spot_img
Home Blog Page 1753

ଓ୍ବାୟନାଡ଼ ଆସନ ଛାଡ଼ିଲେ ରାହୁଲ, ଲଢ଼ିବେ ପ୍ରିୟଙ୍କା

ନନ୍ଦିଘୋଷ ବ୍ୟୁରୋ: ରାହୁଲ ଗାନ୍ଧି ରାଏବରେଲି ଆସନ ରଖିଲେ। ୱେୟନାଡ଼ ଆସନ ଛାଡ଼ିଲେ। ଗାନ୍ଧି ପରିବାରର ପାରମ୍ପରିକ ଆସନ ରାଏବରେଲି ରଖି ରାହୁଲ ୱାୟନାଡ଼ ଆସନ ଛାଡ଼ିଛନ୍ତି। ଏହା ନିଜେ ସ୍ପଷ୍ଟ କରିଛନ୍ତି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ। ଏହାକୁ ନେଇ ଆଜି ସୋନିଆ ଗାନ୍ଧି, ରାହୁଲ ଗାନ୍ଧି, ମଲ୍ଲିକାର୍ଜୁନ ଖଡ଼ଗେ ଓ କେ. ବେଣୁଗୋପାଳଙ୍କ ମଧ୍ଯରେ ଏକ ବୈଠକ ମଧ୍ଯ ହୋଇଥିଲା। ପ୍ରିୟଙ୍କା ଗାନ୍ଧି ୱେୟନାଡ଼୍ ଆସନରୁ ଲଢ଼ିବେ । ଏଥର ଉଭୟ ରାଏବରେଲି ଓ ୱେୟନାଡ ଆସନରୁ ବହୁତ ବଡ଼ ମାର୍ଜିନରେ ଜିତିଛନ୍ତି ରାହୁଲ ଗାନ୍ଧି। ରାଜନୈତିକ ଦୃଷ୍ଟି କୋଣରୁ ଓ ଉତ୍ତର ପ୍ରଦେଶରେ କଂଗ୍ରେସର ଉତଥାନ ଦୃଷ୍ଟିରୁ ରାହୁଲ ରାଏବରେଲି ଆସନ ରଖିଛନ୍ତି। ୨୦୦୪ରୁ ୨୦୧୯ ଯାଏ ଏହି ଆସନରୁ ଜିତି ଆସୁଥିଲେ ସୋନିଆ ଗାନ୍ଧି। ଇନ୍ଦିରା ଗାନ୍ଧି ଓ ତାଙ୍କ ସ୍ବାମୀ ଫିରୋଜ ଗାନ୍ଧି ମଧ୍ଯ ଏହି ଆସନରୁ ପାର୍ଲାମେଣ୍ଟକୁ ଯାଇଛନ୍ତି। ୨୦୧୯ରେ ରାହୁଲ ଆମେଠି ଆସନରୁ ପରାଜିତ ହୋଇଥିଲେ ମଧ୍ଯ ୱେୟନାଡ ଆସନରୁ ଜିତିଥିଲେ। ତେଣୁ ଏହି ଆସନର ବି ବେଶ୍ ଗୁରୁତ୍ଵ ରହିଛି। ତେଣୁ ୱେୟନାଡରେ ଭୋଟ ସରିବା ପରେ ହିଁ କଂଗ୍ରେସ ଘୋଷଣା କରିଥିଲା ଯେ, ରାହୁଲ ରାଏବରେଲିରୁ ମଧ୍ଯ ଲଢ଼ିବେ। ତେଣୁ କେଉଁ ଆସନ ରଖିବେ, କେଉଁ ଆସନ ଛାଡ଼ିବେ, ତାକୁ ନେଇ ଗଣିତ କରିବାକୁ ପଡ଼ିଥିଲା। …

