spot_img
Home Blog Page 1482

ଘର ଭିତରେ ପଶିଲା କାର୍, ଦୁଇ ଆହତ

ବିନିକା: ଭାରସାମ୍ଯ ହରାଇ ଘର ଭିତରକୁ ପଶିଗଲା କାର୍ । ବିନିକା ଥାନା ସଂସାମୁରା ଛକରେ ଘଟିଛି ଦୁର୍ଘଟଣା । ଫଳରେ ଦୁଇ ଜଣ ଆହତ ହୋଇଛନ୍ତି । ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଦୁର୍ଘଟଣାଗ୍ରସ୍ତ କାରରେ ନିଶାଦ୍ରବ୍ୟ ଥିବା ସନ୍ଦେହ କରାଯାଉଛି । ଦୁର୍ଘଟଣା ପରେ ଡ୍ରାଇଭର ଫେରାର ହୋଇଯାଇଛି । ଖବର ପାଇ ମହାଦେବପାଲି ଫାଣ୍ଡି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗାଡ଼ିଟିକୁ ଜବତ କରିଛି । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଗାଡ଼ି ଖୋଲାଯିବା ପରେ ସେଥିରେ କ’ଣ ଅଛି ସ୍ପଷ୍ଟ ହେବ ।

ଭରତପୁର ମିଛ ଉପରୁ ହଟିବ ପରଦା, ପଲିଗ୍ରାଫ ଟେଷ୍ଟ ଲାଗି ଆଜି ଗୁଜରାଟ ଯିବେ ନିଲମ୍ବିତ ୫ ପୋଲିସ କର୍ମଚାରୀ

ଭୁବନେଶ୍ବର: ଭରତପୁର ଥାନା ମାମଲାରେ କିଏ କହୁଛି ମିଛ ? କିଏ ଲୁଚାଉଛି ଘଟଣାର ସତ ? ଏହାର ପର୍ଦ୍ଦଫାସ କରିବାକୁ ନିଲମ୍ବିତ ଥାନା ଆଇଆଇସିଙ୍କ ସମେତ ୫ ପୋଲିସ କର୍ମଚାରୀ ଦେବେ ମିଛ ଧରା ପରୀକ୍ଷା । ଆସନ୍ତାକାଲି ସେମାନଙ୍କର ପଲିଗ୍ରାଫ ଟେଷ୍ଟ କରାଯିବ । ଏଥିପାଇଁ ଆଜି ସମସ୍ତଙ୍କୁ ନେଇ ଗୁଜରାଟର ଗାନ୍ଧୀନଗରକୁ ଯିବ କ୍ରାଇମବ୍ରାଞ୍ଚ ଟିମ୍ ।

ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କ ପଲିଗ୍ରାଫ, ବ୍ରେନ୍ ମ୍ୟାପିଂ ଓ ନାର୍କୋ ଟେଷ୍ଟ କରାଯିବ । ବାକି ୪ ପୋଲିସଙ୍କ ପଲିଗ୍ରାଫ ଟେଷ୍ଟ ହେବ । ପୂର୍ବତନ ଆଇଆଇସି ଦୀନକୃଷ୍ଣ ମିଶ୍ର, ଏସଆଇ ବୈଶାଳିନୀ ପଣ୍ଡା, ଏଏସଆଇ ସାଗରିକା ରଥ, ସଲିଳାମୟୀ ସାହୁଙ୍କଠାରୁ ଘଟଣା ଦିନର ସତ ଆଦାୟ କରାଯିବ । ଏମାନଙ୍କ ଛଡା ଅନ୍ୟ ଜଣେ ପୋଲିସ ଏସଆଇ, ଯିଏ କି ସେଦିନ ରାତିରେ ଉପସ୍ଥିତ ଥିଲେ ତାଙ୍କର ମଧ୍ୟ ହେବ ପଲିଗ୍ରାଫ ଟେଷ୍ଟ । ଜଣେ ଡିଏସପିଙ୍କ ନେତୃତ୍ବରେ ୫ ଜଣ ପୋଲିସ ଅଫିସର ଓ ସୁରକ୍ଷା କର୍ମୀ ସମସ୍ତଙ୍କୁ ନେଇ ଗୁଜରାଟ ଯିବେ ।

ଘଟଣା ଦିନ କ୍ଯାପଟେନ ଓ ତାଙ୍କ ବାନ୍ଧବୀ ଅଭିଯୋଗ କରିବାକୁ ଭରତପୁର ଥାନା ଯାଇଥିବାବେଳେ ନିର୍ଯାତନାର ଶିକାର ହୋଇଥିବା ଅଭିଯୋଗ ହୋଇଥିଲା । ଅଭିଯୋଗକୁ ପୋଲିସ ଖଣ୍ଡନ କରିଥିବାବେଳେ କିଏ ସତ କହୁଛି ଏହାର ପର୍ଦ୍ଦାଫାସ କରିବାକୁ ଏହି ସାଇଣ୍ଟିଫିକ ପରୀକ୍ଷା କରାଯାଉଛି ।

ରାଜଧାନୀରେ ଗାଡି ଚେକିଂ ବେଳେ ମିଳିଲା ପୁଳାପୁଳା ଟଙ୍କା

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଗତକାଲି ରାତିରେ ଗାଡି ଚେକିଂ ବେଳେ ମିଳିଲା ପୁଳା ପୁଳା ଟଙ୍କା । ଓମଫେଡ ଛକରେ ଗାଡି ଚେକିଂ ବେଳେ ଗାଡିରୁ ୪ ଲକ୍ଷ ୭୭ ହଜାର ଟଙ୍କା ଜବତ କରାଯାଇଛି । ଗାଡି ଚାଳକ ହେଲେ ଦିବ୍ୟଜ୍ୟୋତି ନାୟକ ।

ଚେକିଂ ବେଳେ ଗାଡ଼ିଟି ଦୁର୍ଘଟଣା ଘଟାଇ ଥିଲା । ଗାଡ଼ି ଚାଳକ ମଦ ପିଇ ଗାଡ଼ି ଚଳାଉଥିଲେ । ଚେକିଂ ବେଳେ ତାଙ୍କୁ ଗାଡିରୁ ଏହି ଟଙ୍କା ବାହାରିଥିଲା । ତେବେ ସେ ଟଙ୍କାକୁ ନେଇ ସନ୍ତୋଷଜନକ ଉତ୍ତର ଦେଇପାରି ନଥିଲେ ।

ଅକ୍ଟୋବର ୧୭ରୁ ବାଙ୍କୀ ମହୋତ୍ସବ ଆରମ୍ଭ

ବାଙ୍କୀ: ଆସନ୍ତା ଅକ୍ଟୋବର ୧୭ ତାରିଖରୁ ଆରମ୍ଭ ହେବ ବାଙ୍କୀ ମହୋତ୍ସବ । ବାଙ୍କୀ ମହୋତ୍ସବକୁ ମହାସମାରୋହରେ ପାଳନ ଓ ଶାନ୍ତିଶୃଙ୍ଖଳା ରକ୍ଷା ନିମନ୍ତେ ପ୍ରଶାସନିକ ସ୍ତରରେ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉପ ଜିଲ୍ଲାପାଳ ଦେବୀ ପ୍ରସାଦ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ।

ବୈଠକରେ ମହୋତ୍ସବ କମିଟିର ପ୍ରତିଷ୍ଠାତା ସଭାପତି ତଥା ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀ ଯୋଗ ଦେଇଥିଲେ । ଏହି ସମୟରେ ମାଆ ଚର୍ଚ୍ଚିକା ମନ୍ଦିରକୁ ଫୁଲ ଓ ଆଲୋକ ମାଳାରେ ସୁସଜ୍ଜିତ କରିବା, ବିଦ୍ୟୁତ ବିଭାଗ ତରଫରୁ ବିଦ୍ୟୁତ କାଟ ନ କରିବା, ଅସ୍ଥାଇ ଶୌଚାଳୟ ସ୍ଥାପନ, ଏନଏସି ତରଫରୁ ମହୋତ୍ସବ ପଡିଆ ସଫା କରିବା, ପୂର୍ତ୍ତ, ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ରାସ୍ତା ମରାମତି କରିବାକୁ ଉପଜିଲ୍ଲାପାଳ ମହାନ୍ତି ନିର୍ଦ୍ଦେଶ ଦେଇଥିଲେ ।

