spot_img
Home Blog Page 1605

ରାଜ୍ୟରେ ଦୂର ହେଉନି ଆଳୁ ସଙ୍କଟ

ନନ୍ଦିଘୋଷ ବ୍ୟୁରୋ: ରାଜ୍ୟରେ ମାସାଧିକ କାଳ ଜାରି ରହିଛି ଆଳୁ ସଙ୍କଟ । ଏଭଳି ସମସ୍ୟା ମଧ୍ୟରେ ଚୋରାରେ ଆସୁଥିବା ମାତ୍ର ଅଳ୍ପ କିଛି ଟ୍ରକ ଆଳୁ ବ୍ୟବସାୟୀଙ୍କ ଠାରୁ ଆଣି  ସରକାର ଲୋକଙ୍କୁ ଦେଲେ । ହେଲେ ଟ୍ରେନରେ ଆଳୁ ଆସିବା ସହ ୧୦ ଟଙ୍କାରେ ମିଳିବ ବୋଲି କହିଲେ। କିନ୍ତୁ ଆଜି ଯାଏ ଟ୍ରେନର ଆଳୁ ଆସି ପହଞ୍ଚିଲା ନାହିଁ। ସେପଟେ ରାଜ୍ୟରେ କୃଷି ଉତ୍ପାଦନ ବୃଦ୍ଧି ପାଇଁ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ବୈଠକ ବସାଇବା ପାଇଁ କହିଲେ। ତାହା ମଧ୍ୟ ହେଲା ନାହିଁ। ଏବେ ପୁଣି ପଞ୍ଜାବ ଓ ୟୁପିରୁ ଆଳୁ ବିହନ ଆଣି ରାଜ୍ୟରେ ଆଳୁ ଉତ୍ପାଦନ ବଢାଇବା ପାଇଁ କୃଷି ମନ୍ତ୍ରୀଙ୍କ ବାହାସ୍ପଟକୁ ନେଇ ବର୍ଷିଛନ୍ତି କୃଷକ ସଙ୍ଗଠନ, ବ୍ୟବସାୟୀ ସଂଘ ଓ ଜନ ସଂଗଠନ । ରାଜ୍ୟର ବିଜେପି ସରକାର ବାରମ୍ବାର ମିଛ କହୁଥିବା ବେଳେ ଏ କଥାକୁ କେମିତି ବିଶ୍ୱାସ କରିହେବ ବୋଲି ପ୍ରଶ୍ନ କରିଛନ୍ତି ସମସ୍ତେ ।

ରାଜ୍ୟରେ ଦୂର ହେଉନି ଆଳୁ ସଙ୍କଟ । ଶିଖର ଛୁଉଁଛି ଦରଦାମ । ମାଳ ମାଳ ସମସ୍ୟା ଭିତରେ ବାରମ୍ବାର ବାହସ୍ଫୋଟ ମାରୁଛନ୍ତି ରାଜ୍ୟସରକାର । ମିଛ ପ୍ରତିଶ୍ରୁତି ଦେଇ ଲୋକଙ୍କ ସହ କରୁଛନ୍ତି ପ୍ରତାରଣା । ପଶ୍ଚିମବଙ୍ଗ ଓଡିଶାକୁ ଆଳୁ ଯୋଗାଣ ବନ୍ଦ କରିବା ପରେ ମାସେରୁ ଅଧିକ ସମୟ ଧରି ରାଜ୍ୟରେ ସୃଷ୍ଟି ହୋଇଥିଲା ଆଳୁ ସଙ୍କଟ। ଏହି ସମସ୍ୟାର ସମାଧାନରେ ବିଫଳ ହୋଇଥିବା ରାଜ୍ୟ ସରକାର ପୁଣି ବାହସ୍ଫୋଟ ମାରିଛନ୍ତି । ରାଜ୍ୟରେ ଆଳୁ ସଙ୍କଟ ଦୂର ପାଇଁ ଦୀର୍ଘ ମିଆଦି ଯୋଜନା କରିବା ଓ ପଞ୍ଜାବ , ୟୁପିରୁ ଆଳୁ ବିହନ ଆଣି ଓଡ଼ିଶାର ଚାଷୀଙ୍କୁ ଯୋଗାଇବା ନେଇ କୃଷିମନ୍ତ୍ରୀଙ୍କ ମନ୍ତବ୍ୟ ପରେ ସରକାରଙ୍କ ଉପରେ ବର୍ଷିଛନ୍ତି କୃଷକ ସଙ୍ଗଠନ।  ହେଲେ ବିଜେପି ସରକାର ବାରବାର ମିଛ କହିଲେ ଚାଷୀ ମାନେ ଏହି କଥାକୁ କେମିତି ବିଶ୍ୱାସ କରିବେ ବୋଲି ପ୍ରଶ୍ନ କରିଛି କୃଷକ ମଜଦୂର ମହାସଂଘ। ଓଡ଼ିଶାରେ ଆଳୁ ସଙ୍କଟ ବେଳେ ଆଳୁ ଟ୍ରେନରେ ଆସିବ, ୧୦ ଟଙ୍କାରେ ମିଳିବ ବୋଲି କହିଥିଲେ ସରକାର । ଏହି ଟ୍ରେନ ଆଳୁ କୁଆଡେ ଗଲା ବୋଲି ପ୍ରଶ୍ନ କରିଛି ମହାସଂଘ। କୃଷି ଉତ୍ପାଦନ ବୃଦ୍ଧି ପାଇଁ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ବୈଠକ କରିବେ ବୋଲି କହିଥିଲେ ।  ଏହି ବୈଠକ କେବେ ବସିବ ବୋଲି ମଧ୍ୟ ପ୍ରଶ୍ନ ହୋଇଛି। କୃଷକ ସଙ୍ଗଠନ ଗୁଡିକ ସରକାରଙ୍କ ସହ ଚାଷୀ ସମସ୍ୟା ସମ୍ପର୍କରେ ଆଲୋଚନା ନେଇ ବାରମ୍ବାର ଚିଠି ଲେଖିଥିଲେ ମଧ୍ୟ ଏ ଯାଏ ତାହା ହୋଇପାରି ନାହିଁ। ବିଜେପି ସରକାର ଯେଉଁ ରାଜ୍ୟରେ ଅଛି ସେଠି ଚାଷୀ ମାନେ ଶୋଷଣର ଶିକାର ହେଉଥିବା ଅଭିଯୋଗ କରିଛି ସଂଗଠନ। ସରକାର ଚାଷୀଙ୍କ ସହ ଆଲୋଚନା କରନ୍ତୁ ଓ ବୈଠକ କରାନ୍ତୁ ବୋଲି ଦାବି ହୋଇଛି ।

ସେପଟେ ଆଳୁ ବିହନ ପ୍ରସଙ୍ଗ ନେଇ ସରକାରଙ୍କ ଆଭିମୁଖ୍ୟ ଉପରେ ପ୍ରଶ୍ନ ଉଠାଇଛି ରାଜ୍ୟ ବ୍ୟବସାୟୀ ସଂଘ । ଓଡ଼ିଶାରେ ଗଳି ଆଳୁକୁ ମଞ୍ଜି ଭାବେ ବ୍ୟବହାର କରାଯାଇ ଚାଷ ହେଉଛି। ତେଣୁ ଉନ୍ନତମାନର ପଞ୍ଜାବ ,ୟୁପିରୁ ଆଳୁ ବିହନ ଆଣିବା ପାଇଁ ପୂର୍ବରୁ ବ୍ୟବସାୟୀ ସଂଘ ପକ୍ଷରୁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିଲା। ହେଲେ ଏହାକୁ ହେୟଜ୍ଞାନ କରାଯାଇଥିଲା। ବ୍ୟବସାୟୀ ସଂଘ ଉପରେ ସରକାରଙ୍କ ଭରସା ନାହିଁ।  ଏବେ ରାଜ୍ୟସରକାରଙ୍କ ଆଳୁ ବିହନ ଆଣିବା ନିଷ୍ପତ୍ତି କଥାରେ ନୁହଁ କାମରେ ପ୍ରତିଫଳିତ ହେବା ଦରକାର ବୋଲି କୁହାଯାଇଛି । ସରକାର ବାସ୍ତବତାକୁ ଆସନ୍ତୁ ବୋଲି ନିବେଦନ କରିଛି ରାଜ୍ୟ ବ୍ୟବସାୟୀ ସଂଘ। ସେପଟେ ସରକାରଙ୍କ ଏଭଳି କଥାକୁ ସମାଲୋଚନା କରିଛି ସିଟିଜେନସ ଫୋରମ। ଦରଦାମ ପ୍ରସଙ୍ଗକୁ ଏଡ଼ାଇବା ପାଇଁ ଏଭଳି ବୟାନ ଦିଆଯାଇଛି ବୋଲି କହିଛି ଫୋରମ।

ପାକିସ୍ତାନକୁ ହରାଇଲା ଭାରତ

ନନ୍ଦିଘୋଷ ବ୍ୟୁରୋ: ପାକିସ୍ତାକୁ ପରାସ୍ତ କଲା ଟିମ ଇଣ୍ଡିଆ।  ମହିଳା ଟି-୨୦ ବିଶ୍ଵକପରେ ପାକିସ୍ତାନକୁ ମାତ ଦେଇଛି ଭାରତ। ପାକ୍ ଟିମକୁ ୬  ୱିକେଟରେ ହରାଇଛି ଭାରତ। ପ୍ରଥମ ବ୍ଯାଟି କରି ପାକିସ୍ତାନ ଭାରତ ଆଗରେ ୧୦୬ ରନର ଟାର୍ଗେଟ ଦେଇଥିଲା। ଜବାବରେ ଭାରତ ୪ ୱିକେଟ ହରାଇ ଟାର୍ଗେଟ ହାସଲ କରି ନେଇଛି। ଭାରତ ପକ୍ଷରୁ ଶେଫାଳି ବର୍ମା ସର୍ବାଧିକ ୩୨ ରନ କରି ଟିମକୁ ବିଜୟୀ କରାଇଛନ୍ତି। ଅଧିନାୟକ ହରମନପ୍ରୀତ କୌର ଦ୍ଵିତୀୟ ସର୍ବାଧିକ ୨୯ ରନ କରିଥିବାବେଳେ ଜେମିମା ରୋଡ୍ରିଗସ ୨୩ ରନ କରିଥିଲେ। ପାକିସ୍ତାନ ବ୍ଯାଟିଂରେ ନିଦା ଦାର ସର୍ବାଧିକ ୨୮ ରନ କରିଥିଲେ। ମୁନିବା ଅଲି ଦ୍ଵିତୀୟ ସର୍ବାଧିକ ୧୭ ଏବଂ ଅଧିନାୟକ ଫାତିମା ସାନା ୧୩ ରନ କରିଥିଲେ। ଭାରତର ଅରୁନ୍ଧତୀ ରେଡ୍ଡୀଙ୍କୁ ସର୍ବାଧିକ ୪ ୱିକେଟ ମିଳିଛି। ଶ୍ରେୟଙ୍କା ପାଟିଲଙ୍କୁ ୨ଟି, ଆଶା ଶୋଭନା, ଦିପ୍ତୀ ଶର୍ମା ଏବଂ ରେଣୁକା ସିଂହଙ୍କୁ ଗୋଟିଏ ଲେଖାଏ ୱିକେଟ ମିଳିଛି।

ଫେଲ ମାରିଛି ଡବଲ ଇଂଜିନ ସରକାର : ଅରବିନ୍ଦ କେଜ୍ରିଓ୍ବାଲ

ନନ୍ଦିଘୋଷ ବ୍ୟୁରୋ: ଜନତା କି ଅଦାଲତରୁ ବିଜେପିକୁ କେଜରିୱାଲଙ୍କ ଟାର୍ଗେଟ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦ ଛାଡିବା ପରେ କେନ୍ଦ୍ର ନେତୃତ୍ଵାଧୀନ ବିଜେପି ସରକାରଙ୍କ ଉପରେ ବର୍ଷିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି ନେତା ଅରବିନ୍ଦ କେଜରିୱାଲ।ସାଧାରଣ ଜନତାଙ୍କୁ ସମ୍ବୋଧିତ କରି ବିଜେପିକୁ ତୀବ୍ର ସମାଲୋଚନା କରିଛନ୍ତି। କହିଛନ୍ତି, ଦେଶରେ ଫେଲ ମାରିଛି ଡବଲ ଇଂଜିନ ସରକାର। ଗତ ଜୁନ ନିର୍ବାଚନରେ ୨୪୦ ସିଟ୍ ପାଇଥିଲେ। ଗତକାଲିର ଏକଜିଟ୍ ପୋଲରେ ଦୁଇ ରାଜ୍ୟରୁ ଯାଉଛି ଡବଲ ଇଂଜିନ ସରକାର। ହରିୟାଣା ଓ ଜାମୁ କାଶ୍ମୀରରୁ ସରକାର ହାତରୁ ଯାଉଛି। ଆଗକୁ ମହାରାଷ୍ଟ୍ର ଓ ଝାଡ଼ଖଣ୍ଡରେ ମଧ୍ୟ ଦ୍ଵିତୀୟ ଇଂଜିନ ଧିରେ ଧିରେ ଫେଲ ହୋଇଯିବ। ଡବଲ ଇଂଜିନ ସରକାର କତା ସାଧାରଣ ଜନତା ବୁଝିସାରିଲେଣି । ଦରବୃଦ୍ଧି, ବେକାରୀ ଓ ଦୁର୍ନୀତିର ଅର୍ଥ ହେଉଛି ଏହି  ଡବଲ ଇଂଜିନ ସରକାର ବୋଲି କହିଛନ୍ତି ଆପ ନେତା ଅରବିନ୍ଦ କେଜରିୱାଲ। ଦିଲ୍ଲୀର ଛତ୍ରାସାଲ ଷ୍ଟାଡିୟମରେ ଆୟୋଜିତ ଏହି ଜନତା କି ଅଦାଲତରେ ଅନ୍ୟ ପ୍ରସଙ୍ଗ ନେଇ ମଧ୍ୟ ସରକାରଙ୍କୁ ଘେରିଥିଲେ କେଜରିୱାଲ। ବିଜେପିକୁ ଗରିବ ବିରୋଧୀ ଦଳ ବୋଲି କହିବା ସହ ଲୋକଙ୍କଠାକୁ ନିଯୁକ୍ତି ସୁଯୋଗ ଛଡାଇ ନେଉଛି ବୋଲି ଗୁରୁତର ଅଭିଯୋଗ କରିଛନ୍ତି। ଦିଲ୍ଲୀର ବସ ମାର୍ଶଲଙ୍କୁ ଚାକିରିରୁ ହଟାଇବା ପ୍ରସଙ୍ଗ ନେଇ ମଧ୍ୟ ତୀବ୍ର ଭାବେ ଘେରିଛନ୍ତି।…

କବର ଖୋଳି ଗଳିତ ଶବକୁ ଉଦ୍ଧାର କଲା ପୋଲିସ

ନନ୍ଦିଘୋଷ ବ୍ୟୁରୋ: ବିଞ୍ଝାରପୁର ବଧୂ ମୃତ୍ୟୁ ଘଟଣାରେ ନୂଆ ମୋଡ଼ । ମୃତ୍ୟୁର ୧୬ ଦିନ ପରେ କବର ଖୋଳି ଗଳିତ ଶବକୁ ଉଦ୍ଧାର କଲା ପୋଲିସ । ପଶ୍ଚିମବଙ୍ଗ ଅଞ୍ଚଳର ରୋଜିନା ଖାତୁନ ଯାଜପୁର ଜିଲ୍ଲା ବିଞ୍ଝାରପୁର ଅଞ୍ଚଳର ସେକ ମୁସ୍ତାକିମଙ୍କୁ ଆଠ ବର୍ଷ ତଳେ ବିବାହ କରିଥିଲେ । ଗତ ସେପ୍ଟେମ୍ବର ୨୧ରେ ରୋଜିନାଙ୍କ ମୃତ୍ୟୁ ହୋଇଥିବା ତାଙ୍କ ବାପଘର ଲୋକଙ୍କୁ ଜଣାଇଥିଲେ ସେକ ମୁସ୍ତାକିମ । ରୋଜିନାଙ୍କ ବାପଘର ଲୋକ ଘଟଣାସ୍ଥଳରେ ପହଞ୍ଚି ମୃତଦେହରେ କ୍ଷତସ୍ଥାନ ଥିବା ଦେଖିବାକୁ ପାଇଥିଲେ । ଏ ସମ୍ପର୍କରେ ମୁସ୍ତାକିମକୁ ପଚାରିବାରୁ ସେ ଏକଥାକୁ ଏଡାଇ ଦେବା ସହ ତରବରିଆ ଭାବେ ମୃତଦେହକୁ କବର ଦେଇଦେଇଥିଲେ। ଏନେଇ ରୋଜିନାଙ୍କ ବାପଘର ଲୋକ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୋଲିସ କବର ଖୋଳି ଗଳିତ ଶବକୁ ଉଦ୍ଧାର କରି ଫରେନସ୍ସିକ ଲ୍ୟାବକୁ ପଠାଇଛି ।

ପଞ୍ଚଲିଙ୍ଗେଶ୍ଵରରେ ପର୍ଯ୍ୟଟକଙ୍କୁ ଦୁର୍ବ୍ୟବହାର ଅଭିଯୋଗ

ନନ୍ଦିଘୋଷ ବ୍ୟୁରୋ: ପଞ୍ଚଲିଙ୍ଗେଶ୍ଵରରେ ପର୍ଯ୍ୟଟକଙ୍କୁ ଦୁର୍ବ୍ୟବହାର ଅଭିଯୋଗ । ସୋସିଆଲ ମିଡିଆରେ ଏଭଳି ଅଭିଯୋଗ ଆଣିଛନ୍ତି ବଙ୍ଗୀୟ ପର୍ଯ୍ଯଟକ । ଅଭିଯୋଗ ଅନୁସାରେ ପଶ୍ଚିମବଙ୍ଗ ମେଦିନପୁର ଅଞ୍ଚଳର ୭୦ରୁ ଅଧିକ ଛାତ୍ରଛାତ୍ରୀ ପଞ୍ଚଲିଙ୍ଗେଶ୍ବର ଆସିଥିଲେ । ମୁଖ୍ଯ ଗେଟ୍ ଜୋତା ଷ୍ଟାଣ୍ଡ ଆଗରେ ଜଣ ପିଛା ୫ ଟଙ୍କା ଲେଖାଏଁ ଟିକେଟ ଆଦାୟ କରାଯାଉଥିଲା । ଜୋତା ନଥାଇ କାକିଁକି ଟିକେଟ କରିବେ ବୋଲି ପ୍ରଶ୍ନ କରିବାରୁ କିଛି ବ୍ଯକ୍ତି ସେମାନଙ୍କୁ ଦୁର୍ବ୍ଯବହାର ସହ ଟଙ୍କା ଦେବାକୁ ବାଧ୍ଯ ବୋଲି କହିଥିଲେ । ଏନେଇ ପର୍ଯ୍ଯଟକମାନେ ସୋସିଆଲ ମିଡିଆରେ ଜଣାଇବା ସହ କାର୍ଯ୍ଯାନୁଷ୍ଠାନ ପାଇଁ ଦାବି କରିଛନ୍ତି ।

ଆଇପିଏଲ ୨୦୨୫ ହେବ ଏହି ୩ ଖେଳାଳିଙ୍କ ଶେଷ ସିଜନ୍, କ୍ରିକେଟକୁ କହିବେ ଅଲବିଦା

ନନ୍ଦିଘୋଷ ବ୍ୟୁରୋ: ଆଇପିଏଲ ୨୦୨୫ ପାଇଁ କାଉଣ୍ଟଡାଉନ୍ ଆରମ୍ଭ ହୋଇ ସାରିଛି। ଖୁବଶୀଘ୍ର ଏହି ଲିଗ୍ ର ଏକ ମେଗାଅକ୍ସନ ଆୟୋଜିତ ହେବ, ଯେଉଁଥିରେ ଅନେକ ଧୁରନ୍ଧର ଖେଳାଳି ନିଲାମ ପକ୍ରିୟାରେ ସାମିଲ ହେବେ। ଅନ୍ୟପଟେ କ୍ରିକେଟ୍ ପଡ଼ିଆରେ ସେମାନଙ୍କର ପ୍ରିୟ ଖେଳାଳିଙ୍କୁ ଦେଖିବା ପାଇଁ ପ୍ରଶଂସକମାନେ ମଧ୍ୟ ଉତ୍ସାହିତ ଅଛନ୍ତି। ତେବେ କିଛି ଖେଳାଳି ରହିଛନ୍ତି ଯେଉଁମାନେ କି ଏଥର ଆଇପିଏଲରେ ଶେଷ ଥର ପାଇଁ ଖେଳୁଥିବା ଦେଖିବାକୁ ମିଳିବେ।

ବିଭିନ୍ନ କାରଣରୁ, ଏଥର କିଛି ଖେଳାଳି ଆଇପିଏଲ୍  ୨୦୨୫ ସିଜନ୍ ପରେ ଅବସର ଘୋଷଣା କରିପାରିବେ ବୋଲି ଚର୍ଚ୍ଚା ହେଉଛି। ଆମ ତାଲିକାର ପ୍ରଥମ ଖେଳାଳିଙ୍କ ନାମ ହେଉଛି ମହେନ୍ଦ୍ର ସିଂ ଧୋନି। ୨୦୧୯ ମସିହା ପରଠାରୁ ଚେନ୍ନାଇ ସୁପର କିଙ୍ଗ୍ସର ପ୍ରମୁଖ ଖେଳାଳି ମହେନ୍ଦ୍ର ସିଂ ଧୋନି ଙ୍କ ଅବସର ନେଇ କଳ୍ପନାଜଳ୍ପନା ଚାଲିଛି।  କିନ୍ତୁ ସେ ଏପର୍ଯ୍ୟନ୍ତ ଅବସର ଘୋଷଣା କରିନାହାଁନ୍ତି। କିନ୍ତୁ ଏଥର ତାଙ୍କୁ ଶେଷ ଥର ପାଇଁ ହଳଦିଆ ଜର୍ସି ପିନ୍ଧିଥିବାର ଦେଖିବାକୁ ମିଳିବ। ଅନ୍ୟପକ୍ଷରେ ଗତ ଦୁଇଟି ସିଜନ୍ ରେ ଧୋନି ତାଙ୍କ ଗୋଡରେ ବ୍ୟାଣ୍ଡେଜ୍ ବାନ୍ଧି ଖେଳୁଥିବା ଦେଖିବାକୁ ମିଳିଥିଲା। ସେ ବର୍ତ୍ତମାନ ବୟସର ଏଭଳି ଏକ ପାହାଚରେ ପହଞ୍ଚିଛନ୍ତି ଯେଉଁଠାରେ ତାଙ୍କ ଫିଟନେସ୍ ଦଳ ପାଇଁ ସବୁଠାରୁ ବଡ ସମସ୍ୟା ହୋଇ ଉଭା ହୋଇଛି। ଧୋନି ଚେନ୍ନାଇ ସୁପର କିଙ୍ଗ୍ସ କୁ ପାଞ୍ଚ ଥର ଆଇପିଏଲରେ ଚାମ୍ପିଅନ୍ କରିଛନ୍ତି। ଯଦି ଆମେ ତାଙ୍କ ଆଇପିଏଲ୍ କ୍ୟାରିୟର ବିଷୟକୁ ଧ୍ୟାନ ଦେବା, ତେବେ ଧୋନି ୨୬୪ ମ୍ୟାଚ୍ ରେ ୫୨୩୪ ରନ୍ ସ୍କୋର କରିଛନ୍ତି।

ସେହିଭଳି ଆମ ତାଲିକାର ଦ୍ଵିତୀୟ ଖେଳାଳି ହେଲେ ଇଶାନ୍ତ ଶର୍ମା। ଟେଷ୍ଟ କ୍ରିକେଟରେ ଟିମ ଇଣ୍ଡିଆର ଅନ୍ୟତମ ସଫଳ ଦ୍ରୁତ ବୋଲର ହେଉଛନ୍ତି ଇଶାନ୍ତ ଶର୍ମା। କିନ୍ତୁ ସେ ମଧ୍ୟ ଆସନ୍ତା ବର୍ଷ ଆଇପିଏଲ ପରେ କ୍ରିକେଟରୁ ବିଦାୟ ନେବେ ବୋଲି କ୍ରୀଡ଼ା ମହଲରେ ଆଲୋଚନା ହେଉଛି। ସେ ୨୦୧୯ ମସିହା ପରଠାରୁ ଦିଲ୍ଲୀ କ୍ୟାପିଟାଲ୍ସ ଦଳର ଏକ ପ୍ରମୁଖ ଖେଳାଳି ହୋଇ ରହିଛନ୍ତି। କିନ୍ତୁ ଗତ ଦୁଇଟି ସିଜନରେ ତାଙ୍କ ବୋଲିଂ ର ଗତି ମନ୍ଥର ହୋଇଆସୁଛି। ତେବେ ଯଦି ଦିଲ୍ଲୀ ଦଳ ତାଙ୍କୁ  ଅକ୍ସନ ପାଇଁ ରିଲିଜ୍ କରିବ, ତେବେ ନିଲାମରେ ସେ ଅନ୍ୟ କୌଣସି ଦଳର ଅଂଶ ହେବା ତାଙ୍କ ପାଇଁ କଷ୍ଟକର ହେବ। ତେବେ ବର୍ତ୍ତମାନ ସୁଦ୍ଧା ୧୧୦ ଟି ଆଇପିଏଲ ମ୍ୟାଚ ଖେଳି ଇଶାନ୍ତ ଶର୍ମା ୯୨ ଟି ୱିକେଟ୍ ନେଇଛନ୍ତି।

