spot_img
Home Blog Page 1449

ପୂଜା ମଣ୍ଡପରେ ନବୀନଙ୍କ ସହ ସୁରଙ୍କ ଭେଟଘାଟ, ଜଣାଇଲେ ଅଭିନନ୍ଦନ

ଭୁବନେଶ୍ବର: ଆଜି ରାଜଧାନୀର ବିଭିନ୍ନ ନୂଜା ମଣ୍ଡପ ବୁଲିବା ବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ପୂର୍ବତନ ବିଧାୟକ ସୁର ରାଉତରାୟଙ୍କ ଭେଟ ହୋଇଥିଲା । ଉଭୟ ଉଭୟଙ୍କୁ ପୂଜା ଶୁଭେଚ୍ଛା ଜଣାଇଥିଲେ । ରସୁଲଗଡ଼ ଓ ସହିଦ ନଗର ପୂଜା କମିଟିରେ ନବୀନଙ୍କ ସହ ସୁରଙ୍କ ଦେଖା ହୋଇଥିଲା ।

ଏହି ଅବସରରେ ସୁର କହିଛନ୍ତି, ଆଗ ଅପେକ୍ଷା ନବୀନ ପଟ୍ଟନାୟକ କ୍ରେଜ୍ ବହୁତ ବଢ଼ି ଯାଇଛି । ରାଜଧାନୀର ବିଭିନ୍ନ ପୂଜା ମଣ୍ଡପ ବୁଲିବା ବେଳେ ନବୀନଙ୍କୁ ଦେଖିବାକୁ ଜନ ସମୁଦ୍ର ଦେଖିବାକୁ ମିଳିଛି l ରସୁଲଗଡ ଓ ସହିଦ ନଗର ପୂଜା କମିଟିରେ ନବୀନ ପଟ୍ଟନାୟକଙ୍କ ସହ ଦେଖା ହେବା ପରେ ଏଭଳି କହିଛନ୍ତି ସୁର । ଫୁଲତୋଡ଼ା ଦେଇ ନବୀନଙ୍କ ପୂଜା ଅଭିନନ୍ଦନ ଜଣାଇଥିଲେ ସୁର । ରାଜ୍ୟର ଉନ୍ନତି ପାଇଁ ମାଆଙ୍କ ପାଖରେ ଗୁହାରୀ ଜଣାଇଛନ୍ତି ସୁର ରାଉତରାୟ ।

ସୂଚନାଯୋଗ୍ୟ, ନବୀନ ପଟ୍ଟନାୟକ ରସୁଲଗଡ଼ରୁ ସକାଳ ସାଢ଼େ ୧୦ଟାରୁ ଦର୍ଶନ ଆରମ୍ଭ କରିଥିଲେ । ରସୁଲଗଡ ଦୁର୍ଗାପୂଗା ମଣ୍ଡପରେ ନବୀନଙ୍କୁ କମିଟି ତରଫରୁ ଭବ୍ୟ ସ୍ବାଗତ କରାଯାଇଥିବା ବେଳେ ରସୁଲଗଡ ପୂଜା ପେଣ୍ଡାଲ ବୁଲିଥିଲେ ନବୀନ ।

ଏହାପରେ ୧୧ଟା ୩ ମିନିଟରେ ସହିଦନଗର ପୂଜା ପେଣ୍ଡାଲରେ ପହଞ୍ଚି ମା’ଙ୍କୁ ଦର୍ଶନ କରିବା ସହିତ ପେଣ୍ଡାଲ ବୁଲି ଦେଖିଥିଲେ ନବୀନ । ନବୀନଙ୍କୁ ଅତି ପାଖରୁ ଦେଖି ଉତ୍ସାହିତ ହୋଇ ଯାଇଥିଲେ ସାଧାରଣ ଜନତା । ପରେ ୧୧ଟା ୨୫ ମିନିଟରେ ବଡ଼ଗଡ଼ ମଣ୍ଡପରେ ପହଞ୍ଚି ମାଆଙ୍କୁ ଦର୍ଶନ କରିଥିବା ସହିତ ପେଣ୍ଡାଲ ବୁଲିଥିଲେ ନବୀନ । ମଣ୍ଡପ ବୁଲି ଯିବାକୁ ନବୀନଙ୍କୁ ଟୁଇନସିଟିର ବିଭିନ୍ନ ପୂଜା କମିଟି ନିମନ୍ତ୍ରଣ କରିଥିବା ବେଳେ ପୂର୍ବରୁ ଗଣେଶ ପୂଜା ସମୟରେ ମଧ୍ଯ ନବୀନ ମଣ୍ଡପ ବୁଲିବା ସହ ଲୋକଙ୍କ ସହ କଥା ହୋଇଥିଲେ ।

ଗାଡି ଚୋରି କରିବାକୁ ଆସି ଟଳି ପଡୁଛି ମାତାଲ ଚୋର

ଭୁବନେଶ୍ବର: ଗାଡି ଚୋରି କରିବାକୁ ଆସିଛି, କିନ୍ତୁ ମାଲ ପିଇ ମାତାଲ ହୋଇଯାଇଛି ଚୋର। ଭାଇରାଲ ହେଉଛି ମଦ୍ୟପ ଗାଡି ଚୋରିର ଏକ୍ସକ୍ଲୁସିଭ୍ ସିସିଟିଭି ଭିଜୁଆଲ। ବାଇକ ଚୋରି କରିଛି ସତ, କିନ୍ତୁ ନେବା ବେଳେ ଗାଡିକୁ ୩ ଥର ଫୋପାଡୁଛି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଖଣ୍ଡଗିରି ଥାନା ଅନ୍ତର୍ଗତ ଧର୍ମବିହାରରେ।

ଗାଡି ଚୋରି କରିବା ବେଳେ ରାସ୍ତା ଉପରେ ନିଶାସକ୍ତ ଅବସ୍ଥାରେ ବାରମ୍ବାର ପଡୁଛି ଚୋର। ଗାଡି ଉପରେ ବସିବାକୁ ମଧ୍ୟ ସକ୍ଷମ ହୋଇପାରୁନାହିଁ। ଶେଷରେ ବହୁ କଷ୍ଟରେ ଗାଡି ଚୋରି କରି ନେଇଯାଉଛି। ଏନେଇ ଖଣ୍ଡଗିରି ଥାନାରେ ଏତଲା ମଧ୍ୟ ଦିଆଯାଇଛି। ପୋଲିସ ସିସିଟିଭି ପାଇବା ପରେ ଛାନଭିନ ଆରମ୍ଭ କରିଛି।

