spot_img
Home Blog Page 1440

ମା’ଙ୍କ ଭସାଣିରେ ଛୁରାମାଡ; ନାବଳକ ମୃତ

ନବରଙ୍ଗପୁର: ମା’ଙ୍କ ଭସାଣି ହେଲା ଶେଷ ଭସାଣି । ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଭିତରେ ବଳିପଡିଗଲା ନିରୀହ ନାବାଳକର ଜୀବନ । ନବରଙ୍ଗପୁରରେ ମା’ଙ୍କ ଭସାଣି ବେଳେ ଉତ୍ତେଜନା, ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ। ଛୁରା ମାଡ଼ରେ ଗୋଟିଏ ଗୋଷ୍ଠୀର ଜଣେ ନାବାଳକ ମୃତ ଅନ୍ଯ ଣେ ଗୁରୁତର ହୋଇ ଚିକିତ୍ସିତ ହେଉଛନ୍ତି। ଗତକାଲି ଭସାଣି ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ କୌଣସି ଘଟଣାକୁ ନେଇ ଉତ୍ତେଜନା ହୋଇଥିଲା । ତେବେ ଉଗ୍ର ରୂପ ନେଇ ଗଣ୍ଡଗୋଳ ହୋଇଥିଲା।

ଛୁରା ମାଡ଼ରେ ଗୋଟିଏ ଗୋଷ୍ଠୀର ଦୁଇ ନାବାଳକ ଦଣ୍ଡସି ସାହିର କିରଣ ଗଦବା ଓ ତେଜାବ ହରିଜନ ଗୁରୁତର ହୋଇପଡିଥିଲେ। ଗୁରୁତର ଅବସ୍ଥାରେ ଉଭୟଙ୍କୁ ନବରଙ୍ଗପୁର ସ୍ଥିତ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତେବେ ନାବାଳକ କିରଣ ଗଦବାଙ୍କୁ ଆଇସିୟୁରେ ରଖି ଚିକିତ୍ସା କରାଯାଉଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ତେଜାବଙ୍କ ଚିକିତ୍ସା ଚାଲିଛି। ତେବେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଥିବା ସୂଚନା ମିଳିଛି। ତେବେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଥିବା ବେଳେ ୮ ରୁ ୧୦ କୁ ଅଟକ ରଖି ପଚରାଉଚରା କରୁଛି  ।

ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଉମର ଅବଦୁଲ୍ଲା

ଶ୍ରୀନଗର: ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଉମର ଅବଦୁଲ୍ଲା। ଜାମ୍ମୁ କାଶ୍ମୀରରେ ସରକାର ଗଠନ ଲାଗି ଉମର ଅବଦୁଲ୍ଲାକୁ ଉପରାଜ୍ୟପାଳଙ୍କ ପାଖରୁ ଡାକରା ଆସିଛି। ସରକାର ଗଠନ ଲାଗି ଉପରାଜ୍ୟପାଳ ମନୋଜ ସିହ୍ନା ଡାକିଥିବା ନେଇ ସୂଚନା ଦେଇଛନ୍ତି ନ୍ଯାସନାଲ କନଫରେନ୍ସ ନେତା ଉମର ଅବଦୁଲ୍ଲା। ଆସନ୍ତାକାଲି ୧୬ ଅକ୍ଟୋବରରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଉମର ଅବଦୁଲ୍ଲା। ରାଜ୍ୟପାଳଙ୍କ ପକ୍ଷରୁ ଆସିଥିବା ଚିଠି ସୋସିଆଲ ମିଡିଆରେ ସେୟାର କିଛନ୍ତକି ଉମର ଅବଦୁଲ୍ଲା।

ଏହା ପୂର୍ବରୁ ଜମ୍ମୁ କାଶ୍ମୀରରେ ଲାଗିଥିବା ରାଜ୍ୟପାଳ ଶାସନକୁ ପ୍ରତ୍ଯାହାର କରିଛନ୍ତି ସରକାର। ଏ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗତ ରବିବାର ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଗତ ୨୦୧୯ ଅକ୍ଟୋବର ୩୧ ତାରିଖରେ ଜମ୍ମୁ କାଶ୍ମୀରରେ ଧାରା ୩୭୦ ଲାଗୁ କରାଯାଇଥିଲା । ଧାରା ୩୭୦ ହଟିବା ପରେ ପ୍ରଥମ ନିର୍ବାଚିତ ମୁଖ୍ୟମନ୍ତ୍ରୀ ହେବେ ଉମର ଅବଦୁଲ୍ଲା। ମୋଟ ୯୦ ଆସନରୁ ଏନସି-କଂଗ୍ରେସ ମେଣ୍ଟ ୪୮ ଆସନ ଜିତିଥିବାବେଳେ ମୋଟ ୫୫ ବିଧାୟକଙ୍କ ସମର୍ଥନ ଥିବା ଦାବି କରିଥିଲେ ଉମର ଅବଦୁଲ୍ଲା।