ଆମ ଲିଷ୍ଟର ତୃତୀୟ ଖେଳାଳି ହେଲେ ଅଜିଙ୍କ୍ୟେ ରାହାଣେ। ଏହି ସ୍ମାର୍ଟ କ୍ରିକେଟରଙ୍କ ଅନ୍ତର୍ଜାତୀୟ କ୍ୟାରିୟର ଶେଷ ହୋଇ ସାରିଛି। ସେ ଦୀର୍ଘ ସମୟ ଧରି ଟିମ୍ ଇଣ୍ଡିଆରୁ ବାହାରେ ଅଛନ୍ତି, ଯାହା ତାଙ୍କ ଆଇପିଏଲ୍ କ୍ୟାରିୟରକୁ ମଧ୍ୟ ପ୍ରଭାବିତ କରିବ। ୨୦୨୩ ମସିହାରେ ଚେନ୍ନାଇ ପାଇଁ ରାହାଣେ ଏକ ବଡ ଅସ୍ତ୍ର ସାଜିଥିଲେ। କିନ୍ତୁ ୨୦୨୪ ମସିହାରେ ସେ ବ୍ୟାଟ୍ ସହିତ କିଛି ବିଶେଷ ପ୍ରଦର୍ଶନ କରିପାରିନଥିଲେ। କିନ୍ତୁ ଏଥର ତାଙ୍କୁ ଦଳ ମଧ୍ୟ ରିଟେନ୍ କରିବ ବୋଲି ଆଲୋଚନା ହେଉଛି,ଯେଉଁଥିପାଇଁ ୧୮୫ ଟି ଆଇପିଏଲ୍ ମ୍ୟାଚ୍ ରେ ୪୬୫୨ ରନ୍ ସ୍କୋର କରିଥିବା ରାହାଣେ, ଆଇପିଏଲ୍ ୨୦୨୫ ପରେ ଏହି ଲିଗକୁ ବିଦାୟ ଦେବେ।

ପୂଜକ ବେଶରେ ଆସିଲେ, ମନ୍ଦିରରେ କଳାକନା ବୁଲାଇଲେ

ନନ୍ଦିଘୋଷ ବ୍ୟୁରୋ: ପୂଜକ ବେଶରେ ଆସୁଥିଲେ, ପୂଜାପାଠ ନାଁରେ ମନ୍ଦିରରେ କଳାକନା ବୁଲାଉଥିଲେ ।  ମନ୍ଦିରରୁ ପ୍ରାଚୀନ ମୂର୍ତ୍ତି ସହ ଠାକୁରଙ୍କ ଅଳଙ୍କାର ଲୁଟୁଥିବା ତିନି ଲୁଟେରା ଭାଇଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ତିନିଭାଇ ମିଶି ୩ ଜିଲ୍ଲାର ୧୨ଟି ମନ୍ଦିରରୁ ଲୁଟ କରିଥିବା ସୂଚନା ମିଳିଛି । ଗିରଫ ଅଭିଯୁକ୍ତ ହେଲେ ବରଦା ପ୍ରସାଦ ଆଚାର୍ଯ୍ୟ, ସାରଦା ପ୍ରସାଦ ଆଚାର୍ଯ୍ୟ ଓ ଆନନ୍ଦ ଆଚାର୍ଯ୍ୟ । ପୋଲିସ ସୂଚନା ଅନୁସାରେ ଏମାନେ ସମ୍ପର୍କରେ ତିନି ଭାଇ ଏମାନେ ପୂଜକ ବେଶରେ ମନ୍ଦିରକୁ ଯାଉଥିଲେ । ସେଠାରେ ପୂଜାପାଠ କରିବା ବାହାନାରେ ମୂର୍ତ୍ତି ସମେତ ଅଳଙ୍କାର ଲୁଟିନେଉଥିଲେ ।  ଗତକାଲି ବିଳମ୍ବିତ ରାତିରେ ବାଲିପାଟଣା ଥାନା ବାଲେଶ୍ଵର ମନ୍ଦିରରୁ ଚୋରି ହୋଇଥିଲା । ଘଟଣାର ତଦନ୍ତ କରି ମାମଲାରେ ସଂପୃକ୍ତ ବରଦା  ଓ ଆନନ୍ଦକୁ କମିଶନରେଟ ପୋଲିସ ଗିରଫ କରିଥିବାବେଳେ ସାରଦାକୁ କାବୁ କରିଛି ଜଗତସିଂହପୁର ପୋଲିସ । ଅଭିଯୁକ୍ତମାନେ ଅଭ୍ଯାସଗତ ଚୋର ହୋଇଥିବାବେଳେ ସେମାନଙ୍କୁଠାରୁ ବହୁ ଲୁଟ୍ ସାମଗ୍ରୀ ଜବତ ହୋଇଛି । ଏମାନେ ଏହି ଚୋରି ସାମଗ୍ରୀ କେଉଁଠାକୁ ଚାଲାଣ କରୁଥିଲେ ? ଏହି ସାମଗ୍ରୀ କେଉଁଠାରେ ବ୍ଯବହାର ହେଉଥିଲା ? ତାଙ୍କ ରାକେଟରେ ଆଉ କିଏ ସପୃକ୍ତ ଅଛି କି ନାହିଁ ? ଅନ୍ଯ କେଉଁ ଜିଲ୍ଲାରୁ ଚୋରି କରିଥିଲେ କି ନାହିଁ ? ସେନେଇ କମିଶନରେଟ ପୋଲିସ ଅଧିକ ତଦନ୍ତ କରୁଛି । ଆବଶ୍ଯକ ପଡ଼ିଲେ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି ପଚରାଉଚରା କରାଯାଇପାରେ ।

ରାଜଧାନୀରେ ଦୁଇ ମହିଳା ହାତାହାତି

ନନ୍ଦିଘୋଷ ବ୍ୟୁରୋ: ଭୁବନେଶ୍ଵର ଜୟଦେବ ଭବନ ପାର୍କିଂରେ ହାଇଡ୍ରାମା। ଦୁଇ ମହିଳା ହାତାହାତି। ଚୁଟି ଟଣାଟଣି ହୋଇ ମରାମରି ହୋଇଛନ୍ତି ଦୁଇ ଜଣ। ସେମାନେ ଉଭୟ ନିଜକୁ ସମାଜସେବୀ ବୋଲି କହିଛନ୍ତି। ଜଣେ ମହିଳା ଗଣମାଧ୍ୟମକୁ ବାଇଟ୍ ଦେଉଥିବା ବେଳେ ଏଭଳି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ଖବର ପାଇ ସେଠାରେ ପହଞ୍ଚିଥିଲା ପୋଲିସ। ଉଭୟଙ୍କୁ ବୁଝାସୁଝା କରାଯାଇଛି। ସୋସିଆଲ ମିଡିଆରେ ପରସ୍ପର ପ୍ରତି ଆକ୍ଷେପ ପ୍ରତିଆକ୍ଷେପକୁ ନେଇ ଏହି ମାରପିଟ ହୋଇଥିବା ଜଣାପଡ଼ିଛି। ନିର୍ଦ୍ଦିଷ୍ଟ ଭାବେ ଭରତପୁର ଥାନା ଘଟଣା ଏହାର ମୂଳ କାରଣ। ଜଣେ ମହିଳା ପୋଲିସକୁ ସମର୍ଥନ କରିଥିବା ବେଳେ ଆଉ ଜଣ କ୍ଯାପଟେନ ଓ ତାଙ୍କ ବାନ୍ଧବୀଙ୍କୁ ସମର୍ଥନ କରିଥିଲେ। ଏହାକୁ ନେଇ ଦୁଇ ମହିଳାଙ୍କ ମଧ୍ୟରେ ଯୁକ୍ତିତର୍କ, ତା ପରେ ହାତାହାତି ହୋଇଥିବା ଜଣାପଡ଼ିଛି।

ମେଦ ବହୁଳତା କମାଏ କିସମିସ୍

ନନ୍ଦିଘୋଷ ବ୍ୟୁରୋ: କିସମିସରେ ଅନେକ ପ୍ରକାର ସ୍ବାସ୍ଥ୍ୟପକାରୀ ଗୁଣ ଭରି ରହିଛି। ଅଧିକାଂଶ ଲୋକ ଅତ୍ୟଧିକ ଖାଦ୍ୟ ଖାଇଦେଇଥିବାରୁ ତାହା ଠିକ୍ ଭାବେ ହଜମ ହୁଏନି। ପରବର୍ତ୍ତୀ ସମୟରେ ଏହା କୋଷ୍ଠକାଠିନ୍ୟ ବା କନଷ୍ଟିପେଷ୍ଟନ୍ର ରୂପ ମଧ୍ୟ ନିଏ। ତେଣୁ ପ୍ରତିଦିନ କିସମିସ୍ ଖାଇବା ଦ୍ୱାରା ଏଥିରୁ କିଛି ମାତ୍ରାରେ ଉପଶମ ମିଳିଥାଏ।

କିସମିସ ହେଉଛି କମ୍ କ୍ୟାଲୋରୀ ଯୁକ୍ତ ଡ୍ରାଏ ଫ୍ରୁଟ୍। ତେଣୁ ଏହାକୁ ଖାଇଲେ ମେଦବହୁଳତା ସମସ୍ୟା ସହ ଓଜନ କମାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ। ଏଥିରେ ମଧ୍ୟ ଅଧିକ ପରିମାଣର ଫାଇବର୍ ରହିଛି। ନିକଟରେ ଏକ ଗବେଷଣାରୁ ଜଣାପଡିଛି ଯେ, ଏହାକୁ ଖାଇଲେ ରକ୍ତରେ ଶର୍କରା ବା ସୁଗାରର ପରିମାଣ କେତେକାଂଶରେ ସନ୍ତୁଳିତ ରହିଥାଏ। ଏହାର ଆଣ୍ଟି-ଅକ୍ସିଡ଼ାଣ୍ଟ୍ ଗୁଣ ମଧ୍ୟ ରହିଛି। କିସମିସକୁ ଖାଦ୍ୟ ତାଲିକାରେ ସାମିଲ କଲେ ତାହା ଦୃଷ୍ଟି ଶକ୍ତିକୁ ଆହୁରି ପ୍ରଖର କରିଥାଏ।

ଏହାସହ ଏଥିରେ ପଲିଫେନୋଲ୍ ନାମକ ଏକ ପିଗ୍ମେଣ୍ଟ୍ ରହିଛି, ଯାହା ଆଖି ତଳ ଭାଗରେ କଳା ଦାଗ ହେବାରୁ ରକ୍ଷା କରେ। କିସମିସ ଖାଇବା ଦ୍ୱାରା ରକ୍ତରେ ଲୋହିତ ରକ୍ତ କଣିକା ସୃଷ୍ଟି ହୋଇଥାଏ। ଏହାକୁ ଖାଇଲେ ତାହା ସୁନିଦ୍ରାରେ ମଧ୍ୟ ସାହାଯ୍ୟ କରିଥାଏ। ବିଶେଷ ଭାବରେ ପାଣିରେ କିସମିସକୁ ଭଲ ଭାବରେ ପାଣିରେ ଭେଦାଇ ପ୍ରତିଦିନ ଖାଇଲେ ମଧ୍ୟ ଏହା ଶରୀରରେ କ୍ୟାଲ୍ସିୟମ୍ ସୃଷ୍ଟି କରେ ଯାହା ଆଣ୍ଠୁ, ଗଣ୍ଠି ଓ ହାଡ଼କୁ ମଜଭୁତ ରଖିବାରେ ସାହାଯ୍ୟ କରେ।

ପୁଣି ଆନ୍ଦୋଳନରେ ଜୁନିୟର ଡାକ୍ତର ସଂଘ, ପ୍ରତିଶ୍ରୁତି ପୂରଣ ହୋଇନଥିବା ଅଭିଯୋଗ

ନନ୍ଦିଘୋଷ ବ୍ୟୁରୋ: କୋଲକାତା ଆରଜି କର ମେଡିକାଲ ଟ୍ରେନି ଡାକ୍ତର ଦୁଷ୍କର୍ମ ଓ ହତ୍ଯା ଘଟଣାରେ ପୁଣି ତେଜିଲା ଆନ୍ଦୋଳନ। ଡାକ୍ତରଙ୍କୁ ସରକାର ଦେଇଥିବା ପ୍ରତିଶ୍ରୁତି ପୂରଣ ହୋଇନଥିବାରୁ ପୁଣି ଆନ୍ଦୋଳନ ଜାରି ରଖିଛନ୍ତି ଜୁନିୟର ଡାକ୍ତର ସଂଘ। ଗତକାଲି କୋଲକାତାରେ ଜୁନିୟର ଡାକ୍ତର ସଂଘ ପ୍ରତିବାଦ କରିଥିଲେ। ସରକାରୀ ବିରୋଧୀ ନାରା ଦେଇ ପୁଣି ଧାରଣା ଦେଇଥିଲେ ଡାକ୍ତର ସଂଘ। ଆନ୍ଦୋଳନରେ ଶତାଧିକ ସଂଖ୍ଯାରେ ଡାକ୍ତର ସାମିଲ ହୋଇଥିଲେ। ଦାବି ପୂରଣ ନହେଲେ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ କାର୍ଯ୍ୟବନ୍ଦ ଆନ୍ଦାଳନ ଜାରି ରଖିବାକୁ ଚେତାବନୀ ଦେଇଛି ଡାକ୍ତର ସଂଘ। ପୀଡ଼ିତାଙ୍କୁ ନ୍ୟାୟ ଦେବାକୁ ଦାବି କରିଛି ଡାକ୍ତର ସଂଘ।

ଡାକ୍ତରଙ୍କ ଦାବି ପୂରଣ କରିବାକୁ ରାଜ୍ୟ ସରକାରଙ୍କୁ ୨୪ ଘଣ୍ଟାର ମହଲତ ଦେଇଥିଲେ। ତେବେ ଦାବି ପୂରଣ ନହେବାରୁ ଡାକ୍ତର ସଂଘ ପୁଣିଥରେ ଆନ୍ଦୋନ ଜାରି ରଖିଛନ୍ତି। ଗତ ୧ ତାରିଖରୁ ଜୁନିୟର ଡାକ୍ତର ସଂଘର ଏହି ଆନ୍ଦୋଳନ ଜାରି ରହିଛି। ଗତ ଅଗଷ୍ଟ ୯ ତାରିଖରେ କୋଲକାତାର ଆରଜି କର ମେଡିକାଲରେ ଘଟିଥିଲା ଓ ଅଘଟଣ। ଦୀର୍ଘ ୪୨ ଦିନ ଧରି ଆନ୍ଦୋଳନ ପରେ ପୁଣି ସେପ୍ଟେମ୍ବର ୨୧ରେ କନିଷ୍ଠ ଡାକ୍ତରମାନେ ଆଂଶିକ କାର୍ଯ୍ୟ ଆରମ୍ଭ କରିଥିଲେ।