spot_img
Home Blog Page 1477

୨୦୨୦ କୋଭିଡ କାଳରେ ଶୀତଳ ହୋଇଥିଲା ଜହ୍ନ

ନନ୍ଦିଘୋଷ ବ୍ୟୁରୋ: କୋଭିଡରେ ଆହୁରି କାଲୁଆ ହେଲା ଚନ୍ଦ୍ର । କଥାଟି ଅଡ଼ୁଆ ଲାଗୁଥିଲେ ବି ସତ । ୨୦୨୦ କୋଭିଡ କାଳରେ ସାରା ବିଶ୍ବରେ ଲକ୍ଡାଉନ୍-ସଟ୍ଡାଉନ୍ । ଗାଡ଼ିମଟର, କଳକାରଖାନା ଠପ୍ । ଏହାର ସିଧାସଳଖ ପ୍ରଭାବ ପଡ଼ିଲା ଚନ୍ଦ୍ର ପୃଷ୍ଠରେ । ଚନ୍ଦ୍ରପୃଷ୍ଠ ୮ରୁ ୧୦ କେଲ୍ଭିନ୍ ଥଣ୍ଡା ହୋଇଗଲା । ଏପରି ରୋଚକ ତଥ୍ୟ ପ୍ରକାଶ କରିଛନ୍ତି ଫିଜିକାଲ ରିସର୍ଚ୍ଚ ଲାବୋରେଟରୀର ଦୁଇଜଣ ଭାରତୀୟ ବୈଜ୍ଞାନିକ କେ.ଦୁର୍ଗା ପ୍ରସାଦ ଓ ଜି. ଆମ୍ବିଲି । ନାସା ପଠାଇଥିବା ଲୁନାର ରିକନାଇସାନ୍ସ୍ ଅରବିଟର ତଥ୍ୟକୁ ବିଶ୍ଲେଷଣ କରି ଭାରତୀୟ ବୈଜ୍ଞାନିକ ଏହି ସିଦ୍ଧାନ୍ତରେ ପହଞ୍ଚିଛନ୍ତି । ସେହିବର୍ଷ ଚନ୍ଦ୍ର ପୃଷ୍ଠ ସବୁଠୁ ଥଣ୍ଡା ପଡିଥିଲା । ବୈଜ୍ଞାନିକମାନେ ଚନ୍ଦ୍ରପୃଷ୍ଠର ତାପମାତ୍ରା କୋଭିଡର ପୂର୍ବ ୩ ବର୍ଷ ମାନେ ୨୦୧୭ ଓ କୋଭିଡ ପରବର୍ତ୍ତୀ ୩ ବର୍ଷ ଅର୍ଥାତ୍ ୨୦୨୩ ମସିହା ପର୍ଯ୍ୟନ୍ତ ମାପିବା ପରେ ଏହି ତଥ୍ୟ ପାଇଛନ୍ତି । ମହାକାଶ ବିଜ୍ଞାନୀଙ୍କ କହିବା କଥା ଚନ୍ଦ୍ରର ନିଜସ୍ବ ବାୟୁମଣ୍ଡଳ ନାହିଁ । ପୃଥିବୀଠାରୁ ଚନ୍ଦ୍ର ଉପଗ୍ରହର ଦୂରତା ମାତ୍ର ୪ ଲକ୍ଷ କିଲୋମିଟର । ଅତି ନିକଟରେ ଥିବାରୁ ପୃଥିବୀ ଅନ୍ତରୀକ୍ଷକୁ ଛାଡ଼ୁଥିବା ଉତ୍ତାପ ବିକିରଣ ଯୋଗୁ ଚନ୍ଦ୍ର ଗରମ ଓ ଥଣ୍ଡା ହୁଏ । ୨୦୨୦ ଏପ୍ରିଲ ଓ ମେ’ରେ ବିଶ୍ବସାରା ଲକ୍ଡାଉନ୍ ଯୋଗୁ ପୃଥିବୀରୁ ଉତ୍ତାପ ବିକିରଣ ହ୍ରାସ ପାଇବାରୁ ଚନ୍ଦ୍ରପୃଷ୍ଠରେ ଏପରି ପରିବର୍ତ୍ତନ ଦେଖାଦେଇଥିଲା ।

ସେପଟେ ସେପ୍ଟେମ୍ବର ୨୯ ତାରିଖରୁ ନଭେମ୍ବର ୨୫ ତାରିଖ ପର୍ଯ୍ୟନ୍ତ ପୃଥିବୀକୁ ପରିକ୍ରମା କରୁଛି ଆଉ ଗୋଟିଏ ଚନ୍ଦ୍ର । ଯାହାକୁ ମିନି ମୁନ୍ ବୋଲି ବୈଜ୍ଞାନିକ କହୁଛନ୍ତି । ଏହା ଖାଲି ଆଖିରେ ଦେଖାଯାଉନି । କାରଣ ଏହା ଚନ୍ଦ୍ରଠାରୁ ୩ ଲକ୍ଷ ଗୁଣ ଛୋଟ । ଏହା ବାସ୍ତବରେ ଗୋଟିଏ ଗ୍ରହାଣୁ ବା ଆଷ୍ଟ୍ରଏଡ୍ । ଯାହାର ନାମ ଦିଆଯାଇଛି ୨୦୨୪ PT 5 । ୩୭ ଫୁଟ ବ୍ୟାସ ଦୈର୍ଘ୍ୟ ବିଶିଷ୍ଟ ଏହି ଆଷ୍ଟ୍ରଏଡ୍ ପୃଥିବୀର ମାଧ୍ୟକର୍ଷଣ ଶକ୍ତିରେ ଆକର୍ଷିତ ହୋଇ ପୃଥିବୀ ଆଡ଼କୁ ଆସିବା ସିନା ପୂରା ପରିକ୍ରମା କରିପାରିବ ନାହିଁ । ୨ ମାସ ପରିକ୍ରମା କରି ଏହା ସୂର୍ଯ୍ୟଙ୍କ ଆଡ଼କୁ ଫେରିଯିବ । ସୌରମଣ୍ଡଳର ମଙ୍ଗଳ ଓ ବୃହସ୍ପତି ଗ୍ରହଙ୍କ କକ୍ଷରେ ପ୍ରାୟ ୧୧ ଲକ୍ଷ ଗ୍ରହାଣୁ ଅଛନ୍ତି । ସେମାନଙ୍କ ଭିତରୁ ୩୦ ହଜାର ଗ୍ରହାଣୁ ପୃଥିବୀର ନିକଟବର୍ତ୍ତୀ ହୋଇ ଘୁରିବୁଲୁଛନ୍ତି । ଯେତେବେଳେ ପୃଥିବୀର ମାଧ୍ୟାକର୍ଷଣ ବଳୟ ଭିତରକୁ ଗ୍ରହାଣୁଟି ଚାଲିଆସେ ସେତେବେଳେ ପୃଥିବୀ ତାକୁ ଟାଣି ଆଣିଥାଏ । ସେହିଦୃଷ୍ଟିରୁ ଚନ୍ଦ୍ର ଭଳି ଦେଖାଯାଉଥିବା ଏହି ମିନି ମୁନ୍ ଗୋଟିଏ ପ୍ରାକୃତିକ ଉପଗ୍ରହ । ନାସାର ଆଟାଲାସ୍ ଗବେଷଣାରୁ ଏହି ଗ୍ରହାଣୁର ଅନୁସନ୍ଧାନ ମିଳିଛି ।

ଚନ୍ଦ୍ରର ନିଜସ୍ବ ବାୟୁମଣ୍ଡଳ ନାହିଁ । ଏବେ ପ୍ରଶ୍ନ ଉଠୁଛି ଚନ୍ଦ୍ରରେ ଜୀବନ ବଞ୍ଚିବ କେମିତି ? ଗୋଟିଏ କ୍ୟାପସୁଲ୍ ଭିତରେ ଅକ୍ସିଜେନ୍ ଭରି ରଖିଲେ ମଣିଷ ବଞ୍ଚିବା ସମ୍ଭବ ହେବ । ଏବେ ଚନ୍ଦ୍ରପୃଷ୍ଠର ଉତ୍ତାପକୁ ଭାରତୀୟ ବୈଜ୍ଞାନିକଙ୍କ ଏପରି ଅନୁଶୀଳନ ଉପଗ୍ରହ ଉପରେ ଅଧିକ ଗବେଷଣା କରିବାକୁ ନୂଆ ଦିଗ ଦେଖାଇଛି ।

ଆଗୁଆ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ବାରସ୍ଥ ୫ ନିଲମ୍ବିତ ପୋଲିସ ଅଧିକାରୀ

ଭୁବନେଶ୍ବର: ଭରତପୁର ଥାନା ବିବାଦ ମାମଲା। ଆଗୁଆ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ୫ ଜଣ ନିଲମ୍ବିତ ପୋଲିସ ଅଧିକାରୀ । ଆଇଆଇସି ଦୀନକୃଷ୍ଣ ମିଶ୍ର, ଏସଆଇ ବୈଶାଲିନୀ ପଣ୍ଡା, ଏଏସଆଇ ସଲିଲାମୟୀ ସାହୁ, ସାଗରିକା ରଥ ଓ କନଷ୍ଟେବଳ ବଳରାମ ହାଁସଦା ଆଗୁଆ ଜାମିନ ପାଇଁ ହାଇକୋର୍ଟରେ ଆବେଦନ କରିଛନ୍ତି। ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କ ସହ ପୋଲିସ ବିବାଦ ପରେ କ୍ରାଇମବ୍ରାଞ୍ଚ ୫ ଜଣ ପୋଲିସଙ୍କ ବିରୋଧରେ ରୁଜୁ କରିଥିଲା ମାମଲା।

ଦେଶବ୍ଯାପୀ ଚହଳ ସୃଷ୍ଟି କରିଥିଲା ଭରତପୁର ଥାନା ନିର୍ଯାତନା ଘଟଣା। ରାଜ୍ଯ ସରକାରଙ୍କ ଆଇନଶୃଙ୍ଖଳା ବ୍ଯବସ୍ଥା ଉପରେ ସୃଷ୍ଟି ହୋଇଥିଲା ପ୍ରଶ୍ନବାଚୀ। ଦେଶ ଓ ବିଦେଶରେ ବି ଚର୍ଚ୍ଚା ସୃଷ୍ଟି କରିଥିଲା ଘଟଣା। ପୋଲିସର ଥାର୍ଡ ଡିଗ୍ରୀ ନେଇ ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ସରକାର। ବିଚାର ବିଭାଗୀୟ ତଦନ୍ତ ଲାଗି ଦାବି କରିଥିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ।

ବାଇକ ସହ ଜଳିଗଲେ ଚାଳକ, ଦୁଇ ଗୁରୁତର ହସ୍ପିଟାଲରେ ଭର୍ତ୍ତି

ସୁନ୍ଦରଗଡ଼: ଵାଙ୍କି କୁଡପାଣି ନିକଟରେ ଦୁର୍ଘଟଣାରେ ଦୁଇଟି ଵାଇକ ଜଳି ଯିବାରୁ ଜଣେ ବାଇକ ଚାଳକ ଜୀଵନ୍ତ ଦଗ୍ଧ । ଅନ୍ୟ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣକ ଶରୀରର ୬୦ ଶତକଡାରୁ ଅଧିକ ଜଳି ଯାଇଥିବା ଅଭିଯୋଗ ହୋଇଛି । ଜଣେ ଗୁରୁତର ଆହତଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଅନ୍ୟ ଜଣେ ଗୁରୁତର ଆହତଙ୍କୁ ଜୟ ପ୍ରକାଶ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଗୁରୁତର ଆହତ ଵ୍ୟକ୍ତି ଝାଡ଼ଖଣ୍ଡ ସିମଡେଗା ଅଞ୍ଚଳର ଅଶୋକ ଅଗ୍ରୱାଲ ବୋଲି ଚିହ୍ନଟ କରାଯାଇଛି । ଅର୍ଦ୍ଧ ଦଗ୍ଧ ହୋଇଥିବା ଯୁଵକ କେରିଆଵାହାଲ ଅଞ୍ଚଳର ଵିଲେନ ବୋଦ୍ରା ବୋଲି ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି । ଦୁଇ ଵାଇକ ମଧ୍ୟରେ ଦୁର୍ଘଟଣା ହେଵା ପରେ ନିଆଁ ଲାଗି ଦୁଇଟି ଵାଇକ ଜଳି ଯାଇଥିବା ଅଭିଯୋଗ ହୋଇଛି। ପୋଲିସ ଓ ଅଗ୍ନିଶମ ଵାହିନୀ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ୍ତ କରିଥିଲେ । ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି ଵିରମିତ୍ରପୁର ଥାନା ପୋଲିସ ।

ମହାରାଷ୍ଟ୍ର ନିର୍ବାଚନ ପୂର୍ବରୁ ସିନ୍ଦେ ସରକାରର ବଡ ନିଷ୍ପତ୍ତି

ମୁମ୍ବାଇ: ମହାରାଷ୍ଟ୍ର ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନେତୃତ୍ବରେ ସରକାର ବଡ ନିଷ୍ପତ୍ତି ନେଇଛନ୍ତି  । ରାଜ୍ୟ ସରକାର ଗାଈକୁ ରାଜ୍ୟମାତା ଭାବେ ଘୋଷଣା କରାଯାଇଛି  । ମହାରାଷ୍ଟ୍ରର କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି  ।

ବୈଦିକ କାଳରୁ ଭାରତୀୟ ସଂସ୍କୃତିରେ ଗାଈର ସ୍ଥିତି, ଭୋଜନରେ ଦୁଗ୍ଧର ଉପଯୋଗିତା, ଆୟୁର୍ବେଦ ଚିକିତ୍ସା, ପଞ୍ଚଗବ୍ୟ ଉପଚାର ପଦ୍ଧତି ତଥା ଜୈବିକ କୃଷି ପ୍ରଣାଳୀରେ ଗାଈ ଗୋବର ଓ ଗୋମୁତ୍ରର ମହତ୍ତପୂର୍ଣ୍ଣ ସ୍ଥାନକୁ ଧ୍ୟାନରେ ରଖି ରାଜ୍ୟମାତା ଗୋମାତା ଘୋଷଣା ପାଇଁ ମଞ୍ଜୁରୀ ଦିଆଯାଇଛି  ।

 

ଆସନ୍ତା ସେପ୍ଟେମ୍ବର ୨୮ରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପ୍ରସ୍ତୁତି ସମୀକ୍ଷା ପାଇଁ ମହାରାଷ୍ଟ୍ର ଦୁଇ ଦିବସୀୟ ଗସ୍ତରେ ପହଞ୍ଚିଥିଲେ ନିର୍ବାଚନ ଆୟୋଗ । ଆସନ୍ତା ନଭେମ୍ବର ୨୬ ପୂର୍ବରୁ ମହାରାଷ୍ଟ୍ରରେ ନିର୍ବାଚନ ହେବା ନେଇ ସମ୍ଭାବନା ରହିଛି  ।

ଗହଣା ବ୍ୟବସାୟୀଙ୍କୁ ନକଲି ଟଙ୍କା ଦେଇ ନେଇଗଲେ ୨ କିଲୋଗ୍ରାମରୁ ଅଧିକ ସୁନା

ଅହମଦାବାଦ: ଗହଣା ବ୍ୟବସାୟୀଙ୍କୁ ଠକିଦେଲେ ଚୋର  । ଜାଲ ସାଢେ ଏକ କୋଟି ଟଙ୍କା ଦେଇ ୨ କିଲୋଗ୍ରାମରୁ ଅଧିକ ସୁନା ସେମାନେ ଠକି ନେଇଛନ୍ତି  । ପୋଲିସ ସୂଚନା ଅନୁସାରେ ଗହଣା ବ୍ୟବସାୟୀ ମେହୁଲ ଠକ୍କରଙ୍କ ପାଖକୁ ସେପ୍ଟେମ୍ବର ୨୩ରେ ପିଚିତ ଲକ୍ଷ୍ମୀ ଜୁଏଲର୍ସଙ୍କ ମ୍ୟାନେଜରଙ୍କ ଏକ ଫୋନ କଲ ଆସିଥିଲା  । ୨ କିଲୋ ୧୦୦ ଗ୍ରାମ ସୁନା କିଣିବା ପାଇଁ ଦୋକାନୀଙ୍କ ସହ ସେ ମୂଲଚାଲ କରିଥିଲା  । ଗତ ୧୫ ବର୍ଷରୁ ଅଧିକ ସମୟ ଧରି ମେହୁଲ ଲକ୍ଷ୍ମୀ ଜୁଏଲର୍ସ ସହ ବ୍ୟବସାୟ କରି ଆସୁଛନ୍ତି  । ଏହି ଭରସାରେ ବ୍ୟବସାୟୀ ୧ କୋଟି ୬୦ ଲକ୍ଷ ଟଙ୍କାରେ ସୁନା ବିକିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ  ।

ଏହାର ଠିକ୍‌ ପରଦିନ ଲକ୍ଷ୍ମୀ ଜୁଏଲର୍ସର ମ୍ୟାନେଜର ମେହୁଲଙ୍କୁ ଫୋନ କରି କହିଥିଲେ ଯେ ଜଣେ ପାର୍ଟିକୁ ଅତିଶୀଘ୍ର ସୁନା ଦରକାର  । ତାଙ୍କ RTGS କାମ କରୁନାହିଁ  । ଏଥିପାଇଁ ସେ ସୁନାର ସିକ୍ୟୁରିଟି ଆମାଉଣ୍ଟ ଦେଇ ପରଦିନ RTGS ଟଙ୍କା ପଠାଇ ଦେବେ  ।

ବ୍ୟବସାୟୀ ମେହୁଲ ଖୁବଶୀଘ୍ର ନିଜ ଷ୍ଟାଫଙ୍କୁ ୨ କିଲୋ ୧୦୦ ଗ୍ରାମ ସୁନା ଦେଇ ସିଜି ରୋଡ ପଠାଇତିଲେ  । ଘଟଣାସ୍ଥଳରେ ତିନି ଜଣ ଥିଲେ  । ଏମାନଙ୍କ ମଧ୍ୟରୁ ଜଣଙ୍କ ପାଖରେ ନଗଦ ଟଙ୍କା ଗଣା ମେସିନ ଥିଲା  । ସୁନା କିଣୁଥିବା ଦୁଇ ଜଣ ବ୍ୟକ୍ତି ୧.୩୦ କୋଟି ଟଙ୍କା ସିକ୍ୟୁରିଟି ଟଙ୍କା ଡିପୋଜିଟ ଭାବେ ରଖି ସୁନା ମାଗିଥିଲେ  । ଆଉ ୩୦ ଲକ୍ଷ ଅନ୍ୟ ଏକ ଅଫିସରୁ ଦେବା ପାଇଁ କହିଥିଲେ ୩ ଠକ  ।

ମେହୁଲଙ୍କ ଷ୍ଟାଫ ସୁନା ଦେବା ପରେ ଯେତେବେଳେ ଟଙ୍କା ଦେଖିଥିଲେ ତାହା ନକଲି ଥିଲା  । ଆଶ୍ଚର୍ଯ୍ୟର କଥା ଯେ ଏହି ନୋଟ୍‌ରେ ମହାତ୍ମା ଗାନ୍ଧୀଙ୍କ ବଦଳରେ ଅଭିନେତା ଅନୁପମ ଖେରଙ୍କ ଫଟୋ ଥିଲା  । ଏହି ନକଲି ଟଙ୍କା ଉପରେ RBI ବଦଳରେ ରିସୋଲ ବ୍ୟାଙ୍କ ଅଫ ଇଣ୍ଡିଆ ଲେଖା ହୋଇଥିଲା  । ସୂଚନା ମିଳିବା ପରେ ମେହୁଲ ସଙ୍ଗେସଙ୍ଗେ ଲକ୍ଷ୍ମୀ ଜୁଏଲର୍ସର ମ୍ୟାନେଜର ଭାବେ ଫୋନ ଆସିଥିବା ବ୍ୟକ୍ତିଙ୍କୁ କଲ୍‌ କରିବା ପରେ ତାଙ୍କ ଫୋନ ସୁଇଚ ଅଫ୍‌ ଆସିଥିଲା  ।

ଖ୍ରୀଷ୍ଟିଆନ ବହୁଳ ଲେବାନନ ଅଳ୍ପ କେଇ ବର୍ଷ ମଧ୍ୟରେ କେମିତି ହୋଇଗଲା ମୁସଲିମ ବହୁଳ ?

ନନ୍ଦିଘୋଷ ବ୍ୟୁରୋ: ଇସ୍ରାଏଲର ରକେଟ ମାଡ଼ରେ ଜଳୁଛି ଲେବାନନ । ଧ୍ବଂସସ୍ତୁପରେ ପରିଣତ ହୋଇଛି ଲେବାନନର ଗଳିକନ୍ଦି । ସବୁଠି ବାରୁଦର ବନ୍ଧ । ଯେଉଁଠିକୁ ଚାହିଁବେ ଶବ ଆଉ ଶବ । ମୁସଲମାନ ରାଷ୍ଟ୍ର ଲେବାନନ, ଇସ୍ରାଏଲର ପ୍ରତିଶୋଧ ନିଆଁରେ ଜଳିପୋଡି ପାଉଁଶ ହେଉଛି । ହେଲେ ଜାଣିଛନ୍ତି କି ହିଜବୁଲ୍ଲା ସମେତ ଏକାଧିକ ଆତଙ୍କବାଦୀ ସଂଗଠନଙ୍କ ଗଡ଼ ଲେବାନନ କିଛି ଦଶକ ପୂର୍ବେ ଏକ ଖ୍ରୀଷ୍ଟିଆନ ଦେଶ ଥିଲା । ୬୦ ପ୍ରତିଶତରୁ ଅଧିକ ଖ୍ରୀଷ୍ଟିଆନ ଲୋକ ରହୁଥିବା ଏହି ଦେଶ କେମିତି ଏକ ମୁସଲମାନ ରାଷ୍ଟ୍ରରେ ପରିଣତ ହେଲା ତା’ର ଇତିହାସ ଶୁଣିଲେ ଆପଣଙ୍କ ବି ଶିହରି ଯିବେ । ମଧ୍ୟପ୍ରାଚ୍ୟରେ ସବୁଠାରୁ ବଡ଼ ଲୋମହର୍ଷଣକାରୀ ଓ ରକ୍ତାକ୍ତ ଗୃହଯୁଦ୍ଧ ସାରା ବିଶ୍ବକୁ ଦୋହଲାଇ ଦେଇଥିବା ବେଳେ ଏକ ରାଷ୍ଟ୍ରର ଧର୍ମ ପରିବର୍ତ୍ତନ କରି ଦେଇଥିଲା । ଆଉ ସେ ସମୟରେ ଲାଗିଥିବା ଏହି ଧାର୍ମିକ ନିଆଁ ଆଜି ବି ଜଳୁଛି । ମୁଣ୍ଡ ବି ଗଡୁଛି, ସହର କବରସ୍ଥାନରେ ପରିଣତ ହେଉଛି ।

ତେବେ ଆସନ୍ତୁ ଜାଣିବା ଖ୍ରୀଷ୍ଟିଆନ ବହୁଳ ରାଷ୍ଟ୍ର ଲେବାନନରେ ଏମିତି କ’ଣ ଘଟିଥିଲା ଯେଉଁ କାରଣରୁ ଏହା ମୁସଲମାନ ରାଷ୍ଟ୍ରରେ ପାରିଣତ ହୋଇଗଲା ।

