spot_img
Home Blog Page 1188

ତିନି ଦିନ ଧରି ମୃତ ସ୍ଵାମୀ ଆଗରେ ବସିଥିଲେ ସ୍ତ୍ରୀ, ଏବେ ଉଦ୍ଧାର ହେଲା ଶବ

ନନ୍ଦିଘୋଷ ବ୍ୟୁରୋ: ପଶ୍ଚିମବଙ୍ଗର ଉତ୍ତର ଚବିଶ ପ୍ରଗଣା ଜିଲ୍ଲା ସ୍ଥିତ ବାରାସାତ ଅଞ୍ଚଳ ଟାକି ରୋଡ୍ ସ୍ଥିତ ପଞ୍ଚତନ୍ତ୍ର ହାଉସିଂ ବିଲ୍ଡିଂ କମ୍ପ୍ଲେକ୍ସରୁ ଜଣେ ବୟସ୍କ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର । ସୂଚନା ପାଇଁ ଫ୍ଲାଟ କବାଟ ଭାଙ୍ଗି ମୃତଦେହ ଉଦ୍ଧାର କଲା ପୋଲିସ । ଗତକାଲି ରାତିରେ  ଏକ ଫ୍ଲାଟରୁ ଦୁର୍ଗନ୍ଧ ବାହାରିବା ପରେ ପୋଲିସକୁ ଖବର ଦେଇଥିଲେ ପଡ଼ୋଶୀ । ପୋଲିସ ପହଞ୍ଚି ଫ୍ଲାଟ୍ କବାଟକୁ ଭାଙ୍ଗି ଘର ଭିତରେ ପଶିଥିଲା । ବିଛଣାରେ ମୃତଦେହ ପଡ଼ିଥିବା ବେଳେ ବିଛଣା ତଳେ ମହିଳା ଜଣଙ୍କ ତାଙ୍କୁ ଜଗି ବସିଥିଲେ । ତେବେ ତିନି ଦିନ ଧରି ମହିଳା ଜଣଙ୍କ ସ୍ଵାମୀଙ୍କ ମୃତଦେହକୁ ଜଗି ରହିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।

ପୋଲିସ ମୃତଦେହକୁ ଉଦ୍ଧାର କରି ଜିଲ୍ଲା ହସ୍ପିଟାଲକୁ ବ୍ୟବଚ୍ଛେଦ ପାଇଁ ପଠାଇଛି । ମୃତଦେହକୁ ଜଗିରହିଥିବା ମହିଳାଙ୍କୁ ବୃଦ୍ଧାଶ୍ରମକୁ ପଠାଇ ତଦନ୍ତ ଜାରି ରଖିଛି । ମୃତ ବୟସ୍କ ବ୍ୟକ୍ତିଙ୍କ ନାମ ସୁନିଲ ଚକ୍ରବର୍ତ୍ତୀ । ମୃତ ସୁନିଲ ଚକ୍ରବର୍ତ୍ତୀ ଓ ତାଙ୍କ ସ୍ତ୍ରୀ ଦୁଇଜଣ ମାନସିକ ରୋଗରେ ପୀଡ଼ିତ ଥିବା ପଡ଼ୋଶୀ କହିଛନ୍ତି । ଗତ କିଛି ବର୍ଷ ପୂର୍ବେ ତାଙ୍କର ଏକ ମାତ୍ର ପୁଅର ମୃତ୍ୟୁ ହୋଇଥିଲା । ଉଭୟ ସ୍ଵାମୀ ସ୍ତ୍ରୀ ମାନସିକ ରୋଗରେ ପୀଡ଼ିତ ଥିଲେ ।

420 ବଣ୍ଟି ବବଲିଙ୍କ ଘରେ ଆୟକର ରେଡ, ୧୨ଟି ସ୍ଥାନରେ ଚଢ଼ାଉ

ନନ୍ଦିଘୋଷ ବ୍ୟୁରୋ: 420 ବଣ୍ଟି ବବଲିଙ୍କ ଘରେ ଆୟକର ରେଡ। ୧୨ ଟି ସ୍ଥାନରେ ଏକକାଳୀନ ଆଇଟି ରେଡ୍ ହୋଇଛି। ଘର, ଅଫିସ ସମେତ ଆକାଉଣ୍ଟ କାରବାରର ଖୋଳତାଡ଼ ଚାଲିଛି। ନଗଦ ଦାମୀ ଗାଡ଼ି କିଣିଥିବା ହଁସିକାଙ୍କ ଆକାଉଣ୍ଟରୁ ମିଳିଛି ପ୍ରମାଣ। ଜନ୍ମଦିନରେ ବିନା ଲୋନରେ ପୋର୍ଷେ କାର କିଣିବାକୁ ନେଇ ବିବାଦରେ ପଡ଼ିଥିଲେ ଏହି ଦୁଇ ଅଭିଯୁକ୍ତ ଅନିଲ ମହାନ୍ତି ଓ ହଂସିକା ଅଭିଲିପ୍ସା।

କଳାହାଣ୍ଡିରୁ ଆସିଥିବା ଯୁବତୀ ଜଣଙ୍କ କିଭଳି କୋଟି କୋଟି ଟଙ୍କାର ମାଲିକାଣି ହେଲେ। ଅନିଲଙ୍କୁ କୋଟିପତି କିପରି ବନାଇଲେ ସେ ନେଇ ଚାଲିଛି ଖୋଳତାଡ଼। ଗତମାସ ୨୬ ତାରିଖରେ ଦୁହିଁଙ୍କ ବିରୋଧରେ ଇନଫୋସିଟି ଥାନାରେ ମାମଲା ହୋଇଥିଲା। ପ୍ରଭାବଶାଳୀ ଲୋକଙ୍କ ସହ ଅନ୍ୟ ଫଟୋକୁ ନେଇ ଏଡିଟ କରି ବ୍ଲାକମେଲ କରୁଥିଲେ। ଏ ସମସ୍ତ ଘଟଣାର ତଦନ୍ତ କରୁଛି ସ୍ପେଶାଲ କ୍ରାଇମ ୟୁନିଟ।

 

କିଏ ଏହି ବ୍ୟକ୍ତି ? ଯାହାଙ୍କ ସହ ଭାଇରାଲ ହେଉଛି ଆଲିଆଙ୍କ ଉଭଣୀଙ୍କ ଫଟୋ

ନନ୍ଦିଘୋଷ ବ୍ୟୁରୋ: ନିକଟରେ ସରିଛି ନୂଆବର୍ଷ । ବଲିଉଡର ଷ୍ଟାର କପୁଲ ରଣବୀର କପୁର ଏବଂ ଆଲିଆ ଭଟ୍ଟ ପରିବାର ସହ ନୂଆବର୍ଷ ପାଳନ କରିଛନ୍ତି । ଥାଇଲାଣ୍ଡରେ ପୂଆବର୍ଷ ପାଳନ କରିଥିବାବେଳେ ଏହି ଅବସରରେ ଆଲିଆଙ୍କ ଭଉଣୀ ମଧ୍ୟ ଉପସ୍ଥିତ ରହିଥିଲେ । ତେବେ ସମୁଦ୍ର କୂଳରେ ଆଲିଆଙ୍କ ଭଉଣୀ ସାହିନ ବସିଥିବାର ଏକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବାବେଳେ ଏହି ମିଷ୍ଟ୍ରି ପୁରୁଷ ଜଣକ କିଏ ବୋଲି ସୋସିଆଲ ମିଡିଆରେ ୟୁଜର୍ସମାନେ ବିଭିନ୍ନ କମେଣ୍ଟମାନ କରୁଛନ୍ତି । ତେବେ ସାହିନ ପୋଷ୍ଟ କରିଥିବା ଫଟୋରେ ଉଭୟଙ୍କ ମୁହଁ ଜଣାପଡ଼ୁନାହିଁ । ଏକ ଲମ୍ବା କ୍ୟାପସନ ଲେଖି ପୋଷ୍ଟ କରିଛନ୍ତି ।

କୁହାଯାଉଛି କି ସାହିନ ଆୟାନ ମୁଖାର୍ଜୀଙ୍କୁ ଡେଟ୍ କରୁଛନ୍ତି । କାରଣ ୟୁଜର୍ସମାନେ କମେଣ୍ଟରେ ଏଭଳି କିଛି ଲେଖିଛନ୍ତି । ଲେଖିଛନ୍ତି କି, ଆପଣ ଉଭୟଙ୍କ ଫଟୋ ଦେଖି ବହୁତ ଖୁସି ଲାଗିଲା । ଆପଣ କେବେଠୁ ଡେଟ୍ କରୁଛନ୍ତି । ଆପଣଙ୍କ ଯୋଡ଼ି ବହୁତ ଭଲ । ଏଭଳି ଅନେକ କମେଣ୍ଟମାନ କରିଛନ୍ତି ୟୁଜର୍ସ । ଯଦି ଆର୍ଯ୍ୟନଙ୍କ କଥା କହିବା ତାହେଲେ ସେ ରଣବୀରଙ୍କ ଜଣେ ଭଲ ବନ୍ଧୁ । ରଣବୀରଙ୍କ ସହ ତିନୋଟି ଫିଲ୍ମ କରିଛନ୍ତି ।

 

 

ନେପାଳରେ ବଡ଼ଧରଣର ଭୂକମ୍ପ, ୫୩ ଜଣଙ୍କ ମୃତ୍ୟୁ

ନନ୍ଦିଘୋଷ ବ୍ୟୁରୋ: ନେପାଳରେ ବଡ଼ଧରଣର ଭୂକମ୍ପ। ନେପାଳ ସୀମାନ୍ତ ତିବ୍ବତ ଅଂଚଳରେ ଏହି ଭୂକମ୍ପ ଅନୁଭୂତ ହୋଇଛି। ଏଥିରେ ୫୩ ଜଣଙ୍କ ମୃତ୍ଯୁ ହୋଇଥିବାବେଳେ ୬୨ ଜଣ ଆହତ ହୋଇଛନ୍ତି। ନେପାଳ ସୀମାନ୍ତ ତିବ୍ବତ ଅଂଚଳର ସିଜାଙ୍ଗ ଅଂଚଳରେ ଏହି ଭୟଙ୍କର ଭୂକମ୍ପ ଆସିଛି। ଭୂକମ୍ପର ତୀବ୍ରତା ରହିଛି ୭.୧। ତିବ୍ବତ ଅଂଚଳର ସିଗାସ୍ତେ ବିପୁଳ କ୍ଷତି ଘଟିଥିବା ଚୀନ ଗଣମାଧ୍ୟମ ପକ୍ଷରୁ ସୂଚନା ଦିଆଯାଇଛି। ୩୦ ମିନିଟ ମଧ୍ୟରେ ପ୍ରାୟ ୬ ଧର ଭୂକମ୍ପର ଝଟକା ଅନୁଭୂତ ହୋଇଥିଲା। ନେପାଳ ସମେତ ଦିଲ୍ଲୀ, ବିହାର, ସିକ୍କିମ, ଉତ୍ତର ଭାରତ ସମେତ ଭୂଟାନରେ ଭୂକମ୍ପର ଝଟକା ଅନୁଭୂତ ହୋଇଛି। ତେବେ ଦେଶରେ କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ। ଆଜି ସକାଳ ପ୍ରାୟ ୬ଟା ୩୫ ମିନିଟରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା। ଭୟରେ ଘରୁ ବାହାରକୁ ଚାଲିଆସିଥିଲେ ଲୋକେ।

ଦେଶରେ ଆଉ ୨ ଜଣ HMPV ପଜିଟିଭ୍ ଚିହ୍ନଟ, ବଢ଼ି ଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା

ନନ୍ଦିଘୋଷ ବ୍ୟୁରୋ: ଦେଶରେ କାୟା ମେଲାଉଛି ହ୍ୟୁମନ ମେଟାନ୍ୟୁମୋଭାଇରସ ତଥା ଏଚ୍‌ଏମ୍‌ପିଭି । ଦେଶରେ ଆଉ ୨ ଜଣ HMPV ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ମହାରାଷ୍ଟ୍ରର ନାଗପୁରରେ ଆଉ ୨ଜଣ ଏଚ୍‌ଏମ୍‌ପି  ପଜିଟିଭ୍ ଚିହ୍ନଟ ହୋଇଛନ୍ତି।  ନାଗପୁରେ ଭାଇରସ୍‌ ଦ୍ବାରା ଆକ୍ରାନ୍ତ ହୋଇଥିବା ୨ ଶିଶୁଙ୍କ ବୟସ ୭ ଏବଂ ୧୪ ବର୍ଷ ହେବ। ଉଭୟ ଶିଶୁ ଜ୍ଵର ପରେ ଥଣ୍ଡା ଓ କାଶରେ ପୀଡ଼ିତ ଅଛନ୍ତି । ନାଗପୁରର ଏକ ଘରୋଇ ଡାକ୍ତରଖାନାରେ ଉଭୟଙ୍କ ଚିକିତ୍ସା ଜାରି ରହିଛି । ଦେଶରେ ମୋଟ HMPV ଆକ୍ରାନ୍ତ ସଂଖ୍ୟା ୮କୁ ବୃଦ୍ଧି । ଗତକାଲି ଗୋଟିଏ ଦିନରେ ଦେଶରେ ୬ଶିଶୁ ପଜିଟିଭି ଚିହ୍ନଟ ହୋଇଥିଲେ।  ଗତକାଲି ବେଙ୍ଗାଳୁର ଓ ଚେନ୍ନାଇରେ ୨ଜଣ ଲେଖାଏଁ HMPV ସଂକ୍ରମିତ ଚିହ୍ନଟ ହୋଇଥିଲେ । ବେଙ୍ଗାଲୁରୁରେ ଆକ୍ରାନ୍ତ ଜଣେ ଶିଶୁର ବୟସ ୩ ମାସ ଓ ଅନ୍ୟ ଜଣେ ଶିଶୁର ବୟସ ୮ ମାସ ହେବ । ଅହମ୍ମଦାବାଦ ଓ କୋଲକତାରେ ଜଣେ ଲେଖାଏଁ ସଂକ୍ରମତି ଚିହ୍ନଟ ହୋଇଥିଲେ । ଅହମଦାବାଦରେ ଆକ୍ରାନ୍ତ ଶିଶୁର ବୟସ ୨ ମାସ ଓ କୋଲକାତାରେ ଜଣେ ୬ ମାସର ଶିଶୁ ଶରୀରରେ HMPV ଚିହ୍ନଟ ହୋଇଥିଲା। ସଚେତନ ରହିବାକୁ କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ପରାମର୍ଶ ଦିଆଯାଇଛି । ଦେଶରେ ପ୍ରତିଷେଧକ ବ୍ୟବସ୍ଥାରେ ସଚେତନ ରହିବାକୁ କୁହାଯାଇଛି । HMPV ନେଇ ଆଜି ଦିନ ୧୧ଟାରେ ଲୋକସେବା ଭବନରେ ବସିବ ବୈଠକ । ବୈଠକରେ ଧ୍ୟକ୍ଷତା କରିବେ ସ୍ଵାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ଉପସ୍ଥିତ ରହିବେ ସ୍ଵାସ୍ଥ୍ୟ ସଚିବ ଓ ଅନ୍ୟାନ୍ୟ ଅଧିକାରୀ ।

ନାବାଳିକା ଛାତ୍ରୀଙ୍କୁ ଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ

ନନ୍ଦିଘୋଷ ବ୍ୟୁରୋ: ସ୍କୁଲ ଶିକ୍ଷକଙ୍କ ନାଁରେ ଅସଦାଚରଣ ଅଭିଯୋଗ। ନିଆଳି ଥାନା ବିଳାଶୁଣୀ ନିକଟସ୍ଥ ଏକ ସ୍କୁଲର ଶିକ୍ଷକ ଜଣେ ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ବିଦ୍ୟାଳୟ ପରିସରରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଖବର ପାଇ ନିଆଳି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ଶିକ୍ଷକଙ୍କୁ ବନ୍ଦ ଘରୁ ଉଦ୍ଧାର କରିଥିଲା। ଥାନାକୁ ନେବାବେଳେ ଉତ୍ୟକ୍ତ ଲୋକମାନେ ତାଙ୍କୁ ଛଡ଼ାଇ ନିସ୍ତୁକ ମାଡ଼ ମାରିଥିଲେ। ପୁଲିସ ତାଙ୍କୁ ନିଆଳି ଥାନାରେ ଅଟକ ରଖିଥିବା ସୂଚନା ମିଳିଛି। ଏଯାଏଁ କୌଣସି ଲିଖିତ ଅଭିଯୋଗ ହୋଇ ନଥିବା କହିଛି ପୋଲିସ।  ଶିକ୍ଷକ ଅସଦାଚରଣ କରିଥିବା ନେଇ ଛାତ୍ରୀଜଣକ ନିଜ ସାଙ୍ଗ ଓ ପରିବାର ଲୋକଙ୍କୁ ଜଣାଇଥିଲେ। ଘଟଣା ପ୍ରଘଟ ହେବା ପରେ ଅଭିଭାବକ ଓ ସ୍ଥାନୀୟ ଲୋକେ ସ୍କୁଲରେ ପହଞ୍ଚିଥିଲେ। ଆକ୍ରମଣ କରିବେ ଜାଣି ସ୍କୁଲର ପ୍ରଧାନଶିକ୍ଷୟିତ୍ରୀ ଉକ୍ତ ଶିକ୍ଷକଙ୍କୁ ଏକ କୋଠରିରେ ଲୁଚାଇ ବାହାରୁ ତାଲା ପକାଇ ଦେଇଥିଲେ। ପୂର୍ବରୁ ମଧ୍ୟ ଉକ୍ତ ଶିକ୍ଷକଙ୍କ ନାମରେ ଏଭଳି ଅଭିଯୋଗ ଆସିଥିବା ଲୋକେ କହିଛନ୍ତି। ପୋଲିସ ନିଜ ପଟୁ ତଦନ୍ତ ଚାଲୁ ରଖିଥିବା କହିଛନ୍ତି ନିଆଳି ଥାନା ଆଇଆଇସି।

ଅଭିନେତାଙ୍କଠାରୁ ଧୋକ୍କା ଖାଇଲେ, ପାକିସ୍ତାନୀ କ୍ରିକେଟରଙ୍କୁ ବିବାହ କଲେ: ଜନ୍ମଦିନରେ ଜାଣନ୍ତୁ ଅଭିନେତ୍ରୀଙ୍କ କାହାଣୀ

ନନ୍ଦିଘୋଷ ବ୍ୟୁରୋ: ୭୦ ଏବଂ ୮୦ ଦଶକରେ ଅନେକ ଅଭିନେତ୍ରୀ ଆସିଛନ୍ତି ଯେଉଁମାନଙ୍କ ଅଭିନୟ ପାଇଁ ଯେତିକି ଚର୍ଚ୍ଚାରେ ରହିଥିଲେ ବ୍ୟକ୍ତିଗତ ଜୀବନ ପାଇଁ ଅଧିକ ସମୟରେ ଗଣମାଧ୍ୟମରେ ହେଡଲାଇନ ପାଲଟୁଥିଲେ । ସେମିତି ଜଣେ ଅଭିନେତ୍ରୀ ହେଉଛନ୍ତି ରୀନା ରୟ । ଆଜି ହେଉଛି ଏହି ଅଭିନେତ୍ରୀଙ୍କ ଜନ୍ମଦିନ । ୧୯୫୭ ମସିହା ଜାନୁଆରୀ ୭ ତାରିଖରେ ଜନ୍ମ ଗ୍ରହଣ କରିଥିବା ଏହି ଅଭିନେତ୍ରୀଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ସେହି ସମୟରେ ବେଶ ଚର୍ଚ୍ଚାରେ ରହୁଥିଲେ ।

ଶତ୍ରୁଘ୍ନ ସିହ୍ନାଙ୍କ ସହ ତାଙ୍କର ସମ୍ପର୍କ ବେଶ ଚର୍ଚ୍ଚାରେ ରହିଥିଲା । ୧୯୭୩ ମସିହାରେ ଜେସେ କୋ ତେସେ ଫିଲ୍ମ ଜରିଆରେ ବଲିଉଡରେ ଡେବ୍ୟୁ କରିଥିଲେ । ଅନେକ ହିଟ ଫିଲ୍ମରେ ଅଭିନୟ କରି ଦର୍ଶକଙ୍କୁ ନିଜର ଅଭିନୟ ଯାଦୁରେ ବାନ୍ଧି ରଖିଥିବା ରୀନାଙ୍କ ଶତ୍ରୁଘ୍ନଙ୍କ ସହ ପ୍ରେମ ହୋଇଥିଲା । ୭ ବର୍ଷ ପରସ୍ପରକୁ ଡେଟ କରିଥିଲେ । କଥା ବିବାହ ପର୍ଯ୍ୟନ୍ତ ପହଞ୍ଚିଥିଲା । ମାତ୍ର ଶେଷରେ ଉଭୟଙ୍କ ବ୍ରେକଅପ୍ ହୋଇଥିଲା । ଆଉ ୧୮୮୩ ମସିହାରେ ପାକିସ୍ତାନୀ କ୍ରିକେଟର ମୋହସିନ ଖାନଙ୍କୁ ବିବାହ କରିଥିଲେ । ଉଭୟଙ୍କ ସମ୍ପର୍କ କିଛିଦିନ ବେଶ ଭଲ ଚାଲିଥିଲା  । ସେମାନଙ୍କର ଜଣେ ଝିଅ ଅଛନ୍ତି । କିଛିଦିନ ଫିଲ୍ମରୁ ଦୂରେଇ ରହିଥିଲେ ରୀନା । ମାତ୍ର ସେମାନଙ୍କ ଛାଡ଼ପତ୍ର ପରେ ୧୯୯୨ରେ ଭାରତ ଫେରିଥିଲେ ରୀନା । ଏବେ ସେ କେବଳ ରିଆରିଟି ଶୋରେ ମଝିରେ ମଝିରେ ନଜର ଆସୁଛନ୍ତି । ତାଙ୍କ ଝିଅଙ୍କୁ ଫିଲ୍ମ ଦୁନିଆରୁ ଦୂରେଇ ରଖିଛନ୍ତି । ସୋସିଆଲ ମିଡିଆରୁ ଦୂରେଇ ରହୁଥିବା ରୀନାଙ୍କ ପଚରା ଯାଇଥିଲା କି, ଆପଣ କାହିଁକି ସୋସିଆଲ ମିଡିଆରୁ ଦୂରେଇ ରହୁଛନ୍ତି? ଏହାର ଉତ୍ତରରେ ସେ କହିଥିଲେ କି ଏହାଏକ ମାରତ୍ମକ ଜିନିଷ ।

ଖୁବଶୀଘ୍ର ଦଳକୁ ଫେରିବେ ମହମ୍ମଦ ସାମି

ନନ୍ଦିଘୋଷ ବ୍ୟୁରୋ: ବର୍ଡର ଗାଭାସ୍କର ଟ୍ରଫିରେ ଟିମ ଇଣ୍ଡିଆର ଶୋଚନୀୟ ପରାଜୟ ପରେ ଦଳର ପ୍ରଦର୍ଶନ ଆଗକୁ କେମିତି ରହିବ ତାକୁ ନେଇ ବିଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଛି । ତେବେ ଆଗକୁ ଭାରତ ଆଇସିସି ଚାମ୍ପିୟନ୍ସ ଟ୍ରଫି ଖେଳିବ । ଏଣୁ ଦଳରେ କାହାକୁ ସ୍ଥାନ ମିଳିବ ଏମିତି ଚର୍ଚ୍ଚା ଭିତରେ କୁହାଯାଉଛି କି, ଦଳକୁ ଖୁବଶୀଘ୍ର ଫେରିବେ ଦୃତ ବୋଲର ମହମ୍ମଦ ସାମି । ଫେବୃଆରୀ ୧୯ରୁ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେଉଥିବାବେଳେ ଭାରତ ମ୍ୟାଚ ୨୦ରୁ ହେବ । ଜାନୁଆରୀ ୧୨ ତାରିଖ ସୁଦ୍ଧା ଟିମ ଚୟନ ପାଇଁ ଆଇସିସି ପକ୍ଷରୁ କୁହାଯାଇଥିବାବେଳେ ଭାରତୀୟ ଦଳରେ କାହାକୁ ସ୍ଥାନ ମିଳିବ ?

ବୋଲରଙ୍କ ମଧ୍ୟରେ ଜଶପ୍ରିତ ବୁମରାଙ୍କ ସହ ମହମ୍ମଦ ସାମି ଯୋଗଦେବେ ବୋଲି କୁହାଯାଉଛି । ବିଶ୍ବକପ ପରେ ଆହତ ହୋଇଥିଲେ ସାମି । ଏବେ ସେ ପିଟ୍ ହୋଇଥିବାବେଳେ ଫିଟନେସ ପରୀକ୍ଷାରେ ପାସ କଲେ ଦଳରେ ସାମିଲ ହେବେ । ସେପଟେ ଅଭିଜ୍ଞ ବିରାଟ, ରୋହିତଙ୍କ ସହ ଗିଲ ଏବଂ ଶ୍ରେୟସ ଆୟାରଙ୍କ ସ୍ଥାନ ଏକ ପ୍ରକାର ପକ୍କା କହିଲେ ଭୁଲ ହେବନି ।

ବୋରଓ୍ବେଲରେ ଖସି ପଡ଼ିଲେ ଯୁବତୀ

ନନ୍ଦିଘୋଷ ବ୍ୟୁରୋ: ପୁଣି ବୋରୱେଲ ଅଘଟଣ। ଗୁଜରାଟରେ ଗଭୀର ବୋରୱେଲରେ ଖସି ପଡିଛନ୍ତି ୧୮ ବର୍ଷର ଯୁବତୀ। କଚ୍ଛ ଜିଲ୍ଲା ଭୁଜ ଅଂଚଳର କଣ୍ଡେରାୟ ଗାଁରେ ଥିବା ଏକ ୫ଫୁଟ ଗଭୀର ବୋରୱେଲ ମଧ୍ୟକୁ  ଖସିପଡିଛି ଯୁବତୀ। ଯୁବତୀଙ୍କୁ ଉଦ୍ଧାର କରିବାକୁ ଆରମ୍ଭ ରେସକ୍ଯୁ ଅପରେସନ। ଏନଡିଆରଏଫ୍ ଓ  ସ୍ଥାନୀୟ ପ୍ରଶାସନ ସହାୟତାରେ ଚାଲିଛି ରେସକ୍ଯୁ ଅପରେସନ। ଗତକାଲି ଅପରାହ୍ନ ସାଢେ ୫ଟା ସମୟରେ ଯୁବତୀ ଜଣଙ୍କ ବୋରୱେଲ ମଧ୍ୟକୁ ଖସି ପଡିଥିଲେ। ଖବର ପାଇବା ପରେ ଭୁଜ ଅଗ୍ନିଶମବାହିନୀ ତୁରନ୍ତ ପହଞ୍ଚି ରେସକ୍ଯୁ ଅପରେସନ ଆରମ୍ଭ କରିଥିଲା। ଘଟଣାସ୍ଥଳରେ ୧୦୮ ଆମ୍ବୁଲାନ୍ସ ଟିମ ସହ  ଅନ୍ୟ ରେସକ୍ଯୁ ଟିମ ପହଞ୍ଚିଥିଲେ। ବୋରୱେଲ ମଧ୍ୟକୁ କ୍ଯାମେରା ପଠାଇ  ଯୁବତୀ ଜଣଙ୍କ ସ୍ଥିତି ଯାଞ୍ଚ କରିଥିଲେ।

ଯୁବତୀ ଫସି ରହିଥିବା ସ୍ଥାନରେ ଅକ୍ସିଜେନ ପଠାଇବାକୁ ଉଦ୍ୟମ କରାଯାଉଛି। ପଶ୍ଚିମ କଚ୍ଛ ଏସପିଙ୍କ ସମେତ ଅନ୍ୟ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି। ରେସକ୍ଯୁ ଅପରେସନରେ ଏସଡିଆରଏଫ୍ ଏବଂ ଏନଡିଆରଏଫ୍ ଟିମ ମୁତୟନ ହୋଇଛନ୍ତି। ଘଟଣାସ୍ଥଳରେ ବିଏସଏଫ ଅଧିକାରୀଙ୍କୁ ମଧ୍ୟ ଡକାଯାଇଛି। ତେବେ ବୋରୱେଲ ମଧ୍ୟରେ ଯୁବତୀଙ୍କ ଅବସ୍ଥା କିପରି ଅଛି ସେ ବିଷୟରେ କୌମସି ସୂଚନା ମିଳିପାରିନି।.ପାରିବାରିକ କଳହରୁ ଯୁବତୀ ଜଣକ ଜାଣିଶୁଣି ବୋରୱେଲ ମଧ୍ୟକୁ ଡେଇ ପଡ଼ିଥିବା ସନ୍ଦେହ କରାଯାଉଛି।

ଆଜି ଆସିବ ଦିଲ୍ଲୀ ନିର୍ବାଚନ ତାରିଖ

ନନ୍ଦିଘୋଷ ବ୍ୟୁରୋ: ଆଜି ଆସିବ ଦିଲ୍ଲୀ ନିର୍ବାଚନ ତାରିଖ। ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହେବ। ପ୍ରେସମିଟ କରି ନିର୍ବାଚନ ତାରିଖ ଘୋଷଣା କରିବେ ଭାରତୀୟ ନିର୍ବାଚନ କମିଶନ। ଅପରାହ୍ନ ୨ଟାରେ ପ୍ରେସମିଟ କରିବେ ଭାରତୀୟ ନିର୍ବାଚନ କମିଶନ। ଗୋଟିଏ ପର୍ଯ୍ୟାୟରେ ହୋଇପାରେ ଭୋଟଗ୍ରହଣ। ସେପଟେ ନିର୍ବାଚନ ତାରିଖ ଘୋଷଣା ହେବା ପୂର୍ବରୁ ଦିଲ୍ଲୀରେ ରାଜନୀତି ସରଗରମ ହୋଇଛି । ଆପ, କଂଗ୍ରେସ ଏବଂ ବିଜେପି ନିଜର ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି । ଆଗୁଆ ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇଥିବାବେଳେ ପ୍ରଚାର ମଧ୍ୟ ଜୋରଦାର ଆରମ୍ଭ ହେଲାଣି । ଦିଲ୍ଲୀରେ ୭୦ ଆସନ ରହିଥିବାବେଳେ ଚଳିତ ନିର୍ବାଚନରେ ଜୋରଦାର ଲଢ଼େଇ ହେବ ବୋଲି ଅନୁମାନ କରାଯାଉଛି । କାରଣ ଏହି ତିନି ଦଳ ଜୋରଦାର ପ୍ରଚାର କରିଛନ୍ତି । ଦିଲ୍ଲୀର ମୋଟ ଭୋଟରଙ୍କ ସଂଖ୍ୟା ୧ କୋଟି ୫୫ ଲକ୍ଷ ୨୪ ହଜାର ୮୫୮ ।

ଦୁଇଟି ନିର୍ବାଚନରେ ଅର୍ଥାତ ୨୦୧୫ ଏବଂ ୨୦୨୦ ନିର୍ବାଚନରେ ଏକାକି ବଡ଼ ବିଜୟ ହାସଲ କରିଛି ଆପ । ୭୦ ଆସନରୁ ୨୦୧୫ରେ ୬୭ ଆସନ ଜିତି ରେକର୍ଡ କରିଥିଲା ଆପ । କାରଣ ଦିଲ୍ଲୀ ରାଜେନୖତିକ ଇତିହାସରେ ପୂର୍ବରୁ କୌଣସି ଦଳ ଏତେ ଆସନ ଜିତୁନଥିଲେ । ସେପଟେ ୨୦୨୦ ନିର୍ବାଚନରେ ଆପ ୬୨ ଆସନ ଜିତିଥିଲା । ଗତ ନିର୍ବାଚନରେ କଂଗ୍ରେସ ଖାତା ଖୋଲିନଥିଲା । ମାତ୍ର ଏଥରକ କଂଗ୍ରେସ ନିଜର ପୁରୁଣା କର୍ମୀଙ୍କ ଟିକେଟ ଦେଇଥିବାବେଳେ ନିଜର ରଣନୀତିରେ ପରିବର୍ତ୍ତନ କରିଛି ।