ବୈଠକରେ ଡମପଡା ବ୍ଲକ ବିଡ଼ିଓ ଅଂଶୁମାନ ଦାସ, ବାଙ୍କୀ ବ୍ଲକ ଅଧ୍ୟକ୍ଷା  ପୁଷ୍ପଲତା ସାମନ୍ତ, ବିଜ୍ଞାପିତ ଅଞ୍ଚଳ ପରିଷଦ ବାଙ୍କୀର ଅଧକ୍ଷା ମାଣିକ ସାହୁ, ନିର୍ବାହୀ ଅଧିକାରୀ ସମ୍ପଦ କୁମାର ସ୍ୱାଇଁ, ବାଙ୍କୀ ଥାନା ଆଇଆଇସି ଶିବଚରଣ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

ଟ୍ରକ୍ ଧକ୍କାରେ ଦୁଇ ହକି ଖେଳାଳିଙ୍କ ମୃତ୍ୟୁ

ସୁନ୍ଦରଗଡ଼: ରାଜ୍ୟ ହକିକୁ ବଡ଼ ଝଟକା । ଦୁର୍ଘଟଣାରେ ପ୍ରାଣ ହାରାଇଲେ ଦୁଇ ପ୍ରତିଭାବାନ ଖେଳାଳି । ଟ୍ରକ୍ ଧକ୍କାରେ ସେମାନଙ୍କ ମୃତ୍ୟୁ ଘଟିଛି । ମୃତକମାନେ ହେଲେ ସଚିନ କିଣ୍ଡୋ ଓ ସୁମିଲାଲ ଟପ୍ପୋ । ଉଭୟଙ୍କ ଘର ସୁନ୍ଦରଗଡ଼ ଜିଲ୍ଲା ତଳସରା ଥାନା ଅନ୍ତର୍ଗତ ନିମଡିହି ଗାଁରେ । ଛତିଶଗଡ଼ରେ ହକି ଖେଳି ଫେରିବା ବେଳେ ଗତକାଲି ରାତିରେ ଦୁର୍ଘଟଣାରେ ସେମାନଙ୍କର ମୃତ୍ଯୁ ଘଟିଛି ।

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଛତିଶଗଡ଼ ବଳୁଆବାହାଲ ଗାଁରେ ହେଉଥିବା ଖାସି ହକି ଟୁର୍ଣ୍ଣାମେଣ୍ଟକୁ ଉଭୟ ଖେଳିବାକୁ ଯାଇଥିଲେ । ଖେଳି ସାରି ବାଇକ୍ ଯୋଗେ ଗାଁକୁ ଫେରୁଥିଲେ । ଓଡ଼ିଶା ସୀମାରୁ ପ୍ରାୟ ୧୦ କିମି ଦୂର ଛତିଶଗଡ଼ର କତେରବିରା ମନ୍ଦିର ନିକଟରେ ଦୁର୍ଘଟଣା ଘଟିଥିଲା । ବାଲିଶଙ୍କରା ପଟୁ ଛତିଶଗଡ଼କୁ ଯାଉଥିବା ଏକ ଟ୍ରକ୍ ସେମାନଙ୍କୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ଘଟିଥିଲା ।

ରିଲିଜ ହେଲା ଓଡ଼ିଆ ମ୍ୟୁଜିକ୍ ଭିଡିଓ ‘ତୁ ମୋ ପସନ୍ଦର ଝିଅଟିଏ’

