spot_img
Home Blog Page 1399

ନବୀନ ମେକାନିଜମରେ ଜିରୋ କାଜୁଆଲଟି ହାସଲ କଲେ ମୋହନ ସରକାର

ଭୁବନେଶ୍ବର / ଜଗତସିଂହପୁର : ଭୁବନେଶ୍ବର, କଟକ, ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂହପୁର। ଆଜି ଯେଉଁ ବିକାଶ ଏ ସବୁ ସ୍ଥାନରେ ଦେଖୁଛନ୍ତି ୨୫ ବର୍ଷ ତଳେ ଏହା ସନ୍ଦେହ ଥିଲା। କାରଣ ୧୯୯୯ ଅକ୍ଟୋବର ୨୯ ଓ ୩୦ ତାରିଖରେ ଯେଉଁ ମହାବାତ୍ୟା ହୋଇଥିଲା, ତାହା ଓଡ଼ିଶାର ଅନେକ ଅଞ୍ଚଳକୁ ଛାରଖାର କରି ଦେଇଥିଲା। ଯେଉଁ ଆଡ଼େ ଦେଖିବ ମଣିଷ ଓ  ପଶୁଙ୍କ ଶବ। ନିଶ୍ଚିହ୍ନ ହୋଇଯାଇଥିଲା ଅନେକ ଘର। ସର୍ବାଧିକ କ୍ଷତି ସହିଥିଲା ଜଗତସିଂହପୁର । ୧୦ ହଜାରରୁ ଅଧିକ ଜୀବନ ଯାଇଥିଲା।ସେ ସମୟରେ ନା ଥିଲା ବାତ୍ୟାର ପ୍ରାକ୍ ସୂଚନା ନା ବାତ୍ୟା ପରବର୍ତ୍ତୀ ମୁକାବିଲା  ରଣନୀତି। ରାଜ୍ୟରେ କଂଗ୍ରେସ ଶାସନର ଏହା ଥିଲା ସବୁଠାରୁ ବଡ଼ ବିଫଳତା। କେନ୍ଦ୍ରରେ ଥିବା ଏନଡିଏ ସରକାରରେ ମନ୍ତ୍ରୀ ଥିଲେ ନବୀନ ପଟ୍ଟନାୟକ।ତତ୍କାଳୀନ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରି ଓଡ଼ିଶା ପାଇଁ ରିଲିଫ ବ୍ୟବସ୍ଥା କରିଥିଲେ ।

ମହାବାତ୍ୟା ପ୍ରଭାବରୁ ପୁଣି ଥରେ ଭୋକର ଭୁଗୋଳ ଆଡ଼କୁ ଗତି କରୁଥିଲା ଓଡ଼ିଶା। ହେଲେ ଓଡ଼ିଶାକୁ ଆଗକୁ ନେବାକୁ ମୁଖ୍ୟମନ୍ତ୍ରୀ ଭାବେ ଆସିଥିଲେ ନବୀନ ପଟ୍ଟନାୟକ। ଧ୍ଵସ୍ତବିଧ୍ଵସ୍ତ ଓଡ଼ିଶାର ବିକାଶ ନକ୍ସା ପ୍ରସ୍ତୁତ କରିଥିଲେ। ନବୀନଙ୍କ ୨୪ ବର୍ଷ ଶାସନରେ ଫାଇଲିନ୍, ହୁଡହୁଡ୍, ଅମ୍ପନ, ୟସ ଓ ଫନି ଭଳି ବିରାଟ ବାତ୍ୟାର ସାମ୍ନା କରିଛି ଓଡ଼ିଶା।ହେଲେ ନବୀନ ଲକ୍ଷ୍ୟ ଥିଲା ଜିରୋ କାଜୁଆଲଟି। ପ୍ରତି ଜୀବନ ମୂଲ୍ୟବାନର ମିଶନ ନେଇ କାମ କରିଚାଲିଥିଲେ ନବୀନ। ୧୯୯୯ରେ ଥିବା ୨୩ ବହୁମୁଖୀ ଆଶ୍ରୟସ୍ଥଳୀର ସଂଖ୍ଯା ଆଜି ୯୦୦ରେ ଆସି ପହଞ୍ଚିଛି। ଏଥିରୁ ୪୫୦ ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ। ୨୦୦୧ରେ ଓଡ୍ରାଫ୍ ଗଠନ କରିଥିଲେ।ଓଡ଼ିଶା ସମେତ ବିଭିନ୍ନ ରାଜ୍ୟକୁ ଯାଇ ଓଡ୍ରାଫ୍ ୟୁନିଟ ସଫଳତାର ସହ କାର୍ଯ୍ୟ ସମ୍ପାଦନ କରି ଫେରିଛନ୍ତି। ପ୍ରାକୃତିକ ବିପର୍ଯ୍ୟୟର ପ୍ରାକ ସୂଚନା ଲାଗି ୨୦୧୬ରୁ କାର୍ଯ୍ୟକାରୀ ହେଉଛି ଅର୍ଲି ଓ୍ବାର୍ଣ୍ଣି ସିଷ୍ଟମ।କିଛି ଦିନ ତଳେ ହୋଇଥିବା ଦାନା ବାତ୍ୟାରେ ନବୀନଙ୍କ ଏହି ମେକାନିଜିମ ମୁକାବିଲା ପାଇଁ ବର୍ତ୍ତମାନର ସରକାରଙ୍କ ପାଇଁ ବରଦାନ ସଦୃଶ ଥିଲା ।

ବାତ୍ୟା ଓ ବନ୍ୟା ପରି ପ୍ରାକୃତିକ ବିପର୍ଯ୍ୟୟର ସଫଳ ମୁକାବିଲା ପାଇଁ ଜାତିସଂଘ ବି ନବୀନଙ୍କ ଭୂୟସୀ ପ୍ରଶଂସା କରିଛି।ଗଣମାଧ୍ୟମ ନବୀନ ମେକାନିଜିମ୍ ଦେଖି ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା କୌଶଳ ଓଡ଼ିଶାଠାରୁ ଶିଖିବା କଥା ବୋଲି ମତ ରଖିଛନ୍ତି। ୨୪ ବର୍ଷର ସ୍ଥାୟୀ ସରକାର ଦେଇ ଓଡ଼ିଶାକୁ ଦେବାରେ ସଫଳ ହୋଇଥିଲେ ନବୀନ ପଟ୍ଟନାୟକ, ତାହା ପ୍ରାକୃତିକ ବିପର୍ଯ୍ୟୟକୁ ପଛକୁ ଠେଲି ବିକାଶର ସୋପାନରେ ଓଡ଼ିଶାକୁ ପହଞ୍ଚାଇବାରେ ସକ୍ଷମ ହୋଇଛି।