ଲକ୍ଷ୍ନୌରେ ରାଜନୀତି ତାତି, ସାଙ୍ଗରେ ନେଲେ ପ୍ରତିମୁର୍ତ୍ତି,ରାସ୍ତାରେ ଦେଲେ ଶ୍ରଦ୍ଧାଞ୍ଜଳୀ

ନନ୍ଦିଘୋଷ ବ୍ୟୁରୋ: ବିଶିଷ୍ଟ ସମାଜବାଦୀ ନେତା ଜୟପ୍ରକାଶ ନାରାୟଣଙ୍କ ଜୟନ୍ତୀରେ ଉତ୍ତରପ୍ରଦେଶରେ ରାଜନୈତିକ ପାରା ବଢିଛି । ଲକ୍ଷ୍ନୌରେ ଥିବା ଜେପି ସେଣ୍ଟରରେ ଜୟପ୍ରକାଶଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ଅଖିଳେଶ ଯାଦବ ଜିଦ ଧରିବା ପରେ ମୁହାଁମୁହିଁ ହୋଇଛନ୍ତି ସମାଜବାଦୀ ପାର୍ଟି ଓ ବିଜେପି । ଯୋଗୀ ସରକାର ସେଠାକୁ ଯିବା ପାଇଁ ଅଖିଳେଶଙ୍କୁ ରୋକିବା ସହ ବହୁ ସଂଖ୍ଯାରେ ପୋଲିସ ମୁତୟନ କରିଛନ୍ତି । ଏହାସତ୍ତ୍ବେ ଅଖିଳେଶ ଘରୁ ବାହାରି ଘରଠାରୁ କିଛି ଦୂରରେ ଦଳୀୟ କର୍ମୀ ଆଣି ସ୍ଥାପିତ କରିଥିବା ଜୟପ୍ରକାଶଙ୍କ ମୂର୍ତ୍ତିରେ ମାଲ୍ଯାର୍ପଣ କରି ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।

ଏହାପରେ ଅଖିଲେଶ ସେଠାରେ ଉପସ୍ଥିତ ସପା କର୍ମୀଙ୍କୁ ସମ୍ବୋଧିକ କରି କହିଥିଲେ ଯେ, ଆମେ ଜେପିଙ୍କ ଜନ୍ମବାର୍ଷିକୀ ପାଳନ କରିବୁ, ଆପଣ କେତେଦିନ ପର୍ଯ୍ୟନ୍ତ ଆମକୁ ଅଟକାଇବେ । JPNIC ର ରକ୍ଷଣାବେକ୍ଷଣା ଏବଂ ନିର୍ମାଣ କାର୍ଯ୍ୟକୁ ଶେଷ କରିବା ଏବଂ ସର୍ବସାଧାରଣଙ୍କ ପାଇଁ ଖୋଲିବାକୁ ପ୍ରସ୍ତୁତ ହେଉଥିବା ସରକାର ୭୦କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିଥିଲେ ତଥାପି ଏପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ କାହିଁକି ଶେଷ ହେଇନାହିଁ । ଏହାର ଅର୍ଥ JPNIC ରେ କିଛି ଲୁକ୍କାୟତ ଅଛି କି ? ସେମାନେ ଏହାକୁ ବିକ୍ରୟ କରିବାକୁ ଚାହୁଁଛନ୍ତି କି ?

ଯଦି ସରକାର ଆମକୁ JPNICକୁ ନଯିବାକୁ ବ୍ୟବସ୍ଥା କରିଛନ୍ତି ତେବେ ଆମେ ରାସ୍ତାରେ ଜେପିଙ୍କ ଜୟନ୍ତୀ ପାଳନ କରିବାକୁ ମଧ୍ୟ ବ୍ୟବସ୍ଥା କରିଛୁ । JPNIC ର ଅନୁସନ୍ଧାନ ରିପୋର୍ଟ କେବେବି ବାହାରକୁ ଆସିବନି କାରଣ ସେମାନଙ୍କର ଲୋକ ଏଥିରେ ଜଡିତ ଅଛନ୍ତି  ।ଏହା ଏକ ବିନାଶକାରୀ ସରକାର । ଏମାନେ JPNIC କୁ ବିକ୍ରୟ କରିବାକୁ ଚାହୁଁଛନ୍ତି । ଆମେ ପ୍ରତିବର୍ଷ ଜେପି ଜୟନ୍ତୀ ପାଳନ କରିବୁ  । ଏ ସରକାର ମୂକ ଏବଂ ବଧିର ସରକାର । ଏ ସରକାର ସପାକୁ ଜେପି ଜୟନ୍ତୀ ପାଳନ କରିବାକୁ ଅନୁମତି ଦେଉନାହାନ୍ତି  ।

ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବ ଲକ୍ଷ୍ବୌରେ ଜୟପ୍ରକାଶ ନାରାୟଣଙ୍କ ସ୍ମାରକ କେନ୍ଦ୍ର ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଥିଲେ  । ହେଲେ ଏହା ପୂର୍ବରୁ ମୁଲାୟମ ସିଂ ଯାଦବଙ୍କ ସରକାର ଚାଲିଯାଇଥିଲା । ଏହାପରେ ମାୟାବତୀଙ୍କ ସରକାର ଗଠନ ହେଇଥିଲା ଯଦ୍ବାର ଏହି ସ୍ବପ୍ନ ଅଧାରେ ରହିଯାଇଥିଲା । ୨୦୧୨ରେ ଯେତେବେଳେ ଅଖିଲେଶ ଯାଦବଙ୍କ ସରକାର ଆସିଲା ସେତେବେଳେ ଏହି କେନ୍ଦ୍ରର ମୂଳଦୁଆ ପଡିଥିଲା । ଲକ୍ଷ୍ନୌର ଲୋହିଆ ପାର୍କର ,ଏକ ବଡ ଅଂଶରେ ଏହାକୁ ନିର୍ମାଣ କରିବାକୁ ନିଷ୍ପତ୍ତି ନିଆଗଲା । ଏହି ପାର୍କ ଲକ୍ଷ୍ନୌର ଡେଭଲପମେଣ୍ଟ ଅଥୋରିଟିର କାର୍ଯ୍ୟ ଥିବାରୁ ତାକୁ ନିର୍ମାଣର ଦାୟିତ୍ବ ଦିଆଯାଇଥିଲା । ଏହାପରେ ଜେପି ସେଣ୍ଟରକୁ ନେଇ CAG ରିପୋର୍ଟ ପ୍ରକାଶ ପାଇଥିଲା ଯାହା ସମସ୍ତଙ୍କୁ ଆଶର୍ଯ୍ୟ କରିଥିଲା । ରିପୋର୍ଟରେ ଦାବି କରାଯାଇଥିଲା କି ବିନି ଟେଣ୍ଡରେ ଏହି ନିର୍ମାଣ କରାଯାଉଥିବା ବେଳେ ଏଥିରେ ନିୟୋଜିତ କର୍ମୀ ସେଣ୍ଟର ଏସି ସିଷ୍ଟମ ଦେଖିବା ପାଇଁ ଚୀନ ପଳାଇଥିଲେ । ଏହାପରେ ୨୦୧୭ରେ ଯୋଗୀ ସରକାର ଆସିବା ପରେ JPNICନିର୍ମାଣରେ ରୋକ ଲାଗାଯାଇଥିଲା । ମାମଲା ହାଇକୋର୍ଟକୁ ଯାଇଥିଲେ ମଧ୍ୟ ସ୍ଥଗିତାଦେଶ ଏବେବି ଜାରି ଅଛି ।

ଗୁରୁବାର ବିଳମ୍ବିତ ରାତିରେ ଅଖିଳେଶ ଜେପି ସେଣ୍ଟରେ ପହଞ୍ଚିଥିଲେ । ହେଲେ ପୋଲିସ ସେଠାରେ ଟିଣ ଚାଦର ଖଞ୍ଜି ତାଙ୍କୁ ରୋକିବାରୁ ଅଖିଳେଶ ଫେରିଆସିଥିଲେ । ଏହାପରେ ଆଜି ସକାଳେ ସମାଜବାଦୀ ପାର୍ଟି କର୍ମୀମାନେ ଲକ୍ଷ୍ନୌରେ ହଙ୍ଗାମା ଆରମ୍ଭ କରିଦେଇଥିଲେ । ପୋଲିସ ଅଖିଳେଶଙ୍କୁ ଅଟକାଇବାକୁ ଯାଇ ତାଙ୍କ ଘର ଆଗରେ ବ୍ଯାରିକେଡ ଲଗାଇ ନାକାବନ୍ଦୀ କରିଦେଇଥିଲା । ତଥାପି ଅଖିଳେଶ ଘରୁ ବାହାରି କିଛି ଦୂରରେ କର୍ମୀମାନେ ପ୍ରତିଷ୍ଠା କରିଥିବା ବିଚ ରାସ୍ତାରେ ଜେପିଙ୍କ ପ୍ରତିମୂର୍ତ୍ତିରେ ମାଲ୍ଯାର୍ପଣ କରି ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଦେଇ ଯୋଗୀ ସରକାରଙ୍କ ମନମାନି ବିରୋଧରେ ଗର୍ଜିଥିଲେ ।

ଇସ୍ରାଏଲ ହିଟ ଲିଷ୍ଟରେ ଖେମନେଇ ନୁହେଁ, ଅଛନ୍ତି ଏହି ବ୍ୟକ୍ତି ..

ନନ୍ଦିଘୋଷ ବ୍ୟୁରୋ: ପ୍ରତିଶୋଧ ନିଆଁରେ ଜଳୁଛି ଇସ୍ରାଏଲ । ଇରାନ ପକାଇଥିବା ୨୦୦ମିସାଇଲର ପ୍ରତିଶୋଧ ନେବାକୁ ସୁଯୋଗ ଖୋଜୁଛି ଇସ୍ରାଏଲ । କେବେ ଏବଂ କେତେବେଳେ ଇରାନ ଉପରେ ଇସ୍ରାଏଲ ଆକ୍ରମଣ କରିବ ତାହା କହିବା ମୁସ୍କିଲ । ତେବେ ଏହାରି ଭିତରେ ଏକ ବଡ ତଥ୍ୟର ଖୁଲାସା ହେଇଛି ଯାହାକୁ ଶୁଣି ଆମେରିକା ମଧ୍ୟ ସ୍ତବ୍ଧ ହେଇଯାଇଛି । ପ୍ରକୃତରେ ଇସ୍ରାଏଲର ହିଟଲିଷ୍ଟରେ ଖେମନୋଇ ନୁହେଁ ଏମିତି ଜଣେ ବ୍ୟକ୍ତି ଅଛନ୍ତି ଯାହାର ବୟସ ୯୪ବର୍ଷ । ଏ ବ୍ୟକ୍ତି ଜଣକ ଆଉ କେହି ନୁହନ୍ତି ଏ ହେଉଛନ୍ତି ଶିୟା ଧର୍ମଗୁରୁ ଅୟାତୁଲ୍ଲାହ ଅଲ୍ଲି ସିସ୍ତାନୀ ।

ଇରାକରେ ଆମେରିକା ଦୂତ ରାଜଦୂତ ଅଲୀନା ରୋମାନୋସ୍କି ଇସ୍ରାଏଲରେ ଏକ ଚ୍ୟାନେଲରେ ଏହି ଖବରକୁ ଦେଖିବା ପରେ ଦୃଢ ନିନ୍ଦା କରିଛନ୍ତି  । ଆମେରିକା ଏହି ମୁସଲିମ ଧର୍ମଗୁରୁଙ୍କ ପ୍ରଂଶସା କରିବା ସହିତ ତାଙ୍କୁ ଶାନ୍ତିପ୍ରିୟ ଲୋକ ବୋଲି କହିଛନ୍ତି । ତେବେ ଜଣେ ଧର୍ମଗୁରୁକୁ ଇସ୍ରାଏଲ ହିଟ ଲିଷ୍ଟରେ ସାମିଲ କରିବା ନେଇ ମଧ୍ୟପ୍ରାଚ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି ।

ଆମେରିକା ରାଜଦୂତ ରୋମାନୋସ୍କୀ ସୋସିଆଲ ମିଡିଆରେ ଇସ୍ରାଏଲ ପ୍ରସାରିତ କରିଥିବା ଘଟଣାକୁ ନେଇ ଏକ ପୋଷ୍ଟ କରିଛନ୍ତି । ତାଙ୍କ କହିବାନୁଯାୟୀ ଅୟାତୁଲ୍ଲା ସିସ୍ତାନୀ ଅନ୍ତରାଷ୍ଟ୍ରୀୟ କ୍ଷେତ୍ରରେ ଜଣେ ପ୍ରସିଦ୍ଧ ଏବଂ ଧାର୍ମିକ ନେତା ଅଟନ୍ତି । ଶାନ୍ତିବଜାୟ ରଖିବା କ୍ଷେତ୍ରରେ ତାଙ୍କ ଭୂମିକା ଅତୁଳନୀୟ । ତାଙ୍କ ପ୍ରତି ଏଭଳି ଭାବନାକୁ ଆମେ ଅସ୍ବୀକାର କରୁଛୁ ।

ଇସ୍ରାଏଲ ଟିଭି ଚ୍ୟାନେଲରେ ବାରମ୍ବାର  ଅୟାତୁଲ୍ଲା ନାଁ ହିଟଲିଷ୍ଟରେ ଆସିବା ପରେ ସିୟା ସମ୍ପ୍ରଦାୟ ଏହାକୁ ଦୃଢ ନିନ୍ଦା କରିବା ସହିତ କ୍ରୋଧିତ ହେଇଯାଇଛନ୍ତି । ଏଥିରେ ଖେମନେଇଙ୍କ ନାଁ ନଥିବା ବେଳେ ଆମେରିକା ଏହାକୁ ଅସ୍ବୀକାର କରିବା ସହିତ ଇସ୍ରାଏକୁ କଡା ସମାଲୋଚନା କରିଛି  ।୯୪ବର୍ଷୀୟ ଶିୟା ମୁସଲିମ ଗୁରୁ ଅୟାତୁଲ୍ଲା ସିସ୍ତାନୀ ଜଣେ ଇରାକୀ ସ୍କଲାର ଅଟନ୍ତି । ସେ ସର୍ବୋଚ୍ଚ ଧାର୍ମିକ ନେତା ଭାବେ ପରିଚିତ । ସେ କେବେ କେବେ ସାର୍ବଜନୀନ ହୋଇଥାଆନ୍ତି । ସେ ତାଙ୍କ ଅନୁଗାମୀ ମାନଙ୍କ ମାର୍ଗଦର୍ଶନ କରାଇଥାଆନ୍ତି । ୨୦୧୪ରେ ସେ ISIS ବିରୁଦ୍ଧରେ ନିଜ ଦେଶର ରକ୍ଷା ପାଇଁ ସ୍ବର ଉତ୍ତୋଳନ କରିଥିଲେ ।

 

ଭୁବନେଶ୍ବର ପୂଜା ମଣ୍ଡପ ବୁଲିଲେ ନବୀନ. ମା’ଙ୍କ ନିକଟରେ କଲେ ଆଶିଷ ଭିକ୍ଷା

ଭୁବନେଶ୍ବର: ପୂଜା ମଣ୍ଡପ ବୁଲୁଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ଶାରଦୀୟ ଦୂର୍ଗାପୂଜା ପାଇଁ ରାଜଧାନୀ ଚଳଚଞ୍ଚଳ ହୋଇଉଠିଥିବା ବେଳେ ନବୀନ ମଧ୍ୟ ଏ ଖୁସୀର ମାହୋଲରେ ସାମିଲ ହେଇଛନ୍ତି । ଆଜି ବିଭିନ୍ନ ପୂଜା ମଣ୍ଡପ ବୁଲିବା ସହ ମା’ଙ୍କର ଆଶିଷ ଭିକ୍ଷା କରିଛନ୍ତି ପୂର୍ବତନ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଶୁକ୍ରବାର ମହାଷ୍ଟମୀ ଅବସରରେ ରାଜଧାନୀର ବିଭିନ୍ନ ପୂଜାମଣ୍ଡପ ବୁଲୁଛନ୍ତି ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନବୀନ ପଟ୍ଟନାୟକ ଭୁବନେଶ୍ବରରେ ୩ଟି ପୂଜା ମଣ୍ଡପ ବୁଲିବାର କାର୍ଯ୍ୟକ୍ରମ ଥିବାବେଳେ ରସୁଲଗଡ଼ରୁ ସକାଳ ସାଢ଼େ ୧୦ଟାରୁ ଦର୍ଶନ ଆରମ୍ଭ କରିଥିଲେ । ରସୁଲଗଡ ଦୁର୍ଗାପୂଗା ମଣ୍ଡପରେ ନବୀନଙ୍କୁ କମିଟି ତରଫରୁ ଭବ୍ୟ ସ୍ବାଗତକରାଯାଇଥିବା ବେଳେ ରସୁଲଗଡ ପୂଜା ପେଣ୍ଡାଲ ବୁଲିଥିଲେ ନବୀନ ।

ଏହାପରେ ୧୧ଟା ୩ ମିନିଟରେ ସହିଦନଗର ପୂଜା ପେଣ୍ଡାଲରେ ପହଞ୍ଚି  ମା’ଙ୍କୁ ଦର୍ଶନ କରିବା ସହିତ ପେଣ୍ଡାଲ ବୁଲି ଦେଖିଥିଲେ ନବୀନ । ନବୀନଙ୍କୁ ଅତି ପାଖରୁ ଦେଖି ଉତ୍ସାହିତ ହୋଇଯାଇତିଲେ ସାଧାରଣ ଜନତା । ପରେ ୧୧ଟା ୨୫ ମିନିଟରେ ବଡ଼ଗଡ଼ ମଣ୍ଡପରେ ପହଞ୍ଚି ମାଆଙ୍କୁ ଦର୍ଶନ କରିଥିବା ସହିତ ପେଣ୍ଡାଲ ବୁଲିଥିଲେ ନବୀନ । ମଣ୍ଡପ ବୁଲି ଯିବାକୁ ନବୀନଙ୍କୁ ଟୁଇନସିଟିର ବିଭିନ୍ନ ପୂଜା କମିଟି ନିମନ୍ତ୍ରଣ କରିଥିବା ବେଳେ ପୂର୍ବରୁ ଗଣେଶ ପୂଜା ସମୟରେ ମଧ୍ଯ ନବୀନ ମଣ୍ଡପ ବୁଲିବା ସହ ଲୋକଙ୍କ ସହ କଥା ହୋଇଥିଲେ ।

ହରିୟାଣା ନିର୍ବାଚନ ପରେ କଂଗ୍ରେସକୁ ସମାଜବାଦୀ ପାର୍ଟୀର ନାଲିଆଖି ..

ନନ୍ଦିଘୋଷ ବ୍ୟୁରୋ: ହରିୟାଣା ନିର୍ବାଚନ ପରେ ବଦଳୁଛି ରାଜନୀତି । କଂଗ୍ରେସ ଉପରେ ବର୍ତ୍ତମାନ ବଢୁଛି ଚାପ । ଶିବସେନା ଏବଂ ଏନସିପି ପରେ ସମାଜବାଦୀ ପାର୍ଟୀ ଏବେ କଂଗ୍ରେସ ଉପରେ ଚାପ ପକାଇବା ଆରମ୍ଭ କରିଛି। ସମାଜବାଦୀ ପାର୍ଟି ମହାରାଷ୍ଟ୍ରରେ କଂଗ୍ରେସ ସହ ମେଣ୍ଟ କରିବାକୁ ଚାହୁଁଛି। ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ​​ସମାଜବାଦୀ ଦଳ ୧୨ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଚାହୁଁଛି।

ସମାଜବାଦୀ ଦଳ ମହାରାଷ୍ଟ୍ରର ୧୨ଟି ବିଧାନସଭା ଆସନ ଚୟନ କରି ଏହି ତାଲିକା କଂଗ୍ରେସକୁ ପଠାଇଛି। ଯଦି ଏଥିରେ କଂଗ୍ରେସ ସହମତି ପ୍ରକାଶ ନକରିବ ତାହେଲେ ସମାଜବାଦୀ ଏକାକୀ ଏହି ଆସନରୁ ଲଢେଇ କରିବ ବୋଲି ସୂଚନା ମିଳିଛି । ମଧ୍ୟପ୍ରଦେଶ ଏବଂ ହରିୟାଣାରେ ସପା ଗଠବନ୍ଧନ କରିବାକୁ ଚାହୁଁଥିଲା । ହେଲେ ଉଭୟ ରାଜ୍ୟରେ ସମାଜବାଦି ପାର୍ଟିକୁ କଂଗ୍ରେସ ଗୁରୁତ୍ୱ ଦେଇ ନଥିଲା। ତେବେ ଉଭୟ ରାଜ୍ୟର ଫଳାଫଳକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ରରେ ପୁଣି ସେଭଳି ପରିସ୍ଥିତି ସୃଷ୍ଟି ନହେଉ ବୋଲି ସପା ଏଭଳି ନିଷ୍ପତ୍ତି ନେଇଛି ।

ହରିୟାଣାରେ ପରାଜୟ ପରେ ମହାରାଷ୍ଟ୍ରରେ କଂଗ୍ରେସକୁ ଜଗିରଖି ଆଗକୁ ବଢିବାକୁ ପଡିବ । ହରିୟାଣାରେ କେବଳ କଂଗ୍ରେସ ଦଳ ୮୯ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। କିନ୍ତୁ ଦୁଃଖର କଥା ତାଙ୍କୁ ପରାଜୟର ସାମ୍ନା କରିବାକୁ ପଡିଲା। ନିର୍ବାଚନ ପୂର୍ବରୁ ଆଶା କରାଯାଉଥିଲା କି  ହରିୟାଣାକୁ ୧୦ବର୍ଷ ପରେ ପୁଣି କଂଗ୍ରେସ ଫେରିବ । କିନ୍ତୁ ସବୁ ସଲଟପାଲଟ ହେଇଗଲା। ବର୍ତ୍ତମାନ ଏବେ ମହାରାଷ୍ଟ୍ରର ପାଳି। ମହାରାଷ୍ଟ୍ରରେ ଶିବସେନା ଉଦ୍ଧବ ଦଳ ଏବଂ ଏନସିପି ଶରଦ ପାୱାର ଦଳ ସହ କଂଗ୍ରେସର ଏକ ମେଣ୍ଟ ରହିଛି।

ହରିୟାଣାରେ ପରାଜୟ ପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ସହଯୋଗୀ । ଏଭଳି ପରିସ୍ଥିତିରେ କଂଗ୍ରେସ ସମାଜବାଦୀ ପାର୍ଟୀକୁ ମଗାଯାଇଥିବା ଆସନ ଦେଉଛି କି ନାହିଁ ତାହା ଦେଖିବାକୁ ବାକି ରହିଲା। ହରିୟାଣାରେ ପରାଜୟ ପାଇଁ ସମସ୍ତ ସହଯୋଗୀ କଂଗ୍ରେସକୁ ଦାୟୀ କରୁଥିବା ସୂଚନା ମିଳିଛି । ଯଦି କଂଗ୍ରେସ ପାର୍ଟି ହରିୟାଣାରେ ଏକ ସହଯୋଗୀ ଦଳ ସହିତ ପ୍ରତିଦ୍ୱନ୍ଦ୍ୱିତା କରିଥାନ୍ତା, ତେବେ ଫଳାଫଳ ଭିନ୍ନ ହୋଇଥାନ୍ତା।

ହରିୟାଣା, ଜାମ୍ମୁ କାଶ୍ମୀର ପରେ ଝାଡଖଣ୍ଡ ଏବଂ ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ମହାରାଷ୍ଟ୍ରରେ ଶିବସେନା ଉଦ୍ଧବ ଦଳ ଏବଂ ଏନସିପି ଶରଦ ପାୱାରଙ୍କ ସହ କଂଗ୍ରେସର ଏକ ମେଣ୍ଟ ରହିଛି ଏବଂ ଝାଡଖଣ୍ଡରେ ହେମନ୍ତ ସୋରେନଙ୍କ ଦଳ ସହ କଂଗ୍ରେସ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରୁଛି। ତେବେ ଆସନ ବଣ୍ଟନ ନେଇ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇନଥିବା ବେଳେ ଆଗକୁ ଦେଖିବା କୋଉ ପାଣି କୁଆଡେ ଯାଉଛି ।

ସାରା ବିଶ୍ଵରେ ସାଇବର୍ ଆଟାକ୍, ୩୧ ମିଲିୟନ ଆକାଉଣ୍ଟ ହ୍ୟାକ୍

ନନ୍ଦିଘୋଷ ବ୍ୟୁରୋ: ସାରା ବିଶ୍ଵରେ ସାଇବର୍ ଆଟାକ୍ । ୩୧ ମିଲିୟନ ଆକାଉଣ୍ଟ ହ୍ୟାକ୍ । ୟୁଜର୍ସଙ୍କ ଗୋପନୀୟ ତଥ୍ୟ ପ୍ରଘଟ । ଇମେଲ୍ ଆଇଡି, ଠିକଣା, ନାଁ, ପାସ୍ ୱାର୍ଡ ପ୍ରଘଟ । ପାସ୍ ୱାର୍ଡ ବଦଳାଇବାକୁ ବିଶେଷଜ୍ଞଙ୍କ ପରାମର୍ଶ । ୨ ଦିନ ତଳେ ଆସିଥିଲା ପ୍ରଥମ ସୂଚନା । ଲକ୍ଷ ଲକ୍ଷ ୟୁଜର୍ସଙ୍କ ଡାଟା ଏକ ୱେବସାଇଟରେ ପ୍ରକାଶ ପାଇଥିଲା ।

ଇଣ୍ଟରନେଟ ଆର୍କାଇଭ ଉପରେ ହୋଇଥିବା ଏହି ସାଇବର ଆଟାକ ଯୋଗୁଁ ସମସ୍ତଙ୍କର ନାଁ, ଠିକଣା, ଇମେଲ, ସ୍କ୍ରିନ୍ ନାଁ, ଏପରିକି ପାସ୍ ୱାର୍ଡ ପରି ସବୁ ଗୋପନୀୟ ତଥ୍ୟ ପଦାରେ ପଡ଼ିଛି। ତୁରନ୍ତ ନିଜ ନିଜର ପାସ୍ ୱାର୍ଡ ବଦଳାଇବାକୁ ସାଇବର ଏକ୍ସପର୍ଟମାନେ ପରାମର୍ଶ ଦେଇଛନ୍ତି। ଏହି ସାଇବର ଆଟାକର ପ୍ରଥମ ସୂଚନା ଆସିଥିଲା ଦୁଇ ଦିନ। ଲକ୍ଷ ଲକ୍ଷ ୟୁଜରଙ୍କ ଡାଟା ଏକ ୱେବସାଇଟରେ ପ୍ରକାଶ ପାଇଥିଲା।

 

କଂଗ୍ରେସକୁ ଓମାର ଅବଦୁଲ୍ଲାଙ୍କ ଗୋଟିଏ ଦିନର ଅଲ୍ଟିମେଟମ !

ନନ୍ଦିଘୋଷ ବ୍ୟୁରୋ: ଓମାର ଅବଦୁଲ୍ଲା ଜାମ୍ମୁ କାଶ୍ମୀରର ମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରିବାକୁ ପ୍ରସ୍ତୁତ । ଗତକାଲି ସେ କହିଛନ୍ତି ଯେ ଜାମ୍ମୁ କାଶ୍ମୀରରେ ୪ଟି ସ୍ବାଧୀନ ବିଧାୟକ ଦଳକୁ ସମର୍ଥନ କରିବାପରେ ଏନସିର ଆସନ ୪୬ରେ ପହଞ୍ଚିଛି। ବର୍ତ୍ତମାନ କେବଳ ସରକାର ଗଠନ ଦାବିରେ କଂଗ୍ରେସର ସମର୍ଥନକୁ ଅପେକ୍ଷା କରିଛନ୍ତି। ଓମାର ଅବଦୁଲ୍ଲା ଏନସି ବିଧାନସଭା ଦଳର ନେତା ଭାବରେ ନିର୍ବାଚିତ ହେବାପରେ ସମସ୍ତଙ୍କୁ ଧନ୍ୟବାଦ ଜଣାଇ କହିଛନ୍ତି ଯେ, “ଆପଣ ଦ୍ବାରା ନିଆଯାଇଥିବା ନିଷ୍ପତ୍ତି ବିଷୟରେ ମୁଁ ଅବଗତ । ମୋ ଉପରେ ବିଶ୍ବାସ ରଖିଥିବାରୁ ସମସ୍ତ ବିଧାୟକମାନଙ୍କୁ ମୁଁ ହୃଦୟରୁ ଧନ୍ୟବାଦ ଦେଉଛି।” ମୋତେ ସରକାର ଗଠନ ଦାବିରେ ଭାଗ ନେବାର ଏକ ସୁଯୋଗ ଦେଇଥିବାରୁ ଧନ୍ୟବାଦ ।

ଜାମ୍ମୁ କାଶ୍ମୀରରେ ସରକାର ଗଠନ ସମ୍ପର୍କରେ ଅବଦୁଲ୍ଲା କହିଛନ୍ତି ଯେ ବର୍ତ୍ତମାନ ସେ କଂଗ୍ରେସର ସମର୍ଥନକୁ ଅପେକ୍ଷା କରିଛନ୍ତି। ସେ କହିଛନ୍ତି, “ଆମେ କଂଗ୍ରେସ ସହିତ ସେମାନଙ୍କର ସମର୍ଥନ ପାଇଁ ଆଲୋଚନା କରୁଛୁ। ସମର୍ଥନ ପାଇବା ପରେ ଆମେ ଯଥାଶୀଘ୍ର ରାଜ୍ୟପାଳଙ୍କ ନିକଟକୁ ଯିବୁ। ତେବେ ଚିଠିର ଜବାବ ଦେବାକୁ  କଂଗ୍ରେସକୁ ଗୋଟିଏ ଦିନର ସମୟ ଦେଇଛୁ।” ରାଜ୍ୟ ଗଠନ ପାଇଁ ପ୍ରସ୍ତାବ ସମ୍ପର୍କରେ ଅବଦୁଲ୍ଲା କହିଛନ୍ତି ଜମ୍ମୁ-କଶ୍ମୀରରେ ନ୍ୟାଶନାଲ କନ୍‌ଫରେନ୍ସ ଏବଂ କଂଗ୍ରେସର ମେଣ୍ଟ ସରକାର ଶପଥ ନେବା ପରେ ପ୍ରଥମ କ୍ୟାବିନେଟ୍‌ରେ ଅନୁଚ୍ଛେଦ ୩୭୦ ଉପରେ ସଂକଳ୍ପନାମା ପାରିତ କରାଯିବ। କେନ୍ଦ୍ରଶାସିତ ଅଞ୍ଚଳକୁ ରାଜ୍ୟ ମାନ୍ୟତା ଫେରାଇବା ପାଇଁ କେନ୍ଦ୍ର ଉପରେ ଚାପ ସୃଷ୍ଟି କରାଯିବ ।

ସେ ଏହି ପ୍ରସ୍ତାବ ପାରିତ କରିବା ପାଇଁ ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ ଏବଂ ଅନ୍ୟ ମନ୍ତ୍ରୀଙ୍କ ସହ ଆଲୋଚନା କରିବେ। ଏଥି ସହିତ ଅବଦୁଲ୍ଲା ମଧ୍ୟ ଲୋକଙ୍କ କଲ୍ୟାଣ ପାଇଁ ସରକାରଙ୍କ ତରଫରୁ ଲେଫ୍ଟନାଣ୍ଟ ଗଭର୍ଣ୍ଣର (ଏଲଜି) ଙ୍କ ସହ ସମନ୍ୱୟର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି। ସେ କହିଛନ୍ତି ଯେ ଆମେ ଏଲଜି ଏବଂ ସରକାରଙ୍କ ମଧ୍ୟରେ କୌଣସି ବଡ଼ ବିବାଦ ଚାହୁଁନାହୁଁ। ଏହା ପରିବର୍ତ୍ତେ, ଆମର ଲକ୍ଷ୍ୟ ହେଉଛି ଶାନ୍ତିପୂର୍ଣ୍ଣ ସହଯୋଗ ଏବଂ ଏକ ରାଜ୍ୟ ଭାବରେ ଆମର ଯୋଗ୍ୟ ସ୍ଥିତି ହାସଲ ନକରିବା ପର୍ଯ୍ୟନ୍ତ ଲୋକଙ୍କ ପାଇଁ କାର୍ଯ୍ୟ କରିବା  ।  ଆମେ ଆଶା କରୁଛୁ ଯଥାଶୀଘ୍ର ରାଜ୍ୟ ପ୍ରତିଷ୍ଠା ହେବ। ଜାମ୍ମୁ କାଶ୍ମୀରର ଲୋକଙ୍କୁ ସେବା କରିବା ପାଇଁ ଆମେ ଏକ ସହଯୋଗୀ ତଥା ଅନୁକୂଳ ପରିବେଶ ସୃଷ୍ଟି କରିବାକୁ ଚାହୁଁଛୁ  ।  ସେ ନିଶ୍ଚିତ କରିଛନ୍ତି ଯେ ଭବିଷ୍ୟତ ସରକାର ସମସ୍ତ ବ୍ୟକ୍ତିବିଶେଷଙ୍କ ପାଇଁ କାର୍ଯ୍ୟ କରିବେ ।

୨୦୧୯ ଅଗଷ୍ଟ ୫ରେ ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ପ୍ରଦାନକାରୀ ସମ୍ବିଧାନର ଅନୁଚ୍ଛେଦ ୩୭୦କୁ କେନ୍ଦ୍ର ସରକାର ହଟାଇ ଦେଇଥିଲେ। ଏଥିସହ ଜମ୍ମୁ-କଶ୍ମୀର ଓ ଲଦାଖ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ ସୃଷ୍ଟି କରିଥିଲେ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶାନୁସାରେ ଜମ୍ମୁ-କଶ୍ମୀରରେ ୨୦୧୪ ପରେ ପ୍ରଥମ ଥର ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଛି।

ବାଂଲାଦେଶ ମନ୍ଦିରରୁ ମା’ କାଳୀଙ୍କ ମୁକୁଟ ଚୋରି, ଦାନ ଦେଇଥିଲେ ମୋଦି

ନନ୍ଦିଘୋଷ ବ୍ୟୁରୋ; ଦୁର୍ଗାପୂଜା ନେଇ ସମଗ୍ର ଦେଶ ଉତ୍ସବମୁଖର ଥିବାବେଳେ ବାଂଲାଦେଶରେ ଘଟିଛି ଏକ ବଡ ଅଘଟଣ । ମା’ଙ୍କ ମଥାରୁ ସୁନାମୁକୁଟ ଚୋର କରିନେଇଗଲେ ଦୁର୍ବୁତ୍ତ ।  ବାଂଲାଦେଶରେ ମଧ୍ୟ ବେଶ ଧୁମଧାମରେ ଦୁର୍ଗାପୂଜା ପାଳନ କରାଯାଇଥାଏ । ପୂଜା ଉପଲକ୍ଷେ ବାଂଲାଦେଶରେ ୪ଦିନ ଛୁଟି ମଧ୍ୟ ଘୋଷଣା କରାଯାଇଛି । କିନ୍ତୁ ଏହାରି ଭିତରେ ଏ ଘଟଣା ଭକ୍ତଙ୍କ ମନକୁ କୁଠାରଘାତ କରିଛି । ବାଂଲାଦେଶର ପ୍ରସିଦ୍ଧ ଜେଶୋରେଶ୍ୱରୀ କାଳୀ ମନ୍ଦିରର ମା’ଙ୍କ ମଥାରୁ ସୁବର୍ଣ୍ଣ ମୁକୁଟ ଚୋରି ହୋଇଛି। ଗୁରୁବାର ଦିନ ଏହି ସୁନା ମୁକୁଟ ଚୋରି ହୋଇଥିବା ବେଳେ ଭକ୍ତଙ୍କ ମନରେ ଗଭୀର ଆଘାତ ପହଞ୍ଚିଛି । ୨୦୨୧ ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାଂଲାଦେଶ ଗସ୍ତ କରିଥିବାବେଳେ ଏହି ସୁନା ମୁକୁଟକୁ ଉପହାର ଦେଇଥିଲେ ।

ଦୁର୍ଗା ପୂଜା ଅବସରରେ ବାଂଲାଦେଶରେ ୪ଦିନ ଛୁଟି ଦିଆଯାଇଛି, ଯାହାଫଳରେ ସମଗ୍ର ଦେଶରେ ଏହି ପର୍ବ ପାଳନ କରାଯାଇପାରିବ। ଏହି ସମୟରେ, ବାଂଲାଦେଶର ସାଥିରା ସହରର ଶ୍ୟାମନଗରରେ ଅବସ୍ଥିତ ପ୍ରସିଦ୍ଧ ଜେଶୋରେଶ୍ୱରୀ କାଳୀ ମନ୍ଦିରର ସୁବର୍ଣ୍ଣ ମୁକୁଟ ଚୋରି ହୋଇଛି। ଏହି ଚୋରି ଘଟଣା ମନ୍ଦିରର ସିସିଟିଭିରେ କଏଦ ହୋଇଥିଲା ଯେଉଁଥିରେ ଜଣେ ଯୁବକ ସୁବର୍ଣ୍ଣ ମୁକୁଟ ନେଉଥିବାର ନଜର ଆସିଛି ।

ମୋଦିଙ୍କ ସହିତ ରହିଛି ସମ୍ପର୍କ

ବାଂଲାଦେଶର କାଳୀ ମନ୍ଦିରର ଏହି ମୁକୁଟ ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଏକ ବିଶେଷ ସମ୍ପର୍କ ରହିଛି। ବାସ୍ତବରେ, ଯେତେବେଳେ ୨୦୨୧ ମସିହାରେ ପ୍ରଧାନମନ୍ତ୍ରୀ ମୋଦୀ ବାଂଲାଦେଶ ଗସ୍ତ କରିଥିଲେ, ସେତେବେଳେ ସେ ଦେଶକୁ ଏକ ସୁନା ମୁକୁଟ ଉପହାର ଦେଇଥିଲେ। ତେବେ ଦୁର୍ଗା ପୂଜାର ବିଶେଷ ଉତ୍ସବରେ ବର୍ତ୍ତମାନ ଏହି ମୁକୁଟ ଚୋରି ହୋଇଛି।

ସୁନା ମୁକୁଟ କେବେ ଚୋରି ହେଲା ?

ମନ୍ଦିରରୁ ଚୋରିର ଏହି ଘଟଣା ଗୁରୁବାର ଅପରାହ୍ନ ୨.୪୭ରୁ ୨.୫୦ ମଧ୍ୟରେ ଘଟିଛି । ଖବର ଅନୁଯାୟୀ, ମନ୍ଦିରର ପୁରୋହିତ ଦିଲୀପ କୁମାର ବାନାର୍ଜୀ ଦୈନିକ ପୂଜା ସମାପ୍ତ କରିବା ପରେ ମନ୍ଦିରର ଚାବି ଏହାର ରକ୍ଷଣାବେକ୍ଷଣ ଦାୟିତ୍ବ ରେଖା ସାର୍କୁ ପ୍ରଦାନ କରାଯାଇଥିଲା। ଏହା ପରେ ରେଖା ସାର୍କ କହିଥିଲେ ଯେ ଯେତେବେଳେ ସେ କିଛି କାମ ପାଇଁ ବାହାରକୁ ଯାଇ ଫେରିଥିବା ବେଳେ ଦେଖିଲେ ଯେ ମା କାଳୀଙ୍କ ସୁବର୍ଣ୍ଣ ମୁକୁଟ ସେଠାରେ ନାହିଁ। ଏହା ପରେ ସେ ସମସ୍ତଙ୍କୁ ଏ ବିଷୟରେ ଜଣାଇଥିଲେ  ।

ତଦନ୍ତ କରୁଛି ପୋଲିସ

ଏହି ଚୋରି ଘଟଣା ପରେ ତୁରନ୍ତ ପୋଲିସକୁ ସୂଚନା ଦିଆଯାଇଥିଲା। ପୋଲିସ ତଦନ୍ତ ଆରମ୍ଭ କରିଛି। ପୋଲିସ ଅଧିକାରୀ ଫାକିର ତାଇଜୁର ରହମାନ କହିଛନ୍ତି ଯେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶକୁ ଦେଇଥିବା ଉପହାର ଚୋରି ହେବା ପରେ ଆମେ ଏହାକୁ ଖୋଜିବା ପାଇଁ ଚେଷ୍ଟା କରୁଛୁ। ତଦନ୍ତ ଚାଲିଛି ଏବଂ ଅପରାଧୀଙ୍କୁ ଚିହ୍ନଟ କରିବା ପାଇଁ ଆମେ ସିସିଟିଭି ଫୁଟେଜ ସ୍କାନ କରୁଛୁ।

୫୧ ଶକ୍ତି ପୀଠ ମଧ୍ୟରୁ ଜେଶୋରେଶ୍ୱରୀ ମନ୍ଦିର ଅନ୍ୟତମ

ଯେତେବେଳେ ଦେଶରେ ଦୁର୍ଗା ପୂଜା ପର୍ବ ପୂରା ପରମ୍ପରା ସହିତ ପାଳନ କରାଯାଉଥିବା ବେଳେ ଏହି ମୁକୁଟ ଚୋରି ହେବା ଏକ ସାଧାରଣ କଥା ନୁହେଁ  । ଜେଶୋରେଶ୍ୱରୀ ମନ୍ଦିର ହେଉଛି ୫୧ ଶକ୍ତି ପୀଠ ମଧ୍ୟରୁ ଅନ୍ୟତମ | “ଜେଶୋରେଶ୍ୱରୀ” ନାମର ଅର୍ଥ ହେଉଛି “ଜିଶୋରର ଦେବୀ।” ପ୍ରଧାନମନ୍ତ୍ରୀ ମୋଦୀ ୨୭ ମାର୍ଚ୍ଚ ୨୦୨୧ରେ ବାଂଲାଦେଶ ଗସ୍ତ ସମୟରେ ଜେଶୋରେଶ୍ୱରୀ ମନ୍ଦିର ପରିଦର୍ଶନ କରିଥିଲେ। ସେହି ଦିନ ପ୍ରଧାନମନ୍ତ୍ରୀ କାଳୀ ମନ୍ଦିରରେ ଏକ ସୁବର୍ଣ୍ଣ ମୁକୁଟ ଦେଇ ଦେବୀଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।

ଇସ୍ରାଏଲର ଏୟାରଷ୍ଟ୍ରାଇକ୍; ୨୨ମୃତ

ନନ୍ଦିଘୋଷ ବ୍ୟୁରୋ: ରକ୍ତମୁଖା ହୋଇଛି ଇସ୍ରାଏଲ। ଲେବାନନ ଉପରେ ଘନ ଘନ ଆକ୍ରମଣ। ଆକାଶ ମାର୍ଗରୁ ବୋମା ବର୍ଷଣ ଓ କ୍ଷେପଣାସ୍ତ୍ର ମାଡ଼ । ଟାର୍ଟେଟରେ ରହିଛନ୍ତି ହେଜବୁଲ୍ଲାର ଆତଙ୍କବାଦୀ। ଗତ ରାତିରେ ଲେବାନନ ରାଜଧାନୀ ବେରୁତରେ ଭୟଙ୍କର ଆକ୍ରମଣ କରିଛି ଇସ୍ରାଏଲ। ଇସ୍ରାଏଲର ରକେଟ ମାଡରେ  ୨୨ଜଣଙ୍କର ମୃତ୍ୟୁ ହେଇଥିବା ବେଳେ ୧୧୭ଜଣ ଆହତ ହୋଇଛନ୍ତି । ଇସ୍ରାଏଲର ଦୁଇଟି ଅଞ୍ଚଳ ରସ ଅଲ-ନାବା ଏବଂ ବୁର୍ଜ ଆବି ହାଇଦର ଅଞ୍ଚଳକୁ ଟାର୍ଗେଟ କରି ଏକ ଆଠ ମହଲା କୋଠାକୁ ଧ୍ୱଂସ କରିଦେଇଛି ଇସ୍ରାଏଲ। ଅକ୍ଟୋବର ୧ରୁ ଇସ୍ରାଏଲର ଗ୍ରାଉଣ୍ଡ ଆକ୍ରମଣ ଜାରି ରହିଥିବା ବେଳେ ଏଥିରେ ହଜାର ହଜାର ଲୋକଙ୍କ ମୃତ୍ୟୁ ଘଟିଛି।

ଶାନ୍ତି ରକ୍ଷାକାରୀଙ୍କ ଉପରେ ଇସ୍ରାଏଲର ଆକ୍ରମଣ

ଗତ ଗୁରୁବାର ଇସ୍ରାଏଲ  ଦକ୍ଷିଣ ଲେବାନନରେ ଜାତିସଂଘର ଶାନ୍ତି ରକ୍ଷାକାରୀଙ୍କ ଉପରେ ଗୁଳି ବର୍ଷା କରି ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କୁ ଆହତ କରିଥିଲା, ଯେଉଁ କାରଣ ପାଇଁ ଇସ୍ରାଏଲର ପ୍ରମୁଖ ସହଯୋଗୀ ଆମେରିକା ସମେତ ବିଭିନ୍ନ ଦେଶରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା।

ହ୍ବାଇଟ ହାଉସ୍ରୁ IDFକୁ ନିନ୍ଦା

ହ୍ବାଇଟ ହାଉସ୍ରୁ ଜାତୀୟ ସୁରକ୍ଷା ପରିଷଦର ମୁଖପାତ୍ର କହିଛନ୍ତି ଯେ ଲେବାନନରେ ଜାତିସଂଘର ଶାନ୍ତି ରକ୍ଷାକାରୀଙ୍କୁ ଏବଂ ଦୁଇଟି ଟାୱାର ଉପରେ ଗୁଳି ଚଳାଇଥିବାର ଖବର ଆମକୁ ଗଭୀର ଚିନ୍ତନରେ ପକାଇଦେଇଛି । ଇସ୍ରାଏଲ୍ ଶାନ୍ତି ରକ୍ଷାକାରୀ ବାହିନୀକୁ ବର୍ତ୍ତମାନର ସ୍ଥିତିରୁ ଓହରିଯିବାକୁ ଚେତାବନୀ ଦେଇଛି କାରଣ ଇସ୍ରାଏଲ ପାଇଁ ଏହା ବାଧା ସୃଷ୍ଟି କରୁଛି ।

ଆକ୍ରମଣର ଉଦ୍ଦେଶ୍ୟ ଥିଲା?

ଇସ୍ରାଏଲର ଟାର୍ଗେଟରେ ଥିଲେ ହେଜବୁଲ୍ଲାର ଟପ୍ ନେତା ୱାଫିକ୍ ସଫା। ତେବେ ସେ ବର୍ତ୍ତି ଯାଇଥିବାର ସୂଚନା ମିଳିଛି। ଯେଉଁ ଜାଗାକୁ ଟାର୍ଗେଟ କରି କ୍ଷେପଣାସ୍ତ୍ର ମାଡ଼ କରିଥିଲା ଇସ୍ରାଏଲ, ସେଠାରୁ ଅଳ୍ପ ସମୟ ଆଗରୁ ହିଁ ଛାଡ଼ି ଯାଇଥିଲେ ହେଜବୁଲ୍ଲାର ଟପ୍ ନେତା ୱାଫିକ୍ ସଫା । ଗୁରୁବାର ହୋଇଥିବା ଆକ୍ରମଣରେ ହିଜବୁଲ ସୁରକ୍ଷା ବିଭାଗର ଜଣେ ବରିଷ୍ଠ ଅଧିକାରୀ ୱାଫିକ୍ ସଫାଙ୍କୁ ହତ୍ୟା କରିବାକୁ ଉଦ୍ୟମ କରାଯାଇଥିବା ଜଣାପଡିଛି, ଯଦିଓ ହିଜବୁଲ୍ଲାର ଅଲ ମାନାର୍ ଟିଭି ନିଶ୍ଚିତ କରିଛି ବିସ୍ଫୋରଣ ହୋଇଥିବା ବିଲ୍ଡିଂରେ ୱାଫିକ୍ ସଫା ଉପସ୍ଥିତ ନଥିଲେ । ହିଜବୁଲ୍ଲା ମଧ୍ୟ ଏହାର ପ୍ରତିଜବାବରେ ଗୁରୁବାର ଦିନ ଇସ୍ରାଏଲ ଉପରେ ରକେଟ୍ ମାଡ କରିଛି । କିନ୍ତୁ ଆକ୍ରମଣକୁ ଇସ୍ରାଏଲ ପକ୍ଷରୁ ବାଧା ଦିଆଯାଇଥିବାବେଳେ ଏଥିରେ କୌଣସି କ୍ଷୟକ୍ଷତି ହେବାର ସୂଚନା ନାହିଁ ।  ଇସ୍ରାଏଲ ଲେବାନାନ ଉପରେ ଆକ୍ରମଣ କରିବା ପରଠାରୁ ୨୧୬୯ ଲୋକ ପ୍ରାଣ ହରାଇଛନ୍ତି |