spot_img
Home Blog Page 1703

ମଗଜ ଦାନା, ଶାମୁକା ଏବଂ ଶଙ୍ଖରେ ଶ୍ରୀଜଗନ୍ନାଥଙ୍କ ଚିତ୍ର

ନନ୍ଦିଘୋଷ ବ୍ୟୁରୋ: ସାଇକେଲ ମେକାନିକଙ୍କ ଚିତ୍ର ଆଙ୍କିବା ନିଶା। ସୂକ୍ଷ୍ମ କାରୁକାର୍ଯ୍ଯରେ ଜଗନ୍ନାଥ ସଂସ୍କୃତିର ଝଲକ। ମଗଜ ଦାନା, ଶାମୁକା ଏବଂ ଶଙ୍ଖରେ ଜଗନ୍ନାଥଙ୍କ ଚିତ୍ର ଆଙ୍କିଛନ୍ତି ସୁବର୍ଣ୍ଣପୁର ସୁବଳୟାର ମୁନା ମହାରଣା। ପେଶାରେ ଜଣେ ସାଇକେଲ ମେକାନିକ ମୁନା କିନ୍ତୁ ନିଶା ତାଙ୍କର ଚିତ୍ର ଆଙ୍କିବା । ୧ ଇଞ୍ଚିଆ କାଠିରେ ସେ ରଥ ମଧ୍ଯ ନିର୍ମାଣ କରିଛନ୍ତି।

ମଗଜ ଦାନା, ଶାମୁକା ଏବଂ ଶଙ୍ଖରେ ଶ୍ରୀଜଗନ୍ନାଥଙ୍କ ଚିତ୍ର। ସୂକ୍ଷ୍ମ କାରୁକାର୍ଯ୍ଯରେ ରହିଛି ଜଗନ୍ନାଥ ସଂସ୍କୃତିର ଝଲକ। ମାଇକ୍ରୋ ଆର୍ଟ କରି ଚର୍ଚ୍ଚାରେ ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଗାଁର ମୁନା ମହାରଣା । ପେଶାରେ ଜଣେ ସାଇକେଲ ମେକାନିକ, ନିଶା କିନ୍ତୁ ଚିତ୍ର ଆଙ୍କିବା । ୪୦ଟି ମଗଜ ଦାନାରେ ଅତି ଆକର୍ଷଣୀୟ ଭାବେ ଜଗନ୍ନାଥଙ୍କ ଚିତ୍ର ଅଙ୍କିଛନ୍ତି ମୁନା। ତିନି ରଥ ମାତ୍ର ୧ ଇଞ୍ଚିଆ କାଠିରେ ନିର୍ମାଣ ହୋଇଛି। ପତ୍ରରେ ବି ଝଲସି ଯାଉଛି ମୁନାଙ୍କ କଳାକୃତି । ସେଥିପାଇଁ ତ ମୁନାଙ୍କୁ ନିଆରା ଜଗନ୍ନାଥ ସେବକ କୁହନ୍ତି ଅଞ୍ଚଳବାସୀ।

ପୂର୍ବରୁ ଛୋଟ ଛୋଟ ଜିନିଷରେ ନିଖୁଣ ଭାବରେ ଶ୍ରୀଜିଉଙ୍କ ପ୍ରତିଛବି, ଦଶାବତାର ତିଆରି କରିସାରିଛନ୍ତି ମୁନା।  ଚାଉଳ ଉପରେ ଗୀତ ଗୋବିନ୍ଦ ରଚନା ମୁନାଙ୍କ ସର୍ବଶ୍ରେଷ୍ଠ କଳାକୃତି କହିଲେ ଅତ୍ୟୁକ୍ତି ହେବ ନାହିଁ । ସାଇକଲର ଛୋଟ ଛୋଟ ସାମଗ୍ରୀ ତଥା ତୁଳସୀ ଜଟାରେ ବି ମୁନା ଜଗନ୍ନାଥ ଫଟୋ ଚିତ୍ର ଅଙ୍କନ କରିପାରନ୍ତି । ରଥଯାତ୍ରା ସମୟରେ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ସୂକ୍ଷ୍ମ ମୂର୍ତ୍ତି ଆଙ୍କି ସେ ଖୁବ୍ ଖ୍ୟାତି ଅର୍ଜନ କରିବା ସହିତ ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଛନ୍ତି ।

