କେନ୍ଦୁଝର : ବାଇକକୁ ଅଟକାଇ ବନ୍ଧୁକ ଦେଖାଇ ଡିକିରୁ ୮ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଲୁଟିନେଲ ଦୁର୍ବୁତ୍ତ। ଲୁଟର ଶିକାର ହେଲେ କେନ୍ଦୁଝର ଜିଲ୍ଲା ରାଜନଗର ଫିନୋ ପେମେଣ୍ଟ ବ୍ୟାଙ୍କ କର୍ତ୍ତୃପକ୍ଷ ପ୍ରଣବ ପଣ୍ଡା। ଗତକାଲି ରାତି ୧୦ ଟା ସମୟରେ ବ୍ୟାଙ୍କ ବନ୍ଦ କରି ଟଙ୍କା ନେଇ ରାଜନଗରରୁ ତୁରୁମୁଙ୍ଗାକୁ ଆସୁଥିବା ସମୟରେ କଇଣ୍ଡା ନିକଟରେ ତାଙ୍କ ବାଇକକୁ ଅଟକାଇବା ପରେ ମୁଣ୍ଡରେ ବନ୍ଧୁକ ଲଗାଇ ଡିକି ଟଙ୍କା ଭର୍ତ୍ତି ବ୍ୟାଗ ଲୁଟିନେଲ ଦୁର୍ବୁତ୍ତ । ତୁରୁମୁଙ୍ଗା ଥାନାରେ ଅଭିଯୋଗ ପରେ ପୋଲିସର ତଦନ୍ତ ଜାରି ରହିଛି।
ଆଦିମ ଜନଜାତିଙ୍କ ଆବାସସ୍ଥଳୀରେ ବର୍ଷାର ପ୍ରକୋପ
ମାଲକାନଗିରି : ମାଲକାନଗିରି ଜିଲ୍ଲା ବଣ୍ତାଘାଟିରେ ଭାଙ୍ଗିଲା ଘର। ଆଦିମ ଜନଜାତିଙ୍କ ଆବାସ ସ୍ଥଳୀରେ ବର୍ଷାର ପ୍ରକୋପ। ଲଗାଣ ବର୍ଷାରେ ଭାଙ୍ଗିଯାଇଛି ଘର । ମାଟିରେ ମିଶିଯାଇଛି ମାଟି କୁଡିଆ। ଅଣ୍ତ୍ରାହଲ ପଞ୍ଚାୟତ ସଦରରେ ଦେଖିବାକୁ ମିଳିଛି ଏପରି ବର୍ଷାର ବିତ୍ପାତ। ବଣ୍ତାଘାଟିର ଅନେକ ଗାଁ ଗଣ୍ତାରେ ଘର ଭୁଶୁଡିଥିବା ଦୃଶ୍ୟ ସାମ୍ନାକୁ ଆସିଛି । ଅସହାୟ ଲୋକେ ବର୍ଷା ପାଇଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ମୁଦୁଲିପଡା ପଞ୍ଚାୟତ ଅଧିନରେ ଥିବା ଅନେକ ଘର ମଧ୍ୟ ବର୍ଷାରେ ଭୁଷୁଡି ପଡିଥିବା ସୂଚନା ମିଳିଛି।
ମାଲକାନଗିରି ସୀମାନ୍ତ ବିଜାପୁରରେ ମାଓବାଦୀ ସଂଗଠନରେ ବିଦ୍ରୋହ
ନନ୍ଦିଘୋଷ ବ୍ୟୁରୋ: ମାଲକାନଗିରି ସୀମାନ୍ତ ବିଜାପୁରରେ ମାଓବାଦୀ ସଂଗଠନରେ ବିଦ୍ରୋହ ଦେଖିବାକୁ ମିଳିଛି । ଏନେଇ ପୋଲିସ ପ୍ରେସ ନୋଟ୍ ଜାରି କରିଛି । କ୍ରମାଗତ କ୍ଷତି ହେତୁ ମାଓବାଦୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । କାଙ୍କେରର ପରତାପୁରରେ ନକ୍ସଲମାନେ ନିଜ ସାଥି ମାଓବାଦୀ ବିଜ୍ଜାଙ୍କୁ ପୋଲିସ ସୂଚନାଦାତା ଅଭିଯୋଗରେ ହତ୍ୟା କରିଛନ୍ତି । ତେଲୁଗୁ କ୍ୟାଡର ନକ୍ସଲ ନେତା ନେତା ବିଜୟ ରେଡ୍ଡୀ ଦଳମ ସାଥୀ ନକ୍ସଲ ବିଜ୍ଜାଙ୍କୁ ହତ୍ୟା କରିଥିବା ପୋଲିସ କହିଛି । ୬ ସେପ୍ଟେମ୍ବରରେ ବିଜ୍ଜାଙ୍କୁ ହତ୍ୟା କରାଯାଇଥିଲା । ଅତୀତରେ ଛତିଶଗଡରେ ହୋଇଥିବା ଏନକାଉଣ୍ଟରରେ ଅନ୍ୟ ରାଜ୍ୟରୁ ଆସିଥିବା ନକ୍ସଲମାନଙ୍କୁ ମଧ୍ୟ ହତ୍ୟା କରାଯାଇଥିଲା । ବରିଷ୍ଠ ନକ୍ସଲମାନଙ୍କ ହତ୍ୟା ଯୋଗୁଁ ନକ୍ସଲମାନେ ବିଚଳିତ ହୋଇଛନ୍ତି । ବାହ୍ୟ ରାଜ୍ୟରୁ ଆସିଥିବା ନକ୍ସଲମାନେ ସ୍ଥାନୀୟ ଲୋକଙ୍କୁ ଢାଲ ଭାବରେ ବ୍ୟବହାର କରି କୋଟି କୋଟି ଟଙ୍କା ଲୁଟି ନେଇଛନ୍ତି । ତେଣୁ ଆତ୍ମସମର୍ପଣ ବ୍ୟତୀତ ନକ୍ସଲମାନଙ୍କ ପାଖରେ କୌଣସି ବିକଳ୍ପ ବାକି ନାହିଁ ବୋଲି ପ୍ରେସ ନୋଟରେ ସୂଚନା ଦେଇଛନ୍ତି ବସ୍ତର ଆଇଜି ସୁନ୍ଦରରାଜ ପି ।

