spot_img
Home Blog Page 1445

ଆଜି ବିଜୟା ଦଶମୀ: ମହିଷାମର୍ଦ୍ଦିନୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ମାଆ

ଭୁବନେଶ୍ବର: ଅଧର୍ମ ଉପରେ ଧର୍ମର ଜୟ । ଅସତ୍ୟ ଉପରେ ସତ୍ୟର ବିଜୟ । ଦୁର୍ଗତୀନାଶିନୀ ମାଆ ଦୁର୍ଗାଙ୍କ ଆଜି ଦଶହରା ବା ବିଜୟା ଦଶମୀ । ଗାଁଠୁ ସହର, ସବୁଠି ଦଶଭୂଜାଙ୍କ ଆରାଧନା । ପବିତ୍ର ବିଜୟା ଦଶମୀରେ ମଣ୍ଡପରେ ମାଆଙ୍କ ହେଉଛି ମହାପୂଜା ।

ମହିଷାମର୍ଦ୍ଦିନୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମହାମାୟା । ଉପଚାର ପୂଜା ସହ ଅନୁଷ୍ଠିତ ହେଉଛି ନୀତିକାନ୍ତି । ଅପରାଜିତା ପୂଜା ଶେଷ ପରେ ମଣ୍ଡପରେ ଘଟ ବିସର୍ଜନ ହୋମଯଜ୍ଞ ପାଳିତ ହେବ । ଅପରାଜିତା ପୂଜା, ଅନ୍ନପୂର୍ଣ୍ଣା ଭିକ୍ଷା ଓ ଶେଷରେ ମଣ୍ଡପରେ ଘଟ ବିସର୍ଜନ ବିଧି ପାଳିତ ହେବ । ମାଆଙ୍କ ଦର୍ଶନ କରି ସୌଭାଗ୍ୟ ଲାଭ କରୁଛନ୍ତି ହଜାର ହଜାର ଭକ୍ତ । ବିଜୟା ଦଶମୀରେ ବଙ୍ଗୀୟ ପରମ୍ପରା ଅନୁଯାୟୀ ବିଭିନ୍ନ ପୂଜା ମଣ୍ଡପରେ ସିନ୍ଦୂରଖେଳ ଅନୁଷ୍ଠିତ ହେବ । ମହିଳାମାନେ ମାଆ ଦୁର୍ଗାଙ୍କୁ ସିନ୍ଦୂର ଲଗାଇ ପରସ୍ପର ମଧ୍ୟରେ ସିନ୍ଦୂର ଖେଳିବେ ।

କମୁନି ପିଆଜ ଦର ,ଦର ନିୟନ୍ତ୍ରଣରେ ସରକାରଙ୍କ ନାହିଁ ଲଗାମ

ଭୁବନେଶ୍ବର : କେବେ କମିବ ପିଆଜ ଭାଉ ? ଦର ନିୟନ୍ତ୍ରଣରେ ସରକାରଙ୍କ ନାହିଁ ଲଗାମ। ବର୍ଷା ଯୋଗୁଁ ଅମଳ କମିଥିବାରୁ ଦର ବଢୁଛି ବୋଲି ବିଭାଗୀୟ ମନ୍ତ୍ରୀଙ୍କ ଶସ୍ତା ମନ୍ତବ୍ୟ । ମନ୍ତ୍ରୀଙ୍କ ମନ୍ତବ୍ୟକୁ ବ୍ୟବସାୟୀ ମହାସଂଘର ସମାଲୋଚନା। ଦରବୃଦ୍ଧି ସମୟରେ ନାଫେଡ଼ ନିଜ ପାଖରେ ରଖିଥିବା ୨ଲକ୍ଷ ଟନ୍ ପିଆଜ କେଉଁ କାମରେ ଲାଗୁଛି ବୋଲି ସଂଘ ପ୍ରଶ୍ନ କରିଛି। ପ୍ରତିବର୍ଷ ବର୍ଷା ହେଲେ ଅମଳ କମିଥାଏ। ଏହା ଏକ ସ୍ବାଭାବିକ ପ୍ରକ୍ରିୟା। ଏହି ସମୟରେ ସରକାର ଆଗକୁ ଆସି ନାଫେଡ଼ ଜରିଆରେ ପିଆଜ ରାଜ୍ୟକୁ ଆଣିବା ପାଇଁ ବ୍ୟବସ୍ଥା କରିବା କଥା। ବ୍ୟବସାୟୀ ମହାସଂଘ ସହ ସରକାର ମଧ୍ୟ କଥା ହେଉନାହାନ୍ତି। ବାରମ୍ବାର ଅନୁରୋଧ ପରେ ବି ସରକାର କିଛି ପଦକ୍ଷେପ ନେଉନାହାନ୍ତି। ସରକାର କେବଳ ଭାଷଣ ମାରିବାରେ ବ୍ୟସ୍ତ। ବାକ୍ୟବୀର ନ ହୋଇ କର୍ମବୀର ହେଲେ ଲୋକଙ୍କ ମଙ୍ଗଳ ହୁଅନ୍ତା ବୋଲି ବ୍ୟବସାୟୀ ମହାସଂଘ କହିଛି । ପିଆଜ ଦର କମାଇବାରେ ସରକାରଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି ଏବଂ ଏହାକୁ ସଠିକ ଭାବେ ତୁଲାଇବାକୁ ସଂଘ ଦାବି କରିଛି ।

ଡାଲିରେ ଆଉ ପଡୁନି ପିଆଜ । କିଲୋ ବଦଳରେ ଅଢେଇ ଶହରେ କିଣିବାକୁ ବାଧ୍ୟ ହେଉଛନ୍ତି ଗ୍ରାହକ ।  ପିଆଜର ପାଇକାରୀ ଦର କିଲୋ ପିଛା ୪୦ରୁ ୪୫ ଥିବା ବେଳେ ଖୁଚୁରା ଦୋକାନରେ ଏହା ୬୦ରୁ ୬୫ ଟଙ୍କାରେ ବିକ୍ରି ହେଉଛି । ଏ କ୍ଷେତ୍ରରେ ମାର୍କେଟ ଇଣ୍ଟେଲିଜେନ୍ସ ବି ଫେଲ୍ ମାରିଥିବା ସ୍ପଷ୍ଟ ହୋଇଛି । ଲଗାତାର ବର୍ଷା ଯୋଗୁଁ ଅମଳ କମିଥିବାରୁ ପିଆଜ ଯୋଗାଣ କମିଛି। କିଛି ଦିନ ମଧ୍ୟରେ ପିଆଜ ସମସ୍ୟାର ସମାଧାନ ହେବ ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି ।

କେବଳ ପିଆଜ ନୁହେଁ, ପୂଜା ପାର୍ବଣ ସମୟରେ ବଜାର ଦର ସାଧାରଣ ଲୋକଙ୍କୁ ଅସୁବିଧାରେ ପକାଇଛି। ଆଳୁ, ପିଆଜ, ଅଦା, ରସୁଣ ସହ ପରିବା ଦର ବୃଦ୍ଧିରେ ବି ସରକାରଙ୍କ କିଛି ନିୟନ୍ତ୍ରଣ ଥିବା ଭଳି ଲାଗୁନାହିଁ ।

ବିଜେପିର ନୀତିକୁ ନେଇ ବର୍ଷିଲେ କଂଗ୍ରେସ ଅଧ୍ଯକ୍ଷ ମଲ୍ଲିକାର୍ଜୁନ ଖଡଗେ

ବ୍ୟୁରୋ ରିପୋର୍ଟ : ବିଜେପି ଆତଙ୍କବାଦୀଙ୍କ ପାର୍ଟି। ଲୋକଙ୍କୁ ସେମାନେ ପିଟି ପିଟି ମାରିଦିଅନ୍ତି। ଦଳିତଙ୍କ ଉପରେ ପରିସ୍ରା କରନ୍ତି । ଆଦିବାସୀଙ୍କ ଉପରେ ଅତ୍ୟାଚାର କରନ୍ତି, ଦୁଷ୍କର୍ମ କରନ୍ତି। ଏପରି କାମ କରୁଥିବା ଲୋକଙ୍କୁ ବି ସମର୍ଥନ କରନ୍ତି । କିନ୍ତୁ ଅନ୍ୟମାନଙ୍କୁ ଦାୟୀ କରି ନିନ୍ଦା କରନ୍ତି । ଏପରି କିଛି କହି ବିଜେପି ଉପରେ ବର୍ଷିଛନ୍ତି ଏଆଇସିସି ଅଧ୍ଯକ୍ଷ ମଲ୍ଲିକାର୍ଜୁନ ଖଡଗେ। ସେ କହିଛନ୍ତି- ଯେଉଁଠି ବିଜେପି ସରକାର ଅଛି, ଆଦିବାସୀ ଓ ଦଳିତଙ୍କ ଉପରେ ଅତ୍ୟାଚାର କରାଯାଉଛି । ବାଂଲାଦେଶରେ ଯାହାସବୁ ଘଟୁଛି ସେଥିରେ ଭାରତର ହିନ୍ଦୁମାନଙ୍କ ଲାଗି ଶିଖିବାର ଆବଶ୍ଯକତା ରହିଛି ବୋଲି ଆରଏସଏସ ସଙ୍ଘ ଚାଳକ ମୋହନ ଭାଗବତ ଯେଉଁ ମନ୍ତବ୍ଯ ଦେଇଥିଲେ ତାହାକୁ ବି ସମାଲୋଚନା କରିଛନ୍ତି ଖଡଗେ।

ମଧ୍ଯପ୍ରଦେଶରେ ମୋହନ ଯାଦବ ସରକାରଙ୍କ ବିରୋଧରେ ୩ ପୂର୍ବତନ ମନ୍ତ୍ରୀ ଓ ୩ ବିଧାୟକଙ୍କ ବିଦ୍ରୋହ ଦଳ ଲାଗି ଚିନ୍ତାର କାରଣ ସାଜିଛି । ସର୍ପାଘାତଜନିତ ମୃତ୍ଯୁ ମାମଲାରେ ଏକ ଏଫଆଇଆରକୁ ପୋଲିସ ନ ରଖିବା ପ୍ରତିବାଦରେ ଇସ୍ତଫା ଦେଇଥିଲେ ଦେଓରି ବିଧାୟକ ବ୍ରିଜ ବିହାରୀ ପାଟେରିଆ। ମଦ ମାଫିଆଙ୍କୁ ପୋଲିସ ଓ ପ୍ରଶାସନ ସୁରକ୍ଷା ଦେଉଥିବା ଅଭିଯୋଗରେ ଇସ୍ତଫା ଦେଇଛନ୍ତି ମାଉଗଞ୍ଜ ବିଧାୟକ ପ୍ରଦୀପ ପଟେଲ। ପ୍ରଦୀପଙ୍କୁ ସମର୍ଥନ କରି ସରକାରଙ୍କ ଉପରେ ବର୍ଷିଥିଲେ ପୂର୍ବତନ ମନ୍ତ୍ରୀ ତଥା ପାଟନ ଏମଏଲଏ ଅଜୟ ବିଷ୍ଣୋଇ । ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସଞ୍ଜୟ ପାଠକ ବି କହିଛନ୍ତି ତାଙ୍କ ନିରାପତ୍ତା ବିପନ୍ନ ଏବଂ ତାଙ୍କର ଆଧାର କାର୍ଡକୁ ଜାଲିଆତି କରାଯାଇଛି । ଏହା ପଛରେ ଏକ ବଡ଼ ଷଡ଼ଯନ୍ତ୍ର ରହିଛି । ଗଢ଼ାକୋଟା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଗୋପାଳ ଭାର୍ଗବ ବି କହିଛନ୍ତି- ବର୍ତ୍ତମାନ ଦୁଷ୍କର୍ମ ସଂଖ୍ଯା ବଢିଛି । ଲୋକମାନେ ରାବଣ ପୋଡି କରିବାର ଯଥାର୍ଥତା କେତେ ବୋଲି ସେ ପ୍ରଶ୍ନ କରିଛନ୍ତି  ।

ପୂଜା ବଜାରରେ ଗ୍ରାହକଙ୍କୁ ଠକୁଛନ୍ତି ଉଠା ଦୋକାନୀ

ଭୁବନେଶ୍ବର : ରସୁଲଗଡ଼ ପୂଜା ମଣ୍ଡପର ମୀନା ବଜାରରେ ରେଡ । ଫାଷ୍ଟଫୁଡ ଓ ଚଟପଟା ଖାଦ୍ଯ ଆଳରେ ଲୋକଙ୍କୁ ଧୋକା । ବାସି ଖାଦ୍ଯ ବିକ୍ରି ନେଇ ଯାଞ୍ଚ କଲା ଫୁଡ ସେଫ୍ଟି ଓ ସାଇନ ଟିମ । ବିପୁଳ ପରିମାଣର ବାସି ଖାଦ୍ଯ ଜବତ କଲା ଟିମ । ବାସି ଖାଦ୍ଯ ବିକ୍ରି ନ କରିବାକୁ ମେୟରଙ୍କ ଅପିଲ୍ । ଦଶହରାରେ ବଜାରରେ ଲୋକଙ୍କ ଭିଡ଼କୁ ଦେଖି ବ୍ଯବସାୟୀ ବାସିଖାଦ୍ଯ ବିକ୍ରି କରୁଥିବା ଅଭିଯୋଗ ପରେ ହୋଇଛି ରେଡ । ରସୁଲଗଡ, ନୟାପଲ୍ଲୀ ଓ ବରମୁଣ୍ଡା ସମେତ ଏକାଧିକ ପୂଜା ମଣ୍ଡପରେ ଖାଦ୍ଯର ମାନ ଯାଞ୍ଚ କରିଛି ବିଏମସିର ଫୁଡ ସେଫ୍ଟି ଓ ସାଇନ ଟିମ । ରସୁଲଗଡରେ ଯାଞ୍ଚ ବେଳେ ଏକାଧିକ ଫାଷ୍ଟଫୁଡ଼ ଷ୍ଟଲରୁ ଅଣ୍ଡା ଚପ, ରୋଲ, ଚିକେନ୍ କିମା,  ପଟୋଟା ଷ୍ଟିକ ଖାଦ୍ୟକୁ ନଷ୍ଟ କରିଛି ଟିମ । ଏହା ସହ ବିପୁଳ ପରିମାଣର ପଲିଥିନ ଜବତ ହୋଇଛି । ନିମ୍ନ ମାନର ଖାଦ୍ୟର ଓ ବାସି ଖାଦ୍ୟ ବିକ୍ରିକଲେ କାର୍ଯ୍ଯାନୁଷ୍ଠାନ ନେଇ ଚେତାବନୀ ଦିଆଯାଇଛି ।

ମହାନବମୀରେ ଭୁବନେଶ୍ୱରର ବିଭିନ୍ନ ପୂଜା ମଣ୍ଡପ ଓ ମନ୍ଦିର ବୁଲି ମା ଦୁର୍ଗାଙ୍କୁ ଦର୍ଶନ କରିଛନ୍ତି ଭୁବନେଶ୍ୱର ମେୟର ସୁଲୋଚନା ଦାସ। ଭୁବନେଶ୍ୱର ବାସିନ୍ଦାଙ୍କ ପାଇଁ ଶୁଭ ମନାସିବା ସହିତ ରାଜଧାନୀକୁ ସ୍ୱଚ୍ଛ ଓ ସ୍ଵବୁଜ କରିବା ଲାଗି ସହଯୋଗ ଲୋଡିଛନ୍ତି । ବିଏମସିର ଗାଇଡ଼ ଲାଇନ ଅନୁସାରେ ପ୍ଲାଷ୍ଟିକମୁକ୍ତ ପୂଜା କରିବାକୁ କମିଟି ମାନଙ୍କ ସହ ଆଲୋଚନା କରିଛନ୍ତି । ଏହା ସହ ପୂଜ ମଣ୍ଡପ ଗୁଡିକ ପରିମଳ ଉପରେ ଧ୍ୟାନ ଦେବାକୁ କହିଛନ୍ତି । ବାସି ଖାଦ୍ୟ ବିକ୍ରି ନ କାରିବାକୁ ବ୍ୟବସାୟୀ ଚେତାବନୀ ଦେଇଛନ୍ତି । କାଲି ଓ ଭସାଣୀ ଦିନ ଶୃଙ୍ଖଳିତ ହୋଇ ପୂଜା ପାଳିବା ବୋଲି ମେୟର କହିଛନ୍ତି ।

ଶ୍ରୀକ୍ଷେତ୍ରରେ ଦୁର୍ଗାମାଧବ ଉପାସନାର ନିଆରା ପରମ୍ପରା

ପୁରୀ : ପୁରୀରେ ଦୁର୍ଗାପୂଜା ପରମ୍ପରା ଅତ୍ଯନ୍ତ ନିଆରା । ଶ୍ରୀକ୍ଷେତ୍ରର ଅଧିଷ୍ଠାତ୍ରୀ ଦେବୀ ମାଆ ବିମଳା ହୋଇଥିବା ବେଳେ ଏଠାରେ ସ୍ୱତନ୍ତ୍ର ପୂଜା ସହ ଦୁର୍ଗାମାଧବ ଉପାସନାର ପରମ୍ପରା ଦେଖିବାକୁ ମିଳିଥାଏ । ସେହିପରି ସହରର ବିଭିନ୍ନ ସାହି, ଜାଗା, ଆଖଡା ମାନଙ୍କରେ ମାଆଙ୍କୁ ଆବାହନ କରାଯାଇ ଭିନ୍ନ ଭିନ୍ନ ଗୋଷାଣୀ ରୂପରେ ପୂଜା କରାଯାଇ ଥାଏ । ବେଶଭୂଷା ଓ ପୂଜାବିଧି ପ୍ରତି ବର୍ଷ ସମାନ ଢଙ୍ଗରେ ପ୍ରତିବର୍ଷ ପୂଜା ପାଇଥାନ୍ତି ବିଶାଳକାୟ ମୂର୍ତ୍ତି । ମାଆଙ୍କୁ ଗୋଷାଣୀ ରୂପରେ ପୂଜନ ଶାକ୍ତ ପୂଜା ବିଧିର ଅଧିନ ହୋଇଥିବା ବେଳେ ଦର୍ଶନ ପାଇଁ ପ୍ରତିଦିନ ଜମେ ପ୍ରବଳ ଭିଡ଼ । ପୂଜା ଛୁଟି ଥିବା ହେତୁ ଏବେ ପୁରୀରେ ବହୁ ବଙ୍ଗୀୟ ପର୍ଯ୍ୟଟକଙ୍କ ଭିଡ଼ ଜମିଛି ।

ଏଠାରେ ଅନେକ ବଙ୍ଗୀୟ ଭାଷାଭାଷୀ ଲୋକ ବସବାସ କରୁଥିବାରୁ ବିଭିନ୍ନ ସ୍ଥାନରେ ବଙ୍ଗୀୟ ଶୈଳୀରେ ପୂଜାର୍ଚ୍ଚନା ଦେଖିବାକୁ ମିଳିଥାଏ । ମହନବମୀ ଅବସରରେ ବଙ୍ଗୀୟ ପରମ୍ପରା ଅନୁସାରେ କୁମାରୀ ପୂଜା ଅନୁଷ୍ଠିତ ହୋଇଛି । ଦୁର୍ଗାବାଡି ଠାରେ ବହୁ ବଙ୍ଗୀୟ ଭକ୍ତ ଏକାଠି ହୋଇ ପୂଜାର୍ଚ୍ଚନା କରିଛନ୍ତି । ପର୍ଯ୍ଯଟକମାନେ ଶ୍ରୀକ୍ଷେତ୍ରର ଏହି ପରମ୍ପରାରେ ସାମଲ ହୋଇ ନିଜକୁ ଧନ୍ଯ ମନେ କରିଛନ୍ତି । ଶ୍ରୀକ୍ଷେତ୍ରରେ ଏହି ସମୟରେ ଘରେ ଘରେ ପୂଜା ପାଠ ସହ ବୀରତ୍ବର ନିଦର୍ଶନ ନାଗା ମୂର୍ତ୍ତି ମଧ୍ୟ ଦେଖିବାକୁ ମିଳିଥାଏ ।

ଶାରଦୀୟ ପୂଜା ପାଇଁ ଉତ୍ସବମୁଖର ସିଲଭର ସିଟି , ବିଭିନ୍ନ ମଣ୍ଡପରେ ଚାଲିଛି କନ୍ୟାପୂଜା

କଟକ : ଜଗତ ଜନନୀଙ୍କ ଧରାବତରଣ ପାଇଁ ଉତ୍ସବମୁଖର ସିଲଭରସିଟି । କଟକର ବିଭିନ୍ନ ମଣ୍ଡପରେ ନବମୀ ଅବସରରେ କନ୍ଯାପୂଜା । ଷୋଡ଼ଶ ଉପଚାର ପୂଜା ସହ ହୋମ ଯଜ୍ଞ ଓ ମନ୍ତ୍ରଧ୍ବନୀରେ କମ୍ପିଲା ମଣ୍ଡପ ପରିସର । ନବମୀ ପାଇଁ ମାଆଙ୍କୁ ଅର୍ପଣ ହେଲା ପଣା ଭୋଗ । କଟକରେ ବିଭିନ୍ନ ସ୍ଥାନରେ ମାତା ଦୁର୍ଗାଙ୍କ ସହ ଶିବ ପାର୍ବତୀଙ୍କ ପୂଜା ଅନୁଷ୍ଠିତ ହୋଇଛି । ତୋରଣ ଓ ବିଭିନ୍ନ ରଙ୍ଗର ଆଲୋକମାଳା ସାଙ୍ଗକୁ ସୁନା ଚାନ୍ଦିରେ ଝଟକୁଛି ମାଆଙ୍କ ମୂର୍ତ୍ତି । ସକାଳୁ ରାତି ଯାଏଁ ଦର୍ଶନ ପାଇଁ ଲୋକଙ୍କ ଭିଡ଼ ଜମୁଛି । ସହରବାସୀଙ୍କ ସହ ବିଧାୟିକା ମଣ୍ଡପ ବୁଲି ମାଆଙ୍କ ଆଶୀର୍ବାଦ ନେଇଛନ୍ତି ।

ସହର ଯେତିକି ପୁରୁଣା ଏହାର ପରମ୍ପରା ମଧ୍ୟ ସେତିକି ନିଆରା ଓ ସ୍ୱତନ୍ତ୍ର । ଖାନନଗର ପ୍ରତିଥର ପରି ଏଥର ମଧ୍ୟ ସଂସ୍କୃତି ସହିତ ସମାଜିକ ବାର୍ତ୍ତା ଦେଇ ପୂଜା କରାଯାଉଛି । ଭକ୍ତଙ୍କ ପାଇଁ ମାଙ୍କ ଦର୍ଶନ ସାଙ୍ଗକୁ ଦହିବରା ବାଣ୍ଟି ଉତ୍ସବକୁ ଅଧିକ ଆକର୍ଷଣୀୟ କରିଛନ୍ତି ଲୋକେ । ସେପଟେ ଜଗତପୁର ଉତ୍କଳ ପୂଜା କମିଟି ମାଙ୍କ ନିକଟରେ ଆଜି ପଣା ଭୋଗ ଲାଗି କରି ଶ୍ରଦ୍ଧାଳୁଙ୍କୁ ବଣ୍ଟନ କରିଛି । ପଞ୍ଚ ଦିନାତ୍ମକ ଯାତ୍ରାର ଆଜି ଚତୁର୍ଥ ଦିନ । ଆଉ ଦିନକ ପରେ ବିଦାୟ ନେବେ ମାଆ । ତେଣୁ ମାଆଙ୍କ ଦର୍ଶନ ଓ ପୂଜା ବଜାର ବୁଲିବାକୁ ହାତଛଡ଼ା କରୁ ନାହାନ୍ତି ଶ୍ରଦ୍ଧାଳୁ ।

ଲୋପ ପାଇବାକୁ ବସିଲାଣି ମୃଦଙ୍ଗ ବାଜା

ଭୁବନେଶ୍ବର :  ଓଡ଼ିଶାର କଳା ସଂସ୍କୃତିରେ ମୃଦଙ୍ଗ ବାଜାର ଚାହିଦା ବେଶ ଅଧିକ । ପ୍ରତ୍ଯେକ କାର୍ଯ୍ଯରେ ମୃଦଙ୍ଗ ବାଜାର ଆବଶ୍ଯକତା ରହିଛି । ଆଧୁନିକତା ସ୍ପର୍ଶରେ ଏବେ ଲୋପ ପାଇବାକୁ ବସିଲାଣି ମୃଦଙ୍ଗ ବାଜା । ଏହାରି ଭିତରେ ମୃଦଙ୍ଗ ବାଜା ତିଆରି କରି କଳାକୁ ଉଜୀବିତ କରି ରଖିଛନ୍ତି ଭୁବନ ବ୍ଲକ ଗଡ ନୃସିହଁପ୍ରସାଦ ପଞ୍ଚାୟତ ମୁରୁଗା ଗାଁର ରବି ନାଏକ । ବାଜା କାରିଗର ଭାବେ ଢେଙ୍କାନାଳ ଜିଲ୍ଲାରେ ସେ ବେଶ ପରିଚିତ ହୋଇପାରିଛନ୍ତି । ପିଲାଟି ଦିନରୁ ବାପାଙ୍କ ଠାରୁ ଶିକ୍ଷା କରିଥିବା ବୃତ୍ତିକୁ ନେଇ ଏବେ ପରିବାର ପ୍ରତିପୋଷଣ କରୁଛନ୍ତି ରବି । ତାଙ୍କ ହାତ ତିଆରି ମୃଦଙ୍ଗରେ ଯାଦୁକାରୀ ଶବ୍ଦ ବାହାରୁ ଥିବାରୁ କେହିକେହି ତାଙ୍କୁ ମୃଦଙ୍ଗ ଯାଦୁକର ବୋଲି କହିଥାନ୍ତି । ମୃଦଙ୍ଗ ସହିତ ଡୁବି ତବଲା, ଢୋଲ ଭଳି ବିଭିନ୍ନ ବାଦ୍ୟ ମଧ୍ଯ ତିଆରି କରୁଛନ୍ତି । ବର୍ତ୍ତମାନ ମୃଦଙ୍ଗ ତିଆରି କରିବା ପାଇଁ ଆବଶ୍ଯକୀୟ ପଦାର୍ଥ ମିଳୁନଥିବାରୁ ରବିଙ୍କ ଛୋଟ କାରଖାନାଟି ବନ୍ଦ ହେବାକୁ ବସିଲାଣି ।

ରବି ତିଆରି କରୁଥିବା ମୃଦଙ୍ଗ ପାଇଁ ମୁରୁଗା ଗାଁ ରାଜ୍ଯ ବାହାରେ ବେଶ ପରିଚିତ ହୋଇପାରିଛି । ବର୍ତ୍ତମାନ ଚମଡାରେ ନିର୍ମିତ ବିଭିନ୍ନ ବାଜା ବୁଡିଯାଉଥିବା ବେଳେ ରବି ଏହି କୌଳିକ ବୃତ୍ତିକୁ ବଞ୍ଚାଇ ରଖିଥିବା ଯୋଗୁଁ ତାଙ୍କୁ ସରକାରୀ ସହାୟତା ଯୋଗାଇଦେବାକୁ ଗ୍ରାମବାସୀ ନିବେଦନ କରିଛନ୍ତି । ତେବେ ସହାୟତା ମିଳିଲେ ମୂତନ ପିଢିର ପିଲା ମାନଙ୍କୁ ମୃଦଙ୍ଗ ଓ ଅନ୍ଯ ବାଜା ତିଆରି ନିମନ୍ତେ ଶିକ୍ଷା ଦିଆଯାଇ ପାରନ୍ତା ବୋଲି କଳା ପ୍ରେମୀ ମତ ଦେଇଛନ୍ତି।

ଦିନକୁ ଦିନ କମିବାରେ ଲାଗିଛି ଚମଡାରେ ନିର୍ମିତ ବାଜା । ଲୋକେ ଆଦରି ନେଉଛନ୍ତି ପ୍ଲାଷ୍ଟିକ ବାଜା । ତେଣୁ ଯେଉଁ କାରିଗର ମାନେ ଏହି କଳାକୁ ବଞ୍ଚାଇ ରଖିଛନ୍ତି ସେମାନଙ୍କୁ ଚିହ୍ନଟ କରି ସରକାରୀ ସ୍ତରରେ ଆର୍ଥିକ ପ୍ରୋତ୍ସାହନ ଯୋଗାଇଦେବାର ଆବଶ୍ଯକତା ରହିଛି ।

 

ନାହିଁ ନାହିଁର ଗାଁ ଡଙ୍ଗାମରା , ଏଠାକୁ ଅପହଞ୍ଚ ସରକାରୀ ଯୋଜନା

ବଲାଙ୍ଗୀର : ସମସ୍ଯା ଘେରରେ ଗାଁ । ପହଞ୍ଚି ପାରିନି ସରକାରୀ ଯୋଜନା । ମୌଳିକ ସୁବିଧାରୁ ବଞ୍ଚିତ ଗ୍ରାମବାସୀ । ନାଁ ଅଛି ଗାଁକୁ ରାସ୍ତା, ନାଁ ଅଛି ବିଦ୍ଯାଳୟ କି ଅଙ୍ଗନାବାଡି କେନ୍ଦ୍ର । ନାଁ ଗାଁରେ ଅଛି ବିଦ୍ଯୁତ, ନା ଲୋକଙ୍କୁ ମିଳିଛି ପାନୀୟ ଜଳ। ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ବଡ ଡକଲା ପଂଚାୟତ ଡଙ୍ଗାମରା ଗାଁର ଦୁର୍ଦ୍ଦଶା କହିଲେ ନସରେ । ଗାଁରେ ପ୍ରାୟ ୪୦ଟି ପରିବାର ରହୁଛନ୍ତି । ଏଥି ମଧ୍ୟରୁ କିଛି ପହରିଆ ସଂପ୍ରଦାୟର ପରିବାର ଥିବା ବେଳେ ବାକିତକ ଆଦିବାସୀ ପରିବାର ରହୁଛନ୍ତି । ହେଲେ ଗାଁକୁ ଯିବାକୁ ରାସ୍ତା ନଥିବାରୁ ବଡ ଡକଲା ଗାଁରୁ ଡମନୀଚୁଆ ଗାଁ ରାସ୍ତା ଦେଇ ୩ କିଲୋମିଟର ଜଙ୍ଗଲ ରାସ୍ତା ଦେଇ ଯିବାକୁ ପଡେ । ଫଳରେ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଗାଁକୁ ରାସ୍ତା ନଥିବାରୁ ରୋଗୀ ଓ ଗର୍ଭବତୀଙ୍କୁ ୪ କିଲୋମିଟର ଦୂର ନୂଆପଡା ଜିଲ୍ଲାର ଭରୁଆମୁଣ୍ଡାକୁ ଭାରରେ ବୋହି ନେବା ପରେ ସେଠାରୁ ଗାଡି ବ୍ୟବସ୍ଥା କରି କୋମନା ପ୍ରାଥମିକ ଚିକିତ୍ସାଳୟକୁ ନିଆଯାଇଥାଏ । ଗାଁରେ ଅଙ୍ଗନବାଡି ଓ ବିଦ୍ୟାଳୟର ସୁବିଧା ନାହିଁ । ତେଣୁ ଭରୁଆମୁଣ୍ଡାକୁ ଚାଲିଚାଲି କିଛି ପିଲା ଗାଁରୁ ଯାଉଛନ୍ତି । ହେଲେ ବର୍ଷା ଦିନେ ପାଠପଢା ଠପ ହୋଇଯାଉଛି । ରାସ୍ତା ଖରାପ ଯୋଗୁଁ ପରିବାର ଲୋକେ ପିଲାମାନଙ୍କୁ ସ୍କୁଲ ଛାଡୁନାହାଁନ୍ତି । ଫଳରେ ଅନ୍ଧାରରେ ରହୁଛି ପିଲାଙ୍କ ଭବିଷ୍ଯତ । ହେଲେ ଏପର୍ଯ୍ଯନ୍ତ ଗାଁକୁ କୌଣସି ପ୍ରଶାସନିକ ଅଧିକାରୀ ପହଞ୍ଚୁନଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି । ସେପଟେ ଖୁବ୍ ଶୀଘ୍ର ସମସ୍ଯାର ସମାଧାନ କରାଯିବ ବୋଲି ବିଡିଓ ପ୍ରତିଶୃତି ଦେଇଛନ୍ତି ।

ଦୁର୍ଗାପୂଜା ପରେ ହିଁ ପିସିସି ସଭାପତି ଘୋଷଣା ହେବ: ଜୟଦେବ ଜେନା

ଭୁବନେଶ୍ବର : ଦୁର୍ଗାପୂଜା ପରେ ଘୋଷଣା ହେବ ପିସିସି ସଭାପତି । ଦୀର୍ଘ ୧୦୦ ଦିନରୁ ଅଧିକ ସମୟ ହେବ ମୁରବି ବିହୀନ ହୋଇ ପଡିଛି ରାଜ୍ୟ କଂଗ୍ରେସ । ରାଜ୍ୟରେ ୩ ମାସରେ ବିଜେପି ସରକାରକୁ ପରଖି ସାରିଲେଣି ସାଧାରଣ ଜନତା । ତେଣୁ ରାଜ୍ୟ ବାସୀଙ୍କ ପାଇଁ ଏବେ ବଡ ବିକଳ୍ପ ହେଉଛି କଂଗ୍ରେସ ଦଳ।  ଏଆଇସିସି ମଧ୍ୟ ଏହା ଅନୁଭବ କରିଛି। ତେଣୁ ଦୁର୍ଗାପୂଜା ପରେ ହିଁ ପିସିସି ସଭାପତି ଘୋଷଣା ହେବାର ସମ୍ଭାବନା ରହିଥିବା କହିଛନ୍ତି  ପୂର୍ବତନ ପିସିସି ସଭାପତି ଜୟଦେବ ଜେନା । ଏହାପରେ ପିସିସି ତାଙ୍କ ଟିମ ଗଠନ କରିବେ। ଆମେ ମଧ୍ୟ ତାଙ୍କୁ ସହଯୋଗ କରିବୁ। ଆମେ ମଧ୍ୟ ବଡ ବିକଳ୍ପ ଭାବରେ ଓଡ଼ିଶାରେ ଆସିଥାନ୍ତୁ ।  କିନ୍ତୁ ଆମର କିଛି ପରିଚାଳନାଗତ ତ୍ରୁଟି କାରଣରୁ ଏହା ହୋଇପାରିଲା ନାହିଁ ବୋଲି କହିଛନ୍ତି ଜୟଦେବ ଜେନା।

ଯୁବତୀ ଅପହରଣ ଘଟଣାରେ ରଙ୍ଗିଲା ବାବା ଗିରଫ

ଢେଙ୍କାନାଳ : ରଙ୍ଗିଲା ବାବାକୁ ଧରିଲା ଢେଙ୍କାନାଳ ପୋଲିସ। ଯୁବତୀ ଅପହରଣ ମାମଲାରେ କଟକ ଆଠଗଡ଼ ତିଗିରିଆ ଥାନା ଅନ୍ତର୍ଗତ ସୋମପଡ଼ା ବାହାରବିଲ୍ଲା ସୁତୀକ୍ଷ୍ନ ଆଶ୍ରମର କୈବଲ୍ୟ ଜାନି ଗିରଫ। ଆଶ୍ରମରୁ ବାବାଙ୍କୁ କଟକ ପୋଲିସ ସହାୟତାରେ ଉଠାଇ ନେଇଛି ଢେଙ୍କାନାଳ ପୋଲିସ । ଗତ ୭ ତାରିଖରେ ଏକ ଅଭିଯୋଗ ଆଧାରରେ ବାବା କୈବଲ୍ୟ ଜାନିଙ୍କୁ ଗିରଫ କରିଛି ପୋଲିସ। ଅପହୃତ ଯୁବତୀଙ୍କ ପରିବାର ଲୋକଙ୍କ ଅଭିଯୋଗକୁ ନେଇ ପୋଲିସ ବାବାଙ୍କୁ ଗିରଫ କରିଛି । ଢେଙ୍କାନାଳ ସଦର SDPOଙ୍କ ସମେତ ଢେଙ୍କାନାଳ ଓ ତିଗିରିଆ ପୋଲିସ ସହାୟତାରେ ବାହାକୁ ଧରିଥିଲା ପୋଲିସ। ବାପାଙ୍କ କାରକୁ ମଧ୍ୟ ଜବତ କରାଯାଇଛି । ଏଥିରୁ ଅନେକ ଆପତ୍ତିଜନକ ସାମଗ୍ରୀ ସହ ଯୁବତୀଙ୍କ ଫଟୋ ଓ ପୋଷାକ ମିଳିଥିବା ଜଣାପଡିଛି । ମାମଲାରେ ଅଧିକ ତନାଘନା କରୁଛି ଢେଙ୍କାନାଳ ପୋଲିସ।