ବିକାଶର ମାଧ୍ଯମ ସାଜିଛି ବିଜୁ ସେତୁ

ନନ୍ଦିଘୋଷ ବ୍ୟୁରୋ: ବିକାଶର ମାଧ୍ଯମ ସାଜିଛି ବିଜୁ ସେତୁ । ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଦେବୀ ନଦୀ ଉପରେ ନିର୍ମାଣ ହେଉଥିବା ବିଜୁ ସେତୁ ଏବେ ଶେଷ ପର୍ଯ୍ଯାୟରେ। ବ୍ଲକରୁ ବ୍ଲକ, ଜିଲ୍ଲାରୁ ଜିଲ୍ଲା ସବୁଠି ସଂଯୋଗର ସମ୍ପର୍କ ସାଜିଛି ବିଜୁସେତୁ । ଏହା ଶହ ବିଜୁ ସେତୁ ଉପରେ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି ଯୁବପିଢିଙ୍କ ପାଇଁ ନିର୍ମିତ ।

ସଂପର୍କର ସେତୁ ପାଲଟିଛି ବିଜୁ ସେତୁ । ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ତାଳଦା ଦିନେ ବିଚ୍ଛିନ୍ନାଞ୍ଚଳ ଭାବେ ପରିଚିତ ଥିଲା । ତାଳଦାରେ ବିଜୁ ସେତୁ ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭ ଦେଇଥିଲେ । ୧୧ କୋଟି ୮୭ଲକ୍ଷ ୬୫ହଜାର ୧୬୩ଟଙ୍କା ବ୍ଯୟ ଅଟକଳରେ ଦେବୀ ନଦୀ ଉପରେ ସେତୁ ନିର୍ମାଣ ହୋଇଛି । ସେତୁ ନିର୍ମାଣ ହେବା ଦ୍ୱାରା ଅସ୍ତରଙ୍ଗ ଦୀପାଞ୍ଚଳ ତାଳଦା ଗ୍ରାମ ପଂଚାୟତରୁ ଅସ୍ତରଙ୍ଗ ମୁଖ୍ୟ କାର୍ଯ୍ୟାଳୟକୁ ଗମନାଗମନ ସୁଗମ ହୋଇଛି । ସେତୁ ନିର୍ମାଣ ହେବା ଦ୍ୱାରା ପୁରୀ ଜିଲ୍ଲା ଜଗତସିଂହପୁର ଜିଲ୍ଲାକୁ ଅବଧି କମିଯାଇଛି ।  ଫଳରେ ଉଭୟ ଜିଲ୍ଲାରେ ଅର୍ଥନୈତିକ, ସାମାଜିକ ଏବଂ ସାଂସ୍କୃତିକ କ୍ଷେତ୍ରରେ ପରିବର୍ତ୍ତନ ହେବ ବୋଲି ସ୍ଥାନୀୟ ବାସିନ୍ଦାଙ୍କ ମନରେ ଆଶା ବଢିଛି ।

ପୂର୍ବରୁ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକର ଲୋକମାନେ ଭରା ନଦୀରେ ବିପଦଶଙ୍କୁଳ ଅବସ୍ଥାରେ ଯାତାୟତ କରୁଥିଲେ । ଏମିତିକି ବନ୍ଯା ସମୟରେ ଯାତାୟତ ଠପ ହୋଇଯାଉଥିଲା । ହେଲେ ଏବେ ଦେବୀ ଉପରେ ବିଜୁ ସେତୁ ନିର୍ମାଣ ହେବା ପରେ ଲୋକେ ସ୍ଵାସ୍ଥ୍ଯସେବା ସାଙ୍ଗକୁ ଶିକ୍ଷା ସହଜରେ ପାଇପାରିବେ । ବିଜୁ ସେତୁରେ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି ନୂତନ ଜ୍ଞାନ କୌଶଳରେ ନିର୍ମିତ ହୋଇଥିବା ବୋଷ୍ଟିଙ୍ଗି ଗାର୍ଡ ନିକଟରେ ହୋଇଥିବା ଯୁବପିଢିଙ୍କ ପାଇଁ ସେଲ୍ଫି ପଏଣ୍ଟ । ଅପରାହ୍ନରେ ବହୁ ଦୂରଦୂରାନ୍ତରୁ ଲୋକ ସେଲ୍ଫି ନେବାକୁ ଭିଡ ଲଗାଉଛନ୍ତି । ନିର୍ମିତ ବିଜୁ ସେତୁଟି ଲୋକଙ୍କ ପାଇ ବରଦାନ ପାଲଟିଛି । ଏ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି ଅଞ୍ଚଳବାସୀ ।

ସର୍ତ୍ତ ମାନିଲା ବିସିସିଆଇ, ଗମ୍ଭୀର ହେବେ ଟିମ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ

ନନ୍ଦିଘୋଷ ବ୍ୟୁରୋ: ସର୍ତ୍ତ ମାନିଲା ବିସିସିଆଇ । ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର ଖୁବ୍‌‌ଶୀଘ୍ର ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ୍‌‌ ଭାବେ ନିଯୁକ୍ତି ପାଇବେ। ଏନେଇ ପ୍ରକ୍ରିୟା ଆରମ୍ଭ ହେବା ସହ ପଥ ପରସ୍କାର ମଧ୍ୟ ହୋଇଛି। ପ୍ରଶିକ୍ଷକ ହେବା ପାଇଁ ଗମ୍ଭୀରଙ୍କୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପ୍ରସ୍ତାବ ଦେଇଥିଲା ଓ ସେ ମଧ୍ୟ ଏହି ପ୍ରସ୍ତାବକୁ ଗ୍ରହଣ କରିଥିଲେ। କିନ୍ତୁ ଗମ୍ଭୀର ବିସିସିଆଇ ଆଗରେ କୋତୋଟି ସର୍ତ୍ତ ରଖିଥିଲା। ଯାହାକୁ ବୋର୍ଡ ଗ୍ରହଣ କରିଛି ବୋଲି ରିପୋର୍ଟ ପ୍ରକାଶ ପାଇଛି।

ନିଜ ମନ ପସନ୍ଦର ସପୋର୍ଟ ଷ୍ଟାଫ୍‌‌ ନିଯୁକ୍ତି ଦେବାର ଅଧିକାର ଦେବାକୁ ଗମ୍ଭୀର ସର୍ତ୍ତ ରଖିଥିଲେ। କେବଳ ସେକିକି ନୁହଁ ସେ ଦଳରେ କୋତାଟି ଗଠନମୂଳକ ପରିବର୍ତ୍ତନ କରିବାକୁ ଚାହାଁନ୍ତି ବୋଲି ବୋର୍ଡକୁ ଅବଗତ କରାଇଥିଲେ। ବୋର୍ଡ ଅବଶ୍ୟ ଗମ୍ଭୀରଙ୍କ ଏହି ସର୍ତ୍ତକୁ ମାନିଦେଇଛି। ଚଳିତ ମାସେ ଶେଷ ଆଡକୁ ଗମ୍ଭୀରଙ୍କ ନିଯୁକ୍ତି ନେଇ ବୋର୍ଡ ଘୋଷଣା କରିବ ବୋଲି ଆଶା କରାଯାଉଛି।

ଯେତେବେଳେ ରବିଶାସ୍ତ୍ରୀ ମୁଖ୍ୟ ପ୍ରଶିକ୍ଷକ ଥିଲେ, ସେତେବେଳେ ସଞ୍ଜୟ ବାଙ୍ଗରଙ୍କ ସ୍ଥାନରେ ବିକ୍ରମ ରାଠୋରଙ୍କୁ ବ୍ୟାଟିଂ କୋଚ୍‌‌ ଭାବେ ନିଯୁକ୍ତି ଦିଆଯାଇଥିଲା। ଶାସ୍ତ୍ରୀଙ୍କ ସ୍ଥାନରେ ଯେତେବେଳେ ରାହୁଲ ଦ୍ରାବିଡ କୋଚ୍‌‌ ହେଲେ, ସେତେବେଳେ ରାଠୋର ତାଙ୍କ ପଦ ବଜାୟ ରଖିଥିଲେ। ଏବେ ପାରସ ମାହାମ୍ବ୍ରେ ଓ ଟି ଦୀଲିପ୍‌‌ ଯଥାକ୍ରମେ ଦଳର ବୋଲିଂ ଓ ଫିଲ୍ଡିଂ କୋଚ୍‌‌ ଭାବେ ଦାୟିତ୍ୱ ନିର୍ବାହ କରୁଛନ୍ତି। ନିଯୁକ୍ତି ପରେ ଗମ୍ଭୀର ସପୋର୍ଟ ଷ୍ଟାଫ୍‌‌ଙ୍କ ସମେତ ଦଳରେ କେତୋଟି ପରିବର୍ତ୍ତନ କରିବେ ବୋଲି ଆଶା କରାଯାଉଛି। ଯଦି ଏପରି କିଛି ହୁଏ, ତେବେ ତାହା କ୍ରିକେଟ ଜଗତରେ ବେଶ୍‌‌ ଚର୍ଚ୍ଚା ସୃଷ୍ଟି କରିବ।

ଉଲ୍ଲେଖଥାଉ କି, ଗମ୍ଭୀରଙ୍କ ତତ୍ତ୍ୱାବଧାନରେ କୋଲକାତା ନାଇଟ ରାଇଡର୍ସ (କେକେଆର) ଗତ ଇଣ୍ଡିଆନ ପ୍ରିମିୟର ଲିଗ୍‌‌ (ଆଇପିଏଲ)ରେ ଟାଇଟଲ ହାସଲ କରିଥିଲା। କେବଳ ସେତିକି ନୁହଁ ଗମ୍ଭୀରଙ୍କ ନେତୃତ୍ୱରେ କୋଲକାତା ୨୦୧୨ ଓ ୨୦୧୪ରେ ଆଇପିଏଲ ଚାମ୍ପିଅନ ହେବାର ଗୌରବ ଅର୍ଜନ କରିଥିଲା।

ଆଇସିୟୁରେ ବାହାଘର

ନନ୍ଦିଘୋଷ ବ୍ୟୁରୋ: ହସପିଟାଲରେ ନିକାହ ଓ କବୁଲନାମା । ଆଇସିୟୁରେ ବାପା। ଭେଣ୍ଟିଲେଟର ସପୋର୍ଟରେ ଜୀବନ । ଆଉ କାଳବିଳମ୍ବ ନକରି ନିଜର ବିବାହ ସାରିଦେଲେ ଦୁଇ ଝିଅ । ବାପାଙ୍କ ଉପସ୍ଥିତି ଓ ଆଶୀର୍ବାଦ ଆଶାରେ ଆଇସିୟୁ ଭିତରେ ହିଁ ବିବାହ କଲେ ଦୁଇ ଭଉଣୀ । ଏପରି ଏକ ପିତୃପ୍ରେମର ନିଆରା ନିଦର୍ଶନ ଦେଖିବାକୁ ମିଳିଛି ଲକ୍ଷ୍ନୌର ଏକ ଘରୋଇ ହସପିଟାଲର ଆଇସିୟୁରେ । ଦୁଇ ଭଉଣୀଙ୍କର ଜୁନ ୨୨ ତାରିଖରେ ବିବାହ ହେବାର ଥିଲା । ହେଲେ ଗତ ୮ ତାରିଖରେ ବାପା ୫୫ ବର୍ଷୀୟ ସୁଫି ସୟଦ ଜୁନୈଦ ସାବ୍ରି ହଠାତ ଅସୁସ୍ଥ ହୋଇ ଶେଷରେ ଭେଣ୍ଟିଲେଟର ସହାୟତାରେ ଆଇସିୟୁରେ ଆଡମିଟ ହେବାକୁ ପଡିଲା । ଏପରିସ୍ଥିତିରେ ସୁଫିଙ୍କ ଦୁଇ ଝିଅ ଡାକ୍ତର ଦର୍କ୍ଷ୍ଯ ସୟଦ ଓ ତାଞ୍ଜିଲା ସୟଦ ଆଇସିୟୁରେ ହିଁ ବିବାହ କରିବାକୁ ନିଷ୍ପତ୍ତି ନେଲେ । ଏହାକୁ ହସପିଟାଲ କର୍ତ୍ତୃପକ୍ଷ ସମର୍ଥନ କରି ତୁରନ୍ତ ବିବାହ ପ୍ରସ୍ତୁତି କରିଥିଲେ। ଏକ ସ୍ବତନ୍ତ୍ର ରୁମରେ ବିବାହ ବ୍ଯବସ୍ଥା କରାଯାଇଥିଲା । ଯେଉଁଥିରେ ୫ ଜଣ ସଂପର୍କୀୟ ନିକାହବେଳେ ଉପସ୍ଥିତ ଥିଲେ । ବାପା ସେମାନଙ୍କ ପୂରା ଦୁନିଆ କହିଲେ ଅତ୍ଯୁକ୍ତି ହେବନାହିଁ । ଆମେ ତାଙ୍କ ଆଶୀର୍ବାଦ ବିନା ବିବାହ କରିପାରିନଥାନ୍ତୁ ବୋଲି କହିଛନ୍ତି ଝିଅ ଦର୍କ୍ଷ୍ଯ ସୟଦ । ଗତ ଗୁରୁବାର ଓ ଶୁକ୍ରବାର ଦୁଇ ଦିନ ଧରି ସମସ୍ତ ରୀତିନୀତି କରାଯାଇଥିଲା । ଆଗକୁ ଭୋଜିଭାତ କରାଯିବ ବୋଲି ପରିବାର ପକ୍ଷରୁ କୁହାଯାଇଛି ।

ଜିଲ୍ଲପାଳ ନେବେ ଛୁଟି ନିଷ୍ପତ୍ତି

ନନ୍ଦିଘୋଷ ବ୍ୟୁରୋ: ରାଜ୍ଯରେ ସ୍କୁଲ ଖୋଲିବା ପ୍ରସଙ୍ଗ । ସ୍ଥାନୀୟ ପାଣିପାଗ ସୂଚନା ଭିତ୍ତିରେ ଜିଲ୍ଲାପାଳ ମାନେ ନିଷ୍ପତ୍ତି ନେବାକୁ ନିର୍ଦ୍ଦେଶ ଦେଇଛନ୍ତି  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପାଣିପାଗ ବିଭାଗ ସୂଚନା ଅନୁସାରେ ଜିଲ୍ଲାପାଳମାନେ ସ୍କୁଲ ଖୋଲିବା ନିଷ୍ପତ୍ତି ନେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲାପାଳ   ମାନେ ନିଜ ନିଜ ଜିଲ୍ଲାର ପାଣିପାଗ ସ୍ଥିତିକୁ ନେଇ ସରକାରୀ, ବେସରକାରୀ ଓ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଗୁଡିକର ପ୍ରଥମ  ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛୁଟି ଘୋଷଣା କରିବେ କିମ୍ବା ସମୟ ନିର୍ଘଣ୍ଟ ପରିବର୍ତ୍ତନ କରିବେ । ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଏହି ନିର୍ଦ୍ଦେଶ ବଳବତ୍ତର ରହିବ ବୋଲି ମୁଖ୍ଯମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ସୂଚନା ଦିଆଯାଇଛି ।

ଗରମ ଗୁଳୁଗୁଳିରୁ ମିଳିଲା ତ୍ରାହି

ନନ୍ଦିଘୋଷ ବ୍ୟୁରୋ: ଗରମ ଗୁଳୁଗୁଳିରୁ ମିଳିଲା ତ୍ରାହି । ରାଜ୍ଯର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା । ଟୁଇନସିଟି କଟକ-ଭୁବନେଶ୍ବରରେ ଲାଗି ରହିଛି ପ୍ରବଳ ବର୍ଷା। ଭୁବନେଶ୍ବରରେ ଘଡ଼ଘଡ଼ି ବିଜୁଳି ସହ ପ୍ରବଳ ବର୍ଷା ହେଉଛି । ବର୍ଷା ସହ ଘଣ୍ଟାପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ବହୁଛି । ପ୍ରବଳ ବର୍ଷା ଯୋଗୁ ଯାତାୟାତ ବାଧାପ୍ରାପ୍ତ ହୋଇଥିବାବେଳେ କେତେକ ସ୍ଥାନରେ ପାଣି ବି ଜମି ରହିଛି। ଆଗାମୀ ୫ ଦିନ ଯାଏଁ ଉପକୂଳ, ଦକ୍ଷିଣ ଓ ପଶ୍ଚିମ ଓଡିଶାର କିଛି ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି । ୧୯ ଓ ୨୦ରେ  ବର୍ଷାର ପରିମାଣ ଅଧିକ ରହିବ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି।

ଶ୍ରୀମନ୍ଦିର ଚାରି ଦ୍ୱାର ଖୋଲିବା ନେଇ ଡିଜିପିଙ୍କ ପ୍ରତିକ୍ରିୟା

ନନ୍ଦିଘୋଷ ବ୍ୟୁରୋ: ଶ୍ରୀମନ୍ଦିରର ଚାରି ଦ୍ୱାର ଖୋଲିବା ନେଇ ପ୍ରତିକ୍ରିୟା ରଖିଛନ୍ତି ପୋଲିସ ଡିଜି ଅରୁଣ ଷଡ଼ଙ୍ଗୀ । ରଥଯାତ୍ରା ପ୍ରସ୍ତୁତି ପାଇଁ ଓଡିଶା ପୋଲିସ ପକ୍ଷରୁ ଦୁଇଟି ବୈଠକରେ ମୁଖ୍ଯମନ୍ତ୍ରୀ ଆଲୋଚନା କରିଛନ୍ତି । ପୁରୀରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ପୁଲିସ ମୁତୟନ ହୋଇଛନ୍ତି । ଗତ କିଛିଦିନ ଧରି ଚାରି ଦ୍ୱାର ଖୋଲିବା ପରେ କିଛି ସମସ୍ୟା ଉପୁଜିଥିଲା । ଭିଡ଼ ନିୟନ୍ତ୍ରଣ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଉଭୟ ମନ୍ଦିର ଭିତର ଏବଂ ବାହାରେ ପୋଲିସ ବ୍ୟବସ୍ଥା କରାଯାଇଛି । ଚାରିଦିନ ରଜ ଛୁଟି ପଡ଼ିଯିବାରୁ ଭିଡ଼ ଦେଖିବାକୁ ମିଳିଥିଲା । ଚାରିଦ୍ୱାର ଖୋଲିବା ପରର ଭିଡ଼କୁ ଆଖି ଆଗରେ ରଖି ପ୍ରବେଶ ଓ ପ୍ରସ୍ଥାନ ପାଇଁ ବ୍ୟବସ୍ଥା କରାଯାଇଛି । ଶ୍ରୀମନ୍ଦିରରେ ସୁରକ୍ଷା ପାଇଁ ୩୦ ପ୍ଲାଟୁନ ପୁଲିସ ଫୋର୍ସ ମୃତ୍ୟୟନ କରାଯାଇଛି । ଏଡିଜି ଲ’ ଆଣ୍ଡ ଅର୍ଡର ସଞ୍ଜୟ କୁମାର, ଗୁଇନ୍ଦା ନିର୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀ ଏବଂ ସେଣ୍ଟ୍ରାଲ ଆଇଜି ପୂରା ଘଟଣାର ତର୍ଜମା କରିଛନ୍ତି । ଜଗନ୍ନାଥଙ୍କ ଦର୍ଶନକୁ ନେଇ ପୁରୀ ଯାଉଥିବା ଲୋକମାନେ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ ବୋଲି କହିଛନ୍ତି ଡିଜିପି ।

ଆଇନଶୃଙ୍ଖଳା ସ୍ଥିତି ନେଇ ଡିଜିପିଙ୍କ କ୍ୟାମ୍ପ ଅଫିସରେ ଆଇପିଏସଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

ରାଜ୍ଯରେ ଆଇନଶୃଙ୍ଖଳା ସ୍ଥିତି ନେଇ ଡିଜିପିଙ୍କ କ୍ୟାମ୍ପ ଅଫିସରେ ଆଇପିଏସଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ଡିଜିପିଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ୧୭ ଜଣ ବରିଷ୍ଠ ଆଇପିଏସ ସାମିଲ ହୋଇଛନ୍ତି । ଆଇନ ଶୃଙ୍ଖଳା ଏଡିଜି ଆର. କେ.ଶର୍ମା, ଗୁଇନ୍ଦା ନିର୍ଦ୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀ, କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା, ଆଇଜି ଆଶିଷ ସିଂ, ଅନୁପ ସାହୁ,  ଏସ୍.ସାଇନି , ଡିଆଇଜି ବି.ଗଙ୍ଗାଧର ପ୍ରମୁଖ ଉପସ୍ଥିତ ରହିଥିଲେ । ଗତକାଲି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ସମସ୍ତ ଜିଲ୍ଲା ଏସପିଙ୍କ ସହ ଆଲୋଚନା କରାଯାଇଛି । ପୋଲିସ ସେବାକୁ ଅଧିକ ଲୋକାଭିମୁଖୀ ହେବାକୁ ପରାମର୍ଶ ଦିଆଯାଇଛି । ଜୁଲାଇ ପହିଲାରୁ ସାରା ଦେଶରେ ଲାଗୁ ହେବାକୁ ଥିବା ନୂଆ ପୋଲିସ ଆଇନ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରାଯାଇଛି  । ୧୮୬୦ ମସିହାରୁ ଚାଲିଥିବା ବ୍ରିଟିଶ ନିୟମ ଖୁବଶୀଘ୍ର ହଟିବ । ଏହା ବଦଳରେ ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା , ଭାରତୀୟ ସାକ୍ଷ ଲାଗୁ ହେବ । ଏ ନେଇ ବିଶେଷ ଭାବେ ଏହି ବୈଠକରେ ଆଲୋଚନା କରାଯାଇଛି ।

ଶିଶୁକୁ ଚୋରି କରି ନେବା ବେଳେ ଧରିଲେ ଡାକ୍ତରଖାନାର ସୁରକ୍ଷା କର୍ମୀ

ନନ୍ଦିଘୋଷ ବ୍ୟୁରୋ: ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଭାବନୀୟ ଘଟଣା। ଶିଶୁକୁ ଚୋରି କରି ନେବା ବେଳେ ଧରିଲେ ଡାକ୍ତରଖାନାର ସୁରକ୍ଷା କର୍ମୀ । ଅଭିଯୋଗ ଅନୁସାରେ, ବୌଦ୍ଧ ଜିଲ୍ଲା ପଲସଗୋରା ଗାଁର ବିମ୍ବାଧର ସୁନା ତାଙ୍କ ଶିଶୁ କନ୍ୟାକୁ ଚିକିତ୍ସା କରିବା ପାଇଁ ଡାକ୍ତରଖାନାକୁ ଆଣିଥିଲେ। ଡାକ୍ତରଙ୍କ ପରାମର୍ଶ ପରେ ପ୍ରତୀକ୍ଷାଳୟରେ ବସି ଥିବାବେଳେ ଜଣେ ମହିଳା ଶିଶୁ କନ୍ୟାକୁ କାଖେଇ ଥିଲେ । କିଛି ସମୟ ପରେ ସେ ଛୁଆକୁ ଧରି ବାହାରକୁ ବାହାରି ପଡ଼ିଥିଲେ । ଶିଶୁଙ୍କ ସମ୍ପର୍କୀୟ ପାଟି କରିବାରୁ ସୁରକ୍ଷା କର୍ମୀ ତୁରନ୍ତ ବାହାରକୁ ଆସି ମହିଳାଙ୍କୁ ଅଟକ ରଖିଥିଲେ । ଖବର ପାଇବା ପରେ ଘଟଣା ସ୍ଥଳରେ ପହଞ୍ଚି ଶିଶୁ କନ୍ୟାଙ୍କ ପରିବାର ସହିତ ସଂପୃକ୍ତ ମହିଳାଙ୍କୁ ଥାନାକୁ ନେଇଥିଲା ପୋଲିସ  । ତେବେ ଘଟଣାକୁ ଅସ୍ବୀକାର କରିବା ସହିତ ଶ୍ରଦ୍ଧାରେ ତାଙ୍କୁ କାଖେଇ ଥିଲି ବୋଲି ଚୋରି କରିଥିବା ମହିଳା ଜଣକ ପ୍ରତିକ୍ରିୟା ଦେଇଛନ୍ତି ।

ଜାମମୁ କାଶ୍ମୀର ବାନ୍ଦିପୋରାରେ ଟଳିଲା ଜଣେ ଆତଙ୍କବାଦୀ

ଶ୍ରୀନଗର : ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀ ଏନକାଉଣ୍ଟର। ବାନ୍ଦିପୋରା ଜିଲ୍ଲା ଆରାଗାମ ଅଂଚଳରେ ସୁରକ୍ଷାକର୍ମୀଙ୍କ ସହ ମୁହାଁମୁହିଁ ହୋଇ ଜଣେ ଆତଙ୍କବାଦୀ ନିପାତ ହୋଇଛି। ମୃତ ଆତଙ୍କୀର ପରିଚୟ ମିଳିପାରନାହିଁ। ଆଉ ଜଣେ ଆତଙ୍କବାଦୀ ଲୁଚିଥିବା ସନ୍ଦେହରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଚାଲିଛି ସର୍ଚ୍ଚ ଅପରେସନ।

ଉତ୍ତର କାଶ୍ମୀର ବାନ୍ଦିପୋରା ଅଂଚଳରେ ଗତକାଲି ରାତିରୁ ଆରମ୍ଭ ହୋଇଛି ଏହି ଗୁଳିବିନିମୟ। ଦୁଇ ଆତଙ୍କବାଦୀ ଲୁଚିଥିବା ଖବର ପାଇ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଆରମ୍ଭ ହୋଇଥିଲା ଅପରେସନ। ଏବେବି ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଚାଲିଛି। ଜାମ୍ମୁକାଶ୍ମୀରରେ ଲଗାତାର ଆତଙ୍କବାଦୀ ଆକ୍ରମଣକୁ ନେଇ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଜୋରଦାର ଅପରେସନ ଚାଲିଛି।

ଆଜି ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ଜେନେରାଲ ଅନୀଲ ଚୌହାନ ଜାମ୍ମୁ ଗସ୍ତରେ ଯାଉଛନ୍ତି। ଆତଙ୍କବାଦୀ ନିପାତ ଅପରେସନର ସମୀକ୍ଷା କରିବେ ସିଡିଏସ। ନାଗରୋଟାରେ ବର୍ତ୍ତମାନର ସ୍ଥିତି ନେଇ ଆଲୋଚନା କରିବେ। ଗତକାଲି ଦିଲ୍ଲୀରେ ଜାମ୍ମୁ କାଶ୍ମୀର ଆତଙ୍କବାଦୀ ଆକ୍ରମଣ ପ୍ରସଙ୍ଗରେ ବସିଥିଲା ଉଚ୍ଚସ୍ତରୀୟ ବୈଠକ। ଏଥିରେ ଅପରେସନକୁ ଜୋରଦାର କରାଯାଇଛି। ଜିରୋ ଟେରର ନୀତି ଆପଣାଇଛନ୍ତି ସରକାର। ଉପଦ୍ରବ ଚଳାଇଥିବା ଆତଙ୍କବାଦୀକୁ ସୁରକ୍ଷାକର୍ମୀ କଡ଼ା ଜବାବ ଦେବାକୁ ନିଷ୍ପତ୍ତି ହୋଇଛି।

ଗତ ଦୁଇ ସପ୍ତାହ ଧରି ଜାମ୍ମୁ କାଶ୍ମୀରର ବିଭିନ୍ନ ସ୍ଥାନରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ରିଆସି, କଠୁଆ, ଡୋଡା ଜିଲ୍ଲାରେ ଆକ୍ରମଣ କରିଥିଲେ ଆତଙ୍କବାଦୀ । ଏଥିରେ ୯ ସାଧାରଣ ଲୋକଙ୍କ ମୃତ୍ୟୁ ହେବା ସହ ଜଣେ ସିଆରପିଏଫ୍ ଯବାନ୍ ସହିଦ ହୋଇଥିଲେ। ଗତ ୧୨ ତାରିଖରେ କଠୁଆରେ ସେନାର ପାଲଟା ଜବାବରେ ଦୁଇ ଆତଙ୍କବାଦୀ ନିପାତ ହୋଇଥିଲେ। ସେମାନଙ୍କଠାରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ହୋଇଥିଲା।