spot_img
Home Blog Page 1546

ଗିରଫ ହେଲେ ଝାରପଡ଼ା ଜେଲର ପୂର୍ବତନ ସୁପରିଟେଣ୍ଡେଣ୍ଟ ସତ୍ୟପ୍ରକାଶ ସ୍ବାଇଁ

ଭୁବନେଶ୍ୱର: ଗିରଫ ହେଲେ ଝାରପଡ଼ା ଜେଲର ପୂର୍ବତନ ସୁପରିଟେଣ୍ଡେଣ୍ଟ ସତ୍ୟପ୍ରକାଶ ସ୍ବାଇଁ। ଶୁକ୍ରବାର ତାଙ୍କ ଘରେ ଭିଜିଲାନ୍ସ ରେଡ୍ କରିଥିବା ବେଳେ ଆଜି ତାଙ୍କୁ ଗିରଫ କରାଯାଇଛି। ଚଢ଼ାଉ ବେଳେ ଦେଢ଼କୋଟି ମୂଲ୍ୟର ଘର ଥିବା ଜାଣିବାକୁ ପାଇଥିଲା ଭିଜିଲାନ୍ସ। ଭୁବନେଶ୍ୱର, ବଲାଙ୍ଗୀର, ଢେଙ୍କାନାଳରେ ରହିଛି କୋଟି କୋଟି ଟଙ୍କାର ୪ଟି ପ୍ଲଟ। ଘରୁ ମିଳିଛି ପୁଳା ପୁଳା ସୁନା ଓ ଦାମୀ ଜିନିଷ ।

ସୂଚନା ଅନୁଯାୟୀ, ୨୦୦୧ ମସିହାରେ ଆସିଷ୍ଟାଣ୍ଟ ଜେଲର ଭାବେ କାମ ଆରମ୍ଭ କରିଥିବା ସତ୍ୟପ୍ରକାଶ ୨୦୦୮ ମସିହାରେ ଜେଲର ଭାବେ ପଦୋନ୍ନତି ପାଇ କଣ୍ଟାବାଞ୍ଜି ଜେଲରେ କାମ କରୁଥିଲେ । ୨୦୨୦ ରେ ସେ ସୁପରିଟେଣ୍ଡେଣ୍ଟ ଭାବେ ପଦୋନ୍ନତି ପାଇଥିଲେ । କିନ୍ତୁ ଝାରପଡା ଜେଲରେ ଥିବା ସମୟରେ ତାଙ୍କ ବିରୋଧରେ ଚିଟଫଣ୍ଡ ଠକଙ୍କୁ ଅନୁକମ୍ପା ଦେଖାଇବା, ଜେଲରେ ଥିବା ଅପରାଧୀଙ୍କ ପାଖକୁ ନିଶା ପଠାଇବା ଆଦି କାର୍ଯ୍ୟରେ ଲିପ୍ତ ଥିବା ନେଇ ଅଭିଯୋଗ ହେବା ସହ ବାବୁଙ୍କ ବିରୋଧରେ ପଡିଥିଲା ପୁଳା ପୁଳା ପିଟିସନ ।

ଶୂନ୍ୟରୁ ଶାଢ଼ୀ ସହ ଘର ଜିନିଷରେ ଲାଗୁଛି ନିଆଁ, ଆତଙ୍କିତ ଅବସ୍ଥାରେ ୩ ପରିବାର

ଯାଜପୁର: ଯାଜପୁର ବିଞ୍ଝାରପୁର ବ୍ଲକ ବିସିନପୁର ଗାଁରେ ଚାଞ୍ଚଲ୍ୟ। ଶୂନ୍ୟରୁ ଲାଗୁଛି ଶାଢ଼ୀରେ ନିଆଁ। ଯାହାକୁ ନେଇ ଆତଙ୍କିତ ଅବସ୍ଥାରେ ଅଛନ୍ତି ତିନୋଟି ପରିବାର | ଗୁଣି ଗାରେଡି ଯୋଗୁଁ ଏଭଳି ଘଟଣା ଘଟୁଥିବା ସନ୍ଦେହ କରୁଛନ୍ତି ପରିବାର ଲୋକେ | କେବଳ ଶାଢ଼ୀ ନୁହେଁ ଘରେ ଥିବା ପୋଷାକଠୁ ଆରମ୍ଭ କରି ବିଭିନ୍ନ ଆସବାବ ପତ୍ରରେ ଆପେ ଆପେ ଲାଗୁଛି ନିଆଁ।

