spot_img
Home Blog Page 1291

ନୌସେନା ଦିବସ ପାଇଁ ପୁରୀ ପୌରପାଳିକାରେ ଥିବା ସମସ୍ତ ସ୍କୁଲ ଛୁଟି ଘୋଷଣା

ପୁରୀ : ନୌସେନା ଦିବସ ପାଇଁ ପୁରୀ ପୌରପାଳିକାରେ ଥିବା ସମସ୍ତ ସରକାରୀ ଓ ବେସରକାରୀ ପ୍ରାଥମିକ, ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ଅନୁଷ୍ଠାନ ଛୁଟି ରହିବ । କିନ୍ତୁ NCERT ଦ୍ଵାରା ପରିଚାଳିତ PARAKH ରାଷ୍ଟ୍ରୀୟ ସର୍ବେକ୍ଷଣ ୨୦୨୪ ଜାତୀୟ ସ୍ତରର ପରୀକ୍ଷା ହୋଇଥିବାରୁ ପରୀକ୍ଷା କେନ୍ଦ୍ର ମାନଙ୍କରେ ସକାଳ ୭ଟା ରୁ ମଧ୍ୟାହ୍ନ ୧୨ ଟା ମଧ୍ୟରେ ସରିବ ପରୀକ୍ଷା । ପରୀକ୍ଷାର୍ଥୀମାନେ ସକାଳେ ୭ଟା ପୂର୍ବରୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବେ ଓ ମଧ୍ୟାହ୍ନ ୧୨ଟା ପରେ ବିଦ୍ୟାଳୟ ଛାଡ଼ିବେ ।  ପରୀକ୍ଷାର୍ଥୀ ମାନଙ୍କ ବ୍ୟତୀତ ଅନ୍ୟ ସମସ୍ତ ଛାତ୍ରଛାତ୍ରୀମାନଙ୍କ ପାଇଁ ବିଦ୍ୟାଳୟ ବନ୍ଦ ରହିବ ବୋଲି ଜିଲ୍ଲା ଶିକ୍ଷା ଅଧିକାରୀ ଦୀପକ କୁମାର ପାଢ଼ୀ ସୂଚନା ଦେଇଛନ୍ତି ।

ଆଜି ଭାରତୀୟ ନୌସେନା ଦିବସ, ସାରା ଓଡ଼ିଶା ଦେଖିବ ଭାରତୀୟ ନୌସେନାର ପରାକ୍ରମ

ପୁରୀ : ଆଜି ଭାରତୀୟ ନୌସେନା ଦିବସ। ପୁରୀ ବ୍ଲୁ ଫ୍ଲାଗ ବିଚରେ ପ୍ରଦର୍ଶୀତ ହେବ ନୌସେନାର ରଣ କୌଶଳ । ସାରା ଓଡ଼ିଶା ଦେଖିବ ଭାରତୀୟ ନୌସେନାର ପରାକ୍ରମ । ଏଥିପାଇଁ ପୁରୀ ବ୍ଲୁ ଫ୍ଲାଗ ବେଳାଭୂମିରେ ଲାଗିଛି ଯୁଦ୍ଧ ଜାହାଜ ଓ ଟ୍ଯାଙ୍କ । ଜଳପଥରେ ଶତ୍ରୁପକ୍ଷକୁ ପ୍ରତିହତ କରିବା ସହ ଚିତ୍ତାକର୍ଷକ ସମରକଳା ଦେଖାଇବେ ନୌବାହିନୀ। ପ୍ରାୟତଃ ୨୫ରୁ ଉର୍ଦ୍ଧ୍ବ ଯୁଦ୍ଧଜାହାଜ ଓ ୩୫ରୁ ଉର୍ଦ୍ଧ୍ବ ନୌସେନାର ଏୟାରକ୍ରାଫ୍ଟ ରଣକୌଶଳ ପ୍ରଦର୍ଶନ କରିବେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିବେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ  । ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯିବା ସହ ଟ୍ରାଫିକ ବ୍ଯବସ୍ଥାକୁ କଡାକଡି କରାଯାଇଛି। ଭୁବନେଶ୍ୱର ପଟୁ ଯେଉଁମାନେ ଚାରି ଚକିଆ ଯାନ ନେଇ ଆସିବେ ସେମାନେ ମାଳତୀପାଟପୁର ଦେଇ ROB, ଗ୍ରୀଡ଼ ଷ୍ଟେସନ ଦେଇ ତାଳବଣିଆ ଠାରେ ପାର୍କିଙ୍ଗ କରିବେ  । ଦୁଇ ଚକିଆ ଯାନ ପାଇଁ ମାଳତୀପାଟପୁର, ବାଟ ଗାଁ, ମଙ୍ଗଳାହାଟ ବାଇପାସ ଦେଇ ଷ୍ଟର୍ଲିଂଗ ଠାରେ ପାର୍କିଂ ବ୍ୟବସ୍ଥା କରାଯାଇଛି l ଯେଉଁ ଶ୍ରଦ୍ଧାଳୁ ମାନେ କୋଣାର୍କ ଦେଇ ଆସିବେ ସେମାନେ ତାଳବଣିଆ ଠାରେ ପାର୍କିଂ କରିବେ । ବ୍ରହ୍ମଗିରି ପଟୁ ଯେଉଁମାନେ ଆସିବେ ସେମାନେ ଷ୍ଟର୍ଲିଂଗ ଠାରେ ପାର୍କିଙ୍ଗ କରିବା ପାଇଁ ବ୍ୟବସ୍ଥା କରାଯାଇଛି  ।

କାଲି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ଶପଥଗ୍ରହଣ ଉତ୍ସବ, ରେସର ଆଗରେ ଦେବେନ୍ଦ୍ର ଫଡନଭିସ୍

ମୁମ୍ବାଇ : କାଲି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ଶପଥଗ୍ରହଣ ଉତ୍ସବ । ହେଲେ ମୁଖ୍ୟମନ୍ତ୍ରୀ ନାଁ ଏଯାଏଁ ହୋଇନି ଘୋଷଣା । ସସପେନ୍ସ ଲାଗି ରହିଥିବା ବେଳେ ଲୋକଙ୍କ ମନରେ ବଡ଼ ପ୍ରଶ୍ନ ସୃଷ୍ଟି ହୋଇଛି । କିଏ ହେବ ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ ? ଏବେ ବି ଚାଲିଛି ଛକାପଞ୍ଝା।  ମହାୟୁତି ମେଣ୍ଟର ବଡ଼ ବିଜୟ ହାସଲ କରିଥିଲେ ମଧ୍ୟ ଏଯାଏ ସ୍ଥିର ହୋଇପାରିନାହିଁ କିଏ ହେବ ମୁଖ୍ୟମନ୍ତ୍ରୀ। ଯାହା ଚର୍ଚ୍ଚା ହେଉଛି ବିଜେପିର ହିଁ ମୁଖ୍ୟମନ୍ତ୍ରୀ ହେବେ ଏବଂ ଦେବେନ୍ଦ୍ର ଫଡନଭିସଙ୍କୁ ମିଳିବ ଏହି ପଦ। କେବଳ ଔପଚାରିକ ଘୋଷଣା ବାକିଥିବା କୁହାଯାଉଛି। ଦିଲ୍ଲୀରୁ ଦୁଇ ଜଣ ପର୍ଯ୍ୟବେକ୍ଷକ ମୁମ୍ଵାଇ ଆସିବେ ଓ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ସେପଟେ ରୁଷିଛନ୍ତି ଏକନାଥ ସିନ୍ଦେ। ଉପମୁଖ୍ୟମନ୍ତ୍ରୀ ହେବେ ନାହି ଓ ସରକାରକୁ ବାହାରୁ ସମର୍ଥନ ଦେବେ ବୋଲି ସେ କହିଛନ୍ତି। ତାଙ୍କ ପୁଅଙ୍କୁ ଉପମୁଖ୍ୟପଦରେ ବସାଇବାକୁ ସେ ଲବି କରୁଥିବା କୁହାଯାଉଛି।ସେପଟେ ଜୋରସୋରରେ ଚାଲିଛି ଶପଥ ଗ୍ରହଣ ଉତ୍ସବର ଆୟୋଜନ। ମୁମ୍ବାଇର ଆଜାଦ ମୈଦାନରେ ଆସନ୍ତାକାଲି ଶପଥ ଗ୍ରହଣ ହେବ। ଶପଥ ଗ୍ରହଣରେ ଯେମିତି କିଛି ବି ତ୍ରୁଟି ରହିନଯାଏ, ସେଥିପାଇଁ ବିଜେପିର ବରିଷ୍ଠ ନେତାମାନେ ସମାବେଶ ସ୍ଥଳକୁ ଯାଇ ତଦାରଖ କରିଛନ୍ତି।

ଆଜି ଖର୍ଚ୍ଚଦାବି ଆଲୋଚନାରେ ହୁଲସ୍ତୁଲ ହୋଇପାରେ ଗୃହ

ଭୁବନେଶ୍ବର : ଆଜି ବିଧାନସଭାରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ଓ ଏସସି, ଏସଟି ବିଭାଗର ଖର୍ଚ୍ଚଦାବି ଆଲୋଚନାରୁ ଗୃହ କାର୍ଯ୍ୟ ଆରମ୍ଭ ହେବ । ଖର୍ଚ୍ଚଦାବି ଆଲୋଚନାରେ ହୁଲସ୍ତୁଲ ହୋଇପାରେ ଗୃହ । ବାତ୍ୟା କ୍ଷୟକ୍ଷତି, ବାତ୍ୟା ପରିଚାଳନା, କୋଟିଆ  ସହ ବିଭିନ୍ନ ରାଜ୍ୟ ସହ ଥିବା ସୀମା ବିବାଦ ପ୍ରସଙ୍ଗ ଖର୍ଚ୍ଚଦାବି ଆଲୋଚନାରେ ଉଠାଇବେ ବିରୋଧୀ । ଡବଲ ଇଂଜିନ ସରକାର ସମୟରେ ସୀମା ବିବାଦ ନେଇ କି ପଦକ୍ଷେପ ଗ୍ରହଣ କରିଛନ୍ତି ସରକାର ସେ ନେଇ ଗୃହରେ ଘମାଘୋଟ ଆଲୋଚନା ହେବ। ସେହିପରି ଦିନକୁ ଦିନ ଆଦିବାସୀ ମାନଙ୍କ ଉପରେ ବଢିଚାଲିଥିବା ଅତ୍ୟାଚାର ନିର୍ଯାତନା ପ୍ରସଙ୍ଗ ବି ଖର୍ଚ୍ଚଦାବି ଆଲୋଚନାରେ ଉଠିବ । ରାଜ୍ୟରେ ଆଦିବାସୀମାନେ ଅସୁରକ୍ଷିତ ହୋଇ ପଡିଥିବାରୁ ଶାସକ ଦଳକୁ ଗୃହରେ ଘେରିବେ ବିରୋଧୀ । ପୁରୀରେ ହେବାକୁ ଥିବା ନୌସେନା ଦିବସରେ ବିଧାୟକ ମାନେ ସାମିଲ ହେବାର କାର୍ଯ୍ୟକ୍ରମ ଥିବାରୁ ପ୍ରଶ୍ନକାଳ, ଶୂନ୍ୟକାଳ, ମୁଲତବି ପ୍ରସ୍ତାବ ବିଧିକୁ ବାତିଲ କରାଯାଇଛି।

ଆସନ୍ତାକାଲି ନୌସେନା ଦିବସରେ ଯୋଗଦେବେ ରାଷ୍ଟ୍ରପତି

ପୁରୀ:  ନୌସେନା ଦିବସରେ ଦମ ଦେଖାଇବେ ନୌବୀର । ୩ ବାହିନୀର ରଣ କୌଶଳରେ କମ୍ପିବ ପୁରୀ ବ୍ଲୁଫ୍ଲାଗ ବିଚ୍ । ସାମିଲ ହେବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ପ୍ରଥମେ ସମଙ୍ଗ ଅସ୍ଥାୟୀ ହେଲିପ୍ୟାଡ଼ ଠାରେ ସ୍ୱତନ୍ତ୍ର ହେଲିକପ୍ଟର ଅବତରଣ କରିବେ । ସେଠାରୁ ଶ୍ରୀମନ୍ଦିର ଯାଇ ଶ୍ରୀଜୀଉଙ୍କୁ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି l ଶ୍ରୀମନ୍ଦିରରେ ପ୍ରାୟ ୪୫ ମିନିଟ କାର୍ଯ୍ୟକ୍ରମ ପରେ ପୁରୀ ଭିଆଇପି ରୋଡ ସ୍ଥିତ ଗୋପବନ୍ଧୁ ଆୟୁର୍ବେଦିକ ମହାବିଦ୍ୟାଳୟକୁ ଯିବେ l କଲେଜର ୭୫ ତମ ହୀରକ ଜୟନ୍ତୀ ସମାରୋହରରେ ଯୋଗଦେବେ । ପରେ ରାଷ୍ଟ୍ରପତି ରାଜଭବନକୁ ଯିବାସହ ସେଠାରେ ଦ୍ବିପହର ଭୋଜନ କରିସାରି ଅପରାହ୍ନ ପ୍ରାୟ ୩ଟା ୫୦ ସମୟରେ ବ୍ଲୁଫ୍ଲାଗ ବିଚରେ ନୌସେନା ଦିବସ କାର୍ଯ୍ୟକ୍ରମରେ ସାମିଲ ହେବେ । ସନ୍ଧ୍ୟା ୫ଟା ୪୫ମିନିଟ ପର୍ଯ୍ୟନ୍ତ ରାଷ୍ଟ୍ରପତି ବ୍ଲୁଫ୍ଲାଗ ବିଚରେ ରହିବେ। ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ପୁରୀରେ ସ୍ୱତନ୍ତ୍ର କାରକେଡ ରିହର୍ସାଲ କରାଯାଇଛି । ଶ୍ରୀମନ୍ଦିର ଭିତରେ ଓ ବାହାରେ ସାଧା ପୋଷାକରେ ପୋଲିସ ଫୋର୍ସ ମୁତୟନ ରହିବେ l ସେହିପରି ସମୁଦ୍ରକୁଳ ଅଞ୍ଚଳରେ ଟ୍ରାଫିକ ବ୍ୟବସ୍ଥା ଶୃଙ୍ଖଳିତ ନେଇ କଟକଣା ଲାଗୁ କରାଯାଇଥିବା ସୂଚନା ଦେଇଛନ୍ତି ଏସପି ।

ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି କାନ୍ତିରେ ଶୃଙ୍ଖଳିତ କରିବା ଦିଗରେ ପଦକ୍ଷେପ ନିଆଯାଇଛି । ସକାଳୁ ଦ୍ୱାର ପିଟା ଯିବା ସହ ମହାପ୍ରଭୁଙ୍କ ଦୈନଦିନ ନୀତିକାନ୍ତି ଶେଷ କରାଯାଇ ଅବକାଶ ବେଶ ଅନୁଷ୍ଠିତ ହେବ l ପ୍ରାୟ ୧୦ ଟା ୧୫ ମିନିଟ ସମୟରେ ରାଷ୍ଟ୍ରପତି ଶ୍ରୀମନ୍ଦିର ଯାଇ ଶ୍ରୀଜୀଉଙ୍କ ଦର୍ଶନ କରିବେ । ରାଷ୍ଟ୍ରପତିଙ୍କ କୌଳିକ ପଣ୍ଡାଙ୍କ ସମେତ ଅନାନ୍ୟ ସେବାୟତ ସ୍ବାଗତ କରିବା ସହ ପୂଜାରେ ସହଯୋଗ କରିବେ । ଶ୍ରୀମନ୍ଦିର ଭିତରେ ମାଆ ବିମଳା ଓ ଲକ୍ଷ୍ମୀଙ୍କୁ ଦର୍ଶନ କରିବା ସହ ନୀଳଚକ୍ରକୁ ମଧ୍ୟ ଦର୍ଶନ କରିବେ । ତେବେ ଆଜି ସୁଦ୍ଧା ପ୍ରଶାସନ ପକ୍ଷରୁ କୌଣସି ଆଲୋଚନା କରାଯାଇନଥିବାରୁ କୌଳିକ ପଣ୍ଡା କ୍ଷୋଭ ପ୍ରକାଶ କରିଛନ୍ତି l

ମେଟ୍ରୋ ପ୍ରକଳ୍ପକୁ ନେଇ କଂଗ୍ରେସର ହଲ୍ଲାବୋଲ

ଭୁବନେଶ୍ବର : ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପକୁ ନେଇ କଂଗ୍ରେସର ହଲ୍ଲାବୋଲ । ବ୍ଳାକ ଲିଷ୍ଟେଡ କମ୍ପାନୀକୁ କାମରୁ ଅନ୍ତର କରିବାକୁ ଦାବି । ରିଟେଣ୍ଡର କରି ନୂଆ ସ୍ବଚ୍ଛ କମ୍ପାନୀକୁ ଦିଅ ଦାୟିତ୍ବ । ଗୁଜୁରାଟୀ କମ୍ପାନୀ ବୋଲି ରାଜ୍ୟ ସରକାର ଦେଖାଇଛନ୍ତି ଅନୁକମ୍ପା । କାମ ଯଦି କରିପାରୁନ ତେବେ ୨୪ ବର୍ଷର ନବୀନ ସରକାରଠୁ ଶିଖ କହି କଟାକ୍ଷ କଲେ ଯୁବ କଂଗ୍ରେସ ନେତା । ଟେଣ୍ଡର ବାତିଲ ନ ହେଲେ ଠିକା ସଂସ୍ଥାକୁ କାମ କରାଇ ନ ଦେବାକୁ ଚେତାବନୀ । ଭୁବନେଶ୍ବରବାସୀଙ୍କୁ ମେଟ୍ରୋ ସୁବିଧା ଯୋଗାଇ ଦେବାକୁ ତତ୍କାଳୀନ ନବୀନ ସରକାର ଉଦ୍ୟମ ଆରମ୍ଭ କରିଥିଲେ । କେନ୍ଦ୍ର ସରକାର ନୁହେଁ କେବଳ ରାଜ୍ୟ ସରକାରଙ୍କ ଅର୍ଥରେ ଏହି ପ୍ରକଳ୍ପ ଠିଆ କରିବାକୁ ନବୀନ ଘୋଷଣା କରିଥିଲେ । କିନ୍ତୁ ନୂଆ ସରକାର ଆସିବା ପରେ କଳା ତାଲିକାଭୁକ୍ତ ଠିକା କମ୍ପାନୀ ରଞ୍ଜିତ ବିଲ୍ଡକନ କୁ ଟେଣ୍ଡର ଦେଇଦେଲେ । ବିଭିନ୍ନ ରାଜ୍ୟରେ କମ୍ପାନୀ ନାଁରେ ମାଳମାଳ ମାମଲା ଥିବା ବେଳେ ରାଜ୍ୟ ବିଜେପି ସରକାର କିଭଳି ଜାଣିପାରିଲେନାହିଁ ସେ ନେଇ ପ୍ରଶ୍ନ କରିଛି ଦଳ । ପ୍ରତିବାଦରେ ପ୍ରକଳ୍ପ ମୁଖ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛି ଦଳ ।

ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପ ପାଇଁ ଏୟାରପୋର୍ଟରୁ ରାଜମହଲ, ମାଷ୍ଟରକ୍ୟାଣ୍ଟିନ୍, ରାମମନ୍ଦିର, ରୂପାଲି ଛକ ଦେଇ ଚନ୍ଦ୍ରଶେଖରପୁର ରାସ୍ତାରେ କାମ ଆରମ୍ଭ ହୋଇଛି । ବିଭିନ୍ନ ସ୍ଥାନରେ କମ୍ପାନୀ ପକ୍ଷରୁ ବ୍ୟାରିକେଟିଂ କରି ମାଟିଖୋଳା ଚାଲିଛି । କିନ୍ତୁ ଏହି କମ୍ପାନୀ ମେଟ୍ରୋ କାମ କରିବା ପାଇଁ କେତେ ଦକ୍ଷ ସେନେଇ ପ୍ରଶ୍ନ କରିଛି କଂଗ୍ରେସ । ରଞ୍ଜିତ ବିଲ୍ଡକନ୍ ବିଜେପିକୁ ବିଭିନ୍ନ ସମୟରେ କୋଟି କୋଟି ଟଙ୍କାର ଇଲେକ୍ଟ୍ରୋରାଲ ବଣ୍ଡ ଦେଇଛି । ସେଥିପାଇଁ ବିଜେପି ନେତାଙ୍କ ପ୍ରରୋଚନାରେ ରାଜ୍ୟ ସରକାର କଳାତାଲିକା ଭୁକ୍ତ କମ୍ପାନୀକୁ କାମ ଦେଇଛନ୍ତି ବୋଲି ଅଭିଯୋଗ ହୋଇଛି ।

 

ବାଲିଘାଟ ନିଲାମ ହେଉ ନଥିବାରୁ ମାଲାମାଲ ମାଫିଆ , ବଢୁଛି ଚୋରା ବାଲି ଚାଲାଣ

ସୁନ୍ଦରଗଡ଼:  ନିଲାମ ହେଉନି ବାଲିଘାଟ । ଚୋରା ଚାଲାଣ କରି ମାଲାମାଲ ମାଫିଆ । ନାମକୁମାତ୍ର ଚଢାଉ କରି ପ୍ରଶାସନ ଚୁପ ଥିବା ଅଭିଯୋଗ । ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ନଦୀରୁ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ଚୋରା ବାଲି ଚାଲାଣ । ବିଶେଷ କରି ରାତି ସମୟରେ ଶହଶହ ଟ୍ରିପ ଉଠାଯାଉଥିବା ଅଭିଯୋଗ ହୋଇଛି । ବାଲିଘାଟ ଗୁଡ଼ିକ ନିଲାମ ହୋଇ ନଥିବାରୁ ବାଲି ଚୋରାଇ ମାଲାମାଲ ହେଉଛନ୍ତି ମାଫିଆ । ଫଳରେ ସରକାର ହରାଉଛନ୍ତି କୋଟି କୋଟି ଟଙ୍କାର ରାଜସ୍ବ । ଗୋଟିଏ ଟ୍ରାକ୍ଟର ବାଲି ୨୫ଶହ ଟଙ୍କା, ଗୋଟିଏ ଡମ୍ଫର ବାଲି ୮ ହଜାର ଟଙ୍କା ଓ ଗୋଟିଏ ହାଇୱା ବାଲି ୧୪ ହଜାର ଟଙ୍କାରେ ବିକ୍ରି ହେଉଛି । ଦୈନିକ ଶହ ଶହ ଟ୍ରିପ ବାଲି ଖୋଲାଖୋଲି ଭାବେ ଚୋରା ଚାଲାଣ ହେଉଥିଲେ ମଧ୍ୟ ଖଣି ଵିଭାଗ, ରାଜସ୍ଵ ଵିଭାଗ ଓ ଜଙ୍ଗଲ ଚୁପ ଥିବା ଅଭିଯୋଗ ହୋଇଛି ।

ବାରମ୍ବାର ଦାଵି ହେଉଥିଲେ ମଧ୍ୟ ବିଭାଗ ଆଖି ଦୃଷ୍ଟିଆ କାର୍ଯ୍ୟନୁଷ୍ଠାନ ଗ୍ରହଣ କରୁନଥିବା ଅଭିଯୋଗ ହେଉଛି । ସୁନ୍ଦରଗଡ଼ ଜିଲ୍ଲାରେ ୨୦୨୩ ନଭେମ୍ବର ମାସରୁ ୨୦୨୪ ନଭେମ୍ବର ମାସ ମଧ୍ୟରେ ଇସ୍ପାତ ଓ ଖଣି ଵିଭାଗ ରାଉରକେଲା ଅଫିସ ପକ୍ଷରୁ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ୧୪୬ ଟି ଗାଡି ଜଵତ କରାଯାଇ ୯୬ ଲକ୍ଷ ୯୨ ହଜାର ୨୯୬ ଟଙ୍କା ଜଵତ କରାଯାଇଛି । ପାନପୋଷ ଵନ ଵିଭାଗ ପକ୍ଷରୁ ଗତ ଏକମାସ ମଧ୍ୟରେ ୨୦ ଟି ଗାଡି ଜଵତ କରାଯାଇଛି । ତେବେ ଆଖିଦୃଷ୍ଟିଆ କାର୍ଯ୍ଯାନୁଷ୍ଠାନ ନହେବାରୁ ମାତିଛନ୍ତି ମାଫିଆ ।

ବାଲାଂଦେଶରେ ଭାରତୀୟ ହାଇକମିଶନଙ୍କୁ ନୋଟିସ୍,ଅଗରତାଲା ମାମଲାକୁ ନେଇ କନସ୍ୟୁଲାର ସର୍ଭିସ୍ କଲେ ରଦ୍ଦ

ନୂଆଦିଲ୍ଲୀ : ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ଚାଲିଛି ଅକଥନୀୟ ଅତ୍ୟାଚାର । ଏହାରି ମଧ୍ୟରେ ତ୍ରିପୁରାର ରାଜଧାନୀ ଅଗରତାଲାରେ ଥିବା ବାଲାଂଦେଶର ଉଚ୍ଚ ଆୟୋଗରେ ହୋଇଥିବା ଗୁଣ୍ଡାରାଜରେ ୭ ଜଣଙ୍କୁ ଗିରଫ କରାଯାଇଛି  । ଏବଂ କ୍ୟାମ୍ପସରେ ଅନୁପ୍ରବେଶ ମାମଲାରେ ୪ ପୋଲିସ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ସେପଟେ ବାଲାଂଦେଶରେ ଥିବା ଭାରତୀୟ ହାଇ କମିଶନଙ୍କୁ ଡକାଯାଇ ଏହି ଘଟଣା ବିରୋଧରେ ବିରୋଧ ପ୍ରଦର୍ଶନ କରାଯାଇଛି । ଏହା ସହିତ ଅଗରତାଲାରେ  ବାଲାଂଦେଶ ନିଜର କାଉନସିଲର୍ ସର୍ଭିସ୍ ବନ୍ଦ କରିଦେଇଛି  ।

ଆଜି ଅଗରତାଲାରେ ଥିବା ବାଲାଂଦେଶର ସହାୟକ ଉଚ୍ଚ ଆୟୋଗରେ କିଛି ଲୋକ ଅତର୍କିତ ଭାବରେ ପଶି ଭଙ୍ଗାରୁଜା କରିବା ସହ ହଙ୍ଗାମା କରିଛନ୍ତି  । ଏହି ଘଟଣା ପରେ ଭାରତର ବୈଦେଶିକ ମନ୍ତ୍ରାଳୟ ଦୃଢ ନିନ୍ଦା କରିବା ସହ ଦୋଷୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଆଦେଶ ଦେଇଛି । ଏହି ଘଟଣା ଉପରେ ପଶ୍ଚିମ ତ୍ରିପୁରାର ଏସିପି କିରଣ କୁମାର ଏକ ନ୍ୟୁଜ୍ ଚାନେଲକୁ କହିଛନ୍ତି ଯେ , ଡ୍ୟୁଟି ସମୟରେ ଅବହେଳା କାରଣରୁ ପୋଲିସ୍ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି  । ଘଟଣାକୁ ନେଇ ନ୍ୟୁ କ୍ୟାପିଟାଲ୍ କମ୍ପ୍ଲେକ୍ସ ପୋଲିସ ଷ୍ଟେସନ ନିଜେ ଏହାର ଦାୟିତ୍ବ ନେଇ ମାମଲା ରୁଜୁ କରିଛି । ଏଥିରେ ସମ୍ପୃକ୍ତ ଥିବା ଅଭିଯୋଗରେ ଏପର୍ଯ୍ୟନ୍ତ ୭ଜଣଙ୍କୁ ଗିରଫ କରାଯାଇଛି । ପୋଲିସ୍ ଘଟଣାର ତଦନ୍ତ ଆରମ୍ଭ କରିବା ସହ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନେବ ବୋଲି କହିଛି । ଘଟଣା ପରେ ବାଲାଂଦେଶ ଦୂତାବାସରେ ସୁରକ୍ଷା ବଢାଇଦିଆଯାଇଛି । ତ୍ରିପୁରାର ଷ୍ଟେଟ୍ ଯଓ୍ବାନଙ୍କୁ ନିୟୋଜିତ କରାଯାଇଛି । ସୋମବାର ହିନ୍ଦୁ ସଂଘର୍ଷ ସମିତିର କାର୍ଯ୍ୟକର୍ତ୍ତା ହିନ୍ଦୁ ନେତା ଚିନ୍ମୟ କୃଷ୍ଣ ଦାସଙ୍କ ଗିରଫଦାରୀ ଏବଂ ବାଲାଂଦେଶରେ ସଂଖ୍ଯାଲଘୁଙ୍କ ପ୍ରତି ହେଉଥିବା ଅତ୍ୟାଚାରକୁ ବିରୋଧ କରୁଥିବା ବେଳେ ଏହି ଘଟଣା ଘଟିଛି  ।

 

ଘଟଣାର ନିନ୍ଦା କରି ମୁଖ୍ୟମନ୍ତ୍ରୀ ମାଣିକ ଶାହା କହିଛନ୍ତି ଯେ , ବିରୋଧ ରାଲିରେ କିଛି ଯୁବକ ଅଗରତାଲାରେ ବାଲାଂଦେଶର ଆସିଷ୍ଟାଣ୍ଡ ହାଇକମିଶନଙ୍କ କାର୍ଯ୍ୟାଳୟରେ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ । ଯାହାକୁ ମୁଁ ଦୃଢ ନିନ୍ଦା କରୁଛି । ଶାନ୍ତିପୂର୍ଣ୍ଣ ବିରୋଧ ପ୍ରଦର୍ଶନକୁ ଅନୁମତି ଦିଆଯାଇପାରେ । କିନ୍ତୁ ଏହି ପରି ବ୍ୟବହାରକୁ ମୁଁ ଦୃଢ ନିନ୍ଦା କରୁଛି  ।ବାଲାଂଦେଶର ବୈଦେଶିକ ମନ୍ତ୍ରାଳୟ ଢାକାରେ ଥିବା ଭାରତୀୟ  ଆସିଷ୍ଟାଣ୍ଡ ହାଇକମିଶନ ପ୍ରଣବ ବର୍ମାଙ୍କୁ ଡକାଇଛନ୍ତି  ।  ସେପଟେ ଦିଲ୍ଲୀରେ ଥିବା ବାଲାଂଦେଶର ଉଚ୍ଚ ଆୟୋଗରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଚାଣକ୍ୟପୁରୀରେ ଥିବା ବାଲାଂଦେଶ ଉଚ୍ଚ ଆୟୋଗରେ ସୁରକ୍ଷା ବଢାଇଦିଆଯାଇଛି । ଜଣେ ବରିଷ୍ଠ ପୋଲିସ୍ ଅଧିକାରୀ କହିଛନ୍ତି ଯେ , ସୁରକ୍ଷା ବଢାଇଦିଆଯାଇଛି । ଏବଂ ଆୟୋଗର ଚାରିପାଖେ ଅତିରିକ୍ତ ପୋଲିସ୍ କର୍ମଚାରୀ ନିୟୋଜିତ ହୋଇଛନ୍ତି ।

ତେବେ ବାଲାଂଦେଶର ଅନ୍ତରୀଣ ସରକାରଙ୍କର ଏକ ପରାମର୍ଶଦାତା ଟିମ୍ ଏହି ଘଟଣା ଉପରେ କହିଛନ୍ତି ଯେ, ଆମେ ସମାନତା ଏବଂ ପାରସ୍ପାରିକ ସମ୍ମାନ ଉପରେ ଆଧାରିତ ଥିବା ବନ୍ଧୁତାରେ ବିଶ୍ବାସ କରୁ । ଯେତେବେଳେ ବାଲାଂଦେଶରେ ଶେଖ ହସିନାଙ୍କ ସରକାର ବିନା ନିର୍ବାଚନ ଲଢି କ୍ଷମତା ରହିବାକୁ ଭାରତ ସମର୍ଥନ ଜଣାଇଥିଲା । ଭାରତକୁ ଏହା ମଧ୍ୟ ବୁଝିବା ଦରକାର ଯେ , ଏହା ଶେଖ ହସିନାଙ୍କ ବାଲାଂଦେଶ ନୁହେଁ  ।

ଭୁଲରେ ବି ପିଅନ୍ତୁନି ଗଙ୍ଗାଜଳ, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ରିପୋର୍ଟରେ ସାଙ୍ଘାତିକ ତଥ୍ୟ

0

ହରିଦ୍ବାର: ସ୍ବଚ୍ଛ ଗଙ୍ଗା ପାଇଁ ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି  । ତଥାପି ଗଙ୍ଗା ସମ୍ପୂର୍ଣ୍ଣ ଭାବେ ସ୍ବଚ୍ଛ ନୁହେଁ  । ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ରିପୋର୍ଟ ଅନୁସାରେ ହରିଦ୍ବାରର ଗଙ୍ଗାଜଳ ପିଇବା ଯୋଗ୍ୟ ନୁହେଁ  । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କିନ୍ତୁ ଏହା ସମ୍ପୂର୍ଣ୍ଣ ସତ  । ପ୍ରତିବର୍ଷ ଲକ୍ଷାଧିକ ସଂଖ୍ୟାରେ ଶ୍ରଦ୍ଧାଳୁ ହରିଦ୍ବାରରେ ବୁଡ ପକାଇ ଗଙ୍ଗାଜଳ ପିଇଥାନ୍ତି  ।

ଶାସ୍ତ୍ରରେ ଗଙ୍ଗାକୁ ମୋକ୍ଷଦାୟିନୀ କୁହାଯାଇଥାଏ  । ଧର୍ମନଗରୀ ହରିଦ୍ବାରରେ ପ୍ରତିବର୍ଷ ଲକ୍ଷାଧିକ ସଂଖ୍ୟାରେ ଶ୍ରଦ୍ଧାଳୁ ପହଞ୍ଚିଥାନ୍ତି  । ଗଙ୍ଗାରେ ବୁଡ ପକାଇ ଗଙ୍ଗାଜଳ ପାନ କରିବା ଏବେ ଶ୍ରଦ୍ଧାଳୁଙ୍କୁ ମହଙ୍ଗା ପଡିପାରେ  । କାରଣ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ମାସିକ ସର୍ଭେରୁ ଜଣାପଡିଛି ଯେ ଗଙ୍ଗାଜଳରେ ଫିକଲ୍‌ କଲିଫର୍ମ ଅର୍ଥାତ ଅପପୁଷ୍ଟି ମାତ୍ରା ଅଧିକ ପରିମାଣରେ ରହିଛି  । ରିପୋର୍ଟରେ ଗଙ୍ଗାଜଳ ବି ଶ୍ରେଣୀରେ ଆସୁଛି  । ଏହାର ଅର୍ଥ ଯେ କେବଳ ଗଙ୍ଗାରେ ଗାଧୋଇ ହୋଇ ପାରିବ କିନ୍ତୁ ଏହା ପିଇବା ଯୋଗ୍ୟ ନୁହେଁ  ।

ଗଙ୍ଗାଜଳକୁ ଶୁଦ୍ଧ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ନମାମି ଗଙ୍ଗେ ଯୋଜନା ଚଳାଇଛନ୍ତି ।ସାମାଜିକ ଓ ଧାର୍ମିକ ସଙ୍ଗଠନ ମଧ୍ୟ ଏଥିପାଇଁ ସାହାଯ୍ୟ କରୁଛନ୍ତି  । ଏସବୁ ପ୍ରୟାସରୁ ଗଙ୍ଗା ପ୍ରଦୂଷଣରେ କିଛି ମାତ୍ରାରେ ସୁଧାର ଆସିଛି  । କିନ୍ତୁ ଆଜିବି ହରିଦ୍ବାରରେ ନାଳ ନର୍ଦ୍ଦମା ପାଣି ସିଧାସଳଖ ଗଙ୍ଗାରେ ମିଶୁଛି  । ଏହା ସହ ବିନା ଟ୍ରିଟ୍‌ମେଣ୍ଟରେ ଅଧିକାଂଶ ଏସଟିପିରୁ ପାଣି ସିଧାସଳଖ ଗଙ୍ଗାରେ ମିଶୁଛି  । .

ପରିବେଶ ସୁରକ୍ଷା ପାଇଁ କାମ କରୁଥିବା ସନ୍ଥ ସ୍ବାମୀ ଶିବାନନ୍ଦ ଏଥିପାଇଁ ହରିଦ୍ବାରର ସାଧୁସନ୍ଥଙ୍କୁ ଦାୟୀ କରିଛନ୍ତି  । ଗଙ୍ଗା କେବଳ ଏକ ନଦୀ ନୁହେଁ ବରଂ ଭାରତୀୟ ସଂସ୍କତିର ବଡ ଅଂଶ  । ଶୁଦ୍ଧତା ଓ ପବିତ୍ରତା କଥା ଉଠିଲେ ଗଙ୍ଗାର ଉଦାହରଣ ଦିଆଯାଇଥାଏ  । କିନ୍ତୁ ଧର୍ମନଗରୀ ହରିଦ୍ବାରରେ ଗଙ୍ଗା ନିଜର ଅସ୍ତିତ୍ବ ହରାଇ ସାରିଲାଣି  ।

କ୍ୟୁଆର କୋର୍ଡରୁ ଜାଣିବେ କାହାଠୁ ଟ୍ରେନରେ କିଣିବେ ଖାଦ୍ୟ ?

0

ମୁମ୍ବାଇ: ଟ୍ରେନ ଯାତ୍ରାର ମଜା ଯିଏ ନେଇଛି ସିଏ ଜାଣିଛି  । ଏହି କାରଣରୁ ଲୋକେ ମାସ ମାସ ପୂର୍ବରୁ ଟ୍ରେନରେ ଯାତ୍ରା ପାଇଁ ଟିକେଟ ବୁକିଂ କରିଥାନ୍ତି  । ଯାତ୍ରା ସମୟରେ ଚା ଠୁ ନେଇ ବିସ୍କୁଟ ପର୍ଯ୍ୟନ୍ତ ସବୁକିଛି ସହଜରେ ମିଳିଯାିଥାଏ  । କିନ୍ତୁ ଏହା ଜାଣିବା କଷ୍ଟକର ହୋଇପଡେ ଯେ କାହାଠୁ ଖାଦ୍ୟ ପାନୀୟ ସାମଗ୍ରୀ କିଣିବେ ? କାହାର କ୍ବାଲିଟି ଖରାପ କାହାର ଭଲ ? ଏବେ ରେଳ ବିଭାଗ ଏହି ସମସ୍ୟାର ସମାଧାନ ଆଣିଛି  ।

 

ରେଳ ବିଭାଗ କ୍ୟାଟେରିଂର ସମସ୍ତ ଠିକାଦାର, ଭେଣ୍ଡର ଓ ହେଲପରଙ୍କ ପରିଚୟ ପତ୍ର ବାଧ୍ୟତାମୂଳକ କରିଛି  । ଯାହାଙ୍କ ଉପରେ କ୍ୟୁଆର କୋର୍ଡ ରହିବ  । ଏହି କ୍ୟୁଆର କୋର୍ଡ ଆଧାରିତ ଭେଣ୍ଡର ମ୍ୟାନେଜମେଣ୍ଟ ସିଷ୍ଟମକୁ (ଭିଏମଏସ) କୁହାଯାଏ । କୌଣସି ଯାତ୍ରୀ ନିଜ ଫୋନରୁ କ୍ୟୁଆର କୋଡକୁ ସ୍କାନ କରି ଭେଣ୍ଡରର ସତ୍ୟତା ପରୀକ୍ଷା କରିପାରିବେ  । ଏହି କୋଡ୍‌କୁ ସ୍କାନ କରି ଭେଣ୍ଡରର ନାମ, ଠିକଣା, ମୋବାଇଲ ନମ୍ବର, ଆଧାର କାର୍ଡ ନମ୍ବର, ଠିକାଦାରର ନାମ ଓ କମ୍ପାନୀ ନାମ ଆପଣଙ୍କ ଫୋନରେ ଉପଲବ୍ଧ ହୋଇପାରିବ  । ଯଦି ଏହି ସବୁ ତଥ୍ୟ ମିଳିଯାଏ ତେବେ ତାଙ୍କ ଠୁ ଆପଣ ଭଲ କ୍ବାଲିଟିର ଜିନିଷ କିଣିପାରିବେ  ।

 

ଏକ ରିପୋର୍ଟ ମୁତାବକ ଏହି ସିଷ୍ଟମକୁ ପାଇଲଟ ପ୍ରୋଜେକ୍ଟ ଭାବେ ଆରମ୍ଭ କରିବାକୁ ଯାଉଛି । ଏହାର ଆରମ୍ଭ ସେଣ୍ଟ୍ରାଲ ରେଲୱେ ନାଗପୁର ମଣ୍ଡଳରୁ ଆରମ୍ଭ ହେବାକୁ ଯାଉଛି  । ଯାହା ଦ୍ବାରା ୧୧୮ ଠିକାଦାର, ୮୩୨ ଭେଣ୍ଡର ଓ ହେଲପରଙ୍କୁ ପରିଚୟ ପତ୍ର ପ୍ରଦାନ କରାଯାଇଛି  । ଏଥିରେ କୋଚ୍‌ ହେଲ୍ପର, ଅନବୋର୍ଡ ହାଉସ କିପିଂ ଠିକାଦାର ଓ ସଫେଇ କର୍ମୀଙ୍କୁ ମଧ୍ୟ ସାମିଲ କରାଯାଇଛି  ।