spot_img
Home Blog Page 1388

ସାଢେ ୩ ଘଣ୍ଟା ପରେ ଚାଲିଲା ମୋ ବସ୍, ୧୫ ଅଟକ ବସକୁ ଛାଡିଲେ ଉତ୍ତ୍ୟକ୍ତ ଲୋକେ

ଭୁବନେଶ୍ବର: ମୋ ବସ୍ ଧକ୍କାରେ ଯୁବତୀ ଆହତ ହେବା ଘଟଣାକୁ ନେଇ ରାଜଧାନୀରେ ଉତ୍ତେଜନା । ୧୫ଟି ମୋ ବସକୁ ଅଟକ ରଖିଲେ ଲୋକେ । ସାଢେ ୩ ଘଣ୍ଟା ପରେ ନନ୍ଦନକାନନ-ଜୟଦେବ ବିହାର ରାସ୍ତାରେ ଗଡ଼ିଲା ମୋ ବସ୍ ।

ସୂଚନାଯୋଗ୍ୟ, ଚନ୍ଦ୍ରଶେଖରପୁର ଭାରତ ପେଟ୍ରୋଲ ପମ୍ପ ସାମ୍ନାରେ ଆଜି ସକାଳେ ଜଣେ ଯୁବତୀ ରାସ୍ତା ପାର ହେଉଥିବା ବେଳେ ଧକ୍କା ଦେଇଥିଲା ମୋ ବସ । ଫଳରେ ଯୁବତୀ ଜଣଙ୍କ ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ମେଡିକାଲ ପଠାଇଥିଲେ । ଆହତ ଯୁବତୀଙ୍କ ନାଁ ଝିଲି ଷୋହଲା ଓ ତାଙ୍କ ଘର ସମ୍ବଲପୁରରେ ବୋଲି ଜଣାପଡିଛି । ସେ ଭୁବନେଶ୍ଵର ଏକ ବିୟୁଟି ପାର୍ଲରରେ କାମ କରନ୍ତି ।

ତାଙ୍କୁ ମୋ ବସ୍ ଧକ୍କା ଦେବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ଉତ୍ତ୍ୟକ୍ତ ଲୋକେ ରାସ୍ତା ଅବରୋଧ କରି ଏହି ରୁଟରେ ପ୍ରାୟ ୧୫ଟି ମୋ ବସକୁ ଅଟକ ରଖିଥିଲେ । ଏହାସହ ଯୁବତୀଙ୍କୁ କ୍ଷତିପୂରଣ ଓ କ୍ରୁଟରେ ସରକାରୀ ନିଯୁକ୍ତି ଦେବାକୁ ଦାବି କରିଥିଲେ ଉତ୍ତ୍ୟକ୍ତ ଲୋକେ ।  ଉଭୟ ରୁଟରେ ଟ୍ରାଫିକ ସମସ୍ୟା ଉପୁଜିଥିଲା । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଟ୍ରାଫିକ ବ୍ୟବସ୍ଥାକୁ ସ୍ୱାଭାବିକ କରିଥିଲା । ଦୁର୍ଘଟଣା ଘଟାଇଥିବା ବସ୍ ଓ ଡ୍ରାଇଭରକୁ ଅଟକ ରଖିଛି ଚନ୍ଦ୍ରଶେଖରପୁର ପୋଲିସ । ଡ୍ରାଇଭର ବିରୋଧରେ କ୍ରିମିନାଲ କେସ ହେବ । କୋର୍ଟ ଅର୍ଡର ଆସିଲେ ବସକୁ ଛଡ଼ାଯିବ । ବେପରୁଆ ଗାଡି ନ ଚଳାଇବାକୁ କ୍ରୁଟ ଅଧିକାରୀଙ୍କୁ ତାଗିଦ୍ କରିଛି ପୋଲିସ୍ ।

ରୁଷିଆକୁ ସମର୍ଥନ ପଡ଼ିଲା ମହଙ୍ଗା; ଭାରତ ସମେତ ବିଶ୍ବର ୨୭୫ ସଂସ୍ଥା ଓ ବ୍ୟକ୍ତିଙ୍କ ବିରୋଧରେ କଟକଣା

