spot_img
Home Blog Page 1600

ଆଜବେଷ୍ଟେସ କାଟି ଲକ୍ଷାଧିକ ଟଙ୍କା ଲୁଟି ନେଲେ ଲୁଟେରା

ଭୁବନେଶ୍ୱର : ରାଜଧାନୀରେ ପୁଣି ମାତିଲେ ଲୁଟେରା। ଖଣ୍ଡଗିରି ଛକରେ ଥିବା ହାର୍ଡୱେର ଦୋକାନରୁ ଲକ୍ଷାଧିକ ଟଙ୍କାର ଲୁଟ। ଦୋକାନ ଛାତ ଉପରୁ ଆଜବେଷ୍ଟେସ କାଟି ଲୁଟିଛନ୍ତି ଲୁଟେରା। ଲକ୍ଷାଧିକ ଟଙ୍କା ସହ କିଛି ଦାମୀ ଜିନିଷ ମଧ୍ୟ ଚୋରି ହୋଇଥିବା ଜଣାପଡିଛି । ଏ ନେଇ ଆଜି ସକାଳୁ ଦୋକାନ ମାଲିକ ଖବର ପାଇବା ପରେ ଖଣ୍ଡଗିରି ଥାନାକୁ ଜଣାଇଥିଲେ । ପୋଲିସ ଘଟଣାସ୍ଥଳରେ ପହଁଚି ଛାନବିନ ଜାରି ରଖିଛି । ନିକଟରେ ଥିବା କିଛି ସିସିଟିଭି ଯାଞ୍ଚ କରାଯାଇଛି। କିନ୍ତୁ ବଡ଼ କଥା ହେଉଛି ଶନିବାର ରାତିରେ ବିଭିନ୍ନ ଛକ ବଜାରରେ ପୋଲିସ ପାଇଁତରା ମାରିବା ସହ ଚେକିଂ ବ୍ଲକିଂରେ ବ୍ୟସ୍ତ ଥିବା ବେଳେ ଜାତୀୟ ରାଜପଥ କଡରେ ଏଭଳି ଘଟଣା ଘଟିବାକୁ ସହଜରେ ଗ୍ରହଣ କରିପାରିନାହାନ୍ତି ସ୍ଥାନୀୟ ଲୋକେ ।

ଚିଟ୍ ଫଣ୍ଡ୍ ମାଲିକଙ୍କ କାରନାମା, ଲୋକଙ୍କ ଟଙ୍କାରେ ବିଦେଶୀ ଝିଅଙ୍କୁ ନେଇ କରୁଥିଲା ପାର୍ଟି

ଲକ୍ଷ୍ନୌ : ଉତ୍ତରପ୍ରଦେଶର ଉନ୍ନାଓ ଗାଁରେ ଟଙ୍କା ଡବଲ କରିଦେବା ଲୋଭ ଦେଖାଇ ଲୋକଙ୍କ କୋଟି କୋଟି ଟଙ୍କା ନେଇ ଫେରାର ହୋଇଯାଇଛି ଚିଟଫଣ୍ଡ କମ୍ପାନୀ ମାଲିକ । କିଏ ନିଜ ଗହଣା ବନ୍ଧା ପକାଇ ଟଙ୍କା ଜମା କରିଥିଲା ତ କିଏ ଲୋନ ଆଣି  ଏବଂ କିଏ ସମ୍ପର୍କୀୟଙ୍କ ଟଙ୍କା ଆଣି ଜମା କରିଥିଲେ । ଯେତେବେଳେ ଟଙ୍କା ଫେରସ୍ତ ନ ମିଳିଲା , ସେତେବେଳେ ଲୋକମାନେ ଏହି ଚିଟଫଣ୍ଡ କମ୍ପାନୀ ଉପରେ ବିକ୍ଷୋଭ କରିଥିଲେ । ଅନ୍ୟପକ୍ଷେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକ ମାନଙ୍କୁ ଶାନ୍ତ କରିଥିଲେ  । ହେଲେ ଚିଟଫଣ୍ଡ କମ୍ପାନୀ ମାଲିକ ଲୋକଙ୍କ ଟଙ୍କାକୁ ନେଇ ନିଜ ସଉକ ପୂରା କରିବାରେ ଲଗାଇ ଦେଇଛି । ଦାମୀ ଗାଡି ଏବଂ ବିଳାଶପୂର୍ଣ୍ଣ ଲାଇଫ ଷ୍ଟାଇଲ ପାଇଁ ଲୋକଙ୍କ କଷ୍ଟ ଅର୍ଜିତ ଧନକୁ ଉଡାଇ ଦେଇଛି ।

