spot_img
Home Blog Page 120

ସମବାୟ ସମିତିରେ ନିଯୁକ୍ତି ଜାଲିଆତି ଅଭିଯୋଗ, ବିଧିବଦ୍ଧ ତଦନ୍ତ ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି

ସମବାୟ ସମିତିରେ ନିଯୁକ୍ତି ଜାଲିଆତି ଅଭିଯୋଗ, ବିଧିବଦ୍ଧ ତଦନ୍ତ ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି

ନନ୍ଦିଘୋଷ ବ୍ୟୁରୋ: ବିଭିନ୍ନ ସମୟରେ ଚାଷୀ ସମସ୍ୟାକୁ ନେଇ ଚର୍ଚ୍ଚାରେ ଥିବା ସୁବର୍ଣ୍ଣପୁର ଜିଲ୍ଲା ଲଛିପୁର କୃଷି ସେବା ସମବାୟ ସମିତିରେ ନିଯୁକ୍ତି ଜାଲିଆତି ନେଇ ଆସିଛି ଅଭିଯୋଗ । ନିୟମ କାନୁନକୁ ଖାତିର ନକରି ହେଉଛି ମନମୁଖି ଛଟେଇ ଓ ନିଯୁକ୍ତି । ଏବେ ଧାନ ସଂଗ୍ରହ ସମୟ ହୋଇଥିବାରୁ ଚିନ୍ତାରେ ପଡିଛନ୍ତି ଚାଷୀ । ବେଆଇନ ନିଯୁକ୍ତିର ବିଧିବଦ୍ଧ ତଦନ୍ତ ସହ ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଚାଷୀ ।

ଲଚ୍ଛିପୁର ସମବାୟ ସମିତିରେ ନିଯୁକ୍ତି ଜାଲିଆତିର ସାଂଘାତିକ ତଥ୍ୟ ଲାଗିଛି ନନ୍ଦିଘୋଷ ଟିଭି ହାତରେ । ଆଦେଶ ନଂ ୧୫ ଅନୁଯାୟୀ ବାଳପୁରର ସସ୍ମିତା ମେହେରଙ୍କୁ ଆକାଉଣ୍ଟାଣ୍ଟ ଭାବେ ନିଯୁକ୍ତି ଦିଆଯାଇଛି । ହେଲେ ଆଧାର କାର୍ଡରେ ସେ ବଲାଙ୍ଗିର ଜିଲ୍ଲା କୁଟାଶିଙ୍ଘା ଗାଁର ବୋଲି ଉଲ୍ଲେଖ ରହିଛି । ସେହିପରି ପିଅନ ଭାବେ ନିଯୁକ୍ତ ଲବ ଦନ୍ତା ସମବାୟ ସମିତିର ନିର୍ଦ୍ଦେଶକ ଥିବା ଅଭିଯୋଗ ହୋଇଛି । ନିୟମ ଅନୁସାରେ ବାହାର ଜିଲ୍ଲାର ବ୍ୟକ୍ତି କୌଣସି ପଦବୀରେ ରହି ପାରିବେ ନାହିଁ । ହେଲେ ଏଠାରେ ଏହାର ଖୋଲା ଉଲ୍ଲଂଘନ ହୋଇଥିବା ସ୍ପଷ୍ଟ ହୋଇଛି । ସେପଟେ ଡିଆରସିଏସ ସଞ୍ଜୟ କୁମାର ତ୍ରିପାଠୀ କହିଛନ୍ତି, ଏ ବବାଦରେ ପାକ୍ସକୁ ଚିଠି ଲେଖାଯାଇଛି ।

ସହିଦ ନଗର ଗଣଦୁଷ୍କର୍ମ ନେଇ ନବୀନଙ୍କ ଉଦବେଗ, ପଚାରିଲେ- କେବେ ଆଉ ଚେତିବ ବିଜେପି ସରକାର ?

ସହିଦ ନଗର ଗଣଦୁଷ୍କର୍ମ ନେଇ ନବୀନଙ୍କ ଉଦବେଗ, ପଚାରିଲେ- କେବେ ଆଉ ଚେତିବ ବିଜେପି ସରକାର ?

ନନ୍ଦିଘୋଷ ବ୍ୟୁରୋ: ସହିଦ ନଗର ଗଣଦୁଷ୍କର୍ମ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଉଦବେଗ । କହିଲେ, ମହିଳାଙ୍କ ପାଇଁ ଅସୁରକ୍ଷିତ ହୋଇଯାଉଛି ରାଜ୍ୟ ରାଜଧାନୀ ଭୁବନେଶ୍ୱର । ପୁଣି କଳଙ୍କ ମୁଣ୍ଡାଇଛି ଓଡ଼ିଶା । କେବେ ଆଉ ବିଜେପି ସରକାର ଚେତିବ ବୋଲି ନବୀନ ପ୍ରଶ୍ନ କରିଛନ୍ତି ।

ଦିନଦ୍ଵିପହରେ ପୁଣି ଜଣେ ନାବାଳିକା ଭୁବନେଶ୍ୱରରେ ଗଣଦୁଷ୍କର୍ମର ଶିକାର ହେବା ଅତ୍ୟନ୍ତ ସ୍ପର୍ଶକାତର ବିଷୟ । କୁଆଡ଼େ ଯାଇଛି ଆଇନଶୃଙ୍ଖଳା ବୋଲି ନୀବନ ପଚାରିଛନ୍ତି । ‘ଲୋକଙ୍କ ସରକାର’ର ମିଛ ପ୍ରହେଳିକା କରୁଥିବା ସରକାର ଲୋକଙ୍କୁ ସୁରକ୍ଷା ଦେଉଛି ତ ? ଧଉଳି ଗଣଦୁଷ୍କର୍ମ ଘଟଣା ମନରୁ ନଲିଭୁଣୁ ପୁଣି ଏକ ବର୍ବରକାଣ୍ଡ ସାଧାରଣ ଜନତାଙ୍କୁ ଆତଙ୍କିତ କରିଦେଇଛି । ରାଜଧାନୀରେ ମା’ଭଉଣୀମାନେ ଅସୁରକ୍ଷିତ ମନେ କଲେଣି । ସମସ୍ତଙ୍କ ପାଇଁ ସୁରକ୍ଷିତ ପରିବେଶ ସୁନିଶ୍ଚିତ କରିବାରେ ବିଜେପି ସରକାରର ଅପାରଗତା ଜଳଜଳ ଦେଖାଯାଉଛି । ସ୍ଥିତି ଆହୁରି ବିଗିଡ଼ିବା ପୂର୍ବରୁ ସରକାର ସଜାଗ ହୁଅନ୍ତୁ । ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବା ଦିଗରେ ସରକାର ଆଗୁଆ ତତ୍ପର ହେବା ସହ ଦୃଢ଼ ଓ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ।

ବଢ଼ିଲା ଟ୍ରେନ ଯାତ୍ରା ଭଡ଼ା, ଡିସେମ୍ବର ୨୬ରୁ ହେବ ଲାଗୁ

ବଢ଼ିଲା ଟ୍ରେନ ଯାତ୍ରା ଭଡ଼ା, ଡିସେମ୍ବର ୨୬ରୁ ହେବ ଲାଗୁ

ନନ୍ଦିଘୋଷ ବ୍ୟୁରୋ: ବଢ଼ିଲା ଟ୍ରେନ ଯାତ୍ରୀ ଭଡ଼ା । ରେଳବାଇ ଯାତ୍ରା ଭଡ଼ା ବୃଦ୍ଧି କଲେ ସରକାର । ଆସନ୍ତା ୨୬ ତାରିଖରୁ ଟ୍ରେନ ଭଡ଼ା ବୃଦ୍ଧି ଲାଗୁ କରାଯିବ । ୨୧୫ କିଲୋମିଟର ଦୂରତା ପର୍ଯ୍ୟନ୍ତ ସାଧାରଣ ଶ୍ରେଣୀ ଟିକେଟର ମୂଲ୍ୟ ପରିବର୍ତ୍ତନ ହେବ ନାହିଁ । କିନ୍ତୁ ୨୧୫ କିଲୋମିଟରରୁ ଅଧିକ ଦୂରତା ପାଇଁ ପ୍ରତି କିଲୋମିଟରରେ ୧ ପଇସା ଅଧିକ ଦେବାକୁ ପଡିବ । ମେଲ୍ କିମ୍ବା ଏକ୍ସପ୍ରେସ୍ ଟ୍ରେନରେ ନନଏସି କୋଚ୍ ପାଇଁ ପ୍ରତି କିଲୋମିଟରରେ ୨ ପଇସା ବୃଦ୍ଧି ହେବ । ଏସି କୋଚ୍‌ରେ ଯାତ୍ରାର ମୂଲ୍ୟ ମଧ୍ୟ ପ୍ରତି କିଲୋମିଟରରେ ୨ ପଇସା ବୃଦ୍ଧି କରାଯାଇଛି ।

ନୂତନ ଦର ଲାଗୁ ହେବା ପରେ ନନ୍ ଏସି କୋଚରେ ୫୦୦ କିଲୋମିଟର ଯାତ୍ରା ପାଇଁ ଅଧିକ ୧୦ ଟଙ୍କା ବୃଦ୍ଧି ପାଇଛି । ଏହାଦ୍ବାରା ରେଳବାଇର ବାର୍ଷିକ ଆୟ ୬୦୦ କୋଟି ଟଙ୍କା ବୃଦ୍ଧି ପାଇବ । ରେଲୱେରେ ମାନବ ସମ୍ବଳ ଖର୍ଚ୍ଚ ୧ ଲକ୍ଷ ୧୫ ହଜାର କୋଟି ଓ ପେନସନ ଖର୍ଚ୍ଚ ୬୦ ହଜାର କୋଟି ଟଙ୍କାକୁ ବୃଦ୍ଧି ପାଇଛି । ୨୦୨୪-୨୫ ଆର୍ଥିକ ବର୍ଷରେ ମୋଟ ପରିଚାଳନା ଖର୍ଚ୍ଚ ୨ ଲକ୍ଷ ୬୩ ହଜାର କୋଟି ଟଙ୍କାକୁ ବୃଦ୍ଧି ପାଇଛି । ଏହି ମାନବ ସମ୍ବଳ ମୂଲ୍ୟ ବୃଦ୍ଧିକୁ ପୂରଣ କରିବା ପାଇଁ ରେଳବାଇ ପରିବହନ ଲୋଡିଂ ବୃଦ୍ଧି ଏବଂ ଯାତ୍ରୀ ଭଡ଼ା ବୃଦ୍ଧି ଉପରେ ଧ୍ୟାନ ଦେଉଛି । ପୂର୍ବରୁ, ରେଳବାଇ ଜୁଲାଇ ମାସରେ ଭଡ଼ା ବୃଦ୍ଧି କରିଥିଲା । ମେଲ୍ ଓ ଏକ୍ସପ୍ରେସ୍ ଟ୍ରେନରେ ନନ୍ ଏସି ଶ୍ରେଣୀର ଭଡ଼ା କିଲୋମିଟର ପିଛା ୧ ପଇସା ବୃଦ୍ଧି ପାଇଥିଲା ଏବଂ ଏସି କୋଚରେ ଯାତ୍ରା କିଲୋମିଟର ପିଛା ୨ ପଇସା ମହଙ୍ଗା ହୋଇଥିଲା । ଏହା ପୂର୍ବରୁ ଜାନୁଆରୀ ପହିଲା ୨୦୨୦ରେ ଟ୍ରେନ ଭଡା ବୃଦ୍ଧି କରାଯାଇଥିଲା ।

ଚଣ୍ଡିଗଡ଼ରେ ଡ୍ରୋଗ ପାରାଚୁଟ ସିଷ୍ଟମର ସଫଳ ପରୀକ୍ଷଣ

ନନ୍ଦିଘୋଷ ବ୍ୟୁରୋ : ଗଗନଯାନ ଲାଗି ପାରାଚୁଟର ସଫଳ ପରୀକ୍ଷଣ। ଇସ୍ରୋର ବୈଜ୍ଞାନିକମାନେ କରିଛନ୍ତି ଡ୍ରୋଗ ପାରାଚୁଟ। ଗଗନଯାନ ମିଶନର ପାରାଚୁଟ ସିଷ୍ଟମ ଲାଗି ଇଣ୍ଟିଗ୍ରେଟେଡ ମେନ ପାରାଚୁଟ ଡ୍ରପ ଟେଷ୍ଟର ଅଂଶବିଶେଷ ଭାବେ ଏହି ପରୀକ୍ଷଣ କରାଯାଇଛଇ। ଚଣ୍ଡିଗଡ଼ସ୍ଥିତ ଟର୍ମିନାଲ ବାଲିଷ୍ଟିକ୍ସ ରିସର୍ଚ୍ଚ ଲାବରେଟୋରୀର ରେଲ୍ ଟ୍ରାକ ରକେଟ ସ୍ଲେଡ ଫାସିଲିଟିରୁ ଏହି ପରୀକ୍ଷଣ କରାଯାଇଛି।। ଗତ ଡିସେମ୍ବର ୧୮ ଓ ୧୯ରେ ଏହି ପରୀକ୍ଷା କରାଯାଇଛି। ଏହି ଅବସରରେ ୪ ପ୍ରକାରର ୧୦ଟି ପାରାଚୁଟର ପରୀକ୍ଷା କରାଯାଇଥିଲା। ଏହି ପରୀକ୍ଷଣ ବେଳେ ୨ଟି ଆପେକ୍ସ ସେପାରେସନ ପାରାଚୁଟ ପାରାଚୁଟର କମ୍ପୋନେଣ୍ଟର ପ୍ରୋଟେକ୍ଟିଭ କଭରକୁ ବାହାର କରିଥିଲେ। ପରେ ୨ଟି ପାରାଚୁଟ ମଡ୍ୟୁଲର ଗତିକୁ ସ୍ଥିର ରଖିଥାଏ। ପରେ ୩ଟି ମେନ୍ ପାରାଚୁଟର ବ୍ୟବହାର ଲାଗି ୩ଟି ପାଇଲଟ ପାରାଚୁଟ ମୁତୟନ କରାଯାଥିଲା। ପୃଥିବୀର କକ୍ଷପଥରେ ପୁନଃପ୍ରବେଶ ଓ ତଳକୁ ଆଣିବା କ୍ଷେତ୍ରରେ କ୍ରିଉ ମଡ୍ୟୁଲର ସ୍ଥିରତା ଓ ତାହାକୁ ସେଫ ଲେବଲକୁ ଆଣିବା ଲାଗି ଏହି ପାରାଚୁଟ ଆବଶ୍ୟକ ହୋଇଥାଏ। ପୂର୍ବରୁ ଗତ ଅଗଷ୍ଟରେ ଗଗନଯାନ ମିଶନର ଅଂଶବିଶେଷ ସ୍ବରୂପ କ୍ରିଉ ରିକୋଭରୀ ସେଫଟି ଲାଗି ଇସ୍ରୋ ପକ୍ଷରୁ କରାଯାଇଥିଲା ପ୍ରଥମ ଇଣ୍ଟିଗ୍ରେଟେଡ ଏୟାର ଡ୍ରପ ଟେଷ୍ଟ ।

ଆଖିବୁଜା ଗୁଳିମାଡ଼ରେ ୧୦ ମୃତ, ୧୨ରୁ ଅଧିକ ଆହତ

ନନ୍ଦିଘୋଷ ବ୍ୟୁରୋ : ଦକ୍ଷିଣ ଆଫ୍ରିକାର ଜୋହନ୍ସବର୍ଗରେ ଆଖିବୁଜା ଗୁଳିମାଡ଼। ଗୁଳିମାଡ଼ରେ ୧୦ ମୃତ, ୧୨ରୁ ଅଧିକ ଆହତ। କିଛି ମାସ ମଧ୍ୟରେ ଏହା ଦକ୍ଷିଣ ଆଫ୍ରିକାରେ ଦ୍ବିତୀୟ ଭୟଙ୍କର ଗୁଳିମାଡ଼ ବୋଲି ସୂଚନା ମିଳିଛି। ଜୋହନ୍ସବର୍ଗର ଦକ୍ଷିଣ ପଶ୍ଚିମାଞ୍ଚଳ ଅନ୍ତର୍ଗତ ବେକେର୍ସଡାଲରେ ଘଟିଛି ଏହି ଲୋମହର୍ଷକ ଘଟଣା। ଅଜଣା ଦୁର୍ବୃର୍ତ୍ତମାନେ ଏହି କାଣ୍ଡ ଭିଆଇଥିବା ସୂଚନା ମିଳିଛି। ଗାଉତେଙ୍ଗ ପ୍ରଜାତନ୍ତ୍ରର ପୋଲିସ ମୁଖପାତ୍ର ବ୍ରିଗେଡିୟର ବ୍ରେଣଅଡା ମୁରିଦିଲି କହିଛନ୍ତି- ଏହି ଘଟଣା ପଛରେ ଥିବା ପ୍ରକୃତ କାରଣ ଜଣାପଡିନାହିଁ। ଅପରାଧୀଙ୍କୁ ଧରିବା ଲାଗି ରେଡ ଜାରି ରହିଛି। ଦକ୍ଷିଣ ଆଫ୍ରିକାର ପ୍ରମୁଖ ସୁନା ଖଣି ଅଞ୍ଚଳ ଭାବେ ପରିଗଣିତ ବେକେର୍ସଡାଲ ଇଲାକାରେ ଏହି ଗୁଳିକାଣ୍ଡ ଘଟିଛି। ଗତ ଡିସେମ୍ବର ୬ରେ ପ୍ରିଟୋରିଆରେ ଘଟିଥିବା ଘଟିଥିବା ଗୁଳିମାଡ ଘଟଣାରେ ଜଣେ ଶିଶୁ ସମେତ ୧୨ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିଲା। ୬୩ ନିୟୁତ ଜନସଂଖ୍ୟାବିଶିଷ୍ଟ ଦକ୍ଷିଣ ଆଫ୍ରିକାରେ ବିଶ୍ବରେ ସର୍ବାଧିକ ହତ୍ୟାକାଣ୍ଡ ଘଟିଚାଲିଛି।

ରେଡ୍ ଫ୍ଲାଗ ଅନ୍ତର୍ଭୁକ୍ତ ହେଲା ସହିଦନଗର ଗଣଦୁଷ୍କର୍ମ ମାମଲା..

ସହିଦନଗର ଗଣଦୁଷ୍କର୍ମ ମାମଲା । ରେଡ୍ ଫ୍ଲାଗ ଅନ୍ତର୍ଭୁକ୍ତ ହେଲା ଗଣଦୁଷ୍କର୍ମ ମାମଲା। କମିଶନରେଟ ପୋଲିସକୁ ତଦନ୍ତରେ ସହଯୋଗ କରିବ କ୍ରାଇମବ୍ରାଞ୍ଚ। କ୍ରାଇମବ୍ରାଞ୍ଚ ଡିଜିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ହେବ ତଦନ୍ତ । ପୂର୍ବରୁ ଧଉଳି ଗଣଦୁଷ୍କର୍ମ ମାମଲାକୁ ମଧ୍ୟ ରେଡ୍ ଫ୍ଲାଗ ଘୋଷଣା କରାଯାଇଥିଲା। ସହିଦନଗର ଗଣଦୁଷ୍କର୍ମ ମାମଲାରେ ୨ ଜଣଙ୍କୁ ଗିରଫ କରାଯାଇଛି। ଚାକିରି ଦେବାକୁ କହି ଏକ ଭଡା ଘରକୁ ଡାକି ଦୁଷ୍କର୍ମ କରିଥିଲେ ଦୁଇ ଦୁର୍ବୃତ୍ତ। ଦୁଇ ଅଭିଯୁକ୍ତ ହେଲେ ଖୋର୍ଦ୍ଧା କେରଙ୍ଗ ଅଞ୍ଚଳର ଅକ୍ଷୟ ଦାସ ଓ ମୁକୁନ୍ଦପ୍ରସାଦ ଅଞ୍ଚଳର ସାହିଲ ଖାନ।

ଲାଞ୍ଚ ଅଭିଯୋଗରେ ଲେଫ୍ଟନାଣ୍ଟ କର୍ଣ୍ଣେଲଙ୍କୁ ସିବିଆଇ କଲା ଗିରଫ, ତାଙ୍କ ଦିଲ୍ଲୀ ଘରୁ ୨ କୋଟି ଟଙ୍କା ଜବତ

ନନ୍ଦିଘୋଷ ବ୍ୟୁରୋ : ଲାଞ୍ଚ ଅଭିଯୋଗରେ ସିବିଆଇ ଲେଫ୍ଟନାଣ୍ଟ କର୍ଣ୍ଣେଲ ଦୀପକ କୁମାର ଶର୍ମାଙ୍କୁ ଗିରଫ କରିଛି। ବିନୋଦ କୁମାର ନାମକ ଜଣେ ବ୍ୟକ୍ତିଙ୍କୁ ମଧ୍ୟ ଗିରଫ କରାଯାଇଛି। କର୍ଣ୍ଣେଲଙ୍କ ଦିଲ୍ଲୀ ଘରୁ ୨ କୋଟି ଟଙ୍କା ଏବଂ ତାଙ୍କ ପତ୍ନୀଙ୍କ ରାଜସ୍ଥାନ ଘରୁ ୧୦ ଲକ୍ଷ ଟଙ୍କା ଜବତ କରାଯାଇଛି। ଏହା ପରେ, ଅଭିଯୁକ୍ତ କର୍ଣ୍ଣେଲଙ୍କ ପତ୍ନୀଙ୍କ ବିରୁଦ୍ଧରେ ମଧ୍ୟ ଏକ ମାମଲା ରୁଜୁ କରାଯାଇଛି। ସିବିଆଇ କହିଛି ଯେ ପ୍ରତିରକ୍ଷା ଉତ୍ପାଦନ ବିଭାଗରେ ଡେପୁଟି ପ୍ଲାନିଂ ଅଫିସର ଭାବରେ ନିଯୁକ୍ତ ଲେଫ୍ଟନାଣ୍ଟ କର୍ଣ୍ଣେଲ ଦୁର୍ନୀତି ଏବଂ ବେଆଇନ କାର୍ଯ୍ୟକଳାପର ଅଭିଯୁକ୍ତ।

ସିବିଆଇ ତଦନ୍ତରୁ ଜଣାପଡିଛି ଯେ ଲେଫ୍ଟନାଣ୍ଟ କର୍ଣ୍ଣେଲ ଦୀପକ କୁମାର ଶର୍ମା କିଛି ଘରୋଇ ପ୍ରତିରକ୍ଷା କମ୍ପାନୀକୁ ବେଆଇନ ଭାବରେ ଲାଭ ଦେବା ପାଇଁ ଟଙ୍କା ନେଉଥିଲେ । ବେଙ୍ଗାଲୁରୁର ଏକ କମ୍ପାନୀ ଠାରୁ ଡିସେମ୍ବର ୧୮ତାରିଖରେ ଦୀପକ ୩ ଲକ୍ଷ ଲାଞ୍ଚ ନେଉଥିବାର ସୂଚନା ମିଳିଥିଲା। ଏହା ପରେ, ସିବିଆଇ ଏକ ଜାଲ ବିଛାଇ ଶର୍ମାଙ୍କୁ ଗିରଫ କରିଥିଲା। ଘଟଣାସ୍ଥଳରୁ ୩ ଲକ୍ଷ ଜବତ କରିବା ସହିତ, ଟଙ୍କା ଦେବାକୁ ଆସିଥିବା ବିନୋଦ କୁମାରଙ୍କୁ ମଧ୍ୟ ସିବିଆଇ ଗିରଫ କରିଛି ।

ତଦନ୍ତ ସମୟରେ ଜଣାପଡିଥିଲା ​​ଯେ କମ୍ପାନୀର ରାଜୀବ ଯାଦବ ଏବଂ ରଭଜିତ ସିଂହ ଦୀର୍ଘ ଦିନ ଧରି ଦୀପକ ଶର୍ମାଙ୍କ ସହ ଯୋଗାଯୋଗରେ ଥିଲେ। ଜଣାପଡିଥିଲା ​​ଯେ ସେମାନେ ଲେଫ୍ଟନାଣ୍ଟ କର୍ଣ୍ଣେଲ ଦୀପକ କୁମାର ଶର୍ମାଙ୍କ ସହ ମିଶି ବିଭିନ୍ନ ସରକାରୀ ବିଭାଗ ଏବଂ ମନ୍ତ୍ରଣାଳୟରୁ ଲାଭ ପାଇବାକୁ ଚେଷ୍ଟା କରୁଥିଲେ।

ସିବିଆଇ ରିପୋର୍ଟ ଅନୁସାରେ, ଲେଫ୍ଟନାଣ୍ଟ କର୍ଣ୍ଣେଲ ଦୀପକ କୁମାର ଶର୍ମାଙ୍କ ଦିଲ୍ଲୀ ବାସଭବନରେ ଯାଞ୍ଚ ସମୟରେ ୨.୨୩ କୋଟି ଟଙ୍କାର ନଗଦ ଜବତ କରାଯାଇଛି। ରିପୋର୍ଟ ଅନୁଯାୟୀ, ଏହି ପରିମାଣ ଦେଖି ଅଧିକାରୀମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ରାଜସ୍ଥାନର ଶ୍ରୀଗଙ୍ଗାନଗରରେ ୧୬ତମ ପଦାତିକ ଡିଭିଜନ ଅର୍ଡନାନ୍ସର କମାଣ୍ଡିଂ ଅଫିସର ଭାବରେ କାର୍ଯ୍ୟରତ ଶର୍ମାଙ୍କ ପତ୍ନୀ କର୍ଣ୍ଣେଲ କାଜଲ ବାଲିଙ୍କ ବାସଭବନରେ ମଧ୍ୟ ସିବିଆଇର ଏକ ଟିମ୍ ଯାଞ୍ଚ କରିଥିଲା। ୧୦ ଲକ୍ଷ ନଗଦ ଜବତ ହେବା ପରେ କର୍ଣ୍ଣେଲ କାଜଲ ବାଲିଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯାଇଛି।

୧୯ ବର୍ଷରୁ କମ ଏସିଆ କପ ଗ୍ରାଣ୍ଡ ଫିନାଲରେ ଭାରତ-ପାକିସ୍ତାନ ଟକ୍କର

ନନ୍ଦିଘୋଷ ବ୍ୟୁରୋ : ସୁପର ସନଡେରେ ସୁପର ମୁକାବିଲା । ୧୯ ବର୍ଷରୁ କମ ଏସିଆ କପ ଗ୍ରାଣ୍ଡ ଫିନାଲରେ ଟସ ଜିତି ଭାରତର ବୋଲିଂ ନିଷ୍ପତ୍ତି । ମୁହାଁମୁହଁ ହେଉଛନ୍ତି ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦୀ ଭାରତ ଓ ପାକିସ୍ତାନ । ଦୁବାଇରେ ଖେଳାଯାଉଛି ମ୍ୟାଚ୍ । ଶ୍ରୀଲଙ୍କାକୁ ସେମିଫାଇନାଲରେ ହରାଇ ଫାଇନାଲରେ ପ୍ରବେଶ କରିଛି ଭାରତ । ସେପଟେ ବାଂଲାଦେଶକୁ ହରାଇ ଫାଇନାଲରେ ପ୍ରବେଶ କରିଛି ପାକିସ୍ତାନ । ଭାରତର ବିଜୟ ଧାରାରେ ବ୍ରେକ ଲଗାଇବାକୁ ପାକିସ୍ତାନ ପୂର୍ଣ୍ଣମାତ୍ରାରେ ଚେଷ୍ଟା କରିବ । ଟୁର୍ଣ୍ଣାମେଣ୍ଟରେ ଟିମ୍ ଇଣ୍ଡିଆର ପଲ୍ଲା ଭାରି ରହିଥିବା ବେଳେ ନବମ ଥର ଲାଗି ଚାମ୍ପିଅନ ହେବା ଲକ୍ଷ୍ୟରେ ଆୟୁଷ ମାଥ୍ରେ ସ୍କ୍ବାଡ । ବ୍ୟାଟର ବୈଭବ ସୂର୍ଯ୍ୟବଂଶୀଙ୍କ ଉପରେ ସମସ୍ତଙ୍କ ନଜର ରହିଛି । ଫାଇନାଲ୍ ମ୍ୟାଚ୍ ବେଶ୍ ପ୍ରତିଦ୍ବନ୍ଦ୍ବିତାଭରା ଏବଂ ହାଇଭୋଲ୍ଟେଜ୍ ହେବ ବୋଲି ଆଶା କରାଯାଉଛି ।

ସୁଧୁରୁନି ଦିଲ୍ଲୀର ବାୟୁ ପ୍ରଦୂଷଣ

ନନ୍ଦିଘୋଷ ବ୍ୟୁରୋ : ଦିଲ୍ଲୀରେ ବଢୁଛି ଏକ୍ୟୁଆଇ ବିପଦ। ଦିନକୁ ଦିନ ସ୍ଥିତି ହେଉଛି ସଂଗୀନ। ପ୍ରବଳ ଶୀତରେ ଦିଲ୍ଲୀ ଥରୁଥିବାବେଳେ ବାୟୁ ଗୁଣବତ୍ତା ବି ଅଧିକ ଚିନ୍ତାଜନକ ହୋଇଛି। ସେପଟେ ଘନ କୁହୁଡ଼ି ଯୋଗୁ ସ୍ଥିତି ଅଧିକ ଦୟନୀୟ ହୋଇଛି। ଗତକାଲି ଦିଲ୍ଲୀ ବିମାନବନ୍ଦରରେ ୧୨୯ଟି ବିମାନ ବାତିଲ ହୋଇଥିବାବେଳେ ଆଜି ବି ସ୍ଥିତି ସେପରି ହେବା ଆଶଙ୍କା କରାଯାଉଛି। ଗତକାଲି ସଫଦରଜଙ୍ଗରେ ସର୍ବାଧିକ ତାପମାତ୍ରା ୧୬.୯ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଥିବା ବେଳେ ପାଲମରେ ୧୬.୩ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି। ଆଜି ଘନରୁ ଅତି ଘନ କୁହୁଡ଼ି ରହିବ ବୋଲି ଆଇଏମଡି ପୂର୍ବାନୁମାନ କରିଛି ଏବଂ ଏନେଇ ଅରେଞ୍ଜ ଆଲର୍ଟ ଜାରି କରିଛି।.

ସୁଧୁରୁନି ଗାଜା ସ୍ଥିତି : ଜୁଲାଇ ୨୦୨୪ରୁ ବର୍ତ୍ତମାନ ସୁଦ୍ଧା ଗଲାଣି ୧ ହଜାରରୁ ଅଧିକ ରୋଗୀଙ୍କ ଜୀବନ

ନନ୍ଦିଘୋଷ ବ୍ୟୁରୋ : ଯୁଦ୍ଧର ୨ ବର୍ଷ ପରେ ବି ସୁଧୁରୁନି ଗାଜା ସ୍ଥିତି। ଗତ ଜୁଲାଇ ୨୦୨୪ରୁ ବର୍ତ୍ତମାନ ସୁଦ୍ଧା ୧ ହଜାରରୁ ଅଧିକ ରୋଗୀଙ୍କ ମୃତ୍ୟୁ ଘଟିଲାଣି ବୋଲି କହିଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ। ଗାଜାର ବିଭିନ୍ନ ହସ୍ପିଟାଲରେ ବର୍ତ୍ତମାନ ୧୬ ହଜାର ୫୦୦ରୁ ଅଧିକ ରୋଗୀ ଜୀବନ ମରଣ ସହ ଲଢୁଛନ୍ତି ବୋଲି କହିଛି ସଂଗଠନ। ସେମାନଙ୍କୁ ତୁରନ୍ତ ଉଦ୍ଧାର କରି ଅନ୍ୟତ୍ର ନ ନିଆଗଲେ ସ୍ଥିତି ଅଧିକ ସଂଗୀନ ହେବ ବୋଲି ଆଶଙ୍କା ପ୍ରକାଶ ପାଇଛି। ତେବେ ୧୬ ହଜାର ୫୦୦ ନୁହେଁ ବରଂ ଏହି ସଂଖ୍ୟା ୪ ଗୁଣ ହେବ ବୋଲି କହିଛି ଡକ୍ଟର୍ସ ଉଇଦଆଉଭ ବର୍ଡର୍ସ। ରୋଗୀମାନେ ଔଷଧ ନପାଇ ହାହାକାର ମଧ୍ୟରେ ଗତି କରୁଛନ୍ତି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ମୁଖ୍ୟ ଟେଡରସ ଅଧନମ ଘେବ୍ରିସିୟସ କହିଛନ୍ତି ୨୦୨୨ରେ ଯୁଦ୍ଧ ଆରମ୍ଭ ପରଠାରୁ ୧୦ ହଜାର ୬୦୦ ରୋଗୀଙ୍କୁ ସ୍ଥାନାନ୍ତର କରାଯାଇଛି। ସେମାନଙ୍କ ମଧ୍ୟରେ ଅଛନ୍ତି ୫ ହଜାର ଶିଶୁ। ଯଦି ରୋଗୀଙ୍କ ଲାଗି ତୁରନ୍ତ ଔଷଧ ବ୍ୟବସ୍ଥା ନକରାଯାଏ ତେବେ ମୃତ୍ୟୁ ସଂଖ୍ୟା ବହୁ ଅଧିକ ହେବ ବୋଲି ଆଶଙ୍କା ପ୍ରକାଶ ପାଇଛଇ। ଡିସେମ୍ବର ୧ ଯାଏ ପ୍ରାୟ ୩୦ ରାଷ୍ଟ୍ର ଗାଜାର ବହୁ ରୋଗୀଙ୍କୁ ନିଜ ନିଜ ଦେଶକୁ ନେଇଛନ୍ତି। ମାତ୍ର ଇଜିପ୍ଟ ଓ ୟୁଏଇ ବହୁ କମ୍ ସଂଖ୍ୟକ ରୋଗୀଙ୍କୁ ନିଜ ଦେଶକୁ ନେଇଛନ୍ତି।