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ୱରରେ ରିଲିଜ ହେଲା ନୂଆ ଓଡ଼ିଆ ମ୍ୟୁଜିକ ଭିଡିଓ ‘ତୁ ମୋ ପସନ୍ଦର ଝିଅଟିଏ’ । ଏହି ମ୍ୟୁଜିକ ଭିଡିଓକୁ ଭୁବନେଶ୍ୱରର ଆସିଷ୍ଟାଣ୍ଟ ସିଟି ଆଣ୍ଡ ଜିଏସଟି କମିଶନର ଅଜୟ କୁମାର ସେଠୀ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଉନ୍ମୋଚନ କରିଥିଲେ ।

ଆଜ୍ ଅନ୍ ମ୍ୟୁଜିକ୍ ବ୍ୟାନରରେ ପ୍ରସ୍ତୁତ ଏହି ମ୍ୟୁଜିକ ଭିଡିଓର ଉନ୍ମୋଚନ ଉତ୍ସବରେ ପ୍ରଯୋଜକ ଅଜୟ ସେଠୀ, ରୁପମ କ୍ଲିନିକର ଏମଡି ଡ଼. ଜଗତ ନାରାୟଣ, ଅଭିନେତା ବିବେକ, ଅଭିନେତ୍ରୀ ତେଜସ୍ୱିନୀ ଏବଂ ସିଦ୍ଧାର୍ଥ ଯୋଗ ଦେଇଥିଲେ । ୬ ମିନିଟର ଏହି ଭିଡିଓକୁ ଦର୍ଶକମାନେ ୟୁଟ୍ୟୁବରେ ଭରପୁର ମନୋରଞ୍ଜନ କରିବେ ବୋଲି ଆଶା ରଖିଛନ୍ତି ପ୍ରଯୋଜନା ସଂସ୍ଥା ।

ଦୁଇଦିନ ପର୍ଯ୍ୟନ୍ତ ଓଡ଼ିଶାରେ ନାହିଁ ବଡ ବର୍ଷା

ଭୁବନେଶ୍ବର: ଲଗାଣ ବର୍ଷାରୁ ମିଳିଛି ଆଶ୍ବସ୍ତି । ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ରାଜ୍ୟରେ ନାହିଁ ବଡ ବର୍ଷା । ଅଧିକାଂଶ ସ୍ଥାନରେ ପାଗ ଶୁଷ୍କ ଓ ମେଘୁଆ ରହିଛି । ଗୁରୁଚାପ ବଳୟ ପ୍ରଭାବ ପାଇଁ ଆଗାମୀ ୬ ଦିନ ବର୍ଷା ମାତ୍ରାଧିକ କମିବା ସହ ପାଗ ଶୁଷ୍କ ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଅକ୍ଟୋବର ପହିଲାରେ ଉତ୍ତର ଉପକୂଳ ଓ ସଲଗ୍ନ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଓ ଘଡଘଡ଼ି ବିଜୁଳି ସହ ବର୍ଷା ହେବାର ସମ୍ଭାବନା ରହିଛି ।

ବିଶେଷ କରି ଉପକୂଳ ଓଡ଼ିଶାର ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡା, ନୟାଗଡ, ଅନୁଗୁଳ, ଢେଙ୍କାନାଳ ଆଦି ଜିଲ୍ଲାରେ ଗରମ ଗୁଳୁଗୁଳି ଜାରି ରହିବ । ମେଘମୁକ୍ତ ଆକାଶ ପାଇଁ ଟାଣ ଖରା ଓ ବାୟୁମଣ୍ଡଳରେ ଉଚ୍ଚ ଆର୍ଦ୍ରତା ପାଇଁ ଗରମ ଗୁଳୁଗୁଳି ହେବ । କିଛି ଜିଲ୍ଲାରେ ଅପରାହ୍ନ ସମୟରେ ଆକସ୍ମିକ ଘଡଘଡି ବିଜୁଳି ସହ ବର୍ଷା ହେବାର ସମ୍ଭାବନା ରହିଛି । ବଜ୍ରପାତ ଜନିତ ବର୍ଷା ନେଇ ବିଭିନ୍ନ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି ।

ସେପଟେ ଜୁନ୍ ୧ରୁ ଏପର୍ଯ୍ୟନ୍ତ ରାଜ୍ୟରେ ସ୍ବାଭାବିକ ଠାରୁ ମାତ୍ର ୪ ପ୍ରତିଶତ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି । ଯାହା ସ୍ବାଭାବିକ ବର୍ଷାର ପରିସରଭୁକ୍ତ । ଦୁଇଟି ଜିଲ୍ଲା ନୂଆପଡା ଓ ମାଲକାନଗିରିରେ ସ୍ବାଭାବିକ ଠାରୁ ଅଧିକ ବର୍ଷା ହୋଇଥିବା ବେଳେ ୨୪ଟି ଜିଲ୍ଲାରେ ସ୍ବାଭାବିକ ବର୍ଷା ରେକର୍ଡ ହୋଇଛି । ୪ଟି ଜିଲ୍ଲା ଭଦ୍ରକ, କେନ୍ଦୁଝର, ଦେବଗଡ ଓ ଝାରସୁଗୁଡାରେ ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି ।

ଅଶାନ୍ତ ଭଦ୍ରକ: ପୂରା ଜିଲ୍ଲାରେ ଇଣ୍ଟରନେଟ୍ ସେବା ବନ୍ଦ

ଭଦ୍ରକ: କଡ଼ା ପ୍ରହରା ଭିତରେ ଭଦ୍ରକ ସହର । ପୁରୁଣାବଜାର ଓ ସନ୍ଥିଆରେ ସୋସିଆଲ୍ ମିଡିଆ ପୋଷ୍ଟକୁ ନେଇ ତୁମୁଳକାଣ୍ଡ ପରେ ଲାଗୁ ହୋଇଛି ୧୬୩ ଧାରା । ସାରା ଜିଲ୍ଲାରେ ବନ୍ଦ କରି ଦିଆଯାଇଛି ଇଣ୍ଟରନେଟ୍ ସେବା ।

ସହରରେ ଦୋକାନ ବଜାର ସହ ସରକାରୀ ଓ ବେସରକାରୀ ବିଦ୍ୟାଳୟ ମଧ୍ଯ ବନ୍ଦ ରହିଛି । ଶାନ୍ତି ବଜାୟ ରଖିବା ପାଇଁ ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଛି ।

ଘଟଣାସ୍ଥଳରେ ୧୨ ପ୍ଲାଟୁନ ଫୋର୍ସ ସହ ୨ କମ୍ପାନୀ ରାପିଡ ଆକ୍ସନ ଫୋର୍ସ ମୁତୟନ ହୋଇଛନ୍ତି । ଭଦ୍ରକରେ ୧୦ ଓ ଧାମନଗରରେ ୯ ଜଣଙ୍କୁ ଅଟକ ରଖିଛି ପୋଲିସ । ଘଟଣାରେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ ।

ଡମ୍ଫରକୁ ପିଟିଲା ବସ୍, ୬ ଯାତ୍ରୀ ମୃତ

ଭୋପାଲ: ମଧ୍ଯପ୍ରଦେଶ ମହିଆର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଡମ୍ଫରକୁ ପିଟିଲା ବସ୍ । ଦୁର୍ଘଟଣାରେ ୬ ଯାତ୍ରୀଙ୍କ ମୃତ୍ୟୁ । ବସଟି ପ୍ରୟାଗରାଜରୁ ନାଗପୁର ଯାଉଥିଲା ।

ମହିଆର ନିକଟରେ ରାସ୍ତାରେ ଛିଡ଼ା ହୋଇଥିବା ଡମ୍ଫରଟିକୁ ବସ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ୬ ଯାତ୍ରୀଙ୍କ ମୃତ୍ଯୁ ହୋଇଥିବାବେଳେ ୧୫ରୁ ଅଧିକ ଜଣ ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।