ସୂଚନା ଅନୁଯାୟୀ, ଗଞ୍ଜମୁରଦାବାଦରେ ରହୁଥିବା ଅନଓ୍ୱାରୁଦ୍ଦିନ ଓରଫ ରାଜୁ ଏବଂ ତାର ଦୁଇ ପୁଅ ରାବାଜ ଏବଂ ଅଦନାନ ମିଶିକରି  ଏକ ଚିଟଫଣ୍ଡ କମ୍ପାନୀ ଖୋଲିଥିଲେ  । ଯାହାର ନାମ ଅରବାଜ ଟ୍ରେଡିଙ୍ଗ ଓ ସେୟାର ବଜାର ରଖିଥିଲେ । ଯେଉଁଥିରେ ଟଙ୍କା ଡବଲ ହେବା ସହ ୧୫ରୁ ୨୦ ପ୍ରତିଶତ ପ୍ରତି ମାସରେ ଲୋନ ମିଳିପାରିବ ଭଳି ଜିନଷ ଲୋକଙ୍କୁ କହି ଟଙ୍କା ହଡପ କରୁଥିଲେ ।

ଲୋକଙ୍କ କହିବା ମୁତାବକ, କିଛିଦିନ ପର୍ଯ୍ୟନ୍ତ ଟଙ୍କା ଫେରସ୍ତ କରୁଥିଲା କିନ୍ତୁ ଧିରେ ଧିରେ ଟଙ୍କା ଦେବା ପୁରା ବନ୍ଦ କରିଦେଲା । ଟଙ୍କା ଫେରସ୍ତ ନମିଳିବାରୁ ଲୋକମାନେ କମ୍ପାନୀର ଚକ୍କର କାଟିକାବୁ ଲାଗିଲେ  । ଏହା ପରେ ପରେ ଚିଟଫଣ୍ଡ କମ୍ପାନୀ ବାହାରେ ଲୋକ ମାନେ ହଙ୍ଗାମା କରିବା ଆରମ୍ଭ କରିଦେଲେ । ସେମାନଙ୍କ କହିବା କଥାଯେ, ବାପ ପୁଅ ମିଶି ଆମ ଟଙ୍କାକୁ ନିଜ ସଉକ ପୂରା କରାବାରେ ଉଡାଇଦେଇଛନ୍ତି  ।

ଏହି ଚିଟଫଣ୍ଡ କମ୍ପାନୀ ମାଲିକ ଅରବାଜ ଏବଂ ଉଦନାନ ଉଭୟ ଲକଜ୍ୟୁରୀ ଗାଡିରେ ବୁଲୁଥିଲେ , ସେଲିବ୍ରିଟି ଭଳି ଆରାମ ଦାୟକ ଜୀବନ ବଞ୍ଚୁଥିଲେ  । ନେତା, ମନ୍ତ୍ରୀଙ୍କ ସହ ଉଠାବସା କରୁଥିଲା । ହୋଟେଲରେ  ପାର୍ଟି କରି ୫୦୦-୫୦୦ ନୋଟ ଉଡାଉଥିଲେ । ତାଙ୍କ ସହ କାମ କରିୁଥିବା ଏଜେଣ୍ଟ ଭଲ ଫାଇଦା ମିଳୁଥିଲା । ଏପରିକି ଏମାନଙ୍କ ପାର୍ଟିରେ ବିଦେଶୀ ଝିଅ ବି ଆସୁଥିବା ଜଣାପଡିଛି । ବିଦେଶୀ ଝିଅଙ୍କ ସହ ମଉଜ ମଜଲିସ କରୁଥିବାର ଅନେକ ଭିଡିଓ ଭାଇରାଲ ମଧ୍ୟ ହୋଇଛି ।

ଏବେ ଚିଟଫଣ୍ଡ କମ୍ପାନୀରେ ନିଜ ଝାଳବୁହା ଟଙ୍କା ଲଗାଇଥିବା ଲୋକେ ନିଜ ଟଙ୍କା ଫେରସ୍ତ ନେବାକୁ କମ୍ପାନୀ  ବାହାରେ ଧାରଣାରେ ବସିଲେଣି । ହେଲେ ନା ସେମାନଙ୍କୁ ତାଙ୍କ ଟଙ୍କା ଫେରସ୍ତ ମିଳୁଛି ନା ଆଶ୍ୱାସନା । ଏହି ମାମଲା ପାଖାପାଖି ୪ରୁ ୫ ମାସ ଧରି ଚାଲିଛି । ହେଲେ ପୋଲିସ କେବଳ କାର୍ଯ୍ୟାନୁଷ୍ଠାନର ଆଶ୍ୱାସନା ଦେଉଛି ହେଲେ ଏଯାଏଁ କୌଣସି ସୁଫଳ ମିଳିନାହିଁ ।