 

 

ଡ୍ୟୁଟିରେ ଥିବା ଡାକ୍ତରଙ୍କୁ ପୋଲିସ ମାଡ଼ ମାରିଥିବା ଅଭିଯୋଗ

ନନ୍ଦିଘୋଷ ବ୍ୟୁରୋ: ରଥଯାତ୍ରା ବେଳେ ପୁରୀରେ ଡାକ୍ତରଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି। ସୁଭଦ୍ରାଙ୍କ ରଥ ଆଗରେ ଡାକ୍ତର ଶାନ୍ତନୁ ପାଢ଼ୀଙ୍କୁ ପୋଲିସ ମାଡ଼ ମାରିଥିବାର ଅଭିଯୋଗ ହୋଇଛି। ଡାକ୍ତର ଶାନ୍ତନୁ ପାଢ଼ୀ କହିଛନ୍ତି, ମେଡିକାଲ ଛକରେ ସୁଭଦ୍ରାଙ୍କ ରଥ ଦଉଡ଼ି ଛୁଇଁବାକୁ ଯାଇଥିବା ବେଳେ ସେଠାରେଥିବା ପୋଲିସ ତାଙ୍କୁ ମାଡ଼ ମାରିଥିଲା। ଡାକ୍ତର ବୋଲି ପରିଚୟ ଦେବା ସତ୍ତ୍ବେ ପୋଲିସ ମାଡ଼ ମାରିଥିବା କହିଛନ୍ତି । ଉପରିସ୍ଥ ଅଧିକାରୀଙ୍କୁ ସେ ଏବାବଦରେ ଅବଗତ କରାଇଛନ୍ତି ଶାନ୍ତନୁ। ତାଙ୍କୁ ଦୁର୍ବ୍ଯବହାର କରିଥିବା ପୋଲିସ ଅଧିକାରୀଙ୍କ ନାଁ ଅମରେଶ ପଣ୍ଡା ବୋଲି କହିଛନ୍ତି ଶାନ୍ତନ୍ତୁ ପାଢ଼ୀ।

ଭୁବନେଶ୍ବରରେ ଦବିଲା ଏନଏଚ ଫ୍ଲାଏଓଭର ରାସ୍ତା

ନନ୍ଦିଘୋଷ ବ୍ୟୁରୋ: ଭୁବନେଶ୍ବରରେ ଦବିଲା ଏନଏଚ ଫ୍ଲାଏଓଭର ରାସ୍ତା । ଡୁମଡୁମା ଫ୍ଲାଏଓଭର ରାସ୍ତାଟି ଦବିଯାଇଛି । ପ୍ରବଳ ବର୍ଷା ଫଳରେ ରାସ୍ତାଟି ପ୍ରାୟ ୩ ଫୁଟ ଦବିଯାଇଥିବା ସୂଚନା ମିଳିଛି । NH-16 ଫ୍ଲାଏ ଓଭର ରାସ୍ତାଟି ହଠାତ ଦବିଯିବାରୁ ଏକ ମିନିଟ୍ରକ ଘଟଣାସ୍ଥଳରେ ଫସିଯାଇଛି । ଟ୍ରକଟିର ଚକା ମଧ୍ଯ ରାସ୍ତା ସହ ଦବିଯାଇଛି । ୬ମାସ ତଳେ ସର୍ବସାଧାରଣ ଯାତାୟତ ପାଇଁ ଜାତୀୟ ରାଜପଥରେ ଏହି ଫ୍ଲାଏଓଭର ରାସ୍ତାଟି ଖୋଲିଥିଲା । ମାତ୍ର ୬ ମାସରେ ଏହା ଦବିଯିବାକୁ ନେଇ ଅନେକ ପ୍ରଶ୍ନ ଉଠିଛି । ଏନଏଚଏଆଇର ମନମୁଖି କାର୍ଯ୍ୟ ଓ ରାସ୍ତା ନିର୍ମାଣରେ ଅନିୟମିତତା ଅଭିଯୋଗ ଆଣିଛନ୍ତି ଜନସାଧାରଣ ।

ସାପକାମୁଡା ରେ ନାବାଳକର ମୃତ୍ୟୁ ପରେ ବଞ୍ଚାଇବାକୁ ମେଡ଼ିକାଲରେ ଚାଲିଛି ଝଡାଫୁଙ୍କା

ନନ୍ଦିଘୋଷ ବ୍ୟୁରୋ: କେନ୍ଦୁଝର ଜିଲ୍ଲା ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସର ରେ ଅଭବାବନୀୟ ଚିତ୍ର। ସାପ କାମୁଡ଼ାରେ ଜଣେ ନାବାଳକ ର ମୃତ୍ୟୁ ପରେ ମୃତକ ଙ୍କୁ ବଞ୍ଚାଇବା ପାଇଁ ଅନ୍ଧ ବିଶ୍ୱାସ ର ବଶବର୍ତ୍ତୀ ହୋଇ ପରିବାର ଲୋକେ ଗୁଣିଆ କୁ ଡାକି ଝଡାଫୁଙ୍କା କରାଉଛନ୍ତି ଗୁଣିଆ ଜଣଙ୍କ ବି ବଞ୍ଚାଇବା ପାଇଁ ମନ୍ତ୍ର କରି ଝାଡୁଥିବା ଦୃଶ୍ୟ ଦେଖିବା କୁ ମିଳିଛି। ପାଟଣା ଥାନା ପୁଟୁଳିଆ ଗ୍ରାମର ଦାଶରଥି ପାତ୍ର ଙ୍କ ୧୬ ବର୍ଷର ପୁଅ ପଦ୍ମଲୋଚନ ବିଳମ୍ବିତ ରାତିରେ ପୁଟୁଳିଆ ସ୍ଥିତ ହଟି କଲଚର ଅଫିସରେ ଶୋଇଥିବା ସମୟ ରେ କୌଣସି ଏକ ବିଷଧର ସାପ କାମୁଡି ଦେଇଥିଲା ଗୁରୁତର ଅବସ୍ଥାରେ ତାଙ୍କୁ ପାଟଣା ମେଡ଼ିକାଲ କୁ ଅଣାଯାଇଥିଲା ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିବା ପରେ ପରିବାର ଲୋକେ ବଞ୍ଚାଇବା ଆଶାରେ ଅନ୍ଧ ବିଶ୍ୱାସ ର ବଶବର୍ତ୍ତୀ ହୋଇ ଗୁଣିଆ ଙ୍କୁ ଡକାଇ ଝଡାଫୁଙ୍କା କରାଉଥିବା ଦେଖିବାକୁ ମିଳିଛି।

ସେନା ଗାଡ଼ି ଉପରେ ଆତଙ୍କବାଦୀଙ୍କ ହମଲା, ୨ ଯବାନ ଆହତ

ନନ୍ଦିଘୋଷ ବ୍ୟୁରୋ: ସୋମବାର କାଶ୍ମୀରର କାଠଓ୍ବାରେ ଆତଙ୍କବାଦୀଙ୍କ ହମଲା । ୨ ଯବାନ ଆହତ । ଆତଙ୍କବାଦୀମାନେ ସେନା ଗାଡ଼ି ଉପରେ ଆକ୍ରମଣ ହମଲା କରିଥିଲେ । ପରେ ଯବାନ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଯେଉଁଥିରେ ୨ ଜଣ ଯବାନ ଆହତ ହୋଇଥିବା ସୂଚନା ମିଳିଛି । ଏବେ ସେନା ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି । ସେପଟେ ଆହତ ଯବାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।

ନିଟ୍-ୟୁଜି ପେପର ଲିକ୍‌ ମାମଲା: ସିବିଆଇ ଓ କେନ୍ଦ୍ରକୁ ରିପୋର୍ଟ ମାଗିଲେ ସୁପ୍ରିମକୋର୍ଟ

ନନ୍ଦିଘୋଷ ବ୍ୟୁରୋ: ନିଟ୍ ପ୍ରଶ୍ନପତ୍ର ଲିକ୍ ମାମଲାରେ ସତ୍ଯପାଠ ଦାଖଲ କରିବାକୁ କେନ୍ଦ୍ର ସରକାର, ଏନଟିଏ ଏବଂ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ନିଟ୍ କୁ ନେଇ ଦାଖଲ ହୋଇଥିବା ସବୁ ପିଟିସନର ଶୁଣାଣି କରି ସୁପ୍ରିମକୋର୍ଟ ଆଜି ପଚାରିଛନ୍ତି, ଯେଉଁମାନେ ଲିକ୍ କରିଛନ୍ତି, ସେମାନଙ୍କୁ ଚିହ୍ନଟ କରାହୋଇଛି କି, ସେମାନଙ୍କ ବିରୋଧରେ କଣ କାର୍ଯ୍ଯାନୁଷ୍ଠାନ ହୋଇଛି। ଯେଉଁ ପିଲା ଲିକ୍ ପ୍ରଶ୍ନପତ୍ର ପାଇଛନ୍ତି, ତାଙ୍କ ଫଳ ସ୍ଥଗିତ ରଖାଯାଇଛି କି । କେଉଁ କେଉଁ ଅଞ୍ଚଳରେ ଲିକ୍ ହୋଇଛି। ଆସନ୍ତା ବୁଧବାର ସଂଧ୍ଯା ୫ଟା ସୁଦ୍ଧା ଏସବୁର ଉତ୍ତର ସହିତ ସତ୍ଯପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସୁପ୍ରିମକୋର୍ଟ କହିଛନ୍ତି – ପ୍ରଶ୍ନପତ୍ର ଲିକ୍ ହୋଇଛି। ଏଥିରେ କୌଣସି ସନ୍ଦେହ ନାହିଁ। ଏହାର ବ୍ଯାପକତା କେତେ, କେବଳ ତାହା ଜାଣିବାକୁ ପଡ଼ିବ। ତେବେ ପୁଣି ଥରେ ପରୀକ୍ଷା କରିବା ଶେଷ ବିକଳ୍ପ ହେବ। କାରଣ ଏହା ଦ୍ଵାରା ଲକ୍ଷ ଲକ୍ଷ ପିଲା ପ୍ରଭାବିତ ହେବେ। ନିଟ୍ ପ୍ରଶ୍ନପତ୍ର ଲିକ୍ ନେଇ ହୋଇଥିବା ବହୁ ଆବେଦନର ଏକାଥରେ ଆଜି ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ। ପାଟନା, ଦିଲ୍ଲୀ, ଗୁଜରାଟ, ରାଜସ୍ଥାନ, ମହାରାଷ୍ଟ୍ର ଓ ଝାଡ଼ଖଣ୍ଡରେ ଏତଲା ଦିଆଯାଇଛି। ବ୍ଯବସ୍ଥାଗତ ଭାବେ ପ୍ରଶ୍ନପତ୍ର ଲିକ୍ ହୋଇଛି କି ତାହା ଜାଣିବାକୁ ଚାହିଁଛନ୍ତି ସୁପ୍ରିମକୋର୍ଟ।  ଆସନ୍ତା ଗୁରୁବାର ମାମଲାର ପରବର୍ତ୍ତୀ ଶୁଣାଣି ହେବ।

ଦ୍ଵିତୀୟ ଶ୍ରୀକ୍ଷେତ୍ର କୁହାଯାଉଥିବା ବାରିପଦାରେ ଗଡିଲା ରଥ

ନନ୍ଦିଘୋଷ ବ୍ୟୁରୋ: ଓଡିଶାର ଦ୍ଵିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ଗଡିଲା ରଥ । ଗତକାଲି ଚତୁର୍ଦ୍ଧା ମୂର୍ତ୍ତଙ୍କୁ ଗୋଟି ପହଣ୍ଡିରେ ବିଜେ କରାଯାଇ ରଥାରୂଢ କରାଯାଇଛି । ଅପରାହ୍ନ ୩ଟାରୁ ଆରମ୍ଭ ହୋଇଛି ରଥଯାତ୍ରା । ଚଳିତ ରଥଯାତ୍ରାରେ ମୟୂରଭଞ୍ଜର ମହାରାଜା ପ୍ରବୀଣ ଭଞ୍ଜଦେଓ ନୂଆ କରି ରଥରେ ଛେରା ପହଁରା କରିଛନ୍ତି । ପ୍ରଥମେ ବଳଭଦ୍ର ରଥଟଣା ଯିବା ପରେ ଦେବଦଳନ ରଥକୁ ମହିଳା ମାନେ ଟାଣି ବା ପରେ ବାରିପଦା ଟାଉନ ଥାନା ସମ୍ମୁଖରେ ରଖାଯିବ। ଆସନ୍ତାକାଲି ଅପରାହ୍ନରେ ଦେଵୀ ସୁଭଦ୍ରାଙ୍କ ରଥ ଗୁଣ୍ଡିଚା ମନ୍ଦିର ନିକଟରେ ପହଁଚିବା ପରେ ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ବଡ଼ଦାଣ୍ଡରେ ଗଢ଼ିବ। ତିନୋଟି ରଥ ଗୁଣ୍ଡିଚା ମନ୍ଦିର ନିକଟରେ ପହଁଚିବା ପରେ ସନ୍ଧ୍ୟାରେ ଜୀଉ ମାନଙ୍କୁ ନିତି କରାଯାଇ ଗୁଣ୍ଡିଚା ମନ୍ଦିରକୁ ଵିଜେ କରାଯିବ। ଚଳିତ ଥର ପାଗ ଅନୁକୂଳ ଥିବାରୁ ବଡଦାଣ୍ଡରେ ଭକ୍ତମାନଙ୍କ ଭିଡ ଦେଖିବାକୁ ମିଳୁଛି । ଦେବୀ ସୁଭଦ୍ରାଙ୍କ ରଥ ଉପମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡ଼ା ଭିଡିବାର କାର୍ଯ୍ଯକ୍ରମ ରହିଥିବାରୁ ସହରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ସୁରକ୍ଷା ଦୃଷ୍ଟିରୁ ୨୦ ପ୍ଲାଟୁନ ପୋଲିସ୍ ଫୋର୍ସ ସହିତ ୧୦୦ ଅଫିସରଙ୍କୁ ନିୟୋଜିତ କରାଯାଇଛି।  ମୟୂରଭଞ୍ଜ ଜିଲ୍ଲାର ଏହି ମହାନ ଗଣପର୍ବକୁ ସଫଳତାର ସହିତ ସମାପନ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ଵ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ମୟୂରଭଞ୍ଜ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଦେ ସୂଚନା ଦେଇଛନ୍ତି।

ଆଲମିରା ଭିତରେ ବଙ୍କର, ଲୁଚି ରହୁଥିଲେ ଆତଙ୍କବାଦୀ

ନନ୍ଦିଘୋଷ ବ୍ୟୁରୋ: ଶନିବାର ଦିନ ଜାମ୍ମୁ କାଶ୍ମୀରର କୁଲଗାମ ଜିଲ୍ଲାର ଫ୍ରିସାଲ ଚିନ୍ନିଗାମ ଅଞ୍ଚଳରେ ଏକ ଏନକାଉଣ୍ଟରରେ ସୁରକ୍ଷା ବାହିନୀ ଦ୍ୱାରା ନିହତ ହୋଇଥିବା ହିଜବୁଲ ମୁଜାହିଦ୍ଦିନ ଆତଙ୍କବାଦୀମାନେ ଏକ ଆଲମାରୀ ଭିତରେ ନିର୍ମିତ ଏକ ବଙ୍କରରେ ଲୁଚି ରହିଥିଲେ। ଏନକାଉଣ୍ଟର ପରେ ଅନଲାଇନରେ ଆସିଥିବା ଏକ ଭିଡିଓରେ ସୁରକ୍ଷା ଅଧିକାରୀମାନେ ଏକ ସାଧାରଣ ନାଗରିକ ବାସଭବନରେ ଏକ ଆଲମିରା ପଛରେ ଲୁଚି ରହିଥିବା ଏକ ଛୋଟ, ସୁଦୃଢ କଂକ୍ରିଟ ବଙ୍କର ପରି ଦେଖାଯାଉଥିବା ସ୍ଥାନକୁ ଯାଞ୍ଚ କରୁଥିବା ଦେଖିବାକୁ ମିଳିଥିଲା। ଲୁଚି ରହିଥିବା ସ୍ଥାନ ଠାବ ହେବା ପରେ ଆତଙ୍କବାଦୀଙ୍କୁ ଆଶ୍ରୟ ଦେବାରେ ସ୍ଥାନୀୟ ଲୋକଙ୍କ ସମ୍ପୃକ୍ତି ସମ୍ପର୍କରେ ଅଧିକାରୀମାନେ ଅନୁସନ୍ଧାନ କରୁଛନ୍ତି ।

ଶନିବାର ଦିନ ଜାମ୍ମୁ କାଶ୍ମୀରର କୁଲଗାମ ଜିଲ୍ଲାରେ ଆରମ୍ଭ ହୋଇଥିବା ଯୁଗ୍ମ ଏନକାଉଣ୍ଟରରେ ସମୁଦାୟ ୬ଜଣ ଆତଙ୍କବାଦୀ ନିହତ ହୋଇଥିଲେ। ମୋଡରଗାମ ଏନକାଉଣ୍ଟର ସ୍ଥାନରୁ ଦୁଇ ଆତଙ୍କବାଦୀଙ୍କ ମୃତଦେହ ଉଦ୍ଧାର ହୋଇଥିବାବେଳେ ରବିବାର ଦିନ ଚିନ୍ନିଗାମ ସାଇଟରେ ୪ଟି ମୃତଦେହ ଉଦ୍ଧାର କରାଯାଇଥିଲା।

ଏହି ଅପରେସନ୍ ସମୟରେ ଜଣେ ଅଭିଜିତ ପାରା କମାଣ୍ଡୋଙ୍କ ସମେତ ଦୁଇ ଜବାନ ଙ୍କ ମଧ୍ୟ ଡ୍ୟୁଟି ଲାଇନରେ ଶହୀଦ ହୋଇଥିଲେ। ଏହି ଅପରେସନ୍ ବିଷୟରେ ଜାମ୍ମୁ କାଶ୍ମୀର ପୋଲିସ୍ ମହାନିର୍ଦ୍ଦେଶକ ଆର.ଆର ସ୍ବାଇଁ କହିଛନ୍ତି ଯେ ଏତେ ସଂଖ୍ୟକ ଆତଙ୍କବାଦୀଙ୍କୁ ଏନକାଉଣ୍ଟର ଏକ ପ୍ରମୁଖ ସଫଳତା। ସୁରକ୍ଷା ପରିବେଶକୁ ମଜବୁତ କରିବା ପ୍ରୟାସରେ ଏହା ଏକ ବଡ଼ ମାଇଲଖୁଣ୍ଟ | ଏହି ସଫଳତା ଉଭୟ ମହତପୂର୍ଣ୍ଣ  ତଥା ମେସେଜିଂ ଦୃଷ୍ଟିରୁ ମଧ୍ୟ ଅର୍ଥପୂର୍ଣ୍ଣ ଅଟେ । ଏହି ଅପରେସନର ସଫଳତା ହେଉଛି ଏକ ସୂଚକ ଯେ ଜାମ୍ମୁ କାଶ୍ମୀରରେ ଆତଙ୍କ ଦୂର କରିବା ପାଇଁ ସଂଗ୍ରାମ ଶେଷ ହେବ ବୋଲି ଡିଜିପି ସ୍ବାଇଁ  କହିଛନ୍ତି।

ଏହା ଏକ  ବଡକଥା ଯେ ସୁରକ୍ଷା ସମ୍ଭନ୍ଧୀୟ କ୍ଷେତ୍ରରେ ସ୍ଥାନୀୟ ଲୋକଙ୍କ ସହାୟତା ଓ  ମାନବୀୟ ବୁଦ୍ଧି ପ୍ରବାହ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ଆସନ୍ତାଦିନରେ ଆତଙ୍କବାଦୀଙ୍କ ମୂଳପୋଛ କରିବା ଦିଗରେ ଏହା ବିଶେଷ ସହାୟକ ହୋଇପାରିବ ବୋଲି ଡିଜିପି କହିଛନ୍ତି ।

 

