spot_img
Home Blog Page 1540

ଭାରତରେ ମଙ୍କିପକ୍ସ ରୋଗୀ, ସଜାଗ ଓଡିଶା; ସତର୍କ ନଜର ରଖିଛି ସ୍ୱାସ୍ଥ୍ୟ ବିଭାଗ

ଭୁବନେଶ୍ୱର: ଭାରତରେ ମଙ୍କିପକ୍ସ ରୋଗୀ ଚିହ୍ନଟ ପରେ ସଜାଗ ଓଡିଶା । ସତର୍କ ନଜର ରଖିଛି ସ୍ୱାସ୍ଥ୍ୟ ବିଭାଗ। ମଙ୍କିପକ୍ସକୁ ନେଇ ଜଳ, ସ୍ଥଳ, ଆକାଶ ସମସ୍ତ ଅନ୍ତର୍ଜାତୀୟ ଏଣ୍ଟ୍ରି ପଏଣ୍ଟରେ ଆଲର୍ଟ ଜାରି।

ମଙ୍କିପକ୍ସ ଉଚ୍ଚ ସଂକ୍ରମିତ । ପ୍ରଭାବିତ ଦେଶରୁ ଆସିଥିବା ଯୋଗୁଁ ସନ୍ଦିଗ୍ଧ ରୋଗୀଙ୍କୁ ଇଣ୍ଟରନ୍ୟାସନାଲ କ୍ୱାରେଣ୍ଟାଇନରେ ରଖାଯାଇଛି । ଆଇସୋଲେଟ କରିକି ରଖାଯାଇଛି। ପରୀକ୍ଷା ନିରୀକ୍ଷା କରାଯାଉଛି । ଓଡ଼ିଶାରେ ଯଦି କିଏ ଲକ୍ଷଣ ଆସିଲା ତେବେ ସଙ୍ଗରୋଧ କରାଯିବ। କଣ୍ଟାକ୍ଟ ଆଭଏଡ କରିବାକୁ ସ୍ୱାସ୍ଥ୍ୟ ବିଭାଗ  ପରାମର୍ଶ ଦେଇଛି । ଏଭଳି କେସ ଆସିଲେ ବୁଲିବାକୁ ଦିଆଯିବ ନାହିଁ । ଏହା ସିଧା ଭାରତ ସରକାର ଦ୍ୱାରା ତଦାରଖ କରାଯାଉଛି । ଯଦି କେହି ସ୍ଲିପ ହୋଇକି ରାଜ୍ୟକୁ ଆସିଲେ ତାଙ୍କୁ ଆଇସୋଲେସନ କରାଯିବ। ଅନବୋର୍ଡିଂ ଇଣ୍ଟରନ୍ୟାସନାଲ କ୍ୱାରେଣ୍ଟାଇନରେ ଫିଲଟରେସନ ହେଉଛି । ଫ୍ଲାଇଟ ଏଣ୍ଟ୍ରି ପଏଣ୍ଟରେ ଭାରତ ସରକାରଙ୍କ ହେଲଥ ଟିମ ଅଛି। ସେହି ଟିମ ସହ ସ୍ୱାସ୍ଥ୍ୟ ବିଭାଗର ସମନ୍ଵୟ ରହିଛି।

ଦେଶରେ ଏହି କେସ ଛଡା ଆଉ କିଛି ନୂଆ ମାମଲା ନାହିଁ । ତେଣୁ କେହି ଆତଙ୍କିତ ନ ହେବାକୁ ସ୍ୱାସ୍ଥ୍ୟ ବିଭାଗ ପରାମର୍ଶ ଦେଇଛି । ଜ୍ୱର ସହ ରାସେସ ଏହାର ଲକ୍ଷଣ। ଘିମିରି ଭଳି ରାସେସ ହୋଇ ସେଥିରେ ପାଣି ହୋଇଯିବ । ଏଭଳି ହେଲେ ଆଇସୋଲେଟ ହେବେ ଓ ଭାରତ ସରକାରଙ୍କ ଗାଇଡଲାଇନ ଅନୁଯାୟୀ ଚିକିତ୍ସିତ ହେବେ । କୋଭିଡ ଭଳି ଚିକିତ୍ସା ହେବ। ପାରାସିଟାମଲ ସହ କୋଭିଡ ଭଳି ଆଣ୍ଟି ଭାଇରାଲ ଦିଆଯିବ। କୋଭିଡରେ ବି ଆଇସୋଲେସନ ହେଉଥିଲା । ଘିମିରି ଭଳି ଫୋଟକା ପାଣିରୁ ଅଧିକ ଇନଫେକସନ ହୁଏ । ମଙ୍କିପକ୍ସରେ ଲୋକାଲ ଇନଫେକ୍ସନ ହୋଇପାରେ । ନିମୋନିଆ ଓ ବ୍ରେନକୁ ବି ଧରିପାରେ । ଏବେ ସମସ୍ତ ଅନ୍ତର୍ଜାତୀୟ ପ୍ରବେଶ ପଥ ଉପରେ ନଜର ରହିଛି । ଭାରତ ସରକାରଙ୍କ ଏକ ୟୁନିଟ ଏହାକୁ ନିୟନ୍ତ୍ରଣ କରୁଛି ବୋଲି ସ୍ବାସ୍ଥ୍ଯ ବିଭାଗ କହିଛି ।

 

କୋଲକାତା ଡାକ୍ତର ଦୁଷ୍କର୍ମ ଓ ହତ୍ଯା ଘଟଣା; ବିକ୍ଷୋଭ ବେଳେ ସୁପ୍ରିମକୋର୍ଟ ଶୁଣାଣି ବସି ଦେଖିଲେ ଡାକ୍ତର

କୋଲକାତା: ସୁପ୍ରିମକୋର୍ଟରେ ଆରଜି କର ମେଡିକାଲରେ  ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ଯା ଘଟଣାରେ ଶୁଣାଣି ଚାଲିଥିବାବେଳେ କୋଲକାତା ଆରଜି ଜି କର ହସ୍ପିଟାଲ ଗେଟ ବାହାରେ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି। ଜୁନିଅର୍ ଡାକ୍ତରମାନେ ସୁପ୍ରିମକୋର୍ଟ ରାୟକୁ ଦେଖିଛନ୍ତି। ଟିଭି ପରଦାରେ ସୁପ୍ରିମକୋର୍ଟ ଶୁଣାଣିକୁ ଦେଖିଥିଲେ ଆନ୍ଦୋଳନରତ ଡାକ୍ତର। ପୀଡ଼ିତା ମହିଳା ଡାକ୍ତର ହତ୍ୟା ଘଟଣାକୁ ଏକ ମାସ ପୁରିଥିବାବେଳେ ତାଙ୍କ ଫଟୋ ଆଗରେ ପୁଷ୍ପ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଉଇ ୱାଣ୍ଟ ଜଷ୍ଟିସ ସ୍ଳୋଗାନ ଦେଇ ନ୍ୟାୟ ମାଗିଛନ୍ତି ଆନ୍ଦୋଳନରତ ଡାକ୍ତର।

ଲଘୁଚାପଜନିତ ବର୍ଷାର ସ୍ଥିତି ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର:  ଲଘୁଚାପଜନିତ ବର୍ଷାର ସ୍ଥିତି ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ମନୋଜ କୁମାର ଆହୁଜା। ରାଜୀବ ଭବନରେ ଏସଆରସି ଓ ଅନ୍ୟ ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତିରେ ସ୍ଥିତିର ସମୀକ୍ଷା କରିବା ସହ ସମ୍ଭାବ୍ୟ ସ୍ଥିତିର ମୁକାବିଲା ପାଇଁ ଜିଲ୍ଲାପାଳଙ୍କ ସହ ଆଲୋଚନା ହୋଇଛି। ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ନୟାଗଡରେ ମୁତୟନ ହୋଇଛନ୍ତି ୬ ଏନଡିଆରଏଫ ଟିମ।

ସେପଟେ ବର୍ଷା ପ୍ରଭାବିତ ଅଞ୍ଚଳକୁ ୧୮ଟି ଓଡ୍ରାଫ ଟିମ୍ ପଠାଯିବ। ମାଲକାନଗିରିକୁ ୬, କୋରାପୁଟ, ରାୟଗଡ଼ା, ଗଞ୍ଜାମ, କନ୍ଧମାଳ, ବୌଦ୍ଧ ଓ ବଲାଙ୍ଗୀରକୁ ୨ଟି ଲେଖାଏଁ ଟିମ ପଠାଯିବ। ସମ୍ଭାବ୍ୟ ବର୍ଷାକୁ ନଜରରେ ରଖି ଏସଆରସିଙ୍କ ପକ୍ଷରୁ ପଦକ୍ଷେପ ନିଆଯାଇଛି। କୋରାପୁଟର ୬ ବ୍ଲକ ପ୍ରଭାବିତ ହୋଇଥିବାବେଳେ ୩୬ଟି ଗାଁ ପ୍ରଭାବିତ ହୋଇଛି। ୧୫୦ ଘର ଆଂଶିକ ପ୍ରଭାବିତ ହୋଇଛି। ମାଲକାନଗିରି ଜିଲ୍ଲାର ସବୁ ବ୍ଲକରେ ଗୋଟିଏ ଲେଖାଏଁ ଅଗ୍ନିଶମ ବାହିନୀ ଟିମ ନିୟୋଜିତ ହୋଇଛନ୍ତି। ସମ୍ଭାବ୍ୟ ବନ୍ୟା ମୁକାବିଲା ପାଇଁ ପ୍ରସ୍ତୁତି। ସମସ୍ତ ଫିଲ୍ଡ଼ ଅଧିକାରୀଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ସ୍ଥାନୀୟ ଲୋକାଲ ବଡି ପ୍ରଶାସନକୁ ଜଳ ନିଷ୍କାସନ ତୁରନ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଭୁବନେଶ୍ୱରରେ ୩୦ ପମ୍ପ, କଟକ ଓ ପୁରୀରେ ୧୦ଟି ଲେଖାଏଁ ପମ୍ପ ନିୟୋଜିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସ୍ଥିତି ଉପରେ ନଜର ରଖିବାକୁ ଇଂଜିନିୟରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରମୁଖ ସଚିବ ସାମାଜିକ ସୁରକ୍ଷା ବିଷ୍ଣୁପଦ ସେଠୀ ଓ ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀଙ୍କୁ ମାଲକାନଗିରି ପଠାଯିବ। ସେହିପରି ପୋଲିସ ଡିଆଇଜି ଚରଣ ସିଂ ମୀନା ଯିବେ କୋରାପୁଟ ।

ସୁଭଦ୍ରା ଫର୍ମ ବଣ୍ଟାକୁ ନେଇ ମାଡ଼ ଖାଇଲେ ଅଙ୍ଗନୱାଡ଼ି ଦିଦି

ଚାନ୍ଦବାଲି: ସୁଭଦ୍ରା ପାଇଁ ଲୋକଙ୍କ ଆକ୍ରୋଶର ଶିକାର ହେବା ସହିତ ମାଡ଼ ଖାଇଲେ ଅଙ୍ଗନବାଡି ଦିଦି । ସୁଭଦ୍ରା ଯୋଜନାର ଫର୍ମ ସମସ୍ତ ଅଙ୍ଗନୱାଡ଼ି କେନ୍ଦ୍ରକୁ ଯୋଗାଇଛନ୍ତି ରାଜ୍ୟସରକାର । ମାତ୍ର ଫର୍ମ ବଣ୍ଟାକୁ ନେଇ ମାଡ଼ ଖାଇଲେ ଅଙ୍ଗନବାଡି ଦିଦି। ଏଭଳି ଘଟଣା ଦେଖିବାକୁ ମିଳିଛି ଚାନ୍ଦବାଲି ବ୍ଲକ ଘଣ୍ଟେଶ୍ୱରର ଖାଦାଳପୋଖରୀ ପଞ୍ଚାୟତ ବ୍ରହ୍ମଟିକ୍ରି ଅଙ୍ଗନୱାଡ଼ି କେନ୍ଦ୍ରରେ।

ସହାୟିକା ଭୁଲବଶତଃ ଜଣେ ୬୦ବର୍ଷରୁ ଉର୍ଦ୍ଧ୍ବ ମହିଳାଙ୍କୁ ଫର୍ମ ଦେଇଥିଲେ। ଅଯୋଗ୍ୟ ହିତାଧିକାରୀ ଜାଣିବା ପରେ ଅଙ୍ଗନବାଡି କର୍ମୀ ପ୍ରୀତିରେଖା ବଳ ତାଙ୍କୁ ଫର୍ମ ଫେରସ୍ତ ମାଗିଥିଲେ । ମାତ୍ର ଏଥିରେ ଉତ୍ତକ୍ଷିପ୍ତ ହୋଇ ମହିଳାଙ୍କ ପରିବାର ଲୋକ ଅଙ୍ଗନୱାଡ଼ି ଦିଦିଙ୍କୁ କାଠ ଫାଳିଆ, ବାଡ଼ିରେ ଆକ୍ରମଣ କରିଥିଲେ । ଏନେଇ ଅଙ୍ଗନବାଡି ଦିଦି ବାଂଶଡା ଥାନାରେ ଅଭିଯୋଗ କରଛନ୍ତି। ଅଭିଯୋଗ ପାଇବା ପରେ ବାଂଶଡା ପୋଲିସ ମାମଲା ରୁଜୁ କରିଥିବା ଜଣାପଡିଛି । ଖୁବଶୀଘ୍ର ଦୋଷୀକୁ ଗିରଫ କରାଯିବ ବୋଲି ବାଂଶଡା ଥାନାଧିକାରୀ ଦେବରାଜ ଜେନା ପ୍ରକାଶ କହିଛନ୍ତି ।

ବନ୍ଦ ଘରୁ ଅଧ୍ୟାପିକାଙ୍କ ମୃତଦେହ ଉଦ୍ଧାର

କଟକ: ଅଧ୍ୟାପିକାଙ୍କ ସନ୍ଦେହଜନକ ମୃତ୍ଯୁ। କଟକ ସେକ୍ଟର ୯ର ଏକ ଭଡା ଘରୁ ପୋଲିସ ମହିଳାଙ୍କ ମୃତଦେହ ଉଦ୍ଧାର କରିବା ସହିତ ବ୍ୟବଚ୍ଛେଦ ପାଇଁ ଏସସିବି ପଠାଇଛି। ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଅଧ୍ୟାପିକା ଅନନ୍ୟା ଚକ୍ରବର୍ତ୍ତୀ ନରାଜ ସ୍ଥିତ ଜାତୀୟ ଆଇନ ବିଶ୍ଵବିଦ୍ୟାଳୟରେ ସହକାରୀ ଅଧ୍ୟାପିକା ଭାବରେ କାର୍ଯ୍ୟ କରୁଥିଲେ। ସେ ଗତ ୧୦ବର୍ଷ ହେବ ଏନଏଲୟୁରେ କାର୍ଯ୍ୟରତ ଥିଲେ। ସେକ୍ଟର ୯ରେ ଏକ ଭଡା ଘର ନେଇ ଏକୁଟିଆ ରହୁଥିଲେ ଅନନ୍ୟା । ଗତକାଲି ରାତିରେ ସେ ବହୁ ସମୟ ଧରି ଫୋନ ନଉଠାଇବାକୁ ନେଇ ବିଦ୍ୟାର୍ଥୀଙ୍କ ସହକର୍ମୀଙ୍କ ମଧ୍ୟରେ ସନ୍ଦେହ ପ୍ରକାଶ ପାଇଥିଲା। ପଡୋଶୀ ମଧ୍ୟ ବାରମ୍ବାର ଡାକିବା ସତ୍ତ୍ବେ କବାଟ ଖୋଲିନଥିଲା। ଏନେଇ ପୋଲିସକୁ ଖବର ଦିଆଯିବା ପରେ ପୋଲିସ ଆସି ମୃତଦେହ ଜବତ କରିଥିଲା।

 

ପାଟକୁରା ଓ ଡେରାବିଶ ଅଞ୍ଚଳରେ ସୁଭଦ୍ରା ଯୋଜନା ଆବେଦନରେ ବ୍ୟାପକ ଅନିୟମିତତା

କେନ୍ଦ୍ରାପଡ଼ା: ପାଟକୁରା ଓ ଡେରାବିଶ ଅଞ୍ଚଳରେ ସୁଭଦ୍ରା ଯୋଜନା ଆବେଦନରେ ବ୍ୟାପକ ଅନିୟମିତତା। ଡେରାବିଶ ବ୍ଲକରେ ସୁଭଦ୍ରା ଯୋଜନା ପାଇଁ ଆବେଦନକାରୀଙ୍କୁ ଜନ ସେବା କେନ୍ଦ୍ର ଟଙ୍କା ମାଗୁଥିବାର ସାଙ୍ଘାତିକ ଅଭିଯୋଗ ହୋଇଛି। ଏନେଇ ରାଜ୍ୟସ୍ତରୀୟ ପ୍ରଶାସନିକ ଅଧିକାରୀଙ୍କ ପାଖକୁ ଅଭିଯୋଗ ପତ୍ର ମଧ୍ୟ ପଠାଯାଇଥିଲା। ଟଙ୍କା ମାଗୁଥିବା ଅଭିଯୋଗ ପରେ ଡେରାବିଶ ରଘୁଦେଇପୁର ପଞ୍ଚାୟତର ବେଲାରପୁର ଗାଁର ଦୁଇ ଜନସେବା କେନ୍ଦ୍ର ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହୋଇଛି। କେନ୍ଦ୍ରାପଡ଼ା ଜିଲ୍ଲାପାଳ ଏହି ଦୁଇ ଜନ ସେବା କେନ୍ଦ୍ରର ପରିଚାଳକ ଶ୍ରୀକାନ୍ତ କୁମାର ନାୟକ ଓ ତପନ କୁମାର ପଣ୍ଡାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଡେରାବିଶ ବ୍ଲକ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।

ସେହିପରି ଡେରାବିଶ ସରଦେଇପୁରର ଅଙ୍ଗନବାଡି କର୍ମୀ ପୁଷ୍ପଲତା ପଣ୍ଡା ଆବେଦନକାରୀଙ୍କୁ ଦୁର୍ବ୍ୟବହାର କରୁଥିବା ଅଭିଯୋଗ ହେବା ପରେ ତାଙ୍କର ଦରମା ବନ୍ଦ କରାଯାଇଛି। ଡେରାବିଶ ବିଡ଼ିଓଙ୍କ ନେତୃତ୍ୱରେ ସ୍ୱତନ୍ତ୍ର ତଦନ୍ତକାରୀ ଟିମ ଏନେଇ ତଦନ୍ତ କରିଛନ୍ତି। ଅନ୍ୟପଟେ ପାଟକୁରା ଶ୍ରୀଚନ୍ଦନ ପୁରରେ ମଧ୍ୟ ଜନସେବାକେନ୍ଦ୍ରରେ ଆଇଡି ହ୍ୟାକ ହୋଇଥିବା ଅଭିଯୋଗ ଆସିଛି। ଡେରାବିଶର ବରିଷ୍ଠ କଂଗ୍ରେସ ନେତା ତଥା ଆଇନଜୀବୀ ବିଦୁ ଭୂଷଣ ମହାପାତ୍ର ସୁଭଦ୍ରା ଯୋଜନା ଆବେଦନକୁ ପ୍ରହସନ ବୋଲି କହିଛନ୍ତି।

ଜାତୀୟ ମାନବାଧିକାର ଆୟୋଗଙ୍କ ନିକଟରେ ପହଞ୍ଚିଲା ଢେଙ୍କାନାଳ ଗଣଦୁଷ୍କର୍ମ ଘଟଣା

ଢେଙ୍କାନାଳ: ଢେଙ୍କାନାଳ ଗଣଦୁଷ୍କର୍ମ ଘଟଣା । ଜାତୀୟ ମାନବାଧିକାର ଆୟୋଗଙ୍କ ନିକଟରେ ପହଞ୍ଚିଲା ଢେଙ୍କାନାଳ ଗଣଦୁଷ୍କର୍ମ ଘଟଣା। ଏନେଇ ଆୟୋଗଙ୍କ ନିକଟରେ ଅଭିଯୋଗ କରିଛନ୍ତି ମାନବାଧିକାର କର୍ମୀ ଜୟନ୍ତ କୁମାର ଦାସ। ରାଜ୍ଯ ସରକାର, ପୋଲିସ ଓ ଜିଲ୍ଲା ଆଇନ ସେବା କର୍ତ୍ତୃପକ୍ଷଙ୍କ ଅବହେଳାକୁ ସେ ଦାୟୀ କରିଛନ୍ତି। ଜଣେ ଗରିବ ଓ ବାସହୀନ ଯୁବତୀଙ୍କୁ ଭାପୁର ଫାଣ୍ଡି ଅଞ୍ଚଳରେ ଯେପରି ଗଣଦୁଷ୍କର୍ମ କରାଯାଇଛି ତାହା ଦୁର୍ଭାଗ୍ଯଜନକ ବୋଲି ସେ କହିଛନ୍ତି।

ଯୁବତୀଙ୍କ ବାପା ମାନସିକ ଅସୁସ୍ଥ ଥିବାବେଳେ ସେମାନେ ଏକ ପରିତ୍ଯକ୍ତ ଅଙ୍ଗନବାଡି କେନ୍ଦ୍ରରେ ରହୁଥିଲେ। ସେମାନଙ୍କ ଦୁରବସ୍ଥାର ସୁଯୋଗ ନେଇ ଅସାମାଜିକ ବ୍ଯକ୍ତିମାନେ ଏପରି କାଣ୍ଡ ଘଟାଇଥିବା ସେ କହିଛନ୍ତି। ଏହି ଘଟଣାରେ ପୋଲିସ ନିଜ ଆଡୁ କିପରି କାର୍ଯ୍ଯାନୁଷ୍ଠାନ ନେଇନାହିଁ ସେ ନେଇ ପ୍ରଶ୍ନ କରାଯାଇଛି। ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ, ପୀଡିତାଙ୍କୁ ୧୦ ଲକ୍ଷ ଟଙ୍କାର କ୍ଷତିପୂରଣ, ପୋଲିସ ଓ ଜିଲ୍ଲା ଆଇନ ସେବା କର୍ତ୍ତୃପକ୍ଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ସେ ନିବେଦନ କରିଛନ୍ତି।

 

ଢେଙ୍କାନାଳରେ ଅସହାୟ ଯୁବତୀଙ୍କୁ ଗଣଦୁଷ୍କର୍ମ ଘଟଣା: ଆଉ ଜଣଙ୍କୁ ଅଟକ ରଖିଛି ପୋଲିସ

ଢେଙ୍କାନାଳ: ଢେଙ୍କାନାଳ ସଦର ଥାନା ଅଞ୍ଚଳରେ ଅସହାୟ ଯୁବତୀଙ୍କୁ ଗଣଦୁଷ୍କର୍ମ ଘଟଣା। ଘଟଣାରେ ଆଉ ଜଣଙ୍କୁ ଅଟକ ରଖିଛି ପୋଲିସ। ଘଟଣାରେ ରବିବାର ୪ ଜଣଙ୍କୁ ଗିରଫ କରିଥିଲା ପୋଲିସ । ଆଜି ୪ ଜଣଙ୍କର ହେବ ଡାକ୍ତରୀ ମାଇନା। ପୀଡ଼ିତାଙ୍କର ମଧ୍ୟ ଆଜି କୋର୍ଟରେ ହେବ ବୟାନ ରେକର୍ଡ। ଏହି ଘଟଣାକୁ ନେଇ ସବୁଠି ନିନ୍ଦା କରାଯାଇଛି।

ସୂଚନାଯୋଗ୍ୟ, ୨୨ ବର୍ଷୟୀ ଯୁବତୀଙ୍କୁ ଅଙ୍ଗନବାଡ଼ି ଛାତ ଉପରକୁ ଟେକି ନେଇ ୭ ଜଣ ବ୍ଯକ୍ତି ବାରମ୍ବାର ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ବାପା ଆଗରେ ଝିଅକୁ ଟେକି ନେଇ ଦୁଷ୍କର୍ମ କରିଥିବା  ନେଇ ଅଭିଯୋଗ ହୋଇଥିଲା। ବାପା ମାନସିକ ରୋଗୀ ହୋଇଥିବା ସୂଚନା ମିଳିଛି। ଯୁବତୀଜଣକ ୭ ମାସର ଗର୍ଭବତୀ ଥିବା ଜଣାପଡ଼ିଛି। କିଛିଦିନ ହେବ ପ୍ରତ୍ୟେକ ଦିନ ଯୁବତୀଙ୍କୁ ରାତିରେ ଗଣଦୁଷ୍କର୍ମ କରାଯାଉଥିବା ବୋଲି ଅଭିଯୋଗ ହୋଇଥିଲା।। ଯୁବତୀଙ୍କୁ ପୋଲିସ ଉଦ୍ଧାର କରି ସଖୀ କେନ୍ଦ୍ରରେ ରଖିଛି। ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ଭାପୁର ଫାଣ୍ଡି ଅଞ୍ଚଳରେ ଏହି ଘଟଣା ଘଟିଛି।

ନବରଙ୍ଗପୁର ଚେପଟିଅମ୍ବା ଗାଁରେ ଝାଡାବାନ୍ତି ଆତଙ୍କ; ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଚେପଟିଅମ୍ବା ଗାଁରେ ଝାଡାବାନ୍ତି ଆତଙ୍କ। ଝାଡାବାନ୍ତି ଆକ୍ରାନ୍ତରେ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି ପାଇଛି। ପୂର୍ବରୁ ଦୁଇଜଣ ମହିଳାଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ଆଉ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ହେଲେ ଝରିଗାଁ ବ୍ଲକ ଚେପଟିଆମ୍ବା ଗ୍ରାମର ମଧୁ ଜାନୀ।

ମଧୁ ଗତ କିଛିଦିନ ହେବ ଝାଡାବାନ୍ତିର ଆକ୍ରାନ୍ତ ହୋଇ ଚିିକିତ୍ସିତ ହେଉଥିଲେ। ଆଜି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମଧୁଙ୍କର ଗୋଟିଏ ଛୋଟ ଶିଶୁ ଥିବା ମଧ୍ୟ ସୂଚନା ମିଳିଛି। ଏନେଇ ମଧୁଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ମଧୁଙ୍କ ବଡଭାଇ ନିବେଦନ କରିଛନ୍ତି। ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ୫ଜଣ ଝରିଗାଁ ମେଡିକାଲ ଏବଂ ଜଣେ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି ।

ଅସୁରକ୍ଷିତ ରାଜଧାନୀ: କଥା କଥାକେ ବାହାରୁଛି ବନ୍ଧୁକ ଫୁଟିଛି ଗୁଳି

ଭୁବନେଶ୍ୱର: ଅସୁରକ୍ଷିତ ରାଜଧାନୀ। କଥା କଥାକେ ବନ୍ଧୁକ ଦେଖାଇ କରୁଛନ୍ତି ଭୟଭୀତ। ଘରୋଇ କଳିରେ ବି ବନ୍ଧୁକ ଦେଖାଇ ଯୁବକ କରୁଛନ୍ତି ଭୟଭୀତ। ଏପରି ଲାଗୁଛି ଯେମିତି କି ରାଜଧାନୀ ଭୁବନେଶ୍ୱରରେ ସମସ୍ତଙ୍କ ଘରେ ଘରେ ବନ୍ଧୁକ। ଏଭଳି ଏକ ଘଟଣା ଝାରପଡା ଗ୍ରାମ ଦୋଳମଣ୍ଡପ ସାହିର ସାମ୍ନାକୁ ଆସିବା ପରେ ସମସ୍ତେ ଚକିତ। ଘର କାମକୁ ନେଇ ଝଗଡ଼ାରେ ଜଣେ ଯୁବକ ବନ୍ଧୁକ ଦେଖାଇ ପଡୋଶୀ ଘର ଲୋକଙ୍କୁ ଭୟଭୀତ କରୁଥିବା ଭିଡିଓ  ଭାଇରାଲ ହେଉଛି। ରମେଶ ବେହେରା ଓରଫ ବାବାଜୀ ନାମକ ଯୁବକ ପଡୋଶୀଙ୍କ ସହ ଘର କାମକୁ ନେଇ ଝଗଡା କରିଥିଲେ । ପରେ ଘରୁ ବନ୍ଧୁକ ଆଣି ସମସ୍ତଙ୍କୁ ଭୟଭୀତ କରିଥିଲେ ।

ଏନେଇ ଲକ୍ଷ୍ମୀସାଗର ଥାନାରେ ଏକ ଅଭିଯୋଗ ହେବାପରେ ପୋଲିସ ବାବାଜିକୁ ଥାନାରେ ଅଟକ ରଖିବା ସହ ତାଙ୍କ ନିକଟରୁ ଏକ ବନ୍ଧୁକ ଜବତ କରିଛି ।