 

 

 

ପୁଣି ଓପାସରେ ମହାପ୍ରଭୁ ଲିଙ୍ଗରାଜ ; ଗତକାଲି ସନ୍ଧ୍ୟା ଧୂପ ପରଠୁ ବନ୍ଦ ରହିଛି ନୀତି

ଭୁବନେଶ୍ୱର : ପୁଣି ଓପାସରେ ମହାପ୍ରଭୁ ଲିଙ୍ଗରାଜ । ପୂଜା ପଣ୍ଡା ନିଯୋଗ ଓ ବଡୁ ନିଯୋଗ ବିବାଦ ପାଇଁ ନୀତି କାନ୍ତି ବନ୍ଦ ରହିଛି । ଗତକାଲି ସନ୍ଧ୍ୟା ଧୂପ ପରଠୁ ନୀତି ବନ୍ଦ ରହିଛି। ପଇତା ଲାଗି ନୀତି ପାଇଁ ଉଭୟ ନିଯୋଗ ମଧ୍ୟରେ ବିବାଦ ଲାଗି ରହିଛି। ଗତ ୨୦୨୦ ମସିହାରୁ ପଇତା ଲାଗି ନୀତି ଅନୁଷ୍ଠିତ ହୋଇ ପାରୁନାହିଁ। ସାଧାରଣ ଦର୍ଶନ ଚାଲିଥିବା ବେଳେ ମହାପ୍ରଭୁଙ୍କ ନୀତି ବନ୍ଦ ରହିଛି।

ରଣକ୍ଷେତ୍ର ପାଲଟିଲା ଗାଁ , ୮୫ ଗ୍ରାମବାସୀଙ୍କୁ ହତ୍ୟା କଲେ ବିଦ୍ରୋହୀ ଅର୍ଦ୍ଧ ସାମରିକ ବାହିନୀ

ନନ୍ଦିଘୋଷ ବ୍ୟୁରୋ : ସୁଡାନର ଏକ ଗାଁରେ ବିଦ୍ରୋହୀ ଅର୍ଦ୍ଧ ସାମରିକ ବାହିନୀଙ୍କ ସମୁହ ଆକ୍ରମଣରେ ପାଖାପାଖି ୮୫ଜଣଙ୍କ ମୃତ୍ୟୁ ଘଟିଛି । ମହିଳା ଓ ଶିଶୁଙ୍କୁ ବି ଛାଡିଲେନି ଆରଏସଏଫ୍ ବାହିନୀ । ଗାଁରେ ପଶି ଆତଙ୍କ ଖେଳାଇବା ସହ ଘରଗୁଡିକ  ଭଙ୍ଗାରୁଜା କରିବା ସହ ନିଆଁ ଲଗାଇ ଦେଇଛନ୍ତି । ଅଧିକାରୀ  ମାନଙ୍କ ସୂଚନା ଅନୁଯାୟୀ, ୧୮ ମାସ ଧରି ଚାଲିଥିବା ସଂଘର୍ଷ ମଧ୍ୟରେ ଏହା ସବୁଠୁ ଭୟଙ୍କର ଘଟଣା । ସୁଡାନର ବୈଦେଶିକ ମନ୍ତ୍ରାଳୟଙ୍କ ଅନୁଯାୟୀ, ବିଦ୍ରୋହୀ ଅର୍ଦ୍ଧ ସାମରିକ ବାହିନୀ ( ଆରଏସଏଫ୍ )ଙ୍କ  ଏହି ଆକ୍ରମଣରେ ୧୫୦ରୁ ଉର୍ଦ୍ଧ୍ୱ ଗ୍ରାମବାସୀଙ୍କ ମୃତ୍ୟୁ ଘଟିଛି ।

ସୂଚନା ରହିଛି ଯେ, ପୂର୍ବବର୍ଷ ଏପ୍ରିଲରେ ଯୁଦ୍ଧ ଆରମ୍ଭ ପରେ ପରେ ଆରଏସଏଫଙ୍କ ବିରୋଧରେ ବାରମ୍ୱାର ଗଣହତ୍ୟା, ବଳାତ୍କାର ଏବଂ ଅନ୍ୟ ଗମ୍ଭୀର ଆରୋପ ଲାଗି ଆସିଛି । ରିପୋର୍ଟ ମୁତାବକ, ଏହି ଗଣହତ୍ୟା ଘଟଣା ବିଷୟରେ ବୟାନ ଦେଇ ୩ ଗ୍ରାମବାସୀ କହିଛନ୍ତି ଯେ, ବହୁ ସଂଖ୍ୟାରେ ଆରଏସଏଫ୍ ସେନା ଗାଁ ଭିତରେ ପଶି ପ୍ରଥମେ ଆଖିବୁଜା ଗୁଳି ଚଳାଇଥିଲେ ଏବଂ ଲୁଟପାଟ କରିଥିଲେ  । ରିପୋର୍ଟ ଅନୁସାରେ ହସ୍ପିଟାଲରେ ୮୦ରୁ ଉର୍ଦ୍ଧ୍ୱ ଲୋକଙ୍କ ଶବ ଦେଖିବାକୁ ମିଳିଥିଲା  । ଯେଉଁଥିରେ ୨୪ ମହିଳା ଏବଂ ନାବାଳକ ଥିଲେ ।

ଦିନକୁ ଦିନ ସୁଡାନର ପରିସ୍ଥିତି ଖରାପ ହେବାରେ ଲାଗିଛି । ଅନ୍ତରାଷ୍ଟ୍ରୀୟ ସ୍ଥାନାନ୍ତରଣ ସଂଗଠନ ଅନୁଯାୟୀ, ଯୁଦ୍ଧ ଆରମ୍ଭ ହେବା ପରଠୁ ୧୦.୭ ନିୟୁତରୁ ଅଧିକ ଲୋକ ନିଜ ଘର ଛାଡି ପଳାୟନ କରିବାକୁ ବାଦ୍ଧ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨ ମିଲିୟନରୁ ଅଧିକ ଲୋକ ପଡୋଶୀ ଦେଶକୁ ପଳାୟନ କରିଛନ୍ତି ।

ଗାଁ ହଷ୍ଟେଲରେ ଭୂତ ଭୟ ଘଟଣା : ଭୂତ ତଡିବାକୁ ବସିଲା ବୈଠକ

ମାଲକାନଗିରି : ଭୂତ ଲାଗି ବୈଠକ। ବୈଠକରେ ସାମିଲ ହେଲେ ଗାଁ ମୁଖିଆ, ସରପଞ୍ଚ, ବିଦ୍ୟାଳୟ କର୍ତ୍ତୃପକ୍ଷ ଏବଂ ସ୍ଥାନୀୟ ବାସିନ୍ଦା । ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ କଦମଗୁଡା ଗାଁ ହଷ୍ଟେଲରେ ଭୂତ ଭୟ ପାଇଁ ଛାତ୍ରୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର ଘଟଣାରେ ରାତିରେ ବୈଠକ କରିଛନ୍ତି ଗାଁ ଲୋକେ । ଏକାଠି ହୋଇ ଭୂତକୁ ତଡିବା ପାଇଁ କରିଛନ୍ତି ଆଲୋଚନା । ଦୁଇ ଦିନ ମଧ୍ୟରେ ଭଲ ତାନ୍ତ୍ରିକକୁ ହଷ୍ଟେଲକୁ ଆଣି ପୂଜାପାଠ କରାଯିବ । ଶାନ୍ତ ପରିବେଶ ଓ ସୁସ୍ଥ ବାତାବରଣ ସୃଷ୍ଟି ହେବା ପରେ ଅନ୍ତେବାସୀଙ୍କୁ ପୁଣି ହଷ୍ଟେଲକୁ ଫେରାଇ ଅଣାଯିବ ବୋଲି କହିଛନ୍ତି ସରପଞ୍ଚ ଓ ଆଶ୍ରମ ବିଦ୍ୟାଳୟର ପ୍ରଧାନଶିକ୍ଷକ ।

ବିହାରର ପିଛା ଛାଡୁନି ବ୍ରିଜ ଦୁର୍ଘଟଣା : ୩ ବର୍ଷ ମଧ୍ୟରେ ପୁଣି ଧସିଲା ଆଉ ଏକ ନିର୍ମାଣାଧୀନ ବ୍ରିଜ୍

ପାଟନା : ବିହାରର ପିଛା ଛାଡୁନି ବ୍ରିଜ ଧସିବା ଘଟଣା। ପୋଲ ଧସିବା ଘଟଣାକୁ ନେଇ ପୁଣି ଚର୍ଚ୍ଚାକୁ ଆସିଛି ବିହାର। ଗଙ୍ଗା ନଦୀ ଉପରେ ନିର୍ମାଣାଧିନ ଏକ ପୋଲ ହଠାତ ଭାଙ୍ଗି ଯାଇଥିଲା। ଭାଗଲପୁର ଜିଲ୍ଲାକୁ ଖଗଡ଼଼ିଆ ଜିଲ୍ଲାକୁ ଯୋଡୁଥିବା ଏହି ପୋଲର ଧସିବା କାରଣ ବନ୍ୟାପାଣି ବୋଲି କୁହାଯାଉଛି। ନଦୀରେ ବ୍ଯାପକ ମାତ୍ରାରେ ବନ୍ୟାଜଳ ପ୍ରବାହିତ ହେବାରୁ ପିଲର ଭାଙ୍ଗି ଯାଇଥିଲା। ୩ ବର୍ଷ ମଧ୍ୟରେ ବିହାରରେ ପୋଲ ଧସିବା ଏହା ତୃତୀୟ ଘଟଣା। ତେବେ ଏଥିରେ କାହାର ଜୀବନ ହାନୀ ଘଟିନାହିଁ।

ବନ୍ୟା କାରଣକୁ ନଦୀରେ ପୋଲ ନିର୍ମାଣ କାମ ବନ୍ଦ ରହିଥିଲା। ପୋଲ ଭାଙ୍ଗିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭାଗଲପୁରର ସୁଲତାନପୁର-ଅଗୁବାନି ମଧ୍ୟରେ ଏହି ବ୍ରିଜ ନିର୍ମାଣ ହେଉଥିଲା। ଭାଇରାଲ ଭିଡିଓରେ ଗଙ୍ଗା ନଦୀର ଜଳସ୍ତର ବଢିଥିବା ଦେଖିବାକୁ ମିଳିଛି। ହଠାତ ବନ୍ୟାପାଣିର ସୁଅରେ ପୋଲ ଭାଙ୍ଗି ଯାଉଛି। ଧିରେ ଧିରେ ଏହି ପିଲର ନଦୀର ପାଣିରେ ଦବି ଯାଉଛି। ବ୍ରିଜ ଲାଗି ନିର୍ମିତ ୯ ଓ ୧୦ ନମ୍ବର ପିଲର ପାଣିରେ ଦବି ଯାଇଥିବା ଜଣାପଡିଛି।

ଆମେରିକା ରାଷ୍ଟ୍ରପତି ନିର୍ବାଚନ : କମଳା ହାରିସଙ୍କ ବିରୋଧରେ ଟ୍ରମ୍ପଙ୍କ ଜୋରଦାର ପ୍ରସ୍ତୁତି

ଓ୍ୱାଶିଂଟନ : ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ହେବ ଏଥର ଜୋରଦାର ଲଢେଇ। ଭାରତୀୟ ବଂଶୋଦ୍ଭବ ନେତା କମଳା ହାରିସ ବିପକ୍ଷରେ ପ୍ରାର୍ଥୀ ହୋଇଛନ୍ତି ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ତେବେ କମଳା ହାରିସଙ୍କ ବିରୋଧରେ ପ୍ରଚାର କରିବାକୁ ଜଣେ ଭାରତୀୟ ବଂଶୋଦ୍ଭବଙ୍କୁ ଅସ୍ତ୍ର କରିଛନ୍ତି ଡୋନାଲ୍ଡ ଟ୍ରମ୍ପ। ପୂର୍ବତନ ଡେମେକ୍ରାଟ୍ ସାଂସଦ ତୁଳସୀ ଗାବାର୍ଡଙ୍କୁ ଏଥିଲାଗି ପ୍ରସ୍ତୁତ କରୁଛନ୍ତି ଡୋନାଲ୍ଡ ଟ୍ରମ୍ପ। କମଳା ହାରିସଙ୍କ ବିପକ୍ଷରେ ରାଷ୍ଟ୍ରପତି ନିର୍ବାଚନ ଡିବେଟକୁ ଅତି ଗୁରୁତର ସହ ନେଇଛନ୍ତି ଟ୍ରମ୍ପ। ଆମେରିକା ରାଷ୍ଟ୍ରପତି ନିର୍ବାଚନ ଲାଗି ପ୍ରଚାର ଶେଷ ପର୍ଯ୍ୟାୟରେ ପହଞ୍ଚିଛି।

କମଳା ହାରିସ ମତଦାତାଙ୍କୁ ଲୁଭାଇବାକୁ ଲାଗି ପଡିଛନ୍ତି। ସେପଟେ ସମସ୍ତ ନଜର ଆସନ୍ତା ୧୦ ସେପ୍ଟେମ୍ବରରେ ହେବାକୁ ଥିବା ଡିବେଟ ଉପରେ ରହିଛି। ଯେଉଥିରେ ପ୍ରଥମଥର ଲାଗି ଡୋନାଲ୍ଡ ଟ୍ରମ୍ପ ଓ କମଳା ହାରିସଙ୍କ ମଧ୍ୟରେ ମୁକାବିଲା ହେବ। ଆଉ ଉଭୟ ବିଭିନ୍ନ ପ୍ରସଙ୍ଗ ନେଇ ନିଜ ନିଜ ମତ ଜନତାଙ୍କ ନିକଟରେ ରଖିବେ। ତେବେ ଡିବେଟ ଲାଗି ତୁଲସୀ ଗାବାର୍ଡ ଡୋନାଲ୍ଡ ଟ୍ରମ୍ପଙ୍କ ଲାଗି ଡିବେଟ ପ୍ରସ୍ତୁତି କରୁଥିବା ଖବର ଶୁଣିବାକୁ ମିଲୁଛି।

