spot_img
Home Blog Page 1254

ଦିଲ୍ଲୀ ଏନସିଆରରେ ବିଷାକ୍ତ ହେଲାଣି ବାୟୁ , ଲାଗୁ ହେଲା ଜିଆରଏପି-୩ କଟକଣା

ନୂଆଦିଲ୍ଲୀ : ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳରେ ପୁଣି ଥରେ ବିଗିଡିଲାଣି ବାୟୁର ଗୁଣବତ୍ତା । ଦିନକୁ ଦିନ ବିଷାକ୍ତ ହେଉଛି ବାୟୁ । ଏପରି ବାୟୁ ପ୍ରଦୂଷଣ ବୃଦ୍ଧିକୁ ଆଖି ଆଗରେ ରଖି ଦିଲ୍ଲୀ ଏନସିଆରରେ ପୁଣି ଥରେ ଜିଆରଏପି-୩ର କଟକଣା ଲାଗୁ ହୋଇଛି । ଏହା ଯୋଗୁଁ ଏନସିଆରର ସମସ୍ତ ସ୍କୁଲରେ ୫ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନଙ୍କ କ୍ଲାସ ହାଇବ୍ରିଡ୍ ମୋଡରେ କରିବାକୁ ନିର୍ଦ୍ଦେଶ ହୋଇଥିବା ବେଳେ ଡିଜେଲ ଚାଳିତ ଯାନବାହନ ଚଳାଚଳ ଏବଂ ପ୍ରବେଶକୁ ନେଇ କଟକଣା ଲାଗୁ ହେବ ।

କେନ୍ଦ୍ରର ବାୟୁ ଗୁଣବତ୍ତା ପ୍ୟାନେଲ CXUM ପକ୍ଷରୁ ଜାରି କରାଯାଇଥିବା ଅଧିକାରୀଙ୍କ ଆଦେଶରେ କୁହାଯାଇଛି ଯେ, ଶାନ୍ତ ପବନ ସହିତ ପ୍ରତିକୂଳ ପରିବେଶ ମଧ୍ୟରେ ସନ୍ତୁଳନ ନରହିବା କାରଣରୁ ଦିଲ୍ଲୀର AQI ବହୁତ ଖରାପ ସ୍ଥିତିରେ ପହଞ୍ଚିଗଲାଣି ।  ଏହାକୁ ଦୃଷ୍ଟିରେ ରଖି ଗ୍ରେଡ୍ ରେସପନ୍ସ ଆକ୍ସନ ପ୍ଲାନର ପ୍ୟାନେଲ  ପୁନର୍ବାର ଜିଆରଏବି-୩ର ନୂଆ କଟକଣା ତୁରନ୍ତ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଏହି ନୂଆ କଟକଣା ଅନୁଯାୟୀ, ଦିଲ୍ଲୀ, ଗୁରୁଗ୍ରାମ, ଫରଦାବାଦ, ଗାଜିଆବାଦ ଏବଂ ଗୌତମବୁଦ୍ଧ ନଗରର ସ୍କୁଲ ଗୁଡିକରେ ୫ ଶ୍ରେଣୀ ପର୍ଯ୍ୟନ୍ତ କ୍ଲାସମାନଙ୍କୁ ହାଇବ୍ରିଡ୍ ମୋଡରେ ଚଳାଇବାକୁ ନିର୍ଦ୍ଦେଶ ହୋଇଛି । ଏହି ପ୍ରକ୍ରିୟାରେ ସ୍କୁଲରେ ଫିଜିକାଲ୍ କ୍ଲାସ ଚାଲିବା ସହ  ପିଲା ଏବଂ ଅଭିଭାବକ ମାନଙ୍କ ପାଖରେ ଅନଲାଇନ ଜରିଆରେ କ୍ଲାସ୍ ଚୟନ କରିବାର ବିକଳ୍ପ ରହିବ ।

ଏହାଛଡା ଗ୍ରୁପ୍-୩ରେ ଦିଲ୍ଲୀ ଭିତରକୁ ବିଏସ୍-୪ ବା ଏହା ଠାରୁ ପୁରୁଣା ଡିଜେଲ୍ ଚାଳିତ ଟ୍ରକ୍ , ଟ୍ରାକ୍ଟର , ଟ୍ରଲି ଆଦି ଯାନବାହାନ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଯାଇଛି ।  ଏହା ସହିତ ପୁରୁଣା ବ୍ୟବସାୟିକ ଯାନକୁ ମଧ୍ୟ ସହର ଭିତରକୁ ପ୍ରବେଶର ଅନୁମତି ନାହିଁ ।

ଆସନ୍ତାକାଲିଠୁ ରତ୍ନଭଣ୍ଡାର ମରାମତି ; ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକା ଅନୁୟାୟୀ ହେବ କାମ

ପୁରୀ : ଆସନ୍ତାକାଲି ଠାରୁ ଆରମ୍ଭ ହେବ ରତ୍ନଭଣ୍ଡାର ମରାମତି। ରାଜ୍ୟ ସରକାରଙ୍କ ମାର୍ଗ ଦର୍ଶିକା ଅନୁସାରେ ରତ୍ନ ଭଣ୍ଡାର ମରାମତି ନେଇ ସମସ୍ତ ପଦକ୍ଷେପ ଗ୍ରହଣ କରାଯିବାକୁ ଲକ୍ଷ୍ୟ ରଖାଯାଇଥିବାବେଳେ ମରାମତି ସମୟରେ ସାଧାରଣ ଭକ୍ତ ବାହାର କାଠ ନିକଟରେ ଶ୍ରୀଜୀଉଙ୍କୁ ଦର୍ଶନ କରିପାରିବେ  । ସେଥିପାଇଁ ଭକ୍ତଙ୍କ ଦର୍ଶନ ଓ ମହାପ୍ରଭୁଙ୍କ ନୀତିକାନ୍ତିରେ ବାଧା ସୃଷ୍ଟି ନକରି ଏଏସଆଇ କରିବେ ମରାମତି  ।

ଏଏସଆଇ ଦ୍ୱିତୀୟ ଭୋଗମଣ୍ଡପ ପରେ ନିର୍ଦ୍ଧାରିତ ନୀତିନିର୍ଘଣ୍ଟ ଅନୁଯାୟୀ ପ୍ରାୟ ୫ ଘଣ୍ଟା ମରାମତି କରିବାକୁ ଥିବାବେଳେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଓ ମହାପ୍ରଭୁଙ୍କ ନୀତିକାନ୍ତିକୁ ସୂଚାରୁ ରୂପେ ସମ୍ପାଦିତ କରାଯିବା ଲକ୍ଷ୍ୟ ରଖାଯାଇଛି। ଦିନ ୧୨ଟା ୩୦ କିମ୍ବା ୧ଟା ପରଠାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ପାଖାପାଖି ମରାମତି କାର୍ଯ୍ୟ କରିବ ଏଏସଆଇ। ପ୍ରଥମେ ଲୁହା ଭାରା ବନ୍ଧାଯିବା ପରେ ଡିପ୍ଲାଷ୍ଟରିଂ କରାଯିବ। ଏହାପରେ ପୁରୁଣା ଲୁହା ବିମ୍ ଓ ପଥର‌ ମରାମତି କାର୍ଯ୍ୟ କରାଯିବ। ଉଭୟ ବାହାର ଓ ଭିତର ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଆରମ୍ଭ କରାଯିବ। ସେପଟେ ରତ୍ନଭଣ୍ଡାର ମରାମତି କାର୍ଯ୍ୟକୁ ଆଗାମୀ ୫୦୦ ବର୍ଷକୁ ଦୃଷ୍ଟିରେ ରଖି ଉନ୍ନତ ଜ୍ଞାନକୌଶଳ ଦ୍ଵାରା ଦୀର୍ଘସ୍ଥାୟୀ ମରାମତି କରିବାକୁ ମତ ରଖିଛନ୍ତି ସେବାୟତ।

 ସ୍ମାର୍ଟ ତରିକାରେ ସ୍ମାର୍ଟ ଶିକାର, ବାନ୍ଧିଲା ବନ୍ୟ ପ୍ରାଣୀ ବିଭାଗ

ଟାଙ୍ଗୀ : ସ୍ମାର୍ଟ ଶିକାରୀକୁ ଗିରଫ କଲା ଟାଙ୍ଗୀ ବନ୍ୟ ପ୍ରାଣୀ ବିଭାଗ ।  ସ୍ମାର୍ଟ ତରିକାରେ ବାଇନାକୁଲ ସାହାଯ୍ୟରେ ଶିକାର କରୁଥିଲା ସ୍ମାର୍ଟ ଶିକାରୀ। ଉଚ୍ଚ ସ୍ଥାନରେ ରହି ବାଇନାକୁଲର ବ୍ୟବହାର କରି ବନ୍ୟ ପ୍ରାଣୀ ବିଭାଗର ପାଟ୍ରୋଲିଙ୍ଗ ପାର୍ଟି ଉପରେ ନଜର ରଖୁଥିଲା । ସୁଯୋଗ ଦେଖି କଇଁ ଫୁଲ ନାଡ଼ରେ ବିଷ ପ୍ରୟୋଗ କରି ପକ୍ଷୀଙ୍କୁ ଶିକାର କରୁଥିଲା ଶିକାରୀ।  ଆଜି ୨୫ରୁ ଅଧିକ ବିଦେଶୀ ପକ୍ଷୀ ଶିକାର କରି ବିକ୍ରି କରିବାକୁ ନେବା ବେଳେ ଅଭିମାନପୁର ନିକଟରେ ମାଡି ବସିଥିଲା ବନ୍ୟପ୍ରାଣୀ ବିଭାଗ । ପକ୍ଷୀ ଶିକାରୀକୁ ଗିରଫ କରି ତା ପାଖରୁ ୨୫ରୁ ଅଧିକ ମୃତ ବିଦେଶୀ ପକ୍ଷୀ ଜବତ କରିଛି ।  ଶୀକାରୀ ନିକଟରୁ ଗୋଟେ ବାଇକ ବି ଜବତ କରିଛି ପୋଲିସ । ଗିରଫ ଶିକାରୀର ନାଁ ଆଲୋକ ପ୍ରଧାନ ହୋଇଥିବା ବେଳେ ତାର ଘର ଟାଙ୍ଗୀ ଥାନା ଉଜ୍ଜଳା ଗୋପୀନାଥପୁର ଗାଁରେ ବୋଲି ଜଣା ପଡିଛି।

୨୪ ଘଣ୍ଟା ପର୍ଯ୍ୟନ୍ତ ଶୀତ ଲହରୀ ସହ ଘନ କୁହୁଡି, ୪ ଜିଲ୍ଲାକୁ କୋଲ୍ଡୱେଭ୍ ଆଲର୍ଟ

ଭୁବନେଶ୍ଋର :  ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ଲାଗି ରହିବ ପ୍ରବଳ ଜାଡ। କୋଲ୍ଡ ଓ୍ବେଭ୍ ପାଇଁ ୪ ଜିଲ୍ଲାକୁ ୟେଲୋ ଆଲର୍ଟ। ସୁନ୍ଦରଗଡ, ଝାରସୁଗୁଡା, ଅନୁଗୁଳ ଏବଂ ଜଗତସିଂହପୁରକୁ ସତର୍କତା ଜାରି କଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର। ହାଡଭଙ୍ଗା ଜାଡ ସହ ଘନ କୁହୁଡି କରିବ ଅସ୍ତବ୍ୟସ୍ତ। ଚଳିତ ବର୍ଷ ରାଜ୍ୟରେ ପ୍ରଥମ ଶୀତ ଲହରୀ ଜାରି ରହିଥିବା ବେଳେ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ଶୀତ ଲହରୀ ସହ ଘନ କୁହୁଡି ଆକ୍ତାମାକ୍ତା କରିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ଶୀତ ଲହରୀ ପାଇଁ ୪ଟି ଜିଲ୍ଲାକୁ ସତର୍କତା ଜାରି କରାଯାଇଥିବା ବେଳେ ଘନ କୁହୁଡି ପାଇଁ କନ୍ଧମାଳ ଏବଂ କୋରାପୁଟକୁ ସତର୍କତା ଜାରି କରାଯାଇଛି। ଏହି ଦୁଇ ଜିଲ୍ଲାରେ ଦୃଶ୍ୟମାନ ଦୂରତା ୫୦ ମିଟର ରହିବାର ସମ୍ଭାବନା ରହିଛି। ଶୀତ ଲହରୀ ପାଇଁ ୟେଲୋ ଆଲର୍ଟ ଜାରି ହୋଇଥିବା ଜିଲ୍ଲା ଗୁଡିକରେ ୧୦ ଡିଗ୍ରୀ ତଳକୁ ଖସି ଆସିବ ତାପମାତ୍ରା ଗତ କାଲି ତୁଳନାରେ ଆଜି ସ୍ବାଭାବିକ ଠାରୁ ୩ ରୁ ୭ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିବ।

ଗତ କାଲି ରାଜ୍ୟରେ ପ୍ରବଳ ଜାଡ ଅନୁଭୁତ ହେବା ସହ ସିଜିନରେ ପ୍ରଥମ ଥର ପାଇଁ ଭୁବନେଶ୍ବରର ତାପମାତ୍ରା ୧୦.୯ ଡିଗ୍ରୀ ରେକର୍ଡ ହୋଇଛି । ସେହିଭଳି ୧୧ ସହରର ତାପମାତ୍ରା ୧୦ ଡିଗ୍ରୀ କିମ୍ବା ତାଠାରୁ କମ୍ ରେକର୍ଡ ହୋଇଛି । ପାହାଡିଆ ଅଞ୍ଚଳ ଭାବରେ ଜି ଉଦୟଗିରିରେ ସର୍ବନିମ୍ନ ୪.୮ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ସମତଳ ଅଞ୍ଚଳ ଭାବରେ ରାଉରକେଲାରେ ୫.୭ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଫୁଲବାଣୀରେ ୭ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ଝାରସୁଗୁଡାରେ ୭.୧, ଦାରିଙ୍ଗବାଡିରେ ୭.୫, ଭବାନୀପାଟଣାରେ ୭.୮, ଅନୁଗୁଳରେ ୮, କେନ୍ଦୁଝରରେ ୮.୮, ସୁନ୍ଦରଗଡରେ ୯, ଜଗତସିଂହପୁରରେ ୯.୫, ଢେଙ୍କାନାଳ ଏବଂ କୋରାପୁଟରେ ୯.୬ ଡିଗ୍ରୀ ସର୍ବନିମ୍ନ ତାପମାତ୍ରା ରେକର୍ଡ ହୋଇଛି ।

ସେପଟେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଆସନ୍ତାକାଲି ପରଠାରୁ ରାଜ୍ୟରେ ମେଘୁଆ ପାଗ ସହ କିଛି ସ୍ଥାନରେ ବର୍ଷା ନେଇ ଆକଳନ କରାଯାଇଛି। ୨୨ ତାରିଖ ପର୍ଯ୍ୟନ୍ତ ଭଦ୍ରକ, କେନ୍ଦ୍ରାପଡା, ଜଗତସିଂପୁର, ପୁରୀ, ଖୋର୍ଦ୍ଧା, ଗଞ୍ଜାମ, ଗଜପତି, ରାୟଗଡା, କଳାହାଣ୍ଡି, କନ୍ଧମାଳ, କୋରାପୁଟ, ମାଲକାନଗିରି ଏବଂ ନବରଙ୍ଗପୁରରେ ହାଲୁକା ବର୍ଷାର ସମ୍ଭାବନା ରହିଛି। ଲଘୁଚାପ ତାମିଲନାଡୁ ମୁହାଁ ହେଇଥିବା ବେଳେ ଓଡ଼ିଶା ଉପରେ ତାହାର ସିଧାପ୍ରଭାବ ନାହିଁ। କିନ୍ତୁ କୋହଲା ପାଗ ସହ ବାୟୁ ଚଳାଚଳ ଉପରେ ପ୍ରଭାବ ପକାଇବ। ବିଶେଷ କରି ସମୁଦ୍ରରୁ ଜଳୀୟବାଷ୍ପପୂର୍ଣ୍ଣ ବାୟୁ ଓଡ଼ିଶାକୁ ପ୍ରବେଶ କରିବ। ପ୍ରଭାବରେ ୧୮ ତାରିଖ ଠାରୁ ରାଜ୍ୟରେ ତାପମାତ୍ରା ୩ ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ।

ଶ୍ରୀମନ୍ଦିର ଭିତରେ ସେବକ ସେବକ ମଧ୍ୟରେ ମାରପିଟ୍

ପୁରୀ : ଶ୍ରୀମନ୍ଦିର ଭିତରେ ପାଟିତୁଣ୍ଡ ଆଉ ମାରପିଟ୍। ସେବକ ସେବକ ମଧ୍ୟରେ ମାରପିଟ୍ ହୋଇଛି। ଉଭୟ ମୁଖପଖାଳ ସେବକ ହୋଇଥିବା ଜଣାପଡିଛି। ଶ୍ରୀମନ୍ଦିର ଭିତରେ ମାରପିଟ୍ ପରେ ସିଂହଦ୍ଵାର ଥାନାରେ ମଧ୍ୟ ମାରପିଟ୍ ହୋଇଛି। ବେହରଣ ଦ୍ବାର ନିକଟରେ ପାଦୁକ ବଣ୍ଟନକୁ କେନ୍ଦ୍ର କରି ଉଭୟ ସେବକଙ୍କ ମଧ୍ୟରେ ଆକ୍ରମଣ ହୋଇଥିଲା। ଆକ୍ରମଣରେ ଜଣେ ବୟସ୍କ ସେବକ ଆହତ ହୋଇଛନ୍ତି। ଏନେଇ ସିଂହଦ୍ଵାର ଥାନା ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି।

୧୦ ଲକ୍ଷ ଲାଞ୍ଚ ମାମଲା, ଜେରାରେ ଝାଡାବାନ୍ତି ହେଇ କ୍ୟାପିଟାଲ ହସ୍ପିଟାଲରେ ଠିକାଦାର ସନ୍ତୋଷ ମହାରଣା

ଭୁବନେଶ୍ବର: ସିବିଆଇ ଜେରାରେ ଛାନିଆ ଠିକାଦାର ସନ୍ତୋଷ ମହାରଣା । ଝାଡାବାନ୍ତି ହୋଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ସନ୍ତୋଷ । ଆଜ୍ଞା ହଁ ସିବିଆଇର ୩ ଦିନିଆ ରିମାଣ୍ଡରେ ଥିବା କଣ୍ଟ୍ରାକ୍ଟରସନ୍ତୋଷ ମହାରଣା ଜେରାର ସମ୍ମୁଖୀନ ହୋଇ ଅସୁସ୍ଥ ହୋଇପଡିଛନ୍ତି । ଗତ ୭ ତାରିଖରେ ଧରାପଡ଼ିଥିବା ୧୦ ଲକ୍ଷ ଲାଞ୍ଚ କାରବାରରେ ମୁଖ୍ୟ କାର୍ପଟଦାର ଥିଲେ ସନ୍ତୋଷ । ସେପଟେ ବ୍ରିଜ ଆଣ୍ଡ ରୁଫ୍ କମ୍ପାନୀ ମାମଲାରେ ସାମ୍ନାକୁ ଆସିଛି ଏକ ଚିଠି। ଏହି ଚିଠି ବ୍ରିଜ୍ ଆଣ୍ଡ ରୁଫ୍ କମ୍ପାନୀ ପକ୍ଷରୁ ଲେଖାଯାଇଛି। ବିଷ୍ଣୁପଦ ସେଠୀଙ୍କୁ କମ୍ପାନୀର ଦୁଇ ଅଧିକାରୀ ଚଞ୍ଚଳ ମୁଖାର୍ଜୀ ଓ ଆଉ ଜଣେ ବିକେ ସିଂହ ଭେଟିବା ଲାଗି କମ୍ପାନୀ ତରଫରୁ ଅନୁମତି ମଗାଯାଇଥିଲା।

୫ ତାରିଖରେ ଭେଟିବାକୁ ଅନୁମତି ମଗାଯାଇଥିଲା। ରାଜ୍ୟର ବିଭିନ୍ନ ଜିଲ୍ଲାରେ ଚାଲିଥିବା କମ୍ପାନିର ପ୍ରକଳ୍ପ ସଂପର୍କରେ ଆଲୋଚନା କରିବା ପାଇଁ ସେମାନେ ବିଷ୍ଣୁପଦ ସେଠୀଙ୍କୁ ଭେଟିବାକୁଚାହୁଁଥିଲେ। ସେପଟେ ଆଜି ସିବିଆଇରେ ବିଷ୍ଣୁପଦ ସେଠୀ ହାଜର ହୋଇପାରନ୍ତି। ସିିବିଆଇ ଅଫିସରେ କଡ଼ା ସୁରକ୍ଷା କରାଯାଇଛି।

ବାପା ଆଗରେ ଚାଲିଗଲା ୬ବର୍ଷ ପୁଅର ଜୀବନ

କଳାହାଣ୍ଡି: ବାଟରେ ଜଗିବସିଥିଲା ଯମ । ହସଖୁସୀର ପରିବାରରେ ଲାଗିଗଲା ଅଶୁଭ ନଜର । ମାଆ କୋଳରୁ ପୁଅକୁ ଛଡାଇନେଲା ବିଧାତା । ପୁଅକୁ ବଡ କରିବାକୁ ସ୍ବପ୍ନ ଦେଖିଥିବା ମାଆବାପାଙ୍କ ସ୍ବପ୍ନରେ ଲାଗିଗଲା ବିରାମ । କେଡେ ନିର୍ଦ୍ଦୟ ଏ ବିଧାତା  । ଜନ୍ମ କରିଥିବା ବାପା ସାମ୍ନାରେ ନେଇଗଲା ପୁଅର ଜୀବନ । ଆଜ୍ଞା ହଁ ବାପାଙ୍କ ସହ ୬ ବର୍ଷର ପୁଅ ମାମୁଁ ଘରକୁ ହସ ଖୁସିରେ ଯାଉଥିଲା। । ହେଲେ ବାଟରେ ଘଟିଥିଲା ଏଭଳି ଘଟଣା , ଯାହା ସେଠାରେ ଉପସ୍ଥିତ ଲୋକଙ୍କୁ କିଛି ସମୟ ପାଇଁ କରିଦେଇଥିଲା ନିସ୍ତବ୍ଧ । ମୃତ୍ୟୁର ଦୂତ ହୋଇ ଏକ ଅଜଣା ହାଇୱା ବାପ ପୁଅଙ୍କ ବାଇକକୁ ପଛ ପଟୁ ଧକ୍କା ଦେଇଥିଲା। ରାସ୍ତାରେ ଛିଟିକି ପଡିଲା ନାବଳକ ପୁଅ । ବାପାଙ୍କ ଆଖି ଆଗରେ ଛଟପଟ ହୋଇ ଚାଲିଗଲା ୬ବର୍ଷର ନାବାଳକ ପୁଅର ଜୀବନ ।

ବାପା ଗୁରୁତର ଅବସ୍ଥାରେ ମେଡିକାଲରେ ଜୀବନ ମରଣ ସହିତ ସଂଗ୍ରାମ କରୁଛନ୍ତି। ଏମିତି କିଛି ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା କୋକସରା ଥାନା ଡହାଗାଁ ହାଇସ୍କୁଲ ନିକଟରେ। ମୃତକ ହେଲେ ହୃଷିକେଶ ନାଏକଙ୍କ ୬ ବର୍ଷର କ୍ଷିରୋଦ। ଏହି ଘଟଣାକୁ ନେଇ ଉତ୍ତେଜନା ଦେଖାଦେଇଥିଲା। ମୃତକଙ୍କ ପରିବାରକୁ କ୍ଷତିପୂରଣ ସହାୟତା ପାଇଁ ପରିବାର ଓ ସମ୍ପର୍କୀୟମାନେ ଡହଗାଁରେ ରାସ୍ତାରୋକ କରିଥିଲେ।

ଅଭିଷେକଙ୍କ ପୂର୍ବରୁ ଏହି କ୍ରିକେଟରଙ୍କ ସହ ଯୋଡାଯାଇଥିଲା ନିମ୍ରତ କୌରଙ୍କ ନାଁ

ନନ୍ଦିଘୋଷ ବ୍ୟୁରୋ: ବହୁଦିନ ଧରି ଅଭିଷେକ ବଚ୍ଚନଙ୍କ ସହିତ ନିମ୍ରତ କୌରଙ୍କ ଡେଟିଂ ଖବର ଚର୍ଚ୍ଚାରେ ରହିଆସିଛି । ଐଶ୍ୱର୍ଯ୍ୟା ରାୟଙ୍କ ସହ ଛାଡପତ୍ର ଖବର ପାଇଁ ଅଭିଷେକ ବଚ୍ଚନ ଦୀର୍ଘଦିନ ଧରି ଲାଇମ୍‌ ଲାଇଟ୍‌ରେ ରହିଥିବା ବେଳେ ଏହି ଖବର ସେମାନଙ୍କ ଫ୍ୟାନ୍ସକୁ ଦ୍ବନ୍ଦରେ ପକାଇଦେଇଥିଲା । ତେବେ ସମ୍ପର୍କର ମତଭେଦ ସମ୍ପର୍କରେ କୌଣସି ଅଫିସିଆଲ କନଫର୍ମ କରାଯାଇ ନାହିଁ। ନିମ୍ରତ କୌରଙ୍କ ସହ ତାଙ୍କର ଘନିଷ୍ଠତା ସେମାନଙ୍କ ସମ୍ପର୍କରେ ମତଭେଦ ହେବାର ଅନ୍ୟତମ କାରଣ ବୋଲି କୁହାଯାଉଛି । ତେବେ ଏସବୁ ମଧ୍ୟରେ ନିମ୍ରତଙ୍କ ପ୍ରେମସମ୍ପର୍କକୁ ନେଇ ଅନେକ ଚର୍ଚ୍ଚା ହୋଇଥିଲା ।

ନିମ୍ରତ କୌରଙ୍କ କହିବାନୁସାରେ, ସେ ବର୍ତ୍ତମାନ କାହା ସହିତ ଡେଟ କରୁନାହାଁନ୍ତି  । କିନ୍ତୁ ଏକ ସମୟ ଥିଲା ଯେତେବେଳେ ସେ ବାହୁବଲୀ ଅଭିନେତାଙ୍କୁ ଡେଟିଂ କରୁଥିବା କଥା ଚର୍ଚ୍ଚା ହୋଇଥିଲା । ପୂର୍ବରୁ ମଧ୍ୟ ଜଣେ ନାମୀଦାମୀ କ୍ରିକେଟରଙ୍କ ସହିତ ମଧ୍ୟ ତାଙ୍କ ଲିଙ୍କ ଅପ୍ ଖବର ସାମ୍ନାକୁ ଆସିଥିଲା ।ଏହା ପ୍ରଥମ ଘଟଣା ନୁହେଁ ଯେ ଜଣେ କ୍ରିକେଟରଙ୍କ ସହ ଅଭିନେତ୍ରୀଙ୍କୁ ଯୋଡିବା । କିନ୍ତୁ ଆପଣ ଜାଣିକି ଆଶ୍ଚର୍ଯ୍ୟ ହେବେ କି ନିମ୍ରତ କୌରଙ୍କ ନାମ ରବି ଶାସ୍ତ୍ରୀଙ୍କ ସହ ମଧ୍ୟ ଯୋଡା ଯାଇଥିଲା । ୨୦୧୮ରେ ଦୁହେଁ ସିକ୍ରେଟ ଭାବରେ ଡେଟିଂ କରୁଥିବା ଖବର ଆସିଥିଲା ​​ । କୁହାଯାଇଥିଲା ଯେ ଏହି ସମ୍ପର୍କ କେବଳ ୨ ବର୍ଷ ପର୍ଯ୍ୟନ୍ତ ଚାଲିଥିଲା । ଯେତେବେଳେ ଏହି ଖବର ପ୍ରସଙ୍ଗ ପାଲଟିବାକୁ ଲାଗିଲା ସେତେବେଳେ ରବି ଶାସ୍ତ୍ରୀ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ପ୍ରକାଶ କରିଥିଲେ। ଏହି ଗୁଜବକୁ ନେଇ ପୂର୍ବତନ କ୍ରିକେଟର କ୍ରୋଧିତ ହୋଇଥିଲେ । ସେ କହିଥିଲେ, ‘କିଛି କହିବାର ଆବଶ୍ୟକତା ନାହିଁ’  । ଏହି ପ୍ରସଙ୍ଗରେ ନିମ୍ରତ କୌର ମଧ୍ୟ ପ୍ରତିକ୍ରିୟା ରଖିଥିଲେ । ସେ X ରେ ଲେଖିଥିଲେ ମୋତେ ରୁଟ କେନାଲର ଆବଶ୍ୟକ ନାହିଁ । ଆଜି ମୁଁ ନିଜ ବିଷୟରେ ଯାହା ପଢୁଛି ତାହା ମୋ ସ୍କୁଲ ପ୍ରେମ ବିଷୟରେ । ଯାହା ମୁଁ ସମସ୍ତଙ୍କୁ ଆଗରୁ କହିସାରିଛି ।

ନିମ୍ରତ କୌରଙ୍କ ନାମ ‘ବାହୁବଲୀ’ ଅଭିନେତା ରାଣା ଡାଗଗୁବାଟି ସହିତ ମଧ୍ୟ ଯୋଡା ଯାଇଥିଲା  । ଚର୍ଚ୍ଚା ହେଉଥିଲା ଯେ ଦୁହେଁ ପରସ୍ପରକୁ ଡେଟ କରୁଥିଲେ। ତେବେ ନିମ୍ରତ କୌରଙ୍କ କିମ୍ବା ରାଣା ଡାଗଗୁବତୀ ଏହି ସମ୍ପର୍କ ବିଷୟରେ କେବେ କିଛି ପ୍ରତିକ୍ରିୟା ଦେଇନାହାଁନ୍ତି ।

ପାଲେଷ୍ଟାଇନ ବ୍ୟାଗ ଧରି ସଂସଦ ପହଞ୍ଚିଲେ ପ୍ରିୟଙ୍କା ..

ନୂଆଦିଲ୍ଲୀ: ପୁଣିଥରେ ଚର୍ଚ୍ଚାକୁ ଆସିଛି କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀଙ୍କ ପାଲେଷ୍ଟାଇନ ପ୍ରେମ । ନବନିର୍ବାଚିତ ସାଂସଦଙ୍କ ପାଲେଷ୍ଟାଇନ ପ୍ରେମ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।ପ୍ରିୟଙ୍କା ଗାନ୍ଧୀ “ପାଲେଷ୍ଟାଇନ” ଲେଖାଯାଇଥିବା ବ୍ୟାଗ ନେଇ ସଂସଦରେ ପହଞ୍ଚିଛନ୍ତି । ସଂସଦରୁ ଏକ ଚିତ୍ର ସାମ୍ନାକୁ ଆସିଛି ଯେଉଁଥିରେ ତାଙ୍କ ବ୍ୟାଗରେ ‘ପାଲେଷ୍ଟାଇନ’ ଲେଖାଯାଇଛି । ଏହି ବ୍ୟାଗ୍ ମାଧ୍ୟମରେ ପ୍ରିୟଙ୍କା ଗାନ୍ଧୀ ପୁଣି ଥରେ ପାଲେଷ୍ଟାଇନକୁ ସମର୍ଥନ କରୁଛନ୍ତି ବୋଲି ସିଧାସଳଖ ବାର୍ତ୍ତା ଦେଇଛନ୍ତି । ଏହା ପ୍ରଥମ ଥର ନୁହେଁ ଯେ ପ୍ରିୟଙ୍କା ଗାନ୍ଧୀ ପାଲେଷ୍ଟାଇନକୁ ସମର୍ଥନ କରିଛନ୍ତି । ସେ ନିକଟରେ ଭାରତ ଗସ୍ତରେ ଆସିଥିବା ପାଲେଷ୍ଟାଇନର ରାଷ୍ଟ୍ରଦୂତ ଆବେଦ ଏଲ୍ରାଜେଜ ଆବୁ ଜାଜରଙ୍କୁ ଭେଟିଥିଲେ। ପାଲେଷ୍ଟାଇନ ରାଷ୍ଟ୍ରଦୂତ ପ୍ରିୟଙ୍କା ଗାନ୍ଧୀଙ୍କୁ ୱାୟାନାଡ ଲୋକସଭା ନିର୍ବାଚନରେ ​​ବିଜୟ ପାଇଁ ଅଭିନନ୍ଦନ ମଧ୍ୟ ଜଣାଇଥିଲେ ।

ଏହି ଭେଟଘାଟରେ ପ୍ରିୟଙ୍କା ଗାନ୍ଧୀ ପାଲେଷ୍ଟାଇନ ପାଇଁ ସମର୍ଥନ ଜଣାଇଛନ୍ତି । ସ୍ୱାଧୀନତା ହାସଲ ପାଇଁ ପାଲେଷ୍ଟାଇନ ଲୋକଙ୍କ ସଂଗ୍ରାମକୁ ସେ ସମର୍ଥନ ଜଣାଇଛନ୍ତି। ସେ ପିଲାଦିନରୁ ପାଲେଷ୍ଟାଇନର ହିତରେ ଅଛନ୍ତି ଏବଂ ସେମାନଙ୍କୁ ଉଚିତ୍ ନ୍ୟାୟ ମିଳୁ ବୋଲି ସେ ଦାବି କରିଛନ୍ତି ।  ଏହା ବ୍ୟତୀତ ସେ ପାଲେଷ୍ଟାଇନ ନେତା ୟାସିର ଆରାଫତଙ୍କ ଭାରତ ଗସ୍ତ ସମୟରେ ତାଙ୍କର ସାକ୍ଷାତ ବିଷୟରେ ଉଲ୍ଲେଖ କରିଥିଲେ ।

ପାଲେଷ୍ଟାଇନ ରାଷ୍ଟ୍ରଦୂତଙ୍କ ସହ ସାକ୍ଷାତ ସମୟରେ ପ୍ରିୟଙ୍କା ଗାନ୍ଧୀ ହମାସ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧରେ ପାଲେଷ୍ଟାଇନକୁ ସମର୍ଥନ କରୁଥିବା ଜଣାପଡିଥିଲା । ଏହି ବୈଠକରେ  ସେ ଗାଜାରେ ଇସ୍ରାଏଲ୍ ସେନାର କାର୍ଯ୍ୟକଳାପକୁ ନିନ୍ଦା କରିବା ସହ ଏହି ଅଞ୍ଚଳରେ ଘଟିଥିବା ବିନାଶ ପାଇଁ ଦୁଃଖପ୍ରକାଶ କରିଛନ୍ତି । କଂଗ୍ରେସ ସାଂସଦ କହିଛନ୍ତି, ଏହି ଯୁଦ୍ଧରେ ନିଜ ସନ୍ତାନ ହରାଇଥିବା ପ୍ରତ୍ୟେକ ମାତାଙ୍କୁ ମୁଁ ସମବେଦନା ଜଣାଉଛି । ଗାଜାର ସଙ୍କଟକୁ ଦୂର କରିବାରେ ସେ ଅନ୍ତର୍ଜାତୀୟ ଗୋଷ୍ଠୀର ନିରବତାକୁ ମଧ୍ୟ ସମାଲୋଚନା କରିଛନ୍ତି । ଜୁଲାଇ ମାସରେ ପ୍ରିୟଙ୍କା ଗାନ୍ଧୀ ଗାଜାରେ ଇସ୍ରାଏଲର କାର୍ଯ୍ୟକଳାପକୁ ବର୍ବର ବୋଲି ବର୍ଣ୍ଣନା କରିଛନ୍ତି ଏବଂ ପ୍ରତ୍ୟେକ ଦେଶକୁ ଇସ୍ରାଏଲ ସରକାରଙ୍କ ସରସଂହାର ଏବଂ ଆକ୍ରମଣକୁ ନିନ୍ଦା ଏବଂ ବନ୍ଦ କରିବାକୁ ଅନୁରୋଧ କରିଛନ୍ତି ।

ଜାନୁଆରୀରେ ବିଜେଡିର ସାଙ୍ଗଠନିକ ନିର୍ବାଚନ, ନିର୍ଦ୍ଦେଶ ଦେଲେ ବିଜେଡି ସୁପ୍ରିମୋ

ଭୁବନେଶ୍ବର: ଆସନ୍ତା ବର୍ଷ ଜାନୁଆରୀରେ ହେବ ବିଜେଡିର ସାଙ୍ଗଠନିକ ନିର୍ବାଚନ । ଏନେଇ ନିର୍ଦ୍ଦେଶ ଦେଇଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ । ସଭ୍ୟ ସଂଗ୍ରହ ଅଭିଯାନ ଭଲ ଭାବେ ଚାଲିଛି । ଡିସେମ୍ବର ୨୧ ସୁଦ୍ଧା ଟାର୍ଗେଟ ହାସଲ କରିବାକୁ କୁହାଯାଇଥିବା ସୂଚନା ଦେଇଛନ୍ତି ବିଜେଡି ସଭ୍ୟ ସଂଗ୍ରହ କମିଟି ଆବାହକ ଅତନୁ ସବ୍ୟସାଚୀ ନାୟକ ।
ଏହା ପରେ ସବୁଆଡୁ ରିପୋର୍ଟ ଆସିବା ପରେ ସମନ୍ୱୟ କମିଟି ଅଧ୍ୟକ୍ଷ ଦେବୀ ମିଶ୍ର ଯାଞ୍ଚ କରି ରିପୋର୍ଟ ଦଳୀୟ ସଭାପତିଙ୍କୁ ଦେବେ । ତାପରେ ଚୂଡାନ୍ତ ସଭ୍ୟ ତାଲିକା ପ୍ରକାଶ ପାଇବ । ୨୪ ଜଣ ପ୍ରାଥମିକ ସଦସ୍ୟରେ ଜଣେ ସକ୍ରିୟ ସଦସ୍ୟ ରହିବେ। ତେବେ ସାଙ୍ଗଠନିକ ନିର୍ବାଚନ ପରେବି ବର୍ଷ ତମାମ ସଭ୍ୟ ସଂଗ୍ରହ ହୋଇ ପାରିବ । ୱାର୍ଡ କମିଟି ଅନେକ ସ୍ଥାନରେ ଗଠନ ସରିଲାଣି ।