spot_img
Home Blog Page 1763

ଗ୍ୟାସ ସିଲିଣ୍ଡର ବିସ୍ଫୋରଣରେ ଭୟଙ୍କର ଅଗ୍ନିକାଣ୍ଡ ,ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳିପୋଡ଼ି ପାଉଁଶ

କୋଲକାତା : ଗ୍ୟାସ ସିଲିଣ୍ଡର ବିସ୍ଫୋରଣରେ ଭୟଙ୍କର ଅଗ୍ନିକାଣ୍ଡ । ଗୁରୁତର ଅବସ୍ଥାରେ ଦୁଇ ଜଣଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ପଶ୍ଚିମବଙ୍ଗର ପଶ୍ଚିମ ମିନାପୁରର ପାଲସାଣ୍ଡପୁର ଅଞ୍ଚଳରେ ଜଣେ ବ୍ୟକ୍ତି ରୋଷେଇ କରୁଥିବା ସମୟରେ ହଠାତ ଗ୍ୟାସ ସିଲିଣ୍ଡରଟି ଜଳିଉଠିଥିଲା । ନିଆଁ ଲିଭାଇବା ପୂର୍ବରୁ ସିଲିଣ୍ତରଟି ବିସ୍ଫୋରଣ ହୋଇଥିଲା । ଚାହୁଁ ଚାହୁଁ ଘର ସମେତ ଦୋକାନ ଘରେ ମଧ୍ୟ ନିଆଁ ବ୍ୟାପିଯାଇଥିଲା । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲା । ଅଗ୍ନିକାଣ୍ଡରେ ଦୁଇଜଣ ଗୁରୁତର ଆହତ ହୋଇଥିବା ବେଳେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁସ ହୋଇଯାଇଛି । ଆହତ ଦୁଇଜଣଙ୍କୁ ଗୁରୁତର ଅବସ୍ଥାରେ ଗ୍ରାମୀଣ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ପ୍ରଥମ କ୍ଯାବିନେଟ ବୈଠକରେ ୪ଟି ନିଷ୍ପତ୍ତି ଉପରେ ମୋହର; ଆସନ୍ତାକାଲିଠୁ ଖୋଲିବ ଶ୍ରୀମନ୍ଦିରର ୪ ଦ୍ବାର

ଭୁବନେଶ୍ୱର : ନୂଆ ସରକାରର ପ୍ରଥମ କ୍ଯାବିନେଟ ବୈଠକରେ ନିଆଯାଇଛି ୪ଟି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି । ମୁଖ୍ଯମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ଯକ୍ଷତାରେ ବସିଥିବା ପ୍ରଥମ କ୍ଯାବିନେଟ ବୈଠକରେ ୪ଟି ପ୍ରସ୍ତାବ ଉପରେ ମୋହର ବାଜିଛି । ଆସନ୍ତାକାଲିଠୁ ଶ୍ରୀମନ୍ଦିରର ୪ ଦ୍ବାର ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । ମଙ୍ଗଳଆଳତି ସମୟରେ ମନ୍ତ୍ରିମଣ୍ଡଳର ସଦସ୍ଯଙ୍କ ଉପସ୍ଥିତିରେ ୪ ଦ୍ବାର ଖୋଲାଯିବ । ଏହାସହ ଶ୍ରୀମନ୍ଦିର ପାଇଁ ୫୦୦ କୋଟି ଟଙ୍କାର ଏକ କର୍ପସ ଫଣ୍ଡ ଗଠନ କରାଯିବ । ଏନେଇ ବଜେଟରେ ବ୍ଯବସ୍ଥା ରହିବ ।

ଅନ୍ଯପଟେ ଚାଷୀଙ୍କ ପାଇଁ ସମୃଦ୍ଧ କୃଷକ ନୀତି ଆଣିବେ ସରକାର । ପ୍ରତିଶୃତି ଅନୁସାରେ ଧାନର ଏମଏସପି ୩୧ଶହ ଟଙ୍କା କରିବାକୁ କମିଟି ଗଠନ ହେବ । ଅନ୍ଯପଟେ ୧୦୦ ଦିନ ଭିତରେ କାର୍ଯ୍ୟକାରୀ ହେବ ଶୁଭଦ୍ରା ଯୋଜନା । ଏହି ଯୋଜନାରେ ୫୦ ହଜାର ଟଙ୍କାର ନଗଦ ଭାଉଚର ଦେବାକୁ ନିଷ୍ପତ୍ତି ହୋଇଛି ।

ସେପଟେ ଆସନ୍ତାକାଲିଠାରୁ ଶ୍ରୀମନ୍ଦିର ଖୋଲିବା ନେଇ ରାଜ୍ୟ କ୍ଯାବିନେଟର ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ପରେ ଶ୍ରୀମନ୍ଦିର ପରିଚାଳନା କମିଟିର ଜରୁରିକାଳୀନ ବୈଠକ ଅନୁଷ୍ଠିତ ହୋଇଛି। ଭର୍ଚ୍ଚୁଆଲ ମୋଡରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଶ୍ରୀମନ୍ଦିରରେ ଆସନ୍ତାକାଲିଠାରୁ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ନେଇ ପଦକ୍ଷେପ ଗ୍ରହଣ କରାଯାଇଛି। କିପରି ଶ୍ରୀମନ୍ଦିର ୪ ଦ୍ଵାର ଦେଇ ଶ୍ରଦ୍ଧାଳୁ ପ୍ରବେଶ କରିବେ ସେଥିପ୍ରତି ଗୁରୁତ୍ଵ ଦିଆଯାଇଛି।

ଶ୍ରଦ୍ଧାଳୁଙ୍କ ଲାଗି ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ସହ ୪ ଦ୍ଵାରରେ ଯୋତା ଓ ମୋବାଇଲ ଷ୍ଟାଣ୍ଡ ବ୍ୟବସ୍ଥା କରିବାକୁ ନିଷ୍ପତ୍ତି ହୋଇଛି। ଏହାସହ ଗ୍ରୀଷ୍ଣରୁ ରକ୍ଷା ପାଇବାକୁ ଭକ୍ତଙ୍କ ଲାଗି ସ୍ଵତନ୍ତ୍ର ସେଡ୍ ବ୍ୟବସ୍ଥା କରିବାକୁ ପଦକ୍ଷେପ ଗ୍ରହଣ କରାଯାଇଛି। ଭକ୍ତଙ୍କ ଦର୍ଶନ ଲାଗି ଆବଶ୍ୟକ ବ୍ୟବସ୍ଥା କରିବାକୁ ପୋଲିସ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି।

ଆସନ୍ତା ଜୁନ ୨୪ରୁ ଅଷ୍ଟାଦଶ ଲୋକସଭାର ପ୍ରଥମ ଅଧିବେଶନ

ନୂଆଦିଲ୍ଲୀ : ଆସନ୍ତା ଜୁନ ୨୪ରୁ ବସିବ ଅଷ୍ଟାଦଶ ଲୋକସଭାର ପ୍ରଥମ ଅଧିବେଶନ । ଜୁଲାଇ ୩ ଯାଏ ଚାଲିବାକୁ ଥିବା ଅଧିବେଶନରେ ନୂଆ ସାଂସଦମାନଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମ ହେବ । ଏନେଇ ସୂଚନା ଦେଇଛନ୍ତି ସଂସଦୀୟ ବ୍ଯାପାର ମନ୍ତ୍ରୀ କିରଣ ରିଜିଜୁ । ପ୍ରଥମ ତିନି ଦିନ ଶପଥ ଗ୍ରହଣ କାର୍ଯ୍ଯକ୍ରମ ଅନୁଷ୍ଠିତ ହେବା ସହ ବାଚସ୍ପତି ନିର୍ବାଚନ ହେବ ।

ଜୁନ ୨୭ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଭୟ ଲୋକସଭା ଓ ରାଜ୍ଯସଭାର ମିଳିତ ଅଧିବେଶେନରେ ଉଦବୋଧନ ଦେବେ । ଏହା ସହ ଆସନ୍ତା ପାଞ୍ଚ ବର୍ଷ ଲାଗି ନୂଆ ସରକାରର ରୋଡମ୍ଯାପ ସମ୍ପର୍କରେ ସୂଚନା ଦେବେ । ସେ କହିଛନ୍ତି ରାଜ୍ଯସଭାର ୨୬୪ତମ ଅଧିବେଶନ ଜୁନ ୨୭ରୁ ବସିବ ଏବଂ ଏହା ଜୁଲାଇ ୩ ଯାଏ ଚାଲିବ । ଜୁନ ୨୭ରେ ରାଷ୍ଟ୍ରପତିଙ୍କ ଉଦବୋଧନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ମନ୍ତ୍ରିମଣ୍ଡଳର ସଦସ୍ଯଙ୍କୁ ପରିଚିତ କରାଇବେ । ସେପଟେ ବିଭିନ୍ନ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଘେରିବାକୁ ଇଣ୍ଡିଆ ମେଣ୍ଟ ପ୍ରସ୍ତୁତ ହେବ ।

ଏଣିକି ଉଚ୍ଚଶିକ୍ଷା ପାଇଁ ବର୍ଷକୁ ୨ ଥର ନାମଲେଖା

ଭୁବନେଶ୍ୱର : ଏଣିକି ଉଚ୍ଚଶିକ୍ଷା ପାଇଁ ବର୍ଷକୁ ୨ ଥର ନାମଲେଖା ହେବ। ଜୁଲାଇ- ଅଗଷ୍ଟ ଓ ଜାନୁଆରୀ-ଫେବ୍ରୁ ଆରୀ ମାସରେ ହେବ ନାମଲେଖା। ଏଭଳି ନିଷ୍ପଭି ନେବାକୁ ଯାଉଛି ବିଶ୍ଵବିଦ୍ୟାଳୟ ଅନୁଦାନ ଆୟୋଗ ୟୁଜିସି। ଆସନ୍ତା ୨୫ ତାରିଖରେ ହେବାକୁ ଥିବା ୟୁଜିସିର ୫୭୧ତମ କମିଶନ ବୈଠକରେ ଏନେଇ ୟୁଜିସି ପକ୍ଷରୁ ଅନୁମୋଦନ ଦିଆଯିବ। ଛାତ୍ରଛାତ୍ରୀଙ୍କୁ ଏହା ଅଧିକ ମାତ୍ରାରେ ସୁବିଧା ଯୋଗାଇବ। ଯେଉଁମାନେ କୌଣସି କାରଣରୁ ନାମଲେଖାରୁ ବଞ୍ଚିତ ହୋଇଥିବେ ସେମାନଙ୍କୁ ନାମଲେଖାଇବା ପାଇଁ ସୁଯୋଗ ମିଳିବ।

ଉଚ୍ଚ ଶିକ୍ଷା ପାଇଁ ନାମଲେଖାରୁ ବଞ୍ଚିତ କରିବାକୁ ପଡ଼ିବ ନାହିଁ। ବର୍ଷକୁ ୨ ଥର ନାମଲେଖା ସୁଯୋଗ ମିଳିବ। ଚଳିତ ଶିକ୍ଷା ବର୍ଷରୁ ଏହାକୁ ଲାଗୁ କରାଯିବ। ୟୁଜିସି ନିୟମ ଅନୁଯାୟୀ, ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନମାନେ ଗୋଟିଏ ଶିକ୍ଷା ବର୍ଷରେ ୨ଥର ନାମଲେଖାଇ ପାରିବେ । ଯେଉଁ ଏକାଡେମିକ୍ ନାମଲେଖା ଯଦି ଜୁଲାଇ / ଅଗଷ୍ଟରେ ଆରମ୍ଭ ହୁଏ ଏହାର ପାଠପଢ଼ା ମେ କିମ୍ବା ଜୁନ୍ ମାସରେ ସାରିବାକୁ ପଡ଼ିବ। ମୁକ୍ତ, ଦୂରନିରନ୍ତର ଶିକ୍ଷା ଏବଂ ଅନ୍ଲାଇନ୍ ମୋଡ୍ ଶିକ୍ଷାରେ ନାମଲେଖା ପାଇଁ ଏହାକୁ ଲାଗୁ କରାଯିବ। ଯେଉଁ ଶିକ୍ଷାନୁଷ୍ଠାନର ଭିଭିଭୂମି ଓ ଶିକ୍ଷକ ତଥା ଅଧ୍ୟାପକ ବ୍ୟବସ୍ଥା ଥିବ, ସେମାନେ ବର୍ଷକୁ ଦୁଇ ଥର ନାମଲେଖାଇ ପାରିବେ। ଏହା ବାଧ୍ୟତାମୂଳକ ନୁହେଁ । ଏହା କେବଳ ଉଚ୍ଚ ଶିକ୍ଷାନୁଷ୍ଠାନମାନେ ନିଜର ସକ୍ଷମ ଅନୁସାରେ କରିବେ। ନିଜର ସମସ୍ତ ସୁବିଧା ଓ ନିୟମ ଅନୁସାରେ କରିପାରିବେ।

ମେ’ ୧୫ରେ ଏନେଇ ୟୁଜିସି ବୈଠକରେ ଆଲୋଚନା ହୋଇଥିଲା। ବାର୍ଷିକ ୨ ଥର ନାମଲେଖା ନେଇ ନୀତି ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ଏପରିକି ନିୟମିତ କୋର୍ସ ପାଇଁ ମଧ୍ୟ ୨ ଥର ନାମଲେଖା ହେବ। ଆସନ୍ତା ଶିକ୍ଷା ବର୍ଷରୁ ଏହାକୁ ଲାଗୁ କରାଯିବ । ସେପଟେ ଶିକ୍ଷାବିତ ମାନେ ଏହି ନୂଆ ନିୟମକୁ ନେଇ ଅକଳରେ ପଡିଛନ୍ତି। ଆଲୋଚନା ପରେ ନିଷ୍ପତ୍ତି ଉପରେ ସେମାନେ ଗୁରୁତ୍ୱ ଦେଇଛନ୍ତି

ସମ୍ବିଧାନରେ ନାହିଁ ପଦ କିନ୍ତୁ ୧୪ ରାଜ୍ୟରେ ୨୩ ଉପ-ମୁଖ୍ୟମନ୍ତ୍ରୀ !

ନୂଆଦିଲ୍ଲୀ : ସାରା ଦେଶ ମଧ୍ୟରୁ ୧୪ ରାଜ୍ୟରେ ୨୩ ଉପ-ମୁଖ୍ୟମନ୍ତ୍ରୀ ଅଛନ୍ତି । ନିକଟରେ ଯେତିକି ରାଜ୍ୟରେ ବିଧାନସଭା ନିର୍ବାଚନ ହୋଇଛି , ସେଥିମଧ୍ୟରୁ ଅନେକ ରାଜ୍ୟରେ ଉପ ମୁଖ୍ୟମନ୍ତ୍ରୀ ଚୟନ କରାଯାଇଛି । ତାହା ମଧ୍ୟରୁ ଓଡ଼ିଶାରେ ୨ ଏବଂ ଆନ୍ଧ୍ରପ୍ରଦେଶରେ ଜଣେ ଉପ ମୁଖ୍ୟମନ୍ତ୍ରୀ ହୋଇଛନ୍ତି । କିନ୍ତୁ ସମ୍ବିଧାନରେ ଉପ ମୁଖ୍ୟମନ୍ତ୍ରୀ ପରି କୌଣସି ପଦବୀ ବିଷୟରେ ଉଲ୍ଲେଖ କରାଯାଇ ନାହିଁ ।

ମଧ୍ୟ ପ୍ରଦେଶ, ଛତିଶଗଡ଼, ରାଜସ୍ଥାନ ପରେ ଓଡ଼ିଶାରେ ମଧ୍ୟ ବିଜେପି ସରକାର ତିଆରି ଫର୍ମୁଲା ରିପିଟ୍ କରିଛି । ୩ ରାଜ୍ୟ ପରେ ଏବେ ଓଡ଼ିଶାରେ ମୁଖ୍ୟମନ୍ତ୍ରୀଙ୍କ ସହ ଉପ–ମୁଖ୍ୟମନ୍ତ୍ରୀ ଚୟନ କରାଯାଇଛି  । ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ମୋହନ ଚରଣ ମାଝୀ  ଏବଂ ଉପ-ମୁଖ୍ୟମନ୍ତ୍ରୀ ଭାବେ କନକ ବର୍ଦ୍ଧନ ସିଂ ଦେଓ ଏବଂ ପ୍ରଭାତୀ ପରିଡା ଶପଥ ଗ୍ରହଣ କରିଛନ୍ତି ।

ବର୍ତ୍ତମାନ ଦେଶରେ ୧୪ ରାଜ୍ୟରେ ୨୩ ଉପ–ମୁଖ୍ୟମନ୍ତ୍ରୀ ରହିଛନ୍ତି ।  କିନ୍ତୁ ସମ୍ୱିଧାନ ଅନୁଯାୟୀ ଧାରା ୧୬୩ ଏବଂ ୧୬୪ରେ ମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀମଣ୍ଡଳ ସମ୍ବନ୍ଧରେ ବର୍ଣ୍ଣନା କରାଯାଇଛି ।  ଧାରା ୧୬୩ (୧)ରେ ଲେଖାଯାଇଛି କି, ରାଜ୍ୟପାଳଙ୍କୁ ପରାମର୍ଶ ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଏକ କ୍ୟାବିନେଟ୍ ରହିବ । କିନ୍ତୁ ଏଥିରେ ଉପ-ମୁଖ୍ୟମନ୍ତ୍ରୀ ପଦ ବିଷୟରେ କୌଣସି ଉଲ୍ଲେଖ କରାଯାଇ ନାହିଁ ।

ଉପ-ମୁଖ୍ୟମନ୍ତ୍ରୀ  ରାଜ୍ୟ କ୍ୟାବିନେଟ୍ ମନ୍ତ୍ରୀଙ୍କ ସହ ସମାନ ବୋଲି ବିବେଚନା କରାଯାଏ । ଉପ-ମୁଖ୍ୟମନ୍ତ୍ରୀ  ସମାନ ଦରମା ସହ  କ୍ୟାବିନେଟ୍ ମନ୍ତ୍ରୀଙ୍କୁ ମିଳୁଥିବା ସମସ୍ତ ସୁବିଧା ପାଇଥାନ୍ତି । କିନ୍ତୁ ଚଳିତ ବର୍ଷ ଫେବୃଆରୀ ୧୨ରେ ଉପ-ମୁଖ୍ୟମନ୍ତ୍ରୀ ନିଯୁକ୍ତି ନେଇ ସୁପ୍ରିମକୋର୍ଟ ଏକ ରାୟ ଦେଇଛନ୍ତି । ଚିଫ୍ ଜଷ୍ଟିସ୍ ଡି ଇ ଚନ୍ଦ୍ରଚୂଡ ,ଜଷ୍ଟିସ ଜେବୀ ପାରଦୀବାଲା ଏବଂ ଜଷ୍ଟିସ୍ ମନୋଜ ମିଶ୍ର ଉପ-ମୁଖ୍ୟମନ୍ତ୍ରୀ  ପଦକୁ ଅସମ୍ୱିଧାନିକ ନୁହେଁ ବୋଲି କହିଥିଲେ ।  ଏହାକୁ ନେଇ ଏକ ଯାଚିକା ମଧ୍ୟ ପ୍ରସ୍ତୁତ ହୋଇଥିଲା  ।  ହେଲେ ଯାଚିକାରେ ସମ୍ୱିଧାନରେ ଉପ-ମୁଖ୍ୟମନ୍ତ୍ରୀ  ପରି କୌଣସି ପଦ ନାହିଁ  ଏବଂ ଏହା ସମ୍ୱିଧାନର ଧାରା ୧୪ (ସମାନତା ଅଧିକାର) କୁ ଉଲଘଂନ ଏହା କରେ ବୋଲି ବୋଲି ଲେଖାଯାଇଥିଲା ।

ମଞ୍ଚରେ ନବୀନଙ୍କ ସହ କଥା ହେଲେ ମୋଦି,ନୂଆ ମନ୍ତ୍ରିମଣ୍ଡଳ ଜଣାଇଲା ସମ୍ମାନ

ଭୁବନେଶ୍ୱର : ଓଡ଼ିଶାରେ ଗଠନ ହୋଇ ସାରିଛି ନୂଆ ସରକାର । ମୋହନ ଚରଣ ମାଝୀ ରାଜ୍ୟର ପଂଚଦଶତମ ମୁଖ୍ୟମନ୍ତ୍ରୀ ଭାବେ ବୁଧବାର ଶପଥ ଗ୍ରହଣ କରିଛନ୍ତି । ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତେ ଅନ୍ୟ ବରିଷ୍ଠ କେନ୍ଦ୍ରମନ୍ତ୍ରୀ ଓ ୯ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଉପସ୍ଥିତ ଥିଲେ । ତେବେ ସମାରୋହରେ ଯେଉଁ ବ୍ୟକ୍ତିଙ୍କୁ ସମସ୍ତଙ୍କ ଅପେକ୍ଷା ଥିଲା ସେ ହେଉଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ।
ନବୀନ ପଟ୍ଟନାୟକ ଯେତେବେଳେ ଆଜି ଶପଥ ସମାରୋହରେ ଭାଗ ନେବାକୁ ମଂଚ ଉପରକୁ ଆସିଲେ ସେତେବେଳେ ମଂଚରେ ଉପସ୍ଥିତ ଥିବା ବିଜେପିର ବରିଷ୍ଠ ନେତୃବୃନ୍ଦ ଛିଡା ହୋଇ ତାଙ୍କୁ ସମ୍ମାନ ଜଣାଇଥିଲେ । ନବୀନ ଜଣ ଜଣକରି ସମସ୍ତଙ୍କୁ ଭେଟିଥିଲେ । କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ,ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରି ନବୀନଙ୍କୁ ସମ୍ମାନ ଜଣାଇ ନିଜ ଆସନରୁ ଉଠିଥିଲେ । କିଛି ସମୟ ପାଇଁ ନବୀନ ଅମିତ ଶାହ,ରାଜନାଥ ସିଂହ ଓ ନୀତିନ ଗଡ଼କରିଙ୍କ ସହିତ କଥା ହୋଇଥିଲେ ।

କଥା ହେଲେ ପ୍ରଧାନମନ୍ତ୍ରୀ
ସେହିଭଳି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଶପଥ ସମାରୋହରେ ନବୀନଙ୍କ ସହ କିଛି ସମୟ କଥା ହୋଇଥିଲେ । ଶପଥ ଗ୍ରହଣ ସରିବା ପରେ ନବୀନ ଓ ପ୍ରଧାନମନ୍ତ୍ରୀ କିଛି ସମୟ ଧରି କଥାବାର୍ତ୍ତା ହୋଇଥିଲେ । ଏହି ସମୟରେ ତାଙ୍କ ପାଖରେ ଥିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ନୂଆ ମନ୍ତ୍ରିମଣ୍ଡଳର ସଦସ୍ୟ ନବୀନଙ୍କୁ ଦେଲେ ସମ୍ମାନ । ଶପଥ ଗ୍ରହଣ ସରିବା ପରେ ନୂଆ ମନ୍ତ୍ରିମଣ୍ଡଳର ସଦସ୍ୟ ଜଣଜଣକରି ନବୀନଙ୍କୁ ନମସ୍କାର କରିଥିଲେ । ନବୀନ ମଧ୍ୟ ସେମାନଙ୍କୁ ପ୍ରତି ନମସ୍କାର ଜଣାଇଥିଲେ । ରାଜନୀତିରେ ମତାନ୍ତର ଥାଇପାରେ କିନ୍ତୁ ମନାନ୍ତର ନାହିଁ,ଏହା ଆଜି ନବୀନଙ୍କ ବ୍ୟବହାରରୁ ଜଣା ପଡୁଥିଲା । ଯାହା ସବୁବେଳେ ତାଙ୍କୁ ଅନ୍ୟମାନଙ୍କଠାରୁ ଅଲଗା କରିଥାଏ ।

ମଞ୍ଚରେ ନବୀନଙ୍କ ସହ କଥା ହେଲେ ମୋଦି,ନୂଆ ମନ୍ତ୍ରିମଣ୍ଡଳ ଜଣାଇଲା ସମ୍ମାନ

ଭୁବନେଶ୍ୱର : ଓଡ଼ିଶାରେ ଗଠନ ହୋଇ ସାରିଛି ନୂଆ ସରକାର । ମୋହନ ଚରଣ ମାଝୀ ରାଜ୍ୟର ପଂଚଦଶତମ ମୁଖ୍ୟମନ୍ତ୍ରୀ ଭାବେ ବୁଧବାର ଶପଥ ଗ୍ରହଣ କରିଛନ୍ତି । ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତେ ଅନ୍ୟ ବରିଷ୍ଠ କେନ୍ଦ୍ରମନ୍ତ୍ରୀ ଓ ୯ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଉପସ୍ଥିତ ଥିଲେ । ତେବେ ସମାରୋହରେ ଯେଉଁ ବ୍ୟକ୍ତିଙ୍କୁ ସମସ୍ତଙ୍କ ଅପେକ୍ଷା ଥିଲା ସେ ହେଉଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ।
ନବୀନ ପଟ୍ଟନାୟକ ଯେତେବେଳେ ଆଜି ଶପଥ ସମାରୋହରେ ଭାଗ ନେବାକୁ ମଂଚ ଉପରକୁ ଆସିଲେ ସେତେବେଳେ ମଂଚରେ ଉପସ୍ଥିତ ଥିବା ବିଜେପିର ବରିଷ୍ଠ ନେତୃବୃନ୍ଦ ଛିଡା ହୋଇ ତାଙ୍କୁ ସମ୍ମାନ ଜଣାଇଥିଲେ । ନବୀନ ଜଣ ଜଣକରି ସମସ୍ତଙ୍କୁ ଭେଟିଥିଲେ । କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ,ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରି ନବୀନଙ୍କୁ ସମ୍ମାନ ଜଣାଇ ନିଜ ଆସନରୁ ଉଠିଥିଲେ । କିଛି ସମୟ ପାଇଁ ନବୀନ ଅମିତ ଶାହ,ରାଜନାଥ ସିଂହ ଓ ନୀତିନ ଗଡ଼କରିଙ୍କ ସହିତ କଥା ହୋଇଥିଲେ ।

କଥା ହେଲେ ପ୍ରଧାନମନ୍ତ୍ରୀ
ସେହିଭଳି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଶପଥ ସମାରୋହରେ ନବୀନଙ୍କ ସହ କିଛି ସମୟ କଥା ହୋଇଥିଲେ । ଶପଥ ଗ୍ରହଣ ସରିବା ପରେ ନବୀନ ଓ ପ୍ରଧାନମନ୍ତ୍ରୀ କିଛି ସମୟ ଧରି କଥାବାର୍ତ୍ତା ହୋଇଥିଲେ । ଏହି ସମୟରେ ତାଙ୍କ ପାଖରେ ଥିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ନୂଆ ମନ୍ତ୍ରିମଣ୍ଡଳର ସଦସ୍ୟ ନବୀନଙ୍କୁ ଦେଲେ ସମ୍ମାନ ।

ଶପଥ ଗ୍ରହଣ ସରିବା ପରେ ନୂଆ ମନ୍ତ୍ରିମଣ୍ଡଳର ସଦସ୍ୟ ଜଣଜଣକରି ନବୀନଙ୍କୁ ନମସ୍କାର କରିଥିଲେ । ନବୀନ ମଧ୍ୟ ସେମାନଙ୍କୁ ପ୍ରତି ନମସ୍କାର ଜଣାଇଥିଲେ । ରାଜନୀତିରେ ମତାନ୍ତର ଥାଇପାରେ କିନ୍ତୁ ମନାନ୍ତର ନାହିଁ,ଏହା ଆଜି ନବୀନଙ୍କ ବ୍ୟବହାରରୁ ଜଣା ପଡୁଥିଲା । ଯାହା ସବୁବେଳେ ତାଙ୍କୁ ଅନ୍ୟମାନଙ୍କଠାରୁ ଅଲଗା କରିଥାଏ ।

କୁଏତରେ ଭୀଷଣ ଅଗ୍ନିକାଣ୍ଡ, ୪୦ ଭାରତୀୟ ମୃତ

ନୂଆଦିଲ୍ଲୀ : କୁଏତ ଦକ୍ଷୀଣ ମଂଗାଫର ଏକ ବିଲ୍ଡିଂରେ ହୋଇଥିବା ଅଗ୍ନିକାଣ୍ଡରେ ୪୦ ଜଣ ଭାରତୀୟ ପ୍ରାଣ ହରାଇଛନ୍ତି । ଏହି ଦୁର୍ଘଟଣାରେ ୩୦ ଜଣ ଭାରତୀୟ ଆହତ ହୋଇଥିବା ସୂଚନା ମିଳୁଛି । କୁଏତ ସ୍ୱାସ୍ଥ୍ୟମନ୍ତ୍ରଣାଳୟ ତରଫରୁ ଜାରି ବୟାନ ଅନୁସାରେ ସମସ୍ତ ଆହତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅନ୍ୟପକ୍ଷରେ ଭାରତୀୟ ଦୂତାବାସ ପକ୍ଷରୁ ଏନେଇ ଗୋଟିଏ ହେଲ୍ପ ଲାଇନ୍ ଜାରି କରାଯାଇଛି ।

ଘଟଣାକୁ ନେଇ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଏକ୍ସ’ରେ ପୋଷ୍ଟ ମଧ୍ୟ କରିଛନ୍ତି । ସେ ଲେଖିଛନ୍ତି ଯେ, ଦୁର୍ଘଟଣା ଖବର ତାଙ୍କୁ ଗଭୀର ଭାବେ ମର୍ମାହତ କରିଛି ।ଦୁର୍ଘଟଣାରେ ୪୦ ଜଣଙ୍କ ମୃତ୍ୟୁ ଓ ୫୦ ଜଣ ଆହତ ହୋଇଥିବା ସେ ଲେଖିଛନ୍ତି । ଗୋଟିଏ ବିଲ୍ଡିଂରେ ରହୁଥିଲେ ୧୬୦ରୁ ଅଧିକ ଶ୍ରମିକ
ରିପୋର୍ଟ୍ ଅନୁସାରେ ବୁଧବାର ସକାଳ ୪.୩୦ ମିନିଟରେ ଶ୍ରମିକ ରହୁଥିବା କ୍ୟାମ୍ପରେ ଅଗ୍ନିକାଣ୍ଡ ହୋଇଥିଲା ।ରୋଷେଇ ଘରେ ପ୍ରଥମେ ନିଆଁ ଲାଗିଥିଲା । ନିଆଁରୁ ରକ୍ଷା ପାଇବା ପାଇଁ ଅନେକ ଶ୍ରମିକ ଆପାର୍ଟମେଣ୍ଟରୁ ଲମ୍ଫ ମାରିଥିଲେ । ଲମ୍ଫ ମାରିଥିବା କିଛି ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ କିଛି ଶ୍ୱାସରୁଦ୍ଧ ହୋଇ ପ୍ରାଣ ହରାଇଥିଲେ ।

Image
ମଙ୍ଗାଫରେ ରୁହନ୍ତି ବିଦେଶୀ ଶ୍ରମିକ

ମଙ୍ଗାଫରେ ବିଦେଶୀ ଶ୍ରମିକ ରୁହନ୍ତି । କୁଏଟର ଉପ-ପ୍ରଧାନମନ୍ତ୍ରୀ ଶେଖ ଫହଦ ଅଲ ୟୁସୁଫ୍ ସକାଳରେ ଦୁର୍ଘଟଣାସ୍ଥଳ ପରିଦର୍ଶନ କରିଥିଲେ । ଦୁର୍ଘଟଣା ପାଇଁ ସେ ରିୟଲ ଇଷ୍ଟେଟ୍ ମାଲିକଙ୍କୁ ଦାୟୀ କରିଛନ୍ତି । ସେମାନଙ୍କ ଲୋଭ ପାଇଁ ଏଭଳି ହୋଇଛି ବୋଲି କୁଏଟ ଉପ-ପ୍ରଧାନମନ୍ତ୍ରୀ କହିଛନ୍ତି ।

ଆଜିଠୁ ରାଜ୍ୟରେ ଆରମ୍ଭ ହେଲା ନୂଆ ସରକାର

ଭୁବନେଶ୍ୱର : ରାଜ୍ୟରେ ଆରମ୍ଭ ହେଲେ ମୋହନ ମାଝୀଙ୍କ ସରକାର । ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ମୋହନ ଚରଣ ମାଝୀ  । ତାଙ୍କ ସହିତ ଦୁଇ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ ଏବଂ ପ୍ରଭାତୀ ପରିଡା ମଧ୍ୟ ଶପଥ ଗ୍ରହଣ କରିଛନ୍ତି । ଶପଥ ପାଠ କରାଇଲେ ରାଜ୍ୟପାଳ ରଘୁବର ଦାସ  । ସେଥି ସହିତ ଓଡ଼ିଶାର ନୂଆ ମନ୍ତ୍ରୀମଣ୍ଡଳରେ ସାମିଲ ହୋଇଛନ୍ତି ୮ କ୍ୟାବିନେଟ୍ ମନ୍ତ୍ରୀ ଏବଂ ୫ ରାଷ୍ଟ୍ରମନ୍ତ୍ରୀ । ସମସ୍ତ ମନ୍ତ୍ରୀଙ୍କୁ ମଧ୍ୟ ଶପଥ ପାଠ କରାଇଛନ୍ତି ରାଜ୍ୟପାଳ ।

କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ସୁରେଶ ପୂଜାରୀ, ରବିନାରାୟଣ ନାଏକ,କୃଷ୍ଣଚନ୍ଦ୍ର ପାତ୍ର , ନିତ୍ୟାନନ୍ଦ ଗଣ୍ଡ, ପୃଥ୍ୱୀରାଜ ହରିଚନ୍ଦନ, ମୁକେଶ ମହାଲିଙ୍ଗ, ବିଭୂତି ଭୂଷଣ ଜେନା ଏବଂ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର । ଅନ୍ୟପଟେ ରାଷ୍ଟ୍ର ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଗଣେଶରାମ ସିଂ ଖୁଣ୍ଟିଆ , ସୂର୍ଯ୍ୟବଂଶୀ ସୁରଜ, ପ୍ରଦୀପ ବଳସାମନ୍ତ, ଗୋକୁଳାନନ୍ଦ ମଲ୍ଲିକ ଏବଂ ସମ୍ପଦ ଚନ୍ଦ୍ର ସ୍ୱାଇଁ ।

ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି,ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ,କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରି,ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସମେତ ଦେଶର ଅନେକ ଗଣ୍ୟମାନ୍ୟ ବ୍ୟକ୍ତି ଯୋଗ ଦେଇଥିଲେ । ଏହା ସହିତ ବିଜେପି ଶାସିତ ୯ ରାଜ୍ୟର ମୁଖ୍ୟମନ୍ତ୍ରୀ ମଧ୍ୟ ଶପଥଗ୍ରହଣ ସମାରୋହରେ ଯୋଗ ଦେଇଥିଲେ ।

ମୋହନ ଚରଣ ମାଝୀ ହେଲେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ,ନେଲେ ପଦ ଓ ଗୋପନୀୟତାର ଶପଥ

ଭୁବନେଶ୍ୱର : ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ମୋହନ ଚରଣ ମାଝି ବୁଧବାର ଦିନ ଶପଥ ଗ୍ରହଣ କରିଛନ୍ତି । ଭୁବନେଶ୍ୱରର ଜନତା ମୈଦାନର ଆୟୋଜିତ ବର୍ଣ୍ଣାଢ୍ୟ ସମାରୋହରେ ରାଜ୍ୟପାଳ ରଘୁବର ଦାସ ତାଙ୍କ ଶପଥ ପାଠ କରାଇଥିଲେ । ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ,ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଉପସ୍ଥିତ ଥିଲେ । ଏହା ସହିତ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ମଞ୍ଚରେ ଉପସ୍ଥିତ ଥିଲେ ।

ଶପଥ ନେବା ସହିତ ମୋହନ ଚରଣ ମାଝି ରାଜ୍ୟର ପଞ୍ଚଦଶତମ ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ଭାବେ ମୋହନ ମାଝୀ ଶପଥ ନେବା ପରେ ଦୁଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଓ ପ୍ରଭାତୀ ପରିଡା ଶପଥ ନେଇଥିଲେ ।