ନନ୍ଦିଘୋଷ ବ୍ୟୁରୋ: ଅର୍ଥ ଅଭାବରୁ ଭାଇର ଶବକୁ ମାଟିରେ ପୋତିଥିଲା ଭଉଣୀ । ଶୁଦ୍ଧି କ୍ରିୟା ପାଇଁ ଗାଁ ଗାଁରେ ବୁଲି ଭିକ୍ଷା ମାଗୁଛି ଭଉଣୀ। ଏଭଳି ହୃଦୟବିଦାରକ ଘଟଣା ନୀଳଗିରି ଉପଖଣ୍ଡ ଧୋବଶିଳା ପଞ୍ଚାୟତ ଉଡାପଦା ଗାଁରେ ଦେଖିବାକୁ ମିଳିଛି । ସୂଚନା ମୁତାବକ ୫ ଦିନ ପୂର୍ବରୁ ଭାଇ ରମେଶ ବିନ୍ଧାଣିଙ୍କ ମୃତ୍ଯୁ ଘଟିଥିଲା । ଅନ୍ତେଷ୍ଟି କ୍ରିୟା ପାଇଁ ଅର୍ଥ ଅଭାବରୁ ଭାଇକୁ ପାହାଡ ପାଖରେ ପୋତିଦେଇଥିଲା ଭଉଣୀ । ଆଜି ତାର ଶୁଦ୍ଧି କ୍ରିୟା ପାଇଁ କିଛି ପିଲାଙ୍କୁ ସାଙ୍ଗରେ ଧରି ଗାଁ କୁ ଗାଁ ବୁଲି ଭିକ୍ଷା ମାଗୁଛି ଝୁନୁ । ତେବେ ଝୁନୁଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଦାବି କରିଛନ୍ତି ଅଂଚଳବାସୀ ।
ଭଡ଼ା ଘରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
କେନ୍ଦ୍ରାପଡା: ଭଡ଼ା ଘରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଡେରାବିଶ ବ୍ଲକରେ। ସୂଚନା ମୁତାବକ ଡେରାବିଶ ଥାନା ଅନ୍ତର୍ଗତ ଓଲଡି ଗାଁର ଶମ୍ଭୁନାଥ ବେହେରା ଧର୍ମଶାଳା ଥାନା ଜାରକା ଦେଉଳି ଗାଁର ରଶ୍ମିତା ମଳିକଙ୍କୁ ପ୍ରେମ ବିବାହ କରିଥିଲେ। ଉଭୟ ପତି ଓ ପତ୍ନୀ ଓଲଡି ଅଞ୍ଚଳରେ ଏକ ଭଡ଼ା ଘରେ ରହୁଥିଲେ। ତେବେ ରଶ୍ମିତାଙ୍କୁ ସ୍ଵାମୀ ଯୌତୁକ ନିର୍ଯ୍ଯାତନା ଦେଉଥିବା ନେଇ ସେ ଘର ଲୋକଙ୍କୁ ଜଣାଇଥିଲେ। ମଙ୍ଗଳବାର ଝିଅ ମରିଯିବା କଥା ଶୁଣିବା ପରେ ପରିବାର ଲୋକ ଘଟଣାସ୍ଥଳରେ ପହଞ୍ଚିବା ପରେ ଝିଅର ମୃତଦେହ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ। ପରେ ଥାନାରେ ଜ୍ଵାଇଁ ଶମ୍ଭୁନାଥ ବେହେରାଙ୍କ ନାମରେ ହତ୍ୟା ଅଭିଯୋଗ କରିଥିଲେ ରଶ୍ମିତାଙ୍କ ବାପା। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ବ୍ଯବିଛେଦ ପାଇଁ ପଠାଇବା ସହ ଅଭିଯୁକ୍ତ ସ୍ଵାମୀକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ।
ବଢୁଛି ନବୀନଙ୍କ କ୍ରେଜ୍: ଭସାଣିରେ ବାଜିଲା ‘ହେ… ନବୀନ ବାବୁ, ଆମେ ତୁମ ଫ୍ୟାନ୍’
ନନ୍ଦିଘୋଷ ବ୍ୟୁରୋ : ଦିନକୁ ଦିନ ବଢିବାରେ ଲାଗିଛି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କ୍ରେଜ୍ । ଗଣେଶ ପୂଜାର ମେଢ ବୁଲିବା ବେଳେ ଲୋକଙ୍କ ଭିଡ ହେଉ କି ବିଭିନ୍ନ ଜନହିତକାର ଯୋଜନା ଭିଡ଼ଓ ସାମ୍ନାକୁ ଆସୁଛି। ପ୍ରତିଟି କ୍ଷେତ୍ରରେ ନବୀନଙ୍କୁ ଲୋକ ମନେ ପାଉଥିବା ସ୍ପଷ୍ଟ ଅନୁମେୟ ହେଉଛି । ମଙ୍ଗଳବାର ବାଲେଶ୍ବର ଅଞ୍ଚଳରେ ଗଣେଶ ପୂଜା ଭଷାଣିବେଳେ ଦେଖିବାକୁ ମିଳିଛି ଏକ ନିଆରା ଦୃଶ୍ୟ। ଭସାଣରେ ଡ଼ିଜେ ଗୀତ ବଦଳରେ ବାଜୁଥିଲା ‘ହେ… ନବୀନ ବାବୁ, ଆମେ ତୁମ ଫ୍ୟାନ୍’ । ଭସାଣି ଶୋଭାଯାତ୍ରା ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଶୁଭୁଥିଲା ଏହି ଗୀତ। ଯୁବକମାନେ ହାତକୁ ଟେକି ନାଚି ନାଚି ଗଜାନନଙ୍କୁ ବିଦାୟ ଦେଉଥିବାର ଦୃଶ୍ୟ ନିଆରା ଭାବ ସୃଷ୍ଟି କରିଥିଲା।
‘ଆସନ୍ତା ମାର୍ଚ୍ଚ ୨୫ ସୁଦ୍ଧା ସବୁ ରାଜସ୍ବ ଗାଁକୁ ବିଜୁଳି ସଂଯୋଗ କରାଯିବ’
ଭୁବନେଶ୍ୱର: ବିଧାନସଭା ପ୍ରଶ୍ନକାଳରେ ରାଜ୍ୟରେ ବିଜୁଳି ସଂକଟ ନେଇ ସରକାରଙ୍କୁ ଘେରିଲେ ବିରୋଧୀ । ସମସ୍ତ ରାଜସ୍ଵ ଗାଁକୁ କେବେ ବିଜୁଳି ସଂଯୋଗ ନେଇ କରିଥିଲେ ପ୍ରଶ୍ନ। ତେବେ ଆସନ୍ତା ମାର୍ଚ୍ଚ ୨୫ ସୁଦ୍ଧା ସବୁ ରାଜସ୍ବ ଗାଁକୁ ବିଜୁଳି ସଂଯୋଗ କରାଯିବ। ବିଧାନସଭାରେ ଏହି ଘୋଷଣା କଲେ ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ।
ପ୍ରଶ୍ନକାଳରେ ବିଜୁଳି ସଂଯୋଗ ନେଇ ଜୋରଦାର ଆଲୋଚନା ହୋଇଥିଲା। ଅପହଞ୍ଚ ଅଂଚଳରେ କିପରି ବିଜୁଳି ସଂଯୋଗ ଦିଆଯିବ ତାହା ଉପରେ ଶାସକ ଓ ବିରୋଧୀ ବିଧାୟକ ଶକ୍ତି ମନ୍ତ୍ରୀକୁ ବାରମ୍ବାର ପ୍ରଶ୍ନ କରିଥିଲେ। ସ୍ମାର୍ଟ ମିଟର ଅବ୍ୟବସ୍ଥା ନେଇ କଂଗ୍ରେସ ବିଧାୟକ ଅଶୋକ ଦାସଙ୍କ ପ୍ରଶ୍ନର ଉତ୍ତର ଦେଇ ବିଧାନସଭାରେ ଉତ୍ତର ରଖିଥିଲେ ଶକ୍ତିମନ୍ତ୍ରୀ। କହିଲେ, ଶକ୍ତି ସଂରକ୍ଷଣ ଶିଖ, ମାଗଣାରେ ବିଜୁଳି ପାଇବା ଆଶା ରଖନାହିଁ। କୌଣସି ସେବା ମାଗଣାରେ ମିଳିବ ଆଶା ରଖନାହିଁ। ଉପଭୋକ୍ତାଙ୍କୁ ସଚେତନତା ପାଇଁ ଭିଡିଓ ଏବଂ ମେସେଜ ଦିଆଯାଉଛି। ଅନେକ ସମୟରେ ସ୍ଵିଚ୍ ଅଫ୍ କେହି କରୁନାହାଁନ୍ତି।
ଗୃହରେ ଶକ୍ତିମନ୍ତ୍ରୀ ଉଦାହରଣ ଦେଇ କହିଥିଲେ ମୋବାଇଲ ଚାର୍ଜର ସ୍ଵିଚ୍ କେହି ବନ୍ଦ କରୁନାହାଁନ୍ତି। ଏହାଦ୍ୱାରା ଅଧିକ ବିଲ୍ ଆସିଥାଏ। ସବୁ ବିଧାୟକ ଉପଭୋକ୍ତାମାନଙ୍କୁ ସଚେତନ କରନ୍ତୁ ବୋଲି ନିବେଦନ କଲେ। ମିଟର ଅସୁବିଧା ଥିଲେ କମ୍ପାନୀ କର୍ତ୍ତୃପକ୍ଷ ପହଞ୍ଚି ସମସ୍ୟା ଦୂର କରିବେ। ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ଯୋଜନାରେ ଆବେଦନ କଲେ ୩୦୦ ୟୁନିଟ୍ ମାଗଣା ମିଳିବ ବୋଲି କହିଛନ୍ତି କନକ ବର୍ଦ୍ଧନ ସିଂହଦେଓ ।

