ନନ୍ଦିଘୋଷ ବ୍ୟୁରୋ: ଝାଡଖଣ୍ଡ ବିଧାନସଭା ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ପ୍ରଚାର ମଇଦାନ ମଧ୍ୟ ସେତିକି ସରଗରମ ହେଉଛି। ମୋଟ ୮୧ଟି ସିଟ୍ ପାଇଁ ଦୁଇଟି ପର୍ଯ୍ୟାୟରେ ମତଦାନ ହେବ। ସେଥିମଧ୍ୟରୁ ଧନବାଦ୍ ଜିଲ୍ଲାର ଝାରିଆ ବିଧାନସଭା ଆସନ ଏକ ପ୍ରମୁଖ ଯୁଦ୍ଧ କ୍ଷେତ୍ର ଭାବରେ ଉଭା ହୋଇଛି। ଏହି ଅଞ୍ଚଳରେ ସୂର୍ଯ୍ୟ ଦେବ ସିଂ ବା ‘ସିଂ ମାନସ’ ଦୀର୍ଘ ଦିନ ଧରି ପ୍ରାଧାନ୍ୟ ବିସ୍ତାର କରିଆସୁଛନ୍ତି। ସୂର୍ଯ୍ୟ ଦେବ ସିଂ, ତାଙ୍କ ଭାଇ ବଚ୍ଚା ସିଂ, ସୂର୍ଯ୍ୟଦେବ ସିଂଙ୍କ ପତ୍ନୀ କୁନ୍ତୀ ଦେବୀ ଏବଂ ପୁଅ ସଞ୍ଜୀବ ସିଂ ସମସ୍ତେ ଝାରିଆରୁ ବିଧାୟକ ଭାବରେ ନିର୍ବାଚିତ ହୋଇଛନ୍ତି। ତେବେ ୨୦୧୯ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ପୂର୍ଣ୍ଣିମା ସିଂ ସଞ୍ଜୀବ ସିଂଙ୍କ ପତ୍ନୀ ଏବଂ ବିଜେପି ପ୍ରାର୍ଥୀ ରାଗିଣୀ ସିଂଙ୍କୁ ପରାସ୍ତ କରିଥିଲେ।
ଏଥର ମଧ୍ୟ ମଇଦାରେ ମୁହାଁମୁହିଁ ହେଉଛନ୍ତି ଏହି ପରିବାରର ଦୁଇ ବୋହୂ। ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି ରାଗିଣୀ ସିଂ। ଏବଂ କଂଗ୍ରେସରୁ ପ୍ରାର୍ଥୀ ହୋଇଛନ୍ତି ପୂର୍ଣ୍ଣିମା ସିଂ। ରାଗିଣୀ ସିଂ ହେଉଛନ୍ତି ପୂର୍ବତନ ଝରିଆ ବିଧାୟକ ସୂର୍ଯ୍ୟ ଦେବ ସିଂଙ୍କ ପୁଅ ତଥା ପୂର୍ବତନ ବିଧାୟକ ସଞ୍ଜୀବ ସିଂଙ୍କ ପତ୍ନୀ। ପୂର୍ଣ୍ଣିମା ସିଂ ହେଉଛନ୍ତି ସୂର୍ଯ୍ୟଦେବ ସିଂଙ୍କ ସାନଭାଇ ରାଜନ ସିଂଙ୍କ ବୋହୂ। ଏହି ବିଧାନସଭା ନିର୍ବାଚନରେ ଜରିଆରେ ସିଂ ମାନସଙ୍କ ବୋହୂ ପରସ୍ପର ବିରୋଧରେ ଲଢେଇ କରିଛନ୍ତି । ଚାରି ଦଶନ୍ଧି ଧରି ସିଂ ମାନସ ପରିବାର ଝରିଆ ବିଧାନସଭା ଆସନ ଉପରେ ପ୍ରାଧାନ୍ୟ ବିସ୍ତାର କରିଥିଲେ । ୨୦୦୯ ପର୍ଯ୍ୟନ୍ତ ପରିବାର ଏକତ୍ର ନିର୍ବାଚନ ଲଢିଥିଲେ । ୨୦୧୪ ନିର୍ବାଚନରେ ସୂର୍ଯ୍ୟ ଦେବ ସିଂଙ୍କ ପୁଅ ସଞ୍ଜୀବ ସିଂ ବିଜେପି ଟିକେଟରେ ପ୍ରତିଦ୍ୱନ୍ଦ୍ୱିତା