ମାତ୍ର ୫୦ ବର୍ଷ ପୂର୍ବେ ଖ୍ରୀଷ୍ଟିଆନ ବହୁଳ ଦେଶ ଥିବା ଲେବାନନରେ ମାତ୍ର ୩୦ ପ୍ରତିଶତ ଲୋକ ମୁସଲମାନ ଓ ଅନ୍ୟ ଧର୍ମର ଥିଲେ । ହେଲେ ଏବେ ସ୍ଥିତି ସମ୍ପୂର୍ଣ୍ଣ ବଦଳି ଯାଇଛି । ଏହି ଦେଶରେ ୭୦ ପ୍ରତିଶତରୁ ଅଧିକ ଲୋକ ଏବେ ମୁସଲମାନ ସମ୍ପ୍ରଦାୟର । ଗତ ସପ୍ତାହରୁ ଇସ୍ରାଏଲ ଲେବାନନ ଉପରେ ଆକ୍ରମଣ କରି ହିଜବୁଲ୍ଲା ମୁଖ୍ୟ ହସନ ନସରଲ୍ଲାହ ସମେତ ଏକାଧିକ ଲିଡରଙ୍କୁ ହତ୍ୟା କରିଛି । ହିଜାବୁଲ୍ଲ ସେଇ ଆତଙ୍କବାଦୀ ସଙ୍ଗଠନ ଯାହାର ପହଞ୍ଚ ଲେବାନନ ସଂସଦ ଓ ସରକାର ପର୍ଯ୍ୟନ୍ତ ରହିଛି । ତେବେ ଲେବାନନ ଖ୍ରୀଷ୍ଟିଆନ ବହୁଳରୁ ମୁସଲମାନ ବହୁଳ ରାଷ୍ଟ୍ରରେ ପରିଣତ ହେବା ପଛରେ ରହିଛି ଏକାଧିକ କାରଣ । ଏଠି ଏମିତି କିଛି କାରଣ ସମ୍ପର୍କରେ ଜାଣିବା ଯାହା ଗୋଟିଏ ଦେଶର ଧର୍ମ ପରିବର୍ତ୍ତନ କରିଦେଲା ।

ଧର୍ମ ଆଧାରରେ ରାଜନୈତିକ ବ୍ୟବସ୍ଥା

ଲେବାନନ ରାଜନୀତି ସବୁବେଳେ ଧର୍ମକୁ ଆଧାର କରି ରହି ଆସିଛି । ଦେଶର ମୁଖ୍ୟପଦରେ ୬୦ ପ୍ରତିଶତ ଲୋକ ଇସାଇ ଧର୍ମର ରହୁଥିଲେ । ଯାହା ମୁସଲମାନଙ୍କ ଅସନ୍ତୋଷର କାରଣ ଥିଲା । ଦେଶର ମୁସଲିମ ଲୋକ ସମାନ ଅଧିକାର ଚାହୁଁଥିଲେ । ଯାହାକୁ ନେଇ ଏକାଧିକ ଥର ସାମ୍ପଦାୟିକ ହିଂସା ବି ଦେଖିବାକୁ ମିଳୁଥିଲା । ଏମିତି ସ୍ଥିତିରେ ମୁସଲମାନ ବହୁଳ ଅଞ୍ଚଳରେ ରହୁଥିବା ଖ୍ରୀଷ୍ଟିଆନ ଲୋକେ ଧର୍ମ ପରିବର୍ତ୍ତନ କରି ଦେଇଥିଲେ । ୟୁନିର୍ଭସିଟି ଅଫ୍ ଆକ୍ସଫୋର୍ଡ ଅନଲାଇନ୍ ରିପୋର୍ଟ ଅନୁସାରେ ଥରେ ଧର୍ମ ପରିବର୍ତ୍ତନ କରିବା ପରେ ପୁଣି ମୂଳ ଧର୍ମକୁ ଫେରିବା ସହଜ ନଥିଲା । ଏମିତି କରୁଥିବା ଲୋକଙ୍କୁ ବ୍ଲାସ ଫେମି ଅପରାଧରେ କଠୋର ଦଣ୍ଡ ଦିଆଯାଉଥିଲା । ଧର୍ମ ପରିବର୍ତ୍ତନ ଇସ୍ୟୁକୁ ନେଇ ଦୁଇ ସମ୍ପ୍ରଦାୟର ଲୋକଙ୍କ ମଧ୍ୟରେ ମତାନ୍ତର ବହୁତ ବଢ଼ିଯାଇଥିଲା ।

ବିଂଶ ଶତାବ୍ଦୀ ଆରମ୍ଭରୁ ଏଠାରେ ଧାର୍ମିକ ସମୀକରଣ ବଦଳିବା ଆରମ୍ଭ କରିଥିଲା । ବହୁତ ଘଟଣା ଏଥିପାଇଁ ଦାୟୀ ଥିଲା । ଆଉ ସବୁଠାରୁ ବଡ଼ ଘଟଣା ଥିଲା ଲେବାନନ ଗୃହଯୁଦ୍ଧ । ଯାହାକୁ ମଧ୍ୟ ପ୍ରାଚ୍ୟର ସବୁଠାରୁ ବଡ଼ ରକ୍ତାକ୍ତ ସଂଘର୍ଷ କୁହାଯାଏ । ଆଉ ଏହି ସଂଘର୍ଷରେ ମୁହାଁମୁହିଁ ହୋଇଥିଲେ ଦୁଇ ସମ୍ପ୍ରଦାୟ ଖ୍ରୀଷ୍ଟିଆନ ଓ ମୁସଲମାନ । ୭୦ରୁ ୯୦ ଦଶକ ପର୍ଯ୍ୟନ୍ତ ଚାଲିଥିବା ଏହି ଖୁନୀ ସଂଘର୍ଷରେ ଧର୍ମ ସହ ଜଡିତ ରାଜନୈତିକ ଦଳ ବି ସାମିଲ ହୋଇଥିଲେ ।

ଗୃହଯୁଦ୍ଧରେ ପାଲେଷ୍ଟାଇନ ଶରଣାର୍ଥୀ

ଲେବାନନ ଯେତେବେଳେ ଗୃହଯୁଦ୍ଧର ନିଆଁରେ ଜଳୁଥିଲା, ସେ ସମୟରେ ଦେଶରେ ବହୁ ସଂଖ୍ୟାରେ ପାଲେଷ୍ଟାଇନ ଶରଣାର୍ଥୀ ରହୁଥିଲେ । ସେମାନେ ଇସାଇଙ୍କୁ ବିରୋଧ କରି ମୁସଲମାନଙ୍କ ସହ ଛିଡ଼ା ହୋଇଥିଲେ । ଆଉ ଲେବାନନ ଗୃହଯୁଦ୍ଧର ଅନ୍ୟତମ ମୁଖ୍ୟ କାରଣ ଏହି ଶରଣାର୍ଥୀ ହିଁ ଥିଲେ । ସ୍ବତନ୍ତ୍ର ପାଲେଷ୍ଟାଇନ ଦାବିରେ ଏମାନେ ଇସ୍ରାଏଲକୁ ଉସକାଉଥିଲେ । ଏହାକୁ ନେଇ ଇସ୍ରାଏଲ ସେନା ଏକାଧିକ ଥର ଲେବାନନ ଉପରେ ଆକ୍ରମଣ କରିଥିଲା । ଆଉ ଏହାର ପ୍ରଭାବ ଲେବାନନର ଖ୍ରୀଷ୍ଟିଆନଙ୍କ ଉପରେ ବି ପଡୁଥିଲା । ଯାହା ଖ୍ରୀଷ୍ଟିଆନଙ୍କ ବିଭିନ୍ନ ସମୁଦାୟ ମଧ୍ୟରେ ଦୂରତା ବଢ଼ାଇ ଦେଇଥିଲା ।

ଗୃହଯୁଦ୍ଧରେ ପଡୋଶୀ ଦେଶଙ୍କ ଏଣ୍ଟ୍ରି

ଲେବାନନରେ ଗୃହଯୁଦ୍ଧ ଚାଲିଥିବା ବେଳେ  ଏଥିରେ ପଡୋଶୀ ଦେଶ ବି ସାମିଲ ହୋଇଥିଲେ । ଯେମିତିକି ସିରିଆ ଓ ଇରାକ ମୁସଲାମ ସଙ୍ଗଠନ ସହ ଥିବା ବେଳେ ଇସ୍ରାଏଲ ଖ୍ରୀଷ୍ଟିଆନଙ୍କ ସମର୍ଥନରେ ଛିଡ଼ା ହୋଇଥିଲା । ଏହି ସମୟରେ ହିଜବୁଲ୍ଲା, ଅଲ-ଅମଲ ଓ ମୁସଲିମ ସୋସିଆଲିଷ୍ଟ ପାର୍ଟି ପରି ଚରମପନ୍ଥି ସଙ୍ଗଠନ ମୁଣ୍ଡ ଟେକିଥିଲା । ପ୍ରାୟ ଦେଢ଼ ଦଶକ ପର୍ଯ୍ୟନ୍ତ ଚାଲିଥିବା ଏହି ଯୁଦ୍ଧ ତାଏଫ ଏଗ୍ରୀମେଣ୍ଟ ସହ ବନ୍ଦ ହୋଇଥିଲା ।

ରାଜନୈତିକ ଭାଗବଣ୍ଟା

ନବେ ଦଶକ ଆରମ୍ଭରେ ଦେଶର ଏକାଧିକ ଧାର୍ମିକ ଓ ରାଜନୈତିକ ସଙ୍ଗଠନ ମଧ୍ୟରେ ଏହି ବୁଝାମଣା ହୋଇଥିଲା । ଆଉ ଏହି ଆଧାରରେ ଦେଶ ଶାସନରେ ଦୁଇ ସମ୍ପ୍ରଦାୟଙ୍କୁ ସମାନ ଅଧିକାର ମିଳିଥିଲା । ରାଷ୍ଟ୍ରପତି ପଦ ଖ୍ରୀଷ୍ଟିଆନ ଓ ପ୍ରଧାନମନ୍ତ୍ରୀ ପଦ ସୁନ୍ନି ମୁସଲମାନଙ୍କ ପାଇଁ ସଂରକ୍ଷିତ ହୋଇଥିଲା । ଏପରିକି ପାର୍ଲିଆମେଣ୍ଟରେ ଆସାନର ଭାଗବଣ୍ଟା ମଧ୍ୟ ଧର୍ମ ଆଧାରରେ ହୋଇଥିଲା ।

ଧାର୍ମିକ ଜନସଂଖ୍ୟାରେ ପରିବର୍ତ୍ତନ

ଗୃହଯୁଦ୍ଧ ପରେ ଲେବାନନରେ ଧାର୍ମିକ ସମୀକରଣ ବଦଳି ଯାଇଥିଲା । ଗୃହଯୁଦ୍ଧ ସମୟରେ ବହୁତ ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଲୋକ ଲେବାନନ ଛାଡି ପଶ୍ଚିମ ଦେଶକୁ ଚାଲିଯାଇଥିଲା । ଆଉ ଏହି ପ୍ରକ୍ରିୟା ଗୃହଯୁଦ୍ଧ ପରେ ବି ଜାରି ରହିଥିଲା । ଗୃହଯୁଦ୍ଧ ପରେ ପାଲେଷ୍ଟାଇନ ଓ ଜୋଡାନର ଶରଣାର୍ଥୀ ମଧ୍ୟ ଆସି ଲେବାନନରେ ରହିବାକୁ ଲାଗିଲେ । ଦେଶର ରାଜନୈତିକ ବ୍ୟବସ୍ଥା ଏଠିକାର ଶରଣାର୍ଥୀଙ୍କୁ ସୁହାଉଥିଲା । ଯେଉଁ କାରଣରୁ ଦେଶର ଧାର୍ମିକ ସ୍ଥିତି ଦ୍ରୁତଗତିରେ ବଦଳି ଥିଲା । ଆଉ ରାଜନୈତିକ ଶକ୍ତି ମୁସଲମାନ ନେତାଙ୍କ ହାତକୁ ଚାଲିଯାଇଥିଲା ।

କେବଳ ଲେବାନନ ନୁହେଁ ଦିନ ଥିଲା ପୂରା ମଧ୍ୟପ୍ରାଚ୍ୟରେ ଖ୍ରୀଷ୍ଟିଆନଙ୍କ ସଂଖ୍ୟା ବହୁତ ଅଧିକ ଥିଲା । ଜେରୁଜେଲମ ଓ ମିଡିଲ ଇଷ୍ଟ ଚର୍ଚ୍ଚ ଆସୋସିଏସନ ଅନୁସାରେ ଚତୁର୍ଥ ଶତାବ୍ଦୀ ଆରମ୍ଭରୁ ଏହି ଧର୍ମ ଜେରୁଜେଲମରୁ ସିରିଆ, ଜୋଡାନ, ଇଜିପ୍ଟ ଓ ବାକି ଅଞ୍ଚଳକୁ ଯାଇଥିଲା । ହେଲେ ବଡ଼ ବଡ଼ ଧାର୍ମିକ ଅଧିକାରୀଙ୍କ ମଧ୍ୟରେ ବିବାଦ କାରଣରୁ ଚର୍ଚ୍ଚର ବି ଭାଗବଣ୍ଟା ଆରମ୍ଭ ହୋଇଥିଲା । ଏହାସହ ଧାର୍ମିକ ଷ୍ଟ୍ରକଚର ବି ବଦଳିବାରେ ଲାଗିଥିଲା । ୭ମ ଶତାବ୍ଦୀରେ ମଧ୍ୟପ୍ରାଚ୍ୟକୁ ମୁସଲମାନ ବ୍ୟବସାୟୀଙ୍କ ଆଗମନ ପରେ ବିଭାଜନ ଅଧିକ ବଢ଼ିବାରେ ଲାଗିଥିଲା ।

ବିପର୍ଯ୍ୟସ୍ତ ରାସ୍ତା ଯୋଗୁ ଆସିପାରିଲାନି ଆମ୍ବୁଲାନ୍ସ , ଭାରରେ ବୁହା ହେଲେ ରୋଗୀ

ମାଲକାନଗିରି : ବିପର୍ଯ୍ୟସ୍ତ ରାସ୍ତା ଯୋଗୁ ଆସିପାରିଲାନି ଆମ୍ବୁଲାନ୍ସ । ଭାରରେ ବୁହାହେଲେ ରୋଗୀ। ଅଭାବନୀୟ ଘଟଣାଟି ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ନୂଆଗୁଡା ପଂଚାୟତର ରଥଗୁଡା ଗାଁରେ। ନୂଆଗୁଡା ପଞ୍ଚାୟତ ଅଧିନ ଆରଏସସି-୧୦କୁ ପାହାଡ଼ କାଟି ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ରାସ୍ତା ନିର୍ମାଣ ହୋଇଛି। ହେଲେ ଏ ପର୍ଯ୍ୟନ୍ତ କରାଯାଇନି ସେତୁ ନିର୍ମାଣ କାର୍ଯ୍ୟ। ଫଳରେ ଝରଣା ଦେଇ ଲୋକେ ଯିବା ଆସିବା କରୁଛନ୍ତି। ରାସ୍ତାର କାମ ସମ୍ପୂର୍ଣ୍ଣ ହୋଇନଥିବାରୁ ଗାଁ ଭିତରକୁ କୌଣସି ପ୍ରକାର ୪ ଚକିଆ ଗାଡି ଯିବାଆସିବ କରିପାରୁନି। ଯଦି କୌଣସି ଗ୍ରାମବାସୀଙ୍କ ଦେହ ଖରାପ ହୁଏ ତେବେ ବାଧ୍ୟ ହୋଇ ଷ୍ଟ୍ରେଚର କିମ୍ବା ଭାରରେ ରୋଗୀଙ୍କୁ ବୁହା ହୋଇ ମେଡିକାଲ ପର୍ଯ୍ୟନ୍ତ ନେବାକୁ ପଡେ। ରଥଗୁଡା ଗ୍ରାମର ଜଣେ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟବସ୍ଥା ଭୀଷଣ ଖରାପ ହୋଇଥିଲା। ଫଳରେ ତାଙ୍କୁ ମେଡିକାଲ ନେବା ବାଟରେ ଏପରି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ତେବେ ତୁରନ୍ତ ଗ୍ରାମବାସୀ ଏଠାରେ ସେତୁ ନିର୍ମାଣ କରିବାକୁ ଦାବି କରିଛନ୍ତି।

ISSରେ ପହଞ୍ଚିଲା କୃ-୯ ମିଶନ ସ୍ପେସକ୍ରାଫଟ୍ ଡ୍ରାଗନ୍, ଫେରିବେ ସୁନୀତା ଓ ୱିଲମୋର

ନୂଆଦିଲ୍ଲୀ : ଇଣ୍ଟରନ୍ୟାସନାଲ ସ୍ପେସ୍ ଷ୍ଟେସନରେ ପହଞ୍ଚିଛି ମହାକାଶଚାରୀ ସୁନୀତା ୱିଲିୟମସଙ୍କୁ ଆଣିବାକୁ ଯାଇଥିବା ସ୍ପେସ୍ ଏକ୍ସର ମହାକାଶଯାନ ।
ଫାଲକନ୍ ୯ ରକେଟ ଜରିଆରେ ଫ୍ଲୋରିଡାରୁ ମହାକାଶକୁ ଯାତ୍ରା କରିଥିଲା ଡ୍ରାଗନ ସ୍ପେସକ୍ରାଫଟରେ କୃ-ନାଇନ୍ ମିଶନ୍ । ଯାହାକି ଇଣ୍ଟରନ୍ୟାସନାଲ ସ୍ପେସ୍ ଷ୍ଟେସନରେ ପହଞ୍ଚିଛି। ଏ ସଂପର୍କରେ ନାସା ପକ୍ଷରୁ ସୂଚନା ଦିଆଯାଇଛି।

ସ୍ପେସ୍ ଷ୍ଟେସନରେ ପହଞ୍ଚିବା ପରେ କୃ-ନାଇନରେ  ମହାକାଶଚାରୀ ISS ରେ ପ୍ରବେଶ କରିଛନ୍ତି। ଏମାନେ ଆସନ୍ତା ଫେବୃଆରୀରେ ସେଠାରେ ଥିବା ସୁନୀତା ୱିଲିୟମ୍ସ ଓ ବଚ୍ ୱିଲମୋରଙ୍କୁ ଧରି ପୃଥିବୀ ପୃଷ୍ଠକୁ ଫେରିବେ। ସୁନୀତା ଏବଂ ୱିଲମୋର ଆଇଏସଏସ୍ ରେ ଜୁନ ମାସରୁ ଫସି କରି ରହିଛନ୍ତି। ବୋଇଂର ଷ୍ଟାର୍ ଲାଇନର୍ ସ୍ପେସ୍ କ୍ରାଫଟ ରେ ସମସ୍ୟା ଯୋଗୁଁ ସେମାନେ ଫେରି ପାରୁ ନାହାନ୍ତି। ସେମାନେ ମାତ୍ର ଆଠ ଦିନ ପାଇଁ ISS କୁ ଯାଇଥିଲେ। ଷ୍ଟାର୍ ଲାଇନର୍ ରେ ସମସ୍ୟା ପରେ ବହୁ ପରୀକ୍ଷା ନିରୀକ୍ଷା କରାଯାଇ ତାକୁ ଖାଲିରେ ଫେରାଇ ଅଣାଯାଇଥିଲା ଏବଂ ସେଥିରେ ଯାଇଥିବା ସୁନୀତା ଓ ୱିଲମୋରଙ୍କୁ ଫେରାଇ ଆଣିବାକୁ ଆଉ ଏକ ସ୍ପେସ୍ କ୍ରାଫଟ ପଠା ଯାଇଛି।

ଭୁବନେଶ୍ଵରରୁ ବିପୁଳ ପରିମାଣର ଗଞ୍ଜେଇ ଜବତ

ଭୁବନେଶ୍ୱର : କମିଶନରେଟ ପୋଲିସର ସ୍ପେଶାଲ କ୍ରାଇମ ୟୁନିଟକୁ ବଡ଼ ସଫଳତା। ରାଜଧାନୀ ଭିତରକୁ ଗଞ୍ଜେଇ ଚାଲାଣ ବେଳେ ମାଡି ବସିଲା ସ୍ପେଶାଲ କ୍ରାଇମ ୟୁନିଟ। ଦଶହରା ବେଳେ ବିଭିନ୍ନ ସ୍ଥାନରେ ଡିଲ ପାଇଁ ହୋଇଥିଲା ଯୋଜନା। ଟାର୍ଗେଟରେ ଥିଲେ କିଛି ପ୍ରତିଷ୍ଠିତ କଲେଜର ଇଞ୍ଜିନିୟରିଂ ଛାତ୍ର। ବିଶେଷ ସୁତ୍ରରୁ ଖବର ପାଇବା ପରେ ରାଜଧାନୀ ଉପକଣ୍ଠ ଗଙ୍ଗପଡା ଠାରେ ଏକ ସୁଇଫ୍ଟ ଡିଜେଆର କାରରେ ୧ କୁଇଣ୍ଟାଲରୁ ଅଧିକ ଗଞ୍ଜେଇ ପ୍ୟାକେଟ ଜବତ କରିଥିଲା ପୋଲିସ । ସାଧା ପୋଷାକରେ ପୋଲିସ ଗାଡିଟିକୁ ଅଟକାଇବା ବେଳେ ପୋଲିସକୁ ଧକ୍କା ଦେଇ ଖସିବାକୁ ଉଦ୍ୟମ କରିଥିଲା ନିଶା ମାଫିଆ। ଶେଷରେ କାଇମାଟିଆ ପାଟଣା ନିକଟରେ ଗଞ୍ଜେଇ ଭର୍ତ୍ତି ଗାଡିଟିକୁ ଜବତ କରାଯାଇଥିଲା। ହେଲେ ଡ୍ରାଇଭର ସମେତ ୨ ଜଣ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ସେମାନଙ୍କୁ ଧରିବା ପାଇଁ ପୋଲିସର ସ୍ପେଶାଲ କ୍ରାଇମ ୟୁନିଟ ଛାନବିନ ଆରମ୍ଭ କରିଛି ।

ବର୍ଦ୍ଧମାନ ଗ୍ରୁପର ମାଲିକଙ୍କୁ ଡିଜିଟାଲ ଆରେଷ୍ଟ କରି ଠକିନେଲେ ୭ କୋଟି !

ନୂଆଦିଲ୍ଲୀ : ସାଇବର ଠକେଇର ଏକ ନୂଆ କେସ୍ ସାମ୍ନାକୁ ଆସିଛି । ଯେଉଁଥିରେ ବର୍ଦ୍ଧମାନ ଗ୍ରୁପର ମାଲିକ ଏସ. ପି . ଓସଓ୍ୱାଲଙ୍କୁ ୭ କୋଟି ଟଙ୍କାର ଚୂନା ଲାଗାଇଦେଇଛନ୍ତି ସାଇବର ଠକ । ଏଥିରେ ତାଙ୍କୁ ଫେକ୍  ଏସବିଆଇ କଲ୍ କରି ଫର୍ଜି ଆରେଷ୍ଟ ଓ୍ୱାରେଣ୍ଟ  ଦେଖାଇବା ସହ ଡିଜିଟାଲୀ ଆରେଷ୍ଟ ମଧ୍ୟ ରଖାଯାଇଥିଲା । ଏହି ଘଟଣାର ୪୮ ଘଣ୍ଟା ମଧ୍ୟରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ ।

ବର୍ଦ୍ଧମାନ ଗ୍ରୁପର ମାଲିକଙ୍କୁ ଚୂନା ଲଗାଇଥିବା ଏହି ଠକଙ୍କୁ କାବୁ କରିଛି ପଞ୍ଜାବ ପୋଲିସ । ପୋଲିସ ସୂଚନା ମୁତାବକ ଏହି ଦୁଇ ଠକଙ୍କ ଠାରୁ ୫.୨୫ କୋଟି ଟଙ୍କା ଜବତ କରାଯାଇଛି । ଏହି ଗ୍ୟାଙ୍ଗର ଅନ୍ୟ ୭ଜଣ ସଦସ୍ୟଙ୍କୁ ଚିହ୍ନଟ କରାଯିବା ସହ ସେମାନଙ୍କୁ ଧରିବାକୁ ଚେଷ୍ଟା କରାଯାଉଛି ବୋଲି କହିଛି ପୋଲିସ । ସମସ୍ତ ଠକ ଆସାମ ଏବଂ ପଶ୍ଚିମବଙ୍ଗର ବୋଲି ଜଣାପଡିଛି ।

ଏହି ସାଇବର ଠକ ବର୍ଦ୍ଧମାନ ଗ୍ରୁପର ମାଲିକଙ୍କ ଠାରୁ ଲୁଟିଥିବା ୭ କୋଟି ଟଙ୍କାକୁ ଅଲଗା ଅଲଗା ଆକାଉଣ୍ଟ ଜରିଆରେ ଉଠାଯାଇଛି । ହେଲେ ଏତେ ବଡ଼ ଠକାମି ହେଉଥିବା ସମୟରେ ଏସ. ପି . ଓସଓ୍ୱାଲଙ୍କୁ ତିଳେ ବି ସନ୍ଦେହ ହୋଇନଥିଲା ।