spot_img
Home Blog Page 1467

ମାନବାଧିକାର କର୍ମୀ ପରିଚୟ ଦେଇ ମହିଳାଙ୍କୁ ଗଣଦୁଷ୍କର୍ମ

ପୁଣେ: ମହାରାଷ୍ଟ୍ର ପୁଣେରେ ଲଜ୍ଜା। ଜଣେ ୨୧ ବର୍ଷ ବୟସ୍କା ମହିଳାଙ୍କୁ ୩ ଅଭିଯୁକ୍ତଙ୍କ ଗଣଦୁଷର୍ମ ଅଭିଯୋଗ। ବଡ଼କଥା ହେଉଛି ଅଭିଯୁକ୍ତମାନେ ନିଜକୁ ମାନବାଧିକାର କର୍ମୀ ବୋଲି ପରିଚୟ ଏହି ଅଭାବନୀୟ କାଣ୍ଡ ଘଟାଇଛନ୍ତି। ପୁଣେର ବୋପଦେବ ଘାଟକୁ ଜଣେ ବନ୍ଧୁଙ୍କ ସହ ମହିଳାଜଣକ ଯାଇଥିବାବେଳେ ଏହି ଘଟଣା ଘଟିଥିଲା।

ପୋଲିସ କୋନ୍ଧୱା ଅଞ୍ଚଳର ରାଜେ ଖାଁ କରିମ ପଠାନ ନାମକ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ଅଭିଯୁକ୍ତ ପଠାନ ପ୍ରଥମେ ନିଜକୁ ମାନବାଧିକାର କର୍ମୀ ପରିଚୟ ଦେଇଥିଲେ ଓ ପରେ ମହିଳାଙ୍କୁ ଧମକଚମକ କାରରେ ନେଇଯାଇଥିଲେ। ଅନ୍ଯ ଏକ ଲୋକେସନକୁ ସେମାନେ କାରକୁ ନେଇଯାଇଥିଲେ ଏବଂ ସେଠାରେ ପଠାନ ଓ ତାଙ୍କର ଦୁଇ ସହଯୋଗୀ ମହିଳାଙ୍କୁ ଗଣଦୁଷ୍କର୍ମ କରିଥିଲେ।

ମହିଳାଙ୍କୁ ଖଦି ମେସିନ ଛକରେ ଛାଡି ସେମାନେ ଚାଲିଯାଇଥିଲେ। ମହିଳାଜଣକ କୋନ୍ଧୱା ଥାନାରେ ଅଭିଯୋଗ କରିବା ପରେ ପୋଲିସ ତନାଘନା କରିଥିଲା। ଅଭିଯୁକ୍ତମାନେ ମହିଳାଙ୍କ ବନ୍ଧୁଙ୍କୁ ବି ପିଟିଥିବା ଅଭିଯୋଗ ହୋଇଛି। ପୀଡିତାଙ୍କୁ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣାର ଅନୁଧ୍ଯାନ କରୁଛି କ୍ରାଇମବ୍ରାଞ୍ଚ।

ଜରୁରୀକାଳୀନ ଅବତରଣ କଲା ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନ

ନନ୍ଦିଘୋଷ ବ୍ୟୁରୋ: ଜରୁରୀକାଳୀନ ଅବତରଣ କଲା ବିମାନ । ଏକ ବଡ ଦୁର୍ଘଟଣାରୁ ବର୍ତ୍ତିଲା ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନ। ବିମାନଟି ଉଡାଣ ପରେ ଏଥିରୁ ଧୂଆଁ ବାହାରରିଥିଲା । ଏହାପରେ ଥିରୁଭାନନ୍ତପୁରମ ବିମାନବନ୍ଦରରେ ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନ (IX- 549) ଜରୁରୀକାଳୀନ ଅବତରଣ କରିଥିଲା ।

ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନଟି ମସ୍କଟକୁ ଯାଉଥିଲା । ଏଥିରେ ୧୪୮ ଜଣ ଯାତ୍ରୀ ଥିଲେ । ସମସ୍ତ ଯାତ୍ରୀ ଏବଂ କ୍ରୁ ସଦସ୍ୟ ସୁରକ୍ଷିତ ଅଛନ୍ତି। ସୂଚନା ପ୍ରଦାନ କରି ଏୟାର ଇଣ୍ଡିଆ ଏକ୍ସପ୍ରେସ ମୁଖପାତ୍ର କହିଛନ୍ତି ଯେ ଯାତ୍ରୀଙ୍କ ଆଗାମୀ ଯାତ୍ରା ପାଇଁ ଏକ ବିକଳ୍ପ ବିମାନର ବ୍ୟବସ୍ଥା କରାଯାଇଛି।

 

ବେଲୁନ୍ ନେଲା କୁନି ଝିଅର ଜୀବନ !

ନନ୍ଦିଘୋଷ ବ୍ୟୁରୋ: ବେଲୁନ୍ ନେଲା କୁନି ଝିଅର ଜୀବନ ! ବେଲୁନ ଧରି ଖେଲୁଥିବା ସମୟରେ କୁନି ଝିଅଟିର ମୃତ୍ୟୁ ହୋଇଛି । ଏଭଳି ଏକ ଦୁଃଖଦ ଘଟଣା ଘଟିଛି ପ୍ରୟାଗରାଜର ଫତୁହାଁ ଗାଁରେ । ୩ ବର୍ଷର ଝିଅକୁ ହରେଇ ପରିବାର ଲୋକେ ଦୁଃଖରେ ଭାଙ୍ଗିପଡିଛନ୍ତି ।

ସୂଚନା ଅନୁଯାୟୀ, ୩ବର୍ଷର ଝିଅ ଶହରିନଙ୍କ ପିତା ମହମ୍ମଦ ଇମ୍ରାନ କହିଛନ୍ତି ଯେ, ଝିଅ ବେଲୁନ୍ ଧରି ଖେଳିଥିବା ସମୟରେ ବେଲୁନଟି ଜୋରରେ ଫାଟି ଯାଇଥିଲା । ସେଇଠାରେ ଶହରିନଙ୍କ ମୃତ୍ୟୁ ହୋଇଥିଲା । ବାସ୍ତବରେ, ଝିଅଟି ପୂର୍ବରୁ ହୃଦଘାତରେ ପୀଡିତ ଥିଲା। ତାଙ୍କ ହାତରେ ଏକ ବଡ ବେଲୁନ ଥିଲା, ଯାହା ସେ ଖେଳୁଥିବା ସମୟରେ ହଠାତ୍‌ ଜୋରରେ ଫାଟିଯାଇଥିଲା। ପରିବାର ସଦସ୍ୟ ଅନୁମାନ କରୁଛନ୍ତି ଯେ ବେଲୁନ ଫାଟିବା ହେତୁ ଶିଶୁଟିର ହୃଦଘାତ ହୋଇଛି, ପରେ ତାଙ୍କର ମୃତ୍ୟୁ ହୋଇଛି।

ଘନିଷ୍ଠ ସମ୍ପର୍କୀୟ ମହମ୍ମଦ ଅନସର କହିଛନ୍ତି ଯେ ଝିଅଟିର ହୃଦୟରେ ଏକ ଛିଦ୍ର ଥିଲା ଏବଂ ଅସ୍ତ୍ରୋପଚାର କରିବାର ଯୋଜନା ରହିଥିଲା। ସେ ଏବେ ଚିକିତ୍ସିତ ହେଉଥିଲେ। ପରିବାର ସଦସ୍ୟ କହିଛନ୍ତି ଯେ ଝିଅର ମୃତ୍ୟୁର ପ୍ରକୃତ କାରଣ ହେଉଛି ତାଙ୍କର କ୍ରନିକ ହୃଦଘାତ ।

ତିରୁପତି ଲଡୁ ବିବାଦ, ସିବିଆଇ ନେତୃତ୍ବାଧୀନ SIT କୁ ତଦନ୍ତ ନିର୍ଦ୍ଦେଶ

ନୂଆଦିଲ୍ଲୀ: ତିରୁପତି ଲଡୁରେ ଗୋଚର୍ବି ମିଶ୍ରଣ ପ୍ରସଙ୍ଗ । ସିବିଆଇ ନେତୃତ୍ବାଧୀନ ଏସଆଇଟି ଜରିଆରେ ମାମଲାର ତଦନ୍ତ ଲାଗି ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ। ଏହି ଏସଆଇଟିରେ ଦୁଇଟି ରାଜ୍ଯର ପୋଲିସ ଅଧିକାରୀ ଓ ଭାରତର ଖାଦ୍ଯ ନିରାପତ୍ତା ଓ ମାନକ କର୍ତ୍ତୃପକ୍ଷ ବା ଏଫଏସଏସଏଆଇର ଜଣେ ପ୍ରତିନିଧି ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ।

ଏହି କମିଟିର କାର୍ଯ୍ୟଧାରାର ନେତୃତ୍ବ ନେବେ ସିବିଆଇ ନିର୍ଦ୍ଦେଶକ। ମାମଲାର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି ଜଷ୍ଟିସ ବି.ଆର. ଗଭାଇ ଓ ଜଷ୍ଟିସ କେ.ଭି. ବିଶ୍ବନାଥନ ନେତୃତାଧୀନ ଖଣ୍ଡପୀଠ। ତେବେ ସୁପ୍ରିମକୋର୍ଟ ବିଭିନ୍ନ ଅଭିଯୋଗ, ଆରୋପ, ପ୍ରତ୍ଯାରୋପ ଆଦି ସମ୍ପର୍କରେ କୌଣସି ମତାମତ ଦେଇନାହାନ୍ତି। ଦୁଇ ମାସ ପରେ ରିପୋର୍ଟକୁ କାହିଁକି ପ୍ରକାଶ କରାଗଲା ଦର୍ଶାଇ ଗତ ୩୦ ତାରିଖରେ ଆନ୍ଧ୍ର ମୁଖ୍ଯମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କୁ ଭର୍ତ୍ସନା କରିଥିଲେ ଅଦାଲତ।

ଗୋଚର୍ବି ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ବିଜେପି ନେତା ସୁବ୍ରମଣ୍ୟମ ସ୍ବାମୀ ଓ ତିରୁମାଲା ତିରୁପତି ଦେବସ୍ଥାନମ୍ସ ବା ଟିଟିଡିର ପୂର୍ବତନ ଅଧ୍ଯକ୍ଷ ତଥା ଓ୍ବାଇଏସଆର କଂଗ୍ରେସ ରାଜ୍ଯସଭା ସାଂସଦ ଓ୍ବାଇଭି ସୁବା ରେଡ୍ଡୀ । ପବିତ୍ର ଲଡୁରେ ଗୋଚର୍ବି, ଘୁଷୁରି ଚର୍ବି ଓ ମାଛ ତେଲ ମିଶିଥିବା ନେଇ ରିପୋର୍ଟ ଆସିବା ପରେ ତତକାଳୀନ ଓ୍ବାଇଏସଆର କଂଗ୍ରେସ ସରକାରଙ୍କୁ ଟାର୍ଗେଟ କରିଆସୁଛନ୍ତି ମୁଖ୍ଯମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡୁ । ଏହି ଘଟଣାରେ କୋର୍ଟ ନେତୃତ୍ବାଧୀନ ତଦନ୍ତ କରାଯାଉ ବୋଲି ଦାବି କରିଥିଲେ ଦୁଇ ଆବେଦନାକାରୀ । ନିଜ ପିଟିସନରେ ସୁବ୍ରଣ୍ୟମ ଦାବି କରିଥିଲେ- ଲଡୁ ପ୍ରସ୍ତୁତ ଲାଗି ବ୍ଯବହୃତ ଘିଅ ସମ୍ପର୍କରେ ସବିଶେଷ ରିପୋର୍ଟ ଦାଖଲ ଲାଗି ମୁଖ୍ଯମନ୍ତ୍ରୀ ଚନ୍ଦ୍ରବାବୁଙ୍କୁ ନିର୍ଦ୍ଦେଶ ଦିଆଯାଉ । ଏହା ସହ ସବିଶେଷ ଫରେନସିକ ରିପୋର୍ଟ ତଲବ କରାଯାଉ । ସେହିପରି ସୁବା ରେଡ୍ଡୀ ଦାବି କରିଥିଲେ- ସୁପ୍ରିମକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ନେତୃତ୍ବରେ ଗଠିତ ଏସଆଇଟି ଜରିଆରେ ଅପମିଶ୍ରଣ ଘଟଣାର ତଦନ୍ତ ହେଉ।

ଗାଡି ହର୍ଣ୍ଣ ମାରିବାକୁ କେନ୍ଦ୍ର କରି ରାଜଧାନୀରେ ପୋଲିସକର୍ମୀଙ୍କୁ ଛୁରାମାଡ

ଭୁବନେଶ୍ବର: ଗାଡି ହର୍ଣ୍ଣ ମାରିବାକୁ ନେଇ ଯୁବକଙ୍କ ସହ ପୋଲିସ କର୍ମୀଙ୍କୁ ଛୁରାମାଡ଼। ଭୁବନେଶ୍ଵର ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଚକେଇସିଆଣି ସ୍ଥିତ ଶ୍ରୀରାମ ନଗରରେ ଘଟିଛି ଏ ଘଟଣା। ଗତକାଲି ରାତି ପ୍ରାୟ ଗୋଟାଏବେଳେ ଶ୍ରୀରାମନଗର ଠାରେ ୪ ଯୁବକ ବସିଥିବା ବେଳେ ହଠାତ ଏକ ବାଇକରେ ଆସି ଦୁଇ ଯୁବକ ହର୍ଣ୍ଣ ମାରିଥିଲେ।

ଏଥିରେ ଉତକ୍ଷିପ୍ତ ହୋଇ ଦୁଇ ପକ୍ଷ ଭିତରେ ପାଟିତୁଣ୍ଡ ହୋଇଥିଲା । ଯାହାକୁ ନେଇ ଯୁବକ ଜଣଙ୍କ ଛୁରାମାଡ଼ କରିଥିଲେ। ଏପରିକି ପୋଲିସ ଖବର ପାଇ ସେମାନଙ୍କୁ କାବୁ କରିବାକୁ ଉଦ୍ୟମବେଳେ ପୋଲିସ କନଷ୍ଟେବଳ ଛୁରା ମାଡ଼ରେ ଆହତ ହୋଇଛନ୍ତି। ସେପଟେ ଯୁବକ ଜଣଙ୍କ ପାରିବାରିକ କଳହକୁ ନେଏଇ ନିଶାସକ୍ତ ଅବସ୍ଥାରେ ଏଭଳି କରିଥିବା କହିଛନ୍ତି ମଞ୍ଚେଶ୍ୱର ଥାନାଧିକାରୀ..

