spot_img
Home Blog Page 1657

ଖୋଲିଲା ହୀରାକୁଦ ଗେଟ୍, ୭ଟି ଗେଟ୍ ଦେଇ ଛଡ଼ାଯାଉଛି ପାଣି

ସମ୍ୱଲପୁର: ଖୋଲିଲା ହୀରାକୁଦ ଗେଟ୍। ଜଳଭଣ୍ଡାରରୁ ନିଷ୍କାସିତ ହେଲା ବର୍ଷର ପ୍ରଥମ ବନ୍ୟାଜଳ। ପୂଜାର୍ଚ୍ଚନା ପରେ ପ୍ରଥମେ ୭ ନମ୍ବର ସ୍ଲୁଇସ ଗେଟରୁ ଛଡ଼ା ଯାଇଥିଲା ବନ୍ୟାଜଳ। ଏବେ ୭ଟି ଗେଟ୍ ଦେଇ ଛଡ଼ାଯାଉଛି ବନ୍ୟାଜଳ। ପର୍ଯ୍ୟାୟ କ୍ରମେ ହୀରାକୁଦରୁ ୨୦ଟି ଗେଟ୍ ଦେଇ ବନ୍ୟାଜଳ ଛଡ଼ାଯିବ। ଏବେ ଜଳସ୍ତର ୬୧୭ ଫୁଟ ଉପରେ ରହିଛି। ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୨ ଲକ୍ଷ ୯୪ ହଜାର ୮୫୬ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ, ନିଷ୍କାସିତ ହେଉଛି ୧ ଲକ୍ଷ ୪୫ ହଜାର ୭୧୭ ଘନଫୁଟ ବନ୍ୟାଜଳ।

ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଉଛି। ଆଜି ହୀରାକୁଦରୁ ବନ୍ୟାଜଳ ଛଡ଼ାଯାଇଥିବାରୁ ତଳିଆ ଅଞ୍ଚଳର ଲୋକଙ୍କୁ ସତର୍କ କରାଯାଇଛି। ହୀରାକୁଦ ଗେଟ୍ ଖୋଲିବା ପରେ ସତର୍କତା ଜାରି କରିଛନ୍ତି ଏସଆରସି। ଲୋକଙ୍କୁ ସଚେତନ ପାଇଁ ୭ ଜିଲ୍ଲାପାଳଙ୍କୁ ସତର୍କ କରାଯାଇଛି। ମହାନଦୀକୁ ନଯିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି। ସମ୍ବଲପୁର, ସୋନପୁର, ନୟାଗଡ, ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡା ଜିଲ୍ଲାପାଳଙ୍କୁ ସତର୍କତା ଜାରି କରିଛନ୍ତି ଏସଆରସି।

ବାୟୋମେଟ୍ରିକ୍ ସିଷ୍ଟମ କାମ ନକରିବାରୁ ଲାଇବ୍ରେରୀରୁ ବାହାରି ପାରିଲେନି ଛାତ୍ରୀ !

ନୂଆଦିଲ୍ଲୀ: ଦିଲ୍ଲୀ ରାଜେନ୍ଦ୍ରନଗରରେ ଥିବା ଆଇଏଏସ କୋଚିଂ ସେଣ୍ଟରରେ ବଡ଼ ଅଘଟଣ। ଶନିବାର ଦିନ ‘ରାଓ ଆଇଏଏସ୍ କୋଚିଂ ସେଣ୍ଟର’ର ବେସମେଣ୍ଟରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବାରୁ ୩ ଛାତ୍ରୀଛାତ୍ରୀଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଦୁଇ ଜଣ ଛାତ୍ରୀ ଏବଂ ଜଣେ ଛାତ୍ର ରହିଛନ୍ତି । ତେବେ ଏଠାରେ ପରିସ୍ଥିତି ଏତେ ସଙ୍ଗୀନ ହୋଇଯାଇଥିଲା ଯେ, ଛାତ୍ରଛାତ୍ରୀଙ୍କୁ ଠିକ୍ ସମୟରେ ବାହାରକୁ ଅଣାଯାଇ ପାରିନଥିଲା।

ଏହି ଦୁର୍ଘଟଣାକୁ ନେଇ ରାଓ ଆଇଏଏସ କୋଚିଂରେ ପଢୁଥିବା ଛାତ୍ରମାନେ ପ୍ରତିବାଦ କରିଛନ୍ତି। ଏହି ଦୁର୍ଘଟଣା କାହିଁକି ଘଟିଲା ? କୋଚିଂ ସେଣ୍ଟରର ବେସମେଣ୍ଟରେ କିପରି ପାଣିରେ ଭରିଗଲା ଏବଂ କାହିଁକି ଏହି ଛାତ୍ରମାନେ ଠିକ୍ ସମୟରେ ସେଠାରୁ ବାହାରି ପାରିଲେ ନାହିଁ ବୋଲି ପ୍ରଶ୍ନ ଉଠିଛି ।
ଘଟଣା ସ୍ଥଳରେ ଅନେକ କ୍ରୋଧିତ ଛାତ୍ର ଏବଂ ଅଭିଭାବକମାନେ କୋଚିଂ ସେଣ୍ଟର ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। କ୍ରୋଧିତ ଥିବା ଲୋକଙ୍କୁ ନିୟନ୍ତ୍ରଣ କରିବା ପାଇଁ ଘଟଣା ସ୍ଥଳରେ ପୋଲିସ ଫୋର୍ସ ମୁତୟନ କରାଯାଇଛି।

ଅନ୍ୟ ଜଣେ ଛାତ୍ର କହିବା ଅନୁଯାୟୀ, ରାଓ କୋଚିଂ ସେଣ୍ଟରର ଲାଇବ୍ରେରୀ ବେସମେଣ୍ଟରେ ରହିଛି। ପ୍ରବଳ ବର୍ଷା ଯୋଗୁଁ ବେସମେଣ୍ଟେ ଭିତରେ ଜଳ ପ୍ରବେଶ କରିଥିଲା । ଦେଖୁ ଦେଖୁ ଜଳସ୍ତର ବଢିବାକୁ ଲାଗିଲା । ଲାଇବ୍ରେରୀରେ ପଢୁଥିବା ଅନେକ ଛାତ୍ରଛାତ୍ରୀ ସେଠାରେ ଫସି ରହିଯାଇଥିଲେ । ଛାତ୍ରମାନେ କହିଛନ୍ତି ଯେ, କୋଚିଂ ସେଣ୍ଟରରୁ ଏଣ୍ଟ୍ରି-ଏଗଜିଟ୍ ରେକର୍ଡ କରିବା ପାଇଁ ଫାଟକରେ ଏକ ବାୟୋମେଟ୍ରିକ୍ ସିଷ୍ଟମ୍ ଲଗାଯାଇଛି । ବେସମେଣ୍ଟରେ ପାଣି ଭରିବା କାରଣରୁ ଏହା କାମ କରିନଥିଲା । ଯାହାଫଳରେ ଛାତ୍ରମାନେ ଭିତରେ ଫସି ରହିଥିଲେ।

କିଛି ସ୍ଥାନୀୟ ଲୋକ କହିଛନ୍ତି ଯେ, ପାଣିରେ ଫସି ରହିଥିବା  ଛାତ୍ରମାନେ ବିଦ୍ୟୁତ ଆଘାତ ଯୋଗୁଁ ମୃତ୍ୟୁ ବରଣ କରିଛନ୍ତି।

ଏହି ସମସ୍ତ ପ୍ରଶ୍ନ ଛାତ୍ରଛାତ୍ରୀ ଏବଂ ସ୍ଥାନୀୟ ଲୋକଙ୍କ ମନରେ ଉଙ୍କି ମାରିଛି । ତେବେ ଛାତ୍ରଛାତ୍ରୀଙ୍କ ମୃତ୍ୟୁ କେଉଁ କାରଣରୁ ହୋଇଛି ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି । କେଉଁ କାରଣରୁ ମୃତ୍ୟୁ ଘଟିଛି ତାହା ପୋଷ୍ଟମର୍ଟମ ପରେ ସ୍ପଷ୍ଟ ହେବ ବୋଲି ଦିଲ୍ଲୀ ପୋଲିସ ଅଧିକାରୀ କହିଛନ୍ତି।

‘ଜମ୍ମୁ କାଶ୍ମୀରରେ ମୁତୟନ ହେବେ ମାଲକାନଗିରିର ପ୍ରାୟ ୨୦୦୦ ବିଏସଏଫ୍ ଯବାନ’

ନନ୍ଦିଘୋଷ ବ୍ୟୁରୋ: ଓଡ଼ିଶାର ମାଲକାନଗିରି ଅଞ୍ଚଳରେ ମୁତୟନ ପ୍ରାୟ ୨୦୦୦ ବିଏସଏଫ୍ ଯବାନଙ୍କୁ ଜମ୍ମୁ କାଶ୍ମୀର ଅଞ୍ଚଳରେ ମୁତୟନ କରାଯିବ। ଭାରତ ପାକ ସୀମାରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି ପାଇଁ ସେନା ବାହିନୀ ନିଷ୍ପତ୍ତି ନେଇଛି। ପାକିସ୍ତାନ ପଟୁ ଆତଙ୍କବାଦୀ ଅନୁପ୍ରବେଶ ଏବଂ ପାକିସ୍ତାନର ସମ୍ଭାବ୍ୟ ଆକ୍ରମଣକୁ ଆଖିଆଗରେ ରଖି ସମ୍ଭବତଃ ଏଭଳି ରଣନୀତି ଗ୍ରହଣ କରାଯାଇଛି। ପ୍ରାରମ୍ଭିକ ଭାବେ ଜମ୍ମୁରେ ରିଆସି, କାଠୁଆ, କିଷ୍ଟୱାର ଅଞ୍ଚଳରେ ଅତିରିକ୍ତ ଯବାନ ମୁତୟନ ହେବେ।

ଶନିବାର ଦିନ ଜମ୍ମୁର  କୁପୱରା ଜିଲ୍ଲା ଅନ୍ତର୍ଗତ ସୀମାରେ ଥିବା ପ୍ରକୃତ ନିୟନ୍ତ୍ରଣ ରେଖା ନିକଟରେ ପାକିସ୍ତାନର ବର୍ଡର ଆକ୍ସନ ଟିମ୍ ଆକ୍ରମଣ ଫଳରେ ଜଣେ ଭାରତୀୟ ଯବାନ ସହୀଦ ହୋଇଥିବାବେଳେ ୪ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ସେହିଭଳି ଭାରତୀୟ ଯବାନମାନେ ଜଣେ ଆତଙ୍କବାଦିକୁ ଗୁଳି କରି ମାରିଛନ୍ତି ।

ବଜାରରେ ଚଢା ଦରରେ ଆଳୁ ବିକ୍ରି, ଆଜିବି ଓଡ଼ିଶାକୁ ଆସୁନି ଆଳୁ ଗାଡି,

ନନ୍ଦିଘୋଷ ବ୍ୟୁରୋ: ଆଜିବି ଓଡ଼ିଶାକୁ ଆସୁନି ଆଳୁ ଗାଡି। ପଶ୍ଚିମବଙ୍ଗରୁ ଓଡ଼ିଶାକୁ ପ୍ରବେଶ କରୁନି ଗୋଟିଏ ବି ଆଳୁ ଗାଡି। ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସୋସିଆଲ ମିଡିଆ X ଜରିଆରେ ଜଣାଇଥିଲେ ଯେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା ସରିଛି। ଓଡ଼ିଶାକୁ ଆଳୁ ଗାଡି ପ୍ରବେଶ କରିବ। କିନ୍ତୁ ଏଯାଏଁ ଗୋଟିଏ ବି ଆଳୁ ଗାଡ଼ି ଆସିନାହିଁ।

ଅନ୍ୟପଟେ ଓଡିଶା ମାର୍କେଟରେ ହୁ ହୁ ହୋଇ ବଢି ଚାଲିଛି ଆଳୁ ଦର। ଖାଉଟି ମାନେ ବଜାରକୁ ଯାଇ ଆଳୁ କିଣିବା ବେଳକୁ ଚିନ୍ତାରେ ଖାଉଟି। ବଜାରରେ ଆଳୁଦର ଚଢା ଦରରେ ବିକ୍ରି କରୁଛନ୍ତି ବ୍ୟବସାୟୀ । କିନ୍ତୁ ପଶ୍ଚିମବଙ୍ଗରୁ ଓଡ଼ିଶାକୁ ଆଳୁ ଗାଡି ପ୍ରବେଶ କରୁନଥିବାରୁ ଓଡ଼ିଶା ବଜାରେ ଆହୁରି ଆଳୁ ମହଙ୍ଗା ହେବ ବୋଲି ଅନୁମାନ କରାଯାଉଛି।

୯ ରାଜ୍ୟରେ ନୂଆ ରାଜ୍ୟପାଳଙ୍କୁ ନୂଆ ନିଯୁକ୍ତି

୯ ରାଜ୍ୟରେ ନୂଆ ରାଜ୍ୟପାଳଙ୍କୁ ନୂଆ ନିଯୁକ୍ତି। ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତି ଦେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଛତିଶଗଡ ରାଜ୍ୟପାଳ ହେଲେ ରାମେନ ଡେକା। ବିଶ୍ବଭୂଷଣ ହରିଚନ୍ଦନଙ୍କ ସ୍ଥାନରେ ରାମେନ ଡେକାଙ୍କୁ ନିଯୁକ୍ତି। ରାଜସ୍ଥାନ ରାଜ୍ୟପାଳ ହେଲେ ହରିଭାଓ କିଷନରାଓ ବାଗଦେ। ଜିଷ୍ଣୁଦେବ ବର୍ମାଙ୍କୁ ତେଲେଙ୍ଗାନା ରାଜ୍ୟପାଳ ନିଯୁକ୍ତି। ସିକ୍କିମ ରାଜ୍ୟପାଳ ହେଲେ ଓମ୍ ପ୍ରକାଶ ମାଥୁର। ଝାଡଖଣ୍ଡ ରାଜ୍ୟପାଳ ହେଲେ ସନ୍ତୋଷ ଗଙ୍ଗଓ୍ବାର। ସି ଏଚ୍ ବିଜୟଶଙ୍କର ମେଘାଳୟର ନୂଆ ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଛନ୍ତି।

ସେହିପରି ସି.ପି. ରାଧାକ୍ରିଷ୍ଣନ ହେଲେ ମହାରାଷ୍ଟ୍ର ରାଜ୍ୟପାଳ। ଗୁଲାବ ଚାନ୍ଦ କଟରିଆ ପଞ୍ଜାବ ଓ ଚଣ୍ଡିଗଡର ନୂଆ ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଛନ୍ତି। ଏହାସହ ଲକ୍ଷ୍ମଣ ପ୍ରସାଦ ଆଚାର୍ଯ୍ୟଙ୍କୁ ଆସାମ ସହ ମଣିପୁରର ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ପଞ୍ଜାବ ରାଜ୍ୟପାଳ ବନଓ୍ବାରିଲାଲ ପୁରୋହିତଙ୍କ ଇସ୍ତଫାପତ୍ରଙ୍କୁ ଗ୍ରହଣ କରିଛନ୍ତି ରାଷ୍ଟ୍ରପତି।

କୋଚିଂ ବିଲ୍ଡିଂରେ ପଶିଲା ବର୍ଷା ଜଳ, ଏଥିରେ ବୁଡି ୩ ଛାତ୍ରଛାତ୍ରୀ ମୃତ

ନୂଆଦିଲ୍ଲୀ: ଦିଲ୍ଲୀରେ ଭୟଙ୍କର ବର୍ଷା ପରେ ସୃଷ୍ଟି ହୋଇଛି ଜଳ ପ୍ରଳୟ ସ୍ଥିତି। ଏହାରି ଭିତରେ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ଦିଲ୍ଲୀର ପୁରୁଣା ରାଜେନ୍ଦ୍ର ନଗରରେ ଥିବା ରାଓ ଆଇଏସ କୋଚିଂ ସେଣ୍ଟରରେ ପାଣି ପଶିଯିବାରୁ ୩ ଜଣ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ହୋଇଛି। କୋଚିଂ ବିଲ୍ଡିଂର ବେସମେଣ୍ଟ ଜଳମଗ୍ନ ହୋଇଯିବାରୁ ଏଥିରେ ୩ ଜଣ ଛାତ୍ରଛାତ୍ରୀ ବୁଡିଯାଇ ତାଙ୍କର ମୃତ୍ୟୁ ହୋଇଛି।

ସୂଚନା ଅନୁଯାୟୀ, ପୁରୁଣା ରାଜେନ୍ଦ୍ର ନଗରରେ ଥିବା ରାଓ ଆଇଏସ କୋଚିଂ ସେଣ୍ଟରରେ ଛାତ୍ରଛାତ୍ରୀମାନେ ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତୁତ ହୁଅନ୍ତି । ଛାତ୍ରମାନେ ଶନିବାର ଦିନ ମଧ୍ୟ ଅଧ୍ୟୟନ କରିବାକୁ ଏଠାକୁ ଆସିଥିଲେ। ହଠାତ୍ ଏହି ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ କୋଚିଂ ସେଣ୍ଟରର ବେସମେଣ୍ଟରେ ପାଣି ପଶିଥିଲା । ଏହାପରେ ଜଳସ୍ତର ବୃଦ୍ଧି ପାଇଥିଲା । ଏଠାରେ ପଢୁଥିବା ଛାତ୍ରଛାତ୍ରୀମାନେ ଫସି ଯାଇଥିଲେ। ଚାହୁଁ ଚାହୁଁ ବେସମେଣ୍ଟରେ ୧୦ ଫୁଟରୁ ଅଧିକ ଉଚ୍ଚର ପାଣି ଛୁଇଁ ସାରିଥିଲା। ଡ୍ରେନ କିମ୍ବା ସ୍ବେରେଜ୍ ଫାଟିଯିବା ଫଳରେ ବେସମେଣ୍ଟକୁ ପାଣି ମାଡ଼ି ଆସିଥିବା ସ୍ଥାନୀୟ ବାସିନ୍ଦା କହିଛନ୍ତି। ପାଣିର ସ୍ରୋତ ଏତେ ପ୍ରଖର ଥିଲା ଯେ ଛାତ୍ରଛାତ୍ରୀ ମାନେ ଉପରକୁ ଆସିବାକୁ ସକ୍ଷମ ହୋଇନଥିଲେ।

ଦିଲ୍ଲୀ ପୋଲିସର ଡେପୁଟି କମିଶନର ଏମ ହର୍ଷ ବର୍ଦ୍ଧନ କହିଛନ୍ତି ଯେ ଜଣେ ବ୍ୟକ୍ତି ସନ୍ଧ୍ୟା ସାତଟାରେ ଆମକୁ ଫୋନ୍ କରି ଆମକୁ ଜଣାଇଥିଲେ। ସେ କହିଛନ୍ତି ଯେ କୋଚିଂ ପ୍ରତିଷ୍ଠାନର ତଳ ମହଲାରେ ପାଣି ପଶିଯାଇଛି, ଯେଉଁଠାରେ କିଛି ଛାତ୍ର ଫସି ରହିଥିଲେ। ବେସମେଣ୍ଟରେ ଥିବା ଏକ ଲାଇବ୍ରେରୀରେ କିଛି ପିଲା ଅଧ୍ୟୟନ କରୁଥିବା ବେଳେ ପାଣି ପଶିଯିବାରୁ ୩ ଜଣ ଛାତ୍ରଛାତ୍ରୀ ବୁଡିଯାଇ ମୃତ୍ୟୁ ହୋଇଛି। ଏବଂ ଅନେକ ଛାତ୍ରଛାତ୍ରୀ ଭାସି ମଧ୍ୟ ଯାଇଛନ୍ତି । ଖବର ପାଇ ଦିଲ୍ଲୀ ପୋଲିସ, ଅଗ୍ନିଶମ ବିଭାଗର ଏକ ଟିମ୍ ସେଠାରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି । ଏବେ ବି ଅନେକ ଛାତ୍ରଛାତ୍ରୀ ନିଖୋଜ ରହିଛନ୍ତି।

ଏହି ଘଟଣାକୁ ନେଇ ଛାତ୍ରଛାତ୍ରୀମାନେ ପ୍ରତିବାଦ କରିଛନ୍ତି। ଘଟଣାର ମାଜିଷ୍ଟ୍ରେଟ ସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ଯେଉଁମାନଙ୍କ ଦାୟିତ୍ବହୀନତା ଲାଗି ଏଭଳି ଘଟଣା ଘଟିଲା, ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଦିଲ୍ଲୀ ସରକାରର ମନ୍ତ୍ରୀ ଆତିଶୀ ମାର୍ଲେନା କହିଛନ୍ତି।

ନିମ୍ନମାନର କାର୍ଯ୍ୟ ଯୋଗୁ ଧସିଲା ରାସ୍ତା ପାର୍ଶ୍ଵରେ ନିର୍ମିତ ଗାଡୱାଲ

ଯାଜପୁର: ନିମ୍ନମାନର କାର୍ଯ୍ୟ ଯୋଗୁ ଧସିଲା ରାସ୍ତା ପାର୍ଶ୍ଵରେ ନିର୍ମିତ ଗାଡୱାଲ। ମାସ ତଳେ ହୋଇଥିଲା କାର୍ଯ୍ୟ, ବିଭାଗୀୟ ଅଧିକାରୀଙ୍କ ଅନୁପସ୍ଥିତିରେ କାର୍ଯ୍ୟ ହେଉଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ। ଯାଜପୁର ଜିଲ୍ଲା ବିଞ୍ଝାରପୁର ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ହେଉଥିବା ପଇରଖ ଠାରୁ ଉଡ୍ରଙ୍ଗକୁ ସଂଯୋଗ କରୁଥିବା ରାସ୍ତା କାମ ଅତି ନିମ୍ନମାନର ହୋଇଥିବା ବେଳେ, କାର୍ଯ୍ୟ ନସରୁଣୁ ରାସ୍ତା କଡରେ ନିର୍ମିତ ଗାଡୱାଲ ସପୂର୍ଣ୍ଣ ଧସି ଯାଇଛି।

ଗ୍ରାମବାସୀଙ୍କ କହିବା ଅନୁସାରେ, ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ଲୋକଙ୍କ ହିତ ପାଇଁ ଉନ୍ନୟନମୂଳକ କାର୍ଯ୍ୟ କରୁଛନ୍ତି। କିନ୍ତୁ କିଛି ଅସାଧୁ ଠିକାଦାର ଓ ବିଭାଗୀୟ ଅଧିକାରୀ ନିମ୍ନମାନର କାର୍ଯ୍ୟ କରି ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ କରୁଛନ୍ତି। ତେଣୁ ଏହାର ସଠିକ ତଦନ୍ତ କରାଯିବା ସହ ଶୀଘ୍ର କାମ ସାରିବାକୁ ଦାବି କରିଛନ୍ତି ସ୍ଥାନୀୟ ଲୋକେ।

ଦୁଇଦିନିଆ ଓଡିଶା ଗସ୍ତରେ କେନ୍ଦ୍ର କୋଇଲା ଏବଂ ଖଣି ରାଷ୍ଟ୍ରମନ୍ତ୍ରୀ ସତୀଶ ଚନ୍ଦ୍ର ଦୁବେ

ନନ୍ଦିଘୋଷ ବ୍ୟୁରୋ: ଦୁଇଦିନିଆ ଓଡିଶା ଗସ୍ତରେ କେନ୍ଦ୍ର କୋଇଲା ଏବଂ ଖଣି ରାଷ୍ଟ୍ରମନ୍ତ୍ରୀ ସତୀଶ ଚନ୍ଦ୍ର ଦୁବେ । ଆଜି ଅନୁଗୁଳ ସ୍ଥିତ ନାଲକୋ ପରିଦର୍ଶନ କରିଛନ୍ତି । ନାଲକୋ ଅତିଥି ଭାବନରେ CISF ତରଫରୁ ତାଙ୍କୁ ଗାର୍ଡ ଅଫ ଅନର ଦିଆଯାଇଥିଲା । ଏହି ଅବସରରେ ବିଭିନ୍ନ ଶ୍ରମିକ ସଂଗଠନର ନେତୃବୃନ୍ଦଙ୍କ ସହ ଆଲୋଚନା କରିଥିଲେ ।

ଏହାପରେ ମନ୍ତ୍ରୀ ସ୍ମେଲ୍ଟର ପ୍ଲାଣ୍ଟ ସହ ସିପିପି ପରିଦର୍ଶନ କରିଥିଲେ। ପ୍ଲାଣ୍ଟରେ କାର୍ଯ୍ୟ ସଠିକ ଢ଼ଙ୍ଗରେ ଚାଲୁଥିବା ନେଇ ସନ୍ତୋଷ ବ୍ୟକ୍ତ କରିବା ସହ ଆଗାମୀ ଦିନରେ ନାଲକୋର ସମ୍ପ୍ରସାରଣ ନେଇ ସୂଚନା ଦେଇଥିଲେ । ଏହି ଅବସରରେ ନାଲକୋ CMD ଏବଂ ଅନୁଗୋଳ, ଛେଣ୍ଡିପଦା ଓ ତାଳଚେର ବିଧାୟକ ଉପସ୍ଥିତ ଥିଲେ । ନାଲକୋ CMD ପ୍ଲାଣ୍ଟର ଉତ୍ପାଦନ କ୍ଷମତା ଦୁଇଗୁଣ ବଢ଼ାଯିବା ନେଇ କାର୍ଯ୍ୟ ଚାଲୁଥିବା ସୂଚନା ଦେଇଛନ୍ତି ମନ୍ତ୍ରୀ ।

ଗାଜାର ଏକ ସ୍କୁଲ ଉପରେ ଇସ୍ରାଏଲର ଏୟାରଷ୍ଟ୍ରାଇକ, ୩୦ ପାଲେଷ୍ଟାନୀୟଙ୍କ ମୃତ୍ଯୁ

ନନ୍ଦିଘୋଷ ବ୍ୟୁରୋ: ପାଲେଷ୍ଟାଇନ ଉପରେ ପୁଣି ଇସ୍ରାଏଲର ପୁଣି ଜବରଦସ୍ତ ହମଲା। ଦକ୍ଷିଣ ଗାଜାରେ ଥିବା ଅଲବଲାହରେ ଏକ ସ୍କୁଲ ଉପରେ ହୋଇଛି ଏୟାରଷ୍ଟ୍ରାଇକ। ଆକ୍ରମଣରେ ୩୦ ପାଲେଷ୍ଟିନୀୟଙ୍କ  ମୃତ୍ଯୁ ହୋଇଥିବା ସୂଚନା ମିଳିଛି। ଶହେରୁ ଅଧିକ ନାଗରିକ ଆହତ ହୋଇଛନ୍ତି। ସ୍କୁଲ ଭିତରେ ହମାସର କମାଣ୍ଡ ସେଣ୍ଟର ଚାଲିଥିବାରୁ ଏହି ଆକ୍ରମଣ କରାଯାଇଥିବା କହିଛି ଇସ୍ରାଏଲ ସେନା। ଆକ୍ରମଣ ହୋଇଥିବା ଲୋକଙ୍କ ମଧ୍ୟରେ ଅନେକ ବିସ୍ଥାପିତ ହୋଇ ଆସିଥିଲେ। ମଧ୍ୟ ଗାଜାରେ ଥିବା ଏକ ସ୍କୁଲ ପରିସରରେ ଏହି ଆକ୍ରମଣ ହୋଇଥିବା କହିଛି ଇସ୍ରାଏଲ ସେନା। ସ୍କୁଲର ବ୍ୟବହାର ଇସ୍ରାଏଲ ସେନା ବିରୋଧରେ ଅସ୍ତ୍ରଶସ୍ତ୍ର ବ୍ୟବହାର ଲାଗି କରାଯାଉଥିବା କହିଛି ଇସ୍ରାଏଲ ସେନା।

ତେବେ ଆକ୍ରମଣ ପୂର୍ବରୁ ସେଠାକାର ଲୋକଙ୍କୁ ସତର୍କ କରାଯାଇଥିବା କହିଛି ଇସ୍ରାଏଲ ସେନା। ସ୍କୁଲ ଉପରେ ଆକ୍ରମଣ ଲାଗି ହମାସକୁ ଦୋଷ ଦେଇଛି ଇସ୍ରାଏଲ। ସ୍କୁଲକୁ ଆତଙ୍କବାଦୀମାନଙ୍କ ଠିକଣା କରାଯାଇଥିବା କହିଛି ଇସ୍ରାଏଲ। ଏଥିଲାଗି ସ୍କୁଲ ଉପରେ ଇସ୍ରାଏଲ ସେନା ଆକ୍ରମଣ କରିଥିବା କହିଛି ଇସ୍ରାଏଲ ସେନା।

ଆଜି ସକାଳ ୯ ଟାରେ ଖୋଲିବ ହୀରାକୁଦ ଗେଟ୍

ସମ୍ୱଲପୁର: ଆଜି ଖୋଲିବ ହୀରାକୁଦ ଗେଟ୍ । ସକାଳ ୯ ଟାରେ ଖୋଲିବ ହୀରାକୁଦ ଗେଟ୍ । ୬୧୬ ଫୁଟ ଅତିକ୍ରମ କଲା ହୀରାକୁଦ ଜଳ ଭଣ୍ଡାରର ଜଳସ୍ତର। ୬୧୬.୯୩ ଫୁଟରେ ପ‍ହଞ୍ଚିଲା ଜଳସ୍ତର। ଉପରମୁଣ୍ଡରେ ଲଗାଣ ବାର୍ଷା ଯୋଗୁଁ ବଢିବାରେ ଲାଗିଛି ଜଳ ପ୍ରବେଶର ମାତ୍ରା।, ପ୍ରତି ସେକେଣ୍ଡରେ ଡ୍ୟାମ ଭିତରକୁ ପ୍ରବେଶ କରୁଛି ୩ ଲକ୍ଷ ୧୬ ହଜାର ୬୧୧ ଘନଫୁଟ ବନ୍ୟାଜଳ। ବିଭିନ୍ନ କେନାଲ ଦେଇ ନିଷ୍କାସନ ହେଉଛି ୪୦ହଜାର ୧୨୬ ଘନଫୁଟ ବନ୍ୟାଜଳ। ଉପର ମୁଣ୍ଡରେ ଲାଗିରହିଛି ବର୍ଷା। ସକାଳ ୭ ଟାରୁ ବାଜିବ ସାଇରନ।