spot_img
Home Blog Page 1331

ବାରଙ୍ଗରେ ନାବାଳିକାଙ୍କୁ ଦୁଷ୍କର୍ମ ଘଟଣା : ଅଭିଯୁକ୍ତ ସେଲୁନରୁ ଗିରଫ

ନନ୍ଦିଘୋଷ ବ୍ୟୁରୋ: ବାରଙ୍ଗରେ ଲଜ୍ଜା। ଜଣେ ଶିଶୁକନ୍ୟାକୁ ଦୁଷ୍କର୍ମ ଅଭିଯୋଗ । ଗୁରୁତର ଶିଶୁକନ୍ୟାକୁ ଶିଶୁକୁ କଟକ ଶିଶୁଭବନ ପରେ ଅଧିକ ଚିକିତ୍ସା ପାଇଁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ସେପଟେ ଶିଶୁକନ୍ୟାକୁ ଦୁଷ୍କର୍ମ ଘଟଣାର ମୁଖ୍ୟ ଅଭିଯୁକ୍ତ କୈଳାସ ହେମ୍ରମକୁ ବାରଙ୍ଗ ପୋଲିସ ଗିରଫ କରିଛି । ଅଭିଯୁକ୍ତ କୈଳାସ ହେମ୍ବ୍ରମ ଘର ଝାଡ଼ଖଣ୍ଡରେ ହୋଇଥିବା ଜଣାପଡ଼ିଛି । ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଓ ବାରଙ୍ଗ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି । ନୟାଗଡ଼ ଅଞ୍ଚଳର କିଛି ଲୋକେ ସପରିବାର ସହ  ତ୍ରିଶୂଳିଆ ଅଞ୍ଚଳରେ ଥିବା ଏକ ଇଟା ଭାଟିରେ କାର୍ଯ୍ୟ କରୁଥିଲେ । ତେବେ ଗତକାଲି ରାତିରେ ଇଟା ଭାଟିରେ କାମ କରୁଥିବା ଜଣେ ଶ୍ରମିକ ୬ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ କରି ଫେରାର୍ ହୋଇଯାଇଥିଲେ । ବାରଙ୍ଗ ଥାନାରେ ଲିଖିତ ଅଭିଯୋଗ କରିଥିଲେ ପରିବାର ଲୋକେ ।

ଭୋଟ୍ ଦେବା ପୂର୍ବରୁ ମା’ଙ୍କ ଆଶୀର୍ବାଦ ନେଲେ ଅଜିତ ପାଓ୍ବାର

ନନ୍ଦିଘୋଷ ବ୍ୟୁରୋ: ବୁଧବାର ମହାରାଷ୍ଟ୍ରର ୨୮୮ ଆସନ ପାଇଁ ଚାଲିଛି ମତଦାନ । ଏଥର କଡ଼ା ଟକ୍କର ହେଉଥିବାବେଳେ ସରକାର କିଏ ଗଢ଼ିବ ତାକୁ ନେଇ ଲାଗି ରହିଛି ସସପେନ୍ସ । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି କି, ଏଥରର ପାରିବାରିକ ଲଢ଼େଇ ଦେଖିବାକୁ ମିଳିଛି ନିର୍ବାଚନୀ ମଇଦାନରେ । ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାରଙ୍କ ବିରୋଧରେ ପ୍ରାର୍ଥୀ ହୋଇଛନ୍ତି ପୁତୁରା ଯୋଗେନ୍ଦ୍ର ପାଓ୍ବାର । ବାରମତି ଆସନରୁ ଲଢ଼େଇ କରୁଥିବାବେଳେ ଏହି ଆସନ ଉପରେ ରହିଛି ସମସ୍ତଙ୍କ ନଜର । ଏନସିପି ଦୁଇ ଭାଗ ହେବା ପରେ ଦାଦା ଶରଦ ପାଓ୍ବାର ଏବଂ ଅଜିତଙ୍କ ମଧ୍ୟରେ ସବୁବେଳେ କଡ଼ା ଟକ୍କର ଦେଖିବାକୁ ମିଳିଛି । ଗତ ଲୋକସଭା ଆସନରେ ଅଜିତ ପାଓ୍ବାରଙ୍କ ପତ୍ନୀ ଶରଦଙ୍କ ଝିଅଠାରୁ ପରାସ୍ତ ହୋଇଛନ୍ତି । ଏଣୁ ଏଥରକ ଅଜିତଙ୍କ ଭାଗ୍ୟ କଣ ହେବ ତାକୁ ନେଇ ଚର୍ଚ୍ଚା ହେଉଥିବାବେଳେ ଭୋଟ ଦେବାକୁ ଯିବା ପୂର୍ବରୁ ମାଙ୍କ ଆଶୀର୍ବାଦ ନେଇଛନ୍ତି । ଏହି ଫଟୋକୁ ସେ ସୋସିଆଲ ମିଡିଆରେ ପୋଷ୍ଟ କରିଥିବାବେଳେ ୟୁଜର୍ସମାନେ ବିଭିନ୍ନ କମେଣ୍ଟମାନ ଦେଉଛନ୍ତି । ଦାଦା, ପୁତୁରା ଏବଂ ପରିବାର ତାଙ୍କଠାରୁ ରାଜନୀତି ପାଇଁ ଦୂରେଇ ଯାଇଥିବାବେଳେ ମା ତାଙ୍କ ସାଥୀରେ ରହିଥିବା ଦର୍ଶାଇଛନ୍ତି । କୁହାଯାଉଛି କି, ଭୋଟ ଦେବା ପୂର୍ବରୁ ଇମୋସନାଲ କାର୍ଡ ଖେଳିଛନ୍ତି ଅଜିତ ପାଓ୍ବାର ।

ଦିଲ୍ଲୀରେ ଚରମ ସୀମାରେ  ପ୍ରଦୂଷଣ, ୫୦ ପ୍ରତିଶତ ସରକାରୀ କର୍ମଚାରୀ ୱାର୍କ ଫ୍ରମ ହୋମରେ ରହିବା ଲାଗି ନିର୍ଦ୍ଦେଶ

ନନ୍ଦିଘୋଷ ବ୍ୟୁରେ: ଦିନକୁ ଦିନ ସଙ୍ଗୀନ ହେବାରେ ଲାଗିଛି ରାଜଧାନୀର ସ୍ଥିତି । ଦିଲ୍ଲୀରେ ଚରମ ସୀମାରେ  ପ୍ରଦୂଷଣ। ଅନେକ ସ୍ଥାନରେ ସ୍ଥିତି ନିୟନ୍ତ୍ରଣ ବାହାରେ। ତେବେ ଏହାକୁ ନେଇ ଦିଲ୍ଲୀ ସରକାରଙ୍କ ପକ୍ଷରୁ ଏକ ବଡ଼ ନିଷ୍ପତ୍ତି ନିଆଯିବାକୁ ଯାଉଛି । ୫୦ ପ୍ରତିଶତ ସରକାରୀ କର୍ମଚାରୀ ୱାର୍କ ଫ୍ରମ ହୋମରେ ରହିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଳ ରାୟ କହିଛନ୍ତି କି, ୫୦ ପ୍ରତିଶତ ସରକାରୀ କର୍ମଚାରୀ ଘରୁ ରହି କାମ କରିବେ । ତେବେ ଏନେଇ ଆଜି ଅପରାହ୍ନ ୧ରେ ଏକ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ତେବେ ସରକାରଙ୍କ ପକ୍ଷରୁ କରାଯାଇଥିବା ଏହି ନିର୍ଦ୍ଦେଶ ଦିଲ୍ଲୀ ଏବଂ ଏମସିଡି ପାଇଁ ପ୍ରଯୁଜ୍ୟ ।

ବାୟୁର ମାନ ୪୨୨  ଉପରେ ଥିବା ରେକର୍ଡ କରାଯାଇଛି। ବାୟୁମଣ୍ଡଳରେ ଯେଉଁଆଡେ ଦେଖିବ ଖାଲି ଧୂଆଁମୟ ପରିବେଶ । ଦିଲ୍ଲୀରେ AQI ରେକର୍ଡ ଭାଙ୍ଗିଛି । ଅଡ୍ ଇଭିନ୍ ନମ୍ବର ଗାଡି ଚଳାଚଳ ପାଇଁ କୁହାଯାଇଛି । ଦିଲ୍ଲୀକୁ ବାହାର ରାଜ୍ୟରୁ ଆସୁଥିବା ଟ୍ରକ ପ୍ରବେଶ କରି ପାରିବେ ନାହିଁ। ସିଏନଜି, ଇଲେକ୍ଟ୍ରି ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ନେଇ ଆସୁଥିବା ଟ୍ରକକୁ ପ୍ରବେଶ ଅନୁମତି ରହିବ। ଦିଲ୍ଲୀ ବାହାରେ ପଞ୍ଜିକୃତ ହାଲୁକା ବ୍ୟବସାୟିକ ଯାନ ବି ପ୍ରବେଶ କରିପାରିବେ ନାହିଁ।

ଏହା ପୂର୍ବରୁ ଦିଲ୍ଲୀ ସରକାର ବିଭିନ୍ନ ସମୟରେ କାର୍ଯ୍ୟାଳୟ ଏବଂ ଏମସିଡି ପାଇଁ କାର୍ଯ୍ୟାଳୟ ଖୋଲିବାକୁ ଘୋଷଣା କରିଥିଲେ। ଦିଲ୍ଲୀର ମ୍ୟୁନିସିପାଲିଟି କର୍ପୋରେସନ୍ (ଏମସିଡି) କାର୍ଯ୍ୟାଳୟଗୁଡ଼ିକର ସମୟ ସକାଳ 8.30 ରୁ 5 ଟା ପର୍ଯ୍ୟନ୍ତ ସ୍ଥିର ହୋଇଥିବାବେଳେ ଦିଲ୍ଲୀ ସରକାରୀ କାର୍ଯ୍ୟାଳୟଗୁଡ଼ିକର ସମୟ ସକାଳ 10 ଟାରୁ 6.30 ପର୍ଯ୍ୟନ୍ତ ସ୍ଥିର କରାଯାଇଥିଲା। ପ୍ରଦୂଷଣ ମଧ୍ୟରେ ଦିଲ୍ଲୀ ମେଟ୍ରୋ ଦ୍ୱାରା ଯାତ୍ରା କରୁଥିବା ଲୋକଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି। ସରକାରୀ ତଥ୍ୟ ଅନୁଯାୟୀ, ଦିଲ୍ଲୀ ମେଟ୍ରୋ ନଭେମ୍ବର 18 ରେ ଗୋଟିଏ ଦିନରେ ଯାତ୍ରା କରିବାର ସମସ୍ତ ରେକର୍ଡ ଭାଙ୍ଗିଛି। ଚୁକ୍ତିଭିତ୍ତିକ ବସ୍ ଡ୍ରାଇଭର ଏବଂ ଦିଲ୍ଲୀ ପରିବହନ ନିଗମର କଣ୍ଡକ୍ଟରମାନେ ମଧ୍ୟ ସୋମବାର ଧର୍ମଘଟ କରିଥିଲେ, ଯେଉଁ କାରଣରୁ ଲୋକମାନେ ମେଟ୍ରୋ ଆଡକୁ ମୁହାଁଇଥିଲେ।

ବାରଙ୍ଗରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ

ନନ୍ଦିଘୋଷ ବ୍ୟୁରୋ: ବାରଙ୍ଗରେ ଲଜ୍ଜା। ଜଣେ ଶିଶୁ କନ୍ୟାକୁ ଦୁଷ୍କର୍ମ ଅଭିଯୋଗ। ଗୁରୁତର ଅବସ୍ଥାରେ ଶିଶୁକୁ କଟକ ଶିଶୁଭବନରେ ଭର୍ତ୍ତି  କରାଯାଇଛି।  ନୟାଗଡ଼ ଅଞ୍ଚଳର କିଛି ଲୋକେ ସପରିବାର ସହ  ତ୍ରିଶୂଳିଆ ଅଞ୍ଚଳରେ ଥିବା ଏକ ଇଟା ଭାଟିରେ କାର୍ଯ୍ୟ କରୁଥିଲେ । ତେବେ ଗତକାଲି ରାତିରେ ଇଟା ଭାଟିରେ କାମ କରୁଥିବା ଜଣେ  ଶ୍ରମିକ ୬ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରି ଫେରାର ହୋଇଯାଇଛନ୍ତି। ଶିଶୁ କନ୍ୟାକୁ ଗୁରୁତର ଅବସ୍ଥାରେ କଟକ ଶିଶୁଭବନରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି। ଏନେଇ  ବାରଙ୍ଗ ଥାନା ରେ ଲିଖିତ ଅଭିଯୋଗ କରିଛନ୍ତି ପରିବାର ଲୋକେ । ଅଭିଯୋଗ ପରେ ମୁଖ୍ୟ ଅଭିଯୁକ୍ତକୁ ବାରଙ୍ଗ ଥାନାରେ ଅଟକ ରଖିଛି ପୋଲିସ । ଯୁବକ ଜଣକ ଏକ ସେଲୁନରେ ଚୁଟି କାଟୁଥିବା ବେଳେ ଧରିଛି ପୋଲିସ । ସେ ଶିଶୁକନ୍ୟାର ସମ୍ପର୍କୀୟ ମାମୁଁ ବୋଲି ସୂଚନା ମିଳିଛି । ଅଟକ ଅଭିଯୁକ୍ତ ମୟୂରଭଞ୍ଜର କୈଳାସ ହେମ୍ବ୍ରମ ହୋଇଥିବା ଜଣପଡ଼ିଛି।

ବର୍ଡର ଗାଭାସ୍କର ଟ୍ରଫି, ଟିମ ଇଣ୍ଡିଆର ବ୍ୟାଟିଂ ଅର୍ଡର ପ୍ରସ୍ତୁତ

ନନ୍ଦିଘୋଷ ବ୍ୟୁରୋ: ଟିମ ଇଣ୍ଡିଆ ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର ଗାଭାସ୍କର ଟ୍ରଫି ଖେଳିବା ପାଇଁ ଅଷ୍ଟ୍ରେଲିଆ ଗସ୍ତରେ ଅଛି । ଟିମ ଇଣ୍ଡିଆର ଅଧିନାୟକ ଏବଂ ଶୁଭମନ ଗିଲ ପ୍ରଥମ ମ୍ୟାଚରେ ଆହତ କାରଣରୁ ଖେଳି ପାରିବେ ନାହିଁ । ଯାହାକି ଏବେ ସମସ୍ତଙ୍କ ଚିନ୍ତାର କାରଣ । ଏମାନଙ୍କ ସ୍ଥାନରେ ଦଳରେ କିଏ ସ୍ଥାନ ପାଇବେ । ତେବେ ଏହାକୁ ନେଇ ଲାଗି ରହିଥିବାବେଳେ ଭାରତୀୟ ଦଳର ଖେଳାଳିମାନେ ନେଟରେ ଅଭ୍ୟାସ ଜାରି ରଖିଛନ୍ତି । ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଭାରତର ପରାଜୟ ପରେ ଦଳର ପ୍ରଦର୍ଶନ କିଭଳି ରହିବ ତାଉପରେ କ୍ରୀଡ଼ାପ୍ରେମୀଙ୍କ ନଜର ରହିଛି । ଏହାସହ ଏହି ସିରିଜ ଭାରତର ବିଶ୍ବ ଟେଷ୍ଟ ଚାମ୍ପିୟନ୍ସସିପର ଭାଗ୍ୟ ମଧ୍ୟ ନିର୍ଦ୍ଧାରଣ କରିବାକୁ ଯାଉଛି । ତେବେ ଅଭ୍ୟାସ ବେଳେ ଭାରତୀୟ ଦଳର ଖେଳାଳିଙ୍କ ସ୍ଥିତିରୁ ଜଣା ପଡ଼ିଛି କି କେଉଁମାନେ ଦଳରେ ସ୍ଥାନ ପାଇବେ ।

ଓପନର ଭାବେ ରୋହିତ ଶର୍ମାଙ୍କ ସ୍ଥାନରେ ଦଳ କେ.ଏଲ ରାହୁଲଙ୍କୁ ସୁଯୋଗ ଦେଇପାରେ । ସେହିପରି ଭାବେ ଶୁଭମନ ଗିଲଙ୍କ ସ୍ଥାନରେ ଦେବିଦତ୍ତ ପାଡିକଲ ସ୍ଥାନ ପାଇପାରନ୍ତି । ଅନ୍ୟପଟେ ସର୍ଫରାଜ ଖାନ ପ୍ରଥମ ମ୍ୟାଚରେ ପ୍ଲେଇଙ୍ଗ ୧୧ରେ ସ୍ଥାନ ପାଇନପାରନ୍ତି । ଅଭିଜ୍ଞ ଅଲରାଉଣ୍ଡ ରବିନ୍ଦ୍ର ଜାଡେଜା କିନ୍ତୁ ଦଳରେ ସ୍ଥାନ ପାଇବା ଏକପ୍ରକାର ନିଶ୍ଚିତ । ଅନ୍ୟପଟେ ଯୁବ ଓପନର ବ୍ୟାଟ୍ସମ୍ୟାନ ଇଶ୍ବରନ ମଧ୍ୟ ସ୍ଥାନ ପାଇନପାରନ୍ତି ।

ଶତ୍ରୁକୁ ସହାଁର କରିବ ସାଗର କବଚ, ଆତଙ୍କବାଦୀ ଧରିବାକୁ ନୌସେନା ପ୍ରସ୍ତୁତ

ନନ୍ଦିଘୋଷ ବ୍ୟୁରୋ: ଶତ୍ରୁ ସଂହାର ସହ ଆତଙ୍କବାଦୀ ମୁକାବିଲା ଲାଗି ନୌସେନା ପ୍ରସ୍ତୁତ । ଅସ୍ତରଙ୍ଗ ଉପକୂଳରେ ଦୁଇଦିନିଆ ମିଳିତ ସମରାଭ୍ୟାସ ଆରମ୍ଭ ହୋଇଛି । ସମୁଦ୍ରରେ “ସାଗରକବଚ” ର ସମରାଭ୍ୟାସ। ଉପକୂଳ ସୁରକ୍ଷା ବ୍ୟବସ୍ଥାକୁ ତଦାରଖ କରିବାକୁ ଆରମ୍ଭ ହୋଇଛି ଦୁଇଦିନିଆ ସମରାଭ୍ୟାସ ସାଗର କବଚ `ସି ଭିଜିଲ୍’। ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ପରେ ସମଗ୍ର ଭାରତ ଦୋହଲିଯିବା ପରେ ଉପକୂଳ ସୁରକ୍ଷା ବ୍ୟବସ୍ଥାକୁ ତଦାରଖ କରିବାକୁ ଉଭୟ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାର ତରଫରୁ ପ୍ରତ୍ୟେକ ବର୍ଷ ଆୟୋଜିତ ହେଉଛି ମିଳିତ ସମରାଭ୍ୟାସ । ଏହି ସମରାଭ୍ଯାସରେ ନୌସେନା, ତଟରକ୍ଷୀ ବାହିନୀ, ସାମୁଦ୍ରିକ ପୋଲିସ,ଅସ୍ତରଙ୍ଗ ପୋଲିସ, ସାଗର ମିତ୍ର ପ୍ରମୁଖ ସାମିଲ ହୋଇଛନ୍ତି।

ସାମୁଦ୍ରିକ ସୀମାରେ ଅନୁପ୍ରବେଶ ରୋକିବା ଲକ୍ଷ୍ୟରେ ସମରାଭ୍ୟାସ ହୋଇଛି।। ବ୍ଲୁ ଫୋର୍ସ ଓ ରେଡ ଫୋର୍ସ ଦୁଇଟି ଟିମ୍ ହୋଇ ଏହି ସମରାଭ୍ୟାସ ଚାଲିଛି। ଉପକୂଳକୁ ବ୍ଲୁ ବାହିନୀ ଜଗିରହିଥିବା ବେଳେ ରେଡ ବାହିନୀ ଶତ୍ରୁ ପକ୍ଷହୋଇ ଦୂର ସମୁଦ୍ରକୁ ଯାତ୍ରା କରି ପୁଣି ଉପକୂଳ ମୁହାଁହୋଇ ଆକ୍ରମଣ କରିବା ପାଇଁ ପ୍ରସ୍ତୁତ ହୋଇଛି । ବ୍ଲୁ ବାହିନୀ ଉପକୂଳକୁ ରକ୍ଷା କରିବା ପାଇଁ ଶତ୍ରୁ ପକ୍ଷକୁ କଡା ଜବାବ ଦେବା ପାଇଁ ପ୍ରସ୍ତୁତ ହେଉଛି। ବାହ୍ୟ ଶତ୍ରୁ ଠାରୁ ଉପକୂଳକୁ ରକ୍ଷା କରିବା ପାଇଁ ଏହି ସମରାଭ୍ୟାସ ପ୍ରତିବର୍ଷ କରାଯାଇଥାଏ। କିଭଳି ଭାବେ ଜଳପଥ ଦେଇ ଉପକୂଳକୁ ଶତ୍ରୁ ପଶି ନ ଯିବେ ସେନେଇ ସମସ୍ତ ବିଭାଗକୁ ସଚେତନ କରିବା ଏହି ସମରାଭ୍ୟାସର ମୂଳଲକ୍ଷ ।

 

ବଙ୍ଗୋପସାଗରରେ ଆସୁଛି ବାତ୍ୟା !

ନନ୍ଦିଘୋଷ ବ୍ୟୁରୋ: ବଙ୍ଗୋପସାଗରରେ ଆସୁଛି ବାତ୍ୟା ! ଆସନ୍ତାକାଲି ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ। ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରିବ ଘୂର୍ଣ୍ଣିବଳୟ। ୨୩ ତାରିଖରେ ନେବ ଲଘୁଚାପର ରୂପ। ପରବର୍ତ୍ତୀ ୨ ଦିନ ପର୍ଯ୍ୟନ୍ତ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ କରିବ ଗତି। ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ନେବ ଅବପାତର ରୂପ। ପରବର୍ତ୍ତୀ ସମୟରେ ଆହୁରି ଘନୀଭୂତ ହୋଇ ନେଇପାରେ ବାତ୍ୟାର ରୂପ। ବାତ୍ୟା  ତାମିଲନାଡୁ ଏବଂ ଶ୍ରୀଲଙ୍କା ଉପକୂଳ ମୁହାଁ ହେବ ବୋଲି ସୂଚନା ମିଳିଛି। ୨୫ କିମ୍ବା ୨୬ ତାରିଖରେ ବାତ୍ୟା ସ୍ଥଳଭାଗ ଛୁଇଁପାରେ। ତେବେ ଲଘୁଚାପ କିମ୍ବା ବାତ୍ୟାର ପ୍ରଭାବ ଓଡିଶା ଉପରେ ପଡିବ ନାହିଁ। ସିଷ୍ଟମ ଉପରେ ଆଇଏମଡିର ସ୍ବତନ୍ତ୍ର ନଜର ରହିଛି। ବାତ୍ୟାର ତୀବ୍ରତା କେତେ ରହିବ ଏଯାଏଁ ହୋଇନି ସ୍ପଷ୍ଟ। ଲଘୁଚାପ ସୃଷ୍ଟି ପରେ ଚିତ୍ର ସ୍ପଷ୍ଟ କରିବ ଭାରତୀୟ ପାଣିପାଗ ବିଭାଗ ।

 

 

’ପୁଷ୍ପା-୨’ର ଏହି ମିଷ୍ଟ୍ରି କ୍ୟାରେକ୍ଟର କିଏ ?

ନନ୍ଦିଘୋଷ ବ୍ୟୁରୋ: ’ପୁଷ୍ପା’ ବକ୍ସ ଅଫିସରେ ରେକର୍ଡ ହୋଇଥିବାବେଳେ ପୁଷ୍ପା-୨ ର ଟ୍ରେଲର ରିଲିଜ ହୋଇଛି । ଦୀର୍ଘଦିନ ଧରି ଦର୍ଶକେ ଏହି ଫିଲ୍ମର ଟ୍ରେଲରକୁ ଚାହିଁ ରହିଥିଲେ । ଟ୍ରେଲର ମଧ୍ୟ ଦର୍ଶକଙ୍କ ମହଲରେ ବେଶ ଆଦୃତ ହୋଇଛି । ତେବେ ଏଥିରେ ଜଣେ ମିଷ୍ଟ୍ରି କ୍ୟାରେକ୍ଟରଙ୍କୁ ଦେଖିବାକୁ ମିଳିଛି । ୟଶଙ୍କ ଅଭୀନିତ KGF-2 ର କ୍ଲାଇମାକ୍ସରୁ ଏହାକୁ ଉଠାଯାଇଥିବା ଚର୍ଚ୍ଚା ହେଉଛି । ଯେଉଁଥିରେ ଗେମ ଚେଞ୍ଜର ପାଲଟିଛନ୍ତି ନିର୍ଦ୍ଦେଶକ ସୁଧିର ବର୍ମା । ତେବେ ଏବେ ସୋସିଆଲ ମିଡିଆରେ ଏକ ଚର୍ଚ୍ଚା ହେଉଛି ପୁଷ୍ପା-୨ କ୍ଲାଇମାକ୍ସ କେଜିଏଫ-୨ରୁ ପ୍ରେରିତ ହୋଇଛି । ଟ୍ରେଲରକୁ ଦେଖିଲେ ଜଣା ପଡ଼ୁଛି କି, ପୁଷ୍ପରାଜଙ୍କ ପାଖ ଲୋକଙ୍କ ମୃତ୍ୟୁ ହୋଇ ଯାଇଛି । ଆଉ ସେ ଲାଲ ଚନ୍ଦନରେ ଅନ୍ତିମ ସଂସ୍କାର କରୁଛନ୍ତି । କୁହାଯାଉଛି କି, ଶ୍ରୀବଲ୍ଲୀଙ୍କ ମୃତ୍ୟୁ ହୋଇଥିବାବେଳେ ତାଙ୍କର ପ୍ରତିଶୋଧ ନେଇଛି ପୁଷ୍ପା । ତେବେ ସେ ଶ୍ରବଲ୍ଲୀ କିମ୍ବା କେହି ତାଙ୍କର ନିଜ ଲୋକ ତାହା ଏଯାବତ ସ୍ପଷ୍ଠ ହୋଇନାହିଁ । ପୁଷ୍ପା-୨ରେ ମଧ୍ୟ ସେମିତି ଦୃଶ୍ୟ ଦେଖିବାକୁ ମିଳିଥିଲା । ତେବେ କଣ ରହିଛି ସସପେନ୍ସ ଡିସେମ୍ବର ୫ରେ ରିଲିଜ ହେବା ପରେ ସ୍ପଷ୍ଠ ହେବ ।

ଗତ ୧୭ ତାରିଖରେ ପୁଷ୍ପା-୨ର ଟ୍ରେଲର ମୁକ୍ତିଲାଭ କରିଛି । ସେବେଠାରୁ ଟ୍ରେଲରରେ ଦେଖାଯାଇଥିବା ମିଷ୍ଟ୍ରି ଚରିତ୍ରଙ୍କ ସମ୍ପର୍କରେ ଆଲୋଚନା ଚାଲିଛି । ମୁହଁରେ ମେକଅପ ସଙ୍ଗକୁ କପାଳରେ ଏକ ବଡ଼ ବିନ୍ଦି ରହିଛି । ବେକରେ ଏକ ଚପଲ ମାଳ ରହିଛି । କନ୍ନଡ ଷ୍ଟାର ପୋନ୍ନାପା ଏହି ଭଅିନୟ କରିଥିବା ଜଣାପଡ଼ିଛି । ସେ ପୂର୍ବରୁ ବହୁ ହିଟ୍ ଫିଲ୍ମ ତଥା କେଜିଏଫରେ ମଧ୍ୟ ନଜର ଆସିଛନ୍ତି । ତେବେ ତାଙ୍କ ଚରିତ୍ର କଣ ରହିଛି ତାକୁ ନେଇ ଏବେ ସିନେ ସମୀକ୍ଷକମାନେ ମଧ୍ୟ ଚର୍ଚ୍ଚା ଆରମ୍ଭ କରିଛନ୍ତି ।

 

ଭିଜିଲାନ୍ସ ଜାଲରେ ସୁବର୍ଣ୍ଣପୁର ଜିଲ୍ଲା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଅଧିକାରୀ

ନନ୍ଦିଘୋଷ ବ୍ୟୁରୋ: ଭିଜିଲାନ୍ସ ଜାଲରେ ସୁବର୍ଣ୍ଣପୁର ଜିଲ୍ଲା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଅଧିକାରୀ ସୁରେଶ ପାଣିଗ୍ରାହୀ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସୁବର୍ଣ୍ଣପୁର ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ ଜାରି ରହିଛି । ସୁରେଶ ପାଣିଗ୍ରାହୀଙ୍କ ସୋନପୁର ସ୍ଥିତ ଭଡାଘରେ ଓ କାର୍ଯ୍ୟାଳୟରେ ଭିଜିଲାନ୍ସ ବିଭାଗ ବିଳମ୍ବିତ ରାତିରୁ ଚଢ଼ାଉ ଜାରି ରଖିଛି  । ଭିଜିଲାନ୍ସ ବିଭାଗର ଅଧିକାରୀ ମାନେ ଉଭୟ ସ୍ଥାନରେ ତନାଘନା ଜାରି ରଖିଥିବା ସୂଚନା ମିଳିଛି । ବଲାଙ୍ଗୀର ତୁଳସୀ ନଗରସ୍ଥିତ ଘର, ସୁବର୍ଣ୍ଣପୁରସ୍ଥିତ ତାଙ୍କ ଅଫିସ, ବରଗଡ ବିଜେପୁରସ୍ଥିତ ଘର, ଭୁବନେଶ୍ବର ପଟିଆସ୍ଥିତ ଭଡ଼ାଘର, ସେନପୁରସ୍ଥିତ ଭଡ଼ାଘର, ବଲାଙ୍ଗିର ତୁଳସୀ ନଗରସ୍ଥିତ ସମ୍ପର୍କୀୟଙ୍କ ଘର, ଭୁବନେଶ୍ବର ରୟାଲ ଲାଗୁନସ୍ଥିତ ଭଡ଼ାଘର ଆଦି ସ୍ଥାନରେ ରେଡ ହୋଇଛି

୨୯ ବର୍ଷ ପରେ ଅଲଗା ହେଲେ ଏଆର ରେହେମାନ ଏବଂ ସାଇରା

ନନ୍ଦିଘୋଷ ବ୍ୟୁରୋ: ଜଣାଶୁଣା ସଂଗୀତ ନିର୍ଦ୍ଦେଶକ ଏଆର ରେହେମାନଙ୍କ ହୋଇଛି ବିବାହ ବିଚ୍ଛେଦ । ବିବାହର ୨୯ ବର୍ଷ ପରେ ପତ୍ନୀ ସାଇରା ବାନୁଙ୍କ ସହ ତାଙ୍କର ଛାଡ଼ପତ୍ର ହୋଇଛି । ଉଭୟଙ୍କ ଓକିଲ ଏସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସେପଟେ ଏଆର ରେହେମାନ ମଧ୍ୟ ସୋସିଆଲ ମିଡିଆରେ ଏକ ଭାବ ପ୍ରବଣ ପୋଷ୍ଟ କରିଛନ୍ତି । ଅନ୍ୟପଟେ ସାଇରାଙ୍କ କହିବା କଥା ଯେ ରହମାନଙ୍କ ସହ ତାଙ୍କ ସମ୍ପର୍କ ଯୋଗୁ ସେ ଅନେକ କଷ୍ଟ ସହ୍ୟ କରି ଆସୁଥିଲେ। ଏହାକୁ ସମ୍ଭାଳିବା ଆଉ ତାଙ୍କ ପକ୍ଷେ ସମ୍ଭବ ହେଉନାହିଁ।

କହି ରଖୁଛୁ କି, ୫୭ ବର୍ଷୀୟ ଏଆର ରହମାନ ୧୯୯୫ ମସିହାରେ ସାଇରାଙ୍କୁ ନିକା କରିଥିଲେ। ସେମାନଙ୍କର ୩ଟି ସନ୍ତାନ ମଧ୍ୟ ରହିଛନ୍ତି। ହେଲେ ଦୀର୍ଘ ୨୯ ବର୍ଷର ନିକାରେ ଏବେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ସେମାନଙ୍କ ମଧ୍ୟରେ ପରସ୍ପର ପ୍ରତି ଗଭୀର ଭଲ ପାଇବା ଥିଲେ ମଧ୍ୟ ଚାପ ଓ ଅସୁବିଧା ଦମ୍ପତିଙ୍କ ମଧ୍ୟରେ ଏମିତି ଏକ ପାର୍ଥକ୍ୟ ସୃଷ୍ଟି କରିଛି ଯାହାକୁ ପୂରା କରିବା ଦୁଇ ପକ୍ଷ ମଧ୍ୟରେ ଆଉ ସମ୍ଭବ ନୁହେଁ। ଅତ୍ୟନ୍ତ କଷ୍ଟ ଓ ଯନ୍ତ୍ରଣାର ସହ ସାଇରା ଏପରି ନିଷ୍ପତ୍ତି ନେଇଛନ୍ତି।