ଦୁଇ ବର୍ଷ ମଧ୍ୟରେ ଭୁବନେଶ୍ବର ବିମାନ ବନ୍ଦରରେ ନିର୍ମାଣ ହେବ ନୂଆ ଟର୍ମିନାଲ

ଭୁବନେଶ୍ବର: ଦେଶର ୨୦ଟି ସହର ସହ ବିଦେଶର ୪ଟି ସ୍ଥାନକୁ ଭୁବନେଶ୍ବର ଏୟାରପୋର୍ଟ ସଂଯୋଗ କରୁଛି। ଭୁବନେଶ୍ବରରେ ଏବେ ଯେଉଁ ଟର୍ମିନାଲ ଅଛି ସେଥିରେ ୪୦ ରୁ ୫୦ ଲକ୍ଷ କ୍ଷମତା ରହିଛି। ଆସନ୍ତା ବର୍ଷେ ମଧ୍ୟରେ ଏହାକୁ ୮୦ ଲକ୍ଷ କରାଯିବ ବୋଲି କହିଛନ୍ତି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ. ରାମମୋହନ ନାଇଡୁ। ଭୁବନେଶ୍ବର ବିମାନ ବନ୍ଦର ରିଭ୍ୟୁ କରିବା ପରେ ସେ କହିଛନ୍ତି- ପୁରୁଣା ଟର୍ମିନାଲ ପାଖରେ ନୂଆ ଟର୍ମିନାଲ ନିର୍ମାଣ ହେବ।

ଦୁଇ ବର୍ଷ ମଧ୍ୟରେ ନୂଆ ଟର୍ମିନାଲ ନିର୍ମାଣ ହେବାକୁ ଯୋଜନା କରାଯାଇଛି। ଖୁବଶୀଘ୍ର ରନୱେ କ୍ୟାଟ ଟୁ ଲାଇଟ ଏକ ମାସ ଭିତରେ ଶେଷ କରାଯିବ। ଅନ୍ୟ ଯେଉଁ ଛୋଟ ଛୋଟ କାର୍ଯ୍ୟ ଚାଲିଛି ତାହା ମଧ୍ୟ ଶେଷ ହେବ। ଆଗାମୀ ୧୦ ରୁ ୨୦ ବର୍ଷ ପାଇଁ ଯୋଜନା ପ୍ରସ୍ତୁତ କରିବାକୁ ହେବ। ନୂଆ ଟର୍ମିନାଲ ବନାଇବା ସହ ଡୋମେଷ୍ଟିକ, ଇଣ୍ଟରନ୍ୟାସନାଲ ପାସେଞ୍ଜରଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ହେବ। ଓଡ଼ିଶାର ଝାରସୁଗୁଡ଼ାରେ ଏୟାରପୋର୍ଟ ଅଛି।

ଗତ ଦଶ ବର୍ଷ ମଧ୍ୟରେ ଉତ୍କେଳା, ଜୟପୁର, ରାଉରକେଲା ସହରର ରିଜିଓନାଲ କନେକ୍ଟିଭିଟି ମାଧ୍ୟମରେ ଆଗକୁ ବଢ଼ିଛି । ରିଜିଓନାଲ୍ ଏୟାରପୋର୍ଟର କିଭଳି ଉନ୍ନତିକରଣ ହୋଇପାରିବ ସେନେଇ ପ୍ରଚେଷ୍ଟା କରାଯିବ। ଓଡ଼ିଶାରେ ପୁରୀ ଭଳି ଆଧ୍ୟାତ୍ମିକ ସହର ଅଛି ଏଣୁ ବିଭିନ୍ନ ସ୍ଥାନରୁ ବିମାନ ଚଳାଚଳ କରିବାକୁ ପ୍ରଚେଷ୍ଟା କରାଯିବ। ପୁରୀ ଏୟାରପୋର୍ଟ ପାଇଁ ରାଜ୍ୟ ସରକାରଙ୍କ ପାଖରେ ଜମି ରହିଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ସାଇଟ କ୍ଲିୟରାନ୍ସ ମିଳିସାରିଛି। ଆଗକୁ କିଭଳି ବଢିବ ସେନେଇ ରାଜ୍ୟ ସରକାର ନିଷ୍ପତ୍ତି ନେବେ ଏବଂ ଏଥିପାଇଁ ମନ୍ତ୍ରାଳୟ ସବୁ ପ୍ରକାର ସହଯୋଗ କରିବ।

ହରିୟାଣାରେ ପୂର୍ବତନ ବିଜେପି ଏମପି ଅଶୋକ ତନଓ୍ବାର କଂଗ୍ରେସରେ ସାମିଲ

ଚଣ୍ଡିଗଡ: ହରିୟାଣା ବିଧାନସଭା ନିର୍ବାଚନ ପୂର୍ବରୁ ବିଚିତ୍ର ପରିବର୍ତ୍ତନ । ପୂର୍ବତନ ବିଜେପି ଏମପି ତଥା ହେଭିଓ୍ବେଟ ନେତା ଅଶୋକ ତନଓ୍ବାର ଶେଷ ମୁହୂର୍ତ୍ତରେ ବିଜେପି ଛାଡି କଂଗ୍ରେସରେ ସାମିଲ ହୋଇଛନ୍ତି । ଏହାକୁ ନେଇ ରାଜନୈତିକ ହଟଚମଟ ଦେଖାଦେଇଛି । ଗତକାଲି ଅପରାହ୍ଣରେ ନଲଓ୍ବା ଆସନରୁ ଲଢୁଥିବା ବିଜେପି ପ୍ରାର୍ଥୀ ରଣଧିର ପନିହାରଙ୍କ ଲାଗି ପ୍ରଚାର କରୁଥିଲେ ପୂର୍ବତନ ସାଂସଦ । ଏପରିକି ରାଜ୍ଯରେ ପୁଣି ବିଜେପି ସରକାର ଆସିବ ବୋଲି କହିଥିଲେ ।

ହେଲେ ଏହାର କିଛି ସମୟ ପରେ ସେ ଅକସ୍ମାତ ମହନ୍ଦ୍ରଗଡରେ ରାହୁଲ ଗାନ୍ଧିଙ୍କ ସଭାରେ ଦୃଶ୍ଯମାନ ହୋଇଥିଲେ । ରାଜ୍ଯ ବିଜେପି ଲାଗି ଏହା ଏକ ବଡ଼ ଝଟକା ବୋଲି କୁହାଯାଉଛି । ଅଶୋକ ତନଓ୍ବାର ପୂର୍ବରୁ ହରିୟାଣା ପିସିସି ସଭାପତି ଥିଲେ । ମାତ୍ର ୨୦୧୯ରେ ଦଳ ତ୍ଯାଗ କରି ବିଜେପିରେ ସାମିଲ ହୋଇଥିଲେ । ସେ ଜଣେ ଦଳିତ ନେତା । ମଞ୍ଚରେ ଅଶୋକଙ୍କୁ ସ୍ବାଗତ କରିଥିଲେ ରାହୁଲ ଗାନ୍ଧି ଓ ପୂର୍ବତନ ମୁଖ୍ଯମନ୍ତ୍ରୀ ଭୂପିନ୍ଦର ସିଂ ହୁଡ୍ଡା ।

ଆସନ୍ତାକାଲି ହରିୟାଣା ବିଧାନସଭା ନିର୍ବାଚନ ଲାଗି ହେବ ଭୋଟ । ନିର୍ବାଚନରେ ୬୭ ଜଣ ବିଧାୟକ ମଇଦାନରେ ଅଛନ୍ତି । ୯୦ ଆସନରେ ଭାଗ୍ଯ ପରୀକ୍ଷା କରୁଛନ୍ତି ୧ହଜାର ୨୮ ପ୍ରାର୍ଥୀ । ସମସ୍ତ ଆସନରେ ଏକାକୀ ଲଢୁଛି ବିଜେପି। ଇଣ୍ଡି ମେଣ୍ଟରେ ସାମିଲ କଂଗ୍ରେସ ଓ ସିପିଏମ। କଂଗ୍ରେସ ୮୯ ଓ ସିପିଏମ ଗୋଟିଏ ଆସନରେ ଲଢୁଛନ୍ତି। ଜନନାୟକ ଜନତା ପାର୍ଟି-JJP ଓ ଆଜାଦ ସମାଜ ପାର୍ଟି-ASP ମଧ୍ଯରେ ହୋଇଛି ମେଣ୍ଟ।

ନିର୍ବାଚନରେ ଜେଜେପି ୬୬ ଓ ଏଏସପି ଲଢୁଛି ୧୨ ଆସନରେ। ସେହିପରି ଆଇଏନଏଲଡି ଓ ବିଏସପି ମଧ୍ଯରେ ମେଣ୍ଟ ହୋଇଛି। ଆଇଏନଏଲଡି ୫୧ ଓ ବିଏସପି ୩୫ ଆସନରେ ଲଢୁଛନ୍ତି। ଆମ୍ ଆଦମୀ ପାର୍ଟି ଏକାକୀ ଲଢୁଛି ୮୮ ଆସନରେ। ଏସୟୁସିଆଇ ୮, ସିପିଆଇ ୨, ଏନସିପି(ଏସପି) ଗୋଟିଏରେ ଲଢୁଛନ୍ତି। ସରକାର ଗଠନରେ ଜେଜେପି ହୋଇପାରେ କିଙ୍ଗମେକର।

“ଖୋକା ଭାଇ ତୁମ ପାଇଁ” ର ଟ୍ରେଲର ରିଲିଜ

0

ଭୁବନେଶ୍ବର: ଓଡ଼ିଆ ଚଳଚ୍ଚିତ୍ର “ଖୋକା ଭାଇ ତମ ପାଇଁ”ର ଟ୍ରେଲର ଗୁରୁବାର ରାଜଧାନୀର ଏକ ତାରକା ହୋଟେଲରେ ରିଲିଜ ହୋଇଯାଇଛି  । ପୂର୍ବରୁ ତରଙ୍ଗ ମ୍ୟୁଜିକ ପ୍ଲାଟଫର୍ମରେ ରିଲିଜ ହୋଇଥିବା ଗୀତ ଗୁଡ଼ିକ ବହୁତ ଲୋକାଦୃତ ହୋଇସାରିଛି  । ଆଜି ଟ୍ରେଲର ରିଲିଜ ହେବା ପରେ ଦର୍ଶକମାନଙ୍କ ମନକୁ ଛୁଇଁବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ଆଶାବାଦୀ ରଖା ଯାଇଛି l ଏହି ଅବସରରେ ପ୍ରଯୋଜକ ଶୁଭେନ୍ଦୁ ସାହୁ, ନିର୍ଦ୍ଦେଶକ ଗିରିଶ ମହାନ୍ତି, ଅଭିନେତା ସ୍ୱରାଜ ବାରିକ, ଅଭିନେତ୍ରୀ ଲକି ମନିଷା(ଗାଁ ନା ଗାଲୁଆ ପୁରରୁ ଆରମ୍ଭ କ୍ୟାରିୟର ), ସରୋଜ ପରିଡ଼ା, ସୁକାନ୍ତ ରଥ, ଅର୍ପଣ ମିଶ୍ର, ଅଙ୍କିତା ଦାସ (ମିଠା ମିଠା ଚଳଚ୍ଚିତ୍ରରୁ କ୍ୟାରିୟର ଆରମ୍ଭ କରିଛନ୍ତି ), ଇନ୍ଦ୍ରାଣୀ, ସଙ୍ଗୀତ ପୁନଃ ନିର୍ମାଣ କରିଥିବା ମିତ୍ରଭାନୁ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ  ।

ଅକ୍ଷୟ ମହାନ୍ତିଙ୍କ ଗୀତକୁ ନୂଆ ରୂପରେ ଶୁଣିବେ ଶ୍ରୋତାମାନେ l ଖୋକା ଭାଇ ହେଉଛନ୍ତି ପ୍ରତ୍ୟେକ ଓଡିଆଙ୍କର ସ୍ୱାଭିମାନ l ଓଡିଶା ବାସୀଙ୍କ ଭାବପ୍ରବଣତା ଏ ଫିଲ୍ମ କୁ ଦଶହରା ବଜାର ରେ ଆଗ ଧାଡିରେ ରଖିବ ଏଥିରେ ସନ୍ଦେହ ନାହିଁ l ସ୍ବରାଜ , ନବାଗତା ଲକି ମନୀଷାଙ୍କ ସହ ଏଥିରେ ସରୋଜ ପରିଡା ଏବଂ ଉପାସନା ମୁଖ୍ୟ ଚରିତ୍ରରେ ଅଛନ୍ତି l ଓଡ଼ିଆ ଦର୍ଶକ ପ୍ରଥମ ଥର ପାଇଁ ନୂଆ ଯୋଡି ସ୍ବରାଜ ଓ ଲକି ମନୀଷା ଙ୍କ ସହ ଅଭିନେତ୍ରୀ ଅଙ୍କିତା ଦାସ ଙ୍କୁ ମଧ୍ୟ ଦେଖିବେ ।

ଗାଁ ର ନାଁ ଖାଲୁଆପୁର ରୁ ଲକି ମନୀଷା କ୍ୟାରିୟର ଆରମ୍ଭ କରିଥିବା ବେଳେ ଅଙ୍କିତା ଦାସ ମିଠା ମିଠା ଫିଲ୍ମ ରୁ ଅଭିନୟ ଆରମ୍ଭ କରିଛନ୍ତି। ଚୁମକି , ମନ ମ୍ୟୁଜିୟମ ପରେ ଏହା ଉପାସନାଙ୍କର ତୃତୀୟ ଚଳଚ୍ଚିତ୍ର ଯାହା ଦୁର୍ଗାପୂଜା ରେ ରିଲିଜ୍ ହେବ ।ଏହା ପୂର୍ବରୁ ଟେଲି ଦୁନିଆରେ ନିଜ ସିରିୟଲ୍ ଗୁଡିକ ମାଧ୍ୟମରେ ନିଜର ସ୍ବତନ୍ତ୍ର ପରିଚୟ ବନେଇଚନ୍ତି ଉପାସନା l ଖାସ୍ କରି ମାନିନୀ ସିରିୟଲରେ ତାଙ୍କ ଅଭିନୟ ର ପ୍ରତିଭା ଦର୍ଶକମାନେ ଦେଖିସାରିଛନ୍ତି l ଏଥର ଦେଖିବାକୁ ବାକି ରହିଲା ଉପାସନା କେଉଁ ପ୍ରକାର ଭୂମିକାରେ ଆସି ନିଜ ଫ୍ୟାନସ୍ ଏବଂ ଦର୍ଶକମାନଙ୍କୁ ଚକିତ କରୁଛନ୍ତି ।ନ୍ୟାସନାଲ୍ ସ୍କୁଲ୍ ଅଫ୍ ଡ୍ରାମା ରୁ ଶିକ୍ଷା ପ୍ରାପ୍ତ ଆଉ ଜଣେ ଓଡିଆ ପ୍ରତିଭା ହେଲେ ସରୋଜ l

ଏକାଧିକ ଓଡିଆ ଫିଲ୍ମରେ ନିଜର ପ୍ରତିଭା ଦେଖେଇ ଏକ ଭିନ୍ନ ଲୁକ୍ ରେ ଆସୁଛନ୍ତି ସେ ନିଜ ଅଭିନୟ ଯାଦୁରେ ମନ୍ତ୍ରମୁଗ୍ଧ କରିବେ ଦର୍ଶକଙ୍କକୁ ଏଇ ସିନେମା ମାଧ୍ୟମରେ l ଖୋକା ଭାଇ ତୁମ ପାଇଁ ର ନିର୍ଦ୍ଦେଶନା ଦେଇଛନ୍ତି ଗିରିଶ୍ ମହାନ୍ତି ଏବଂ ତାର ପ୍ରଯୋଜନା ଭାର ସମ୍ଭାଳିଛନ୍ତି ଶୁଭେନ୍ଦୁ କୁମାର ସାହୁ ଓ ବିଷ୍ଣୁପ୍ରିୟା ସାହୁ। ଏଥିସହିତ ଓଲିଉଡ଼ ର ସୁପରିଚିତ ମିଡ଼ିଆ ପ୍ଲାନର ଓ କ୍ରୀଏଟିଭ୍ ହେଡ୍ ପ୍ରଣୟ ଜେଠୀ ଏହାର ପ୍ରଚାର ପ୍ରସାର ଦାୟିତ୍ୱରେ ଅଛନ୍ତି।

ମିର୍ଜାପୁରରେ ଟ୍ରକ ଓ ଟ୍ରାକ୍ଟର ମଧ୍ୟରେ ଧକ୍କାରେ ଗଲା ୧୦ ଅମୂଲ୍ୟ ଜୀବନ

ମିର୍ଜାପୁର: ଉତ୍ତର ପ୍ରଦେଶ ମିର୍ଜାପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଟ୍ରକ ଓ ଟ୍ରାକ୍ଟର ମଧ୍ୟରେ ଧକ୍କାରେ ୧୦ ଅମୂଲ୍ୟ ଜୀବନ। ୩ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଅବସ୍ଥା ସଂକଟାପନ୍ନ ଥିବାରୁ ଗୁରୁତରଙ୍କୁ ବାରାଣସୀ ସ୍ଥିତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଟ୍ରାକ୍ଟରରେ ସମୁଦାୟ ୧୩ ଜଣ ଥିଲେ। ସେମାନେ ଶ୍ରମିକ ଭାବେ କାମ କରୁଥିବାବେଳେ ପାଖ ଗାଁରୁ କାମ ସାରି ଘରକୁ ଫେରୁଥିଲେ।

ବିପରୀତ ଦିଗରୁ ଆସୁଥିବା ଟ୍ରକ୍ଟ ଟ୍ରାକ୍ଟରକୁ ଖୁବ୍ ଜୋରରେ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ୧୦ ଜଣଙ୍କ ମୃତ୍ୟୁ ଘଟିଥିଲା। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତନାଘନା ଆରମ୍ଭ କରିଛି। ଘଟଣା ପରେ ଦୁର୍ଘଟଣାସ୍ଥଳରେ ବହୁ ସଂଖ୍ୟାରେ ଲୋକ ଜମା ହୋଇଥିଲେ।

ଦୁର୍ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ଲୋକେ ଦୀର୍ଘ ସମୟ ଜାତୀୟ ରାଜପଥ ଅବରୋଧ କରିବାରୁ ଯାନବାହନ ଚଳାଚଳ ବ୍ୟାହତ ହୋଇଥିଲା। ପୋଲିସର ବରିଷ୍ଠ ଅଧିକାରୀ ପହଞ୍ଚି ବୁଝାସୁଝା ପରେ ଧାରଣାରୁ ଉଠିଥିଲେ ଲୋକେ। ମାମଲା ରୁଜୁ ଘଟଣାର ତଦନ୍ତ ଆରମ୍ଭ କରିଛି ସ୍ଥାନୀୟ ପୋଲିସ।

ତିରୁପତି ଲଡୁରେ ଗୋଚର୍ବି ମିଶ୍ରଣ ପ୍ରସଙ୍ଗରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି

0

ନୂଆଦିଲ୍ଲୀ: ତିରୁପତି ଲଡୁରେ ଗୋଚର୍ବି ମିଶ୍ରଣ ପ୍ରସଙ୍ଗ । ଆଜି ସୁପ୍ରିମକୋର୍ଟରେ ମାମଲାର ହେବ ଶୁଣାଣି । ଏହି ମାମଲାର ଶୁଣାଣି ଗତକାଲି ହେବାର ଥିଲା। ମାତ୍ର ଏହାକୁ ଆଜିକୁ ଘୁଞ୍ଚାଇବା ଲାଗି ସଲିସିଟର ଜେନେରାଲ ତୁଷାର ମେହଟ୍ଟାଙ୍କ ଅନୁରୋଧ ପରେ ତାରିଖ ପରିବର୍ତ୍ତନ କରିଥିଲେ କୋର୍ଟ । ଦୁଇ ମାସ ପରେ ରିପୋର୍ଟକୁ କାହିଁକି ପ୍ରକାଶ କରାଗଲା ଦର୍ଶାଇ ଗତ ୩୦ ତାରିଖରେ ଆନ୍ଧ୍ର ମୁଖ୍ଯମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କୁ ଭର୍ତ୍ସନା କରିଥିଲେ ଅଦାଲତ।

ଗୋଚର୍ବି ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ବିଜେପି ନେତା ସୁବ୍ରମଣ୍ୟମ ସ୍ବାମୀ ଓ ତିରୁମାଲା ତିରୁପତି ଦେବସ୍ଥାନମ୍ସ ବା ଟିଟିଡିର ପୂର୍ବତନ ଅଧ୍ଯକ୍ଷ ତଥା ଓ୍ବାଇଏସଆର କଂଗ୍ରେସ ରାଜ୍ଯସଭା ସାଂସଦ ଓ୍ବାଇଭି ସୁବା ରେଡ୍ଡୀ । ପବିତ୍ର ଲଡୁରେ ଗୋଚର୍ବି, ଘୁଷୁରି ଚର୍ବି ଓ ମାଛ ତେଲ ମିଶିଥିବା ନେଇ ରିପୋର୍ଟ ଆସିବା ପରେ ତତକାଳୀନ ଓ୍ବାଇଏସଆର କଂଗ୍ରେସ ସରକାରଙ୍କୁ ଟାର୍ଗେଟ କରିଆସୁଛନ୍ତି ମୁଖ୍ଯମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡୁ ।

ଏହି ଘଟଣାରେ କୋର୍ଟ ନେତୃତ୍ବାଧୀନ ତଦନ୍ତ କରାଯାଉ ବୋଲି ଦାବି କରିଥିଲେ ଦୁଇ ଆବେଦନାକାରୀ । ଜଷ୍ଟିସ ବି.ଆର. ଗଭାଇ ଓ ଜଷ୍ଟିସ କେ.ଭି. ବିଶ୍ବନାଥନ ଏହି ମାମଲାର ଶୁଣାଣି କରିବେ । ନିଜ ପିଟିସନରେ ସୁବ୍ରଣ୍ୟମ ଦାବି କରିଥିଲେ- ଲଡୁ ପ୍ରସ୍ତୁତ ଲାଗି ବ୍ଯବହୃତ ଘିଅ ସମ୍ପର୍କରେ ସବିଶେଷ ରିପୋର୍ଟ ଦାଖଲ ଲାଗି ମୁଖ୍ଯମନ୍ତ୍ରୀ ଚନ୍ଦ୍ରବାବୁଙ୍କୁ ନିର୍ଦ୍ଦେଶ ଦିଆଯାଉ । ଏହା ସହ ସବିଶେଷ ଫରେନସିକ ରିପୋର୍ଟ ତଲବ କରାଯାଉ । ସେହିପରି ସୁବା ରେଡ୍ଡୀ ଦାବି କରିଥିଲେ- ସୁପ୍ରିମକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ନେତୃତ୍ବରେ ଗଠିତ ଏସଆଇଟି ଜରିଆରେ ଅପମିଶ୍ରଣ ଘଟଣାର ତଦନ୍ତ ହେଉ।