spot_img
Home Blog Page 1182

ସହଦେଵ ନାୟକଙ୍କ ମୁଣ୍ଡ କାଟି ହତ୍ୟା ମାମଲା; ମାଷ୍ଟରମାଇଣ୍ଡଙ୍କ ସହ ୫ ଜଣ ଗିରଫ

ଭୁବନେଶ୍ୱର: ରସୁଲଗଡ ଓଭର ବ୍ରିଜରେ ସହଦେଵ ନାୟକଙ୍କ ମୁଣ୍ଡ କାଟି ହତ୍ୟା ମାମଲା । ପ୍ରେସମିଟ କରି ହତ୍ୟା କାଣ୍ଡର ଖୁଲାସା କଲେ ଭୁବନେଶ୍ୱର ଡିସିପି । ପୂର୍ବ ଶତୃତାରୁ ହତ୍ଯାକାଣ୍ଡ ଘଟିଥିବା ନେଇ ସୂଚନା ଦେଇଛନ୍ତି ଡିସିପି ପିନାକ ମିଶ୍ର । ଘଟଣାରେ ମାଷ୍ଟରମାଇଣ୍ଡଙ୍କ ସହ ୫ ଜଣଙ୍କୁ ଗିରଫ କରିଛି କମିଶନରେଟ ପୋଲିସ ।

ଡିସିପି କହିଛନ୍ତି, ମାମଲାର ମୁଖ୍ୟ ଅଭିଯୁକ୍ତ ଲଷ୍ମୀଧର ନାୟକ ହୋଇଥିବା ବେଳେ ହତ୍ୟାକାଣ୍ଡରେ ସହଯୋଗ କରିଥିଲେ ରକି ନାୟକ, ଲଷ୍ମୀ ନାୟକ, ଲିପିକା ନାୟକ, ରାକେଶ ନାୟକ । ଲକ୍ଷ୍ମୀଧର ନାୟକଙ୍କ ପତ୍ନୀ ଲିପିକା ହେଉଛନ୍ତି ଷଡଯନ୍ତ୍ରର ମୁଖ୍ୟ ସୂତ୍ରଧର । ହତ୍ୟା କରିବାକୁ ନିଜେ ସ୍ପଟକୁ ଯାଇଥିଲା ଲିପିକା । ଲିପିକାଙ୍କ ସହ ୪ ଜଣ ଦୁଇଟି ବାଇକରେ ଯାଇ ସହଦେଵକୁ ହତ୍ୟା କରିଥିଲେ । ଲିପିକା ପୂର୍ବରୁ ଅବକାରୀ ବିଭାଗ ଦ୍ୱାରା ବ୍ରାଉନ ସୁଗାର ମାମଲାରେ ଗିରଫ ହୋଇଥିଲା । ଗତ ୫ ତାରିଖରେ ଜେଲରୁ ବାହାରିବା ପରେ ହତ୍ୟା କରିବାକୁ ଯୋଜନା କରିଥିଲା ।

ତେବେ ୫ ଅଭିଯୁକ୍ତଙ୍କ ଠାରୁ ଦୁଇଟି ବାଇକ ସହ ହତ୍ୟାକାଣ୍ଡରେ ବ୍ୟବହୃତ ମରଣାସ୍ତ୍ର ଜବତ ହୋଇଛି । ଲିପିକାଙ୍କ ସହ ୩ ଜଣଙ୍କୁ ନୟାଗଡ଼ରୁ ଗିରଫ କରାଯାଇଥିବା ବେଳେ ଅନ୍ୟ ଜଣେ ଏବେ ବି ଫେରାର ଅଛନ୍ତି । ଆଉ କିଛି ଅଭିଯୁକ୍ତଙ୍କ ସମ୍ପୃକ୍ତି ନେଇ ସନ୍ଦେହ କରାଯାଉଛି। ସେ ଦିଗରେ ତଦନ୍ତ ଚାଲିଛି ବୋଲି କହିଛନ୍ତି ଡିସିପି ପିନାକ ମିଶ୍ର ।