ପରିବାର ଲୋକଙ୍କ କହିବା ଅନୁଯାୟୀ କିଛି ଦିନ ପୂର୍ବରୁ ଏଭଳି ନିଆଁ ଲାଗିଥିଲା। କିନ୍ତୁ ସେତେବେଳେ ଏଥିପ୍ରତି ଧ୍ୟାନ ଦେଇନଥିଲେ। କିନ୍ତୁ ତିନିଦିନ ହେବ ଲଗାତର ଭାବେ ଘରେ ଥିବା ଆସବାବପତ୍ର ସହ ପିନ୍ଧୁଥିବା ଶାଢ଼ୀରେ ନିଆଁ ଲାଗିଯାଉଛି । ପରିବାର ଲୋକେ ଏହାକୁ ଗୁଣି ଗାରେଡି ସନ୍ଦେହ କରୁଥିବାବେଳେ ନିଆଁ ଲାଗିବାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ ।

ପୁଣି ଟ୍ରେନ୍‌ ଦୁର୍ଘଟଣା; ଜବଲପୁରରେ ସୋମନାଥ ଏକ୍ସପ୍ରେସ୍‌ ଲାଇନ୍‌ଚ୍ୟୁତ

ନନ୍ଦିଘୋଷ ବ୍ୟୁରୋ: ପୁଣି ଟ୍ରେନ୍‌ ଦୁର୍ଘଟଣା। ମଧ୍ୟପ୍ରଦେଶର ଜବଲପୁରରେ ସୋମନାଥ ଏକ୍ସପ୍ରେସ୍‌ ଲାଇନ୍‌ଚ୍ୟୁତ ହୋଇଛି। ଟ୍ରେନ୍‌ର ଦୁଇଟି ବଗି ଲାଇନ୍‌ଚ୍ୟୁତ ହୋଇଥିବା ସୂଚନା ମିଳିଛି। ଆଜି ସକାଳ ୫:୫୦ରେ ଏହି ଦୁର୍ଘଟଣା ଘଟିଛି । ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନା ମିଳିଛି।

ପଶ୍ଚିମ କେନ୍ଦ୍ରୀୟ ରେଳବାଇର ସି.ଆର.ପିଟ୍ରେନ ଚଳାଚଳଙ୍କ କହିବା ମୁତାବକ, ଟ୍ରେନଟି ଇନ୍ଦୋରରୁ ଆସୁଥିଲା। ଆଜି ଭୋରୁ ଜବଲପୁର ରେଳ ଷ୍ଟେସନର ପ୍ଲାଟଫର୍ମ ନମ୍ବର ୬ ଆଡକୁ ଯିବା ବେଳେ ଏହା ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଟ୍ରେନ୍‌ର ଦୁଇଟି ବଗି ଲାଇନ୍‌ଚ୍ୟୁତ ହୋଇଥିଲା।

ବାସ୍ତବରେ ଏହା ପ୍ରଥମ ଦୁର୍ଘଟଣା ନୁହେଁ । ଏହା ପୂର୍ବରୁ ଜବାଲପୁରର ମଦନ ମହଲ ଷ୍ଟେସନରୁ ମୁଖ୍ୟ ରେଳ ଷ୍ଟେସନକୁ ଆସିବା ବାଟରେ ଆଇଟ୍ ପଏଣ୍ଟ ଠାରେ ବାରମ୍ୱାର ଟ୍ରେନଗୁଡିକ ଲାଇନଚ୍ୟୁତ ହୋଇଛି। ଏହା ସତ୍ତ୍ୱେ ଏପର୍ଯ୍ୟନ୍ତ ଏହାର ପଏଣ୍ଟକୁ ଠିକ୍ କରାଯାଇ ନାହିଁ । ଏବେ ପୁଣି ଥରେ ସେହି ସ୍ଥାନରେ ଟ୍ରେନ୍ ଦୁର୍ଘଟଣା ହୋଇଛି ।

ଥମୁନି ମଣିଷଖିଆ ଗଧିଆର ଆତଙ୍କ, ଗଧିଆ ଆକ୍ରମଣରେ ଗୋଟେ ପରିବାର ୫ ଜଣ ଗୁରୁତର

ନନ୍ଦିଘୋଷ ବ୍ୟୁରୋ: ଥମୁନି ମଣିଷଖିଆ ଗଧିଆର ଆତଙ୍କ । ଉତ୍ତରପ୍ରଦେଶ ପରେ ଏବେ ମଧ୍ୟପ୍ରଦେଶରେ ଗଧିଆ ଆତଙ୍କ ଦେଖିବାକୁ ମିଳିଛି। ଗଧିଆ ଆକ୍ରମଣରେ ଗୋଟେ ପରିବାର ୫ ଜଣ ଗୁରୁତର।

ଉତ୍ତରପ୍ରଦେଶର ବହରାଇଚରେ ଗଧିଆ ଆତଙ୍କ ଜାରି ରହିଥିବା ବେଳେ ଏବେ ମଧ୍ୟପ୍ରଦେଶରେ ଘଟିଛି ସମାନ ଘଟଣା । ମଧ୍ୟପ୍ରଦେଶର ଖଣ୍ଡୱାର ଆଦିବାସୀବହୁଳ ଅଞ୍ଚଳ ମାଲଗାଁରେ ଏକ ପରିବାରର ୫ ସଦସ୍ୟ ଘର ବାହାରେ ଶୋଇଥିବା ବେଳେ ଗଧିଆ ଆକ୍ରମଣ କରିଛି । ଗଧିଆ ଆକ୍ରମଣରେ ଜଣେ ମହିଳାଙ୍କ ମୁଣ୍ଡରେ ଗଭୀର କ୍ଷତ ସୃଷ୍ଟି ହୋଇଥିବା ବେଳେ ଅନ୍ୟ ୪ ଜଣଙ୍କର ହାତ, ଗୋଡରେ ଗଭୀର କ୍ଷତ ସୃଷ୍ଟି ହୋଇଛି । ଗୁରୁତର ହୋଇଥିବା ପରିବାରକୁ ଖଣ୍ଡୱାର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ଖବର ପାଇ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚିଥିଲେ। ଗାଁ ଲୋକେ ରାଗିଯାଇ ଗଧିଆଟିକୁ ପିଟି ପିଟି ମାରିଦେଇଥିଲେ।

କରଞ୍ଜିଆ ବନଖଣ୍ଡରେ ଥମୁନି ହାତୀ ଆତଙ୍କ, ବ୍ୟାପକ କ୍ଷୟକ୍ଷତି କରୁଛନ୍ତି ହାତୀପଲ

ମୟୂରଭଞ୍ଜ: କରଞ୍ଜିଆ ବନଖଣ୍ଡରେ ଥମୁନି ହାତୀ ଆତଙ୍କ। ଗୋଠ ଛଡ଼ା ହୋଇ ବୁଲୁଛନ୍ତି ୨୭ଟିକିଆ ହାତୀପଲ। ଘରମାବେଡା ସଂରକ୍ଷିତ ଜଙ୍ଗଲରେ ୧୬ଟି ହାତୀ ଥିବାବେଳେ ଜାମୁବଣୀରେ ୬ଟି, ସୁନାପୋଷିରେ ୪ଟି ଓ ଗୋଟିଏ ଦନ୍ତା ହାତୀ କାଶିଆ ସଂରକ୍ଷିତ ଜଙ୍ଗଲରେ ରହିଛି। କରଞ୍ଜିଆ ବନଖଣ୍ଡକୁ ବର୍ଷ ଯାକ ହାତୀପଲ ଯିବାଆସିବା ରହିଛି।

ହାତୀପଲ ଧାନ ଫସଲ ଏବଂ ପନିପରିବା ଫସଲ ବ୍ୟାପକ ଭାବରେ ଖାଇବା ସହିତ ନଷ୍ଟ କରୁଥିବା ଦେଖିବାକୁ ମିଳିଛି। ହାତୀ ପଲଙ୍କୁ ଘଉଡାଇବା ପାଇଁ ବନବିଭାଗକୁ ନାକେଦମ୍ ହେବାକୁ ପଡୁଛି। ହାତୀ ଭୟରେ ଅଞ୍ଚଳବାସୀ ଆତଙ୍କିତ ଅବସ୍ଥାରେ ରହୁଛନ୍ତି।

ସକ୍ରିୟ ରହିଛି ବଙ୍ଗୋପ ସାଗରରେ ସୃଷ୍ଟ ଲଘୁଚାପ; ୨୨ ଜିଲ୍ଲାକୁ ବର୍ଷା ଆଲର୍ଟ

ଭୁବନେଶ୍ୱର: ଘନୀଭୂତ ହେଉଛି ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ। ଆସନ୍ତା ୨ରୁ ୩ ଦିନ ମଧ୍ୟରେ ନେବ ଅବପାତର ରୂପ। ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ଲଘୁଚାପ । ଘନୀଭୂତ ହୋଇ ଉତ୍ତର ଦିଗରେ ଗତିକରିବ। ଉତ୍ତରପଶ୍ଚିମ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ଗାଙ୍ଗେୟ ପଶ୍ଚିମବଙ୍ଗ ତତସଂଲଗ୍ନ ଉତ୍ତର ଓଡିଶା ଉପକୂଳ ଅଞ୍ଚଳରେ ଏକ ଅବପାତରେ ପରିଣତ ହେବାରେ ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଲାଗିରହିବ ବର୍ଷା।

ଆଜି ବଢିବ ବର୍ଷାର ପରିମାଣ ଏବଂ ବିସ୍ତୃତି। ପ୍ରବଳ ବର୍ଷା ନେଇ ୨୨ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ନୟାଗଡ଼, ଅନୁଗୁଳ, ଢେଙ୍କାନାଳ, ବାଲେଶ୍ବର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର, ଝାରସୁଗୁଡା, ଦେବଗଡ଼, ସମ୍ବଲପୁର, ଗଞ୍ଜାମ, ଗଜପତି, କୋରାପୁଟ, ରାୟଗଡା, ମାଲକାନଗିରି ଏବଂ ନବରଙ୍ଗପୁରକୁ ସତର୍କତା ଜାରି କରାଯାଇଛି। ୮ ତାରିଖରେ ଦକ୍ଷିଣ ଉପକୂଳ ଏବଂ ଆଭ୍ୟନ୍ତରୀଣ ଓଡିଶାରେ ବର୍ଷିବ। ପ୍ରବଳ ବର୍ଷା ନେଇ ୧୯ ଜିଲ୍ଲାକୁ ସତର୍କତା ଜାରି କରାଯାଇଛି। ୯ ତାରିଖରୁ ପ୍ରବଳ ବର୍ଷା ସହ ପବନର ବେଗ ବଢିବ। ସେଥିପାଇଁ ୮, ୯ ଏବଂ ୧୦ ତାରିଖରେ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ମନା। ଅବପାତଟି ଉତ୍ତର ଓଡିଶା ଦେଇ ଗାଙ୍ଗେୟ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଏବଂ ଛତିଶଗଡ଼ ମୁହାଁ ହେବ। ଉପର ମହାନଦୀ ଏବଂ ତଳ ମହାନଦୀ ଅବବାହିକାରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି।

ଆଜି ପବିତ୍ର ଗଣେଶ ଚତୁର୍ଥୀ; ଚଳଚଞ୍ଚଳ ବିଭିନ୍ନ ଅନୁଷ୍ଠାନ

ନନ୍ଦିଘୋଷ ବ୍ୟୁରୋ:  ଆଜି ଗଣେଶ ଚତୁର୍ଥୀ। ଅଗ୍ରପୂଜ୍ୟ ଗଜାନନଙ୍କ ପୂଜା। ଗଣପତିଙ୍କ ପୂଜାର୍ଚ୍ଚନା ଲାଗି ଚଳଚଞ୍ଚଳ ପୁରପଲ୍ଲୀ। ଶିକ୍ଷାନୁଷ୍ଠାନ ଠାରୁ ଆରମ୍ଭ କରି ବିଭିନ୍ନ ଅନୁଷ୍ଠାନ ଏବଂ ମଣ୍ଡପରେ ପୂଜାର ଆୟୋଜନ ହୋଇଛି। ବେଶ ଧୁମଧାମର ସହ ପାଳନ ହେଉଛି ଗଜାନନଙ୍କ ପୂଜା। ଆଜି ଗଶେଶ ଚତୁର୍ଥୀ ଅବସରରେ ଛାତ୍ରଛାତ୍ରୀ ଉପବାସ କରିବାର ପରମ୍ପରା ରହିଛି। ବିଦ୍ଯାଦାତା ଗଣେଶଙ୍କୁ ପୂଜାର୍ଚ୍ଚନା ଆଶିଷ ଲାଭ କରିବେ ଛାତ୍ରଛାତ୍ରୀ। ସ୍କୁଲ ଓ କଲେଜ ଗୁଡ଼ିକରେ ଗଣେଶ ପୂଜାଲାଗି ଛାତ୍ରଛାତ୍ରୀ ବ୍ଯାପକ ପ୍ରସ୍ତୁତି କରିଛନ୍ତି।