ଗଣମାଧ୍ଯମରେ ଉଠୁଥିବା ଗୁଜୁବକୁ ନେଇ ବିଜେପି ଉପରେ ବର୍ଷିଲେ ପ୍ରମିଳା

ଭୁବନେଶ୍ବର : ବିଜେଡିର ଖସିନି ରାଙ୍କ । ବିଜେଡି ଏବେ ବି ଏକ ନମ୍ବର ଦଳ । ପ୍ରମିଳାଙ୍କ ଟାର୍ଗେଟରେ ବିଜେପି । ବିଜେପିକୁ ନିଜ ସ୍ଥିତି ସମ୍ଭାଳିବାକୁ ପରାମର୍ଶ । ବିଜେଡିରେ କେହି କରୁନାହାଁନ୍ତି ବିଷୋଦଗାର ।.. ..ବିଜେଡି ବିରୋଧରେ ଗଣମାଧ୍ଯମରେ ନିଇତି ଉଠୁଥିବା ଗୁଜବକୁ ନେଇ ଏପରି କଡ଼ା ଜବାବ ରଖିଛନ୍ତି ବିରୋଧୀ ଦଳ ମୁଖ୍ଯ ସଚେତକ ତଥା ବରିଷ୍ଠ ନେତ୍ରୀ ପ୍ରମିଳା ମଲ୍ଲିକ । ବିଜେଡି ଯେଉଁଠି ଥିଲା ସେଇଠି ଅଛି । ପୋଜିସନରେ କିଛି ବି ଅଦଳବଦଳ ହୋଇନି । ରାଜ୍ୟରେ ୧ ନମ୍ବର ଦଳର ମାନ୍ଯତା ବଜାୟ ରଖିଛି । ୨୦୨୪ ନିର୍ବାଚନରେ ବିଜେପି ଠାରୁ ୩୭ ହଜାରରୁ ଅଧିକ ଭୋଟ ପାଇ ଦଳ ଏକ ନମ୍ବର ସ୍ଥାନରେ ରହିଛି । ୨୦୨୪ ନିର୍ବାଚନରେ ବିଜେଡି ୧କୋଟି ୧ ଲକ୍ଷ ୨ହଜାର ୪୪୫ ଭୋଟ ପାଇଥିଲା । ଭୋଟ ପ୍ରତିଶତ ହାର ଥିଲା ୪୦.୨୨ । ସେହିପରି ଶାସକ ବିଜେପି  ୪୦.୭ ପ୍ରତିଶତ ଭୋଟ ପାଇଥିବା ବେଳେ ଦଳକୁ  ୧କୋଟି ୬୪ ହଜାର ୮୨୭ଟି  ଭୋଟ  ମିଳିଥିଲା। ତେଣୁ ଆଜି ଯଦି ନିର୍ବାଚନ ହେବ ବିଜେଡି ୧୪୦ ସିଟରେ ବିଜୟୀ ହେବ ବୋଲି ପ୍ରମିଳା କହିଛନ୍ତି । ବିଜେଡି ଦଳରେ କେହି ବିଷୋଦଗାର କରୁନାହାନ୍ତି । ବିଜେଡିକୁ ନେଇ ବାରମ୍ବାର ଗଣମାଧ୍ୟମରେ ବୟାନବାଜି କରୁଥିବା ବିଜେପି ନେତାଙ୍କୁ ଏପରି ଢଙ୍ଗରେ ଶାଣିତ ସମାଲୋଚନା କରିଛନ୍ତି । ବିଜେପି ଅବସ୍ଥା କଣ ହେଉଛି ଦେଖନ୍ତୁ । ନିଜ ଅବସ୍ଥା ସମ୍ଭାଳନ୍ତୁ ବୋଲି ସତର୍କ କରାଇଦେଇଛନ୍ତି ପ୍ରମିଳା । ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର କିନ୍ତୁ ପ୍ରମିଳାଙ୍କୁ କଡ଼ା ଜବାବ ଦେଇଛନ୍ତି ।

ବିଜେଡି ବିଜେପି ଓ କଂଗ୍ରେସ । ୨୦୨୪ ନିର୍ବାଚନ ପରେ ରାଜ୍ଯର ତିନି ପ୍ରମୁଖ ଦଳକୁ ଘାରିଛି ସାଂଗଠନିକ ଚିନ୍ତା । ପ୍ରତ୍ୟେକ ଦିନ ନେତାଙ୍କ ମଧ୍ୟରେ ସଂଗଠନକୁ ନେଇ ତୁ ତୁ ମେଁ ମେଁ ବୟାନବାଜି ମଧ୍ୟ ଜାରି ରହିଛି । ଏହାରି ଭିତରେ କଂଗ୍ରେସ ଆସନ୍ତା ୫ ତାରିଖରୁ ମୁଖିଆ ଚୟନ ପ୍ରକ୍ରିୟା ଚୁଡ଼ାନ୍ତ କରିବ ବୋଲି କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋସ କହିଛନ୍ତି । ରାଜ୍ଯରେ ବିଜେପି ଶାସନକୁ ଚାରି ମାସ ପୂରି ସାରିଛି । ଏହି ଚାରି ମାସ ଭିତରେ ବିଜେପି ସରକାରର ଅନେକ ଭୁଲକୁ ଧରି ବିଜେପିକୁ ଅଡୁଆରେ ପକାଇଛି ବିଜେଡି । ତେଣୁ ଆଗକୁ କାହାର ସ୍ଥିତି କଣ ହେବ ତାହାକୁ ନେଇ ଏବେଠାରୁ ନେତାମାନେ କଲେଣି ଭବିଷ୍ୟବାଣୀ । ଯାହାକୁ ନେଇ ସରଗରମ ହୋଇଛି ରାଜ୍ଯ ରାଜନୀତି ।

ରାଜ୍ୟ ମହିଳା କମିଶନ ଭାଙ୍ଗିବା ପ୍ରସଙ୍ଗକୁ ନେଇ ହରଡ଼ଘଣାରେ ନୂଆ ସରକାର

ଭୁବନେଶ୍ବର : ବିଜେପିର କଥା ଓ କାମରେ ରହୁନି ତାଳମେଳ । ଏବେ ପୁଣି ହରଡ଼ଘଣାରେ ବାରମ୍ବାର ନିନ୍ଦାର ଶିକାର ହେଉଥିବା ନୂଆ ସରକାର । ରାଜ୍ୟ ମହିଳା କମିଶନକୁ ମନଇଚ୍ଛା ଭାଙ୍ଗିବା ପ୍ରସଙ୍ଗକୁ ନେଇ ଏବେ ବିବାଦରେ ଛନ୍ଦି ହୋଇଛନ୍ତି ବିଜେପି ସରକାର । ପ୍ରଥମେ ମହିଳା କମିଶନ ଭାଙ୍ଗିବା କହିବାର ପାଞ୍ଚ ଦିନ ପରେ ଅଧ୍ୟକ୍ଷାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରି ଆଉ ଏକ ଓଲଟା କାମ କରିଛନ୍ତି ରାଜ୍ୟର ସରକାର। ସବୁଠୁ ଆଶ୍ଚର୍ଯ୍ଯର କଥା ହେଉଛି, ମୁଖ୍ଯମନ୍ତ୍ରୀଙ୍କ କାର୍ଯ୍ଯାଳୟ ପକ୍ଷରୁ ଗତ ବୁଧବାର ମହିଳା କମିଶନ ଓ ସବୁ ସଦସ୍ଯଙ୍କୁ ବହିସ୍କାର କରାଯାଇଥିବା ଘୋଷଣା ହୋଇଥିଲେ ଏଯାଏଁ କମିଶନଙ୍କୁ ଏନେଇ କୌଣସି ନିର୍ଦ୍ଦେଶନାମା ପହଁଚିନାହିଁ। ମଙ୍ଗଳବାର କମିଶନ ଓ ତାଙ୍କ ସଦସ୍ଯମାନେ ପୂର୍ବପରି କାର୍ଯ୍ଯାଳୟକୁ ଯାଇଛନ୍ତି ଓ କୋର୍ଟ କାର୍ଯ୍ଯ ବି କରିଛନ୍ତି। ଏ ନେଇ ସରକାରଙ୍କ ବିରୋଧରେ ନିନ୍ଦା ଓ ଅପବାଦର ସ୍ୱର ତୀଵ୍ର ହୋଇଛି। ବୁଧବାର କମିଶନ ଭାଙ୍ଗିବାର ୫ ଦିନ ପରେ ଅର୍ଥାତ ଅକ୍ଟୋବର  ୨୯ ତାରିଖରେ  ଅଧ୍ୟକ୍ଷାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । ଏ କି ସରକାର ଚାଲିଛି ବୋଲି ପ୍ରଶ୍ନ କରିଛନ୍ତି ପୂର୍ବତନ ମହିଳା କମିଶନ ସଦସ୍ଯା ଓ ନାରୀ ନେତ୍ରୀ। ସରକାର ବଦଳିଲେ କଣ କମିଶନ ସବୁ ବଦଳାଯାଏ କି ବୋଲି ପ୍ରଶ୍ନ କରିଛନ୍ତି ରାଜ୍ୟର ବରିଷ୍ଠ ମହିଳା ନେତ୍ରୀମାନେ। ରାଜସ୍ଥାନ, ଛତିଶଗଡ଼, ମହାରାଷ୍ଟ୍ରରେ ସରକାର ପରିବର୍ତ୍ତନ ହୋଇଛି କିନ୍ତୁ ମହିଳା କମିଶନ ପରିବର୍ତ୍ତନ ହୋଇନାହିଁ ବୋଲି ସିଆଇଟିୟୁ ନେତ୍ରୀ ପୁଷ୍ପା ଦାସ କହିଛନ୍ତି।

ମହିଳା କମିଶନ ଏକ ସାମ୍ବିଧାନିକ ପଦବୀ । ମନଇଚ୍ଛା ଏହାକୁ କେହି ଭାଙ୍ଗି ପାରିବେନି ବୋଲି ସିପିଏମ ପକ୍ଷରୁ କୁହାଯାଇଛି। ପୂର୍ବରୁ ରାଜ୍ୟରେ କଂଗ୍ରେସ ସମୟରେ ଲୋପମୁଦ୍ରା ମହାନ୍ତି ମହିଳା କମିଶନ ଅଧ୍ୟକ୍ଷା ଥିଲେ।  ପରବର୍ତ୍ତୀ ସମୟରେ ଜନତା ଦଳ ସରକାର ଆସିଲେ ବି ତାଙ୍କୁ ପରିବର୍ତ୍ତନ କରାଯାଇ ନ ଥିଲା। ତାଙ୍କ କାର୍ଯ୍ୟକାଳ ସରିବା ପରେ ହିଁ ଅନ୍ୟ ଜଣେ ଅଧ୍ୟକ୍ଷା ହୋଇଥିଲେ। ଏବେର ସରକାର ଅଗଣତାନ୍ତ୍ରୀକ କାର୍ଯ୍ୟ କରୁଛନ୍ତି । ଏହା ଏକଛତ୍ରବାଦର ଏକ ବଡ଼ ନମୁନା ବୋଲି କୁହାଯାଇଛି। ସେପଟେ ଯଦି କମିଶନ ସଦସ୍ୟଙ୍କୁ ବାହାର କରିସାରିଲେଣି ତେବେ ଶୋ କଜ କାହିଁକି ବୋଲି ପ୍ରଶ୍ନ କରିଛନ୍ତି ପୂର୍ବତନ ମହିଳା କମିଶନ ସଦସ୍ୟା ସ୍ନିଗ୍ଧା ପାଣିଗ୍ରାହୀ। ସରକାରଙ୍କ କମିଶନ ଭାଙ୍ଗିବା ନିଷ୍ପତ୍ତି ଓ ପରେ କାରଣ ଦର୍ଶାଅ ଭିତରେ ମହିଳା କମିଶନ କିନ୍ତୁ ତାଙ୍କ କାର୍ଯ୍ୟ ଜାରି ରଖିଛି । କମିଶନଙ୍କ କାର୍ଯ୍ୟାଳୟରେ ଗହଳିଚହଳି ଦେଖିବାକୁ ମିଳିଛି। ଏଥିସହିତ ଅଭିଯୋଗକାରୀଙ୍କ ଅଭିଯୋଗ ମଧ୍ୟ ଶୁଣାଣି ହେଉଛି।

ସିଏମ ପୋର୍ଟାଲରୁ ଗାଏବ ମନ୍ତ୍ରିମଣ୍ଡଳ ଓ ସଚିବଙ୍କ ସମ୍ପତ୍ତି ତାଲିକା, ଯାହାକୁ ନେଇ ସାଧାରଣରେ ପ୍ରଶ୍ନ ?

ଭୁବନେଶ୍ବର : ଲୁଚିଛି ନା ଗୋଡ଼ ଦି’ଟା ଦିଶୁଛି ? ଦୁର୍ନୀତି ନିବାରଣ ନାରା କଣ ଖାଲି ଧର୍ମକୁ ଆଖିଠାର ! ବିଜେପି କ୍ଷମତାକୁ ଆସିବା ପରେ ରଙ୍ଗ ବଦଳିଲା । ବଦଳିଲା ଅନେକ ଯୋଜନାର ନାଁ । ହେଲେ ବଦଳି ଗଲା କି ସ୍ବଚ୍ଛ ପ୍ରଶାସନ ଆଭିମୁଖ୍ୟ ? ଆଉ ଦେଖିବାକୁ ମିଳୁନି ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ସରକାରୀ ଓ୍ବେବ୍ ପୋର୍ଟାଲରେ ଜନପ୍ରତିନିଧି ଓ ସରକାରୀ ଅଧିକାରୀଙ୍କ ସମ୍ପତ୍ତି ତାଲିକା ସ୍ତମ୍ଭ । ଏକଥା ଜଣାପଡ଼ିବା ପରେ ଏବେ ମୋହନ ସରକାରଙ୍କୁ ଏପରି ପୁଳା ପୁଳା ପ୍ରଶ୍ନରେ ପୋତି ଦେଲେଣି ବିରୋଧୀ । ଦୁର୍ନୀତି ନିବାରଣ ସପ୍ତାହ ଉଦଘାଟନ କରି ଖୋଦ ମୁଖ୍ୟମନ୍ତ୍ରୀ କହିଲେ ଦୁର୍ନୀତି ହେଉଛି କର୍କଟ ରୋଗ ସଦୃଶ । ଗତ ନିର୍ବାଚନରେ ରାଜ୍ୟକୁ ସ୍ବଚ୍ଛ ପ୍ରଶାସନର ଦ୍ବାହି ଦେଇ ଶାସନକୁ ଆସିଛି ବିଜେପି । କ୍ଷମତାକୁ ଆସିବାର ମାତ୍ର ୫ ମାସ ପୂରିନି ଲୋକଙ୍କ ପାଇଁ ଉପଲବ୍ଧ ହେଉଥିବା ତଥ୍ୟକୁ ହଟାଇଲେ କାହିଁକି ? ଏ ନେଇ ସରକାରଙ୍କୁ ଟାର୍ଗେଟ୍ କରି କଡ଼ା ଭାଷାରେ ତାତ୍ସଲ୍ୟ କରିଛନ୍ତି ଉଭୟ ବିଜେଡି ଓ କଂଗ୍ରେସ । କହିଛନ୍ତି ଏ ନେଇ ସରକାର ସ୍ପଷ୍ଟ କରନ୍ତୁ । ସେପଟେ ସମବାୟ ମନ୍ତ୍ରୀଙ୍କ କହିଛନ୍ତି, ସ୍ବଚ୍ଛ ପ୍ରଶାସନ ପାଇଁ ବିଜେପି ସରକାର ପ୍ରତିଶ୍ରୁତିବଦ୍ଧ । ଏବେ ପୋର୍ଟାଲରେ ଦେଖିବାକୁ ମିଳୁନି । ଆଗକୁ ହୋଇପାରେ ।

ମନ୍ତ୍ରୀ ଓ ସରକାରୀ ଅଧିକାରୀଙ୍କ ସମ୍ପତ୍ତି ତାଲିକା ଦେବାର ବିଧି ବ୍ୟବସ୍ଥା ଆଗରୁ ଚାଲୁଥିଲା । ୨୦୨୦ ମସିହାରେ  ନବୀନ ସରକାର ଏହାକୁ ସାଧାରଣ ଲୋକଙ୍କୁ ଜଣାଇବା ପାଇଁ ନିଷ୍ପତ୍ତି ନେଲେ । କ୍ୟାବିନେଟ୍ ନିଷ୍ପତ୍ତି ମୁତାବକ ପଞ୍ଚାୟତ ପ୍ରତିନିଧିଙ୍କଠୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ଓ ସମସ୍ତ ଅଧିକାରୀଙ୍କ ସମ୍ପତ୍ତି ତାଲିକ ବର୍ଷଓ୍ବାରୀ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ପୋର୍ଟାଲରେ ଉପଲବ୍ଧ ହୋଇଆସୁଥିଲା । ଏହାସହିତ ଏହି ବିବରଣୀ ମଧ୍ୟ ଲୋକାୟୁକ୍ତଙ୍କୁ ପ୍ରଦାନ କରାଯାଉଥିଲା । ଏ ସରକାରକୁ ବର୍ଷେ ପୂରିନି । ଯଦି ସରକାର ଚାହୁଁଛନ୍ତି ଯେ, ବର୍ଷକ ପରେ ସମ୍ପତ୍ତି ତାଲିକା ଉପଲବ୍ଧ କରାଯିବ । ତାହେଲେ ପୂର୍ବରୁ ଥିବା ସ୍ତମ୍ଭଟି ଖାଲି ରଖା ଯାଇପାରିଥାନ୍ତା । ତାହା ନ କରି ସମ୍ପୂର୍ଣ୍ଣଭାବେ ଏହାକୁ ହଟାଇ ଦେଇଛନ୍ତି । ଏହା ସୂଚାଉଛି , ଏ ସରକାର ଆଉ ଜନପ୍ରତିନିଧିଙ୍କ ସମ୍ପତ୍ତି ବିବରଣୀ ବ୍ୟବସ୍ଥାଟିକୁ ନ ରଖିବାକୁ ନିଷ୍ପତ୍ତି ନେଇଛନ୍ତି । ଏ ନେଇ ସରକାରୀସ୍ତରରେ କିଛି କ୍ୟାବିନେଟ୍ ନିଷ୍ପତ୍ତି ହୋଇନି କି ମୁଖ୍ୟମନ୍ତ୍ରୀଙ୍କ ଅଫିସରୁ କୌଣସି ସ୍ପଷ୍ଟ ସୂଚନା ମଧ୍ୟ ସାଧାରଣରେ ଦିଆଯାଇନି । ଦୁର୍ନୀତି ପ୍ରତି ଶୂନ୍ୟ ସହନଶୀଳତା । ବିଜେଡି ସରକାର ସମୟରେ ଥିଲା । ଏବେ ବି ସମାନ ସ୍ଲୋଗାନ ଦେଉଛନ୍ତି ଡବଲ ଇଞ୍ଜିନ ସରକାର । ପ୍ରଶ୍ନ ଉଠୁଛି ଯେଉଁ ନାରାକୁ ବିଶ୍ବାସ କରି ଲୋକେ ବିଜେପିକୁ କ୍ଷମତାକୁ ଆଣିଲେ ଏବେ ସମ୍ପତ୍ତି ତାଲିକା ବ୍ୟବସ୍ଥା ହଟାଇ ସେଇ ଲୋକଙ୍କ ବିଶ୍ବାସକୁ କୁଠାରଘାତ କରୁଛନ୍ତି କି ରାଜ୍ୟ ସରକାର ?

ଆଜି ଧନତେରସ : ରାଜଧାନୀରେ ସବୁ ସୁନା ଦୋକାନରେ ଗ୍ରାହକଙ୍କ ଭିଡ଼

ଭୁବନେଶ୍ବର : ଧନତେରସରେ ଘରକୁ ଆସିବ ମାଆ ଲକ୍ଷ୍ମୀ । ସୌଭାଗ୍ଯର ଦେବୀଙ୍କୁ ସୁନା ଦେଇ କରାଯିବ ଆରାଧନା । ଏଥିପାଇଁ ରାଜଧାନୀର ସବୁ ସୁନା ଦୋକାନରେ ଦେଖିବାକୁ ମିଳିଛି ଭିଡ଼ । ଲୋକଙ୍କ ଆଗ୍ରହକୁ ଦେଖି ଦୋକାନୀ ଦେଉଛନ୍ତି ଲୋଭନୀୟ ଅଫର । ୫୦ ହଜାର ଟଙ୍କାର ସୁନା ଅଳଙ୍କାର କିଣିଲେ ଗୋଲ୍ଡ କଏନ୍ ଫ୍ରି । ଗଢାମଜୁରୀ ଉପରେ ରିହାତି ସହ କ୍ୟାସବ୍ୟାକ୍ । ଉଚ୍ଚା ଦର ସତ୍ତ୍ବେ ଭରି ଭରି ସୁନା ବୋହିନେଇଛନ୍ତି ଲୋକେ । କିଏ ହାର କିଣିଛି କିଏ କାନଫୁଲ । ପୁଣି କିଏ ସୁନା ଚେନ୍ । ରାଜଧାନୀର ଅରୁନ୍ଧତୀ ଜୁଏଲାରୀରେ ଭିଡ ଦେଖିବାକୁ ମିଳିଛି । ୨୫ ବର୍ଷରେ ପାଦ ଦେଇଥିବାରୁ ନଭେମ୍ବର ୩ ତାରିଖ ଜିରୋ ମେକିଙ୍ଗ ଚାର୍ଜ ରହିଛି । ସୁନାଗହଣା ମେକିଙ୍ଗ ଚାର୍ଜ ଉପରେ ୨୫  ଓ ୫୦ ପ୍ରତିଶତ ଫ୍ଳାଟ ରହାତି, ଡାଇମଣ୍ଡ ଜୁଏଲାରୀ ଉପରେ ୨୫ ପ୍ରତିଶତ ଫ୍ଲାଟ ରିହାତି ଏବଂ ରୁପା ଉପରେ ୨୫ ପ୍ରତିଶତ ଫ୍ଳାଟ ଡିସକାଉଣ୍ଟ ରହିଛି । ବିଭିନ୍ନ ଷ୍ଟୋରରେ ୨୫ ହଜାରରୁ ଅଧିକ ଡିଜାଇନ୍ ସୁନା ଗହଣା ଆଣିଛି ଅରୁନ୍ଧତୀ ଜୁଏଲାର୍ସ । ସୁନା ୧୦ ଗ୍ରାମ ପିଛା ୭୩ ହଜାର ୭୫୦ ଟଙ୍କା ଥିବାବେଳେ ଆଗକୁ ବାହାଘର ଥିବାରୁ ଭଲ ବେପାର ହେବବୋଲି ଆଶା ।

ରୂପାଲି ଛକରେ ଥିବା ମାଲାବର ଗୋଲଡ ଓ ଡାଇମଣ୍ଡର ଷ୍ଟୋରରେ ବି ବମ୍ଫର ଅଫର । ଗଢାମଜୁରୀ ରିହାତି ସହ ଆକର୍ଷଣୀୟ ଗିଫ୍ଟ ହାମ୍ପର । ୫୦ ହଜାର ଟଙ୍କାର ସୁନା, ହୀରା କିଣିଲେ ଗୋଲ୍ଡ କଏନ ଫ୍ରି । ଏହାସହ ହୀରାରେ ରହିଛି ସ୍ବତନ୍ତ୍ର ଅଫର । କ୍ରେଡିଟ କାର୍ଡରେ ସୁନା କିଣିଲେ ଇନଷ୍ଟାଣ୍ଟ କ୍ଯାସବ୍ଯାକ । ମାଲାବର ଗୋଲଡ ଓ ଡାଇମଣ୍ଡର ଷ୍ଟୋରରେ ୨୨ କ୍ଯାରେଟ ୧୦ଗ୍ରାମ ୭୩ ହଜାର ୭୫୦ ଟଙ୍କା, ୨୪ କ୍ଯାରେଟ ୮୦ ହଜାର ୩୭୦, ରୁପା ୧୦ ଗ୍ରାମ ୧୦୮୦ ଟଙ୍କା ରହିଛି । ଧନତେରସରେ ଲୋକମାନେ ସୁନା ଗହଣା ସହିତ ମାଆ ଲକ୍ଷ୍ମୀଙ୍କ ପ୍ରତିମା ଥିବା ରୁପା କଏନ୍ କିଣିଥାନ୍ତି ।

କେଉଁ ଦିନ ପାଳନ କରିବେ ଦୀପାବଳି ? ଏନେଇ ଜ୍ୟୋତିଷ କ‘ଣ କହୁଛନ୍ତି ଜାଣନ୍ତୁ

ପୁରୀ : ଦୀପାବଳି ଓ ପୟାଶ୍ରାଦ୍ଧକୁ ନେଇ ଦ୍ବନ୍ଦ୍ବ । କ୍ଯାଲେଣ୍ଡରରେ ରହିଛି ଭିନ୍ନ ଭିନ୍ନ ମତ । ଲୋକଙ୍କ ଭ୍ରମ ଦୂର କଲେ ପୁରୀ ଜ୍ଯୋତିର୍ବିଦ । ଚଳିତବର୍ଷ ବିଭିନ୍ନ କ୍ୟାଲେଣ୍ଡର ରେ ୩୧ ତାରିଖ ଦିନ କାଳୀପୂଜା ତଥା ୧ ତାରିଖ ଦିନ ଦୀପାବଳି ପାଳନ କରିବାକୁ କୁହାଯାଇଛି । ୩୧ ତାରିଖ ରାତି ୧ ତାରିଖ ଦିନ ଅମାବାସ୍ଯା ତିଥି ରହୁଥିବାରୁ ସୃଷ୍ଟି ହୋଇଛି ଦ୍ବନ୍ଦ୍ବ । ପାଞ୍ଜି ଗଣନାଙ୍କ ଅନୁସାରେ ପ୍ରତ୍ୟୁଷ ଓ ପ୍ରଦୋଷ ସମୟକୁ ଭିତ୍ତିକରି ଅମାବାସ୍ୟା ଗଣନା ହୋଇଥାଏ l ଶ୍ରୀମନ୍ଦିର ସଂସ୍କୃତି ଅନୁଯାୟୀ ସୂର୍ଯ୍ଯୋଦୟ ପରେ ତିଥି ରହିଲେ ସେଦିନ ଏହାକୁ ପାଳନ କରାଯାଇଥାଏ । ତେଣୁ କାଳୀପୂଜା ମଧ୍ଯରାତ୍ରୀରୁ କରାଯାଉଥିବାରୁ ୩୧ ତାରିଖ ରାତିରେ ଦେବୀ ପୂଜା କରିବା ସହ ୧ ତାରି ଶ୍ରୀମନ୍ଦିରେ ଦୀପାବଳି ପାଳନ କରାଯିବ । ସେହିଦିନ ଶ୍ରୀମନ୍ଦିର ନିକଟରେ ଶ୍ରଦ୍ଧାଳୁ ମାନେ ପ୍ରୟା ଶ୍ରାଦ୍ଧ ପାଳନ କରି ସହ ବଡୁ ବଡୁଆ ଡାକିବେ  l

ପୂର୍ବରୁ କୁମାର ପୂର୍ଣ୍ଣିମାକୁ ନେଇ ମଧ୍ଯ ଦ୍ୱନ୍ଦ୍ୱ ଉପୁଜୁଥିଲା l ଶାସ୍ତ୍ର ମତ ଅନୁସାରେ ଚଳିତ ବର୍ଷ ୨ଟି ତିଥି ରହୁଥିବା ହେତୁ ଦ୍ୱନ୍ଦ୍ୱ ଉପୁଜୁଛି । ତେବେ ଏହି ଦ୍ୱନ୍ଦ୍ୱକୁ ଦୂର କରିବାକୁ ପରାମର୍ଶ ଦେଇନ୍ତି ପୁରୀର ଜ୍ଯୋତିର୍ବିଦ । ୩୧ତାରିଖ ଦିନ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ଓ ଦେବୀ ପିଠ ମାନଙ୍କରେ କାଳୀପୂଜା କରିବାକୁ କୁହାଯାଇଛି । ୧ ତାରିଖ ଦିନ ଦୀପାବଳି ଅମାବାସ୍ୟା, ଶ୍ରାଦ୍ଧ ଓ ଘର ମାନଙ୍କରେ ଦୀପ ଦାନ କରିବା ପାଇଁ ପରାମର୍ଶ ଦିଆଯାଇଛି l ଦୈନନ୍ଦିନ ଚଳଣି ନେଇ ହିନ୍ଦୁ ଧାର୍ମିକ ବ୍ୟବସ୍ଥାରେ ପଞ୍ଜିକା ର ପ୍ରଚଳନ ରହିଥିବା ବେଳେ ପାଞ୍ଜିକାର ସଠିକ ତଥ୍ୟ ରହିବା ଲୋକଙ୍କ ପାଇଁ କଲ୍ୟାଣକାରୀ ବୋଲି କହିଛନ୍ତି ଜ୍ଯୋତିର୍ବିଦ ।

ଫସଲ ଉଜାଡି ଦେଲା ବାତ୍ୟା ‘ଦାନା’, ମୁଣ୍ଡରେ ହାତ ଦେଇ ବସିଛି ଚାଷୀ

ବାଲେଶ୍ବର : ଦାନା ଛଡାଇ ନେଲା ବାତ୍ଯା ‘ଦାନା’ । ସଂସାର ଉଜାଡ଼ିଦେଲା ଗଙ୍ଗାହାର ନଦୀର ବଢିପାଣି । ଧାନ ଗଲା, ପରିବା ଫସଲ ବି ଉଜାଡ଼ି ଦେଲା । ଏବେ ନା ଅଛି ରୋଜଗାର ନା ଅଣ୍ଟିରେ ସମ୍ବଳ । ତା ଉପରେ ମୁଣ୍ଡ ଉପରେ ଋଣର ବୋଝ । ବାଲେଶ୍ବର ରେମୁଣା ଅଞ୍ଚଳର ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି ବାତ୍ଯା । ଇଏ ହେଉଛନ୍ତି ରେମୁଣା ବ୍ଲକ୍ ଗୁଡୁଦା ଗାଁର ପରିବା ଚାଷୀ ଗିରିଧାରୀ ଜେନା । ସମବାୟ ସମିତିରୁ ଋଣକରି ୧୦ ଡେସିମିଲ ଜମିରେ ପରିବା ଚାଷ କରିଥିଲେ । ହେଲେ ବନ୍ୟା ଯୋଗୁ ପାଳରେ ଶୋଇ ଯାଇଛି ପଞ୍ଚା । ଛନଛନିଆ ପରିବା ସବୁ ପାଣିରେ ପଡ଼ି ନାଲି ପଡ଼ି ଯାଇଛି । ପଡ଼ୋଶୀ ଚାଷୀଙ୍କ ସହଯୋଗରେ ମଞ୍ଚା ଉଠାଇବାକୁ ଉଦ୍ୟମ କରୁଛନ୍ତି । କାର୍ତ୍ତିକ ମାସରେ ପାଳରୁ ପ୍ରତିଦିନ କୁଇଣ୍ଟାଲ କୁଇଣ୍ଟାଲ ପରିବା ବଜାରକୁ ଯାଇଥାଏ । ହେଲେ ଏବେ ପାଳ ସଜାଡୁ ସଜାଡୁ ସମୟ ଯାଉଛି । ଧାନ ଚାଷୀଙ୍କର ମଧ୍ଯ ସମାନ ଅବସ୍ଥା  । ୫ ଦିନ ଧରି ଧାନଗଛ ପାଣିରେ ବୁଡ଼ି ରହିଥିବାରୁ ପଚିବାକୁ ବସିଲାଣି । ଥୋଡ଼ ଧରିବା ଆଗରୁ ଉଜୁଡ଼ି ଯାଇଛି ସୁନାର ଫସଲ।

ରେମୁଣା ଅଞ୍ଚଳରୁ ବାଲେଶ୍ବର ସମେତ ପଡ଼ୋଶୀ ଜିଲ୍ଲା ମାନଙ୍କୁ ଚାଲାଣ ହୋଇଥାଏ ପରିବା । ଏହି ଚାଷ ପାଇଁ ଚାଷୀ ବ୍ୟାଙ୍କ୍, ସମବାୟ ସମିତି, ଘରୋଇ ଫାଇନାନ୍ସ ସଂସ୍ଥାରୁ ଋଣ ନେଇଥାନ୍ତି । ପରିବା, ଧାନ ଅମଳ ପରେ ବିକ୍ରିକରି ଋଣ ସୁଝିଥାନ୍ତି । ହେଲେ ଅମଳବେଳେ ଦାଉ ସାଧିଲା ବନ୍ୟା । ଏବେ କେମିତି ଋଣ ସୁଝିବେ ସେନେଇ ଚିନ୍ତାରେ ଚାଷୀ । ଋଣ ସୁଝିବେ କଣ, ପରିବାର ଚଳାଇବା ବି କଷ୍ଟକର ବୋଲି କହିଛନ୍ତି ଚାଷୀ । କଥାରେ ଅଛି ଚାଷୀ ହୁଡ଼ିଲେ ବରଷେ । ତେଣୁ ଚାଷୀଙ୍କ ଏବେ ଏକମାତ୍ର ଭରସା ସରକାରୀ ସହାୟତା ଉପରେ ।

ଚିକିତ୍ସା ଅବହେଳାରୁ ଘରୋଇ ହସ୍ପିଟାଲରେ ନବଜାତ ମୃତ୍ଯୁ ଘଟଣାରେ ସାମ୍ନାକୁ ଆସିଲା ସଂଘାତିକ ତଥ୍ଯ

କଟକ : ଘରୋଇ କମ୍ପ୍ଲେସରେ ଚାଲିଛି ବ୍ୟବସାୟ । ଚିକିତ୍ସା ନାଁରେ ଜୀବନ ସହ ଖେଳୁଛନ୍ତି ବ୍ଯବସାୟୀ । କଟକ ଶିଶୁ ମୃତ୍ଯୁ ଘଟଣା ପରେ ଆକ୍ସନ ମୋଡରେ ସ୍ବାସ୍ଥ୍ଯ ବିଭାଗ । ସିଡିଏ ସେକ୍ଟର ୭ ରେ ଥିବା ଏହି ୩ ମହଲା ବିଲଡିଂର ଦୁଇଟି ଫ୍ଲୋରରେ ଚାଲିଛି ହସ୍ପିଟାଲ । ତୃତୀୟ ଫ୍ଲୋରରେ ରହୁଛନ୍ତି ଡାକ୍ତର । ତେବେ ଆଶ୍ଚର୍ଯ୍ୟର କଥା ସବୁ ନିୟମକୁ ଫୁ କରି ଏଠାରେ ଦୀର୍ଘଦିନ ହେଲା ଚାଲିଛି କାରବାର । ସୂଚନା ଅଧିକାର ଆଇନ ବଳରେ ସାମ୍ନାକୁ ଆସିଛି ଏହି ସାଙ୍ଘାତିକ ତଥ୍ୟ । ହସିପିଟାଲର ନା ଅଛି ଅଗ୍ନିନିରାପତ୍ତା ନା ଚିକିତ୍ସା ପରିଚାଳନା ପ୍ରମାଣପତ୍ର । ଯାହାକୁ ନେଇ ପ୍ରଶାସନିକ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛନ୍ତି ଲୋକେ ।

ସୋମବାର ଦିନ ଏହି ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ନବଜାତ ଶିଶୁପୁତ୍ରର ଜୀବନ ଚାଲିଯାଇଛି । ଆକ୍ସିଜେନ ଆବଶ୍ୟକ ଥିବାବେଳେ ପ୍ରାୟ ୪୫ ମିନିଟ ଧରି ମିଳି ନଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଫଳରେ ତାର ମୃତ୍ୟୁ ହୋଇଥିଲା । ପରିବାର ଲୋକ ନ୍ୟାୟ ଦାବିରେ ହସ୍ପିଟାଲ ସାମ୍ନାରେ ଧାରଣାରେ ବସିବା ସହିତ ସମ୍ପୃକ୍ତ ଡାକ୍ତରଙ୍କ ଗିରଫ ଦାବି କରିଛନ୍ତି । ସେପଟେ ଏନେଇ ଗଣମାଧ୍ୟମ ରୁ ଅବଗତ ହେବା ପରେ ଘଟଣାର ସବିଶେଷ ତଦନ୍ତ କରି ରିପୋର୍ଟ ଦେବାକୁ ସିଡିଏମଓ ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏଡିଏମ ।

ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ଲିଙ୍ଗରାଜ ଭିଡିଓ ଭାଇରାଲ ଘଟଣା, ୭ ଦିନ ମଧ୍ୟରେ ଉତ୍ତର ରଖିବାକୁ ନିର୍ଦ୍ଦେଶ

ଭୁବନେଶ୍ବର : ଶିଳ୍ପା ସେଟ୍ଟୀଙ୍କ ଇନଷ୍ଟାଗ୍ରାମରେ ଲିଙ୍ଗରାଜ ମନ୍ଦିର ଭିଡିଓ । ଆକ୍ସନ ମୋଡରେ ମନ୍ଦିର କାର୍ଯ୍ୟାଳୟ । ସେବାୟତଙ୍କୁ ଜାରି ହେଲା ସୋ କଜ୍ ନୋଟିସ୍ । ୭ ଦିନ ମଧ୍ୟରେ ଉତ୍ତର ରଖିବାକୁ ନିର୍ଦ୍ଦେଶ । ଉତ୍ତର ମିଳିବା ପରେ କାର୍ଯ୍ୟାନୁଷ୍ଠାନ । ଆଣ୍ଡ୍ରଏଡ୍ ଫୋନ ନେଇ ଆସିପାରେ ନୂଆ କଟକଣା । ସେବାୟତଙ୍କ ପାଇଁ ନିଷିଦ୍ଧ ହୋଇପାରେ କ୍ୟାମେରା ଫୋନ୍ । ଟ୍ରଷ୍ଟବୋର୍ଡ ବୈଠକରେ ହେବ ଆଲୋଚନା । କଡାକଡି ହେବ ମୋବାଇଲ୍ ଚେକିଂ । ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ଇନଷ୍ଟାରେ ଲିଙ୍ଗରାଜ ମନ୍ଦିର ଭିତର ଭିଡିଓ ଭାଇରାଲ ହେବା ପରେ ପଦକ୍ଷେପ ନେଇଛି ମନ୍ଦିର ପ୍ରଶାସନ । ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ଏଡିଏମ୍ ରୁଦ୍ରନାରାୟଣ ମହାନ୍ତି ସେବାୟତ ତଥା ମନ୍ଦିର ନୀତି ସୁପରଭାଇଜର ରାଜକିଶୋର ମହାପାତ୍ରଙ୍କୁ କାରଣଦର୍ଶାଅ ନୋଟିସ୍ ଜାରି କରାଯାଇଛି । କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସୂଚନା ଭିଡିଓ ଉତ୍ତୋଳନ କରିବାକୁ ପ୍ରସୟ ଦେଇଥିଲେ ସେବାୟତ ।

ସେପଟେ ଏହି ଘଟଣାକୁ ଦୃଢ ନିନ୍ଦା କରିଛି ବ୍ରାହ୍ମଣ ନିଯୋଗ । ନିଯୋଗ ସମ୍ପାଦକ ବିରଞ୍ଚି ନାରାୟଣ ପତି କହିଛନ୍ତି, ସଂପୃକ୍ତ ସେବାୟତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ମନ୍ଦିର ଭିତରକୁ ସମସ୍ତେ ମୋବାଇଲ ନେବା ନିଷିଦ୍ଧ ହୋଇଛି । ସେବାୟତ ହୋଇ କାହିଁକି ପ୍ରସୟ ଦେଲେ ତାର ଉତ୍ତର ଦିଅନ୍ତୁ । ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି ଏବଂ ଗୃହମନ୍ତ୍ରୀ ଆସିଲେ ସରକାରଙ୍କ କ୍ୟାମେରା ଭିତରକୁ ଯାଏ । କିନ୍ତୁ ଅନେକ ଭିଭିଆଇପି ଆସିଲେ ସେବାୟତମାନେ ସିଂହଦ୍ଵାର ସମ୍ମୁଖରେ ଫଟୋ ଉଠାନ୍ତି । ଜାଗର ସମୟରେ ଭିଡିଓ ଉତ୍ତୋଳନ କରିବାକୁ ମିଡିଆକୁ ମଧ୍ୟ ଅନୁମତି ଦିଆଯାଏ । କିନ୍ତୁ କୌଣସି ଗଣମାଧ୍ୟମ ବ୍ୟକ୍ତି ସୁଯୋଗର ଅପବ୍ୟବହାର କରିନାହାନ୍ତି । ଘଟଣାରେ ଶିଳ୍ପାଙ୍କ ଦୋଷ ନାହିଁ, ସେବାୟତ ସବୁ ଜାଣି କାହିଁକି ଭିଡିଓ କଲେ ଉତ୍ତର ଦିଅନ୍ତୁ ବୋଲି ଦାବି କରାଯାଇଛି ।

ତେବେ ଏଠି ପ୍ରଶ୍ନ ଉଠୁଛି ବଲିଉଡ ଷ୍ଟାର କିଭଳି ବେଢ଼ା ଭିତରକୁ ମୋବାଇଲ ନେଲେ କେମିତି ? ଲିଙ୍ଗରାଜ ମନ୍ଦିର ଭିତରକୁ ଯିବା ବେଳେ ତାଙ୍କର ଯାଞ୍ଚ ହୋଇଥିଲା କି ନାହିଁ ? ନା ସେଲିବ୍ରିଟିଙ୍କ ପାଇଁ ଅଲଗା ନିୟମ ? ଶିଳ୍ପାଙ୍କ ସହ ସେବାୟତ ରହି ଫଟୋ ଉଠାଇବାକୁ କିଏ ସୁଯୋଗ ଦେଲା ? ପ୍ରଶାସନ ଏପର୍ଯ୍ୟନ୍ତ ଆଖିଦୃଶିଆ ପଦକ୍ଷେପ ଗ୍ରହଣ ନ କରିବା ଭକ୍ତଙ୍କ ଭାବାବେଗକୁ କୁଠାରଘାତ କରିଛି ।

କୁଆଡେ ଗଲେ ରବୀନ୍ଦ୍ର, ପୋଲିସକୁ ଖବର ଦେବା ପରେ ମଧ୍ଯ ମିଳୁନି ଖୋଜଖବର

ସୁବର୍ଣ୍ଣପୁର : କୁଆଡେ ଚାଲିଯାଇଛି ପୁଅ।  ପରିବାର ଲୋକେ ଖୋଜି ଖୋଜି ନୟାନ୍ତ ହେଲେଣି କିନ୍ତୁ କୌଣସି ପତ୍ତା ମିଳୁନି। ସୁବର୍ଣ୍ଣପୁର କଳାପଥର ଗାଁର ରବୀନ୍ଦ୍ର ଭୋଇ ଘରୁ କୁଆଡେ ଚାଲିଯାଇଛନ୍ତି। ଘରେ ବାପା ମାଆ ପତ୍ନୀ ଏବଂ ପିଲା ତାଙ୍କୁ ଖୋଜି ଖୋଜି ନାକେଦମ ହେଲେଣି। ଗତ ୩ ତାରିଖରୁ ସେ ଗାୟବ ଥିବା ବେଳେ ଏନେଇ ଥାନାରେ ଅଭିଯୋଗ ହୋଇଥିଲା। ଏଯାଏଁ ପୁଅର କୌଣସି ଖୋଜ ଖବର ମିଳିପାରିନଥିବା ବେଳେ, ପୁଅର ବାଟକୁ ଚାହିଁ ସେମିତି ରହିଛି ପରିବାର।

ରବୀନ୍ଦ୍ର ଏବେ କେଉଁଠି, କେଉଁ ଅବସ୍ଥା ରେ ଅଛନ୍ତି, କାହିଁକି ଘର ଛାଡିଲେ ସେ ବିଷୟରେ କେହି ଜାଣିନାହାନ୍ତି।  ପରିବାର ଲୋକେ ନିଜ ସମ୍ପର୍କୀୟ ଓ ଅନ୍ୟାନ୍ୟ ଜାଗାରେ ଖୋଜା ଖୋଜି ପରେ ଜିଲ୍ଲା ପ୍ରଶାସନର ସହାୟତା ନେଇଛନ୍ତି। ପୋଲିସ ଖୋଜାଖୋଜି ଜାରି ରଖିଛି ବୋଲି କହିଛି। ରବୀନ୍ଦ୍ରଙ୍କ ଫେରିବା ବାଟକୁ ଚାତକ ପରି ଚାହିଁ ଥିବା ପରିବାର ଭଗବାନଙ୍କ ଠାରେ ରବୀନ୍ଦ୍ରଙ୍କ ଦୀର୍ଘାୟୁ କାମନା କରିବା ସହ ଏବେ ପୋଲିସ ଉପରେ ଆଶା ବାନ୍ଧିଛନ୍ତି।