କରିଥିବାବେଳେ ରାଜନ ସିଂଙ୍କ ପୁଅ ନୀରଜ ସିଂ କଂଗ୍ରେସ ଟିକେଟରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ଏହି ନିର୍ବାଚନରେ ସଞ୍ଜୀବ ସିଂ ଜିତିଥିଲେ । ତେବେ ୨୦୧୭ ରେ ନୀରଜ ସିଂଙ୍କୁ ହତ୍ୟା କରାଯାଇଥିଲା। ସେତେବେଳେ ଝରିଆରୁ ବିଧାୟକ ଭାବରେ ନିଯୁକ୍ତ ହୋଇଥିବା ସଞ୍ଜୀବ ସିଂଙ୍କୁ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ତେବେ ଚଳିତ ନିର୍ବାଚନରେ ବିଜେପି ରାଗିଣୀ ସିଂଙ୍କୁ ପ୍ରାର୍ଥୀ କରିଥିବାବେଳେ ବିଧାୟକ ପୂର୍ଣ୍ଣିମା ସିଂଙ୍କୁ କଂଗ୍ରେସ ଟିକେଟ ଦେଇଛି। ୧୯୭୭ ମସିହାରେ ଜରିଆରୁ ସୂର୍ଯ୍ୟ ଦେବ ସିଂ ଜିତିଥିଲେ। ସେ ଲଗାତାର ଚାରିଥର ଏଠାରୁ ବିଜୟୀ ହୋଇଥିଲେ। ତାଙ୍କ ଅନୁସରଣ କରି ତାଙ୍କ ଭାଇ ବଚ୍ଚା ସିଂ ୨୦୦୦ ରେ ଝରିଆରୁ ବିଧାୟକ ହୋଇଥିଲେ । ୨୦୦୫ ଏବଂ ୨୦୦୯ ମସିହାରେ ସୂର୍ଯ୍ୟ ଦେବ ସିଂଙ୍କ ପତ୍ନୀ କୁନ୍ତୀ ଦେବୀ ବିଜେପି ଟିକେଟରେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରି ଜିତିଥିଲେ । ୨୦୧୪ ରେ ସୂର୍ଯ୍ୟ ଦେବ ସିଂଙ୍କ ପୁଅ ସଞ୍ଜୀବ ସିଂ ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ ।
ସରଗରମ ହେଉଛି ଝାଡଖଣ୍ଡ ରାଜନୀତି, ଏଥର ମଇଦାରେ ମୁହାଁମୁହିଁ ହେବେ ଗୋଟିଏ ପରିବାରର ଦୁଇ ବୋହୂ
ସମୁଦ୍ରରେ ଗାଧୋଇବା ବେଳେ ଯୁବକ ନିଖୋଜ
ପୁରୀ: ପୁଣି ପୁରୀ ସମୁଦ୍ରରେ ଅଘଟଣ। ସମୁଦ୍ରରେ ଗାଧୋଇବା ବେଳେ ନିଖୋଜ ହୋଇଗଲେ ଯୁବକ। ଖବର ପାଇ ଅଗ୍ନିଶମ ବାହିନୀ ଏବଂ ଲାଇଫ ଗାର୍ଡମାନେ ସମୁଦ୍ର ଭିତରେ ବହୁ ଖୋଜାଖୋଜି କରିଥିଲେ ସୁଦ୍ଧା ନିଖୋଜ ଯୁବକଙ୍କ ପତ୍ତା ମିଳିପାରି ନାହିଁ। ନିଖୋଜ ହୋଇଥିବା ଯୁବକ ଜଣକ ହେଉଛନ୍ତି ଭଦ୍ରକ ଅଞ୍ଚଳର ଆୟୁଷ ମହାପାତ୍ର। ରବିବାର ସକାଳେ ଆୟୁଷ ତାଙ୍କ ସାଙ୍ଗ ମାନଙ୍କ ସହ ପୁରୀ ବୁଲିବାକୁ ଆସିଥିବା ବେଳେ ସମୁଦ୍ରରେ ସ୍ନାନ କରୁଥିଲେ। ତେବେ ଏକ ବଡ଼ ଲହଡ଼ି ଆସିବା ଯୋଗୁ ଗଭୀର ସମୁଦ୍ର ଭିତରକୁ ଆୟୁଷ ଚାଲି ଯାଇଥିଲେ। ସେଠାରେ ତାଙ୍କ ସାଙ୍ଗମାନେ ଚିତ୍କାର କରିବା ସହ ଲାଇଫ ଗାର୍ଡ ଓ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଦୀର୍ଘ ସମୟ ଧରି ସମୁଦ୍ର ଭିତରେ ଲାଇଫ ଗାର୍ଡ ଓ ଅଗ୍ନିଶମ ବାହିନୀ ଖୋଜାଖୋଜି କରିଥିଲେ ମଧ୍ୟ ଆୟୁଷଙ୍କର କୌଣସି ପତ୍ତା ମିଳି ପାରିନଥିଲା।
ଖଲିସ୍ତାନୀ ଆତଙ୍କବାଦୀ ଅର୍ଶ ଡାଲ୍ଲାକୁ ଗିରଫ କରିଛି କାନାଡା ପୋଲିସ
ନନ୍ଦିଘୋଷ ବ୍ୟୁରୋ : ଖଲିସ୍ତାନୀ ଆତଙ୍କବାଦୀକୁ କାନାଡା ପୋଲିସ ଗିରଫ କରିଛି । ଭାରତର ମୋଷ୍ଟ ୱାଣ୍ଟେଡ୍ ଲିଷ୍ଟରେ ସାମିଲ ଥିଲା ଅର୍ଶ ଡାଲ୍ଲା। ସୂଚନା ଅନୁଯାୟୀ, କନାଡାରେ ୨୭ କିମ୍ୱା ୨୮ ନଭେମ୍ୱରରେ ହୋଇଥିବା ଗୁଳିକାଣ୍ଡ ଘଟଣାରେ ସ୍ଥାନୀୟ ପୋଲିସ ଗିରଫ କରିଛି । ଏଥିରେ ଅର୍ଶ ଡାଲ୍ଲା ସାମିଲ ଥିଲେ ।
ଭାରତୀୟ ସୁରକ୍ଷା ଏଜେନ୍ସିଙ୍କ ସୂଚନା ଅନୁୟାୟୀ, ଗ୍ୟାଙ୍ଗଷ୍ଟର ଅର୍ଶ ଡାଲ୍ଲା ଭାରତର ବିଭିନ୍ନ ଅପରାଧିକ କାର୍ଯ୍ୟକଳାପରେ ଜଡ଼ିତ ଥିବାବେଳେ ସେ ଫେରାର ଥିଲା । ଫେରାର ପରେ କାନାଡାରେ ସେ ତାର ପତ୍ନୀ ସହ ରହୁଥିଲା । ନିକଟରେ ଗୁଳିକାଣ୍ଡ ଘଟଣାରେ ହାଲଟନ ରିଜନାଲ ପୋଲିସ ସର୍ଭିସ ଯାଞ୍ଚ କରୁଥିଲା। ଏହି ଘଟଣାରେ ପୋଲିସ ଅର୍ଶ ଡାଲ୍ଲାଙ୍କୁ ଗିରଫ କରି ପଚରାଉଚରା କରୁଛି ।
ଅପରପକ୍ଷରେ ରବିବାର ସକାଳେ ପଞ୍ଜାବ ଫରିଦକୋଟରେ ମଧ୍ୟ ତାଙ୍କର ଦୁଇ ଜଣ ସାଥିଙ୍କୁ ଗିରଫ କରାଯାଇଥିଲା। ଏହି ଦୁଇ ସୁଟର ମଧ୍ୟ ଗ୍ୟାଙ୍ଗଷ୍ଟର ଅର୍ଶ ଡାଲ୍ଲାଙ୍କ ନିର୍ଦ୍ଦେଶରେ ଗ୍ୱାଲିଅରରେ ଜସୱନ୍ତ ସିଂ ଗିଲଙ୍କୁ ହତ୍ୟା କରିଥିଲେ। ପଞ୍ଜାବ ପୋଲିସର ଡିଜିପି ଏହି ସୂଚନା ଦେଇଛନ୍ତି।
ଧର୍ମଶାଳା ବିଜେଡି ପକ୍ଷରୁ ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ
ଯାଜପୁର: ଯାଜପୁର ଧର୍ମଶାଳାରେ ବିଜେଡିର ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ନେତୃତ୍ୱରେ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା। ଶାନ୍ତିବଜାରରୁ ପଦଯାତ୍ରା ବାହାରି ଧର୍ମଶାଳା ମେଳଣ ପଡିଆରେ ପହଞ୍ଚି ଥିଲା। ଏହି ପଦଯାତ୍ରାରେ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ବିଂଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ, ବରୀ ବିଧାୟକ ବିଶ୍ୱ ରଞ୍ଜନ ମଲ୍ଲିକ, ବିଧାୟକ ପ୍ରତାପ ଦେବ, ପୂର୍ବତନ ମନ୍ତ୍ରୀ ପ୍ରୀତି ରଞ୍ଜନ ଘଡେଇ, ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସ ବର୍ମା, ପୂର୍ବତନ ସାଂସଦ ଶର୍ମିଷ୍ଠା ସେଠୀ ଯୋଗ ଦେଇଥିଲେ।
ଏହି ପଦଯାତ୍ରାରେ ପୂର୍ବ ସରକାରରେ ହୋଇଥିବା ବିକାଶକୁ ନେଇ ଲୋକଙ୍କୁ ଅବଗତ କରାଯାଇଛି। ବିଜେଡିକୁ ତୃଣମୂଳ ସ୍ତରରେ ଆହୁରି ମଜବୁତ କରିବା ପାଇଁ ଦଳୀୟ ନେତା ଓ କର୍ମୀଙ୍କୁ ଆହ୍ୱାନ ଦିଆଯାଇଛି। ବର୍ତ୍ତମାନର ସରକାର କେବଳ ରଙ୍ଗବଦଳା କାର୍ଯ୍ୟ କରୁଛନ୍ତି। ବିଜେପି ସରକାର ଦେଇଥିବା ପ୍ରତିଶୃତି ପାଳନ କରିବାରେ ବିଫଳ ହୋଇଛନ୍ତି। ଆମ୍ବ ଟାକୁଆ ଖାଇ ମୃତ୍ୟୁ ଘଟଣାକୁ ନେଇ ବିଜେପି ସରକାର ଉପରେ ବର୍ଷିଛନ୍ତି ବିଜେଡି ନେତା।
ବିଜେପି ସରକାର ଉପରେ ବର୍ଷିଲେ ମହିଳା କମିଶନ ସଦସ୍ୟା
ଭୁବନେଶ୍ୱର: ରାଜ୍ୟ ମହିଳା କମିଶନ ଭାଙ୍ଗିବା ନେଇ ରାଜ୍ୟ ବିଜେପି ସରକାର ଉପରେ ବର୍ଷିଲେ ମହିଳା କମିଶନ ସଦସ୍ୟା ସ୍ୱର୍ଣ୍ଣଲତା ସାମଲ। ସେ କହିଛନ୍ତି, ସାମ୍ବିଧାନିକ ବିଧି ବ୍ୟବସ୍ଥା ଓ ମହିଳା କମିଶନ ଆକ୍ଟ ଅନୁଯାୟୀ ଯାହା ହେବା କଥା ନୁହେଁ ତାହା କରାଯାଇଛି। ଏକ କ୍ବାସି ଜୁଡିସିଆଲ ଓ ସ୍ବୟଂଶାସିତ କର୍ତ୍ତୃପକ୍ଷ ହିସାବରେ ସ୍ୱାଧୀନ ଭାବେ କାର୍ଯ୍ୟ କରିବାର କ୍ଷମତା ମହିଳା କମିଶନଙ୍କର ରହିଛି। ହାଇକୋର୍ଟ ମଧ୍ୟ ମାତୃ ମୃତ୍ୟୁହାରକୁ ନେଇ କମିଶନଙ୍କୁ ୨୮ ଟି କେସ୍ ଦେଇଥିଲେ ଓ ସେଥିରୁ ବହୁ କେସର ସଠିକ ନିଷ୍ପତ୍ତି ନେଇଥିବାରୁ ହାଇକୋର୍ଟ ପ୍ରଶଂସା କରିଥିଲେ। ଏହି ସରକାର ସମୟରେ ଏଭଳି କଥା ହେଉଛି ଯାହା କି ବିଡମ୍ବନା ବୋଲି କହିଛନ୍ତି ସଦସ୍ୟା।
ପୂର୍ବରୁ ଲୋପମୁଦ୍ରା ମହାନ୍ତି ମହିଳା କମିଶନ ଅଧ୍ୟକ୍ଷା ଥିବାବେଳେ ସେତେବେଳେ ବିଜୁ ପଟ୍ଟନାୟକ ମଧ୍ୟ ଏହାକୁ ଭାଙ୍ଗି ନ ଥିଲେ। ତେଣୁ ଏବେ ଯଦି ଏଭଳି ନିଷ୍ପତ୍ତି ନେବାର ଥିଲା ଓ ନିଜ ଲୋକଙ୍କୁ ଏସବୁ ପଦବୀରେ ନିଯୁକ୍ତି ଦେବାର ଥିଲା ତାହେଲେ ସିଧା କହିପାରି ଥାନ୍ତେ। କମିଶନକୁ ଅଯଥା ବଦନାମ କରି ଏପଟସେପେଟ କରିବାର ମାନେ କଣ ବୋଲି ଉଠାଇଲେ ପ୍ରଶ୍ନ। ନ୍ୟାୟଗତ ବିଧିବ୍ୟବସ୍ଥା ମଧ୍ୟରେ ନ ଯାଇ ଏଭଳି କରାଯାଇଛି। ଜାତୀୟ ମହିଳା କମିଶନ ମଧ୍ୟ ରାଜ୍ୟ ମହିଳା କମିଶନଙ୍କ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି। ଭାରତରେ ବିଭିନ୍ନ ରାଜ୍ୟରେ ସରକାର ବଦଳିଥିଲେ ମଧ୍ୟ ମହିଳା କମିଶନ ଭାଙ୍ଗିବା ଅନ୍ୟ କେଉଁ ରାଜ୍ୟରେ ହୋଇନାହିଁ ବୋଲି ସେ କହିଛନ୍ତି। ଜଣେ ମହିଳା ଭାବେ ଉପମୁଖ୍ୟମନ୍ତ୍ରୀ ଏ କଥା କେମିତି ଅନୁଭବ କଲେ ନାହିଁ ବୋଲି ଉଠିଛି ପ୍ରଶ୍ନ କରିଥିଲେ। କୌଣସି ଦଳ ଏଭଳି କରିବା କଥା ନୁହେଁ। ଅଧ୍ୟକ୍ଷାଙ୍କର ଆଉ ଏକ ବର୍ଷ ସମୟସୀମା ଥିଲା ଓ ସଦସ୍ୟ ମାନଙ୍କର ଦେଢ଼ ବର୍ଷ ଥିଲା। ବିଜେପି ସରକାରର ଏତେ ଆକ୍ରୋଶ କାହିଁକି ବୋଲି ପ୍ରଶ୍ନ କହିଛନ୍ତି ସଦସ୍ୟା। ମହିଳା କମିଶନଙ୍କୁ ବିଜେପି ସରକାର ଏକ ରାଜନୈତିକ କ୍ଷେତ୍ର କରିଦେଲେ ବୋଲି ସେ ଅଭିଯୋଗ କରିଛନ୍ତି।
ମଦ ନିଶାରେ ଡମ୍ପର ଚଢ଼ାଇ ଦୁଇଜଣଙ୍କୁ ହତ୍ଯା
କେନ୍ଦୁଝର: ମଦ ନିଶାରେ ଡମ୍ପର ଚଢ଼ାଇ ଦୁଇଜଣଙ୍କୁ ହତ୍ଯା। ମୃତକ ଘଷିପୁରା ଥାନା ନଦୁଆଁ ଗାଁର ପାଣୁ ପୃଷ୍ଟି ଓ ସଞ୍ଜୁଲତା ପଲେଇ। ଘଟଣା ଘଟାଇବାପରେ ଡମ୍ପର ଛାଡି ଅଭିଯୁକ୍ତ ଡ୍ରାଇଭର ଭଞ୍ଜ ପୃଷ୍ଟି ଫେରାର ହୋଇଯିବାକୁ କରିଥିଲା ଉଦ୍ଯମ।
ସୂଚନା ଅନୁଯାୟୀ, ଅଭିଯୁକ୍ତ ଡ୍ରାଇଭର ଭଞ୍ଜ ପୃଷ୍ଠି ରାଗରେ ଅନ୍ଯ ଜଣଙ୍କୁ ଡମ୍ପର ଚଢାଇବାକୁ ଉଦ୍ଯମ କରିଥିଲା । ସେହି ସମୟରେ ଡମ୍ପର ସାମ୍ନାକୁ ଆସିଯାଇଥିଲେ ପାଣୁ ପୃଷ୍ଟି ଓ ସଞ୍ଜୁଲତା ପଲେଇ। ଡମ୍ପର ଡ୍ରାଇଭର ଭଞ୍ଜ ପୃଷ୍ଟିକୁ ଗାଁ ଲୋକ ଅଟକ ରଖି ପୋଲିସକୁ ହସ୍ତାନ୍ତର କରିଛନ୍ତି। ଉଭୟ ମୃତକ ଭଞ୍ଜ ପୃଷ୍ଟିର ସମ୍ପର୍କୀୟ ହୋଇଥିବା ସୂଚନା ମିଳିଛି। ପୋଲିସ ଘଟଣାକୁ ନେଇ ଅଧିକ ତଦନ୍ତ କରୁଛି ।
ଜାମ୍ମୁ କାଶ୍ମୀରରେ ୨୪ ଘଣ୍ଟାରେ ୩ଟି ଏନକାଉଣ୍ଟର
ଶ୍ରୀନଗର: ଜାମ୍ମୁ କାଶ୍ମୀରରେ ଏନକାଉଣ୍ଟର। କିଛି ଆତଙ୍କବାଦୀ ଲୁଚିଥିବାର ଖବର ପରେ କିସ୍ତୱାଡ଼ ଅଞ୍ଚଳରେ ଅପରେସନ ଚଳାଇଛନ୍ତି ସୁରକ୍ଷାକର୍ମୀ। ଏହି ଆତଙ୍କବାଦୀମାନେ କିଛି ଦିନ ତଳେ ଭିଲେଜ୍ ଡିଫେନ୍ସ ଗାର୍ଡର ଦୁଇ ଜଣଙ୍କୁ ହତ୍ୟା କରିଥିବାର ସନ୍ଦେହ କରାଯାଉଛି। ସେହି ଆତଙ୍କବାଦୀଙ୍କୁ ଧରିବାକୁ ଚାଲିଛି ଅପରେସନ। ସେହିପରି ଶ୍ରୀନଗର ହରୱନ ଅଞ୍ଚଳରେ ବି ଚାଲିଛି ଏନକାଉଣ୍ଟର। ଏହି ଅଞ୍ଚଳରେ ବି କିଛି ଆତଙ୍କବାଦୀ ଲୁଚିଥିବାର ସନ୍ଦେହ କରଯାଉଛି। ସୁରକ୍ଷାକର୍ମୀଙ୍କ ଦୁଇଟି ଯାକ ଅପରେସନରେ ୩ ଜଣ ଯବାନ ଆହତ ହୋଇଥିବାର ସୂଚନା ମିଳିଛି। ଉଭୟ ପକ୍ଷ ମଧ୍ୟରେ ଚାଲିଛି ଗୁଳି ବିନିମୟ । ଏବେ ଆତଙ୍କବାଦୀମାନେ ସାଧାରଣ ଲୋକଙ୍କୁ ଟାର୍ଗେଟ କରୁଥିବାରୁ ସେମାନଙ୍କୁ କାବୁ କରିବା ସୁରକ୍ଷାକର୍ମୀଙ୍କ ପାଇଁ ବେଶ୍ ଚ୍ୟାଲେଞ୍ଜ ହୋଇଛି। ଏ ପର୍ଯ୍ୟନ୍ତ କେହି ମୃତାହତ ହୋଇଥିବାର ଖବର ଆସି ନାହିଁ।
ଶନିବାର ଏନକାଉଣ୍ଟରରେ ଗୋଟିଏ ଆତଙ୍କବାଦୀ ନିହତ ହୋଇଥିଲା। ଆଉ ଦୁଇ ତିନି ଆତଙ୍କବାଦୀ ସେଠାରେ ଲୁଚିଥିବାର ସନ୍ଦେହ କରାଯାଉଛି। ସେମାନଙ୍କୁ ଧରିବାକୁ ଅପରେସନ ଚଳାଇଛନ୍ତି ସୁରକ୍ଷାକର୍ମୀ। ଏହା ଆଗରୁ ବାରମୁଲା ଅଞ୍ଚଳରେ ୨ ଆତଙ୍କବାଦୀ ନିହତ ହୋଇଥିଲେ। କିଛି ଦିନ ହେଲାଣି ଜାମ୍ମୁ କାଶ୍ମୀରରେ ବଢ଼ିଛି ଆତଙ୍କବାଦୀ କାର୍ଯ୍ୟକଳାପ। ତେଣୁ କାଠୁଆ ଜିଲ୍ଲାକୁ ଯାଇ ସୁରକ୍ଷା ସ୍ଥିତିର ସମୀକ୍ଷା କରିଛନ୍ତି ଆର୍ମି ଚିଫ୍ ଜେନେରାଲ ଉପେନ୍ଦ୍ର ଦ୍ଵିବେଦୀ।