ସେପେଟ ଗଣେଶ ପୂଜା ଅବସରରେ ବିଭିନ୍ନ ଅନୁଷ୍ଠାନ ଏବଂ ମଣ୍ଡପ ଗୁଡ଼ିକରେ ପୂଜାର ଆୟୋଜନ ହୋଇଛି। ବିରାଟକାୟ ସୁଉଚ୍ଚ ତୋରଣ ପରିବେଶକୁ ଅଧିକ ଆକର୍ଷଣୀୟ କରୁଛି। ବେଶ ସୁନ୍ଦର ଭାବେ ସଜାହୋଇଛି ସମସ୍ତ ତୋରଣ। ମଣ୍ଡପରେ ପୂଜା ପାଇବେ ଗଜାନନଙ୍କ ପ୍ରତିମୂର୍ତ୍ତି।ବାଲେଶ୍ବର ସହରରେ ଚଳିତ ବର୍ଷ ମୋଟ ୧୩୩ଟି ମଣ୍ଡପରେ ବିଘ୍ନେଶ୍ବରଙ୍କ ପୂଜାର୍ଚ୍ଚନା କରାଯାଉଛି। ମଣ୍ଡପଗୁଡିକୁ ଆଲୋକମାଳାରେ ସଜାଯାଇଛି। ଏଥର କଟକରେ ମୋଟ ୧୫୦୦ ଛୋଟବଡ ଗଣେଶ ମୂର୍ତ୍ତି ପୂଜା ଲାଗି ପ୍ରସ୍ତୁତି ହୋଇଛି। ଛୋଟରୁ ବଡ଼ ସମସ୍ତେ ବିଦ୍ୟାଦାତା ଶ୍ରୀଗଣେଶଙ୍କ ପୂଜାର୍ଚ୍ଚନା କରୁଛନ୍ତି।

ଶୁଦ୍ଧିକ୍ରିୟା ଭୋଜି ଖାଇ ଫେରୁଥିବାବେଳେ ଭ୍ୟାନ ବସ ଧକ୍କାରେ ୧୨ ମୃତ

ହାଥରସ: ଉତ୍ତର ପ୍ରଦେଶ ହାଥରସରେ ବଡ ଅଘଟଣ। ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଗଲା ୧୨ ଜୀବନ। ଅନେକ ଗୁରୁତର ଆହତ ହୋଇଥିବା ଜଣାପଡିଛି। ଏକ ମାଲବାହୀ ବୋଝେଇ ଭ୍ଯାନକୁ ଧକ୍କା ଦେଲା ଯାତ୍ରୀବାହୀ ବସ। ଆଗରା-ଅଲୀଗଡ଼ ବାଇପାସରେ ଘଟିଛି ଏ ଭୟାନକ ଦୁର୍ଘଟଣା।

ମୃତ୍ଯୁସଂଖ୍ଯା ବଢିବା ଆଶଙ୍କା କରାଯାଉଛି। ଶୁଦ୍ଧିକ୍ରିୟା ଭୋଜି ଖାଇ ଫେରୁଥିବାବେଳେ ଘଟିଛି ଏ ଅଘଟଣ। ଭ୍ଯାନରେ ୩୦ରୁ ଅଧିକ ଲୋକ ଥିବା ଜଣାପଡିଛି। ଖୋଲା ମାଲବାହୀ ଭ୍ଯାନ ଥିବାରୁ ଅନେକ ଲୋକ ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଅଧିକାଂଶ ଶିଶୁ ଓ ମହିଳା ଅଛନ୍ତି। ଗୁରୁତର ଆହତଙ୍କୁ ଚିକିତ୍ସା ଲାଗି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି।

ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ସେମାନଙ୍କୁ ଅଲୀଗଡ଼ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

ରାହୁଲ ଦ୍ରାବିଡ ରାଜସ୍ଥାନ ରୟାଲ୍ସର ନୂଆ ହେଡ୍‌ କୋଚ, ୯ ବର୍ଷ ପରେ ଫେରିଲେ

ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ବ୍ୟାଟ୍ସମ୍ୟାନ୍, ଅଧିନାୟକ ତଥା ଭାରତୀୟ କ୍ରିକେଟ୍ ଦଳର କୋଚ୍ ରାହୁଲ ଦ୍ରାବିଡ ପୁଣି ଥରେ ଇଣ୍ଡିଆନ୍ ପ୍ରିମିୟର ଲିଗକୁ ଫେରିଛନ୍ତି। ଟିମ୍ ଇଣ୍ଡିଆକୁ ଟି -20 ବିଶ୍ୱ ଚାମ୍ପିଅନ୍ କରିବା ପରେ ରାହୁଲ ଦ୍ରାବିଡଙ୍କୁ ବର୍ତ୍ତମାନ ଆଇପିଏଲ୍ ଫ୍ରାଞ୍ଚାଇଜ୍ ରାଜସ୍ଥାନ ରୟାଲ୍ସ ଏହାର ମୁଖ୍ୟ ପ୍ରଶିକ୍ଷକ ଭାବରେ ନିଯୁକ୍ତ କରିଛି।

ରାଜସ୍ଥାନ ରୟାଲ୍ସ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ଦ୍ରାବିଡଙ୍କୁ ଦଳର ନୂତନ ମୁଖ୍ୟ ପ୍ରଶିକ୍ଷକ ଭାବରେ ନିଯୁକ୍ତ କରିବାକୁ ଆନୁଷ୍ଠାନିକ ଭାବେ ଘୋଷଣା କରିଛି। ରାହୁଲ ଦ୍ରାବିଡ ଏହା ପୂର୍ବରୁ ମଧ୍ୟ ରାଜସ୍ଥାନ ସହିତ ଜଡିତ ଥିଲେ ଏବଂ ୨୦୧୪-୨୦୧୫ରେ କ୍ରମାଗତ ଦୁଇଟି ପାଇଁ ଦଳର ପରାମର୍ଶଦାତା ଥିଲେ।

 

ରାଜସ୍ଥାନ ରୟାଲ୍ସର ସିଇଓ ଜେକେ ଲୁଶ ମ୍ୟାକକ୍ରମ୍ ରାହୁଲ ଦ୍ରାବିଡଙ୍କୁ ଦଳର ଆଇପିଏଲ ଜର୍ସି ହସ୍ତାନ୍ତର କରି ଫ୍ରାଞ୍ଚାଇଜକୁ ସ୍ୱାଗତ କରିଛନ୍ତି। ବିଶ୍ୱକପ ପରେ କୋଚିଂକୁ ଫେରିବା ତାଙ୍କ ପାଇଁ ଏହା ହେଉଛି ସର୍ବୋତ୍ତମ ବୋଲି ଦ୍ରାବିଡ କହିଛନ୍ତି। ସେ କହିଛନ୍ତି ଯେ ବିଶ୍ୱକପ ପରେ ଏକ ନୂତନ ଚ୍ୟାଲେଞ୍ଜ ଆରମ୍ଭ କରିବା ପାଇଁ ଏହା ହେଉଛି ଆଦର୍ଶ ସମୟ ଏବଂ ତାଙ୍କ ପାଇଁ ରାଜସ୍ଥାନ ରୟାଲ୍ସ ଏଥିପାଇଁ ସର୍ବୋତ୍ତମ ସ୍ଥାନ ଅଟେ। ଫ୍ରାଞ୍ଚାଇଜ୍ ଏକ ବିବୃତ୍ତିରେ କହିଛି ଯେ ଦ୍ରାବିଡ ଆସନ୍ତା କିଛି ବର୍ଷ ପାଇଁ ଏହି ଚୁକ୍ତି କରିଛନ୍ତି।

 

ରାହୁଲ ଦ୍ରାବିଡ ୨୦୨୧ ମସିହାରେ ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଥିଲେ  । ଅଢେଇ ବର୍ଷ ପର୍ଯ୍ୟନ୍ତ ସେ ଏହି ପଦବୀରେ ରହିଥିଲେ । ଜୁନ୍ ୨୯ରେ ବାରବାଡୋସରେ ସେ ଟିମ୍ ଇଣ୍ଡିଆକୁ ଟି -20 ବିଶ୍ୱ ଚାମ୍ପିଅନ୍ କରିଥିଲେ। ଏହା ସହିତ ଦ୍ରାବିଡ଼ ଟିମ୍ ଇଣ୍ଡିଆ ସହିତ ତାଙ୍କର ଯାତ୍ରା ଶେଷ କରିଥିଲେ  । ସେବେଠାରୁ ଦ୍ରାବିଡଙ୍କ ନାମ ବିଭିନ୍ନ ଆଇପିଏଲ୍ ଫ୍ରାଞ୍ଚାଇଜ୍ ସହିତ ଜଡିତ ଥିଲା  । ପରିଶେଷରେ, ଦ୍ରାବିଡ ତାଙ୍କ ପୁରୁଣା ଫ୍ରାଞ୍ଚାଇଜକୁ ଫେରିଥିଲେ । ଯେଉଁଠାରେ ସେ ୨୦୧୧ ରୁ ୨୦୧୩ ପର୍ଯ୍ୟନ୍ତ ଅଧିନାୟକ ଥିଲେ ଏବଂ ତା’ପରେ ୨୦୧୪ ରୁ ୨୦୧୫ ପର୍ଯ୍ୟନ୍ତ ଦୁଇଟି ସିଜିନ ପାଇଁ ଦଳର ପରାମର୍ଶଦାତା ଥିଲେ। ବର୍ତ୍ତମାନ ୯ ବର୍ଷ ପରେ ସେ ପୁଣି ଏହି ଫ୍ରାଞ୍ଚାଇଜକୁ ଫେରିଛନ୍ତି  ।

କେନିଆର ସ୍କୁଲ ହଷ୍ଟେଲରେ ନିଆଁ ଲାଗି ଜଳିଗଲେ ୧୭ ଛାତ୍ର

ନ୍ୟାରୋବି: କେନିଆର ଏକ ସ୍କୁଲ ହଷ୍ଟେଲରେ ଅଗ୍ନିକାଣ୍ଡ । ୧୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୩ ଜଣ ଗୁରୁତର ଭାବେ ପୋଡି ଯାଇଛନ୍ତି। ନ୍ୟାରି ଜିଲ୍ଲାର ହିଲ୍ସାଇଡ୍ ଆଣ୍ଡାରାଶା ପ୍ରାଥମିକ ବିଦ୍ୟାଳୟରେ ଏହି ଘଟଣା ଘଟିଛି  । ତେବେ ବହୁ ଛାତ୍ରଛାତ୍ରୀ ଗୁରୁତର ଥିବାରୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ପୋଲିସ ଏବଂ ରିଲିଫ ଟିମ୍ ଘଟଣାସ୍ଥଳରେ ପହଞ୍ଚି ପିଲାମାନଙ୍କୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି।

ଅଗ୍ନିକାଣ୍ଡର କାରଣ ଏଯାଏଁ ଜଣାପଡି ନାହିଁ । ୧୪ ବର୍ଷ ବୟସ ପର୍ଯ୍ୟନ୍ତ ପିଲାମାନେ ଏହି ହଷ୍ଟେଲରେ ରୁହନ୍ତି ଏବଂ ଏଠାରେ ୧୫୦ ରୁ ଅଧିକ ଛାତ୍ର ରହୁଥିଲେ। ହଷ୍ଟେଲଟି ମୁଖ୍ୟତଃ କାଠରେ ନିର୍ମିତ ହୋଇଥିବାରୁ ନିଆଁ ଶୀଘ୍ର ବ୍ୟାପି ଯାଇଥିଲା  । କେନିଆ ରାଷ୍ଟ୍ରପତି ୱିଲିୟମ୍ ରୁଟୋ ଏହି ଘଟଣାକୁ ଭୟଙ୍କର କହି ସମ୍ପୃକ୍ତ ଅଧିକାରୀଙ୍କୁ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

କେନିଆ ଉପରାଷ୍ଟ୍ରପତି ରିଗାଥୀ ଗାଗାଗୁଆ ବିଦ୍ୟାଳୟ ପ୍ରଶାସନକୁ ନିବେଦନ କରିଛନ୍ତି ଯେ ଆବାସିକ ବିଦ୍ୟାଳୟଗୁଡ଼ିକ ପାଇଁ ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ସୁପାରିଶ କରାଯାଇଥିବା ସୁରକ୍ଷା ନିର୍ଦ୍ଦେଶାବଳୀ ପାଳନ କରାଯାଉ। ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଲେଖିଛନ୍ତି, ‘‘ମୁଁ ଏହି ଭୟଙ୍କର ଘଟଣାର ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ କରିବାକୁ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଉଛି। ଯେଉଁମାନେ ଦାୟୀ ହେବେ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ।