ନନ୍ଦିଘୋଷ ବ୍ୟୁରୋ: ଦିନକୁ ଦିନ ବଢ଼ିବାରେ ଲାଗିଛି ସୁନା । ନୂଆ ବଜେଟ୍ ଉପସ୍ଥାପନ ହେବା ପରେ ଆକାଶ ଛୁଆଁ ରହିଛି ସୁନାଦର । ଏବେ ୧୦ ଗ୍ରାମକୁ ୭୭ ହଜାର ଉପରେ ରହିଛି ଦାମ । ଗତ ସପ୍ତାହରେ ଯଦି ଦାମ କଥା କହିବା ତାହେଲେ ପ୍ରତିଦିନ ଦାମ ବଢ଼ିବାରେ ଲାଗିଛି । ଶୁକ୍ରବାର ରହିଥିଲା ୭୭,୭୫୦ ଟଙ୍କା । ଇଣ୍ଡିଆନ ବୁଲିୟନ ଆସୋସିଏସନର ଓ୍ବେବସାଇଟ ରିପୋର୍ଟ ଅନୁସାରେ ଅକ୍ଟୋବର ୧୧ ତାରିଖରରେ ୧୦ ଗ୍ରାମ ପିଛା ୨୪ କ୍ୟାରେଟ ସୁନାର ଦାମ ରହିଥିଲା ୭୬ ହଜାର ଟଙ୍କା । ତେବେ ଏହା ବଢ଼ି ୧୬ ତାରିଖ ବେଳକୁ ୫୫୩ ଟଙ୍କା ଅଧିକ ବୃଦ୍ଧି ହୋଇଥିଲା । ଏବଂ ୧୮ ତାରିଖ ବେଳକୁ ଏହା ୭୭,୮୧୦ ଟଙ୍କାକୁ ବୃଦ୍ଧି ହୋଇଥିଲା । ଦିନକୁ ଦିନ ଏହି ଦାମ ବଢ଼ୁଥିବାବେଳେ ଧନତରେସ ସମୟରେ ଦାମ ଆହୁରି ଅଧିକ ବଢ଼ିବା ସହ ୮୦ ହଜାର ଉପରେ ରହିବ ବୋଲି ଅନୁମାନ କରାଯାଉଛି ।
ବଢ଼ୁଛି ଇଣ୍ଟନେଟ ଫ୍ରଡ୍, ରାଜଧାନୀରେ ଅନୁଷ୍ଠିତ ହେଲା ସଚେତନତା କାର୍ଯ୍ୟକ୍ରମ
ନନ୍ଦିଘୋଷ ବ୍ୟୁରୋ: ଦିନକୁ ଦିନ ବଢ଼ିବାରେ ଲାଗିଛି ଇଣ୍ଟରନେଟ ଫ୍ରଡ଼। ଅନଲାଇନ ଇନଭେଷ୍ଟମେଣ୍ଟ ଠାରୁ ଆରମ୍ଭ କରି ମ୍ୟୁଚୁଆଲ ଫଣ୍ଡ ଇନଭେଷ୍ଟମେଣ୍ଟ ସବୁଠାରେ ଏହି ଫ୍ରଡଙ୍କ ଶିକାର ହେଉଛନ୍ତି ଲୋକେ। ତେବେ କିପରି ଏହି ଫ୍ରଡ଼ଙ୍କ ଠାରୁ ଦୂରରେ ରହି ନିଜର ପଇସାକୁ ଠିକ ସ୍ଥାନରେ ଇନଭେଷ୍ଟମେଣ୍ଟ କରିବେ ସେନେଇ ଭୁବନେଶ୍ୱରରେ ଏକ ସଚେତନତା କାଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଇନଭେଷ୍ଟମେଣ୍ଟ ଅନବ୍ଲକଡ଼ ପକ୍ଷରୁ ଏକ ସଚେତନତା କାଯ୍ୟକ୍ରମ କରାଯାଇଛି। ଏଥିରେ ବିଭିନ୍ନ ଏକ୍ସପର୍ଟଙ୍କ ଉପସ୍ଥିତିରେ ସଚେତନ କରାଯାଉଛି । ଆଗକୁ କିପରି ଇନଭେଷ୍ଟର ମାନେ ସୁରକ୍ଷିତ ଭାବେ ଇନଭେଷ୍ଟ କରିପାରିବେ ସେ ନେଇ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି। ଏଥିରେ ଇନଭେଷ୍ଟମେଣ୍ଟ ଅନବ୍ଲକଡ଼ର କର୍ତ୍ତୃପକ୍ଷ, ବହୁ ସଂଖ୍ୟାରେ ପ୍ରତିନିଧି , ଫିନାନ୍ସ କମ୍ପାନୀ ଓ ଏକ୍ସପର୍ଟ ପ୍ରମୁଖ ଯୋଗ ଦେଇଛନ୍ତି।
ମହାନଦୀ ଜଳ ବିବାଦ : ସାମନାକୁ ଆସିଲା ଛତିଶଗଡ଼ ସରକାରଙ୍କ ଆଉ ଏକ ବଡ଼ ଷଡ଼ଯନ୍ତ୍ର
ନନ୍ଦିଘୋଷ ବ୍ୟୁରୋ: ମହାନଦୀ ଜଳ ବିବାଦକୁ ନେଇ ସାମ୍ନାକୁ ଆସିଲା ଛତିଶଗଡ଼ ସରକାରଙ୍କ ଆଉ ଏକ ବଡ ଷଡ଼ଯନ୍ତ୍ର। ଗ୍ରାଉଣ୍ଡ ଜିରୋରେ ନନ୍ଦିଘୋଷ ଟିଭି ପହଞ୍ଚି ସାମ୍ନାକୁ ଆଣିଛି ସାଙ୍ଘାତିକ ଷଡ଼ଯନ୍ତ୍ରର EXCLUSIVE ଭିଜୁଆଲ। ଛତିଶଗଡ଼ କଲମା ବ୍ୟାରେଜରେ ଦୁଇ ବର୍ଷ ଆଗରୁ ଲାଗିଥିବା ଗଜ୍ ମିଟର ଏବେ ଉଭାନ ହୋଇଯାଇଛି l ଯେଉଁ ଗଜ୍ ମିଟରରେ ସେଠାକାର ଜଳ ପ୍ରବାହ ଓଡ଼ିଶା ସରକାର ଜାଣି ପାରୁଥିଲେ, ତାହା ଏବେ ଉଭାନ ହୋଇଯାଇଛି। ଜାଣି ଶୁଣି
ଏହି ଗଜ୍ ମିଟରକୁ ହଟାଇ ଦିଆଯାଇଛି ନା ବନ୍ୟାରେ ଧୋଇ ହୋଇଯାଇଛି ତାହା ସ୍ପଷ୍ଟ ହୋଇନାହିଁ। କିନ୍ତୁ ବ୍ୟାରେଜରେ କାହିଁକି ନୂଆ ମିଟର ଲାଗୁନାହିଁ ତାକୁ ନେଇ ଉଠିଛି ପ୍ରଶ୍ନ l ଯେହେତୁ କଲମା ବ୍ୟାରେଜର ଜଳ ପ୍ରବାହ ଉପରେ ହୀରାକୁଦର ଜଳ ପରିଚାଳନା ନିର୍ଭର କରିଥାଏ। ତେଣୁ କିଏ ଏହି ଗଜ୍ ମିଟରକୁ ହଟାଇଲା, ତାକୁ ନେଇ ଚର୍ଚ୍ଚା ଜୋର ଧରିଛି।
ପାରିବାରିକ କଳହକୁ ନେଇ ସ୍ତ୍ରୀର ଆତ୍ମହତ୍ୟା ଉଦ୍ୟମ
ନନ୍ଦିଘୋଷ ବ୍ୟୁରୋ: ପାରିବାରିକ କଳହକୁ ନେଇ ସ୍ତ୍ରୀର ଆତ୍ମହତ୍ୟା ଉଦ୍ୟମ। ସ୍ତ୍ରୀକୁ ବଞ୍ଚାଇବାକୁ ଯାଇ ଗୁରୁତର ହୋଇଛି ସ୍ୱାମୀ। ବାଲେଶ୍ୱର ଜିଲ୍ଲା ସୋର ଥାନା ଆଡ଼ିଆ ଗାଁରେ ଘଟିଛି ଏଭଳି ଘଟଣା। କୌଣସି କଥାକୁ ନେଇ ସ୍ବାମୀ ଶଶିକାନ୍ତ ମହାରଣା ଓ ସ୍ତ୍ରୀ ଭାନୁମତି ମହାରଣାଙ୍କ ମଧ୍ୟରେ ଝଗଡା ହୋଇଥିଲା। ଏହାକୁ ନେଇ ସ୍ତ୍ରୀ ଭାନୁମତି ଦେହରେ କିରୋସିନ ଢାଳି ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ତାଙ୍କୁ ବଞ୍ଚାଇବାକୁ ଯାଇ ସ୍ବାମୀ ଶଶିକାନ୍ତ ମଧ୍ୟ ଗୁରୁତର ହୋଇଛନ୍ତି। ଉଭୟଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।
ଜିତି ଯିବ କି ଭାରତ ? ଟିମ ଇଣ୍ଡିଆ ପାଇଁ ଶୁଭ ୧୦୭
ନନ୍ଦିଘୋଷ ବ୍ୟୁରୋ: ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ନ୍ୟୁଜିଲାଣ୍ଡ ଆଗରେ ଅନ୍ତିମ ଦିନରେ ରହିଛି ୧୦୭ ରନର ବିଜୟ ଲକ୍ଷ୍ୟ । ଆଜି ଖେଳ ଆରମ୍ଭ ପୂର୍ବରୁ ବର୍ଷା ହୋଇଛି । ଯେଉଁ କାରଣରୁ ଖେଳ ଏଯାବତ ଆରମ୍ଭ ହୋଇନାହିଁ । ତେବେ ୧୦୭ ରନର ବିଜୟ ଲକ୍ଷ୍ୟ ରହିଥିବାବେଳେ କ୍ବିୟି ଦଳ ଏହାକୁ କରିବ କି ଭାରତ ଏହି ସ୍କୋର ମଧ୍ୟ ସିମିତ ରଖିବ ? ଏଭଳି ଏକ ଚର୍ଚ୍ଚା ହେଉଥିବାବେଳେ ୧୦୭ ରନ ଭାରତ ପାଇଁ ଶୁଭ । ୨୦୦୪ ମସିହାରେ ଅଷ୍ଟ୍ରେଲିଆ ଆଗରେ ୧୦୭ ରନର ବିଜୟ ଲକ୍ଷ୍ୟ ରଖିଥିଲା ଭାରତ । ଏହି ସ୍କୋରକୁ କଙ୍ଗାରୁ ଦଳ ଅତି ସହଜରେ କରିଦେବ ବୋଲି କୁହାଯାଉଥିଲା । ମାତ୍ର ଭାରତ ୧୩ ରନରେ ବିଜୟ ସାସଲ କରିଥିଲା । ଏଣୁ କ୍ରିକେଟପ୍ରେମୀମାନେ ଆଶା ରଖିଛନ୍ତି କି, ପ୍ରଥମ ପାଳିରେ ବର୍ଷା ପରେ ଭାରତ ଯେଭଳି ବ୍ୟାଟିଂ ବିପର୍ଯ୍ୟୟର ସାମନା କରିଥିବା ଏହାର ବଦଲା ସ୍ବରୂପ ମ୍ୟାଚ ଜିତିବ ରୋହିତ ବାହିନୀ ।
ଉମରକୋଟ ମୋହାଣ୍ଡିରେ ଆଇଇଡି ବ୍ଲାଷ୍ଟ, ଆଇଟିବିପିର ଦୁଇ ଯବାନ ସହିଦ
ନନ୍ଦିଘୋଷ ବ୍ୟୁରୋ: ଉମରକୋଟ ନାରାୟଣପୁର ଜିଲ୍ଲା ନବୀ କ୍ୟାମ୍ପ ମୋହାଣ୍ଡିରେ ଆଇଇଡି ବ୍ଲାଷ୍ଟ। IED ବିସ୍ଫୋରଣରେ ଆଇଟିବିପିର ଦୁଇ ଯବାନ ସହିଦ ହୋଇଛନ୍ତି। ଅନ୍ୟ ୨ ଜଣ ଆହତ ହୋଇଥିବା ସୂଚନା ମିଳିଛି। ସର୍ଚ୍ଚ ଅପରେସନରୁ ଫେରୁଥିବା ବେଳେ ମାଓବାଦୀଙ୍କ ପକ୍ଷରୁ ଲଗାଯାଇଥିବା IED ବିସ୍ଫୋରଣ ହୋଇଥିଲା। ଫଳରେ ITBP 53 ବାଟାଲିୟନର ଦୁଇ ଯବାନ ରାଜେଶ ଓ ଅମର ପାୱାର ସହିଦ ହୋଇଥିଲେ। ଆହତ ହୋଇଥିବା ଅନ୍ୟ ୨ ଯବାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି। ଖୁବଶୀଘ୍ର ନକ୍ସଲଙ୍କୁ ଦୃଢ଼ ଜବାବ ଦିଆଯିବ ବୋଲି କୁହାଯାଇଛି।
ଯଦି ନ୍ୟୁଜିଲାଣ୍ଡଠାରୁ ଭାରତ ହାରେ ତାହେଲେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ର ଫାଇନାଲରେ ପହଞ୍ଚି ପାରିବ କି ? ପଢ଼ନ୍ତୁ ସମ୍ପୂର୍ଣ୍ଣ ଖବର
ନନ୍ଦିଘୋଷ ବ୍ୟୁରୋ: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଛି ପ୍ରଥମ ଟେଷ୍ଟ ମ୍ୟାଚ୍ । ଭାରତ ପ୍ରଥମ ପାଳିରେ ମାତ୍ର ୪୬ ରନରେ ଅଲଆଉଟ ହେବାପରେ ଦ୍ବିତୀୟ ପାଳିରେ ଏକ ସମ୍ମାନଜନକ ସ୍କୋର କରିଛି ସତ କିନ୍ତୁ ଅନ୍ତିମ ଦିନରେ ନ୍ୟୁଜିଲାଣ୍ଡ ଆଗରେ ୧୦୭ ରନର ବିଜୟ ଲକ୍ଷ୍ୟ ରହିଛି । ତେବେ ଗୋଟିଏ ଦିନରେ ୧୦୭ ରନର ବିଜୟ ଲକ୍ଷ୍ୟ କ୍ବିଓ୍ବି ଦଳ ପାଇଁ ସହଜ ସାବ୍ୟସ୍ତ ହେବ ନିଶ୍ଚୟ । ତେବେ ପାଣିପାଗ ସୂଚନା ଅନୁସାରେ ଆଜି ବର୍ଷା ହେବାର ସମ୍ଭାବନା ରହିଛି । ଏଭଳି ଏକ ପରିସ୍ଥିତିରେ ଭାରତର ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ର ଆଶା କଣ ହେବ ତାକୁ ନେଇ ଅନେକଙ୍କ ମନରେ ପ୍ରଶ୍ନ ଉଠିଛି । ଯଦି ବର୍ଷା ଯୋଗୁଁ ମ୍ୟାଚ୍ ଡ୍ର ହୁଏ ତାହେଲେ କଣ ହେବ ? ଏବଂ ହାରିଲେ ଭାରତ ଫାଇନାଲ ଖେଳିପାରିବ ତ ?
ତେବେ ଏସବୁର ଗୋଟିଏ ଉତ୍ତର ହେଉଛି ଭାରତର ପରବର୍ତ୍ତୀ ମ୍ୟାଚର ପ୍ରଦର୍ଶନ । ଦଳ ଯଦି ପରବର୍ତ୍ତୀ ମ୍ୟାଚ ୭ଟିରୁ ୬ ମ୍ୟାଚ ବଡ଼ ବିଜୟ ହାସଲ କରେ ତାହେଲେ ଫାଇନାଲ ଖେଳିବା ଏକପ୍ରକାର ନିଶ୍ଚିତ । ନ୍ୟୁଜିଲାଣ୍ଡ ବିପକ୍ଷରେ ୩ଟି ମ୍ୟାଚ ଖେଳିବାକୁ ଥିବାବେଳେ ବାକି ରହିଛି ଆଉ ୨ଟି । ଅନ୍ୟପଟେ ଶକ୍ତିଶାଳି ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ୫ଟି ଟେଷ୍ଟ ମ୍ୟାଚ ଖେଳିବ । ଏଣୁ ଏହିସବୁ ମ୍ୟାଚରେ ଭାରତର ପ୍ରଦର୍ଶନ ବେଶ ଗୁରୁତ୍ବପୂର୍ଣ୍ଣ ଏବେ ଭାରତ ଟେବୁଲ ପଏଣ୍ଟର ଶୀର୍ଷରେ ରହିଛି । ସେପଟେ ଆଇସିସି ନିୟମ ଅନୁସାରେ ବିଜୟ ହେଲେ ମ୍ୟାଚ ପିଛା ୧୨ ପଏଣ୍ଟ ମିଳିବ । ଏବଂ ଡ୍ର ହେଲେ ୪ ପଏଣ୍ଟ ଏବଂ ଟାଇ ହେଲେ ୬ ପଏଣ୍ଟ ମିଳିବ । ଭାରତ ଏବେ ପଏଣ୍ଟ ଟେବୁଲର ଶୀର୍ଷରେ ରହିଥିବାବେଳେ ଅଷ୍ଟ୍ରେଲିଆ ଦ୍ବିତୀୟ ସ୍ଥାନରେ ରହିଛି ।
ବଢୁଛି ବାତ୍ୟା ଆଶଙ୍କା, ୨୩ ତାରିଖ ମଧ୍ୟରେ ଅବପାତରେ ପରିଣତ ହେବ
ନନ୍ଦିଘୋଷ ବ୍ୟୁରୋ: ସମୟ ଯେତିକି ଗଡୁଛି ବାତ୍ୟା ଆଶଙ୍କା ସେତିକି ବଢୁଛି । ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆସନ୍ତାକାଲି ସୁଦ୍ଧା ନେବ ଲଘୁଚାପ ରୂପ । ୨୩ ତାରିଖ ମଧ୍ୟରେ ଉତ୍ତର ପଶ୍ଚିମ ଦିଗରେ ଗତି କରି ଅବପାତରେ ପରିଣତ ହେବ । ପ୍ରଭାବରେ ୨୨ ତାରିଖରୁ ଉପକୂଳ ଓଡ଼ିଶାରେ ଆରମ୍ଭ ହୋଇଯିବ ବର୍ଷା । ୨୩ରୁ ଏହାର ପରିମାଣ ଏବଂ ବିସ୍ତୃତି ବଢି ୨୬ ତାରିଖ ଯାଏଁ ବର୍ଷା ଲାଗି ରହିବ । ଏଥିପାଇଁ ୨୩ ତାରିଖରୁ ୨୬ ତାରିଖ ପର୍ଯ୍ୟନ୍ତ ମତ୍ସ୍ଯଜୀବୀଙ୍କୁ ସମୁଦ୍ରକୁ ବାରଣ କରାଯାଇଛି । ଏଯାଏଁ ବାତ୍ଯା ନେଇ ପାଣିପାଗ ବିଭାଗ କୌଣସି ସୂଚନା ଦେଇନଥିବାବେଳେ ଆନ୍ତର୍ଜାତିକ ମଡେଲର ଆକଳନ ଭୟ ବଢାଉଛି । ଜିଏଫ୍ଏସ୍ ମଡେଲ ଅନୁସାରେ ୨୪ରୁ ୨୫ ତାରିଖ ମଧ୍ୟରେ ବାତ୍ୟାଟି ପଶ୍ଚିମବଙ୍ଗ କିମ୍ବା ବାଂଲାଦେଶ ଉପକୂଳରେ ସ୍ଥଳଭାଗ ଛୁଇଁପାରେ । ସେହିଭଳି ECMWFର ଆକଳନ କହୁଛି ସାମ୍ଭାବ୍ୟ ଲଘୁଚାପଟି ବାଲେଶ୍ବର କିମ୍ବା ପଶ୍ଚିମବଙ୍ଗରେ ଲ୍ୟାଣ୍ଡଫଲ କରିପାରେ । ଓ୍ବିଣ୍ଡିର ଗ୍ରାଫିକ୍ସ ଅନୁସାରେ ସାମ୍ଭାବ୍ୟ ଲଘୁଚାପ ବାତ୍ୟା ରୂପ ନେଇ ଗୋପାଳପୁର ନିକଟରେ ସ୍ଥଳଭାଗ ଅତିକ୍ରମ କରିବ । ତେବେ ପାଣିପାଗ ବିଶେଷଜ୍ଞ ଶରତ ସାହୁଙ୍କ କହିବା କଥା ବାତ୍ୟା ହେବାର ସମ୍ଭାବନା ଅଧିକ ରହିଛି । କାରଣ ସମୁଦ୍ରର ତାପମାତ୍ରା ଏବଂ ସ୍ଥଳଭାଗର ତାପମାତ୍ରା ବାତ୍ୟାକୁ ଅନୁକୂଳ ବାତାବରଣ ରହିଛି ।
ବେଙ୍ଗାଲୁରୁ ଟେଷ୍ଟର ଆଜି ଅନ୍ତିମ ଦିବସ, ବିଜୟ ପାଇଁ ନ୍ଯୁଜିଲାଣ୍ଡ ଆଗରେ ୧୦୭ ରନର ଟାର୍ଗେଟ
ନନ୍ଦିଘୋଷ ବ୍ୟୁରୋ: ବେଙ୍ଗାଲୁରୁ ଟେଷ୍ଟର ଆଜି ଅନ୍ତିମ ଦିବସ । ବିଜୟ ପାଇଁ ନ୍ଯୁଜିଲାଣ୍ଡ ଆଗରେ ରହିଛି ୧୦୭ ରନର ଟାର୍ଗେଟ । ଏଣୁ ଭାରତୀୟ ବୋଲରଙ୍କ ଆଜି ଆଜି କର ବା ମର ସ୍ଥିତି । ୧୦୭ ରନ ଭିତରେ ନ୍ଯୁଜିଲାଣ୍ଡକୁ ଅଟକାଇବାରେ ସକ୍ଷମ ହେଲେ ଭାରତ ବିଜୟୀ ହୋଇପାରିବ । ପ୍ରଥମ ଇନିଂସରେ ମାତ୍ର ୪୬ ରନରେ ଅଲଆଉଟ୍ ହୋଇଯାଇଥିବା ଭାରତ ନିଜର ଦ୍ବିତୀୟ ଇନିଂସରେ ୪୬୨ ରନ କରି ଗତକାଲି ଅଲଆଉଟ ହୋଇଯାଇଥିଲା । ସରଫରାଜ ଖାଁ ନିଜର ଶତକ ପୂରଣ କରିଥିଲେ । ଶତକ ପୂରଣ କରିବା ପରେ ବି ସେ ନିଜର ବ୍ୟାଟିଂ ଜାରି ରଖି ୧୫୦ ରନ ପୂରଣ କରିଥିଲେ ଓ ସାଉଥଙ୍କ ବଲରେ ଆଉଟ ହୋଇଥିଲେ । ତାଙ୍କ ସହିତ ଏକ ଭଲ ପାର୍ଟନରସିପ୍ କରିଥିବା ଋଷଭ ପନ୍ତ ୯୯ ରନ କରି ଆଉଟ ହୋଇଥିଲେ । ଫଳରେ ସେ ଅଳ୍ପକେ ଶତକରୁ ବଞ୍ଚିତ ହୋଇଥିଲେ । ପନ୍ତ ଆଉଟ ହେବା ପରେ ଭାରତ ପୁଣି ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ମାତ୍ର ୨୯ ରନରେ ପରବର୍ତ୍ତୀ ୫ ଜଣ ବ୍ୟାଟ୍ସମ୍ୟାନ ପାଭିଲିଅନ ଫେରିଥିଲେ । ଶେଷରେ ୪୬୨ ରନ କରି ଭାରତ ଅଲଆଉଟ ହୋଇଯାଇଛି । ଆଜି ନ୍ଯୁଜିଲାଣ୍ଡ ଦ୍ବିତୀୟ ଇନିଂସ ଖେଳିବା ସହ ବିଜୟ ଟାର୍ଗେଟକୁ ପିଛା କରିବ । ଭାରତୀୟ ବୋଲର ନ୍ଯୁଜିଲାଣ୍ଡ ବ୍ଯାଟ୍ସମ୍ଯାନଙ୍କୁ ଅଟକାଇବାକୁ ସମସ୍ତ ପ୍ରକାର ରଣକୌଶଳ ପ୍ରୟୋଗ କରିବେ ।
ମହାରାଷ୍ଟ୍ର ନିର୍ବାଚନ : ଆଜି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିପାରେ କଂଗ୍ରେସ
ନନ୍ଦିଘୋଷ ବ୍ୟୁରୋ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ। ଆଜି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିପାରେ କଂଗ୍ରେସ। ପିସିସି ସଭାପତି ନାନା ପାଟୋଲ ସଙ୍କୋଳି ଆସନରୁ ଲଢିବା ଏକପ୍ରକାର ନିଶ୍ଚିତ ହୋଇଛି। ବିରୋଧୀ ଦଳ ନେତା ବିଜୟ ୱାଦେତିୱାର ବ୍ରାହ୍ମଣପୁରୀ ଆସନରୁ ଲଢିବା ସୂଚନା ମିଳିଛି। କଂଗ୍ରେସ ବିଧାୟକ ଦଳ ନେତା ବାଲାସାହେବ ଥୋରାଟ ସଙ୍ଗମେନରରୁ ଲଢିବେ। ଅନ୍ଯମାନଙ୍କ ମଧ୍ଯରେ ପୂର୍ବତନ ଶକ୍ତିମନ୍ତ୍ରୀ ନୀତୀନ ରାୱତ ଉତ୍ତର ନାଗପୁରରୁ, ପୂର୍ବତନ ମନ୍ତ୍ରୀ ଯଶୋମତି ଠାକୁର ତେଓସାରୁ ଲଢିପାରନ୍ତି। ସେପଟେ ପୂର୍ବ ବିଦର୍ଭର କୌଣସି ଆସନ ଶିବସେନା ୟୁବିଟିକୁ ଛାଡିବାକୁ ପ୍ରସ୍ତୁତ ନୁହେଁ କଂଗ୍ରେସ । ସେପେଟ ମୁମ୍ବାଇ ମହାନଗରୀ ଅନ୍ତର୍ଗତ ବିଧାନସଭା କ୍ଷେତ୍ରକୁ କଂଗ୍ରେସ ଲାଗି ଛାଡିବାକୁ ରାଜି ହୋଇନାହିଁ ଶିବସେନା-ୟୁବିଟି । ମୋଟ ୨୮୮ ଆସନରୁ ୨୬୦ ଆସନ ଲାଗି ଏମଭିଏରେ ବୁଝାମଣା ଚୂଡ଼ାନ୍ତ ହୋଇଛି। ବିବାଦୀୟ ୨୮ଟି ଆସନ ଲାଗି ହୋଇପାରିନି ସହମତି। ଏହି ୨୬ଟି ଆସନରେ ତିନି ଦଳର ହେଭିୱେଟମାନେ ଥିବାରୁ ଚୂଡାନ୍ତ ନିଷ୍ପତ୍ତି ନେଇପାରିନାହାନ୍ତି ତିନି ଦଳ। ବୁଝାମଣା ଅନୁସାରେ କଂଗ୍ରେସ ୧୧୦ରୁ ୧୧୫, ଶିବସେନା(ୟୁବିଟି) ୮୩ରୁ ୮୬, ଏନସିପି(ଏସପି) ୭୨ରୁ ୭୫ ଆସନରେ ଲଢିପାରେ। ସେପଟେ ସମାଜବାଦୀ ପାର୍ଟି ମାଗିଥିବା ୧୨ ଆସନକୁ ନେଇ ଚାଲିଛି ବିଚାରବିମର୍ଷ। ଏସପିର ୨ ବିଧାୟକ ଥିବାରୁ ଏହି ସଂଖ୍ଯା ବଢାଇବା ଲାଗି ଦଳ ଉଦ୍ଯମ କରୁଛି।

