spot_img
Home Blog Page 1224

ମହାକାଶରେ ଖ୍ରୀଷ୍ଟମାସ ପାଳନ କରିଛନ୍ତି ସୁନୀତା ୱିଲିୟମସ

ନନ୍ଦିଘୋଷ ବ୍ୟୁରୋ : ମହାକାଶରେ ଜୀବନ ସହ ଯୁଝୁଛନ୍ତି ମହାକାଶଚାରିଣୀ ସୁନୀତା ୱିଲିୟମସ ଓ ବଚ୍ ୱିଲମୋର। ସେପଟେ ସେମାନେ ଖ୍ରୀଷ୍ଟମାସ ପୋଷାକ ପିନ୍ଧିବାର ଭିଡିଓ ଆସିବା ପରେ ତାହାକୁ ନେଇ ବଢିଛି ଚର୍ଚ୍ଚା। ଗତ ଜୁନ ମାସରୁ ୮ ଦିନ ଲାଗି ମହାକାଶକୁ ଯାଇ ଆନ୍ତର୍ଜାତିକ ମହାକାଶ ଷ୍ଟେସନରେ ଫସିଛନ୍ତି ସୁନୀତା ଓ ୱିଲମୋର। ଗତକାଲି ସେମାନେ ଖ୍ରୀଷ୍ଟମାସ ଟୋପି ଓ ସାଣ୍ଟାକ୍ଲଜ ପୋଷାକ ପିନ୍ଧି ଖୁସି ମନାଇବାର ଭିଡିଓ ଭାଇରାଲ ହୋଇଥିଲା। ଏହାକୁ ନେଇ ଆମେରିକା ମହାକାଶ ଗବେଷଣା ସଂସ୍ଥା ସମାଲୋଚନାର ଶରବ୍ଯ ହୋଇଥିଲା। ନାସା ପକ୍ଷରୁ ଜାଣିଶୁଣି ମହାକାଶଚାରୀମାନଙ୍କୁ ଫସାଇ ଦିଆଯାଇଛି ବୋଲି ବିଭିନ୍ନ ମହଲ କହିଥିଲେ। ଏପରିକି ସେମାନେ ଫସିବାକୁ ଯାଉଛନ୍ତି ବୋଲି ନାସା ଜାଣିଥିଲା ବି କେହି କେହି କହିଥିଲେ। ସୁନୀତାଙ୍କ ସହ ଅନ୍ଯ ସହଯୋଗୀ ନିକ ହଗ୍ ଓ ଡନ ପେଟିଟ ବି ମହାକାଶରେ ଖ୍ରୀଷ୍ଟମାସ ଖୁସି ମନାଉଥିବା ଦେଖାଯାଇଥିଲା। ତେବେ ଏହି ପ୍ରସଙ୍ଗରେ ଉତ୍ତର ରଖିଛି ନାସା। ସଂସ୍ଥା କହିଛି ଫସିଥିବା ମହାକାଶଚାରୀଙ୍କ ନିକଟକୁ ୩ଟନ ଓଜନ ବିଶିଷ୍ଟ ସ୍ପେସଏକ୍ସ ଜରିଆରେ ଏସବୁ ସାମଗ୍ରୀକୁ ଗତ ନଭେମ୍ବର ଶେଷ ଭାଗରେ ପଠାଯାଇଥିଲା। ପଠାଯାଇଥିବା ସାମଗ୍ରୀ ମଧ୍ଯରେ ଥିଲା ଟୋପି, ଖ୍ରୀଷ୍ଟମାସ ଟ୍ରି, ଆଳୁ, ପନିପରିବାଯୁକ୍ତ ଖାଦ୍ଯ, କୁକିଜ ଇତ୍ଯାଦି। ଆସନ୍ତା ଫେବୃଆରୀ କିମ୍ବା ମାର୍ଚ୍ଚରେ ସେମାନେ ଫେରିପାରନ୍ତି।

ମେଲବର୍ଣ୍ଣରେ ଭାରତ ଓ ଅଷ୍ଟ୍ରେଲିଆ ମୁହାଁମୁହିଁ

ନନ୍ଦିଘୋଷ ବ୍ୟୁରୋ : ବର୍ଡର-ଗାଭାସ୍କର ଟ୍ରଫିର ବକ୍ସିଂ ଡେ ଟେଷ୍ଟ । ମେଲବର୍ଣ୍ଣରେ ମୁହାଁମୁହିଁ ହୋଇଛନ୍ତି ଭାରତ ଓ ଅଷ୍ଟ୍ରେଲିଆ । ୧-୧ ସ୍ଥିତିରେ ଥିବାରୁ ଚତୁର୍ଥ ଟେଷ୍ଟ ଉଭୟ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ । ଭାରତୀୟ ସମୟ ଭୋର ୫ଟା ୩୦ରୁ ଆରମ୍ଭ ହୋଇଛି ମ୍ଯାଚ । ଚଳିତ ବର୍ଡର ଗାଭାସ୍କର ଟ୍ରଫି ଶୃଙ୍ଖଳାରେ ଭାରତ ଯଦି ହାରିଯାଏ ତେବେ ଚଳିତ ବିଶ୍ବ ଟେଷ୍ଟ ଚାମ୍ପିଅନ୍‌ସିପ୍ ଫାଇନାଲ୍‌ ଖେଳିବା ରାସ୍ତା ଏକ ପ୍ରକାର ବନ୍ଦ ହୋଇଯିବ । ଫାଇନାଲ୍ ଖେଳିବା ‌ଦୌଡ଼ରେ ଗତ ଥରର ବିଜେତା ଅଷ୍ଟ୍ରେଲିଆ, ଦୁଇଥର ଉପବିଜେତା ଭାରତ ଓ ଦକ୍ଷିଣ ଆଫ୍ରିକା ଦୃଢ଼ ଦାବିଦାର ରହିଛନ୍ତି । ବକ୍ସିଂ ଡେ ଟେଷ୍ଟ ରେ ଭାରତ ମିଶ୍ର ଫଳ ପାଇଆସିଛି । ‌ବକ୍ସିଂ ଡେରେ ଖେଳିଥିବା ୧୪ ମ୍ୟାଚ୍‌ରୁ ଭାରତ ୪ ଟି ଜିତିଛି । ୮ଟି ହାରିଥିଲା ବେଳେ ଦୁଇଟିକୁ ଅମୀମାଂସିତ ରହିଛି।

ଖ୍ରୀଷ୍ଟମାସରେ ୟୁକ୍ରେନ୍ ଉପରେ ଋଷର ବଡ଼ ଆଟାକ୍

ନନ୍ଦିଘୋଷ ବ୍ୟୁରୋ : ଖ୍ରୀଷ୍ଟମାସରେ ୟୁକ୍ରେନ୍ ଉପରେ ଋଷର ବଡ଼ ଆଟାକ୍ ।  ଋଷ ପକ୍ଷରୁ ୭୦ରୁ ଅଧିକ ମିସାଇଲ ଓ ୧୦୦ରୁ ଅଧିକ ଡ୍ରୋନ ମାଡ଼ ହୋଇଛି। ଏହାଦ୍ୱାରା ୟୁକ୍ରେନର ବିଭିନ୍ନ ସହର ଧ୍ୱଂସବିଧ୍ୱଂସ୍ତ ହୋଇଯାଇଛି। ଖ୍ରୀଷ୍ଟମାସରେ ଏପରି ଆକ୍ରମଣକୁ ୟୁକ୍ରେନର ରାଷ୍ଟ୍ରପତି ଜେଲେନସ୍କି ନିନ୍ଦା କରିବା ସହ ଏହା ଏକ ଅମାନବୀୟ କାଣ୍ଡ ବୋଲି କହିଛନ୍ତି।  ଖ୍ରୀଷ୍ଟମାସରେ ହୋଇଥିବା ଆକ୍ରମଣ ଯୋଗୁ ଶକ୍ତି ଭିତ୍ତିଭୂମି ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ଅନେକ ସାଧାରଣ ଲୋକ ଆହତ ହୋଇଛନ୍ତି। ନିଜ ଏକ୍ସ ଆକାଉଣ୍ଟରେ ଜେଲେନସ୍କି କହିଛନ୍ତି ଯେ ପୂରା ବିଶ୍ୱ ଉତ୍ସବ ମୁଖର ଥିବା ବେଳେ ରୁଷ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ ଜାଣିଶୁଣି ୟୁକ୍ରେନକୁ ଟାର୍ଗେଟ କରିଛନ୍ତି। ଋଷର ପ୍ରତିଟି ବଡ଼ ହମଲା ପାଇଁ ପ୍ରସ୍ତୁତି ଆବଶ୍ୟକ। ଏହା ଏକ ଯୋଜନାବଦ୍ଧ ଆକ୍ରମଣ।  ପୁଟିନ ଜାଣିଶୁଣି ଖ୍ରୀଷ୍ଟମାସକୁ ଆକ୍ରମଣ ପାଇଁ ବାଛିଛନ୍ତି। ଏହାଠାରୁ ଅଧିକ ଅମାନବୀୟ କାମ କ’ଣ ହୋଇପାରେ। ବାଲାଷ୍ଟିକ ସହ ୭୦ରୁ ଅଧିକ ମିସାଇଲ ଓ ୧୦୦ରୁ ଅଧିକ ଡ୍ରୋନ ଦ୍ୱାରା ଆକ୍ରମଣ କରାଯାଇଛି। ୟୁକ୍ରେନର ଶକ୍ତି ଉତ୍ସ ଓ ବ୍ୟବସ୍ଥାକୁ ଧ୍ୱଂସ କରାଯାଇଥିବା ଜେଲେନସ୍କି କହିଛନ୍ତି।

ଆଜି ବିଜେଡିର ୨୮ ତମ ପ୍ରତିଷ୍ଠା ଦିବସ

ଭୁବନେଶ୍ବର : ଆଜି ୨୭ ବର୍ଷର ସେବା ଦେଇଥିବା ବିଜୁ ଜନତା ଦଳକୁ ପୂରିବାକୁ ଯାଉଛି ୨୮ ବର୍ଷ । ଦେଶର ଏକ ଶକ୍ତିଶାଳୀ ଆଞ୍ଚଳିକ ଦଳ ଭାବେ ବିଜେଡି ପାଳିବାକୁ ଯାଉଛି ୨୮ ତମ ପ୍ରତିଷ୍ଠା ଦିବସ । ଶଙ୍ଖ ଭବନରେ ଆୟୋଜିତ ହୋଇଛି ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ । ଯେଉଁଥିରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ସକାଳ ୧୧ଟାରେ ଯୋଗ ଦେଇ ଉଦବୋଧନ ଦେବେ । ତାଙ୍କ ଉଦବୋଧନକୁ ଉତ୍ସାହ ସହ ଅପେକ୍ଷା କରିଛନ୍ତି ବିଜେଡି ନେତା ଓ କର୍ମୀ । ଶଙ୍ଖ ଭବନ ସହ ରାଜ୍ୟର ସମସ୍ତ ନିର୍ବାଚନ ମଣ୍ଡଳୀରେ ବି ପ୍ରତିଷ୍ଠା ଦିବସ ପାଳନ କରାଯିବ । ନବୀନଙ୍କ ନେତୃତ୍ବରେ ଗତ ୨୭ ବର୍ଷ ଧରି ଉତ୍ସର୍ଗୀକୃତ ମନୋଭାବ ନେଇ ନିଷ୍ଠାପର ଭାବେ ଜନସେବା ଯୋଗାଇ ଆସୁଛି ବିଜେଡି । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ବିକଶିତ ଓଡ଼ିଶାର ସ୍ବପ୍ନକୁ ସାକାର କରିବାରେ ନବୀନଙ୍କ ରହିଛି ବଡ଼ ଉଦ୍ୟମ । ଯାହା ବିଜେଡିକୁ ଏକ ଶକ୍ତିଶାଳୀ ଆଞ୍ଚଳିକ ଦଳ ସହ ସାମାଜିକ ଆନ୍ଦୋଳନରେ ପରିଣତ କରିଛି । ବିକାଶର ଏଜେଣ୍ଡା ନେଇ ନବୀନ ଓଡ଼ିଶାକୁ ଆସିଥିଲେ । ଯାହା ପୂରଣ କରିବାକୁ ସେ ଦିନରାତି ଏକ କରି ଦେଇଥିଲେ । ହେଲେ ନୂଆ ସରକାର ବିକାଶର ନକଲି ମୁଖା ପିନ୍ଧି ଗତ ଛଅ ମାସରେ ରାଜ୍ୟକୁ ବିଫଳତାର ଶୀର୍ଷକୁ ଠେଲି ଦେଇଥିବା ସାଧାରଣରେ ଚର୍ଚ୍ଚା ହେଉଛି । ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି, ଦରଦାମ ବୃଦ୍ଧି, ଅନାହାର ମୃତ୍ୟୁ ପରି କଳଙ୍କ ପୁଣି ଥରେ ଓଡ଼ିଶାକୁ ଫେରୁଥିବା ଅଭିଯୋଗ ଉଠୁଛି । ସରକାରଙ୍କ ଏହି ବିଫଳତା ସହ ନବୀନ ସରକାର ସମୟର ସଫଳତା ନେଇ ଜନସଚେତନତା ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛି ବିଜୁ ଜନତା ଦଳ । ଏହି ପ୍ରତିଷ୍ଠା ଦିବସ ହେବ ସଂକଳ୍ପର ଦିନ । ବିଜେଡିକୁ ଆହୁରି ଶକ୍ତିଶାଳୀ କରି ଆହୁରି ଲୋକଙ୍କ ପାଇଁ ସମର୍ପିତ ହେବାକୁ ଶପଥ ନେବେ ଦଳୀୟ ନେତା ଓ କର୍ମୀ । ଗତ ୨୭ ବର୍ଷରେ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ନୂଆ ଓଡ଼ିଶା ଗଠନ ହୋଇଛି । ଯେଉଁଥି ପାଇଁ ଗତ ନିର୍ବାଚନରେ ବିରୋଧୀ ଦଳ ଜନାଦେଶ ପାଇଥିବା ସତ୍ତ୍ବେ ୪୨ ପ୍ରତିଶତ ସହ ସର୍ବାଧିକ ଭୋଟ ହାର ପାଇଥିଲା ବିଜେଡି । ସେବା ମନୋବୃତ୍ତି ନେଇ କାମ ହିଁ ଏହି ବିଶ୍ବାସର ମାଧ୍ୟମ ସାଜିଛି ।

ଧାନ କିଣାରେ ଅବ୍ୟବସ୍ଥା, ଚାଷୀଙ୍କୁ ଘାରିଛି ଟୋକନ୍ ଚିନ୍ତା : ବିଜେଡି

ବରଗଡ଼ : ଧାନ କିଣା ବିକାରେ ଅବ୍ୟବସ୍ଥା, କଟନି ଛଟନି ସାଙ୍ଗକୁ ଟୋକନ ଟେନସନ୍ ଲାଗି ରହିଥିବା ଅଭିଯୋଗରେ ସାମ୍ବାଦିକ ସମ୍ମିଳନୀ କରି ବିଜେପି ସରକାର ଉପରେ ବର୍ଷିଛନ୍ତି ପୂର୍ବତନ ବିଧାୟିକା ତଥା ବିଜୁ ମହିଳା ଜନତା ଦଳର ରାଜ୍ୟ ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ ଓ ବରଗଡର ପୂର୍ବତନ ବିଧାୟକ ଦେବେଶ ଆଚାର୍ଯ୍ୟ। ଧାନ କିଣା ବିକା ପ୍ରକ୍ରିୟା ବେଳେ କଟନି ଛଟନି ନ ହେବା ପାଇଁ ସରକାର ଦେଇଥିବା ପ୍ରତିଶ୍ରୁତି ପାଳନ କରୁନାହାନ୍ତି। ରାଜ୍ୟର ୧୪ଟି ଜିଲ୍ଲାରେ କେବଳ ପ୍ୟାଡି ପ୍ରୋକ୍ୟୁରମେଣ୍ଟ ଚାଲିଥିବା ବେଳେ ଆହୁରି ୧୬ଟି ଜିଲ୍ଲାରେ ଧାନ କିଣା ବିକା ପ୍ରକ୍ରିୟା ଆରମ୍ଭ ହୋଇନଥିବା ଅଭିଯୋଗ ହୋଇଛି। ଗୋଟିଏ ପଟେ  ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କଟନି ଛଟନି ହେଉନଥିବା କହୁଛନ୍ତି। କିନ୍ତୁ ବାସ୍ତବରେ ଚିତ୍ର ଓଲଟା। ୩୦ ଲକ୍ଷ ମେଟ୍ରିକ୍ ଟନ୍ ଧାନ କିଣିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ, ୭ ଲକ୍ଷ ଧାନ କିଣା ଯାଇଛି ବୋଲି କହୁଛନ୍ତି ଯୋଗାଣ ମନ୍ତ୍ରୀ।  ଯାହାକୁ ନେଇ ବିଜେପି ସରକାରକୁ ସମାଲୋଚନା କରିଛି ବିଜେଡି।

ଦୁଇ ଭାଗରେ ଭାଙ୍ଗିଗଲା ବିମାନ, ଦୁର୍ଘଟଣାରେ ୪୨ ଜଣ ଯାତ୍ରୀଙ୍କ ମୃତ୍ୟୁ

ନନ୍ଦିଘୋଷ ବ୍ୟୁରୋ: କିଜକସ୍ଥାନରେ ଘଟିଛି ଏକ ବଡ଼ ଦୁର୍ଘଟଣା ।  ଯେଉଁ ଦୁର୍ଘଟଣା ଫଳରେ ଚାଲିଯାଇଛି ଅନେକ ଲୋକଙ୍କ ଜୀବନ । ଆଜେରବାଇଜାନ ଏୟାରଲାଇନ୍ସର ବିମାନ ବାକୁରୁ ଋଷିଆର ଚେଞ୍ଚିଆ ଅଭିମୁଖେ ଯାଉଥିଲାବେଳେ ରାସ୍ତାରେ ବିମାନ ସହିତ ଏକ ପକ୍ଷୀ ମୁହାଁମୁହିଁ ହୋଇଥିଲେ ଏବଂ ପରେ ଏହି ଦୁର୍ଘଟଣା ଘଟିଛି  । ଉଦ୍ଧାରକାରୀ ଦଳ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ବିମାନରୁ ଆହତ ଯାତ୍ରୀ ଏବଂ ମୃତଦେହକୁ ବାହାର କରିଛନ୍ତି ।

ସୋସିଆଲ ମିଡିଆରେ ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ ରନୱେକୁ ଧକ୍କା ଦେବା ପରେ ବିମାନଟି ଦୁଇ ଭାଗରେ ଭାଙ୍ଗି ଯାଇଛି। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହୋଇଛି ଯେଉଁଥିରେ ଉଦ୍ଧାରକାରୀ ଦଳର ଲୋକମାନେ ବିମାନର ଧ୍ୱଂସାବଶେଷରୁ ଆହତ ତଥା ଯାତ୍ରୀଙ୍କ ମୃତଦେହ ବାହାର କରୁଥିବା ଦେଖିବାକୁ ମିଳିଛି  । ଦୁର୍ଘଟଣା ପରେ ଯାତ୍ରୀମାନଙ୍କ ମୃତଦେହ ଦୀର୍ଘ ଦୂରତାରେ ଛିନଛତ୍ର ହୋଇଯାଇଥିଲା। ଆହତମାନେ ସାହାଯ୍ୟ ପାଇଁ ଚିତ୍କାର କରୁଥିବାର କରୁଣ ଦୃଶ୍ୟ ମଧ୍ୟ ସାମ୍ନାକୁ ଆସିଛି ।

ସୂଚନାଅନୁସାରେ  ବିମାନରେ 67 ଜଣ ଯାତ୍ରୀ ଥିଲେ, ସେଥିମଧ୍ୟରୁ 42 ଜଣ ଯାତ୍ରୀ ମୃତ୍ୟୁବରଣ କରିଥିଲେ ଏବଂ 25 ଜଣ ଯାତ୍ରୀ ବଞ୍ଚିଥିଲେ। ପ୍ରାଣ ହରାଇଥିବା ଯାତ୍ରୀଙ୍କ ମଧ୍ୟରେ 37 ଆଜେରବାଇଜାନ ନାଗରିକ, 16ଜଣ ରୁଷ ନାଗରିକ, 6 ଜଣ କାଜାକିଆ ନାଗରିକ ଏବଂ 3 ଜଣ କିର୍ଗିଜ ନାଗରିକ ଅଛନ୍ତି।

 

ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ପରିଚିତ ନବୀନ, ୨୮ ବର୍ଷର ରାଜନୀତିରେ ୨୪ ବର୍ଷ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ନବୀନ ପଟ୍ଟନାୟକ। ଓଡ଼ିଶାର ସବୁଠାରୁ ଅଧିକ ସମୟର ମୁଖ୍ୟମନ୍ତ୍ରୀ । ଲଗାତର ୫ ଥର ମୁଖ୍ୟମନ୍ତ୍ରୀ । ଜାତୀୟ ରାଜନୀତିକୁ ଦେଖିଲେ ବି ଅଧିକ ସମୟ ଧରି ମୁଖ୍ୟମନ୍ତ୍ରୀ ରହିବାରେ ସେ ଅନ୍ୟତମ ନେତା। କେବଳ ତ୍ରିପୁରାର ପୂର୍ବତନ ମୁଖ୍ୟମନ୍ତ୍ରୀ ମାଣିକ ସରକାର ନବୀନ ପଟ୍ଟନାୟକଙ୍କଠାରୁ ଅଧିକ ସମୟ ମୁଖ୍ୟମନ୍ତ୍ରୀ ରହିଛନ୍ତି। ତେବେ ମୁଖ୍ୟମନ୍ତ୍ରୀ ପଦରେ ରହିବାର ରେକର୍ଡ ଅପେକ୍ଷା ଓଡ଼ିଶାର ବିକାଶରେ, ରାଜ୍ୟ ତଥା ଦେଶ ରାଜନୀତିରେ ଯେଉଁ ଛାପ ଛାଡ଼ିଛନ୍ତି ନବୀନ ପଟ୍ଟନାୟକ, ତାହା ଅନନ୍ୟ। ପ୍ରାୟ ୨୮ ବର୍ଷର ରାଜନୈତିକ କ୍ୟାରିଅରରେ ୨୪ ବର୍ଷ ସେ ମୁଖ୍ୟମନ୍ତ୍ରୀ ରହିଛନ୍ତି  । ୨୦୦୦ ମସିହାରୁ ୨୦୨୪ ଯାଏ ଓଡ଼ିଶା ରାଜନୀତିର କେନ୍ଦ୍ର ବିନ୍ଦୁ ଥିଲେ। ତେବେ ରାଜ୍ୟରେ ବିକାଶରେ ସେ ଯେଉଁ ଛାପ ଛାଡ଼ିଛନ୍ତି, ତାହା ହିଁ ତାଙ୍କୁ ଜନନାୟକ କରିଛି । ତିଆରି ହୋଇଛି ନବୀନ ବ୍ରାଣ୍ଡ । ୨୦୦୦ ମସିହାରେ ସେ ଯେତେବେଳେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇଥିଲେ, ସଦ୍ୟ ମହାବାତ୍ୟାରେ ଛାରଖାର ହୋଇଥିଲା ଉପକୂଳ ଓଡ଼ିଶା। ତା ସହିତ ମରୁଡ଼ି, ଅଭାବ ଅନାଟନ, ଅନାହାର, ଆର୍ଥିକ ଦୁର୍ଗତି ଦେଇ ଗତି କରୁଥିଲା ଓଡ଼ିଶା। ନବୀନଙ୍କ ଦୃଢ଼ ନେତୃତ୍ଵ ଓ ବିକାଶ ଦୃଷ୍ଟିକୋଣରୁ ଆଜି ଓ଼ଡ଼ିଶାର ଚେହେରା ବଦଳିଛି। ରାଜନୀତି, ଶିଳ୍ପ, କ୍ରୀଡ଼ା, ଆର୍ଥିକ ପ୍ରଗତି ସବୁ କ୍ଷେତ୍ରରେ ଆଗେଇଛି ଓଡ଼ିଶା। ସବୁବେଳେ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବା ଓଡ଼ିଶା ପାଇଁ ସେ ତିଆରି କରିଥିଲେ ଏକ ଅସାଧାରଣ ଢାଞ୍ଚା। ଯେଉଁଥିରେ ଜିରୋ କାଜୁଆଲିଟି ଥିଲା ମୁଖ୍ୟ ଲକ୍ଷ୍ୟ । ଏଥିପାଇଁ ଅନ୍ତର୍ଜାତୀୟ ସ୍ତରରେ ବି ସ୍ଵୀକୃତି ମିଳିଛି। କ୍ଷମତାର ଅଳିନ୍ଦରେ ବି ନବୀନଙ୍କ ଷ୍ଟ୍ରାଟେଜି ଆଗରେ ହାର୍ ମାନିଛନ୍ତି ବହୁ ବଡ଼ ବଡ଼ ନେତା। ତାଙ୍କର ସାଦାସିଧା ଜୀବନଶୈଳୀ, ଧଳା କୁର୍ତ୍ତା ପାଇଜାମା ଓ କୋହ୍ଲାପୁରୀ ଚପଲ ହିଁ ତାଙ୍କର ବ୍ୟକ୍ତିତ୍ଵକୁ ଆହୁରି ପ୍ରସ୍ଫୁଟିତ କରେ। ରାଜନୀତିରେ ଏତେ ଦିନ ଧରି ଥିଲେ ବି କାହା ପ୍ରତି ତାଙ୍କର କୁତ୍ସାରଟନା ନାହିଁ । କଥା କମ୍‌, କାମ ବେଶି ହିଁ ତାଙ୍କର ମୂଳମନ୍ତ୍ର। ଏଥିପାଇଁ ତ ନବୀନ ପଟ୍ଟନାୟକ ଆଜି ଏତେ ଲୋକପ୍ରିୟ ଯେ ବିପକ୍ଷ ଦଳର ନେତା ବି ତାଙ୍କ ପାଇଁ ଭାରତ ରତ୍ନ ଦାବି କରୁଛନ୍ତି।

ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ବିରୋଧରେ କୃଷକ ମଜଦୁର ମହାସଂଘର ଯୁଦ୍ଧଂ ଦେହି ଡାକରା

ଭୁବନେଶ୍ବର : ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ବିରୋଧରେ କୃଷକ ମଜଦୁର ମହାସଂଘର ଯୁଦ୍ଧଂ ଦେହି ଡାକରା। ଆସନ୍ତା ୨୯ ତାରିଖରେ ଗଂଜାମରେ କରାଯିବ ବିରାଟ ଚାଷୀ ସମାବେଶ। ଉଭୟ ସରକାର ଚାଷୀ ମାରଣ ନୀତି କରିଥିବା ପ୍ରତିବାଦରେ ଏହି ସମାବେଶ କରିବାକୁ କୃଷକ ମଜଦୁର ମହାସଂଘ ନିଷ୍ପତ୍ତି ନେଇଛି। ଉତ୍ପାଦିତ ଦ୍ରବ୍ୟର ଉଚିତ ମୂଲ୍ୟ ଚାଷୀଙ୍କୁ ନ ମିଳିବା, ସରକାରଙ୍କ ଚାଷୀ ବିରୋଧୀ ନୀତି, କୃଷକଙ୍କ ପ୍ରତି ମନ୍ତ୍ରୀଙ୍କ ଉପହାସମୂଳକ ମନ୍ତବ୍ୟ ଓ ମିଛ ବିରୋଧରେ ଏହି ଆନ୍ଦୋଳନ। ରାଜ୍ୟର ବିଭିନ୍ନ ସ୍ଥାନରେ ଏପରି ସମାବେଶ କରି ତାକୁ ବ୍ୟାପକ କରିବାକୁ କରାଯିବ ବୋଲି କହିଛି କୃଷକ ମଜଦୁର ମହାସଂଘ ।

ରାଜ୍ୟରେ ଦରଦାମ ବୃଦ୍ଧି ଲାଗି ରହିଥିବା ବେଳେ ତାକୁ ନିୟନ୍ତ୍ରଣ କରିବାରେ ରାଜ୍ୟ ସରକାର ବିଫଳ। ଏପରିକି ଆଳୁ ସଂକଟର ସମାଧାନ ଏଯାଏ କରିପାରିନାହାନ୍ତି। ଅଣନିଶ୍ଵାସୀ ହୋଇ ଗଲେଣି ସାଧାରଣ ଜନତା। କିନ୍ତୁ ସମାଧାନ କରି ନ ପାରି ମାର୍ ମାର୍ ଭଣ୍ଡାରିଆକୁ ମାର୍ ନ୍ୟାୟରେ ବ୍ୟବସାୟୀଙ୍କ ଉପରେ ଜୁଲମ୍ କରାଯାଉଥିବାର ଅଭିଯୋଗ ହୋଇଛି। ଏହାର ପ୍ରତିବାଦରେ ରାଜ୍ୟ ବ୍ୟବସାୟୀ ମହାସଂଘ ଜାନୁଆରି ୧୯ ତାରିଖରେ ଭବାନୀ ପାଟଣାରେ ଏକ ବିରାଟ ସମାବେଶ କରିବ। ସେପଟେ ଦରଦାମ ବୃଦ୍ଧି ପ୍ରସଙ୍ଗରେ ଓଡ଼ିଶା ସିଟିଜେନସ ଫୋରମ୍ ମଧ୍ୟ ନୂଆ ବର୍ଷ ଆରମ୍ଭରୁ ଏକ ବିଶାଳ ବିକ୍ଷୋଭ ସମାବେଶ କରିବାକୁ ନିଷ୍ପତ୍ତି ନେଇଛି। ନିଜ କର୍ମର ପରିଣାମ ଭୋଗିବାକୁ ସରକାର ପ୍ରସ୍ତୁତ ରହନ୍ତୁ ବୋଲି ଚେତାଇ ଦେଇଛନ୍ତି ଦୁଇ ସଂଘ।  କ୍ଷମତାକୁ ଆସିବା ପରଠୁ ରାଜ୍ୟ ସରକାର କେବଳ ବଡ଼ ବଡ଼ ଭାଷଣ ମାରୁଛନ୍ତି। ହେଲେ ସାଧାରଣ ଜନତାଙ୍କଠାରୁ ଆରମ୍ଭ କରି ଚାଷୀ, ବ୍ୟବସାୟୀମାନେ ବିଭିନ୍ନ କାରଣରୁ ହନ୍ତସନ୍ତ ହେଉଛନ୍ତି। ସହିବାର ସବୁ ସୀମା ଟପିବା ପରେ ସେମାନେ ଏବେ ରାଜରାସ୍ତାକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଲେଣି। ଭୋଟରେ ବି ଜବାବ ଦିଆଯିବ ବୋଲି କହୁଛନ୍ତି।

ଆସନ୍ତାକାଲି ବିଜେଡିର ୨୮ ତମ ପ୍ରତିଷ୍ଠା ଦିବସ, ନେତା ଓ କର୍ମୀଙ୍କୁ ଟିପ୍ସ ଦେବେ ନବୀନ

ଭୁବନେଶ୍ବର : ଆସନ୍ତାକାଲି ୨୭ ବର୍ଷର ସେବା ଦେଇଥିବା ବିଜୁ ଜନତା ଦଳକୁ ପୂରିବାକୁ ଯାଉଛି ୨୮ ବର୍ଷ । ଦେଶର ଏକ ଶକ୍ତିଶାଳୀ ଆଞ୍ଚଳିକ ଦଳ ଭାବେ ବିଜେଡି ପାଳିବାକୁ ଯାଉଛି ୨୮ ତମ ପ୍ରତିଷ୍ଠା ଦିବସ । ସକାଳୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବ । ଶଙ୍ଖ ଭବନରେ ଆୟୋଜିତ ହେବ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ । ଯେଉଁଥିରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ସକାଳ ୧୧ଟାରେ ଯୋଗ ଦେଇ ଉଦବୋଧନ ଦେବେ । ତାଙ୍କ ଉଦବୋଧନକୁ ଉତ୍ସାହ ସହ ଅପେକ୍ଷା କରିଛନ୍ତି ବିଜେଡି ନେତା ଓ କର୍ମୀ । ଶଙ୍ଖ ଭବନ ସହ ରାଜ୍ୟର ସମସ୍ତ ନିର୍ବାଚନ ମଣ୍ଡଳୀରେ ବି ପ୍ରତିଷ୍ଠା ଦିବସ ପାଳନ କରାଯିବ । ନବୀନଙ୍କ ନେତୃତ୍ବରେ ଗତ ୨୭ ବର୍ଷ ଧରି ଉତ୍ସର୍ଗୀକୃତ ମନୋଭାବ ନେଇ ନିଷ୍ଠାପର ଭାବେ ଜନସେବା ଯୋଗାଇ ଆସୁଛି ବିଜେଡି । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ବିକଶିତ ଓଡ଼ିଶାର ସ୍ବପ୍ନକୁ ସାକାର କରିବାରେ ନବୀନଙ୍କ ରହିଛି ବଡ଼ ଉଦ୍ୟମ । ଯାହା ବିଜେଡିକୁ ଏକ ଶକ୍ତିଶାଳୀ ଆଞ୍ଚଳିକ ଦଳ ସହ ସାମାଜିକ ଆନ୍ଦୋଳନରେ ପରିଣତ କରିଛି । ବିକାଶର ଏଜେଣ୍ଡା ନେଇ ନବୀନ ଓଡ଼ିଶାକୁ ଆସିଥିଲେ । ଯାହା ପୂରଣ କରିବାକୁ ସେ ଦିନରାତି ଏକ କରି ଦେଇଥିଲେ । ହେଲେ ନୂଆ ସରକାର ବିକାଶର ନକଲି ମୁଖା ପିନ୍ଧି ଗତ ଛଅ ମାସରେ ରାଜ୍ୟକୁ ବିଫଳତାର ଶୀର୍ଷକୁ ଠେଲି ଦେଇଥିବା ସାଧାରଣରେ ଚର୍ଚ୍ଚା ହେଲାଣି । ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି, ଦରଦାମ ବୃଦ୍ଧି, ଅନାହାର ମୃତ୍ୟୁ ପରି କଳଙ୍କ ପୁଣି ଥରେ ଓଡ଼ିଶାକୁ ଫେରୁଥିବା ଅଭିଯୋଗ ଉଠୁଛି । ସରକାରଙ୍କ ଏହି ବିଫଳତା ସହ ନବୀନ ସରକାର ସମୟର ସଫଳତା ନେଇ ଜନସଚେତନତା ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛି ବିଜୁ ଜନତା ଦଳ ।

ଏହି ପ୍ରତିଷ୍ଠା ଦିବସ ହେବ ସଂକଳ୍ପର ଦିନ । ବିଜେଡିକୁ ଆହୁରି ଶକ୍ତିଶାଳୀ କରି ଆହୁରି ଲୋକଙ୍କ ପାଇଁ ସମର୍ପିତ ହେବାକୁ ଶପଥ ନେବେ ଦଳୀୟ ନେତା ଓ କର୍ମୀ । ଗତ ୨୭ ବର୍ଷରେ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ନୂଆ ଓଡ଼ିଶା ଗଠନ ହୋଇଛି । ଯେଉଁଥି ପାଇଁ ଗତ ନିର୍ବାଚନରେ ବିରୋଧୀ ଦଳ ଜନାଦେଶ ପାଇଥିବା ସତ୍ତ୍ବେ ୪୨ ପ୍ରତିଶତ ସହ ସର୍ବାଧିକ ଭୋଟ ହାର ପାଇଥିଲା ବିଜେଡି । ସେବା ମନୋବୃତ୍ତି ନେଇ କାମ ହିଁ ଏହି ବିଶ୍ବାସର ମାଧ୍ୟମ ସାଜିଛି । ନବୀନଙ୍କ ନେତୃତ୍ବରେ ଓଡ଼ିଶାବାସୀଙ୍କ ସ୍ବାଭିମାନକୁ ରକ୍ଷା କରିବାରେ ଲାଗି ପଡ଼ିଛନ୍ତି ବିଜେଡି ନେତା ଓ କର୍ମୀ । ଆଦିବାସୀଙ୍କ ସ୍ବାର୍ଥ ରକ୍ଷା କରି ଜାନୁଆରୀରୁ ଆନ୍ଦୋଳନକୁ ଆହୁରି ଶାଣିତ କରିବ ବିଜେଡି । ଦରଦାମ ବୃଦ୍ଧି ପ୍ରତିବାଦରେ ଡବଲ ଇଂଜୀନ ସରକାରକୁ ଜାନୁଆରୀ ୬ ତାରିଖରେ ଘେରିବାକୁ ବିଜେଡି ସଜ୍ଜବାଜ ହେଉଛି । ସେହିପରି ଜାନୁଆରୀରୁ ପୋଲାଭରମ ବିରୋଧୀ ଆନ୍ଦୋଳନ ଆହୁରି ତୀବ୍ର କରିବ ବିଜୁ ଜନତା ଦଳ ।

ରାଜ୍ୟପାଳ ପଦରୁ ରଘୁବର ଦାସଙ୍କ ଇସ୍ତଫା ପଛରେ କ‘ଣ ରହିଛି ରହସ୍ୟ ?

ଭୁବନେଶ୍ବର : ରାଜ୍ୟପାଳ ପଦରୁ କାହିଁକି ଇସ୍ତଫା ଦେଲେ ରଘୁବର ଦାସ। ଇସ୍ତଫା ପଛରେ କଣ ରହିଛି ଗୁଢ଼ ରହସ୍ୟ ? ଚାପ ନା ରାଜନୈତିକ ସ୍ବାର୍ଥ ହାସଲ। ରଘୁବରଙ୍କ ଇସ୍ତଫାକୁ ନେଇ ରାଜ୍ୟ ରାଜନୀତିରେ ସୃଷ୍ଟି ହୋଇଛି ହଇଚଇ। ଉଭୟ ବିଜେଡି ଓ କଂଗ୍ରେସ ଅଭିଯୋଗ କରିଛନ୍ତି ଯେ, ନିଜର ପଦ ମର୍ଯ୍ୟାଦାକୁ ଭୁଲି ରାଜନୀତିରେ ମାତିଥିଲେ ରଘୁବର। ଯାହା ବିରୋଧୀଙ୍କ ପାଇଁ ବଡ଼ ଅସ୍ତ୍ର ହୋଇଥିବା ବେଳେ, ବିଜେପିର ବଢ଼ିଥିଲା ମୁଣ୍ଡବ୍ୟଥା। ଏବେ ଆସନ୍ତୁ ନଜର ପକାଇବା ରଘୁବରଙ୍କ ବିରୋଧରେ ଆସିଥିବା କିଛି ବିବାଦ ଉପରେ। କାରଣ ନମ୍ବର ୧। ରାଜନୀତିରୁ ଉର୍ଦ୍ଧ୍ବରେ ରାଜ୍ୟପାଳଙ୍କ ପଦବୀ ବୋଲି ସମ୍ବିଧାନ କହେ। କିନ୍ତୁ ରଘୁବର ଦାସ ୩୧ ଅକ୍ଟୋବର ୨୦୨୩ରେ ଓଡ଼ିଶା ରାଜ୍ୟପାଳ ଭାବେ ଦାୟିତ୍ବ ନେବା ପରେ ଆରମ୍ଭ କରିଥିଲେ ନିଜ ରାଜନୈତିକ ଅଭିଯାନ । ଅନାବଶ୍ୟକ ଭାବେ ରାଜ୍ୟର ବିଭିନ୍ନ ଅଚଳ ଗସ୍ତ କରି ରାଜନୈତିକ ବୟାନବାଜି କରୁଥିବା ଦେଖିବାକୁ ମିଳିଥିଲା । ଏପରିକି ତାଙ୍କ ରାଜନୈତିକ ଉଦ୍ଦେଶ୍ୟ ଚରିତୀର୍ଥ କରିବା ପାଇଁ ସେ ପ୍ରଶାସନ କ୍ଷେତ୍ରରେ ମଧ୍ୟ ହସ୍ତକ୍ଷେପ ଆରମ୍ଭ କରିଥିଲେ। କାରଣ ନମ୍ବର ୨। ନିର୍ବାଚନ ସମୟରେ ଜଣେ ରାଜନୈତିକ କର୍ମୀଭଳି ଆଚରଣ ପ୍ରଦର୍ଶନ କରିଥିଲେ ରଘୁବର । ରାଜଭବନ ରାଜନୈତିକ ଆଡ୍ଡାରେ ରୂପାନ୍ତରିତ ହୋଇଥିଲା ବୋଲି ବିଭନ୍ନ ମହଲରୁ ଅଭିଯୋଗ ଉଠିଥିଲା। ନିର୍ଦ୍ଧିଷ୍ଟ ଜାତୀୟ ରାଜନୈତିକ ଦଳକୁ ଫାଇଦା ଦେବା ପାଇଁ ସେ କାର୍ଯ୍ୟ କରୁଥିଲେ ବୋଲି କଂଗ୍ରେସ ଠୁ ଆରମ୍ଭ କରି ଅନ୍ୟାନ୍ୟ ରାଜନୈତିକ ଦଳ ନିର୍ବାଚନ ଅଧିକାରୀ ଓ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହୋଇଥିଲେ। କାରଣ ନମ୍ବର ୩। ରାଜ୍ୟପାଳଙ୍କ ପଦମର୍ଯ୍ୟାଦା ସଂପୂର୍ଣ୍ଣ କ୍ଷୁର୍ଣ୍ଣ ହେଲା। ଯେଉଁ ଦିନ ରାଜ୍ୟପାଳଙ୍କ ପୁଅ ପୁରୀରେ ଜଣେ ସରକାରୀ କର୍ମଚାରୀଙ୍କୁ ମାଡ଼ମାରି ଲହୁଲୁହାଣ କଲେ । ରାଜ୍ୟପାଳଙ୍କ ପୁଅ ବିରୋଧରେ ଥାନାରେ ମାମଲା ହେଲା ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହେଲା ନାହିଁ । ପୁଅ ବିରୋଧରେ ଯେପରି କୌଣସି କାର୍ଯ୍ୟାନୁଷ୍ଠାନ ନହୁଏ, ସେଥିପାଇଁ ରାଜ୍ୟପାଳ ସରକାରଙ୍କ ଉପରେ ଚାପ ପ୍ରୟୋଗ କରୁଥିବା ଭଳି ଗୁରୁତର ଅଭିଯୋଗ ଉଠିଥିଲା । ଓଡ଼ିଆ ଅସ୍ମିତାର ନାରା ଦେଉଥିବା ରାଜ୍ୟ ସରକାର ରାଜ୍ୟପାଳଙ୍କ ଚାପରେ ଚେପା ହୋଇଯାଇଥିଲେ ।  ଓଡ଼ିଆ ଅଧିକାରୀଙ୍କୁ ଅଣ ଓଡ଼ିଆ ରାଜ୍ୟପାଳଙ୍କ ପୁଅର ମାଡ଼ ଘଟଣା ରାଜ୍ୟ ସରକାରଙ୍କ ଓଡ଼ିଆ ଅସ୍ମିତା ନାରାକୁ ଫିକା କରି ଦେଇଥିଲା । ଏହି ଘଟଣାରେ କଂଗ୍ରେସ, ବିଜେଡି ଭଳି ପ୍ରମୁଖ ରାଜନୈତିକ ଦଳ ରାଜରାସ୍ତାକୁ ଓହ୍ଲାଇବା ସହ ରାଜ୍ୟପାଳଙ୍କ ଇସ୍ତଫା ଦାବି କରିଥିଲେ । ଏପରିକି ଝାଡ଼ଖଣ୍ଡ ନିର୍ବାଚନରେ ମଧ୍ୟ ଏ ପ୍ରସଙ୍ଗ ଜୋର ଧରିଥିଲା । କାରଣ ନମ୍ବର ୪। ଝାଡ଼ଖଣ୍ଡ ନିର୍ବାଚରେ ରଘୁବାର ଦାସ ନିଜେ ପ୍ରାର୍ଥୀ ହେବାକୁ ଚାହୁଁଥିଲେ । କିନ୍ତୁ ତାଙ୍କ କାର୍ଯ୍ୟକଳାପକୁ ଦେଖି ବିଜେପି ତାଙ୍କୁ ଟିକେଟ ଦେଇନଥିଲା । ବରଂ ତାଙ୍କ ବୋହୂଙ୍କୁ ପ୍ରାର୍ଥୀ କରାଯାଇଥିଲା । ଚର୍ଚ୍ଚା ହେଲା, ଟିକେଟ ନମିଳିବାର ରାଗ ସୁଝାଇବା ପାଇଁ ରଘୁବର  ଦଳ ବିରୋଧରେ ଷଡ଼ଯନ୍ତ୍ର ରଚିଥିଲେ । ନିଜେ ବୋହୂକୁ ଜିତାଇବା ଓ ବିଜେପିକୁ ହରାଇବା ପାଇଁ ଓଡ଼ିଶା ରାଜଭବନ ସେତେବେଳେ କଣ୍ଟ୍ରୋଲ ରୁମ ପାଲଟିଥିଲା ବୋଲି ମଧ୍ୟ ଅଭିଯୋଗ ହୋଇଥିଲା । ରଘୁବରଙ୍କ ଷଡ଼ଯନ୍ତ୍ର ସମ୍ପର୍କରେ ଅନ୍ୟ ରାଜନୈତିକ ଦଳ ଭଳି ଖୋଦ ବିଜେପି ନେତାମାନେ ମଧ୍ୟ ହାଇକମାଣ୍ଡଙ୍କ ପାଖରେ ଅଭିଯୋଗ କରିଥିବା ଚର୍ଚ୍ଚା ହୋଇଥିଲା । ଏହା ନିଶ୍ଚିତ ଦଳୀୟ ହାଇକମାଣ୍ଡଙ୍କୁ କ୍ଷୁବ୍ଧ କରିଥିବ । କାରଣ ନମ୍ବର ୫। ନିକଟରେ ବିଶ୍ବବିଦ୍ୟାଳୟ ଆଇନରେ ରାଜ୍ୟ ସରକାର ସଂଶୋଧନ ଆଣିବାକୁ ଚାହୁଁଥିଲେ। ଏହା ଅନୁମୋଦନ ପାଇଁ ରାଜ୍ୟପାଳଙ୍କ ନିକଟକୁ ଯାଇଥିଲା । କିନ୍ତୁ ଅନୁମୋଦନ ନଦେଇ ରାଜ୍ୟପାଳ ଏହାକୁ ଫେରାଇ ଦେଇଥିଲେ । ଏହା ଚଳିତ ରାଜ୍ୟ ସରକାରଙ୍କୁ ଚାପୁଡ଼ା ମାରିବା ଭଳି ହୋଇଥିଲା । ବିବାଦ ଏତିକିରେ ସୀମିତ ନୁହେଁ । ବିଭିନ୍ନ ଖଣି କାରବାର ଠୁ ଆରମ୍ଭ କରି ଟେଣ୍ଡର ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ରାଜ୍ୟପାଳଙ୍କ ହସ୍ତକ୍ଷେପ ବା ଚାପ ରହୁଥିବା  ବୋଲି ମଝିରେ ମଝିରେ ଗୁଞ୍ଜରଣ ଉଠୁଥିଲା । ଅବଶ୍ୟ ଏସବୁ ତଦନ୍ତ ସାକ୍ଷେପ ।

ରଘୁବରଙ୍କ ଏହି ବିବାଦୀୟ ଭୂମିକାକୁ ନେଇ ମୁହାଁମୁହିଁ ହୋଇଛନ୍ତି ଦୁଇ ଜାତୀୟ ଦଳ। କଂଗ୍ରେସ କହିଛି ବିଜେପିର ଓଡ଼ିଆ ଅସ୍ମିତା ଏକ ବାହାନା ଥିଲା। ଯାହାର ଜବାବ ରଖିଛି ବିଜେପି। ଏଭଳି ବିବାଦକୁ ଆଖି ଆଗରେ ରଖି ରଘୁବରଙ୍କୁ ରାଜ୍ୟପାଳ ପଦରୁ ହଟାଇବା ପାଇଁ ହାଇକମାଣ୍ଡ ଚାହିଁଥିବା ଆଲୋଚନା ହେଉଛି । ଯାହା ଫଳରେ ଗତକାଲି ରଘୁବରଙ୍କ ସ୍ଥାନରେ ମିଜୋରାମର ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପତିଙ୍କୁ ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଛି ।