ତୁଲାଇଥିଲେ ଉପଜିଲ୍ଲାପାଳ ଦାୟିତ୍ବ । ଏହି ସମୟରେ ଚାଷୀଙ୍କ ଅଧିକାର ପାଇଁ କାମ କରିଥିଲେ ପାଣ୍ଡିଆନ । ମିଲର ରାଜକୁ ଦମନ କରିବା ସହ ଧାନ ସଂଗ୍ରହ ପ୍ରକ୍ରିୟାକୁ ସରଳୀକରଣ ପାଇଁ ପଦକ୍ଷେପ ନେଇଥିଲେ ।  ପରେ ୨୦୦୫-୦୭ ପର୍ଯ୍ୟନ୍ତ ଥିଲେ ମୟୂରଭଞ୍ଜ ଜିଲ୍ଲାପାଳ । ଏହି ସମୟରେ ଭିନ୍ନକ୍ଷମମାନଙ୍କ ପୁନର୍ବାସ ଯୋଜନାରେ ରାଷ୍ଟ୍ରପତିଙ୍କଠାରୁ ସେ ସମୟରେ ସେ ଜାତୀୟ ପୁରସ୍କାର ପାଇଥିଲେ । ଭିନ୍ନକ୍ଷମ ସଶକ୍ତିକରଣରେ ସେ ଆରମ୍ଭ କରିଥିବା ସିଙ୍ଗଲ ଓ୍ବିଣ୍ଡୋ ବ୍ୟବସ୍ଥା ସାରା ଦେଶ ପାଇଁ ମଡେଲ ହୋଇଛି । ଦେଶର ଅନ୍ୟ ରାଜ୍ୟମାନେ ମଧ୍ୟ ଏହି ମଡେଲକୁ ଆପଣାଇଛନ୍ତି । ଲାଲ ବାହାଦୁର ଶାସ୍ତ୍ରୀ ଜାତୀୟ ପ୍ରଶାସନିକ ଏକାଡେମୀ ପକ୍ଷରୁ ବହୁବାର ପାଣ୍ଡିଆନଙ୍କୁ ପ୍ରଶାସକ ଓ ସାମରିକ ବାହିନୀର ମିଳିତ ପାଠ୍ୟକ୍ରମ ଉପରେ ବକ୍ତବ୍ୟ ରଖିବାକୁ ନିମନ୍ତ୍ରଣ କରାଯାଇଛି । ଲୋକ କଲ୍ୟାଣ ପ୍ରଶାସନ ଦ୍ବାରା କିଭଳି ମାଓବାଦୀ କାର୍ଯ୍ୟକଳାପକୁ ହ୍ରାସ କରାଯାଇପାରିବ ତାହା ସେ ମୟୂରଭଞ୍ଜ ଜିଲ୍ଲାପାଳ ଥିବାବେଳେ କରି ଦେଖାଇଛନ୍ତି । ଭିନ୍ନକ୍ଷମଙ୍କ ସଶକ୍ତିକରଣ ପାଇଁ ସେ କରିଥିବା କାର୍ଯ୍ୟ ପାଇଁ ତାଙ୍କୁ ହେଲେନ କେଲର ପୁରସ୍କାର ମଧ୍ୟ ମିଳିଛି । ୨୦୦୭-୧୧ ଯାଏ ଗଞ୍ଜାମ ଜିଲ୍ଲାପାଳ ଥିଲେ ପାଣ୍ଡିଆନ । ପାଣ୍ଡିଆନ ଜିଲ୍ଲାପାଳ ଥିବାବେଳେ ଗଞ୍ଜାମକୁ ମିଳିଛି ଅଶେଷ ସଫଳତା । ପାଣ୍ଡିଆନଙ୍କ ସମୟରେ ୪ ଥର ଜାତୀୟ ପୁରସ୍କାର ପାଇଛି  ଗଞ୍ଜାମ । ଏଡସ ଆକ୍ରାନ୍ତଙ୍କ ପାଇଁ ଉଲ୍ଲେଖନୀୟ କାମ ପାଇଁ ତାଙ୍କୁ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଜାତୀୟ ପୁରସ୍କାର ପ୍ରଦାନ କରାଯାଇଛି ।

ନରେଗାରେ ଶ୍ରେଷ୍ଠ ପ୍ରଦର୍ଶନକାରୀ ଜିଲ୍ଲା ଭାବେ ଦୁଇ ଦୁଇ ଥର ତାଙ୍କୁ ଜାତୀୟ ପୁରସ୍କାର ମିଳିଛି । ସେ ଜିଲ୍ଲାପାଳ ଥିବା ସମୟରେ ନରେଗା ଯୋଜନାରେ ବ୍ୟାଙ୍କ ଜରିଆରେ ମୁଜରୀ ସିଧାସଳଖ ଶ୍ରମିକଙ୍କ ପାଖରେ ପହଞ୍ଚାଇବା ପ୍ରକ୍ରିୟା ସେ ଆରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ କେନ୍ଦ୍ର ସରକାର ଏହି ମଡେଲକୁ ଆପଣାଇ ସାରା ଦେଶରେ ଏହି ବ୍ୟବସ୍ଥା ଲାଗୁ କରିଥିଲେ । ରାଉରକେଲା ଏଡିଏମ ଭାବେ ମଧ୍ୟ ସେ କିଛିଦିନ ଦାୟିତ୍ବ ତୁଲାଇଥିଲେ । ସେ ସମୟରେ ସମ୍ପୂର୍ଣ୍ଣ ଭାବେ ବୁଡ଼ିଯାଇଥିବା ବିଏସଏସ ମାର୍କେଟ କମ୍ପ୍ଲେକ୍ସକୁ ଆର୍ଥିକ ସ୍ବାବଲମ୍ବୀ କରାଇଥିଲେ । ୨୦୧୧ରୁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ରହିଥିଲେ ପାଣ୍ଡିଆନ । ୨୦୧୯ରେ ୫T ସଚିବ ଭାବେ ଦାୟିତ୍ବ ନେଇଥିଲେ । ୨୦୨୩ ଅକ୍ଟୋବର ୨୩ ତାରିଖରେ ସେ ପ୍ରଶାସନିକ ସେବାରୁ ସ୍ବେଚ୍ଛାକୃତ ଅବସର ନେଇଥିଲେ । ରାଜ୍ଯସରକାର ତାଙ୍କୁ ଫାଇଭ-ଟି ଓ ନବୀନ ଓଡ଼ିଶାର ଅଧ୍ଯକ୍ଷ ଭାବେ ନିଯୁକ୍ତ କରିଥିଲେ । ଏହାପରେ ସେ ନଭେମ୍ବର ୨୭ ତାରିଖରେ ବିଜେଡିରେ ସାମିଲ ହୋଇଥିଲେ ।

ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ କୃପାରୁ ମୁଁ ଆଇଏଏସ ହୋଇଥିଲି : କାର୍ତ୍ତିକ ପାଣ୍ଡିଆନ

ଭୁବନେଶ୍ୱର : ରାଜନୀତିରୁ ପାଣ୍ଡିଆନଙ୍କ ସନ୍ନ୍ୟାସ । ରାଜନୀତିରୁ ସନ୍ନ୍ୟାସ ନେଲେ କାର୍ତ୍ତିକ ପାଣ୍ଡିଆନ । ପିଲାଟି ଦିନରୁ ଲୋକଙ୍କ ସେବା କରିବା ଉଦ୍ଦେଶ୍ଯ ଥିଲା । ମୁଁ ଗୋଟିଏ ଛୋଟିଆ ଗାଁରୁ ଆସିଛି । ମହାପ୍ରଭୁଙ୍କ କୃପାରୁ ଲୋକସେବାରେ ସଫଳ ହୋଇଛି । ରାଜ୍ଯର ବିଭିନ୍ନ ସ୍ଥାନରେ ଜିଲ୍ଲାପାଳ ଭାବେ କାମ କରିଛି । ଜିଲ୍ଲାପାଳ ଭାବେ କାମ କଲାବେଳେ ଓଡ଼ିଶାର ଲୋକଙ୍କୁ ଭଲପାଇ ବସିଥିଲି । ସବୁଠି ଲୋକଙ୍କ ପାଇଁ କାମ କରିବାକୁ ଚେଷ୍ଟା କରିଛି । ୧୨ ବର୍ଷ ତଳେ ମୁଖ୍ଯମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଯୋଗଦେଇଥିଲି । ନବୀନଙ୍କ ଭିଜନ ଓଡ଼ିଶା କାର୍ଯ୍ୟକାରୀ କରିବାକୁ ଉଦ୍ଯମ କରିଥିଲି । ଶିକ୍ଷା, ସ୍ବାସ୍ଥ୍ଯ, ଦାରିଦ୍ର୍ଯ ଦୂରୀକରଣରେ କାମ କରିଥିଲି । କ୍ରୀଡ଼ା ବିକାଶ, ମହିଳା ସଶକ୍ତିକରଣ କ୍ଷେତ୍ରରେ ନବୀନଙ୍କ କାର୍ଯ୍ୟ ଏକ ମାଇଲଷ୍ଟୋନ । କରୋନା ସମୟରେ ୩୦ଟି ଜିଲ୍ଲା ବୁଲି ସ୍ବାସ୍ଥ୍ଯ ସମ୍ବନ୍ଧୀୟ ବ୍ଯବସ୍ଥାର ଅନୁଧ୍ଯାନ କରିଥିଲି । ମୁଁ ରାଜନୀତିକୁ ଆସିଥିଲି ନବୀନଙ୍କୁ ସାହାର୍ଯ୍ୟ କରିବାକୁ । ରାଜନୀତିରେ କୌଣସି ପଦବୀ ପାଇଁ ମୁଁ ଲାଳାୟିତ ନଥିଲି । ବିଜେଡିରେ କୌଣସି ପଦରେ ନଥିଲି କି ନିର୍ବାଚନ ଲଢିନଥିଲି ।

ଗତ ୧୨ ବର୍ଷରେ ଭୋରରୁ ବିଳମ୍ବିତ ରାତି ଯାଏଁ ଓଡ଼ିଶାର ବିକାଶ ଚିନ୍ତା କରିଛି । ନବୀନ ବାବୁଙ୍କ ସ୍ବପ୍ନ ସାକାର କରିବାକୁ ସବୁବେଳେ ଚେଷ୍ଟା କରିଛି । ଚାକିରି ଜୀବନର ୨୪ ବର୍ଷ ପରେ ବି ମୋ ସମ୍ପତ୍ତି ତାଲିକା ଯାହା ଥିଲା ସେତିକି ଅଛି । ଚାକିରିରେ ଯୋଗଦେବାବେଳେ ଦେଇଥିବା ସମ୍ପତ୍ତି ତାଲିକା ଆଜି ବି ସମାନ ରହିଛି । ଗତବର୍ଷ ନଭେମ୍ବର ୨୭ରେ ବିଜେଡିରେ ଯୋଗଦେଇଥିଲେ ପାଣ୍ଡିଆନ । ବିଜୁ ପରିବାର ଓ ବିଜେଡିର ସମସ୍ତ କର୍ମୀଙ୍କୁ ମାଗିଲେ କ୍ଷମା। ବିଜେଡିର ପରାଜୟ ପାଇଁ କ୍ଷମା ମାଗିଲେ ପାଣ୍ଡିଆନ । ମୋତେ ନେଇ ତିଆରି ହୋଇଥିଲା ରାଜନୈତିକ କାହାଣୀ । ରାଜନୈତିକ କାହାଣୀକୁ ମୁଁ ଉଚିତ ସମୟରେ ଜବାବ ଦେଇପାରଲିନି । ପ୍ରଚାର ସମୟରେ ଗପ ତିଆରି କରାଯାଇଥିଲା । ସେହି ଗପ ବିଜେଡିକୁ କ୍ଷତି ପହଞ୍ଚାଇଥିଲେ ମୁଁ ଦୁଃଖିତ. `ମୁଁ ଆଦର୍ଶ ପରିବାରରୁ ଆସିଛି’। `ପିଲାବେଳଠୁ ସ୍ବପ୍ନ ଥିଲା ଆଇଏଏସ ହେବାପାଇଁ’। `ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ କୃପାରୁ ମୁଁ ଆଇଏଏସ ହୋଇଥିଲି’।

ରାଜନୀତିରୁ ସନ୍ନ୍ୟାସ ନେଲେ କାର୍ତ୍ତିକ ପାଣ୍ଡିଆନ

ଭୁବନେଶ୍ୱର : ସକ୍ରିୟ ରାଜନୀତିରୁ ସନ୍ନ୍ୟାସ ନେଲେ କାର୍ତ୍ତିକ ପାଣ୍ଡିଆନ । ବିଜେଡିର ପରାଜୟ ପାଇଁ ହାତ ଯୋଡ଼ି କ୍ଷମା ମାଗିଲେ, କହିଲେ ମହାପ୍ରଭୁଙ୍କ କୃପାରୁ ଓଡ଼ିଶାବାସୀଙ୍କ ସେବା କରିବାର ସୁଯୋଗ ପାଇଥିଲି ଏବଂ ସଫଳ ହୋଇଛି । ମୋର କୌଣସି ଉଦ୍ଦେଶ୍ୟ ନଥିଲା କେବଳ ପ୍ରିୟର ନେତା ନବୀନ ପଟ୍ଟନାୟକଙ୍କୁ ସହାୟତା କରିବାକୁ ରାଜନୀତିକୁ ଆସିଥିଲି । ସେ ଏହା ମଧ୍ୟ କହିଛନ୍ତି ନବୀନ ପଟ୍ଟନାୟକ ମୋର ଗୁରୁ । ବିଜେଡିର କୌଣସି ପଦରେ ନଥିଲି କିମ୍ବା ରାଜନୀତି ଲଢୁନଥିଲି । ରାଜ୍ୟରେ ବିଭିନ୍ନ ସ୍ଥାନରେ ଜିଲ୍ଲାପାଳ ଭାବରେ କାର୍ଯ୍ୟ କରିଛି । ମୟୁରଭଞ୍ଜ ଠାରୁ ଆରମ୍ଭ କରି ଗଞ୍ଜାମ ଜିଲ୍ଲା ପର୍ଯ୍ୟନ୍ତ କାର୍ଯ୍ୟ କରିଛି । ୧୨ ବର୍ଷ ତଳେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଯୋଗ ଦେଇଥିଲି । ୨୦୨୩ରେ ଆଇଏଏସ ରୁ ଅବସର ନେଇ ନଭେମ୍ବର ୨୭ରେ ରାଜନୀତିରେ ଯୋଗ ଦେଇଥିଲେ । ସେ କହିଛନ୍ତି କରୋନା ସମୟରେ ଓଡ଼ିଶାର ପ୍ରତ୍ୟେକ ଜିଲ୍ଲା ବୁଲି ସ୍ୱାସ୍ଥ୍ୟ କେନ୍ଦ୍ରର ସମୀକ୍ଷା କରିଥିଲି ଏବଂ ବାତ୍ୟା ସମୟରେ ନବୀନ ବାବୁଙ୍କୁ ସହଯୋଗ କରିଥିଲି । ମୋ ବିରୋଧରେ ଅପପ୍ରଚାର ବିଜୁ ଜନତା ଦଳକୁ ପରାଜୟ କରିଛି । ହାତ ଯୋଡ଼ି ବିଜେଡିର କର୍ମୀମାନଙ୍କୁ କ୍ଷମା ମାଗିଲେ କାର୍ତ୍ତିକ ପାଣ୍ଡିଆନ । ରାଜନୀତିର ଏହି ଯାତ୍ରାରେ କାହାକୁ ଆଘାତ ଦେଇଥିଲେ ମୁଁ ଦୁଃଖିତ । ଭିଡ଼ିଓ ବାର୍ତ୍ତା ଜାରିକରି ଘୋଷଣା କଲେ କାର୍ତ୍ତିକ ପାଣ୍ଡିଆନ ।

ବିଳମ୍ବ ହେଉଛି ନୂଆ ସରକାର ଗଠନ, ୧୦ ନୁହେଁ ଜୁନ ୧୨ରେ ହେବ ଶପଥ ଗ୍ରହଣ ଉତ୍ସବ

ଭୁବନେଶ୍ୱର : ବିଳମ୍ବ ହେଉଛି ରାଜ୍ୟରେ ନୂଆ ସରକାର ଗଠନ । ଜୁନ ୧୦ ନୁହେଁ, ଜୁନ ୧୨ରେ ହେବ ଶପଥ ଗ୍ରହଣ ଉତ୍ସବ । ଶପଥ ଗ୍ରହଣ ଉତ୍ସବ ଜୁନ ୧୨ରେ ପାଳନ ହେବା ନେଇ ରାଜ୍ୟ ବିଜେପି ପକ୍ଷରୁ ସୂଚନା ଦିଆଯାଇଛି ।

ମୁଖ୍ୟମନ୍ତ୍ରୀ ଚୟନରେ ବିଳମ୍ବ ହେଉଥିବାର କାରଣ ଜଣାପଡିନାହିଁ । କିନ୍ତୁ ଅନ୍ୟ ପକ୍ଷେ ମୁଖ୍ୟମନ୍ତ୍ରୀ ଦୌଡ଼ରେ ଥିବା ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ରରେ ମନ୍ତ୍ରୀ ହେବା ସ୍ପଷ୍ଟ ହେଉଥିବାରୁ ଅନ୍ୟ ବିକଳ୍ପ ଉପରେ ବିଚାର ବିମର୍ଶ ଚାଲିଥିବା ସୂଚନା ରହିଛି । ଏପଟେ ଶପଥ ଗ୍ରହଣ ଉତ୍ସବ ପାଇଁ ଜନତା ମୈଦାନରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଶପଥ ଗ୍ରହଣ ଉତ୍ସବର ସଠିକ ପରିଚାଳନା ପାଇଁ ଓଡିଶାରେ ପହଞ୍ଚିଛନ୍ତି ବିଜେପିର କେନ୍ଦ୍ରୀୟ ନେତୃତ୍ୱ ।

ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମର ତଦାରଖ ପାଇଁ ଭୁବନେଶ୍ୱରରେ ପହଞ୍ଚିଛନ୍ତି ମଧ୍ୟପ୍ରଦେଶର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ବିଶ୍ୱାସ କୈଳାଶ ସାରଙ୍ଗ ଏବଂ ଆନ୍ଧ୍ରପ୍ରଦେଶ ବିଜେପି ପୂର୍ବତନ ସଂଗଠନ ମନ୍ତ୍ରୀ ଆଶୁତୋଷ ତିୱାରୀ | ଏହି ଦୁଇ ବରିଷ୍ଠ ନେତା ଶପଥ ଗ୍ରହଣ କାର୍ଯ୍ୟକ୍ରମର ସମସ୍ତ ବ୍ୟବସ୍ଥା ତଦାରଖ କରିବେ | ସେଥିପାଇଁ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଏନେଇ ବୈଠକ ବସିଛି ।

ପଞ୍ଚଭୂତରେ ଲୀନ ହେଲେ ରାମୋଜୀ ଗ୍ରୁପ ପ୍ରତିଷ୍ଠାତା ରାମୋଜୀ ରାଓ

ନୂଆଦିଲ୍ଲୀ : ରାମୋଜୀ ଗ୍ରୁପ ପ୍ରତିଷ୍ଠାତା ରାମୋଜୀ ରାଓଙ୍କ ଶେଷକୃତ୍ୟ ସମ୍ପନ୍ନ। ପଞ୍ଚଭୂତରେ ଲୀନ ହେଲା ମରଶରୀର। ଏହାସହ ଏକ ଯୁଗର ଅବସାନ ହୋଇଛି। ଏକ ବିରାଟ ଶୋଭାଯାତ୍ରାରେ ତାଙ୍କ ମରଶରୀରକୁ ନିଆଯାଇଥିଲା। ବହୁ ନେତା, ଅଭିନେତା ରାମୋଜୀ ରାଓଙ୍କ ଶେଷ ଦର୍ଶନ କରିଥିଲେ।

ଗତକାଲି ହାଇଦ୍ରାବାଦରେ ଭେଟେରାନ୍ ମିଡିଆ ବ୍ୟକ୍ତିତ୍ୱ ତଥା ରାମୋଜି ଗ୍ରୁପ୍ ଚେୟାରମ୍ୟାନ୍ ରାମୋଜି ରାଓଙ୍କ ଦେହାନ୍ତ ହୋଇଥିଲା। ରଜନୀକାନ୍ତ, ଚିରଞ୍ଜୀବୀ, ଏସଏସ ରାଜମୌଲି ପ୍ରମୁଖ ପହଞ୍ଚି ଶେଷ ଦର୍ଶନ କରିବା ସହ ଶୋକ ପ୍ରକାଶ କରିଥିଲେ। ଚଳଚ୍ଚିତ୍ର ନିର୍ମାତା ଏସଏସ ରାଜମୌଲି ରାମୋଜି ରାଓଙ୍କ ମୃତ୍ୟୁରେ ଦୁଃଖ ପ୍ରକାଶ କରି ତାଙ୍କୁ ଭାରତ ରତ୍ନ ପ୍ରଦାନ କରିବାକୁ ଦାବି କରିଥିଲେ।

ସରିବ ଖରାଛୁଟି, ଆସନ୍ତା ୧୭ ତାରିଖରେ ଖୋଲିବ ସ୍କୁଲ

ଭୁବନେଶ୍ୱର : ସରିବ ଖରାଛୁଟି, ଆସନ୍ତା ୧୭ ତାରିଖରେ ଖୋଲିବ ସ୍କୁଲ । ସ୍କୁଲ ଖୋଲିବାର ଏକ ସପ୍ତାହ ପୂର୍ବରୁ କରାଯିବ ପ୍ରସ୍ତୁତି। ଶ୍ରେଣୀଗୃହଠାରୁ ଆରମ୍ଭ କରି ଶୌଚାଳୟ ପରିଷ୍କାର କରିବାକୁ ସ୍କୁଲ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ନିର୍ଦ୍ଦେଶ ଅନୁଯାୟୀ, ଶ୍ରେଣୀ ଗୃହ, କ୍ୟାମ୍ପସକୁ ସଫା କରାଯିବ । ଅନାବନା ଘାସ କଟାଯିବା ସହ ପାଣି ଟାଙ୍କି ସଫା କରାଯିବ। ଶ୍ରେଣୀ ଗୃହରେ ଥିବା ସମସ୍ତ ଫର୍ଣ୍ଣିଚରକୁ ସଫା କରି ପିଲାଙ୍କ ବସିବା ପାଇଁ ଉପଯୋଗୀ କରାଯିବ।

ରୋଷେଇ ଶାଳ, ବାସନ, ଗ୍ୟାସ୍ ଷ୍ଟୋଭ୍ ସବୁକୁ ମଧ୍ଯ ସଫା କରାଯିବ। ମଧ୍ୟାହ୍ନ ଭୋଜନ ପାଇଁ ଥିବା ରୋଷେଇ ସାମଗ୍ରୀ ଓ ଏକ୍ସପ୍ଯାରୀ ତାରିଖକୁ ଯାଞ୍ଚ କରାଯିବ । ସ୍ମାର୍ଟ କ୍ଳାସ ରୁମ୍, ଇ-ଲାଇବ୍ରେରୀକୁ ବ୍ୟବହାର ପାଇଁ ପ୍ରସ୍ତୁତ କରାଯିବ । ସ୍କୁଲ ଖୋଲିବାର ଏକ ସପ୍ତାହ ସୁଦ୍ଧା ଇଣ୍ଟରନେଟ୍ ସଂଯୋଗକୁ ନିଶ୍ଚିତ କରାଯିବ । ପାନୀୟ ଜଳ ଯୋଗାଣକୁ ଗୁରୁତ୍ବ ଦିଆଯିବ ।

ସ୍କୁଲ ଖୋଲିବାର ଦିନକ ପୂର୍ବରୁ ପାଚିକା ଓ ସହାୟିକା ସ୍କୁଲ ଆସି ମଧ୍ୟାହ୍ନ ଭୋଜନ ପାଇଁ ଥିବା ସାମଗ୍ରୀର ଯାଞ୍ଚ କରିବେ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନେଇ ହୋଇଥିବା ବୈଠକରେ ଏପରି ନିର୍ଦ୍ଦେଶ ଦିଆଯାଇଛି । ଗ୍ରୀଷ୍ମ ପ୍ରବାହକୁ ଆଖିରେ ରଖି ଗଣଶିକ୍ଷା ବିଭାଗ ପକ୍ଷରୁ ଆଗୁଆ ସ୍କୁଲ ଛୁଟି କରାଯାଇଥିଲା । ସ୍କୁଲ ପରିସର ଓ ସେଠାରେ ଥିବା ସମସ୍ତ ଉପକରଣର ଯତ୍ନ ନେବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା।

ରାଜନୀତିରୁ ଅବସର ନେଲେ ବିଜେଡି ନେତା ଅଚ୍ୟୁତ ସାମନ୍ତ

ଭୁବନେଶ୍ୱର : ପ୍ରତ୍ୟକ୍ଷ ରାଜନୀତିରୁ ଅବସର ନେଲେ ବିଜେଡି ନେତା ତଥା ପୂର୍ବତନ ସାଂସଦ ଅଚ୍ୟୁତ ସାମନ୍ତ । ଏନେଇ ଘୋଷଣା କରିଛନ୍ତି ଅଚ୍ୟୁତ ସାମନ୍ତ। ଗତକାଲି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ । ଉଭୟ ଲୋକସଭା ଓ ରାଜ୍ୟସଭାରେ ତାଙ୍କୁ ସୁଯୋଗ ଦେଇଥିବାରୁ କୃତଜ୍ଞତା ଜଣାଇଛନ୍ତି ।

ତେବେ ପ୍ରତ୍ୟକ୍ଷ ରାଜନୀତିରୁ ଅବସର ନେବା ପରେ ସେ ସମାଜସେବାରେ ସକ୍ରିୟ ରହିବେ ବୋଲି କହିଛନ୍ତି ଅଚ୍ୟୁତ । ଚଳିତ ନିର୍ବାଚନରେ କନ୍ଧମାଳ ସଂସଦୀୟ କ୍ଷେତ୍ରରୁ ଲଢ଼ି ପରାଜିତ ହୋଇଥିଲେ। ଏହି ଅବସରରେ କନ୍ଧମାଳ ସଂସଦୀୟ କ୍ଷେତ୍ରର ସମସ୍ତ ଜନସାଧାରଣଙ୍କୁ ମଧ୍ୟ କୃତଜ୍ଞତା ଜଣାଇଛନ୍ତି ଅଚ୍ୟୁତ ସାମନ୍ତ।

ପ୍ରକାଶ ପାଇଲା JEE ଆଡଭାନ୍ସଡ ରେଜଲ୍ଟ , ବାଜି ମାରିଲେ ପୁଅ

ନୂଆଦିଲ୍ଲୀ : ପ୍ରକାଶ ପାଇଲା JEE ଆଡଭାନ୍ସଡ ରେଜଲ୍ଟ। jee.adv.ac.inରେ ରେଜଲ୍ଟ ଉପଲବ୍ଧ ହେଉଛି। ୩୬୦ରୁ ୩୫୫ନମ୍ବର ରଖି ବେଦ ଲାହୋଟି ଟପ୍ପର ହୋଇଛନ୍ତି। ୩୩୨ ନମ୍ବର ସହ ଦ୍ୱିଜା ଡି ପଟେଲ ମହିଳାଙ୍କ ମଧ୍ୟରେ ଶୀର୍ଷରେ ଅଛନ୍ତି। ଆସନ୍ତାକାଲିଠୁ ଆରମ୍ଭ ହେବ କାଉନସେଲିଂ।

ଜେଇଇ ଆଡ଼ଭାନ୍ସଡ ରେଜଲ୍ଟ ଲିଙ୍କ ୨୦୨୪ ରୁ ସ୍କୋର କାର୍ଡ ମଧ୍ୟ ଡାଉନଲୋକଡ କରିପାରିବେ  । ଏହା ବ୍ୟତୀତ  IIT JEE ଟପ୍ପର ତାଲିକା 2024, IIT JEE କଟଅଫ୍ ମାର୍କ ସହିତ ପ୍ରତ୍ୟେକ ସୂଚନା ଏହି ଓ୍ୱେବସାଇଡରେ ଉପଲବ୍ଧ ହେବ । ଚଳିତ ବର୍ଷ ରେଜଲ୍ଟରେ ବାଜି ମାରିଛନ୍ତି ପୁଅ । ଟପ୍ ୧୦ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ଜଣେ ହିଁ ଝିଅ ସ୍ଥାନ ପାଇଛି । IIT ବମ୍ବେ ଜୋନର ଦ୍ୱିଜା ଡି ପଟେଲ ରାଙ୍କ-୭ରେ ରହିଛନ୍ତି।