୨୦୧୯ରେ ତୁଳସୀ ଗାବାର୍ଡ କମଳା ହାରିସଙ୍କୁ ଏକ ଡିବେଟରେ ଅନେକ ବ୍ୟବଧାନରେ ପଛରେ ପକାଇ ଦେଇଥିଲେ। ତୁଳସୀ ଯେମିତି ପୂର୍ବରୁ କମଳାକୁ ଡିବେଟରେ ପଛରେ ପକାଇ ଦେଇଥିଲେ ସେହିପରି ଆଗାମୀ ରାଷ୍ଟ୍ରପତି ନିର୍ବାଚନ ଡିବେଟରେ ସେ କମଳା ହାରିସଙ୍କୁ ପଛରେ ପକାଇ ଭୋଟରଙ୍କୁ ଲୁଭାଇବାକୁ ଉଦ୍ୟମ କରିବେ ବୋଲି ଆଶା ରଖିଛନ୍ତି ଡୋନାଲ୍ଡ ଟ୍ରମ୍ପ। ଆମେରିକା ଗଣମାଧ୍ୟମ ସୂଚନା ଅନୁସାରେ ଏହି କାମ ଲାଗି ପୂର୍ବତୁ ଡେମୋକ୍ରେଟ ସାଂସଦ ତୁଳସୀ ଗାବାର୍ଡ ଡୋନାଲ୍ଟ ଟ୍ରମ୍ପଙ୍କୁ ସହାୟତା କରୁଛନ୍ତି।

କୋଲକାତା ଡାକ୍ତର ଦୁଷ୍କର୍ମ ଓ ହତ୍ଯା ଘଟଣା : ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲା ସଂଘ

କୋଲକାତା  : କୋଲକାତା ଆରଜି କର ମେଡିକାଲରେ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ଯା ଘଟଣା। ଆଜି ସକାଳ ୬ଟା ପର୍ଯ୍ୟନ୍ତ ଆନ୍ଦୋଳନ ଡାକରା ଦେଇଥିଲା ଇଣ୍ଡିଆନ ମେଡକାଲ ଆସୋସିଏସନ IMA। ଆନ୍ଦୋଳନ ଅବଧି ଶେଷ ହୋଇଥିବାବେଳେ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଛି ସଂଘ। ଡାକ୍ତରଙ୍କ ସୁରକ୍ଷା ନେଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛି ଭାରତୀୟ ଡାକ୍ତର ସଂଘ। ଡାକ୍ତରଙ୍କୁ ବଂଚିବାର ମୌଳିକ ଅଧିକାର ପ୍ରଦାନ କରାଯାଉ ବୋଲି କହିଛି ଡାକ୍ତର ସଂଘ। ପ୍ରଧାନମନ୍ତ୍ରୀ ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରନ୍ତୁ ବୋଲି ଦାବି କରିଛି ସଂଘ। ଆନ୍ଦୋଳନ ଯୋଗୁଁ ସାରା ଦେଶରେ ରୋଗୀ ସେବା ବ୍ଯାପକ ଭାବେ ପ୍ରଭାବିତ ହୋଇଛି। ପୂରା ୨୪ ଘଣ୍ଟା ଧରି ବନ୍ଦ ରହିଥିଲା ବର୍ହି ବିଭାଗ ରୋଗୀ ସେବା। କେବଳ ଜରୁରୀକାଳୀନ ସେବା ଜାରି ରହିଥିଲା। ସେପଟେ ଜନହିତକର କାର୍ଯ୍ୟ ଲାଗି ଡାକ୍ତର କାର୍ଯ୍ୟକୁ ଫେରନ୍ତୁ ବୋଲି ଅନୁରୋଧ କରିଛନ୍ତି କେନ୍ଦ୍ର ସରକାର।

ତେବେ ଆନ୍ଦୋଳନକାରୀ ଡାକ୍ତର ସରକାରଙ୍କ ପ୍ରସ୍ତାବକୁ ଖାରଜ କରି ଦେଇଛନ୍ତି। ଡାକ୍ତର ଦୁଷ୍କର୍ମ ଓ ହତ୍ଯା ଘଟଣାରେ ସାରା ଦେଶରେ ପ୍ରତିବାଦର ସ୍ଵର ଦେଖିବାକୁ ମିଳିଥିଲା। ହଜାର ହଜାର ଡାକ୍ତର ଆନ୍ଦୋଳନରେ ସାମିଲ ହୋଇଥିଲେ। ଦୋଷୀଙ୍କୁ ଫାଶୀ ଦେବାକୁ ଦାବି କରିଥିଲେ। ଡାକ୍ତରଙ୍କ ସୁରକ୍ଷା ଲାଗି କେନ୍ଦ୍ରୀୟ ପ୍ରୋଟେକସନ୍ ଆକ୍ଟ ଲାଗୁ କରିବାକୁ ଦାବି କରିଛି ଡାକ୍ତର ସଂଘ। ଏବେବି ଡାକ୍ତରଙ୍କ ଉପରେ ଅନେକ ସମୟରେ ଆକ୍ରମଣ ଘଟଣା ସାମନାକୁ ଆସୁଛି । ଏଥିଲାଗି ଡାକ୍ତରଙ୍କ ସୁରକ୍ଷା ଲାଗି ଆଇନ ଆଣିବାକୁ ଦାବି କରିଛି ଡାକ୍ତର ସଂଘ। ଡ଼୍ୟୁଟି ଥିବା ସମୟରେ ଡ଼ାକ୍ତରଙ୍କ ସୁରକ୍ଷା ସହ ଦୁର୍ବ୍ୟବହାର କରୁଥିବା ଲୋକଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା, ଦୁଷ୍କର୍ମ ଓ ହତ୍ୟା ଘଟଣାରେ ସାମିଲ ସମସ୍ତ ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡ ଦେବାକୁ ଆନ୍ଦୋଳନରତ ଡାକ୍ତରଙ୍କ ପକ୍ଷରୁ ଦାବି ହୋଇଛି। ସରକାର ଦାବି ନଶୁଣିଲେ ଡ଼ାକ୍ତରମାନେ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଉହ୍ଲାଇବେ ବୋଲି ମଧ୍ୟ ଚେତାବନୀ ଦେଇଛନ୍ତି।

କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ପତ୍ନୀଙ୍କ ପରଲୋକ, ଶୋକ ପ୍ରକାଶ କଲେ ନବୀନ

ଭୁବନେଶ୍ୱର : କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ପତ୍ନୀଙ୍କ ପରଲୋକ। ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ପରଲୋକ। ଡେଙ୍ଗୁରେ ଚିକିତ୍ସିତ ହେଉଥିଲେ ଝିଙ୍ଗିଆ ଓରାମ। ସୁନ୍ଦରଗଡ ଅଭିମୁଖେ ନିଆଯାଉଛି ପାର୍ଥିବ ଶରୀର।

କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ପତ୍ନୀଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ। ଜୁଏଲ ଓରାମଙ୍କ ଭୁବନେଶ୍ୱର ସ୍ଥିତ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିବା ସହିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏଥିସହ ଅମର ଆତ୍ମାର ସଦଗତି କାମନା କରିବା ସହିତ ଶୋକସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ। ବାଚସ୍ପତିଙ୍କ ସହ ମନ୍ତ୍ରିମଣ୍ଡଳ ସଦସ୍ୟ ବି କରିଛନ୍ତି ଶେଷ ଦର୍ଶନ।

ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସୋସିଆଲ ମିଡିଆ ଏକ୍ସରେ ଟୁଇଟ କରି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ପତ୍ନୀଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି । ଏହା ସହ ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି।

 

ଶିନାବାତ୍ରା ସର୍ବକନିଷ୍ଠ ପ୍ରଧାନମନ୍ତ୍ରୀ

ନନ୍ଦିଘୋଷ ବ୍ୟୁରୋ: ମାତ୍ର ୩୭ ବର୍ଷ ବୟସରେ ଥାଇଲାଣ୍ଡର ପ୍ରଧାନମନ୍ତ୍ରୀ ଗାଦି ସମ୍ଭାଳିଛନ୍ତି ପାଇତୋଙ୍ଗତାର୍ନ ଶିନାବାତ୍ରା । ପୂର୍ବ ପ୍ରଧାନମନ୍ତ୍ରୀ ତଥା ଅରବପତିଙ୍କର ଝିଅ ପାଇତୋଙ୍ଗତାର୍ନ ଥାଇଲାଣ୍ଡର ନେତୃତ୍ବ ନେଇ ସର୍ବକନିଷ୍ଠ ପ୍ରଧାନମନ୍ତ୍ରୀ ବନିଯାଇଛନ୍ତି । ଗତ ଶୁକ୍ରବାର ପାଇତୋଙ୍ଗତାର୍ନ ଥାଇଲାଣ୍ଡ ସଂସଦର ମଞ୍ଜୁରୀ ପରେ ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତ ହୋଇଛନ୍ତି । ଥାଇଲ୍ୟାଣ୍ଡ ସୁପ୍ରିମକୋର୍ଟ ଦୁଇ ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ଶ୍ରେଥା ଥାଭିସିନଙ୍କୁ ପଦରୁ ବହିଷ୍କାର କରିଥିଲେ। ଶେଥ୍ରା ଜଣେ ପୂର୍ବତନ ଅପରାଧୀଙ୍କୁ କ୍ୟାବିନେଟରେ ନିଯୁକ୍ତ ଦେବାରୁ ଏହାକୁ ନୈତିକ ନିୟମ ଉଲ୍ଲଂଘନ ଦର୍ଶାଇ ସୁପ୍ରିମକୋର୍ଟ ତାଙ୍କୁ ବହିଷ୍କାର କରିଛନ୍ତି।

ଏହାପରେ ସଂସଦର ନିଷ୍ପତ୍ତି କ୍ରମେ ଶିନାବାତ୍ରାଙ୍କୁ ଦେଶର ପ୍ରଧାନମନ୍ତ୍ରୀ ଭାବେ ମନୋନୀତ କରାଯାଇଛି। ଏପରି ହେଲେ ଶିନାବାତ୍ରା ହେବେ ଦେଶର ସର୍ବକନିଷ୍ଠ ପ୍ରଧାନମନ୍ତ୍ରୀ, ଯିଏକି ମାତ୍ର 37 ବର୍ଷ ବୟସରେ ଏହି ଆସନ ଅଳଙ୍କୃତ କରିଛନ୍ତି। ପାଇତୋଙ୍ଗତାର୍ନ ହେଉଛନ୍ତି ଥାଇଲ୍ୟାଣ୍ଡର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଅରବପତି ଥାକସିନ୍ ଶିନାବାତ୍ରାଙ୍କ ସାନ ଝିଅ। ପାଇତୋଙ୍ଗତାର୍ନ 1986ରେ ବ୍ୟାଙ୍କକକରେ ଜନ୍ମ ଗ୍ରହଣ କରିଥିଲେ।

କେବଳ ତାଙ୍କ ବାପା ନୁହନ୍ତି, ଶିନାବାତ୍ରା ପରିବାରର ସେ ହେଉଛନ୍ତି ଚତୁର୍ଥ ସଦସ୍ୟ ଯିଏକି ଦେଶର ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି। ଏହା ପୂର୍ବରୁ ତାଙ୍କ ଖୁଡ଼ି ଏବଂ ଦାଦା ଶ୍ୱଶୁର ମଧ୍ୟ ଥାଇଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ହୋଇଥିଲେ।

ପାଇତୋଙ୍ଗତାର୍ନ ରାଜନୀତି ବିଜ୍ଞାନରେ ଯୁକ୍ତ ତିନି ପାସ୍ କରିବା ପରେ ହୋଟେଲ ମ୍ୟାନେଜମେଣ୍ଟ କରିଥିଲେ। ଜଣେ ବ୍ୟବସାୟୀ ଭାବେ ମଧ୍ୟ ଖୁବ୍ ପରିଚିତ । ଏଥିସହ ରାଜନୀତିରେ ମଧ୍ୟ ତାଙ୍କର ପ୍ରତ୍ୟେକ୍ଷ ଯୋଗଦାନ ରହିଥିଲା। ଗତ ନିର୍ବାଚନରେ  ଗର୍ଭବତୀ ଥାଇ ମଧ୍ୟ ଜୋରଦାର ପ୍ରଚାର କରିଥିଲେ।

ପାଇତୋଙ୍ଗତାର୍ନ 2019ରେ ପିତାକା ସୁକୱାତଙ୍କୁ ବିବାହ କରିଥିଲେ। ତାଙ୍କର ଦୁଇଟି ସନ୍ତାନ ଅଛନ୍ତି। କୁହାଯାଏ ଯେ, ଥାଇଲ୍ୟାଣ୍ଡ ରାଜନୀତିରେ ପାଇତୋଙ୍ଗତାର୍ନ ଖୁବ୍ ଲୋକପ୍ରିୟ। ତେବେ ଦେଶର ରାଜନୈତିକ ଅସ୍ଥିରତା ସମୟରେ ସେ ଦାୟିତ୍ବ ଗ୍ରହଣ କରିଛନ୍ତି, ଯାହା ତାଙ୍କ ପାଇଁ ଏକ ବଡ ଚ୍ୟାଲେଞ୍ଜ ।