spot_img
Home Blog Page 1444

ଓଡ଼ିଶାରୁ ଫେରିଗଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ

ନନ୍ଦିଘୋଷ ବ୍ୟୁରୋ:  ଓଡ଼ିଶାରୁ ଫେରିଗଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଅଧିକାଂଶ ଜିଲ୍ଲାରୁ ଆଜି ମୌସୁମୀ ପ୍ରତ୍ୟାବର୍ତ୍ତନ କରିଛି । ଆସନ୍ତା ଦୁଇଦିନ ମଧ୍ୟରେ ସଂପୂର୍ଣ୍ଣ ଓଡିଶାରୁ ମୌସୁମୀ ଫେରିବା ନେଇ ପାଗ ଅନୁକୂଳ ରହିଛି । ଦେଶରେ ଗୁଜରାଟ, ମଧ୍ୟପ୍ରଦେଶ, ଝାଡ଼ଖଣ୍ଡ, ବିହାରରୁ ସଂପୂର୍ଣ୍ଣ ଫେରିଯାଇଛି ମୌସୁମୀ । ମହାରାଷ୍ଟ୍ର, ଛତିଶଗଡ଼ର କିଛି ଅଞ୍ଚଳ ସମେତ ଓଡ଼ିଶା, ପଶ୍ଚିମବଙ୍ଗ ଏବଂ ସିକିମର କିଛି ଅଞ୍ଚଳରୁ ମୌସୁମୀ ପ୍ରତ୍ୟାବର୍ତ୍ତନ କରିବା ଆରମ୍ଭ ହୋଇଛି । ସ୍ବାଭାବିକ ସମୟର ଦୁଇ ଦିନ ପୂର୍ବରୁ ମୌସୁମୀ ଓଡ଼ିଶାରୁ ଫେରିଛି । ଚଳିତ ବର୍ଷ ସ୍ବାଭାବିକ ସମୟର ୪ ଦିନ ପୂର୍ବରୁ ଓଡିଶା ଛୁଇଁଥିଲା ମୌସୁମୀ । କେରଳ ଛୁଇଁବ ର ୮ ଦିନ ପରେ ଓଡ଼ିଶାରେ ପ୍ରବେଶ କରିଥିଲା । ଓଡିଶାରେ ଏଥର ସ୍ବାଭାବିକ ବର୍ଷା ରେକର୍ଡ ହୋଇଛି । ଗତ ସପ୍ତାହେ ହେବ ଓଡିଶାରେ ବଡ ବର୍ଷା ନଥିଲା ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି ।

ଭାଇକୁ ଗୁଳି ମାରିଲା ଭାଇ, ବାଜିଲା ନାବାଳକ ଛାତିରେ

ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥରନର ଦୀକ୍ଷିତପଡ଼ାରେ ଗୁଳିକାଣ୍ଡ । ଗୁଳି ଜଣେ ନାବାଳକଙ୍କ ଛାତିରେ ବାଯିବାରୁ ସେ ଗୁରୁତର । ତାଙ୍କୁ ସ୍ଥାନୀର୍ ମେଡିକାଲରେ ଭର୍ତ୍ତି କରାଯାଇଛି । ଦୁଇ ଭାଇଙ୍କ ମଧ୍ୟରେ ହୋଇଥିବା ଝଗଡ଼ାରୁ ଫୁଳିମାଡ଼ ହୋଇଥିବା ଅଭିଯୋଗ ।

ସୂଚନା ଅନୁସାରେ,  ଦୀକ୍ଷିତ ପଡାରେ ଗୁଳିକାଣ୍ଡ ଘଟିଛି । ବଡ଼ ଭାଇ ଉପରକୁ ଗୁଳି ଚଳାଇଲା ସାନ ଭାଇ । ତେବେ ଗୁଳିଟି ବଡ଼ ଭାଇଙ୍କ ଦେହରେ ନ ବାଜି କାନ୍ଥରେ ବାଜିଥିଲା । ଏହାପରେ କାନ୍ଥରୁ ଗୁଳି ଛିଟିକି ପାରେ ଥିବା ନାବାଳକ ଦେହରେ ବାଜିଥିଲା ।

ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୁଇ ଭାଇଙ୍କୁ ଗିରଫ କରିଛି । ସେମାନଙ୍କ ପାଖରୁ ଏକ ଦେଶୀ ବନ୍ଧୁକ ଜବତ କରାଯାଇଚି । ପୋଲିସ ଘଟଣାର ଅଧିକ ତଦନ୍ତ ଚଲାଇଛି । ଗିରଫ ଦୁଇ ଭାଇ ହେଲେ ୧୯ ବର୍ଷିୟ ରବି ନାୟକ ଏବଂ ୨୧ ବର୍ଷିୟ ଶିବ ନାୟକ । ଚିକିତ୍ସା ପରେ ଆହତ ନାବାଳକ ସୁସ୍ଥ ଥିବା ଜଣାପଡିଛି । ଗତକାଲି ଘଟିଥିଲା ଗୁଳିକାଣ୍ଡ ।

ଦିଲ୍ଳୀରେ ଓଡ଼ିଆ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ: ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କଲେ ସାଂସଦ ମାନସ ମଙ୍ଗରାଜ

ଭୁବନେଶ୍ବର: ଦିଲ୍ଲୀରେ ଜଣେ ଓଡ଼ିଆ ମହିଳାଙ୍କୁ ଦୁଷ୍କର୍ମ ସନ୍ଦେହ ଘଟଣାକୁ ନେଇ ବିଜେଡି ସାଂସଦ ମାନସ ମଙ୍ଗରାଜ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି । ସେ ଅଭିଯୋଗ କରିଛନ୍ତି, ଏତେ ବଡ଼ ଘଟଣା ପ୍ରତି ରାଜ୍ୟ ସରକାର ଆଖି ବୁଜି ଦେଇ ଦଶହରା ଛୁଟିରେ ମାତିବା ପରି ଲାଗୁଛି । ମୁଖ୍ୟମନ୍ତ୍ରୀ ପୂଜା ଦେଖିବାକୁ ମଣ୍ଡପ ବୁଲୁଛନ୍ତି । କିନ୍ତୁ ଏହି ଘଟଣା ନେଇ କିଛି ବିବୃତି ରଖି ନାହାନ୍ତି । ଦିଲ୍ଲୀରେ ଥିବା ରେସିଡେଣ୍ଟ କମିଶନରଙ୍କ ପ୍ରତିକ୍ରିୟା ବି ନ ଆସିବା ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ସାଂସଦ ମାନସ ମଙ୍ଗରାଜ । ସରକାରଙ୍କ ସଦବୁଦ୍ଧି ଆସୁ ଓ ମହିଳାଙ୍କ ଯତ୍ନ ନିଆଯାଉ ବୋଲି ସୋସିଆଲ ମିଡିଆ ପୋଷ୍ଟରେ ଉଲ୍ଲେଖ କରିଛନ୍ତି ମାନସ ମଙ୍ଗରାଜ । ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ସେ ଦାବି କରିଛନ୍ତି ।

ମହିଳାଙ୍କ ଅବସ୍ଥା ଗୁରୁତର ରହିଛି । କିଛି ସମୟ ପାଇଁ ଚେତା ଆସୁଛି ଓ ଯାଉଛି । ଏମ୍ସରେ ତାଙ୍କର ଚିକିତ୍ସା କରାଯାଉଛି । ଘଟଣାରେ ଏପର୍ଯ୍ୟନ୍ତ କାହାରିକୁ ଗିରଫ କରି ନାହିଁ ପୋଲିସ । ୬ରୁ ୭ ଜଣ ଦୁର୍ବୃତ୍ତ ମହିଳାଙ୍କୁ ଗଣଦୁଷ୍କର୍ମ କରିଥିବା ସନ୍ଦେହ କରାଯାଉଛି । ତେଣୁ ତୁରନ୍ତ ଅଭିଯୁକ୍ତଙ୍କ ବିରୋଧରେ ପଦକ୍ଷେପ ନେବାକୁ ଦାବି ହୋଇଛି ।

ଦିଲ୍ଲୀରେ ଦୁଷ୍କର୍ମ ଶିକାର ମହିଳା ଜୀବନ ସହ ସଂଗ୍ରାମ କରୁଥିବା ବେଳେ ଏପଟେ ଦୁର୍ଗାପୂଜାରେ ମାତିଥିବା ରାଜ୍ୟ ସରକାର । ଏମିତି ଲାଗୁଛି, ଏହି ସମ୍ବେଦନଶୀଳ ଘଟଣାକୁ ନେଇ ରାଜ୍ୟ ସରକାରଙ୍କର କୌଣସି ଚିନ୍ତା ନାହିଁ । ଇଏ କ’ଣ ରାଜ୍ୟ ସରକାରଙ୍କ ଓଡ଼ିଆ ଅସ୍ମିତା ବୋଲି ପ୍ରଶ୍ନ ଉଠିଛି ।

ସୂଚନାଯୋଗ୍ୟ, ରାଜଧାନୀ ଦିଲ୍ଲୀରେ ଓଡ଼ିଶାର ଜଣେ ୩୪ ବର୍ଷୀୟ ମହିଳାଙ୍କୁ ଦୁଷ୍କର୍ମ କରାଯିବା ପରେ ସରାଇ କାଲେ ଖାନ ଅଞ୍ଚଳରେ ଫିଙ୍ଗି ଦେଇ ପଳାଇଥିଲେ ଦୁର୍ବୃତ୍ତ । ରାସ୍ତା କଡ଼ରୁ ପୋଲିସ ମହିଳାଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରି ଏମସ ଟ୍ରମା ସେଣ୍ଟରରେ ଭର୍ତ୍ତି କରିଛି । ମହିଳାଙ୍କୁ ରାସ୍ତା କଡ଼ରେ ଫିଙ୍ଗିବା ପୂର୍ବରୁ ଅନ୍ୟତ୍ର କେଉଁଠି ଦୁଷ୍କର୍ମ କରାଯାଇଥିବା ସନ୍ଦେହ କରାଯାଉଛି । ସେହି ବାଟ ଦେଇ ଯାଉଥିବା ଜଣେ ବ୍ୟକ୍ତି ମହିଳାଙ୍କୁ ଦେଖି ପୋଲିସକୁ ଖବର କରିଥିଲେ । ପୋଲିସ୍‌ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କୁ ହସ୍ପିଟାଲ ନେଇଥିଲା । ମହିଳା ଜଣକ ବର୍ଷେ ହେବ ଦିଲ୍ଲୀରେ କଟୱାରିଆ ସରାଇରେ ଜଣେ ବନ୍ଧୁଙ୍କ ପାଖରେ ରହୁଥିଲେ । ହେଲେ କୌଣସି କାରଣରୁ ଅଗଷ୍ଟ ମାସରେ ତାଙ୍କୁ ବନ୍ଧୁଙ୍କ ଘର ଖାଲି କରିବାକୁ କୁହାଯାଇଥିଲା । ଏଥିଯୋଗୁ ସେ ଅନେକ ଦିନ ଦିଲ୍ଲୀର ବିଭିନ୍ନ ସ୍ଥାନରେ କାଟିଛନ୍ତି । ତେଣୁ ପୋଲିସ ଘଟଣା ସମ୍ପର୍କରେ ଅଧିକ ତଥ୍ୟ ହାସଲ କରୁଛି । ମହିଳାଙ୍କୁ ଦୁଷ୍କର୍ମ କରିବା ପରେ ରାସ୍ତା କଡ଼ରେ ଫିଙ୍ଗିଥିବା ଅଭିଯୁକ୍ତକୁ ଧରିବା ପାଇଁ ପୋଲିସ ସିସିଟିଭି ଫୁଟେଜ ମଧ୍ୟ ଯାଞ୍ଚ କରୁଛି ।

ବାବା ସିଦ୍ଦିକୀଙ୍କ ହତ୍ୟା ପରେ ସଲମନଙ୍କ ସୁରକ୍ଷା ବଢ଼ିଲା

ମୁମ୍ବାଇ: ମୁମ୍ଵାଇର ବରିଷ୍ଠ ଏନସିପି ନେତା ବାବା ସିଦ୍ଦିକିଙ୍କ ହତ୍ୟା ପରେ ବଲିଉଡ୍ ଷ୍ଟାର ସଲମାନ ଖାନଙ୍କ ସୁରକ୍ଷା ବଢ଼ାଇ ଦିଆଯାଇଛି । ତାଙ୍କ ଘର ଗାଲାକ୍ସି ଆପାର୍ଟମେଣ୍ଟରେ ସଶସ୍ତ୍ର ପୋଲିସ ମୁତୟନ କରାଯାଇଛି । ସଲମାନ ଖାନ ହେଉଛନ୍ତି ବାବା ସିଦ୍ଦିକୀଙ୍କ ଘନିଷ୍ଠ ବନ୍ଧୁ।

ସିଦ୍ଦିକୀଙ୍କୁ ହତ୍ୟା କରିବା ପାଇଁ ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗ ନିଜକୁ ଦାୟୀ କାରିଛି । ଗ୍ୟାଙ୍ଗର ଜଣେ ସଦସ୍ୟଙ୍କ ପୋଷ୍ଟ ସୋଶାଲ ମିଡିଆ ପ୍ଲାଟଫର୍ମ ଫେସବୁକରେ ଭାଇରାଲ ହେଉଛି । ଏହି ପୋଷ୍ଟରେ ଲରେନ୍ସ ଗ୍ୟାଙ୍ଗ ପକ୍ଷରୁ ଲେଖାଯାଇଛି, ଆମେ ସଲମନ ଖାନଙ୍କ ସହ କୌଣସି ଯୁଦ୍ଧ ଚାହୁଁ ନଥିଲୁ । ହେଲେ ବାବାଙ୍କ ହତ୍ୟାର କାରଣ ତାଙ୍କର ଦାଉଦ ଇବ୍ରାହିମ ଏବଂ ଅନୁଜ ଥାପନଙ୍କ ସହ ସମ୍ପର୍କ ଥିଲା ।

ଆଗକୁ ଏଥିରେ ଉଲ୍ଲେଖ ରହିଛି, ଜୀବନର ମୂଲ୍ୟ ବୁଝୁଛି, ଶାରୀର ଓ ଧନକୁ ମୁଁ ଧୂଳି ଭାବୁଛି । କ’ଣ ତାହା ସତକର୍ମ ଥିଲା, ଯାହା ପାଳନ କଲ ବନ୍ଧୁତ୍ବର ଧର୍ମ ଥିଲା ।’

ଏଥିରେ କୁହାଯାଇଛି, ସଲମାନ ଖାନ, ଆମେ ଏହି ଯୁଦ୍ଧ ଚାହୁଁ ନଥିଲୁ । ହେଲେ ତୁମେ ଆମ ଭାଇଙ୍କ କ୍ଷତି ପହଞ୍ଚାଇଲ । ଆଜି ବାବା ସିଦ୍ଦିକୀଙ୍କୁ ନେଇ ସାଧୁତାର ପୋଲ ବନ୍ଧା ଯାଉଛି । ସେ ଅତୀତରେ ଦାଉଦ ସହ ମକୋକା ଆକ୍ଟରେ ଥିଲା । ସିଦ୍ଦିକୀଙ୍କ ମାରିବାର କାରଣ ଅନୁଜ ଥାପନ ଏବଂ ଦାଉଦକୁ ବଲିଉଡ଼, ରାଜନୀତି, ପ୍ରପର୍ଟି ଡିଲିଂରେ ଜୋଡ଼ିବା ଥିଲା ।

ଗ୍ୟାଙ୍ଗ ତରଫରୁ ପୋଷ୍ଟରେ ଆହୁରି ଉଲ୍ଲେଖ କରାଯାଇଛି, ‘ଆମର କାହା ସହ କୌଣସି ଶତ୍ରୁତା ନାହିଁ । ହେଲେ ଯିଏ ବି ସଲମାନ ଖାନ ଏବଂ ଦାଉଦ ଗ୍ୟାଙ୍ଗକୁ ସାହାଯ୍ୟ କରିବ, ନିଜ ହିସାବ କରି ରଖିଥାଅ । ଆମ ଭାଇକୁ କେହି ବି ହତ୍ୟା କରିବ ତ ଆମେ ପ୍ରତିକ୍ରିୟା ନିଶ୍ଚିତ ଦେବୁ ।’ ଏହାପରେ ପୋଷ୍ଟର ତଳକୁ ଜୟ ଶ୍ରୀରାମ, ଜୟ ଭାରତ, ସଲାମ ସହିଦାନୁ… ଉଲ୍ଲେଖ କରାଯାଇଛି ।

ଲରେନ୍ସ ଗ୍ୟାଙ୍ଗର ଏମିତି ଧମକ ପରେ ସଲମାନଙ୍କ ପ୍ରତି ମଧ୍ୟ ବିପଦ ଥାଇପାରେ ବୋଲି ଆଶଙ୍କା କରାଯାଉଛି । ଆଗରୁ ମଧ୍ୟ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ସଲମାନଙ୍କୁ ଧମକ ଦେଇଥିଲା । ତାଙ୍କ ବାପା ସଲିମ ଖାନଙ୍କୁ ମଧ୍ୟ ଧମକ ଦେଇଥିଲେ । ଏପରିକି ତାଙ୍କ ଘର ସାମ୍ନାରେ ଫାଙ୍କା ଗୁଳି ଚାଳନା କରିଥିଲେ କିଛି ଦୁର୍ବୃତ୍ତ । ତେଣୁ ସଲମାନ ଖାନଙ୍କ ଜୀବନ ପ୍ରତି ବିପଦ ଆଶଙ୍କା କରି ତାଙ୍କର ସୁରକ୍ଷା ବଢ଼ାଇ ଦିଆଯାଇଛି ।

ସିଦ୍ଦିକୀଙ୍କ ହତ୍ୟା ପାଇଁ ନିଜକୁ ଦାୟୀ କଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ: କହିଲା- ସଲମନ ଖାନ୍ ଆମେ ଏହି ଯୁଦ୍ଧ ଚାହୁଁ ନଥିଲୁ, ହେଲେ…

ମୁମ୍ବାଇ: ବାବା ସିଦ୍ଦିକୀଙ୍କ ହତ୍ୟା ପାଇଁ ନିଜକୁ ଦାୟୀ କରିଛି କୁଖ୍ୟାତ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ । ଗ୍ୟାଙ୍ଗର ଜଣେ ସଦସ୍ୟଙ୍କ ପୋଷ୍ଟ ସୋଶାଲ ମିଡିଆ ପ୍ଲାଟଫର୍ମ ଫେସବୁକରେ ଭାଇରାଲ ହେଉଛି । ଏହି ପୋଷ୍ଟରେ ଲରେନ୍ସ ଗ୍ୟାଙ୍ଗ ପକ୍ଷରୁ ଲେଖାଯାଇଛି, ଆମେ ସଲମନ ଖାନଙ୍କ ସହ କୌଣସି ଯୁଦ୍ଧ ଚାହୁଁ ନଥିଲୁ । ହେଲେ ବାବାଙ୍କ ହତ୍ୟାର କାରଣ ତାଙ୍କର ଦାଉଦ ଇବ୍ରାହିମ ଏବଂ ଅନୁଜ ଥାପନଙ୍କ ସହ ସମ୍ପର୍କ ଥିଲା ।

ଆଗକୁ ଏଥିରେ ଉଲ୍ଲେଖ ରହିଛି, ଜୀବନର ମୂଲ୍ୟ ବୁଝୁଛି, ଶାରୀର ଓ ଧନକୁ ମୁଁ ଧୂଳି ଭାବୁଛି । କ’ଣ ତାହା ସତକର୍ମ ଥିଲା, ଯାହା ପାଳନ କଲ ବନ୍ଧୁତ୍ବର ଧର୍ମ ଥିଲା ।’

ଏଥିରେ କୁହାଯାଇଛି, ସଲମାନ ଖାନ, ଆମେ ଏହି ଯୁଦ୍ଧ ଚାହୁଁ ନଥିଲୁ । ହେଲେ ତୁମେ ଆମ ଭାଇଙ୍କ କ୍ଷତି ପହଞ୍ଚାଇଲ । ଆଜି ବାବା ସିଦ୍ଦିକୀଙ୍କୁ ନେଇ ସାଧୁତାର ପୋଲ ବନ୍ଧା ଯାଉଛି । ସେ ଅତୀତରେ ଦାଉଦ ସହ ମକୋକା ଆକ୍ଟରେ ଥିଲା । ସିଦ୍ଦିକୀଙ୍କ ମାରିବାର କାରଣ ଅନୁଜ ଥାପନ ଏବଂ ଦାଉଦକୁ ବଲିଉଡ଼, ରାଜନୀତି, ପ୍ରପର୍ଟି ଡିଲିଂରେ ଜୋଡ଼ିବା ଥିଲା ।

ଗ୍ୟାଙ୍ଗ ତରଫରୁ ପୋଷ୍ଟରେ ଆହୁରି ଉଲ୍ଲେଖ କରାଯାଇଛି, ‘ଆମର କାହା ସହ କୌଣସି ଶତ୍ରୁତା ନାହିଁ । ହେଲେ ଯିଏ ବି ସଲମାନ ଖାନ ଏବଂ ଦାଉଦ ଗ୍ୟାଙ୍ଗକୁ ସାହାଯ୍ୟ କରିବ, ନିଜ ହିସାବ କରି ରଖିଥାଅ । ଆମ ଭାଇକୁ କେହି ବି ହତ୍ୟା କରିବ ତ ଆମେ ପ୍ରତିକ୍ରିୟା ନିଶ୍ଚିତ ଦେବୁ ।’ ଏହାପରେ ପୋଷ୍ଟର ତଳକୁ ଜୟ ଶ୍ରୀରାମ, ଜୟ ଭାରତ, ସଲାମ ସହିଦାନୁ… ଉଲ୍ଲେଖ କରାଯାଇଛି ।

ସୂଚନାଯୋଗ୍ୟ, ସିଦ୍ଦିକୀଙ୍କ ହତ୍ୟାରେ ସମ୍ପକ୍ତ ୩ ଜଣ ସୁଟରଙ୍କୁ ଚିହ୍ନଟ କରାଯାଇଥିବା ବେଳେ ମାଷ୍ଟର ମାଇଣ୍ଡକୁ ଧରିବାକୁ ବିଭିନ୍ନ ସ୍ଥାନରେ ଯାଞ୍ଚ ଚାଲିଛି । ଗ୍ୟାଙ୍ଗ ତରଫରୁ କୁହାଯାଇଛି, ବାବା ସିଦ୍ଦିକୀଙ୍କ କଥିତ ସାଧୁତା ଏକ ଭ୍ରମରୁ ଅଧିକ କିଛି ନଥିଲା ଓ ଅତୀତରେ ଦାଉଦ ଇବ୍ରାହିମ ସହ ମକୋକା ଆକ୍ଟରେ ସାମିଲ ହେବା ଏହାର ପ୍ରମାଣ ।

ସଲମାନ ଓ ଦାଉଦ ଇବ୍ରାହିମ ସହ ଯିଏ ସମ୍ପର୍କ ରଖିବ ତାକୁ ତାହାର ମୂଲ୍ୟ ଦେବାକୁ ପଡ଼ିବ ବୋଲି ଲରେନ୍ସ ଗ୍ୟାଙ୍ଗ ତରଫରୁ ଧମକ ଦେବା ପୋଲିସ ପାଇଁ ନୂଆ ଚ୍ୟାଲେଞ୍ଜ ଛିଡ଼ା କରିଛି ।

ଏହି ମାମଲା ଏବେ ରାଜନୀତି ସହ ବଲିଉଡ଼କୁ ଯୋଡ଼ି ହୋଇସାରିଛି । ଦାଉଦ ଓ ଅନୁଜ ସହ ସିଦ୍ଦିକୀଙ୍କ ଘନିଷ୍ଠିତ ଏହାର କାରଣ । ଆଗକୁ ଦେଖିବାକୁ ବାକି ରହିଲା, ପୋଲିସ ଏହି ମାମଲାକୁ କେମିତି ହ୍ୟାଣ୍ଡଲ କରୁଛି ।

ନନ୍ଦିଘୋଷ ଟିଭି ହାତରେ ରଙ୍ଗିଲା ବାବାଙ୍କ ଡିଜେ ଡ୍ୟାନ୍ସ ଭିଡିଓ

ଆଠଗଡ଼:  ତିଗିରିଆ ଥାନା ଅନ୍ତର୍ଗତ ବାହାରବିଲା ଆଶ୍ରମର ରଙ୍ଗିଲା ବାବା ଗିରଫ ପରେ ପଦାକୁ ଆସୁଛି ଗୋଟିଏ ପରେ ଗୋଟିଏ କଳା କାରନାମା । ନନ୍ଦିଘୋଷ ଟିଭି ହାତରେ ଲାଗିଛି ବାବା କୈବଲ୍ୟ ଜାନିଙ୍କ ଏକ ଆଧୁନିକ ଗୀତରେ ଡ୍ୟାନ୍ସ ବେଳର ଏକ୍ସକ୍ଲ୍ୟୁସିଭ ଭିଡ଼ିଓ ।  ବାବା DJ ଗୀତର ତାଳେ ତାଳେ ବିଭୋର ହୋଇ ନାଚ ମଧ୍ୟ କରୁଥିଲେ ।

ଜଣେ ବାବା ହୋଇ ଏପରି ନାଚିବା କେତେ ଯୁକ୍ତି ଯୁକ୍ତ ସ୍ଥାନୀୟ ଅଞ୍ଚଳରେ ପ୍ରଶ୍ନ ସୃଷ୍ଟି କରିଛି । ଅନ୍ୟପଟେ ଅପହରଣ ହୋଇଥିବା ଯୁବତୀଙ୍କୁ ଖୋର୍ଦ୍ଧା ଅଞ୍ଚଳରୁ ଉଦ୍ଧାର କରି ଅଧିକ ତଦନ୍ତ ଜାରି ରଖିଛି ଢେଙ୍କାନାଳ ପୋଲିସ୍ । ଗତକାଲି ବାବାଙ୍କୁ ଗିରଫ କରାଯାଇଥିବା ବେଳେ ତାଙ୍କ କାରରୁ ମିଳିଥିଲା ଆପତ୍ତିଜନକ ସାମଗ୍ରୀ ।

ସୂଚନାଯୋଗ୍ୟ, ଯୁବତୀ ଅପହରଣ ମାମଲାରେ ଆଶ୍ରମରୁ ବାବାଙ୍କୁ କଟକ ପୋଲିସ ସହାୟତାରେ ଉଠାଇ ନେଇଥିଲା ଢେଙ୍କାନାଳ ପୋଲିସ । ଅପହୃତ ଯୁବତୀଙ୍କ ପରିବାର ଲୋକଙ୍କ ଅଭିଯୋଗକୁ ନେଇ ପୋଲିସ ବାବାଙ୍କୁ ଗିରଫ କରିଥିଲା ।

ରାଜଧାନୀରେ ୧୦ଟି ସ୍ଥାନରେ ରାବଣ ପୋଡ଼ି

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଆଜି ୧୦ଟି ସ୍ଥାନରେ ହେବ ରାବଣ ପୋଡ଼ି । ୧୦ଟି ପୂଜା ମଣ୍ଡପକୁ ରାବଣ ପୋଡି ପାଇଁ ଅନୁମତି ମିଳିଛି । ଝାରପଡା, ବରମୁଣ୍ଡା, ନହରକଣ୍ଟା, କୋରଡ଼କଣ୍ଟା, ବାଙ୍କୁଆଳ, ଗୋପାଳପୁର, କିଟ ରୋଡ଼, ଚନ୍ଦକା, ସିମୁଳିଆ ପାଟଣା ଦୋଳ ଯାତ୍ରା ପଡ଼ିଆରେ ହେବ ରାବଣ ପୋଡି ।

ସେହିପରି କପିଳ ପ୍ରସାଦ ଫୁଟବଲ ଗ୍ରାଉଣ୍ଡରେ ମଧ୍ୟ କରାଯିବ ରାବଣ ପୋଡି । ଏହି ସମୟରେ ସମସ୍ତ ନିୟମ ମାନିବାକୁ ପୂଜା କମିଟିକୁ ନିର୍ଦ୍ଦେଶ ଦିଆଯାଇଛି । ସମସ୍ତ ସ୍ଥାନରେ ଆଲର୍ଟରେ ରହିବ ଅଗ୍ନିଶମ ବାହିନୀ । ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ପିନାକ ମିଶ୍ର ।

ଏନସିପି ନେତା ବାବା ସିଦ୍ଦିକୀଙ୍କ ପରିବାରରେ କିଏ କ’ଣ କରନ୍ତି, ଜାଣନ୍ତୁ ପୂରା ତଥ୍ୟ…

ମୁମ୍ୱାଇ : ଦଶହରାରେ ଗୋଟିଏ ପଟେ ଜନସାଧାରଣ ବଡ଼ ଧୁମଧାମରେ ଉତ୍ସବ ମନାଉଥିବା ବେଳେ ଏହି ସମୟରେ ମହାରାଷ୍ଟ୍ରରେ ଘଟିଯାଇଛି ଏକ ବଡ଼ ଅଘଟଣ । ପୂର୍ବତନ ମନ୍ତ୍ରୀ ତଥା ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ନେତା ବାବା ସିଦ୍ଦିକୀଙ୍କ ଉପରେ ଗୁଳିମାଡ଼ କରାଯାଇଛି । ଏହି ଗୁଳିମାଡ଼ରେ ସିଦ୍ଦିକୀଙ୍କ ପେଟରେ ୨-୩ଟି ଗୁଳି ଲାଗିଥିବା ବେଳେ ଏଥିରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ପବିତ୍ର ପୂଜା ଅବସରରେ ପୂର୍ବତନ ମନ୍ତ୍ରୀ ସିଦ୍ଦିକୀଙ୍କୁ ଗୁଳିକରି ହତ୍ୟା କରିବା ଖବର ମହାରାଷ୍ଟ୍ର ରାଜନୀତିକୁ ଚଳଚଞ୍ଚଳ କରିଦେଇଛି ।

ବାବା ସିଦ୍ଦିକୀଙ୍କ ପରିବାର କହିଲେ, ତାଙ୍କ ପତ୍ନୀ ଶହଜୀନ, ପୁଅ ଜୀଶାନ ଏବଂ ଝିଅ ଅର୍ଶିଆଙ୍କୁ ବୁଝାଏ । ସୂଚନା ମୁତାବକ ସିଦ୍ଦିକୀଙ୍କୁ ତାଙ୍କ ପୁଅ ଜୀଶାନଙ୍କ ବାନ୍ଦ୍ରା ସ୍ଥିତ ଅଫିସ ବାହାରରେ ଗୁଳିମାଡ଼ କରାଯାଇଥିଲା  । ଏହା ପରେ ତାଙ୍କୁ ଲୀଳାବାତୀ ହସ୍ପିଟାଲ ନିଆଯାଇଥିଲା, କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

କୁହାଯାଏ କି ୬୬ ବର୍ଷ ପରେ ବାବା ସିଦ୍ଦିକୀ ମହାରାଷ୍ଟ୍ରରେ ଏକ ପ୍ରମୁଖ ମୁସଲିମ୍ ରାଜନେତା ଥିଲେ ଯେ, ଖାଦ୍ୟ ଏବଂ ନାଗରିକ ଯୋଗାଣ , ଶ୍ରମ ଏବଂ ଏଫଡିଏ ମନ୍ତ୍ରୀ ଭାବେ ସେ କାର୍ଯ୍ୟଭାର ତୁଲାଇଥିଲେ  । ସେ ରାଜନୀତି ଠାରୁ ଅଧିକ ନିଜ ସମାଜବାଦୀ ଭାବମୂର୍ତ୍ତି ଏବଂ ପ୍ରତିବର୍ଷ ଗ୍ରାଣ୍ଡ ଇଫତାର ପାର୍ଟି ଆୟୋଜନ ପାଇଁ ଜଣାଶୁଣା ଥିଲେ  ।

ବାବା ସିଦ୍ଦିକୀଙ୍କ ପୁଅ ଜୀଶାନଙ୍କ ମଧ୍ୟ ରାଜନୀତିରେ ଦବଦବା ରହିଛି  । ବର୍ତ୍ତମାନ ସେ ମହାରାଷ୍ଟ୍ର ବିଧାନସଭା ସଦସ୍ୟ ତଥା ମୁମ୍ୱାଇ ଯୁବ କଂଗ୍ରେସର ପୂର୍ବତ୍ତନ ଅଧ୍ୟକ୍ଷ । ୨୦୧୯ର ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଜୀଶାନ ଶିବସେନାର ବିଶ୍ୱନାଥ ମହାଦେବେଶ୍ୱରଙ୍କୁ ୫୭୯୦ ଭୋଟରେ ହରାଇ ବାନ୍ଦ୍ରା ସ୍ଥିତ ବିଧାନସଭା କ୍ଷେତ୍ରରେ ବିଜୟ ହାସଲ କରି ଏମଏଲଏ ହୋଇଥିଲେ । ତାଙ୍କ ପିତା ସିଦ୍ଦିକୀ ଅଜୀତ୍ ପାବାରଙ୍କ ନେତୃତ୍ୱରେ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି( ଏନସିପି)ରେ ସାମିଲ ହେବା ପରେ  ଚଳିତ ବର୍ଷ ଫେବୃୟାରୀରେ ଜୀଶାନଙ୍କୁ ମୁମ୍ୱାଇ ଯୁବ କଂଗ୍ରେସର ଅଧ୍ୟକ୍ଷ ପଦରୁ ହଟାଇ ଦିଆଗଲା । ଅଗଷ୍ଟରେ ରାଜ୍ୟ କଂଗ୍ରେସର ବିଧାୟକ ଜୀତେଶ ଅନ୍ତାପୁରକରଙ୍କ ସହ ଜିଶାନଙ୍କୁ ବହିଷ୍କାର କରିବାକୁ ଘୋଷଣା କରିଥିଲେ  ।

ଅନ୍ୟପଟେ କୁହାଯାଉଛି ଯେ, ସିଦ୍ଦିକୀଙ୍କ ଝିଅ ଅର୍ଶିଆ ମଧ୍ୟ ନିଜ ପାଠପଢା ଶେଷ ପରେ କିଛି ସମୟ ପାଇଁ ରାଜନୀତିରେ ସାମିଲ ହୋଇଥିଲେ । କିନ୍ତୁ ପରେ ସେ ଡାକ୍ତରୀ ପଢାପଢି କରିଥିଲେ । ଏବେ ସେ ଜଣେ ଡାକ୍ତର ଏବଂ ଉଦ୍ୟୋଗୀ ଅଛନ୍ତି । ଅର୍ଶିଆ ଯକ୍ତରାଷ୍ଟ୍ର ଆମେରିକାରେ ସ୍କ୍ରାଇଟ୍ ଲ୍ୟାବ୍ ପରି ଅନେକ କମ୍ପାନୀ ସହ-ପ୍ରତିଷ୍ଠା କରିଛନ୍ତି ଏବଂ ଏକ ଟାବେଲଟ୍ କମ୍ପାନୀ ଜିୟର୍ସ ଇମ୍ପେକ୍ସ ମଧ୍ୟ ପ୍ରତିଷ୍ଠା କରିଛନ୍ତି  । ସେ ଶାପିଜ୍ ଟେକସପ୍ଟ ପ୍ରାଇଭେଟ୍ ଲିମିଟେଡରେ ସିଆଇଓ ଭାବେ ମଧ୍ୟ ରହିଛନ୍ତି ।  ୨୦୨୧ରେ ସେ ବାନ୍ଦ୍ରାରେ କୁନାଫା ଓ୍ୱାଲ୍ଡ କାଫେ ମଧ୍ୟ ଲଞ୍ଚ କରିଥିଲେ ।

ବାବା ସିଦ୍ଦିକୀଙ୍କ ହତ୍ୟା ପଛରେ ଲରେନ୍ସ ଗ୍ୟାଙ୍ଗର ହାତ !

ମୁମ୍ବାଇ: ଏନସିପି ଅଜିତ ପାୱାର ଗୋଷ୍ଠୀ ନେତା ବାବା ସିଦ୍ଦିକୀଙ୍କ ହତ୍ୟାକୁ ନେଇ ସାରା ଦେଶରେ ଚର୍ଚ୍ଚା ଲାଗି ରହିଛି । ଗତକାଲି ସିଦ୍ଦିକୀଙ୍କୁ ବରନ୍ଦ୍ରା ଇଷ୍ଟ ଅଞ୍ଚଳରେ ତିନି ଜଣ ଦୁର୍ବୃତ୍ତ ଗୁଳି ମାରି ତାଙ୍କୁ ହତ୍ୟା କରିଛନ୍ତି । ଘଟଣାରେ ସମ୍ପୃକ୍ତ ଥିବା ଦୁଇ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ତୃତୀୟ ଜଣଙ୍କ ଫେରାର ଅଞ୍ଚି । ହତ୍ୟାର କାରଣ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇ ନଥିବା ବେଳେ ଗିରଫ ଦୁଇ ଅଭିଯୁକ୍ତ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ସହ ସମ୍ପୃକ୍ତ ଥିବା ଜଣାପଡ଼ିଛି ।

ଏବେ ପ୍ରଶ୍ନ ଉଠୁଛି ବି ଟାଉନର ସୁରପଷ୍ଟାର ମଲମନ ଖାନଙ୍କ ନିକଟତର ହେବା କ’ଣ ସିଦ୍ଦିକୀଙ୍କୁ ଭାରି ପଡ଼ିଲା । କିଛି ବର୍ଷ ହେବ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ସଲମାନଙ୍କ ପଛରେ ପଡ଼ିଛି ।

ସୂଚନାଯୋଗ୍ୟ, ବିଷ୍ଣୋଇ ଗ୍ୟାଙ୍ଗର ସୁଟର ଦୁଇ ଥର ସଲମାନଙ୍କ ରେକି କରିଥିଲେ । ପ୍ରଥମ ରେକି ରେଡ୍ଡି ଫିଲ୍ମର ସୁଟିଂ ବେଳେ କରାଯାଇଥିଲା । ସେହିପରି ଦ୍ବିତୀୟ ରେକି ପନଓ୍ବଲ ଫାର୍ମ ହାଉସର କରାଯାଇଥିଲା ।

ନାଟକ ମାଧ୍ୟମରେ କୋଣାର୍କ ସୂର୍ଯ୍ୟ ମନ୍ଦିର ସଚେତନତା ବାର୍ତ୍ତା

କୋଣାର୍କ: ସୂର୍ଯ୍ୟ ମନ୍ଦିରର ସୁରକ୍ଷା ପାଇଁ ସଚେତନତା ବାର୍ତ୍ତା । ନାଟକ ମାଧ୍ୟମରେ ସଚେତନତା ବାର୍ତ୍ତା ଦେଇଛନ୍ତି ଯୁଧିଷ୍ଠିର ଥିଏଟରର କଳାକାର । ପିପିଲିର ପୂର୍ବତନ ବିଧାୟକ ତଥା ବିଶିଷ୍ଟ ସମାଜସେବୀ ଯୁଧିଷ୍ଠିର ସାମନ୍ତରାୟଙ୍କ ନାମରେ ଗଠିତ ହୋଇଛି ଯୁଧିଷ୍ଠିର ଥିଏଟର ।

ଭୁବନେଶ୍ବର ରବୀନ୍ଦ୍ର ମଣ୍ଡପରେ ନୂଆ ନାଟ୍ୟ ଅନୁଷ୍ଠାନର ଲୋଗୋ ଲୋକାର୍ପଣ ହୋଇଛି । ପ୍ରଥମ ନାଟ୍ୟୋତ୍ସବରେ ନାଟକ ‘ଲୁହ ଲହୁର କଥା’ ପରିବେଷଣ କରାଯାଇଛି । ଆମ ଐତିହ୍ୟ, ସଂସ୍କୃତି ତଥା ଗୌରବର କୀର୍ତ୍ତି କୋଣାର୍କର ସୂର୍ଯ୍ୟ ମନ୍ଦିରର ସୁରକ୍ଷା ଅଭିଯାନକୁ ନେଇ ନାଟକ ଲୁହ ଲହୁର କଥା । ନାଟକ ଦେଖି ଭାବ ବିହ୍ଵଳ ହେଲେ ଦର୍ଶକ । ଏହାକୁ ରଚନା କରିଛନ୍ତି ଗଙ୍ଗାଧର ଜେନା ଏବଂ ପରିକଳ୍ପନା ଓ ନିର୍ଦ୍ଦେଶନା ଦେଇଛନ୍ତି ଦେବାନନ୍ଦ ନାୟକ ସୋନୀ I ଏହି ଅବସରରେ ସଂସ୍ଥା ତରଫରୁ ଓଡିଆ ନାଟକର ଦୁଇ ବୟୋଜ୍ୟେଷ୍ଠ ବ୍ୟକ୍ତିତ୍ୱ ପଞ୍ଚାନନ ଦାସ ଏବଂ ପ୍ରଦୀପ ମିଶ୍ରଙ୍କୁ ଯୁଧିଷ୍ଠିର ସମ୍ମାନ ପ୍ରଦାନ କରାଯାଇଥିଲା ।