ନୂଆଦିଲ୍ଲୀ: ମହଙ୍ଗା ପଡିଲା ରୁଷିଆର ସାମରିକ କାର୍ଯ୍ୟକଳାପକୁ ସମର୍ଥନ । ବିଶ୍ବର ୨୭୫ ସଂସ୍ଥା ଓ ବ୍ଯକ୍ତି ବିଶେଷଙ୍କ ବିରୋଧରେ କଟକଣା ଲଗାଇଲା ଆମେରିକା । ଏମାନଙ୍କ ମଧ୍ଯରେ ରହିଛନ୍ତି ଭାରତର ୧୫ ସଂସ୍ଥା । ଚୀନ, ସୁଇଜରଲ୍ଯାଣ୍ଡ, ଥାଇଲାଣ୍ଡ, ତୁର୍କୀର ବିଭିନ୍ନ ସଂସ୍ଥା ବିରୋଧରେ ଏହି କଟକଣା ଲାଗିଛି । ରୁଷିଆକୁ ଆତ୍ଯାଧୁନିକ ପ୍ରଯୁକ୍ତି, ଯନ୍ତ୍ରପାତି ଆଦି ଯୋଗାଣ ଅଭିଯୋଗରେ ଆମେରିକାର ଟ୍ରେଜେରୀ ବିଭାଗ ଏହି କଟକଣା ଲଗାଇଛି ।

ସେହିପରି ରୁଷିଆର ଆମଦାନୀକାରୀ ସଂସ୍ଥା ଓ ଉତ୍ପାଦନକାରୀ ସଂସ୍ଥା ବିରୋଧରେ ବି ଲାଗିଛି କଟକଣା । ଟ୍ରେଜେରୀ ବିଭାଗ ଉପ ସଚିବ ଓ୍ବାଲି ଆଦେମୋ କହିଛନ୍ତି, ୟୁକ୍ରେନ ବିରୋଧରେ ରୁଷିଆ ବେଆଇନ ଯୁଦ୍ଧ କରୁଥିବାରୁ ତାହାକୁ ପ୍ରତିହତ କରିବା ଲାଗି ଆମେରିକା ପକ୍ଷରୁ ଏହି ପଦକ୍ଷେପ  ନିଆଯାଇଛି । ଆମେରିକା କଟକଣାର ବି ଶିକାର ହୋଇଛନ୍ତି ରୁଷିଆ ପ୍ରତିରକ୍ଷା ମନ୍ତ୍ରାଳୟର ବହୁ ବରିଷ୍ଠ ଅଧିକାରୀ, ପ୍ରତିରକ୍ଷା କମ୍ପାନୀ ।

ଭାରତର ଯେଉଁ କମ୍ପାନୀ କଟକଣାର ଶିକାର ହୋଇଛନ୍ତି ସେଗୁଡିକ ହେଲା- ଆଭର ଟେକ୍ନୋଲୋଜିସ ଆଣ୍ଡ ସର୍ଭିସେସ ପ୍ରାଇଭେଟ ଲିମିଟେଡ, ଦେନଭାସ ସର୍ଭିସ ପ୍ରାଇଭେଟ ଲିମିଟେଡ, ଏମିସଷ୍ଟେକ, ଗାଲାକ୍ସି ବିମିଂ ଲିମିଟେଡ, ଅରବିଟ ଫିନଟ୍ରେଡ ଏଲଏଲପି, ଇନୋଭା ଭେଞ୍ଚର୍ସ, କେଡିଜେଇ ଇଞ୍ଜିନିୟରିଂ ପ୍ରାଇଭେଟ ଲିମିଟେଡ, ଖୁସୁବ ହୋନିଂ ପ୍ରାଇଭେଟ ଲିମିଟେଡ । ସେହିପରି ଲୋକେସ ମେସିନସ୍ ଲିମିଟେଡ, ପଏଣ୍ଟର ଇଲେକ୍ଟ୍ରୋନିକ୍ସ, ଆରଆରଜି ଇଞ୍ଜିନିୟରିଂ ଟେକ୍ନୋଲୋଜିସ ପ୍ରାଇଭେଟ ଲିମିଟେଡ, ଶାର୍ପଲାଇନ ଅଟୋମେସନ, ଶୌର୍ଯ୍ୟ ଏରୋନେଟିକ୍ସ, ଶ୍ରୀଜି ଇମ୍ପେକ୍ସ, ଶ୍ରେୟା ଲାଇଫ ସାଇନ୍ସେସ୍ ବିରୋଧରେ ବି କଟକଣା ଲାଗିଛି ।

ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ପାଇଁ ନୂଆ ସିକ୍ୟୁରିଟି ବ୍ୟବସ୍ଥା

ଭୁବନେଶ୍ବର: ପୂର୍ବତନ ମୁଖ୍ଯମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ନୂଆ ସିକ୍ଯୁରିଟି ବ୍ଯବସ୍ଥା ହୋଇଛି । ତେବେ ସରକାରଙ୍କ ଆଚରଣ ବିଜେଡିକୁ ଆଚମ୍ବିତ କରିଛି । ଏହାକୁ ନେଇ ସବୁ ମହଲରେ ଚର୍ଚ୍ଚା ମଧ୍ଯ ହେଉଛି ।

ବିଜେଡି ପକ୍ଷରୁ କୁହାଯାଇଛି, ନବୀନ ଦୁଇ ଦଶନ୍ଧି ଧରି ପାଞ୍ଚ ପାଞ୍ଚ ଥର ମୁଖ୍ୟମନ୍ତ୍ରୀ ଭାବେ ଓଡ଼ିଶାକୁ ସେବା ଯୋଗାଇଛନ୍ତି । ଆଞ୍ଚଳିକ ଦଳର ନେତା ଭାବେ ଆଜି ବି ତାଙ୍କ ବ୍ୟକ୍ତିତ୍ୱ ଓ ନେତୃତ୍ୱକୁ ସମସ୍ତେ ଗ୍ରହଣ କରୁଛନ୍ତି । ଗଣତନ୍ତ୍ରରେ ଉଭୟ ସରକାରୀ ଓ ବିରୋଧୀ ଦଳର ଭୂମିକା ରହିଛି । ନବୀନ ପଟ୍ଟନାୟକ ଜଣେ ସର୍ବମାନ୍ୟ ନେତା । ତେଣୁ ନବୀନ ପଟ୍ଟନାୟକଙ୍କ ସୁରକ୍ଷାରେ ଆଗାମୀ ଦିନରେ ଯେପରି ତ୍ରୁଟି ନ ରହେ, ତାହାର ଉତ୍ତରଦାୟିତ୍ୱ ରାଜ୍ୟ ସରକାର କରିବା ଦରକାର । ରାଜ୍ୟ ସରକାର ତ୍ରୁଟି ସୁଧାରିବେ ବୋଲି ବିଜେଡି ଆଶା କରୁଛି ।

ବିଜେପି ସରକାର ପ୍ରତିଶୃତି ପାଳନ କରିବାରେ ବିଫଳ ହୋଇଛି : ବିଜେଡି

ନନ୍ଦିଘୋଷ ବ୍ୟୁରୋ: ନିର୍ବାଚନ ପୂର୍ବରୁ ଯାହା ପ୍ରତିଶୃତି ଦେଇଥିଲେ ବିଜେପି ସରକାର ତାହା ପାଳନ କରିବାରେ ସଂପୂର୍ଣ୍ଣ ବିଫଳ ହୋଇଛି । ଦୁଇଟି କିସ୍ତିରେ ସୁଭଦ୍ରା ଯୋଜନାରେ ୫୦ ହଜାର ଟଙ୍କା ଦେବେ ବୋଲି କହି ଏବେ ପାଞ୍ଚ ବର୍ଷରେ ଦେବେ ବୋଲି କହୁଛନ୍ତି । ସୁଭଦ୍ରା ଗାଇଡଲାଇନରେ ଆଠ ଥର ପରିବର୍ତ୍ତନ କରାଯାଉଛି । ସେହିପରି ମାଗଣା ବିଜୁଳି, ୩ ହଜାର ଟଙ୍କା ଭତ୍ତା, ୩୧ଶହ ଟଙ୍କା ଧାନର MSP ପରି ପ୍ରତିଶୃତି ଦେଇ ଲୋକଙ୍କ ଆସ୍ଥା ଓ ବିଶ୍ୱାସ ହାସଲ କରି ସରକାର ଗଠନ କରିଛନ୍ତି । ବିଜେଡି ଧୈର୍ଯ୍ୟର ସହ ଯୋଜନାର ସୁଫଳ ଲୋକଙ୍କୁ ମିଳିବ ବୋଲି ଅପେକ୍ଷା କରିଛି । ନିଶ୍ଚିତ ଭାବେ ସବୁ ପ୍ରତିଶୃତି କାର୍ଯ୍ୟକାରୀ ହେବା ଦରକାର । ସୁଭଦ୍ରା ଯୋଜନାରେ ଏବେ ଯେଉଁପରି ମାସକୁ ୮ଶହ ଟଙ୍କା ଦେଉଛନ୍ତି ତାର ମାଆମାନେ ଜବାବ ଦେବେ ବୋଲି ଚେତାଇ ଦେଇଛି ବିଜେଡି ।

ଲରେନସ ବିଷ୍ଣୋଇର ଭାଇ ଅନମୋଲକୁ ଆମେରିକାରୁ ଆଣିବାକୁ ପ୍ରକ୍ରିୟା ଆରମ୍ଭ

ନନ୍ଦିଘୋଷ ବ୍ୟୁରୋ: ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟର୍ ଲରେନସ ବିଷ୍ଣୋଇର ଭାଇ ଅନମୋଲ ବିଷ୍ଣୋଇକୁ ଆମେରିକାରୁ ଆଣିବାକୁ ଆରମ୍ଭ ହୋଇଛି ପ୍ରକ୍ରିୟା। ପ୍ରତ୍ୟର୍ପଣ କରି ତାକୁ ଅଣାଯିବ। ମୁମ୍ଵାଇ ପୋଲିସର କ୍ରାଇମବ୍ରାଞ୍ଚ ଏହି ଏ ନେଇ ପଦକ୍ଷେପ ନେଇଛି। ଅନମୋଲ ବିଷ୍ଣୋଇ ବିରୋଧରେ ଜାମିନବିହୀନ ଗିରଫ ପରୱାନା ଜାରି କରିଛି ମୁମ୍ଵାଇର ସ୍ଵତନ୍ତ୍ର ମକୋକ୍କା କୋର୍ଟ। ମୁମ୍ଵାଇ ପୋଲିସର କ୍ରାଇମବ୍ରାଞ୍ଚ କୋର୍ଟଙ୍କ ନିର୍ଦ୍ଦେଶନାମା ଓ ଅନ୍ୟ କାଗଜପତ୍ରକୁ ଅପେକ୍ଷା କରିଛି। ତାହା ହସ୍ତଗତ ହେବା ପରେ ସେସବୁ କେନ୍ଦ୍ର ସରକାରଙ୍କ ନିକଟକୁ ପଠାଯିବ। ତା ପରେ କେନ୍ଦ୍ର ସରକାର ଆମେରିକା ସହିତ ଯୋଗାଯୋଗ କରିବେ ଏବଂ  ଅନମୋଲର ପ୍ରତ୍ୟର୍ପଣ ପାଇଁ ଅନୁରୋଧ କରିବେ। ଅନମୋଲ ବିରୋଧରେ ରେଡ୍ କର୍ଣ୍ଣର ନୋଟିସ୍ ଜାରି କରାଯାଇଛି। ଆଗରୁ କୁହାଯାଉଥିଲା ଅନମୋଲ କାନାଡ଼ାରେ ଅଛି। କିନ୍ତୁ ସେ ଆମେରିକାରେ ଥିବାର ସ୍ପଷ୍ଟ ହୋଇଛି। ତା ବିରୋଧରେ ଏନଆଇଏ ୧୦ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଛି।

ଜାଣନ୍ତୁ ଡୋନାଲ୍ଡ ଟ୍ରମ୍ପଙ୍କ ସମ୍ପର୍କରେ କିଛି ଅଜଣା କଥା

ନନ୍ଦିଘୋଷ ବ୍ୟୁରୋ: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ରିପବ୍ଲିକାନ ଦଳର ପ୍ରାର୍ଥୀ ଅଛନ୍ତି ଡୋନାଲଡ ଟ୍ରମ୍ପ। ଡୋନାଲଡ ଟ୍ରମ୍ପଙ୍କ ଜନ୍ମ ୧୪ ଜୁନ ୧୯୪୬ରେ। ସେ ଜଣେ ରାଜନୀତିଜ୍ଞ, ମିଡିଆ ବ୍ଯକ୍ତିତ୍ବ ଓ ବ୍ଯବସାୟୀ। ୨୦୧୭ରୁ ୨୦୨୧ ଯାଏ ରାଷ୍ଟ୍ରପତି ଥିଲେ ଟ୍ରମ୍ପ। ଆମେରିକାର ୪୫ତମ ରାଷ୍ଟ୍ରପତି ଥିଲେ ଡୋନାଲଡ ଟ୍ରମ୍ପ। ୨୦୧୬ ନିର୍ବାଚନରେ ଟ୍ରମ୍ପ ପାଇଥିଲେ ୩୦୪ ଇଲେକ୍ଟୋରାଲ ଭୋଟ। ୨୦୧୬ ନିର୍ବାଚନରେ ଡେମୋକ୍ରାଟିକ ପ୍ରାର୍ଥୀ ହିଲାରୀ କ୍ଲିଣ୍ଟନ ପାଇଥିଲେ ୨୨୭ ଭୋଟ। ୨୦୨୦ ନିର୍ବାଚନରେ ଡେମୋକ୍ରାଟିକ ପ୍ରାର୍ଥୀ ଜୋ ବାଇଡେନ ପାଇଥିଲେ ୩୦୬ ଇଲେକ୍ଟୋରାଲ ଭୋଟ । ୨୦୨୦ ନିର୍ବାଚନରେ ଟ୍ରମ୍ପ ପାଇଥିଲେ ୨୩୨ ଇଲେକ୍ଟୋରାଲ ଭୋଟ। ଅର୍ଥନୀତିରେ ଡିଗ୍ରୀ କରିଛନ୍ତି ଡୋନାଲଡ ଟ୍ରମ୍ପ। ନିଜର ଶାସନ କାଳରେ ୧୦୦ଟି ପରିବେଶ ସଂକ୍ରାନ୍ତ ନୀତି ପ୍ରତ୍ଯାହାର କରିଥିଲେ ଟ୍ରମ୍ପ। ରାଷ୍ଟ୍ରପତିତ୍ବ ସମୟରେ ଚୀନ ସହ ବାଣିଜ୍ଯିକ ଯୁଦ୍ଧ କରିଥିଲେ ଟ୍ରମ୍ପ। ବିଭିନ୍ନ ବିବାଦୀୟ ଭୂମିକା ସତ୍ତ୍ବେ ତାଙ୍କ ପ୍ରତି ରହିଛି ପ୍ରବଳ ଜନସମର୍ଥନ।

 

ଆମେରିକା ରାଷ୍ଟ୍ରପତି ନିର୍ବାଚନ : ଦୁଇ ପ୍ରାର୍ଥୀ ସମାନ ଭୋଟ ପାଇଲେ ସ୍ଥିତି ହେବ କଣ?

ନନ୍ଦିଘୋଷ ବ୍ୟୁରୋ: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ କାଣ୍ଟେ କି ଟକ୍କର। ରିପବ୍ଲିକାନ ପ୍ରାର୍ଥୀ ଡୋନାଲଡ ଟ୍ରମ୍ପ ଓ ଡେମୋକ୍ରାଟିକ ପ୍ରାର୍ଥୀ କମଳା ହାରିସ- କିଏ ହେବେ ହ୍ବାଇଟ ହାଉସ ବସ୍- ତାହାକୁ ନେଇ ସାରା ବିଶ୍ବର ନଜର। ତେବେ ସର୍ଭେ କହୁଛି ଦୁଇ ପ୍ରାର୍ଥୀଙ୍କ ମଧ୍ଯରେ ବିଜୟର ବ୍ଯବଧାନ ବହୁତ କମ୍ ହେବ। ଆମେରିକାର ଇଲେକ୍ଟୋରାଲ କଲେଜର ଭୋଟ ହେଉଛି ୫୩୮। ତେବେ ଯଦି ଦୁଇ ପ୍ରାର୍ଥୀ ୨୬୯ ଲେଖାଏଁ ଭୋଟ ପାଆନ୍ତି ତେବେ ସ୍ଥିତି କଣ ହେବ। ରାଷ୍ଟ୍ରପତି ଭାବେ ବିଜୟ ଲାଗି ମ୍ଯାଜିକ ନମ୍ବର ହେଉଛି ୨୭୦।

ସମ୍ବିଧାନର ଧାରା ୨, ଉପଧାରା ୧ ଅନୁସାରେ ସିନେଟ ଉପରାଷ୍ଟ୍ରପତିଙ୍କୁ ଓ ପ୍ରତିନିଧି ସଭା ରାଷ୍ଟ୍ରପତିଙ୍କୁ ଚୟନ କରିବ। ଦ୍ବାଦଶ ସଂଶୋଧନ ଅନୁସାରେ ଇଲେକ୍ଟୋରାଲ ଭୋଟକୁ ଆଧାର କରି ରାଷ୍ଟ୍ରପତି ପ୍ରାର୍ଥୀଙ୍କ ମଧ୍ଯରୁ ଟପ୍ – ଥ୍ରୀ ପ୍ରାର୍ଥୀଙ୍କ ମଧ୍ଯରୁ ଜଣକୁ ଚୟନ କରିବେ। ସେହିପରି ସିନେଟରମାନେ ଉପରାଷ୍ଟ୍ରପତି ପ୍ରାର୍ଥୀଙ୍କ ମଧ୍ଯରୁ ପ୍ରଥମ ୨ ପ୍ରାର୍ଥୀଙ୍କ ମଧ୍ଯରୁ କାହାରିକୁ ଚୟନ କରିବେ। ୧୮୨୪ରେ ଆମେରିକା ଇତିହାସରେ ଏପରି ଏକ ବିରଳ ଘଟଣା ଘଟିଥିଲା। ୪ ରାଷ୍ଟ୍ରପତି ପ୍ରାର୍ଥୀ ସମାନ ସମାନ ଭୋଟ ପାଇଥିବାରୁ ବିକଳ୍ପ ବ୍ଯବସ୍ଥା ଅନୁସାରେ ଜନ କ୍ବିନସି ଆଡାମସ ବିଜୟୀ ହୋଇଥିଲେ। ପରାସ୍ତ ହୋଇଥିଲେ ଆଣ୍ଡ୍ରିଉ ଜ୍ଯାକସନ। ପ୍ରତିନିଧି ସଭାରେ ୪୩୫ ସଦସ୍ଯ ଥିବାବେଳେ ସିନେଟରେ ରହିଛନ୍ତି ୧୦୦ ସଦସ୍ଯ।

 

ଆମ୍ବ ଟାକୁଆ ଖାଇ ଦୁଇ ମହିଳାଙ୍କ ମୃତ୍ୟୁ ଘଟଣା : ସରକାରଙ୍କୁ ନିନ୍ଦା କଲା ବିଜେଡି

ନନ୍ଦିଘୋଷ ବ୍ୟୁରୋ: ବାଲିଗୁଡ଼ାରେ ଆମ୍ବ ଟାକୁଆ ଖାଇ ଦୁଇ ମହିଳାଙ୍କ ମୃତ୍ୟୁ ଘଟଣା । ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିଜେଡି । ରାଜ୍ଯକୁ ଲଜ୍ଜା ଆଣିଲେ ବିଜେପି ସରକାର । ଆମ୍ବ ଟାକୁଆ ଖାଇ ମୃତ୍ଯୁ ପରି ଏକ ସମ୍ବେଦନଶୀଳ ଘଟଣାକୁ ରାଜ୍ଯ ସରକାର କରିଛନ୍ତି ଉପହାସ । ଉପମୁଖ୍ଯମନ୍ତ୍ରୀ ଏହାକୁ ଅପପୁଷ୍ଟି ନୁହେଁ ବୋଲି କହିବା ଦୁର୍ଭାଗ୍ଯଜନକ । ତାଠୁ ଆହୁରି ଦୁଃଖଦାୟିକ କଥା ହେଲା ଆମ୍ବ ଟାକୁଆ ଖାଇବା ସେହି ଅଞ୍ଚଳର ନିୟମିତ ଖାଦ୍ଯ । ଏହା ଏକ ଘୋର ଲଜ୍ଜାଜନକ କଥା । ଏହାକୁ ସରକାର ଆହ୍ବାନ ଭାବେ ଗ୍ରହଣ କରନ୍ତୁ । ରାଜ୍ଯରେ ବିପର୍ଯ୍ୟସ୍ତ ବଣ୍ଟନ ବ୍ଯବସ୍ଥାକୁ ସୁଦୃଢ କରାଯାଉ । ଦାରିଙ୍ଗବାଡ଼ି ଘଟଣାରେ ଏପରି ଭାବେ ବର୍ଷିଛି ବିଜେଡି । କହିଛି, ନୂଆ ସରକାର ଲକ୍ଷ୍ୟ ହାସଲ କରିବାରେ ବିଫଳ ହୋଇଛନ୍ତି । ଆମ୍ବ ଟାକୁଆ ଖାଇ ମୃତ୍ଯୁ ଘଟଣାକୁ ସରକାର ଗୁରୁତର ସହ ନିଅନ୍ତୁ । ଆଗକୁ ଯେମିତି ଏପରି ଘଟଣାର ପୁନରାବୃତ୍ତି ନହୁଏ ସେଥିପ୍ରତି ସରକାର ଯତ୍ନବାନ ହେବାକୁ ପରାମର୍ଶ ଦେଇଛି ବିଜେଡି । ୨୦୧୪ରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ କାର୍ଯ୍ୟକାରୀ କରାଗଲା । ତେବେ ଏଥିରୁ ବାଦ ପଡିଥିବା ଗରିବଙ୍କ ପାଇଁ ତତ୍କାଳୀନ ମୁଖ୍ଯମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ରାଜ୍ୟ ଖାଦ୍ଯ ସୁରକ୍ଷା ଆଇନ ଆରମ୍ଭ କଲେ । ଜଣେ ବି କେହି ଯେମିତି ଅନାହାରରେ ମୃତ୍ଯୁ ନହୁଏ ସେଥିପାଇଁ ନବୀନ ଏହି ଯୋଜନା ଆରମ୍ଭ କରିଥିଲେ । ଏଥିରେ ୨୫ ଲକ୍ଷ ସାମିଲ ହୋଇଛନ୍ତି । ଡବଲ ଇଂଜିନ ସରକାର କେବଳ ପ୍ରଚାର ପ୍ରସାରରେ ରହି ଯାଇଛି । ଏହା ସ୍ପଷ୍ଟ ହୋଇଛି ଯେ ଆଦିବାସୀ ପରିବାର ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ବଣ୍ଟନ ବ୍ୟବସ୍ଥାର ବିପର୍ଯ୍ୟସ୍ତ ଅବସ୍ଥାକୁ ଦେଖାଉଛି । ଦାରିଙ୍ଗବାଡିରେ ସେହି ୬ ପରିବାର ଚାରି ମାସ ହେଲା ରାସନ ପାଇନାହାଁନ୍ତି । କିଭଳି ସମସ୍ତେ ରାସନ ପାଇବେ ସେହି ବ୍ଯବସ୍ଥା କରାଯାଉ ବୋଲି ବିଜେଡି ଦାବି କରିଛି । ଯେତେବେଳେ ଏହି ଘଟଣା ଦୃଷ୍ଟିକୁ ଆସିଲା, ତୁରନ୍ତ ଖାଦ୍ୟ ଦେବାକୁ BDO ଯେଉଁ ମତ ଦେଇଛନ୍ତି, ତାକୁ ଅନୁଧ୍ୟାନ କରାଯାଉ । ଉପ ମୁଖ୍ୟମନ୍ତ୍ରୀ ଯାହା କହିଲେ ଏହା ଅପପୁଷ୍ଟି ନୁହେଁ ତାହାଲେ ଅପପୁଷ୍ଟି ଓ ମୃତ୍ୟୁ କେମିତି ହେଲେ ସରକାର ଏହାକୁ ମାନିଵେ ବୋଲି ପ୍ରଶ୍ନ କରିଛି ବିଜେଡି । ଗ୍ରାଉଣ୍ଡ ରିପୋର୍ଟ କହୁଛି ସେମାନେ ଖାଦ୍ୟ ସୁରକ୍ଷା କାର୍ଡ ଧରିଛନ୍ତି । ହେଲେ ଚାରି ମାସ ହେବ ରାସନ ପାଇ ନାହାନ୍ତି । ଯେଉଁଥି ପାଇଁ ଆମ୍ବ ଟାକୁଆ ଖାଉଛନ୍ତି । ଏହା ରାଜ୍ୟ ସରକାରଙ୍କ ଅସଲ ମୁଖା ଖୋଲି ଦେଇଛି । ପ୍ରଶାସନ ଓ ବ୍ୟବସ୍ଥା ଆଜି ଯେଉଁଭଳି କାଠଗଡାରେ ଠିଆ ହୋଇଛି, ଦୃଢ ଆଇନଗତ ପଦକ୍ଷେପ ନିଆଯାଉ । ରାସନ ବ୍ୟବସ୍ଥାରେ ବିଭ୍ରାଟ କରିଥିବା ଲୋକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉ ।

ଶାଳିନତା ଭୁଲିଗଲେ କି ବର ? ଲୋକେ କହିଲେ  ଆମ ପଟେ ଏମିତି ହୋଇଥିଲେ ମାଡ଼ ଖାଇଥାନ୍ତ

ନନ୍ଦିଘୋଷ ବ୍ୟୁରୋ: ସୋସିଆଲ ମିଡିଆ ଯୁଗରେ ଭିଡିଓ ବିଜୁଳି ଭଳି ଭାଇରାଲ ହୋଇଥାଏ । କାହାକୁ ହିରୋ ବନାଇ ଥାଏ ତ ଆଉ କାହାକୁ ନିନ୍ଦାର ପାତ୍ର ସଜାଇ ଦେଇଥାଏ । ଏବେ ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ବେଶ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ବର ଏତେ ଖୁସିରେ ଅଛନ୍ତି କି, ଷ୍ଟେଜ ଉପରକୁ କନ୍ୟା ଯିବାବେଳକୁ ବାଟ ଜଗୁଛନ୍ତି ଆଉ ନାଚରେ ମସଗୁଲ ରହିଛନ୍ତି । ଏପରିକି କନ୍ୟାଙ୍କ ମୁଣ୍ଡରେ ନିଜର ଚନିକୁ ପକାଉଥିବା ମଧ୍ୟ ଦେଖିବାକୁ ମିଳିଛି । ତେବେ ଭାଇରାଲ ହେଉଥିବା ଭିଡିଓଟି କେଉଁଠାର ଏବଂ କେବେକାର ତାହା ସ୍ପଷ୍ଠ ହୋଇନାହିଁ । ମାତ୍ର ଏବେ ଏହି ଭିଡିଓଟି ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଯାହାକୁ ଲୋକେ ମଧ୍ୟ ବହୁଳ ମାତ୍ରାରେ ସେୟାର କରୁଛନ୍ତି ।ତେବେ ଏହି ଭିଡିଓକୁ ନେଇ ୟୁଜର୍ସମାନେ ବିଭିନ୍ନ କମେଣ୍ଟମାନ ଦେଉଛନ୍ତି । ଯେଉଁଥିରେ ଜଣେ ୟୁଜର୍ସ ଲେଖିଛନ୍ତି କି, ଯଦି ଆମ ପଟେ ଏମିତି ହୋଇଥାନ୍ତା ତାହେଲେ ବର ଜଣକ ମାଡ଼ ଖାଇ ଯାଇଥାନ୍ତେ ।

 

ଜାଣନ୍ତୁ କେଉଁ ଫିଲ୍ମ ରୋଜଗାର କଲାଣି ଅଧିକ ଟଙ୍କା ?

ନନ୍ଦିଘୋଷ ବ୍ୟୁରୋ: ଦୀପାବଳି ଅବସରରେ ବଲିଉଡର ଦୁଇଟି ଫିଲ୍ମ ରିଲିଜ ହୋଇଥିବାବେଳେ ଟକ୍କର ଚାଲିଛି । ’ଭୁଲଭୁଲେୟା- ୩’ ଏବଂ ’ସିଙ୍ଘମ ଏଗେନ’ ରିଲିଜ ହୋଇଛି । ଏହି ଦୁଇ ଫିଲ୍ମ ଏବେ ବକ୍ସ ଅଫିସରେ ଭଲ ରୋଜଗାର କରୁଛି । ମଲ୍ଟିଷ୍ଟାର ଫିଲ୍ମ ’ସିଙ୍ଘମ ଏଗେନ’ରେ ଅଜୟ ଦେବଗନଙ୍କ ସହ ଅକ୍ଷୟ କୁମାର, ରଣବୀର ସିଂ, କରିନା କପୁର,ଦୀପିକା ପାଦୁକୋନ, ଟାଇଗର ସ୍ରଫ୍ ଏବଂ ଅର୍ଜୁନ କପୁରଙ୍କ ଭଳି ଅଭିନେତାମାନେ ନଜର ଆସିଛନ୍ତି ।  କେବଳ ଏତିକି ନୁହେଁ ସଲମାନ ଖାନ ମଧ୍ୟ ଏଥିରେ ନଜର ଆସିଛନ୍ତି । ସେପଟେ ଭୁଲ ଭୁଲେୟା ୩ ମଧ୍ୟ ଦର୍ଶକଙ୍କ ମଧ୍ୟରେ ବେଶ ପ୍ରଂଶସା ସାଉଁଣ୍ଟୁଛି । ଏଥିରେ ମାଧୁରୀ ଦିକ୍ଷିତ, ବିଦ୍ୟା ବାଲାନ ଏବଂ କାର୍ତ୍ତିକ ଆର୍ଯ୍ୟନଙ୍କ ଭଳି କଳାକାରମାନେ ନଜର ଆସିଛନ୍ତି । ଏହି ଦୁଇ ଫିଲ୍ମ ମଧ୍ୟ କଡ଼ା ଟକ୍କର ହେଉଥିବାବେଳେ ବକ୍ସ ଅଫିସରେ ମଧ୍ୟ ରୋଜଗାର ପାଖାପାଖି ସମାନ ରହିଛି ।

ସିଙ୍ଘମ ଏଗେନ ପ୍ରଥମରୁ ଭଲ ରୋଜଗାର କରିଛି । ଭାରତରେ କେବଳ ୪୩. ୫୦ ଟଙ୍କା ରୋଜଗାର କରିଛି । ସେପଟେ ଭୁଲ ଭୁଲେୟା ୩୫. ୫୦ କୋଟି ଟଙ୍କା ରୋଜଗାର କରିଛି । ଦିଲ୍ଲୀ ଏନସିଆଣ ଏବଂ କୋଲକାତାରେ ଉଭୟ ଫିଲ୍ମ ପାଇଁ କମ ହଲ ମିଳିଛି । ଯାହାକୁ ନେଇ ସମାଲୋଚନାର ଶିକାର ହେବାକୁ ପଡ଼ିଛି । ମାତ୍ର ଉଭୟ ଫିଲ୍ମକୁ ଦର୍ଶକେ ବେଶ ପସନ୍ଦ କରୁଛନ୍ତି ।