ପ୍ରେମ ବ୍ୟାପାର ନେଇ ୮ମହଲାରୁ ଡେଇଁଲେ ଯୁବ ଇଞ୍ଜିନିୟର

ଭୁବନେଶ୍ବର: ଆପାର୍ଟମେଣ୍ଟରୁ ଡେଇଁ ଜୀବନ ହାରିଲେ ଯୁବ ଇଞ୍ଜିନିୟର। ୮ ମହଲାରୁ ଡେଇଁ ଜୀବନ ହାରିଛନ୍ତି ଖାରବେଳନଗର ଚନ୍ଦ୍ରମା କମ୍ପ୍ଲେକ୍ସ ଆପାର୍ଟ ମେଣ୍ଟରେ ରହୁଥିବା ରୋନିତ ଜେନା। ରୋନିତଙ୍କ ବୟସ ୨୩ । ପରିବାର ଲୋକଙ୍କ କହିବା ମୁତାବକ ପ୍ରେମରେ ପ୍ରତାରିତ ହୋଇ ମାନସିକ ସ୍ଥରରେ ଭାଙ୍ଗି ପଡିଥିଲେ ରୋନିତ। ବ୍ରହ୍ମପୁରର ଜଣେ ଯୁବତୀଙ୍କୁ ସେ ଭଲ ପାଉଥିଲେ। ଯୁବତୀଙ୍କ ସମସ୍ତ ଖର୍ଚ୍ଚ ମଧ୍ୟ ବହନ କରୁଥିଲେ। କୌଣସି କଥାକୁ କେନ୍ଦ୍ର କରି ପ୍ରେମରେ ପୂର୍ଣ୍ଣଛେଦ ପଡିଥିଲା।

ଯାହାକୁ ନେଇ ରୋନିତ ବେଶ ଚିନ୍ତାଗ୍ରସ୍ତ ଥିଲେ। ଆତ୍ମହତ୍ୟା ପୂର୍ବର ଚିତ୍ର ସିସିଟିଭିରେ କଏଦ ହୋଇଛି। ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯାଇଛି। ଉକ୍ତ ଯୁବତୀ ଜଣଙ୍କୁ ତଦନ୍ତ ପରିସର ଭୁକ୍ତ କରିବାକୁ ଦାବି କରିଛନ୍ତି ମୃତକଙ୍କ ପରିବାର ଲୋକେ ।

ସରୁନି ଟ୍ରୁଡୋଙ୍କ ଡ୍ରାମା, ବିଟ୍ରେନ ପ୍ରଧାନମନ୍ତ୍ରୀଙ୍କୁ କଲେ ଗୁହାରୀ

ନନ୍ଦିଘୋଷ ବ୍ୟୁରୋ: ଭାରତ ଏବଂ କାନାଡା ମଧ୍ୟରେ ବଢିଲା ତିକ୍ତତା । ଭାରତକୁ ଟ୍ରୁଡୋଙ୍କ ଆକ୍ଷେପ । କାନାଡା ଏବଂ ଭାରତ ମଧ୍ୟରେ ସମ୍ପର୍କରେ ବଢୁଥିବା ବିବାଦ ମଧ୍ୟରେ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ପୁଣି ଥରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଜଷ୍ଟିନ ଟ୍ରୁଡୋ ଆଜି ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଏକ ପୋଷ୍ଟ କରିଛନ୍ତି। ସେ ଏହା ଉପରେ ଲେଖିଛନ୍ତି ଯେ ସେ ବ୍ରିଟେନ ପ୍ରଧାନମନ୍ତ୍ରୀ କିର ଷ୍ଟାରମରଙ୍କୁ ଭାରତ ସରକାରଙ୍କ ସହ ଜଡିତ ଏଜେଣ୍ଟମାନଙ୍କ ଦ୍ବାରା କାନାଡା ନାଗରିକଙ୍କ ବିରୋଧରେ ହୋଇଥିବା ଘଟଣା ବିଷୟରେ ଅବଗତ କରାଇଛନ୍ତି । ଏହାସହ ଉଭୟ ନେତା ସେମାନଙ୍କ ନାଗରିକଙ୍କ ସୁରକ୍ଷା ତଥା ଆଇନର ନିୟମକୁ ବଜାୟ ରଖିବା ତଥା ସମ୍ମାନର ଗୁରୁତ୍ୱ ଉପରେ ଆଲୋଚନା କରିଛନ୍ତି । ପ୍ରଧାନମନ୍ତ୍ରୀ ଟ୍ରୁଡୋ ଏହି ଗମ୍ଭୀର ସମସ୍ୟାର ସମାଧାନ ପାଇଁ ଭାରତ ସହ ସହଯୋଗ କରିବାକୁ ମଧ୍ୟ ଆଗ୍ରହ ପ୍ରକାଶ କରିଛନ୍ତି ।

ଗତ ସୋମବାର  ଅଟ୍ଟୋଠାରେ ଧନ୍ୟବାଦ ଅର୍ପଣ ଦିବସରେ ଏକ ସାମ୍ବାଦିକ ସମ୍ମିଳନୀରେ RCMP ସହକାରୀ କମିଶନର ବ୍ରିଗିଟ ଗୌବିନ ଭାରତ ଉପରେ ବଡ ଅଭିଯୋଗ ଆଣିଛନ୍ତି । ତାଙ୍କ କହିବାନୁଯାୟୀ ଭାରତ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ସହ ମିଶି କାନାଡାରେ ଆତଙ୍କ ସୃଷ୍ଟି କରିଛନ୍ତି। ଗୌବିନ ଅଭିଯୋଗ କରିଛନ୍ତି ଯେ ଆମେ ଯାହା ଦେଖିଛୁ ତାହା ହେଉଛି ସଂଗଠିତ ଅପରାଧ ଉପାଦାନର ବ୍ୟବହାର, ଏବଂ ଏହାକୁ ସର୍ବସାଧାରଣରେ ଏକ ସଂଗଠିତ ଅପରାଧ ଗ୍ୟାଙ୍ଗ ଦ୍ୱାରା ଦାୟୀ କରାଯାଇଛି। ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ଭାରତର ଏଜେଣ୍ଟମାନଙ୍କ ସହିତ ସମ୍ପୃକ୍ତ ଅଛନ୍ତି ଏବଂ କାନାଡାରେ ଦକ୍ଷିଣ ଏସୀୟ ସମୁଦାୟ ଓ ବିଶେଷ କରି ଖଲିସ୍ତାନୀ ସପକ୍ଷବାଦୀ ଶକ୍ତିଙ୍କୁ ଭାରତୀୟ ଏଜେଣ୍ଟମାନେ ଟାର୍ଗେଟ କରୁଛନ୍ତି ।

କାନାଡାର ଅଧିକାରୀମାନେ କହିଛନ୍ତି ଯେ, କାନାଡା ପ୍ରଧାନମନ୍ତ୍ରୀ ଖୁବଶୀଘ୍ର କାନାଡାରେ ହିଂସାତ୍ମକ ଅପରାଧିକ କାର୍ଯ୍ୟକଳାପ ଉପରେ ଏକ ସାମ୍ବାଦିକ ସମ୍ମିଳନୀ କରିବାର କାର୍ଯ୍ୟକ୍ରମ ରହିଛି। ଯଦିଓ ଏହି ବିଷୟରେ କୌଣସି ନିର୍ଦ୍ଦିଷ୍ଟ ସମୟର ସୂଚନା ଦିଆଯାଇ ନାହିଁ, କିନ୍ତୁ ସେ କହିଛନ୍ତି ଯେ ଏହି ସାମ୍ବାଦିକ ସମ୍ମିଳନୀରେ  ପ୍ରଧାନମନ୍ତ୍ରୀ,  ବୈଦେଶିକ ମନ୍ତ୍ରୀ ମେଲାନି ଜୋଲି ଏବଂ ଜନ ସୁରକ୍ଷା ମନ୍ତ୍ରୀ, ଗଣତାନ୍ତ୍ରିକ ଅନୁଷ୍ଠାନ ଏବଂ ଆନ୍ତଃରାଜ୍ୟ ବ୍ୟାପାର ଡୋମିନିକ୍ ଲେବ୍ଲାନ୍କ ଇତ୍ୟାଦି ସାମିଲ ହେବେ।

ମହାରାଷ୍ଟ୍ର ଏବଂ ଝାଡଖଣ୍ଡରେ କେବେ ହେବ ନିର୍ବାଚନ ?

ନନ୍ଦିଘୋଷ ବ୍ୟୁରୋ: ଆଜି ବାଜିବ ମହାରାଷ୍ଟ୍ର ଏବଂ ଝାଡଖଣ୍ଡ ପାଇଁ ବିଗୁଲ । ନିର୍ବାଚନ ପାଇଁ  ଆଜି ତାରିଖ ଘୋଷଣା କରାଯିବ । ଆଜି ଅପରାହ୍ନ ୩.୩୦ରେ ରେ ନିର୍ବାଚନ ଆୟୋଗ ଏକ ସାମ୍ବାଦିକ ସମ୍ମିଳନୀ କରି ନିର୍ବାଚନ ତାରିଖ ଘୋଷଣା କରିବେ । ନିର୍ବାଚନ କେତେ ପର୍ଯ୍ୟାୟରେ ଅନୁଷ୍ଠିତ ହେବ ଏବଂ କେମିତି ଏହାର ପ୍ରସ୍ତୁତି ଚାଲିଛି ସବିବରଣୀର ସୂଚନା ଦେବେ ନିର୍ବାଚନ କମିଶନ। ତେବେ ମହାରାଷ୍ଟ୍ର ବିଧାନସଭାର କାର୍ଯ୍ୟକାଳ ୨୬ ନଭେମ୍ବରରେ ଶେଷ ହେଉଥିବା ବେଳେ ଝାଡଖଣ୍ଡ ବିଧାନସଭାର କାର୍ଯ୍ୟକାଳ ଆସନ୍ତା ବର୍ଷ ଜାନୁୟାରୀ ୫ ରେ ଶେଷ ହେବ।

ମହାରାଷ୍ଟ୍ର ଏବଂ ଝାଡଖଣ୍ଡ ନିର୍ବାଚନ ସହ ଜଡିତ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । କିଛି ସମୟ ପୂର୍ବରୁ ନିର୍ବାଚନ ଆୟୋଗ ଦଳ ଉଭୟ ରାଜ୍ୟ ଗସ୍ତ କରିଥିଲେ। ଏହି ସମୟ ମଧ୍ୟରେ ସେ ନିର୍ବାଚନ ପାଇଁ ପ୍ରସ୍ତୁତିର ଆକଳନ କରିଥିଲେ।

ଯଦି ଆମେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ବିଷୟରେ କହିବୁ , ତେବେ ଏଠାରେ ମହା ବିକାଶ ଆଗାଡି ଏବଂ ମହାରଥୀଙ୍କ ମଧ୍ୟରେ ଜୋରଦାର ଟକ୍କର ହେବ  । ମହା ବିକାଶ ଆଗାଡିରେ କଂଗ୍ରେସ, ଏନସିପି ଶରଦ ପାୱାର ଦଳ, ଶିବସେନା ୟୁବିଟି ରହିଛି । ଏଥି ସହିତ ମହାମେଣ୍ଟରେ ବିଜେପି, ଶିବସେନାର ସିନ୍ଦେ ଦଳ ଏବଂ ଅଜିତ ପାୱାରଙ୍କ ସହ ଏନସିପି ଗୋଷ୍ଠୀ ଅଛନ୍ତି । ଏଠାରେ ଉଭୟ ମିଳିତ ମଞ୍ଚ ସିଟ୍ ବଣ୍ଟନକୁ ଶେଷ କରିବାରେ ବ୍ୟସ୍ତ ଅଛନ୍ତି  । ବର୍ତ୍ତମାନର ବିଧାନସଭାର କାର୍ଯ୍ୟକାଳ ୨୬ ନଭେମ୍ବରରେ ଶେଷ ହେଉଛି  ।

ଯଦି ଆମେ ଝାଡଖଣ୍ଡ ବିଷୟରେ କହିବା, ତେବେ ରାଜ୍ୟର ସମସ୍ତ ୮୧ ଟି ଆସନରେ ବିଧାନସଭା ନିର୍ବାଚନ ହେବ। ଝାଡଖଣ୍ଡ ବିଧାନସଭାର କାର୍ଯ୍ୟକାଳ ୫ ଜାନୁୟାରୀ ୨୦୨୫ ଶେଷ ହେବ। ଏଠାରେ ସମସ୍ତ ଦଳ ନିର୍ବାଚନ ପାଇଁ ପ୍ରସ୍ତୁତିରେ ଲାଗିପଡିଛନ୍ତି । ନେତାମାନେ ୮୧ଟି ବିଧାନସଭା ଆସନରେ ପ୍ରଚାର କରିବା କାର୍ଯରେ ବ୍ୟସ୍ତ ଅଛନ୍ତି। ଏଠାରେ ଇଣ୍ଡିଆ ଆଲାଏନ୍ସ ଏବଂ ଏନଡିଏ ମଧ୍ୟରେ କଡ୍ଡା ଟକ୍କର ଦେଖିବାକୁ ମିଳିବ  । ଶେଷ ଥର ପାଇଁ ଏଠାରେ ୨୦୧୯ ନିର୍ବାଚନ ଅନୁଷ୍ଠିତ ହୋଇଥିଲା, ଯେତେବେଳେ ହେମନ୍ତ ସୋରେନ୍ ମହାମେଣ୍ଟର ବିଜୟ ପରେ ମୁଖ୍ୟମନ୍ତ୍ରୀ ହୋଇଥିଲେ।

 

ଯଦି ପ୍ରଧାନମନ୍ତ୍ରୀ ମୋଦୀ ଆସିଥାନ୍ତେ ଭଲ ହୋଇଥାନ୍ତା; ଆମେ ଆଜି ସମସ୍ତଙ୍କୁ ଭିକ୍ଷା ମାଗୁଛୁ

ନନ୍ଦିଘୋଷ ବ୍ୟୁରୋ:  ଆଜିଠୁ ଦୁଇଦିନ ଧରି ପାକିସ୍ତାନରେ ସାଂଘାଇ ସହଯୋଗ ସଂଗଠନ (ଏସସିଓ) ଶିଖର ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି। ଏଥିପାଇଁ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଭାରତୀୟ ପକ୍ଷରୁ ପହଞ୍ଚିଛନ୍ତି। ଏହି ଅବସରରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ ଭାରତ ସହ ସମ୍ପର୍କ ସମ୍ପର୍କରେ ନିଜର ମତ ଦେଇଛନ୍ତି। ସେ କହିଛନ୍ତି ଯେ ଯଦି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏସସିଓ ଶିଖର ସମ୍ମିଳନୀରେ ଯୋଗଦେବାକୁ ପାକିସ୍ତାନ ଆସିଥାନ୍ତେ ତେବେ ଭଲ ହୋଇଥାନ୍ତା ।

ଏକ ସାକ୍ଷାତକାରରେ ନୱାଜ ସରିଫ କହିଛନ୍ତି ଯେ ମୁଁ ଆରମ୍ଭରୁ ଭାରତ ସହ ଭଲ ସମ୍ପର୍କକୁ ସମର୍ଥନ କରିଆସୁଛି । ମୁଁ ଆଶା କରୁଛି ଯେ ଆମ ମଧ୍ୟରେ ସମ୍ପର୍କ ପୁଣି ସୁଦୃଢ ହେବ ଏବଂ ମୁଁ ଆଗାମୀ ସମୟରେ ପ୍ରଧାନମନ୍ତ୍ରୀଙ୍କ ମୋଦୀଙ୍କ ସହ ବସି କଥାବାର୍ତ୍ତା କରିବାର ସୁଯୋଗ ପାଇବି।

ସାକ୍ଷାତକାର ସମୟରେ ନୱାଜ ସରିଫ ପାକିସ୍ତାନର ଆର୍ଥିକ ପରିସ୍ଥିତି ବିଷୟରେ କହି ନିଜର ଦୁଃଖ ବୟାନ କରିଛନ୍ତି । ସେ କହିଛନ୍ତି ଯେ ଭାରତ ଚନ୍ଦ୍ରକୁ ଯାଉଥିବା ବେଳେ ତାଙ୍କ ଦେଶ ସମଗ୍ର ବିଶ୍ୱରୁ ଟଙ୍କା ମାଗୁଛି। ତାଙ୍କର ୬୦୦ ବିଲିୟନ ଡଲାରର ଭଣ୍ଡାର ଅଛି  । ସେ ଜି -20 ଶିଖର ସମ୍ମିଳନୀ ଆୟୋଜନ କରୁଥିବାବେଳେ ଆମେ ଚୀନ୍ ସମେତ ଆରବ ଦେଶମାନଙ୍କ ଆଗରେ ପ୍ରତ୍ୟେକଙ୍କୁ  ୧ ବିଲିୟନ ଡଲାର ଭିକ୍ଷା ମାଗୁଛୁ। ଏଭଳି ପରିସ୍ଥିତିରେ ଆମ ପାଇଁ କେଉଁ ସମ୍ମାନ ବାକି ଅଛି ?

ତେବେ ଏହା ପ୍ରଥମ ଘଟଣା ନୁହେଁ ଯେ ନୱାଜ ସରିଫ ଭାରତ ସହ ସମ୍ପର୍କ ବିଷୟରେ କଥାବାର୍ତ୍ତା କରିଛନ୍ତି। ଅତୀତରେ ମଧ୍ୟ ସମ୍ପର୍କକୁ ସୁଦୃଢ କରିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି । ସାକ୍ଷାତକାରରେ ନୱାଜ ସରିଫ ଭାରତକୁ ଦେଇଥିବା ପ୍ରତିଶ୍ରୁତି ଭାଙ୍ଗିବା ତାଙ୍କ ଭୁଲ ବୋଲି ସ୍ବୀକାର କରିଛନ୍ତି । ସେ କହିଛନ୍ତି ଯେ କାର୍ଗିଲ ଯୁଦ୍ଧରେ ଯାହା ଘଟିଲା ତାହା ଆମର ଭୁଲ । ଆମେ ଲାହୋର ଚୁକ୍ତିନାମା ଗ୍ରହଣ କରିନାହୁଁ  । ଏଥିପାଇଁ ଆମେ ଦୋଷୀ  । ଆମେ ଏହା କରିବା ଉଚିତ୍ ନୁହେଁ  ।

ପ୍ରସୂତି ସରକାରୀ ପ୍ରୋତ୍ସାହନ ରାଶି ନାଁ ରେ ଗର୍ଭବତୀଙ୍କୁ ଠକିଦେଲେ ..

ପୁରୀ: ପୁରୀ ଜିଲ୍ଲା ନିମାପଡ଼ାରେ ବଢ଼ି ଚାଲିଛି ସାଇବର ଠକଙ୍କ ପାଦ୍ରୁର୍ଭାବ। କିଛିଦିନ ତଳେ ସୁଭଦ୍ରା ଯୋଜନା ନାଁରେ ଜଣେ ମହିଳା ସାଇବର ଠକେଇର ଶିକାର ହୋଇଥିଲେ।ପୁଣି ଏବେ ଡେଣୁଅଁ ପଞ୍ଚାୟତ ଛେନୁଅ ଗ୍ରାମର ଦୁଇ ଜଣ ମହିଳାଙ୍କୁ ସ୍ବାସ୍ଥ୍ୟ ବିଭାଗ ନାଁ କହି ଚୂନ ଲଗାଇଛନ୍ତି ସାଇବର ଠକ। ଜଣେ ପ୍ରସୂତି ମହିଳାଙ୍କ ସ୍ବାମୀଙ୍କୁ କେହି ଜଣେ ଦୃର୍ବୁତ୍ତ ସ୍ବାସ୍ଥ୍ୟ ବିଭାଗ ନାଁ ରେ ଫୋନ କରି ତାଙ୍କର ଫୋନ ପେ ଅଛି କି ନାହିଁ ପଚାରୁଛି। ପୁଣି ବ୍ୟାଙ୍କ ଖାତାରେ କେତେ ଟଙ୍କା ଥିବା କଥା ମଧ୍ୟ ପଚାରୁଛି। ଏହି ଗ୍ରାମର ୪ରୁ ୫ଜଣ ପ୍ରସୂତି ମହିଳାଙ୍କୁ ସ୍ବାସ୍ଥ୍ୟ ବିଭାଗ ନାମରେ କେହିଜଣେ ଦୃର୍ବୁତ୍ତ ଫୋନ କରିବା ସହିତ ଗ୍ରାମର ଆଶା ଦିଦୀଙ୍କୁ ଫୋନ୍ ମାଧ୍ୟମରେ ଲାଇନରେ ରଖି ତାଙ୍କୁ ଅଣ୍ଡା,ଛତୁଆ ଏବଂ ମେଡିସିନ ଠିକ୍ ଟାଇମ୍ ରେ ମିଳୁଛି କି ନାହିଁ ପଚାରିଥିଲେ।

ପରେ ତାଙ୍କୁ ପ୍ରସୂତି ସରକାରୀ ପ୍ରୋତ୍ସାହନ ରାଶି ଯୋଗାଇଦେବା କଥା କହି ଲିଙ୍କ ପଠାଇ ଫୋନ୍ ପେ ମାଧ୍ୟମରେ ୧୯ହଜାର ୭ସହ ୩୦ଟଙ୍କା ଠକି ନେଇଥିଲେ।ଏଭଳି ଠକେଇର ଶିକାର ହୋଇଛନ୍ତି ଛେନୁଅ ବାସିନ୍ଦା ମନମୋହନ ସେଠୀଙ୍କ ବୋହୂ ଲିପାରାଣୀ ସେଠୀ।ସେହିପରି ଆଉ ଜଣେ ମହିଳା ଲକ୍ଷ୍ମୀପ୍ରିୟା ବହାଲ୍ୟା ମଧ୍ୟ ୩ହଜାର ୫ସହ ୯୭ଟଙ୍କା ସାଇବର ଠକେଇର ଶିକାର ହେଉଛନ୍ତି।ଗ୍ରାମର ୪ରୁ ୫ଜଣ ପ୍ରସୂତି ମହିଳାଙ୍କୁ ଫୋନ କଲ୍ ଆସିଥିବା ବେଳେ ବାକି ମହିଳାଙ୍କ ବ୍ୟାଙ୍କ ଖାତାରେ ପର୍ଯ୍ୟାପ୍ତ ପରିମାଣର ଜମା ରାଶି ନଥିବାରୁ ସେମାନେ ଏହିଭଳି ଠକେଇରୁ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ଦୁଇଜଣ ମହିଳା ଏହାର ଶିକାର ହୋଇଛନ୍ତି।ତେବେ ଏନେଇ ମହିଳାଙ୍କ ଶଶୁର ମନମୋହନ ସେଠି ସାଇବର ଥାନାରେ ଅଭିଯୋଗ କରିବା ସହିତ ନିମାପଡ଼ା ଥାନାର ଦ୍ୱାରସ୍ଥ ହୋଇଛନ୍ତି।

ଟ୍ରେନ ଧକ୍କାରେ ଚାଲିଗଲା ଛୁଆହାତୀର ଜୀବନ

ରାଉରକେଲା: ଟ୍ରେନ ଧକ୍କାରେ ହାତୀଛୁଆର ମୃତ୍ୟୁ । ଟ୍ରେନ ଲାଇନ ପାର ହେଉଥିବାବେଳେ ଘଟିଲା ଅଘଟଣ, ଚାଲିଗଲା ଛୁଆହାତୀର ଜୀବନ। ରାଉରକେଲା ସହର ନିକଟବର୍ତ୍ତୀ ବନ୍ଧମୁଣ୍ଡା ଏ କେବିନ ନିକଟରେ ଗତ ରାତିରେ ଟ୍ରେନ ଧକ୍କାରେ ଗୋଟିଏ ଛୁଆ ହାତୀ ମୃତ୍ୟୁ ବରଣ କରିଥିବା ଅଭିଯୋଗ ହୋଇଛି। ୨୫ଟିକିଆ ହାତୀପଲ ଗତ ରାତିରେ ରେଳ ଲାଇନ ପାର ହେଉଥିବା ବେଳେ ମାଲବାହୀ ଟ୍ରେନ ଧକ୍କାରେ ଛୁଆ ହାତୀ ମୃତ୍ୟୁ ଵରଣ କରିଥିବା ଅଭିଯୋଗ ହୋଇଛି। ଛୁଆ ହାତୀର ମୃତ୍ୟୁ ହୋଇଥିବା ସୂଚନା ମିଳିବା ପରେ ରାଉରକେଲା ବନ ଵିଭାଗର ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

ରେଳ ଲାଇନ ନିକଟରେ ଛୁଆ ହାତୀର ମୃତଦେହ ରହିଥିବା ବେଳେ ଆଜି ଛୁଆ ହାତୀର ମୃତଦେହ ବ୍ୟବଛେଦ କରାଯିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଘଟଣାସ୍ଥଳରେ ଜଗି ରହିଛନ୍ତି ବନ ବିଭାଗ କର୍ମଚାରୀ ଓ ଅଧିକାରୀ। ଟ୍ରେନ ଧକ୍କାରେ ଛୁଆ ହାତୀର ମୃତ୍ୟୁ ହୋଇଥିବାରୁ ବନ ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆସନ୍ତା ଦିନରେ ଟ୍ରେନ ଦୁର୍ଘଟଣାରେ ଯେପରି ହାତୀ ମୃତ୍ୟୁବରଣ ନ କରିବେ ସେନେଇ ବନ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯିଵ ବୋଲି ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଭାରତ-କାନାଡା ସମ୍ପର୍କରେ ତିକ୍ତତା; କାନାଡାରୁ କୂଟନୈତିକ ପ୍ରତିନିଧିଙ୍କୁ ପ୍ରତ୍ଯାହାର କଲା ଭାରତ

ନନ୍ଦିଘୋଷ ବ୍ୟୁରୋ: ତିକ୍ତ ହେଲା ଭାରତ-କାନାଡା ସମ୍ପର୍କ। କାନାଡାରେ ଅବସ୍ଥାପିତ କୂଟନୈତିକ ପ୍ରତିନିଧିଙ୍କୁ ସ୍ଵଦେଶ ଫେରି ଆସିବାକୁ ନିର୍ଦ୍ଦେଶ ଦେଇଛି ଭାରତ। କାଡାନାରେ ଅବସ୍ଥାପିତ ହାଇକମିଶନର ସଞ୍ଜୟ କୁମାର ବର୍ମା ଓ ଅନ୍ୟ କୂଟନୀତିକ ଅଧିକାରୀଙ୍କୁ ଫେରାଇ ଆଣିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଦୁଇ ଦେଶ ମଧ୍ୟରେ ବିବାଦ ଚରମ ସୀମାରେ ପହଞ୍ଚିଛି। ଖଲିସ୍ତାନୀ ଆତଙ୍କୀ ହରଦୀପ ସିଂ ନିଜ୍ଜର ହତ୍ଯାକାଣ୍ଡକୁ ନେଇ କାନାଡାର ରିପୋର୍ଟରେ ଅସନ୍ତୋଷ ପ୍ରକାଶ କରିଛି ଭାରତ।

ହତ୍ଯାକାଣ୍ଡରେ ଭାରତୀୟ କୂଟନୈତିକ ପ୍ରତିନିଧିଙ୍କ ସାମିଲ ଥିବା ଅଭିଯୋଗ କରିଛି କାନାଡା। ଏହାପୂର୍ବରୁ ଭାରତରେ ଅବସ୍ଥାପିତ କାନାଡାର ଚାର୍ଜ ଡିଆଫାୟାର୍ସକୁ ନୂଆଦିଲ୍ଲୀ ପକ୍ଷରୁ ସମନ କରାଯାଇଥିଲା। ତାଙ୍କୁ ବୈଦେଶିକ ସଚିବ ଡାକିବା ସହ କାନାଡାରେ ଭାରତର ହାଇକମିଶନର ଓ କୂଟନୀତିକ ଅଧିକାରୀଙ୍କୁ ଅଯଥାରେ ବିବାଦ ମଧ୍ୟକୁ ଟାଣିବା ଆଦୌ ଗ୍ରହଣୀୟ ନୁହେଁ ବୋଲି କହିଥିଲେ। କାନାଡାର କ୍ଷମତାସୀନ ଜଷ୍ଟିନ ଟ୍ରୁଡୋ ସରକାର ବିଦ୍ରୋହୀ ଓ ହିଂସାତ୍ମକ ପରିବେଶକୁ ସୁରକ୍ଷା ଦେବା ଭଳି କାମରେ ଲିପ୍ତ ରହିଛନ୍ତି। ସେଥିଯୋଗୁ ବର୍ତ୍ତମାନ କାନାଡାର କ୍ଷମତାସୀନ ସରକାର ଉପରେ କୌଣସି ପ୍ରକାରର ଭରସା ନାହିଁ ବୋଲି କହିଛି ଭାରତ। ସେଠାରେ ଭାରତୀୟ କୂଟନୈତିକ ପ୍ରତିନିଧିଙ୍କ ସୁରକ୍ଷାକୁ ନିଶ୍ଚିତ କରିବେ ବୋଲି କୌଣସି ନିଶ୍ଚିତତା ନାହିଁ। ତେଣୁ ଭାରତ ସରକାର କାନାଡାରେ ଥିବା ହାଇକମିଶନ ଓ ଅନ୍ୟ ଅଧିକାରୀମାନଙ୍କୁ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଥିବା ନୂଆଦିଲ୍ଲୀ ପକ୍ଷରୁ କୁହାଯାଇଛି।

ଲରେନ୍ସ ବିଷ୍ଣୋଇ ଟାର୍ଗେଟରେ ବଡ଼ କମେଡିଆନ

ନନ୍ଦିଘୋଷ ବ୍ୟୁରୋ: ଏନସିପି ଅଜିତ ପାୱାର ଗୋଷ୍ଠୀ ନେତା ବାବା ସିଦ୍ଦିକି ହତ୍ଯାକାଣ୍ଡ ଘଟଣାର ତଦନ୍ତ ବେଳେ ବାହାରିବାରେ ଲାଗିଛି ସଂଘାତିକ ତଥ୍ୟ। ଅଭିଯୁକ୍ତଙ୍କ ପଚରାଉଚରରୁ ମିଳିଛି ଗ୍ଯାଙ୍ଗଷ୍ଟାର ଲରେନ୍ସ ବିଷ୍ଣୋଇର ଟାର୍ଗେଟରେ କିଏ କିଏ ଅଛନ୍ତି। ଟାର୍ଗେଟରେ ବଲିଉଡ ଇଣ୍ଡଷ୍ଟ୍ରିର ଜଣେ ବଡ଼ କମେଡିଆନ ଥିବା ପୋଲିସ ସୂଚନା ଦେଇଛି। କମେଡିଆନ ଜଣକ ବିଗବସ୍ ରିୟଲିଟି ସୋ କମ୍ପିଟିସନ ଜିତିଛନ୍ତି।ଏଥିରୁ ଲରେନ୍ସଙ୍କ ଟାର୍ଗେଟରେ କମେଡିଆନ ମୁନବ୍ବର ଫାରୁକି ଥିବା ସନ୍ଦେହ କରାଯାଉଛି। ମୁନବ୍ବର ଗତ ସିଜନର ବିଗବସ ବିଜେତା। ଲରେନ୍ସ ବିଷ୍ଣୋଇ ଟାର୍ଗେଟରେ ଏନସିପି ନେତା ବାବା ସିଦ୍ଦିକୀଙ୍କ ପୁଅ ଜିଶନ ସିଦ୍ଦିକି ଥିବା ମଧ୍ୟ ପୋଲିସ ସୂତ୍ରରୁ ଜଣାପଡିଛି।

ପଂଜାବୀ ସିଙ୍ଗର ସିଦ୍ଦୁ ମୁସେୱାଲାଙ୍କ ହତ୍ଯାପରେ ଗ୍ଯାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଚର୍ଚ୍ଚାର ଘେରକୁ ଆସିଥିଲା। ଏବେ ବାବା ସିଦ୍ଦିକିଙ୍କ ମୃତ୍ଯୁ ପରେ ଲରେନ୍ସକୁ ନେଇ ପୁଣିଥରେ ଚର୍ଚ୍ଚା ଆରମ୍ଭ ହୋଇଛି। ଲରେନ୍ସ ଆନ୍ତର୍ଜାତିକ ସ୍ତରରେ ଗ୍ଯାଙ୍ଗ ଚଳାଉଥିବା ଅଭିଯୋଗ ହୋଇଛି। ଲରେନ୍ସ ନେଟୱର୍କରେ ଦେଶରେ ୭ଶହରୁ ଅଧିକ ସୁଟର ରହିଥିବା ତଦନ୍ତରୁ ଜଣାପଡିଛି। ସେପଟେ ଗତକାଲି ବାବା ସିଦ୍ଦିକି ହତ୍ଯା ଘଟଣାରେ ତୃତୀୟ ଅଭିଯୁକ୍ତ ଗିରଫ କରିଥିଲା ପୋଲିସ। ଏହି ହତ୍ଯାକାଣ୍ଡରେ ମୋଟ ୬ ଅଭିଯୁକ୍ତଙ୍କୁ ଚିହ୍ନ କରାଯାଇଛି। ଏବେସୁଦ୍ଧା ୩ ଅଭିଯୁକ୍ତ ଧରା ପଡିଛନ୍ତି। ଗତ ୧୨ ତାରିଖରେ ପୁଅ ଜିସାନଙ୍କ କାର୍ଯ୍ୟାଳୟ ଆଗରେ ବାବା ସିଦ୍ଦିକିଙ୍କୁ ଗୁଳିମାଡ଼ କରିଥିଲେ ଦୁର୍ବୃତ୍ତ ।