spot_img
Home Blog Page 1206

EKYC କରାଇବାକୁ ବାହାର ରାଜ୍ୟକୁ ଯିବେ ସରକାରୀ ଅଧିକାରୀ

ନନ୍ଦିଘୋଷ ବ୍ୟୁରୋ: EKYC କରାଇବାକୁ ବାହାର ରାଜ୍ୟକୁ ଯିବେ ସରକାରୀ ଅଧିକାରୀ । ନିକଟରେ ଗୋଆରେ କିଛି ଲୋକଙ୍କ ପାଖରେ ପହଞ୍ଚି ସରକାରୀ ଅଧିକାରୀ EKYC କରାଇଛନ୍ତି । ଅନ୍ୟ ରାଜ୍ୟରେ ଯଦି ଲୋକ ରହିଯାଇଛନ୍ତି ତେବେ ସେମାନଙ୍କ ନିକଟକୁ ଟିମ ଯିବ। ଏହାସହ ବୟସାଧିକ କାରଣରୁ ଯେଉଁମାନେ EKYC କରିନାହାନ୍ତି ସେମାନଙ୍କ ପାଖକୁ ବିଭାଗୀୟ ଅଧିକାରୀ ଯାଇ EKYC କରାଉଛନ୍ତି । ବର୍ତ୍ତମାନ ସୁଦ୍ଧା ୮୫ ପ୍ରତିଶତ EKYC ସରିଛି । ପ୍ରାୟ ୫୦ ଲକ୍ଷ ହିତାଧିକାରୀ EKYC  କରିନାହାନ୍ତି । ଜାନୁଆରୀ ୧୫ ତାରିଖ ସୁଦ୍ଧା EKYC  ସାରିବାକୁ ଲକ୍ଷ୍ୟ ରଖାଯାଇଛି ।

ନୂଆବର୍ଷରେ ଚାଷୀଙ୍କୁ କେନ୍ଦ୍ର ସରକାରଙ୍କ ଉପହାର

ନନ୍ଦିଘୋଷ ବ୍ୟୁରୋ: ସାରା ବିଶ୍ବ ପାଳୁଛି ନୂଆବର୍ଷ । ସବୁଠି ଆନନ୍ଦ ଉଲ୍ଲାସ ଦେଖିବାକୁ ମିଳୁଥିବାବେଳେ ଚାଷୀଙ୍କୁ ଖୁସି ଖବର ଦେଇଛନ୍ତି କେନ୍ଦ୍ର ସରକାର । ପିଏମ୍‌ ଫସଲ ବୀମା ୨୦୨୫-୨୬ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ଏନେଇ କ୍ୟାବିନେଟରେ ନିଷ୍ପତ୍ତି ପରେ କେନ୍ଦ୍ର ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ସୂଚନା ଦେଇଛନ୍ତି । ବୀମା ରାଶି ୬୯ ହଜାର ୫୧୫ କୋଟି ଟଙ୍କାକୁ ବୃଦ୍ଧି ପାଇଁ ନିଷ୍ପତ୍ତି ନିଆଯାଇଛି । ଏଥିସହ ଡିଏପି ସାର ଉପରେ ଅତିରିକ୍ତ ୩ହଜାର ୮୫୦କୋଟି ଟଙ୍କାର ସବସିଡ଼ିକୁ ମଂଜୁରୀ । ୫୦କେଜି ଡିଏପି ସାର ବ୍ୟାଗର ମୂଲ୍ୟ ୧୩୫୦ ଟଙ୍କା ରହିବ । ଚାଷୀ ପଞ୍ଜିକରଣ ଠାରୁ ଆରମ୍ଭ  କରି ସେମାନଙ୍କୁ  କ୍ଷତିପୂରଣ ଓ ବିଭିନ୍ନ ଯୋଜନାରେ ସହାୟତା ଯୋଜନା ସମ୍ପର୍କରେ ଡିଜିଟାଲ ପ୍ରକ୍ରିୟାରେ କରାଯିବା ନେଇ ନିଷ୍ପତି ନିଆଯାଇଛି।  କୃଷକମାନଙ୍କୁ ୫୦ କିଲୋଗ୍ରାମ ବ୍ୟାଗ୍ ପିଛା ୧୩୫୦ ଟଙ୍କା ମୂଲ୍ୟର DAP ପ୍ରଦାନ କରାଯିବ ।

ଏହାସହ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି କି, ୨୦୨୫ର ପ୍ରଥମ କ୍ୟାବିନେଟ୍ ବୈଠକରେ କୃଷକଙ୍କ ସମ୍ପର୍କରେ ଆଲୋଚନା କରାଯାଇଛି । ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଚାଷୀଙ୍କ ପାଇଁ ବେଶ ଲାଭଦାୟକ ହେବ । ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଆବଣ୍ଟନ ରାଶି ପରିମାଣ ବୃଦ୍ଧି ନିଷ୍ପତ୍ତି ଉପରେ କ୍ୟାବିନେଟ ମୋହର ବାଜିଛି ।  ୬୯ହଜାର ୫୧୫ କୋଟିକୁ ବଢିଲା ଆବଂଟନ ରାଶିର ପରିମାଣ ।

 

ଆସନ୍ତା ୩ ତାରିଖରେ ଶପଥ ନେବେ ନୂଆ ରାଜ୍ୟପାଳ

ନନ୍ଦଘୋଷ ବ୍ୟୁରୋ : ଆସନ୍ତା ୩ ତାରିଖରେ ଶପଥ ନେବେ ନୂଆ ରାଜ୍ୟପାଳ। ଓଡିଶାର ୨୭ତମ ରାଜ୍ଯପାଳ ଭାବେ ଶପଥ ନେବେ ଡକ୍ଟର ହରିବାବୁ କମ୍ଭମପତି । ଆସନ୍ତାକାଲି ଭୁବନେଶ୍ବରରେ ପହଂଚିବେ ନୂଆ ରାଜ୍ୟପାଳ । ଗତ ଡିସେମ୍ବର ୨୭ ତାରିଖରେ ନୂଆ ରାଜ୍ୟପାଳ ନିଯୁକ୍ତ ହୋଇଥିଲେ କମ୍ଭମପତି ହରିବାବୁ। ପୂର୍ବରୁ ମିଜୋରାମର ରାଜ୍ୟପାଳ ଥିଲେ ହରିବାବୁ କମ୍ଭମପତି । ରଘୁବର ଦାସଙ୍କ ଇସ୍ତଫା ପରେ ହରିବାବୁଙ୍କୁ ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଛି। ସେ ଆନ୍ଧ୍ରର ରାଜ୍ୟ ବିଜେପି ସଭାପତି ଥିଲେ। ଲୋକସଭାକୁ ବି ଥରେ ନିର୍ବାଚିତ ହୋଇଥିଲେ।

ପରାଜୟ ପରେ ଭାଇରାଲ ହେଉଛି ରୋହିତଙ୍କ ଥ୍ୟାଙ୍କ୍ ୟୁ ପୋଷ୍ଟ

ନୂଆଦିଲ୍ଳୀ: ବର୍ଷ ୨୦୨୪ ଶେଷ ପୂର୍ବରୁ ଭାରତୀୟ ଅଧିନାୟକ ରୋହିତ ଶର୍ମା ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରିଥିଲେ ଯେଉଁଥିରେ ପ୍ରଶଂସକମାନେ ଭାବପ୍ରବଣ ହୋଇଯାଇଛନ୍ତି । ୨୦୨୪ ବର୍ଷ ରୋହିତଙ୍କ ପାଇଁ ଖଟା ଏବଂ ମଧୁର ସ୍ମୃତି ଦେଇଛି ।

ନକଟରେ ବର୍ଡର-ଗାଭାସ୍କର ଟ୍ରଫି ୨୦୨୪-୨୫ ଖେଳୁଥିବା ଟିମ ଇଣ୍ଡିଆକୁ ମେଲବୋର୍ନରେ ଖେଳାଯାଇଥିବା ଚତୁର୍ଥ ଟେଷ୍ଟରେ ପରାଜୟର ସମ୍ମୁଖୀନ ହେବାକୁ ପଡିଛି। ଏହି ପରାଜୟ ପରେ ଅଧିନାୟକ ରୋହିତ ଶର୍ମାଙ୍କ ଉପରେ ପ୍ରଶ୍ନ ଉଠିଥିଲା। ବର୍ତ୍ତମାନ ମେଲବୋର୍ନରେ ପରାଜୟ ପରେ ରୋହିତ ଶର୍ମା ସୋସିଆଲ ମିଡିଆ ମାଧ୍ୟମରେ ଏକ ପୋଷ୍ଟ ଶେୟାର କରିଛନ୍ତି, ଯାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ସେ ତାଙ୍କ ପୋଷ୍ଟରେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ନିଜ ଇଷ୍ଟାଗ୍ରାମ୍ ପୋଷ୍ଟରେ ଭାରତୀୟ ଅଧିନାୟକ ୨୦୨୪କୁ ଧନ୍ୟବାଦ ଦେଇଛନ୍ତି । ରୋହିତ ସୋସିଆଲ ମିଡିଆ ଜରିଆରେ ଏକ ଭିଡିଓ ଶେୟାର କରିଛନ୍ତି, ଯେଉଁଥିରେ ସେ ୨୦୨୪ର ସମସ୍ତ ଅଭୁଲା ସ୍ମୃତି ସେୟାର କରିଛନ୍ତି, ଏଥିରେ ଟି-୨୦ ବିଶ୍ୱକପ୍ ୨୦୨୪ ଜିତିବା ମୂହୁର୍ତ୍ତ ମଧ୍ୟ ଅନ୍ତର୍ଭୁକ୍ତ ଅଛି । ଭିଡିଓର କ୍ୟାପସନରେ ରୋହିତ ଶର୍ମା ଲେଖିଛନ୍ତି, ସମସ୍ତ ଉତ୍ଥାନ-ପତନ ଏବଂ ଏହାରି ଭିତରେ ସବୁଜିନିଷ ପାଇଁ ୨୦୨୪କୁ ଧନ୍ୟବାଦ।

ଜିରୋ ନାଇଟ ପାଳନ ବେଳେ ବୁଲିଲା ଖଣ୍ଡା ଭୁଜାଲି

ବଲାଙ୍ଗୀର : ଜିରୋ ନାଇଟରେ ଅଘଟଣ  । ନୂଆବର୍ଷ ପାଳନ ବେଳେ ବୁଲିଲା ଖଣ୍ଡା । ବଲାଙ୍ଗୀର ଟାଉନ୍ ଥାନା ଅନ୍ତର୍ଗତ ତୁଳସୀ ନଗରରେ ଘଟିଛି ଏ ଗଣ୍ଡଗୋଳ । ଖଣ୍ଡା ଭୁଜାଲିରେ ଦୁଇ ଯୁବକକୁ ଆକ୍ରମଣ ହୋଇଛି  । ଗୁରୁତର ଅବସ୍ଥାରେ ବଲାଙ୍ଗୀର ମେଡିକାଲରେ ଭର୍ତ୍ତି ହୋଇଛନ୍ତି ୨ ଯୁବକ । ନୂଆବର୍ଷକୁ ସ୍ୱାଗତ କରିବା ପାଇଁ କାର୍ଯ୍ୟକ୍ରମ ଚାଲିଥିବା ବେଳେ ବାଇକରେ ଦୁଇଜଣ ଆସି ଗଣ୍ଡଗୋଳ କରିଥିଲେ । ଖଣ୍ଡାରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଖଣ୍ଡା ଚୋଟରେ ଦୁଇ ଗୁରୁତରଙ୍କୁ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି  । ଦୁଇ ଗୁରୁତର ହେଲେ ମଧୁସୂଦନ ବଗର୍ତି ଓ ଅଗ୍ନି କୁମାର ବିଶି  । ପୋଲିସ ଘ ଟଣାର ତଦନ୍ତ କରୁଛି।

ନୂଆବର୍ଷରେ ନୂଆ ନିୟମ, ବଦଳିଲା କମର୍ସିଆଲ ଗ୍ୟସ୍ ଦର

ନୂଆଦିଲ୍ଲୀ : ନୂଆବର୍ଷରେ ନୂଆ ନିୟମ । ବର୍ଷ ଆରମ୍ଭରୁ ଗ୍ରାହକଙ୍କ ପାଇଁ ଖୁସି ଖବର । ବର୍ଷ ବଦଳିବା ସହ ବଦଳିଛି ନିୟମ । ଜାନୁଆରୀ ୧ରୁ ଅନେକ କ୍ଷେତ୍ରରେ ନୂଆ ନିୟମ ଲାଗୁ ହେବ । ଯାହାର ପ୍ରଭାବ ସାଧାରଣ ଲୋକଙ୍କ ଉପରେ ପଡିବ।  ତେବେ ତେଲ ମାର୍କେଟରେ କମ୍ପାନୀଗୁଡିକ ୧୯ କେଜି ବିଶିଷ୍ଟ କମର୍ସିଆଲ ସିଲିଣ୍ଡର ଗ୍ୟାସର ଦର ହ୍ରାସ ହୋଇଛି । ଆଜି ଠାରୁ ଅର୍ଥାତ୍ ଜାନୁଆରୀ ୧ରୁ ଏଲପିଜି ସିଲିଣ୍ଡର ଦର ୧୪.୫୦ ଟଙ୍କା ଶସ୍ତା ହୋଇଛି  ।  ଅନ୍ୟପଟେ ଘରୋଇ ସିଲିଣ୍ଡର ଦରରେ କୌଣସି ପରିବର୍ତ୍ତନ ହୋଇ ନାହିଁ । ଗତ ବର୍ଷ ମାର୍ଚ୍ଚ୧ରେ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ହ୍ରାସ ପାଇଥିଲା ।

ଜାନୁୟାରୀ ୧, ୨୦୨୫ ରୁ ଦିଲ୍ଲୀରେ ୧୮୦୪ ଟଙ୍କା, ମୁମ୍ବାଇରେ ୧୭୫୬ଟଙ୍କା, ଚେନ୍ନାଇରେ ୧୯୬୬ ଟଙ୍କା ଏବଂ କୋଲକାତାରେ ୧୯୧୧ ଟଙ୍କା ମୂଲ୍ୟରେ ୧୯ କେଜି  କମର୍ସିଆଲ ସିଲିଣ୍ଡର ଉପଲବ୍ଧ ହେବ। ଏହାପୂର୍ବରୁ ଦିଲ୍ଲୀରେ ଏହାର ହାର ସିଲିଣ୍ଡର ପିଛା ୧୮୧୮.୫୦ ଟଙ୍କା ଥିଲା । ଗତ ଅଗଷ୍ଟ ୨୦୨୩ ରେ ଘରୋଇ ଗ୍ୟାସ ସିଲିଣ୍ଡରର ମୂଲ୍ୟ ପ୍ରାୟ ୧୦୦ଟଙ୍କା ହ୍ରାସ ହୋଇଥିଲା । ସେବେଠାରୁ ଏହାର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ ।

ନୂଆ ବର୍ଷ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ବିଜେଡି ସୁପ୍ରିମୋ

ଭୁବନେଶ୍ୱର : ବିଦାୟ ନେଲା ୨୦୨୪ । ପାଦ ଥାପିଲା ୨୦୨୫ । ନୂଆବର୍ଷକୁ ସ୍ବାଗତ କରିଛନ୍ତି ବିଶ୍ବବାସୀ । ମଧ୍ୟରାତ୍ରୀରେ ଆକାଶରେ ଝଲସି ଉଠିଥିଲା ଖୁସିର ରଙ୍ଗ ବେରଙ୍ଗ ଦୃଶ୍ୟ । ସିନ୍ଦୁରା ଫାଟି ପୃଥିବୀକୁ ସଜେଇ ଦେଇଛି ନୂଆ ସକାଳର ସୁନେଲି ସୂର୍ଯ୍ୟ । ବେଳାଭୂମି ସହ ବିଭିନ୍ନ ସ୍ଥାନରେ ବର୍ଷର ପ୍ରଥମ ସୂର୍ଯ୍ୟୋଦୟକୁ ଦର୍ଶନ କରିଛନ୍ତି ଲୋକେ । ସବୁଠି ପ୍ରକମ୍ପିତ ହେଉଛି ହାପି ନ୍ୟୁ ଇୟର । ପରସ୍ପରକୁ ନୂଆ ବର୍ଷର ଶୁଭେଚ୍ଛା ଜଣାଇଛନ୍ତି ଲୋକ । ନୂଆବର୍ଷକୁ ବେଶ ଆଡମ୍ବରରେ ପାଳନ କରାଯାଉଛି । ପାର୍କ, କ୍ଲବ, ବେଳାଭୂମି ଓ ପର୍ଯ୍ୟଟନସ୍ଥଳୀରେ ଭୋଜିଭାତ ସହ ହୋଟେଲ ଓ ଅନ୍ୟ ପ୍ରତିଷ୍ଠାନରେ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଉଛି । ସବୁଠି ଜମିଥିଲା ଜିରୋ ନାଇଟ୍ ସେଲିବ୍ରେସନ ।

ନୂଆ ବର୍ଷ ଅବସରରେ ରାଜ୍ୟବାସୀଙ୍କୁ ରାଜ୍ୟବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଲେ ବିଜେଡି ସୁପ୍ରିମୋ ନବୀନ। ନୂଆ ବର୍ଷରେ ସମସ୍ତଙ୍କ ସୁଖ ଓ ସମୃଦ୍ଦି କାମନା କରି ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ତେବେ ନୂଆ ବର୍ଷ ପାଳନ କରିବେନି ନବୀନ। ବର୍ଷା ଜନିତ କ୍ଷୟକ୍ଷତି ନେଇ ଚାଷୀଙ୍କ ଦୁଃଖରେ ସମଦୁଃଖୀ ହୋଇ ପାଳିବେନି ନୂଆବର୍ଷ ।

ମହାକାଶରେ ୧୬ତମ ନୂଆବର୍ଷ ପାଳିବେ ମହାକାଶଚାରୀ ସୁନୀତା ଓ୍ବିଲିୟମ୍ସ

ନନ୍ଦିଘୋଷ ବ୍ୟୁରୋ : ମହାକାଶରେ ନୂଆବର୍ଷ ପାଳିବେ ମହାକାଶଚାରୀ ସୁନୀତା ଓ୍ବିଲିୟମ୍ସ । ଭାରତୀୟ ବଂଶୋଦ୍ଭବ ତଥା ଆମେରିକୀୟ ମହାକାଶଚାରୀ ସୁନୀତା ଓ୍ବିଲିୟମ୍ସ ଓ ‘ଏକ୍ସପେଡିଶନ ୭୨’ ମିଶନର କ୍ରିଉ ସଦସ୍ୟମାନେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର(ଆଇଏସ୍‌ଏସ୍‌)ରେ ୧୬ଥର ପାଇଁ ନୂଆବର୍ଷ ପାଳନ କରିବେ। ଜାନୁଆରୀ ୧ରେ ସେମାନେ ୧୬ଥର ପାଇଁ ସୂର୍ଯ୍ୟୋଦୟ ଏବଂ ସୂର୍ଯ୍ୟାସ୍ତକୁ ଦେଖି ନୂଆବର୍ଷକୁ ଅନୁଭବ କରିବେ। ସୁନୀତାଙ୍କ ନେତୃତ୍ୱରେ ‘ଏକ୍ସପେଡିଶନ ୭୨’ର କ୍ରିଉ ସଦସ୍ୟମାନେ ଏବେ ଆଇଏସ୍‌ଏସ୍‌ରେ ୪୦୦ କିଲୋମିଟର ଉଚ୍ଚତାରେ ରହିଛନ୍ତି।

ଆଇଏସ୍‌ଏସ୍‌ ହାରାହାରି ୯୦ ମିନିଟ ଅବଧିରେ ପୃଥିବୀ ପରିକ୍ରମା କରୁଛି । ତେଣୁ ସୁନୀତା ଏବଂ ସାଥୀ ମହାକାଶଚାରୀମାନେ ନୂଆବର୍ଷରେ ୧୬ଥର ସୂର୍ଯ୍ୟୋଦୟ ଏବଂ ସୂର୍ଯ୍ୟାସ୍ତ ଦେଖିବାକୁ ସକ୍ଷମ ହେବେ। ‘ଏକ୍ସପେଡିଶନ ୭୨’ର କ୍ରିଉ ସଦସ୍ୟଙ୍କ ନୂଆ ବର୍ଷ ପାଳନ ନିମନ୍ତେ ନାସା ପକ୍ଷରୁ ପୃଥିବୀରୁ ଆଇଏସ୍‌ଏସ୍‌କୁ ସ୍ବତନ୍ତ୍ର ଖାଦ୍ୟ ପଠାଯାଇଛି। ସୁନୀତା ଓ ସାଥୀ ମହାକାଶଚାରୀ ଭିଡିଓ କଲ୍‌ ମାଧ୍ୟମରେ ପରିବାର ଏବଂ ବନ୍ଧୁବାନ୍ଧବଙ୍କ ସହ ଯୋଡ଼ିହୋଇ ନୂଆବର୍ଷ ସେଲିବ୍ରେଶନରେ ସାମିଲ ହେବେ।

ଜିରୋନାଇଟ ପାଳନରୁ ଗୁଳି ଓ ଛୁରାମାଡ, ୪ଜଣ ଗୁରୁତର ଆହତ

ଗଞ୍ଜାମ : ନୂଆ ବର୍ଷ ଭୋଜିରୁ ଗୁଳିମାଡ। ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଅନ୍ତର୍ଗତ କାଳୀ ଢାବା ନିକଟ ଓଡିଆରପି କଲୋନୀରେ ଘଟିଛି ଏ ଗୁଳିକାଣ୍ଡ। ୧୬ ନମ୍ବର ଜାତୀୟ ରାଜପଥ କଡରେ ଥିବା ଓଡିଆରପି କଲୋନୀରେ ଗଣ୍ଡଗୋଳରୁ ଫାୟାରିଂ ସହ ଛୁରାମାଡ ହୋଇଥିବା ଜଣାପଡିଛି।

ଗତକାଲି ଜିରୋନାଇଟ ଅବସରରେ କିଛି ଯୁବକ ଆସି ସେଠାରେ ଭୋଜିଭାତ କରିଥିଲେ। ପରେ ସେମାନଙ୍କ ମଧ୍ୟରେ ଗଣ୍ଡଗୋଳ ଆରମ୍ଭ ହୋଇଥିଲା। ପରେ ସେଠାରେ ବ୍ଲାଙ୍କ ଫାୟାରିଂ କରିବା ସହ ଛୁରାମାଡ ହୋଇଥିବା ଜଣାପଡିଛି। ତିନି ଜଣ ଯୁବକ ଗୁରୁତର ଆହତ ହୋଇ ପ୍ରଥମେ ଖଲ୍ଲିକୋଟ ମେଡିକାଲରେ ଚିକିତ୍ସା ପରେ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର ହୋଇଛନ୍ତି। ଘଟଣା ପରେ ଅନ୍ୟ ଯୁବକମାନେ ସେଠାରୁ ଚମ୍ପଟ ମାରିଥିଲେ। ଖବର ପାଇ ରମ୍ଭା ପୋଲିସ ତଦନ୍ତ ଆରମ୍ଭ କରିଛି।

ଆହୁରି ଥରାଇବ ଶୀତ, ୩ ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ କମିପାରେ ସର୍ବନିମ୍ନ ତାପମାତ୍ରା

ଭୁବନେଶ୍ୱର : କମିଲା ପାରଦ, ଦେହ ଥରାଇଦେଲା ଥଣ୍ଡା। ଦେଶର ପୂର୍ବ ଭାଗରେ ଥିବା ଗୁରୁଚାପ ବଳୟଟି ପଶ୍ଚିମ ଦିଗକୁ ଗତି କରୁଥିବାରୁ ରାଜ୍ୟକୁ ଥଣ୍ଡା ଶୁଷ୍କ ବାୟୁ ପ୍ରବାହ ବଢିବ। ପ୍ରଭାବରେ ରାତିର ତାପମାତ୍ରା ଅହେତୁକ ଭାବରେ କମିବ ବୋଲି ଆକଳନ କରାଯାଇଛି। ଜାନୁଆରୀ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ରାଜ୍ୟରେ ଶୀତ ଲାଗି ରହିବ।

ଆଜିଠାରୁ ଆଭ୍ୟନ୍ତରୀଣ ଓଡ଼ିଶାର କଳାହାଣ୍ଡି, କନ୍ଧମାଳ, ସମ୍ବଲପୁର, ବରଗଡ,ସୁନ୍ଦରଗଡ, ଝାରସୁଗୁଡା, ବଲାଙ୍ଗୀର, ସୋନପୁର, ବୌଦ୍ଧ, ମୟୂରଭଞ୍ଜ ଆଦି ଜିଲ୍ଲାରେ ତାପମାତ୍ରା କମିବ। ପରେ ଉପକୂଳ ଓଡିଶାର ଅଧିକାଂଶ ଜିଲ୍ଲାରେ ତାପମାତ୍ରା କମିବା ନେଇ ଆକଳନ କରାଯାଇଛି। ଆସନ୍ତା ୭ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଶୁଖିଲା ପାଗ ଜାରି ରହିବ। ଶୀତ ସହ ଘନ କୁହୁଡି ଅସ୍ତବ୍ୟସ୍ତ କରିବ।ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଘନ କୁହୁଡି ନେଇ ୪ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି।