spot_img
Home Blog Page 1250

ପୁଅର ଜନ୍ମଦିନରେ ଚାଲିଗଲା ବାପାର ଜୀବନ

କନ୍ଧମାଳ: ପୁଅର ଜନ୍ମଦିନରେ ଚାଲିଗଲା ବାପାର ଜୀବନ। ଭୋଜି ସାମଗ୍ରୀ ଧରି ଆସୁଥିବାବେଳେ ଭାରସାମ୍ୟ ହରାଇ ଛାଞ୍ଚଚେଡ଼ି ଗଣ୍ଡିସ ପୋଲ ତଳକୁ ଖସିପଡ଼ିଲା ବାଇକ। ପୋଲୋ ତଳକୁ ଖସି ନଦୀରେ ବୁଡି ବାପାର ମୃତ୍ୟୁ ହୋଇଥିବାବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି। ଏଭଳି ଦୁଃଖଦ ଘଟଣା ଘଟିଛି ଜି.ଉଦୟଗିରି ସାରଙ୍ଗଡ ଥାନା ଅନ୍ତର୍ଗତ ରାଇକିଆ ଅଞ୍ଚଳରେ। ମୃତକ ହେଉଛନ୍ତି ପବିତ୍ର ଡିଗାଲ।

ସୂଚନା ଅନୁଯାୟୀ, ମଙ୍ଗଳବାର ଦିନ ପୁଅର ଜନ୍ମଦିନ ପାଇଁ ଭୋଜିର ଆୟୋଜନ ହୋଇଥିଲା। ଭୋଜି ସାମଗ୍ରୀ ଆଣିବା ପାଇଁ ପବିତ୍ର ତାଙ୍କ ଦୁଇ ସାଥିଙ୍କୁ ନେଇ ବାଇକ ଯୋଗେ ରାଇକିଆ ବଜାର ଆସିଥିଲେ। ଫେରିବା ସମୟରେ ଗାଡିର ଭାରସାମ୍ୟ ହରାଇ ପୋଲକୁ ତଳକୁ ଖିପଡିଥିଲେ ପବିତ୍ର। ନଦୀରେ ଅଧିକ ପାଣି ଥିବା ଯୋଗୁଁ ବାଇକ ସହ ତିନି ଜଣ ପାଣିରେ ବୁଡି ଯାଇଥିଲେ। ଘଟଣାସ୍ଥଳରେ ପବିତ୍ର ଦିଗଲଙ୍କ ମୃତ୍ୟୁ ହୋଇଥିଲା। ଘଟଣାସ୍ଥଳରେ ରାଇକିଆ ଥାନା ପୋଲିସ ପହଞ୍ଚି ଘଟଣାର ତଦନ୍ତ କରିବା ସହ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଛି। ଏଭଳି ଘଟଣାକୁ ନେଇ ପରିବାରରେ ଏବଂ ରାଇକିଆ ଅଂଚଳରେ ଶୋକର ଛାୟା ଖେଳିଯାଇଛି।

ଆଜି ବନ୍ଦ ରହିବ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାମ

ପୁରୀ: ଆଜି ବନ୍ଦ ରହିବ ରତ୍ନଭଣ୍ଡାର ମରାମତି କାର୍ଯ୍ୟ । ମହାପ୍ରଭୁଙ୍କ ଦିବା ପହୁଡ଼ ନୀତି ରହିଥିବାରୁ ବନ୍ଦ ରହିବ ମରାମତି କାର୍ଯ୍ୟ । ଆସନ୍ତାକାଲିଠାରୁ ପୁଣିଥରେ ଆରମ୍ଭ ହେବ ମରାମତି କାର୍ଯ୍ୟ । ପ୍ରାଥମିକ ଭାବରେ ଚୂନ ପ୍ଲାଷ୍ଟରକୁ ହଟାଯିବ।ପରେ ଫାଟ ଥିବା ପଥର ଗୁଡ଼ିକ ପ୍ରତିସ୍ଥାପନ ବା ରିପ୍ଲେସ କରାଯିବ। ନୀଳଗିରିରୁ ଆସୁଥିବା ଉନ୍ନତ ମାନର ପଥରରେ କରାଯିବ ମରାମତି କାର୍ଯ୍ୟ।ଗତକାଲି ରତ୍ନଭଣ୍ଡାର ମରାମତିର ପ୍ରଥମ ଦିନରେ ଶେଷ ହେଲା ଭିତର ଭଣ୍ଡାରରେ ଭାରା ବନ୍ଧା କାର୍ଯ୍ୟ । ମରାମତି କାର୍ଯ୍ୟ କରିବା ପାଇଁ ପ୍ରାୟ ୨୦ ଫୁଟ୍ ଉଚ୍ଚର ଲୁହାର ଭାରା ବନ୍ଧା ଯାଇଛି। ଭିତର ଭଣ୍ଡାରରେ ବନ୍ଧା ଯାଇଛି ଏହି ଭାରା ।ଭାରା ବ୍ୟବହାର କରି କାନ୍ଥ ଛାତ ଓ ବିଭିନ୍ନ ସ୍ଥାନରେ ଥିବା କ୍ରାକ୍ସ୍ ବା ଫାଟ ମରାମତି କାମ କରିବେ ଏଏସଆଇ ଦ୍ଵାରା ନିଯୁକ୍ତ କୁଶଳୀ କାରିଗର ।

ଉତ୍ତରପ୍ରଦେଶ ସମ୍ଭଲରେ ଆଜି ASI ସର୍ଭେ

ନନ୍ଦିଘୋଷ ବ୍ୟୁରୋ: ଉତ୍ତରପ୍ରଦେଶ ସମ୍ଭଲରେ ଆଜି ମନ୍ଦିର ସର୍ଭେ କରିବ ଏଏସଆଇ। ମନ୍ଦିର ସହ ଏହାର ପାଖରେ ଥିବା ଏକ କୂପର ସର୍ଭେ କରିବ ASIର ଟିମ। ସର୍ବେକ୍ଷଣ ଟିମରେ ଖନନ ଏବଂ ଉତ୍ତୋଳକ ସଦସ୍ୟ ସାମିଲ ହୋଇଛନ୍ତି। ସହକାରୀ ପ୍ରତ୍ନତତ୍ତ୍ଵ ଅଧିକାରୀଙ୍କ ସହ ଜଣେ ସର୍ଭେୟରଙ୍କ ନେତୃତ୍ଵରେ ଏହି ସର୍ବେକ୍ଷଣ କରାଯିବ। ଏଏସଆଇ ଟିମ ପ୍ରଥମେ ସମ୍ଭଲ ଜିଲ୍ଲାପାଳଙ୍କ ଅଫିସରେ ଯିବାପରେ ସେଠାରୁ ପୂରାତନ ମନ୍ଦିରସ୍ଥଳକୁ ଯାଇ ସର୍ଭେ କରିବେ। ମନ୍ଦିର ନିକଟରେ ଥିବା ଏକ କୂପର ୨୦ ଫୁଟ ଗଭୀର ଖନନ ପରେ ସେଠାରେ ସର୍ବେକ୍ଷଣ କାମ ବନ୍ଦ ରଖାଯାଇଛି। ମନ୍ଦିର ଭିତରୁ ଅନେକ ପୂରାତନ ଦେବାଦେବୀଙ୍କ ମୂର୍ତ୍ତି ମିଳିଛି।

ଆଜି ଏଏସଆଇର ଟିମ ଅନ୍ୟ କୂଅ ଗୁଡିକର ମଧ୍ୟ ଖନନ କରିବ ବୋଲି ଜଣାପଡିଛି। ସମ୍ଭଲରେ ମହାଦେବ ହନୁମାନ ମନ୍ଦିରରେ ୩ଟି ଦେବାଦେବୀଙ୍କ ମୂର୍ତ୍ତି ଉଦ୍ଧାର ହୋଇଛି। ୧୯୭୮ ପରଠାରୁ ଏହି ମନ୍ଦିର ବନ୍ଦ ରହିଥିଲା। ଡିସେମ୍ବର ୧୪ ତାରିଖରେ ଜବରଦଖଲ ଉଚ୍ଛେଦ କରାଯାଇ ଏହି ମନ୍ଦିରର ଉଦ୍ଧାର କରାଯାଇଥିଲା।

କୃଷକ ଆନ୍ଦୋଳନ : ଆଜି ରେଳରୋକର ଆହ୍ଵାନ ଦେଇଛି କୃଷକ ସଂଗଠନ

ନୂଆଦିଲ୍ଲୀ: MSP ଗ୍ୟାରେଣ୍ଟି ଦାବିରେ ଅଟଳ ସଂଯୁକ୍ତ କୃଷକ ମୋର୍ଚ୍ଚା। ଆଜି ରେଳରୋକର ଆହ୍ଵାନ ଦେଇଛି କୃଷକ ସଂଗଠନ। ପଞ୍ଜାବ ସମେତ ସାରା ଦେଶରେ ରେଳରୋକ କରିବାକୁ ଚାଷୀଙ୍କୁ ଆହ୍ଵାନ ଦେଇଛି କୃଷକ ସଂଗଠନ। ପଞ୍ଜାବର ୧୩ ହଜାରରୁ ଅଧିକ ଗାଁରେ ଚାଷୀ ନିଜ ନିଜ ଗାଁ ପାଖରେ ଥିବା ରେଳଲାଇନକୁ ଯାଇ ରେଳରୋକ କରିବାକୁ ଆହ୍ଵାନ ଦେଇଛି କୃଷକ ସଂଗଠନ।

ଗତ ୧୬ ତାରିଖରେ ଟ୍ରାକ୍ଟର ରାଲି କରି ଦମ ଦେଖାଇଲେ ଚାଷୀ। ହରିୟାଣାର ବିଭିନ୍ନ ସ୍ଥାନରେ ହଜାର ହଜାର ସଂଖ୍ୟାରେ ଚାଷୀ ଟ୍ରାକ୍ଟର ରାଲିରେ ସାମିଲ ହୋଇ ପ୍ରତିବାଦ କରିଥିଲେ। ଅମ୍ବାଲାରେ ଟ୍ରାକ୍ଟର ମାର୍ଚ୍ଚ କରିଥିଲେ କୃଷକ ସଂଗଠନ। ଚାଷୀଙ୍କ ବିଭିନ୍ନ ଦାବି ନେଇ ପ୍ରତିବାଦ କରିବା ସହ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଥିଲେ। ଗୋଟିଏ ଧାଡ଼ିରେ ଯାଇ ଶାନ୍ତପୂର୍ଣ୍ଣ ଭାବେ ଟ୍ରାକ୍ଟର ପ୍ରତିବାଦ କରିଥିଲେ କୃଷକ। ଏମଏସପି ଗ୍ୟାରେଣ୍ଟି ନେଇ ସଶକ୍ତ ଆଇନ ସହ ବିଭିନ୍ନ ଦାବି ନେଇ ଦିଲ୍ଲୀ ସୀମାନ୍ତ ଶମ୍ଭୁ ସୀମାରେ ଅଟକି ରହିଛନ୍ତି ଚାଷୀ। ଗତ ଶନିବାର ଦିନ ଦିଲ୍ଲୀ ଚଲୋ ଡାକରା ଦେଇ ପୁଣି ଅଭିଯାନ ଆରମ୍ଭ କରିଥିଲେ ୧୦୧ ଜଣ ଚାଷୀ। ତେବେ ଏହାକୁ ଅଟକାଇଥିଲେ ସୁରକ୍ଷାକର୍ମୀ। ସୁରକ୍ଷାକର୍ମୀଙ୍କ ଲୁହବୁହା ଗ୍ୟାସ୍ ମାଡ଼ରେ ୨୦ରୁ ଅଧିକ ଚାଷୀ ଆହତ ହୋଇଥିଲେ।

ଆଜି ସିବିଆଇରେ ହାଜର ହେବେ IAS ବିଷ୍ଣୁପଦ ସେଠୀ !

ଭୁବନେଶ୍ୱର: ଆଜି ସିବିଆଇରେ ହାଜର ହେବାକୁ ବରିଷ୍ଠ IAS ବିଷ୍ଣୁପଦଙ୍କୁ ନିର୍ଦ୍ଦେଶ। ଦିନ ୧୨ଟାରେ ସିବିଆଇ ନିକଟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟପଟେ ପଦରୁ ହଟିଛନ୍ତି ବରିଷ୍ଠ IAS ବିଷ୍ଣୁପଦ ସେଠୀ। ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗର OSD ଭାବେ ତାଙ୍କୁ ନିଯୁକ୍ତ କରାଯାଇଛି। SC/ST, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ଦାୟିତ୍ଵରେ ଥିଲେ। ସାମାଜିକ ନ୍ୟାୟ, ସଶକ୍ତୀକରଣ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ଦାୟିତ୍ଵରେ ଥିଲେ।

ସେହିପରି IAS ମନୋଜ କୁମାର ସାହୁଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସ୍ଵତନ୍ତ୍ର ସଚିବ ଭାବେ ନିଯୁକ୍ତି ଦିଆଯାଇଛି। IAS ସଂଜୀବ କୁମାର ମିଶ୍ରଙ୍କୁ SC/ST, ସଂଖ୍ୟାଲଘୁ ଓ ପଛୁଆ ବର୍ଗ ବିଭାଗ ଦାୟିତ୍ଵ ଦିଆଯାଇଛି। ସିବିଆଇ ସମନକୁ ନେଇ ଚର୍ଚ୍ଚାରେ ଥିଲେ ବିଷ୍ଣୁପଦ। ଭୁବନେଶ୍ଵରରୁ ୧୦ ଲକ୍ଷ ଟଙ୍କା ଲାଞ୍ଚ ମାମଲାରେ ଚର୍ଚ୍ଚାରେ ଥିଲେ। ।

 

ଆରମ୍ଭ ହେଲା ଯାଜପୁର ସଦର ମହୋତ୍ସବ

ନନ୍ଦିଘୋଷ ବ୍ୟୁରୋ: ଆରମ୍ଭ ହେଲା ଯାଜପୁର ସଦର ମହୋତ୍ସବ । ଯାଜପୁର ବ୍ଲକ ଅନ୍ତର୍ଗତ କବୀରପୁର ଦଶହରା ପଡିଆରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଜରିଆରେ ଉଦଘାଟିତ ହୋଇଛି । ସମାଜସେବୀ ବ୍ରଜ କିଶୋର ପାଢୀଙ୍କ ସଭାପତିତ୍ବରେ ଆୟୋଜିତ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥିଭାବେ ଯାଜପୁରର ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ ଯୋଗ ଦେଇଥିଲେ । ସମ୍ମାନୀୟ ଅତିଥି ଭାବେ ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ, ମୁଖ୍ୟବକ୍ତା ଭାବେ ବରୀର ବିଧାୟକ ବିଶ୍ୱରଞ୍ଜନ ମଲ୍ଲିକ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି ଆନୁଷ୍ଠାନିକ ଭାବେ ମହୋତ୍ସବ ଉଦଘାଟନ କରିଥିଲେ l ଯାଜପୁର ସଦର ମହୋତ୍ସବ ୧୨ ବର୍ଷରେ ପଦାର୍ପଣ କରି ଥିବାରୁ ବହୁ ଜନସମାଗମ ହୋଇଥିଲା l ମହୋତ୍ସବ ପାଇଁ ଅଞ୍ଚଳ ଉତ୍ସବ ମୁଖର ହେବା ସହ ସୁସଜ୍ଜିତ ତୋରଣ ଓ ଆଲୋକମାଳା ରେ ଲକ୍ଷ୍ମୀ ନାରାୟଣଙ୍କ ମୃଣ୍ମୟୀ ମୂର୍ତ୍ତୀ ପୂଜା ଆରମ୍ଭ ହୋଇଛି l ମହୋତ୍ସବରେ ଇଣ୍ଡିଆ ଟ୍ୟାଲେଣ୍ଟରେ ଯୋଗଦେଇ ପୁରସ୍କାର ପାଇଥିବା ଚାନ୍ଦବାଲିର ଡାଇମଣ୍ଡ ଡ୍ୟାନ୍ସ ଗ୍ରୁପ୍ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା l ଏହି ମହୋଉତ୍ସବ ୨୨ ତାରିଖ ପର୍ଯ୍ୟନ୍ତ ଚାଲବ ।

କେନ୍ଦ୍ରାପଡ଼ା ଜିଲ୍ଲାରେ ସାରଥୀ ବାବାଙ୍କ ପରେ ହଳଦୀ ବାବାଙ୍କ ନାଁରେ କେଳେଙ୍କାରୀ ଅଭିଯୋଗ

ନନ୍ଦିଘୋଷ ବ୍ୟୁରୋ: କେନ୍ଦ୍ରାପଡ଼ା ଜିଲ୍ଲାରେ ସାରଥୀ ବାବାଙ୍କ ପରେ ହଳଦୀ ବାବାଙ୍କ ନାଁରେ କେଳେଙ୍କାରୀ ଅଭିଯୋଗ । ହଳଦୀ ବାବା ପାଟକୁରା ଥାନା ଅନ୍ତର୍ଗତ ବଚରେଇ ପଞ୍ଚାୟତ ବାଲିକୁଦା ଗାଁର ମନସା ଦେବୀ ପୀଠରେ ନିଜର ଆଶ୍ରମ ସ୍ଥାପନ କରିଛନ୍ତି । ସେଠି ବାଂଲାଦେଶୀଙ୍କୁ ଅନୁପ୍ରବେଶ କରାଇ ନିଜର ଆଶ୍ରମରେ ରଖୁଥିବା ନେଇ ପେଣ୍ଠ ଗାଁର ଲୋକେ ଅଭିଯୋଗ କରିଛନ୍ତି । ବାବାଙ୍କ ଆଶ୍ରମ ଅନାବାଦୀ ଗୋଚର ଜମିରେ ହୋଇଥିବାରୁ ପେଣ୍ଠ ଗାଁର ଲୋକ ଏହି ଜବରଦଖଲକୁ ବିରୋଧ କରୁଛନ୍ତି । ଏହାସହ ରମାନାଥ ସାମନ୍ତରାୟ ବାବା ଆଶ୍ରମ କରିଥିବା ଜବରଦଖଲ ଆଶ୍ରମକୁ ଉଛେଦ ପାଇଁ ମାର୍ଶାଘାଇ ତହସିଲଦାରଙ୍କ ନିକଟରେ ଦାବି କରିଛନ୍ତି । ଏହାସହ ହଳଦୀ ବାବାଙ୍କ ଆଶ୍ରମରେ ତନ୍ତ୍ର ସାଧନା ହେଉଥିବା ଓ ଅନୈତିକ ଭାବେ ବଳି ଦିଆଯାଉଥିବା ଅଭିଯୋଗ ହୋଇଛି । ତେବେ ସବୁ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଆଶ୍ରମର ସମର୍ଥକ ଓ ବାବାଙ୍କ ଅନୁଗାମୀ । ମନସା ଦେବୀଙ୍କ ଏହି ପୀଠରେ ହଳଦୀ ବାବାଙ୍କୁ ଗ୍ରାମବାସୀମାନେ ରଖିଥିବା କହିଛନ୍ତି । ସେପଟେ ଅଭିଯୋଗ ପରେ ତଦନ୍ତ କରି ଖୁବଶୀଘ୍ର ସରକାରୀ ଜାଗା ତଥା ଗୋଚରରେ ବେଆଇନ ଆଶ୍ରମକୁ ଉଛେଦ ପାଇଁ ପ୍ରକ୍ରିୟା ଆରମ୍ଭ ହେବ ବୋଲି କହିଛନ୍ତି ମାର୍ଶାଘାଇ ତହସିଲଦାର ।

ପ୍ରବଳ ଜାଡ ପରେ ବର୍ଷା କରିବ ଅସ୍ତବ୍ୟସ୍ତ

ନନ୍ଦିଘୋଷ ବ୍ୟୁରୋ: ପ୍ରବଳ ଜାଡ ପରେ ବର୍ଷା କରିବ ଅସ୍ତବ୍ୟସ୍ତ। ଉପକୂଳ ଓଡ଼ିଶା ସମେତ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ପଶ୍ଚିମା ଝଡ ପ୍ରଭାବରେ ବର୍ଷା ନେଇ ଆକଳନ କରାଯାଇଛି। ଗତ ୩ ଦିନ ଧରି ରାଜ୍ୟରେ ରାଜ୍ କରୁଥିଲା ଶୀତ। ସୁନ୍ଦରଗଡ, ଝାରସୁଗୁଡା, ଅନୁଗୁଳ ସମେତ ଜଗତସିଂହପୁରରେ ପ୍ରବଳ ଶୀତ ଲହରୀ ଜାରି ରହିଥିଲା। ଗତ କାଲି ରାଉରକେଲାରେ ସର୍ବନିମ୍ନ ତାପମାତ୍ରା ୫.୭ ଡିଗ୍ରୀ ରହିଥିବା ବେଳେ, ଆଜି ବି ସମାନ ତାପମାତ୍ରା ରେକର୍ଡ ହୋଇଛି। ସେହିଭଳି ଗତ କାଲି ରାଜ୍ୟର ୧୧ଟି ସହରରେ ତାପମାତ୍ରା ୧୦ ଡିଗ୍ରୀ କିମ୍ବା ତାଠୁ ତଳେ ରହିଥିବା ବେଳେ, ଆଜି ବି ସମାନ ରହିଥିଲା।

ଆସନ୍ତାକାଲିଠାରୁ ରାଜ୍ୟରେ ପାଗ ବଦଳିବା ସହ କିଛି ଜିଲ୍ଲାରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା ୫ ଦିନ ପର୍ଯ୍ୟନ୍ତ କୋହଲା ପାଗ ସହ ୧୯ ରୁ ୨୧ ତାରିଖ ପର୍ଯ୍ୟନ୍ତ କିଛି ସ୍ଥାନରେ ପ୍ରବଳ ବର୍ଷା ନେଇ ସତର୍କତା ଜାରି କରିଛି ପାଣିପାଗ କେନ୍ଦ୍ର। କାଲି ଗଞ୍ଜାମ ଗଜପତିରେ ହାଲୁକା ବର୍ଷା ସମ୍ଭାବନା ଥିବା ବେଳେ, ୧୯ ତାରିଖରେ ପ୍ରବଳ ବର୍ଷା ନେଇ ୯ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ପୁରୀ, ଗଞ୍ଜାମ, ଗଜପତି, କନ୍ଧମାଳ, କଳାହାଣ୍ଡି, ରାୟଗଡା, ନବରଙ୍ଗପୁର, କୋରାପୁଟ ଏବଂ ମାଲକାନଗିରିରେ ଘଡଘଡି ସହ ପ୍ରବଳ ବର୍ଷା ନେଇ ସତର୍କତା ଜାରି କରାଯାଇଛି। ୨୦ ଏବଂ ୨୧ ତାରିଖରେ ପ୍ରବଳ ବର୍ଷା ନେଇ ୧୫ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ଗଞ୍ଜାମ, ଗଜପତି, ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ, ଦେବଗଡ, ଝାରସୁଗୁଡା, ସମ୍ବଲପୁର, ବରଗଡ, ସୋନପୁର, ଏବଂ ବଲାଙ୍ଗୀର ଜିଲ୍ଲାରେ ୭୦ ରୁ ୧୧୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ନେଇ ସତର୍କତା ଜାରି କରାଯାଇଛି।

ବର୍ତ୍ତମାନ ରାଜ୍ୟରେ ଧାନ ଅମଳ ସମୟ ହୋଇଥିବାରୁ ଅମଳ ଧାନକୁ ଜରିପାଲରେ ଘୋଡାଇ ସୁରକ୍ଷିତ ରଖିବା ପାଇଁ ଚାଷୀମାନଙ୍କୁ ପରାମର୍ଶ ଦିଆଯାଇଛି। ୨୨ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ କୋହଲା ପାଗ ସହ ବର୍ଷା ଜାରି ରହିବ। ବର୍ଷା ପ୍ରଭାବରେ ରାଜ୍ୟକୁ ପୁର୍ବ ଦିଗ ବା ଦକ୍ଷିଣ ପୁର୍ବ ଦିଗରୁ ପବନ ପ୍ରବାହିତ ହେବ ।ଏହାରି ପ୍ରଭାବରେ ଦକ୍ଷିଣ ବଙ୍ଗୋପ ସାଗରୁ କିଛି ଜଳୀୟ ବାଷ୍ପ ପୂର୍ଣ୍ଣ ବାୟୁ ପ୍ରବାହ ସହ ବର୍ଷା ହେବାର ସମ୍ଭାବନା ରହିଛି । ବର୍ଷା ଯୋଗୁଁ ରାତିର ତାପମାତ୍ରା ୩ ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ । ହେଲେ ଶୀତର ପ୍ରଭାବ ବେଶି କମିବନି । ଲୋକେ ଶୀତ ଅନୁଭବ କରିବେ । କାରଣ ଦିନ ତାପମାତ୍ରା ହ୍ରାସ ପାଇବା ସହ ଥଣ୍ଡା ପବନ ମଧ୍ୟ ପ୍ରବାହିତ ହେବ । ବର୍ଷା ଓ କୋହଳା ପାଗ ଦ୍ବାରା ଦିନରେ ଲୋକେ ଅଧିକ ଶୀତ ଅନୁଭବ କରିବେ । ଏହିପରି ସ୍ଥିତି ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ରହିବ। ୨୨ ପରେ ରାଜ୍ୟରେ ପୁଣି କମିବ ରାତି ତାପମାତ୍ର ।

ପଦରୁ ହଟିଲେ ବରିଷ୍ଠ IAS ବିଷ୍ଣୁପଦ ସେଠୀ

ନନ୍ଦିଘୋଷ ବ୍ୟୁରୋ: ସିବିଆଇ ସମନ ପରେ ଆଇଏଏସ ବିଷ୍ଣୁପଦ ସେଠୀଙ୍କୁ ରାଜ୍ୟ ସରକାର ଦାୟିତ୍ବ ମୁକ୍ତ କରିଛନ୍ତି । ପ୍ରମୁଖ ଶାସନ ସଚିବ ପଦରୁ ଅବ୍ୟାହତି ଦେଲେ ରାଜ୍ୟ ସରକାର । ଓଡିଶା ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ସେ  ଥିଲେ ପ୍ରମୁଖ  ଶାସନ ସଚିବ। ସେହିପରି ଏସସି ଓ  ଏସଟି ବିଭାଗ ସଚିବ ଦାୟିତ୍ବରୁ ମଧ୍ୟ ମୁକ୍ତ କରିଛନ୍ତି।  ବର୍ତ୍ତମାନ ତାଙ୍କୁ ସାଧାରଣ ପ୍ରଶାସନ ବିଭାଗର ଓଏସଡି ଦାୟିତ୍ବ ଦିଆଯାଇଛି ।

 

ପ୍ରତିଶୃତି ଭୁଲିଗଲେ ମୋହନ ସରକାର

ନନ୍ଦିଘୋଷ ବ୍ୟୁରୋ:  ନିର୍ବାଚନ ସରିଲା। କିନ୍ତୁ ପ୍ରତିଶୃତି ଭୁଲିଗଲେ ମୋହନ ସରକାର। ୨୦୨୪ ନିର୍ବାଚନରେ ଓଡ଼ିଶାରେ ଯେଉଁ କେତୋଟି ଗ୍ୟାରେଣ୍ଟିକୁ ବିଜେପି ଅଧିକ ପ୍ରଚାର କରୁଥିଲା। ସେ ମଧ୍ୟରୁ ଭତ୍ତା ବଢ଼ିବା ଥିଲା ବଡ଼ ପ୍ରତିଶୃତି । ହେଲେ ସରକାର ଗଠନର  ୬ ମାସ ପରେ ବି ବଢ଼ିଲାନି ବୃଦ୍ଧ ବୃଦ୍ଧା, ବିଧବା, ଦିବ୍ୟାଙ୍ଗଙ୍କ ଭତ୍ତା। ଯାହାକୁ ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ହିତାଧିକାରୀ। ସିଧାସିଧା ସରକାରଙ୍କୁ ଶୁଣାଇଛନ୍ତି କଥା ଦେଇ ଭୋଟ ନେଲ, ଏବେ ନିଜ ପ୍ରତିଶୃତି ପାଳନ କର। ବିଜେଡି ମଧ୍ୟ ସରକାରଙ୍କୁ ସମାଲୋଚନା କରିଥିବା ବେଳେ, ଚିରାଚରିତ ଢ଼ଙ୍ଗରେ ଉତ୍ତର ରଖିଛି ବିଜେପି।

କଥା ଦେଇ ଭୋଟ ନେଲେ। ଭୋଟ ପାଇବା ପରେ ନିଜ କଥାକୁ ନିଜେ ଭୁଲିଗଲେ। ଏପରି ସ୍ଲୋଗାନ ଦେଇ ବିଧାନସଭା ଆଗରେ ଧାରଣାରେ ବସିଛନ୍ତି ବୃଦ୍ଧ, ବୃଦ୍ଧା, ବିଧବା, ଦିବ୍ୟାଙ୍ଗ, ଦୁଃସ୍ଥ କଳାକାର ଓ ଅସହାୟ ମହିଳା ଭତ୍ତା ହିତାଧିକାରୀ। ମୋହନ ସରକାରଙ୍କୁ ପ୍ରଶ୍ନ, କେବେ ମିଳିବ ୩୫୦୦ ଟଙ୍କା ଭତ୍ତା ? ସରକାର ଗଠନର ୬ ମାସ ପରେ ବି କାହିଁକି ନିଜ ପ୍ରତିଶୃତି ପୂରଣ କରୁନି ବିଜେପି ସରକାର ? ନିର୍ବାଚନ ବେଳେ ଅନେକ ବଡ଼ ବଡ଼ ପ୍ରତିଶୃତି ଦେଇଥିଲା ବିଜେପି। ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା, ଭିନ୍ନକ୍ଷମ ଭତ୍ତାକୁ ବୃଦ୍ଧି କରି ୩୦୦୦ ଟଙ୍କା କରାଯିବ ବୋଲି ଓଡ଼ିଶାବାସୀଙ୍କୁ ଗ୍ୟାରେଣ୍ଟି ଦେଇଥିଲା ଭାରତୀୟ ଜନତା ପାର୍ଟି।

ଓଡ଼ିଶାରେ ବର୍ତ୍ତମାନ ଭତ୍ତା ବାବଦକୁ ହଜାରେ ଟଙ୍କା ମିଳୁଥିବା ବେଳେ, ୮୦ ବର୍ଷରୁ ଅଧିକ ବୟସ୍କଙ୍କୁ ୧୨୦୦ ଟଙ୍କା ଦିଆଯାଉଛି। ସେହିପରି ଭିନ୍ନକ୍ଷମଙ୍କୁ ମଧ୍ୟ ଯଥାକ୍ରମେ ହଜାରେ ଓ ୧୨୦୦ ଟଙ୍କା ପ୍ରଦାନ କରାଯାଉଛି। ଏବେ ଦରଦାମ ଆକାଶଛୁଆଁ ହୋଇଥିବା ବେଳେ ଭତ୍ତା ବୃଦ୍ଧି ନହେବା ହିତାଧିକାରୀଙ୍କ ଦୁଃଖକୁ ଦୁଇଗୁଣିତ କରିଛି। ଯେଉଁଥି ପାଇଁ ପରିଣତ ବୟସରେ ବି ରାଜଧାନୀକୁ ଆସି ମୋହନ ସରକାରଙ୍କୁ ନିଜର ପ୍ରତିଶୃତି ପାଳନ କରିବାକୁ ଗୁହାରୀ କରିଛନ୍ତି ହିତାଧିକାରୀ।

ଆନ୍ଧ୍ରପ୍ରଦେଶରେ ୩ ହଜାର ଟଙ୍କା, ଦିଲ୍ଲୀରେ ଯଥାକ୍ରମେ ୨ ହଜାର ଓ ଅଢ଼େଇ ହଜାର ଟଙ୍କା ଦିଆଯାଉଛି। କିନ୍ତୁ ଓଡ଼ିଶାରେ ୩ ହଜାର ଟଙ୍କା ଭତ୍ତା ଦେବାକୁ କହିଥିଲା ବିଜେପି। ସରକାରକୁ ଆସିଲେ, କିନ୍ତୁ ପାଣିର ଗାର ହୋଇଗଲା ପ୍ରତିଶୃତି। ସରକାର ଗଠନର ୬ ମାସ ପରେ ବି ଭତ୍ତା ବୃଦ୍ଧି କରିବାରେ ବିଫଳ ହୋଇଛନ୍ତି ମୋହନ ସରକାର। ରାଜ୍ୟବାସୀଙ୍କୁ ସରକାର ଭଣ୍ଡାଇ ଦେଇଛନ୍ତି ବୋଲି କଟାକ୍ଷ କରି କହିଛନ୍ତି ବିଜେଡି ବିଧାୟକ ସାରଦା ଜେନା। ଅନ୍ୟପଟେ ସବୁ ପ୍ରତିଶୃତି ପୂରଣ କରାଯିବ ବୋଲି କହିଛି ବିଜେପି।

ସୁଭଦ୍ରା ଯୋଜନାରେ ୨ ବର୍ଷକୁ ୫୦ ହଜାର ଟଙ୍କା ମିଳିବା, ଭତ୍ତା ୩୦୦୦ ହଜାର ଟଙ୍କା, ସରକାର ଗଠନ ଦିନ ଚିଟଫଣ୍ଡ ଟଙ୍କା ଫେରସ୍ତ, ୩୦୦ ୟୁନିଟ ମାଗଣା ବିଜୁଳି ପରି ବଡ଼ ବଡ଼ ନିର୍ବାଚନୀ ପ୍ରତିଶୃତି ଦେଇ ବିଜେପି ଓଡ଼ିଶାବାସୀଙ୍କ ଠାରୁ ଭୋଟ ନେଇଥିଲା । ହେଲେ ସରକାର ଗଠନ ପରେ ସବୁ ଭୁଲିଗଲେ। ଯାହାକୁ ନେଇ ସାଧାରଣରେ ତେଜିବାରେ ଲାଗିଛି ଅସନ୍ତୋଷ।