ମହାକାଶଚାରୀ ସୁନୀତା ଓ୍ବିଲିୟମ୍ସଙ୍କୁ ଉଦ୍ଧାର ପାଇଁ ନାସାର ଅଭିଯାନ ଆରମ୍ଭ

ନୂଆଦିଲ୍ଲୀ: ମହାକାଶରେ ଫସିଥିବା ମହାକାଶଚାରୀ ସୁନୀତା ଓ୍ବଲିୟମ୍ସ ଫେରିବେ । ଏଥିପାଇଁ ନାସା ପକ୍ଷରୁ ଅଭିଯାନ ଆରମ୍ଭ । ଦୁଇ ଚାଳକ ଦଳକୁ ନେଇ ଉଡ଼଼ାଣ ଭରିଲା କ୍ରୁ-୯ ଡ୍ରାଗନ କ୍ଯାପସୁଲ ।

ଅନ୍ତରାଷ୍ଟ୍ରୀୟ ମହାକାଶ ଷ୍ଟେସନକୁ ଉଦ୍ଧାରକାରୀ ଟିମ ପଠାଇଲା ଆମେରିକା ମହାକାଶ ଗବେଷଣା ସଂସ୍ଥା ନାସା । ଗତ ୬ ଜୁନରୁ ଇଣ୍ଟରନାସନାଲ ସ୍ପେସ ଷ୍ଟେସନରେ ଫସି ରହିଛନ୍ତି ଦୁଇ ମହାକାଶଚାରୀ । ସେମାନଙ୍କୁ ଉଦ୍ଧାର କରିବାକୁ ସ୍ପେସ ଏକ୍ସ ପକ୍ଷରୁ ଆରମ୍ଭ ହୋଇଛି ରେସକ୍ଯୁ ଅପରେସନ । ସ୍ପେସ ଏକ୍ସର ଦୁଇ ଚାଳକ ଦଳକୁ ନେଇ ଟିମ ଇଣ୍ଟରନାସନାଲ ସ୍ପେଶ ଷ୍ଟେସନ ଯିବ । ଏମାନଙ୍କ ମଧ୍ୟରେ ଜଣେ ଆମେରିକୀୟ ମହାକାଶଚାରୀ ଥିବାବେଳେ ଅନ୍ୟ ଜଣେ ରୁଷିଆର ମହାକାଶଚାରୀ ।

ଗତ ଜୁନ ୬ ତାରିଖରେ ଇଣ୍ଟରନାସନାଲ ସ୍ପେସ ଷ୍ଟେସନକୁ ଯାଇଥିଲେ ମହାକାଶଚାରୀ ସୁନୀତା ୱିଲିୟମସ ଓ ବେରି ୱିଲମୋର । ସେହିଦିନଠାରୁ ଦୁଇ ବୈଜ୍ଞାନିକ ସେଠାରେ ଫସି ରହିଛନ୍ତି । ନାସାର ବ୍ୟବସାୟିକ ଉଡ଼ାଣ ହିସାବରେ କ୍ରୁ ନାଇନ ମିଶନ ସ୍ପେସ ଏକ୍ସର ନବମ ଉଡ଼ାଣ । ଫ୍ଲୋରିଡାର କେପ କେନାବେରେଲ ସ୍ପେସ କୋର୍ସ ଷ୍ଟେସନରୁ ଏହି ମହାକାଶ ଯାନ ଭାରତୀୟ ସମୟ ଅନୁସାରେ ଗତକାଲି ରାତି ୧୦ଟା ୪୭ ମିନିଟରେ ଉଡ଼ାଣ ଭରିବାର କାର୍ଯ୍ୟକ୍ରମ ରହିଥିଲା । ସବୁ ଠିକଠାକ ଚାଲିବେ ଆସନ୍ତା ୩୦ ତାରିଖରେ ସୋମବାର ଭାରତୀୟ ସମୟ ଭୋର ୩ଟା ସମୟରେ ଏହି ଯାନ ଇଣ୍ଟରନାସନାଲ ସ୍ପେଶ ଷ୍ଟେସନରେ ଓହ୍ଲାଇବ । ଏହି ଯାନରେ ଦୁଇଟି ସିଟ୍ ଫାଙ୍କା ରଖାଯାଇଛି । ସେଠାରୁ ଫସି ରହିଥିବା ଦୁଇ ବୈଜ୍ଞାନିକକୁ ଏହି ଟିମ ଉଦ୍ଧାର କରିବ ।