spot_img
Home Blog Page 1705

ଉଦଘାଟନ କାର୍ଯ୍ୟକ୍ରମ ପାଇଁ ଟଙ୍କା ମାଗୁଛନ୍ତି କେନ୍ଦ୍ରମନ୍ତ୍ରୀ

0

କୋଚି: ଅଭିନେତା ତଥା କେରଳ ତ୍ରିଶୂର ସାଂସଦ ସୁରେଶ ଗୋପୀଙ୍କ ନାଁରେ ଅଭିଯୋଗ  । ଉଦଘାଟନ କାର୍ଯ୍ୟକ୍ରମକୁ ଗଲେ ପଇସା ନେବେ ବୋଲି କହି ବିବାଦକୁ ଠେଲି ହୋଇଛନ୍ତି ସୁରେଶ ଗୋପୀ  । ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ କହିଛନ୍ତି ଫିଲ୍ମ ଇଣ୍ଡଷ୍ଟ୍ରିର ଅନ୍ୟ ଅଭିନେତାଙ୍କ ଭଳି କୌଣସି ଉଦଘାଟନ ବା ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ସାମିଲ ହେଲେ ଦାବି ମୁତାବକ ପାଉଣା ନେବେ  । କୌଣସି କାର୍ଯ୍ୟକ୍ରମକୁ ଗଲେ ସାଂସଦ ଭାବେ ଉଦଘାଟନ କରିବିନି ବରଂ ଅଭିନେତା ଭାବେ ଯୋଗ  ଦେଇ ଏଥିପାଇଁ ବେତନ ନେବି  । ସେ ଏହା ବି ସ୍ପଷ୍ଟ କରିଛନ୍ତି ଯେ ସେ ଏଥିରୁ ଯାହା ଫିସ୍‌ ମିଳିବ ତାଙ୍କ ଟ୍ରଷ୍ଟ ଲୋକଙ୍କ ଉଦ୍ଦେଶ୍ୟରେ ଖର୍ଚ୍ଚ କରିବେ  ।

ସାଧାରଣତଃ କୌଣସି ସାଂସଦ ବା ମନ୍ତ୍ରୀ କୌଣସି କାର୍ଯ୍ୟକ୍ରମର ଉଦଘାଟନ କଲେ ପଇସା ଦାବି କରିନଥାନ୍ତି  । କିନ୍ତୁ ସୁରେଶ ଗୋପୀ ଜଣେ ଲୋକପ୍ରିୟ ଅଭିନେତା ବି ଅଟନ୍ତି  । ଏଭଳି କ୍ଷେତ୍ରରେ ସେ ପଇସା ମାଗି ପାରିବେ କି ? କୌଣସି ସାଂସଦ ଅନ୍ୟ ରୋଜଗାର କରିପାରିବେ କି ? ଏଥିପାଇଁ ସମ୍ବିଧାନରେ କଣ ନିୟମ ରହିଛି ? ସମ୍ବିଧାନ ଓ ଜନପ୍ରତିନିଧିତ୍ବ ଅଧିନିୟମ ୧୯୫୧ ଅନୁସାରେ ସାଂସଦ ଓ ବିଧାୟକଙ୍କ ଆଚରଣ ପାଇଁ ଅନେକ ପ୍ରାବଧାନ ରହିଛି  ।.

ସମ୍ବିଧାନର ଅନୁଚ୍ଛେଦ ୧୦୨ (୧ଏ) ଅନୁସାରେ କୌଣସି ସାଂସଦ ବା ବିଧାୟକ ଏମିତି କୌଣସି ପଦରେ ରହିପାରିବେନି ଯେଉଁଠି ବେତନ ବା ଭତ୍ତା ସମେତ ଅନ୍ୟ କୌଣସି ଲାଭ ମିଳୁଥିବ । ସାଂସଦ ଓ ବିଧାୟକଙ୍କୁ ଅନ୍ୟ ପଦରୁ ଲାଭ ନ ଉଠାଇବା ପାଇଁ ସମ୍ବିଧାନର ଅନୁଚ୍ଛେଦ ୧୯୧ (୧ଏ) ଓ ଜନପ୍ରତିନିଧି ଆଇନର ଧାରା ୯ଏ ଅନୁସାରେ ପ୍ରାବଧାନ ରହିଛି  ।

କେରଳର ତ୍ରିଶୂର ଆସନରୁ ଜିତି ଲୋକସଭାକୁ ଯାଇଛନ୍ତି  । ଏହା ବିଜେପି ପାଇଁ ଐତିହାସିକ ସଫଳତା ଥିଲା  । କାରଣ ପ୍ରଥମ ଥର କେରଳରେ କୌଣସି ବ୍ୟକ୍ତି ବିଜେପି ଟିକେଟରୁ ଜିତି ସଂସଦରେ ପହଞ୍ଚିଥିଲେ  । ବିଜେପି ତାଙ୍କୁ ଏଥିପାଇଁ କେନ୍ଦ୍ର ପର୍ଯ୍ୟଟନ ଓ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ରାଷ୍ଟ୍ର ମନ୍ତ୍ରୀ ଦାୟିତ୍ବ ଦେଇଥିଲା  । କିନ୍ତୁ ନିର୍ବାଚନ ଜିତିବା ପରେ ସେ ଅଭିନୟ କ୍ୟାରିଅର ଛାଡିବେ ନାହିଁ ବୋଲି ଘୋଷଣା କରିଥିଲେ  । ଏହା ସହ ଯାହା ରୋଜଗାର କରିବେ ତାର ଏକ ଭାଗ ସମାଜ କଲ୍ୟାଣରେ ଖର୍ଚ୍ଚ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ  ।

ଆଜି ନିଟ୍‌ ୟୁଜି ମାମଲାରେ ସୁପ୍ରିମକୋର୍ଟରେ ବଡ ଶୁଣାଣି

ନୂଆଦିଲ୍ଲୀ: ନିଟ୍ ବିବାଦ ନେଇ ବିଭିନ୍ନ ମାମଲାର ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ। ନିଟ୍ ୟୁଜି ଟେଷ୍ଟରେ ଅନିୟମିତତା, ଫଳ ନେଇ ବିବାଦ ନେଇ ଆଗତ ବିଭିନ୍ନ ମାମଲାର ଶୁଣାଣି କରିବେ ସର୍ବୋଚ୍ଚ ଅଦାଲତ। ଜୁଲାଇ ୪ରେ ଫଳ ପ୍ରକାଶ ପରେ ଏହାକୁ ନେଇ ସାରା ଦେଶରେ ସୃଷ୍ଟି ହୋଇଥିଲା ଅସନ୍ତୋଷ।

ବିଭିନ୍ନ ମହଲରୁ ସୁପ୍ରିମକୋର୍ଟରେ ଦାୟର ହୋଇଥିଲା ବହୁ ମାମଲା। ଏଥିମଧ୍ୟରୁ ଅଧିକାଂଶ ଯାଚିକା ନିଟ୍‌ ୟୁଜି ପରୀକ୍ଷା ବାତିଲ କରିବା ପାଇଁ ଦାବି କରିଛନ୍ତି । କେନ୍ଦ୍ର ସରକାର ଶୁକ୍ରବାର ଦିନ ସୁପ୍ରିମକୋର୍ଟରେ ଦାଏର ହଲଫନାମାରେ ନିଟ ୟୁଜି ପରୀକ୍ଷା ରଦ୍ଦକୁ ବିରୋଧ କରିଛନ୍ତି  । କେନ୍ଦ୍ର ସରକାର ଏହି ହଲଫନାମାରେ କହିଛନ୍ତି ପରୀକ୍ଷା ରଦ୍ଦ କାରଣରୁ ଲକ୍ଷାଧିକ ଛାତ୍ରଛାତ୍ରୀ ମାନଙ୍କ ଭବିଷ୍ୟତ ଅନ୍ଧକାର ମଧ୍ୟକୁ ଠେଲି ହୋଇଯିବ  ।

ଏପରିକି ୧୫୬୩ ଛାତ୍ରଛାତ୍ରୀଙ୍କୁ ଲସ୍ ଅଫ ଟାଇମ କାରଣରୁ ଦିଆଯାଇଥିବା ଗ୍ରେସମାର୍କ ବିରୋଧରେ ପିଟିସନରେ ଆବେଦନ କରାଯାଇଥିଲା। ସିଜେଆଇ ଜଷ୍ଟିସ ଡି.ୱାଇ. ଚନ୍ଦ୍ରଚୂଡ଼, ଜଷ୍ଟିସ ଜେ.ବି. ପାର୍ଦ୍ଦିୱାଲ ଓ ଜଷ୍ଟିସ ମନୋଜ ମିଶ୍ର ମାମଲାର  ଶୁଣାଣି କରିବେ।

ପିଟିସନ ଗୁଡିକରେ ପେପର ଲିକ୍ ଅଭିଯୋଗ, ସମ୍ପୂର୍ଣ୍ଣ ଭାବେ ପରୀକ୍ଷା ବାତିଲ, ନ୍ଯାସନାଲ ଟେଷ୍ଟିଂ ଏଜେନ୍ସିର କାର୍ଯ୍ୟକଳାପର ତଦନ୍ତ, ୬ ତାରିଖରେ ହେବାକୁ ଥିବା ନିଟ-ୟୁଜି କାଉନସେଲିଂ ସ୍ଥଗିତ ଆଦି ପ୍ରସଙ୍ଗ ରହିଛି ।

ଭାଇଭଉଣୀଙ୍କୁ ସାଙ୍ଗରେ ନେଇ ଶ୍ରୀଗୁଣ୍ଡିଚା ଅଭିମୁଖେ ଦାରୁଦିଅଁ

ପୁରୀ: ନବଦିନାତ୍ମକ ଯାତ୍ରାରେ ଚତୁର୍ଦ୍ଧାମୂର୍ତ୍ତି । ଭାଇଭଉଣୀଙ୍କୁ ସାଙ୍ଗରେ ନେଇ ଶ୍ରୀଗୁଣ୍ଡିଚା ଅଭିମୁଖେ ଦାରୁଦିଅଁ । ୫୩ ବର୍ଷ ପରେ ପଡ଼ିଛି ଦୁର୍ଲ୍ଲଭ ଯୋଗ । ଗତକାଲି ଅଣସର ଘରୁ ପହଣ୍ଡି ହୋଇ ଆସିଥିଲେ ମହାପ୍ରଭୁ । ପରେ ନବଯୌବନ ଦର୍ଶନ ନହୋଇ ରଥାଋଢ ଠାକୁରଙ୍କୁ ଦର୍ଶନ କରିଥିଲେ ଶ୍ରଦ୍ଧାଳୁ ।

ଗତକାଲି ପ୍ରଥମ ଦିନରେ ରଥଟଣା ହୋଇଥିବାବେଳେ ମରିଚିକୋଟ ଛକରେ ତାଳଧ୍ବଜ ରଥ, ରାଜ ନଅର ସମ୍ମୁଖରେ ଦର୍ପଦଳନ ଓ ଶ୍ରୀମନ୍ଦିର ଦୁଇପାଦ ଆଗରେ ଅଟକି ରହିଛନ୍ତି ମହାପ୍ରଭୁଙ୍କ ନନ୍ଦିଘୋଷ ରଥ । ଆଜି ରଥ ଉପରେ ଶ୍ରୀଜିଉଙ୍କ ନୀତିକାନ୍ତି ପରେ ପୁଣି ରଥଟଣା ଆରମ୍ଭ ହେବ ।

ରଥଟଣା ବେଳେ ଜଣେ ଶ୍ରଦ୍ଧାଳୁ ମୃତ, ୪ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା

ନନ୍ଦିଘୋଷ ବ୍ୟୁରୋ: ପୁରୀ ରଥଯାତ୍ରା ବେଳେ ଅଘଟଣ ପାଇଁ ଶୋକା ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ  ମାଝୀ । ମୃତକଙ୍କ ପରିବାରକୁ ମଧ୍ୟ ୪ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଆହତ ମାନଙ୍କୁ ବିନା ମୂଲ୍ୟରେ  ସର୍ବୋତ୍ତମ ଚିକିତ୍ସା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ମୃତକଙ୍କ ଆତ୍ମାର ସଦଗତି କାମନା କରିବା ସହିତ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କ ପାଇଁ ସମବେଦନା ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ବିଜେଡିର ବିଭିନ୍ନ କମିଟିର ହେଲା ନବକଳେବର, ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ବ

ନନ୍ଦିଘୋଷ ବ୍ୟୁରୋ: ବିଜେଡିରେ ବିଭିନ୍ନ କମିଟିର ହେଲା ନବକଳେବର । ରାଜ୍ଯସ୍ତରୀୟ ସମସ୍ତ କମିଟିକୁ ଦଳର ସଭାପତି ନବୀନ ପଟ୍ଟନାୟକ ଆଜି ଭଙ୍ଗ କରିଛନ୍ତି । ଖୁବଶୀଘ୍ର ନୂଆ କମିଟି ଗଠନ ହେବ ବୋଲି ଏକ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି । ତେବେ ଜିଲ୍ଲା ସ୍ତରୀୟ କମିଟି ଓ କର୍ମକର୍ତ୍ତା ଅପରିବର୍ତ୍ତିତ ରହିବେ । ଆଜି ଦଳପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ, ଡ. ସଂତୃପ୍ତ ମିଶ୍ରଙ୍କୁ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ରାଜନୈତିକ ସଚିବ ଭାବେ ନିଯୁକ୍ତ କରାଯାଇଛି ।

ସେହିଭଳି ସୁକାନ୍ତ କୁମାର ପଣ୍ଡାଙ୍କୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କର ଜନସଂପର୍କ ଅଧିକାରୀ ଭାବେ ନିଯୁକ୍ତ କରାଯାଇଛି ।  ୫ ଜଣଙ୍କୁ ଦଳ ଜାତୀୟ ମୁଖପାତ୍ର ଭାବେ ଦଳ ଘୋଷଣା କରିଛି । ଡ. ସଂତୃପ୍ତ ମିଶ୍ର, କଳିକେଶ ନାରାୟଣ ସିଂଦେଓ, ଡ. ଅମର ପଟ୍ଟନାୟକ, ଡ. ସସ୍ମିତ ପାତ୍ର ଓ ପ୍ରଦୀପ କୁମାର ମାଝୀ ଜାତୀୟ ମୁଖପାତ୍ର ଭାବେ ଦାୟିତ୍ବ ତୁଲାଇବେ । ସେହିପରି ୧୪ ଜଣଙ୍କୁ ରାଜ୍ଯସ୍ତରୀୟ ମୁଖପାତ୍ର ଭାବେ ଦଳ ଦାୟିତ୍ବ ପ୍ରଦାନ କରିଛି । ସେମାନେ ହେଲେ ପ୍ରସନ୍ନ ଆଚାର୍ଯ୍ୟ, ପ୍ରମିଳା ମଲ୍ଲିକ, ଦେବୀ ପ୍ରସାଦ ମିଶ୍ର, ପ୍ରତାପ କୁମାର ଦେବ,ଡ. ଅରୁଣ କୁମାର ସାହୁ, କ୍ଯାପଟେନ ଦିବ୍ଯ ଶଙ୍କର ମିଶ୍ର, ଦେବୀ ରଞ୍ଜନ ତ୍ରିପାଠୀ, ଶ୍ରୀମୟୀ ମିଶ୍ର, ଲେଖାଶ୍ରୀ ସାମନ୍ତସିଂହାର, ସୁଦାମ ମାର୍ଣ୍ଡି, ସୁଲତା ଦେଓ, ରମେଶ ଚନ୍ଦ୍ର ମାଝୀ, ଭୃଗୁ ବକ୍ସିପାତ୍ର ଓ ଡ. ଲେନିନ ମହାନ୍ତି ।ବରିଷ୍ଠ ନେତା ପ୍ରତାପ ଜେନାଙ୍କୁ ବରିଷ୍ଠ ରାଜ୍ଯ ଗଣମାଧ୍ଯମ ସଂଯୋଜକ ଭାବେ ନିଯୁକ୍ତ ହୋଇଥିବାବେଳେ ସ୍ବୟଂ ପ୍ରକାଶ ମହାପାତ୍ର ସୋସିଆଲ ମିଡିଆ କୋର୍ଡିନେଟର ଭାବେ ନିଯୁକ୍ତ ହୋଇଛନ୍ତି । ଲେନିନ ମହାନ୍ତି ଓ ପ୍ରିୟବ୍ରତ ମାଝୀଙ୍କୁ ଗଣମାଧ୍ଯମ ସଂଯୋଜକ ଭାବେ ଦଳ ନିଯୁକ୍ତ କରିଛି ଦଳ ।

ଆଜି ପାଇଁ ସରିଲା ରଥଟଣା, ଆସନ୍ତାକାଲି ପୁଣିଥରେ ଟଣା ହେବ

ନନ୍ଦିଘୋଷ ବ୍ୟୁରୋ: ପବିତ୍ର ଘୋଷଯାତ୍ରାରେ ଭକ୍ତଙ୍କ ମଧ୍ୟରେ ଭରି ରହିଥିଲା ଭାବାବେଗ । ରବିବାର ତିନି ରଥ ଟଣା ହୋଇଛି । ତେବେ ଜଗନ୍ନାଥଙ୍କ ନନ୍ଦିଘୋଷ ମାତ୍ର ଅଳ୍ପ ଦୂର ଟଣା ହେବା ପରେ ବନ୍ଦ ହୋଇଛି ରଥଟଣା । ପ୍ରଥମେ ବଡ଼ଭାଇ ବଳଭଦ୍ରଙ୍କ ରଥଟଣା ହୋଇଥିବାବେଳେ ମଝିରେ ହଳଦୀ ମୁହିଁଙ୍କ ରଥଟଣା ହୋଇଥିଲା । ଶେଷରେ ଜଗନ୍ନାଥଙ୍କ ନନ୍ଦିଘୋଷ ରଥକୁ ଟଣା ହୋଇଥିଲା ।

ପୁରୀରେ ରଥଟଣା ବେଳେ ଜଣେ ଶ୍ରଦ୍ଧାଳୁ ମୃତ

ନନ୍ଦିଘୋଷ ବ୍ୟୁରୋ: ପୁରୀ ରଥଟଣା ବେଳେ ଅଘଟଣ । ଜଣେ ଶ୍ରଦ୍ଧାଳୁ ମୃତ । ତାଳଧ୍ବଜ ରଥଟଣାବେଳେ ଅଣନିଶ୍ବାସୀ ହୋଇ ଜଣେ ମୃତ । ନନ୍ଦିଘୋଷ ରଥ ଆଗରେ ଦଳାଚକଟା ସ୍ଥିତି । ୮ରୁ ୧୦ ଭକ୍ତ ଆହତ ସୂଚନା । ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହୋଇଥିବାବେଳେ ଚଳିତବର୍ଷ ଦୁଇଦିନ ଧରି ରଥଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି । ରବିବାର ରଥଟଣା ବନ୍ଦ ହୋଇଥିବାବେଳେ ସୋମବାର ପୁଣିଥରେ ଟଣା ହେବ ରଥ ।

ବଡ଼ଦାଣ୍ଡରେ ଗଡ଼ିଲା କାଳିଆର ନନ୍ଦିଘୋଷ

ନନ୍ଦିଘୋଷ ବ୍ୟୁରୋ: ଟଣା ହେଲା କାଳିଆର ନନ୍ଦିଘୋଷ । ବଡ଼ଦାଣ୍ଡରେ ଗଡ଼ିଲା ନନ୍ଦିଘୋଷ ରଥ । ଭକ୍ତଙ୍କ ଭିଡ଼ରେ ଗଡ଼ିଛି । ଆଗେ ଆଗେ ବଡ଼ ଭାଇ ବଳଭଦ୍ର, ମଝିରେ ଭଉଣୀ ସୁଭଦ୍ରା ଏବଂ ପଛରେ ଟଣା ହେଲା ମହାବାହୁଙ୍କ ନନ୍ଦିଘୋଷ । ଘଣ୍ଟାଘଣ୍ଟା ହୁଳହୁଳି ନାଦରେ ପ୍ରକମ୍ପିତ ହୋଇ ଉଠୁଛି ବଡ଼ଦାଣ୍ଡ ।

ବଡ଼ଦାଣ୍ଡରେ ଗଡ଼ିଲା ଦେବୀ ସୁଭଦ୍ରାଙ୍କ ରଥ

ନନ୍ଦିଘୋଷ ବ୍ୟୁରୋ: ବଡ଼ ଭାଇ ବଳଭଦ୍ରଙ୍କ ପଛେ ପଛେ ବାହାରିଲେ ଦେବୀ ସୁଭଦ୍ରା । ଗଡ଼ିଲା ଦର୍ପଦଳନ । ଘଣ୍ଟାଘଣ୍ଟା ହୁଳହୁଳି ନାଦରେ ପ୍ରକମ୍ପିତ ହୋଇ ଉଠୁଛି ବଡ଼ଦାଣ୍ଡ । ପଛରେ ରହିଛନ୍ତି ମହାପ୍ରଭୁ ଜଗନ୍ନାଥ । ଭଉଣୀଙ୍କ ପଛରେ ଟଣା ହେବ କାଳିଆର ନନ୍ଦିଘୋଷ । ଭକ୍ତଙ୍କ ଉତ୍କଣ୍ଠା ଭରି ରହିଛି ମହାପ୍ରଭୁଙ୍କ ରଥ ଟାଣିବା ପାଇଁ ।

ଆରମ୍ଭ ହେଲା ରଥଟଣା

ନନ୍ଦିଘୋଷ ବ୍ୟୁରୋ: ଆରମ୍ଭ ହେଲା ରଥଟଣା । ବଡ଼ଦାଣ୍ଡରେ ଗଡ଼ିଲା ବଳଭଦ୍ରଙ୍କ ତାଳଧ୍ବଜ ରଥ । ଘଣ୍ଟଘଣ୍ଟା ହୁଳହୁଳିରେ ପ୍ରକମ୍ପିତ ହେଉଛି ଗଗନ ପବନ । ବଳଭଦ୍ରଙ୍କ ପରେ ସୁଭଦ୍ରା ରଥଟଣା ଟଣା ହେବ । ଶେଷରେ କାଳିଆ ସାଆନ୍ତଙ୍କ ନନ୍ଦିଘୋଷକୁ ଟାଣିବା ପାଇଁ ଚାହିଁ ରହିଛନ୍ତି ଭକ୍ତ ।