ହ୍ୟୁମାନ ସାଗର ଏବଂ ରୁକୁ ସୁନାଙ୍କ ନାମରେ ଏତଲା

ନନ୍ଦିଘୋଷ ବ୍ୟୁରୋ: ମହାପ୍ରଭୁ ଜଗନ୍ନାଥଙ୍କ ଭଜନକୁ କଦର୍ଥ କରିବା ଘଟଣା। କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ନାଁରେ କ୍ୟାପିଟାଲ ଥାନାରେ ଏତଲା। କଣ୍ଠଶିଳ୍ପୀ ରୁକୁ ସୁନାଙ୍କ ନାଁରେ ମଧ୍ୟ ଏତଲା ଦିଆଯାଇଛି। ଉଭୟଙ୍କ ବିରୋଧରେ ଏତଲା ଦେଇଛି ଇଣ୍ଟରନ୍ୟାସନ୍ୟାଲ ହ୍ୟୁମାନ ରାଇଟ୍ସ କମିଶନ। ଦୁଇ କଣ୍ଠଶିଳ୍ପୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି। ଘୋଷଯାତ୍ରା ବେଳେ ଏଭଳି ଆଚରଣକୁ ନିନ୍ଦା କରାଯିବା ସହ କୌଣସି ଷ୍ଟୁଡିଓରେ କାମ କରାଇ ନଦେବାକୁ ଧମକ ଦେଇଛି ଇଣ୍ଟରନ୍ୟାସନ୍ୟାଲ ହ୍ୟୁମାନ ରାଇଟ୍ସ କମିଶନ।

 

ପ୍ରବଳ ବର୍ଷାରେ ବେହାଲ ମୁମ୍ବାଇ ସ୍ଥିତି

ନନ୍ଦିଘୋଷ ବ୍ୟୁରୋ: ପ୍ରବଳ ବର୍ଷାରେ ଉବୁଟୁବୁ ମୁମ୍ବାଇ। ୨୪ ଘଣ୍ଟାରେ ଏତେ ବର୍ଷା ହୋଇଛି  ଯେ,  କେତେକ ଅଞ୍ଚଳ ଜଳବନ୍ଦୀ ଅବସ୍ଥାରେ ରହିଛି। ଏପରିକି କେତେକ ଅଞ୍ଚଳରେ  ଗତ ରାତି ଗୋଟିଏରୁ ଆଜି ସକାଳ ୭ଟା ମଧ୍ଯରେ ମାତ୍ର ୬ ଘଣ୍ଟାରେ ୩୦ ସେଣ୍ଟିମିଟର ବର୍ଷା ହୋଇଛି। ମୁମ୍ବାଇ, ଥାଣେ, ପଲଘର, କୋଙ୍କଣ ଅଞ୍ଚଳକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ପ୍ରବଳ ବର୍ଷାରେ ପ୍ରଭାବିତ ହୋଇଛି ଲୋକାଲ ଟ୍ରେନ୍ ଚଳାଚଳ। କାରଣ ଟ୍ରାକରେ ମଧ୍ଯ ଜମି ରହିଛି ପାଣି। ୱର୍ଲି, ବୁଣ୍ଟାରା ଭବନ, କୁର୍ଲା ଇଣ୍ଟ, କିଙ୍ଗସ ସର୍କଲ, ଦାଦର, ବିଦ୍ଯାବିହାର ଅଞ୍ଚଳରେ ଟ୍ରାକ ବୁଡ଼ି ଯାଇଛି। ମୂଷଳଧାରା ବର୍ଷା ପାଇଁ ୫୦ଟି ଫ୍ଲାଇଟ ବାତିଲ କରାଯାଇଥିବା ବେଳେ ସଡ଼କ ପରିବହନ ମଧ୍ଯ ପ୍ରଭାବିତ ହୋଇଛି। କାରଣ ରାସ୍ତାରେ ଜମି ରହିଛି ଅଣ୍ଟାଏ ଉଚ୍ଚର ପାଣି। ମହାନଗର ଅଞ୍ଚଳରେ ରହିଥିବା ସବୁ ସ୍କୁଲ କଲେଜକୁ ଛୁଟି ଘୋଷଣା କରିଛନ୍ତି ସରକାର। ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି, ଆଜି ମଧ୍ଯ ପ୍ରବଳରୁ ପ୍ରବଳ ବର୍ଷା ହେବ। ସମୁଦ୍ରରେ ପ୍ରାୟ ୫ମିଟରର ଜୁଆର ଦେଖିବାକୁ ମିଳିଛି।  ଉଦ୍ଧାର ଓ ରିଲିଫ  ପାଇଁ ଏନଡିଆରଏଫ୍ ମୁତୟନ କରାଯାଇଛି । ଶତାଧିକ ଲୋକଙ୍କୁ ପାଣି ଘେରରୁ ଉଦ୍ଧାର କରାଯାଇଛି।