ଦିବ୍ୟାଙ୍ଗ ବଣ୍ତା ବୃଦ୍ଧଙ୍କ ଉପରେ କଠୋର ପ୍ରଶାସନ

ମାଲକାନଗିରି: ଦିବ୍ୟାଙ୍ଗ ବଣ୍ତା ବୃଦ୍ଧଙ୍କ ଉପରେ କଠୋର ପ୍ରଶାସନ। ଆଧାର କାର୍ଡ ନାହିଁ ବୋଲି ଭତ୍ତା କାଟିଦେଲା ପ୍ରଶାସନ । ଭତ୍ତା ପାଇଁ ବ୍ଲକ କାର୍ଯ୍ୟାଳୟ ଦୌଡ଼ି ଦୌଡ଼ି ନୟାନ୍ତ ହେଲେଣି । ଏଭଳି ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଅନ୍ତର୍ଗତ ମୁଦୁଲିପଡ଼ା ପଞ୍ଚାୟତର ପଡ଼େଇଗୁଡ଼ା ଗାଁରେ । ସେହି ଗାଁର ସୋମା କିର୍ଷାନୀ, ବୟସ ୯୦ ବର୍ଷ । ସୋମା ପିଲାଟି ଦିନରୁ ଶାରୀରିକ ଭିନ୍ନକ୍ଷମ ଅଟନ୍ତି । ପୂର୍ବରୁ ଭତ୍ତା ମିଳୁଥିଲା । ଡିଜିଟାଲାଇଜେସନ ହେବା ପରେ ଆଧାର କାର୍ଡ ନଥିବାରୁ ଭତ୍ତା କାଟିଦେଇଛନ୍ତି ସରକାରୀ ଅଧିକାରୀ । ୨ ବର୍ଷ ହେଲାଣି ସରକାରୀ ଦସ୍ତାବିଜରୁ ନାଁ ଉଭାନ ହୋଇଯାଇଛି ।

ପେନସନ ଖାତାରେ ଗତ ୨୦୨୨ ଜୁନରେ ଶେଷ ଭତ୍ତା ପାଇଥିଲେ ବଣ୍ତା ଭିନ୍ନକ୍ଷମ ବୃଦ୍ଧ ସୋମା କିର୍ଷାନୀ । ଶାରିରୀକ ଭିନ୍ନକ୍ଷମ ହୋଇଥିବାରୁ ଆଧାର କାର୍ଡ ପାଇଁ ବରମ୍ବାର ଆସିବା ପରେ ମଧ୍ୟ ବୃଦ୍ଧଙ୍କ ଆଙ୍ଗୁଠି ଓ ଆଖି ସଂଯୋଗୀକରଣ ହୋଇପାରୁନାହିଁ । ଆଧାର କାର୍ଡ ନଥିବାରୁ ସୋମାଙ୍କ ଭତ୍ତା ବନ୍ଦ କରିବା ସହ କଠୋର ହୋଇଛି ଖଇରପୁଟ ବ୍ଲକ ପ୍ରଶାସନ । ୨ ବର୍ଷ ୬ ମାସ ହେଲାଣି ବଣ୍ତା ବୃଦ୍ଧଙ୍କ ଭତ୍ତା ଅର୍ଥ ଦେଉନାହିଁ ଖଇରପୁଟ ବ୍ଲକ ପ୍ରଶାସନ । ଅଭାବ ସଂସାରରେ ନିଜର ଗୁଜରାଣ ମେଣ୍ଟାଇବାକୁ ଭିନ୍ନକ୍ଷମ କିଛି ମାତ୍ରାରେ ଅଭାବ ପୂରଣ କରୁଥିବା ବେଳେ ଦୀର୍ଘ ଦିନ ଧରି ଭତ୍ତା ପାଇବାରୁ ବଞ୍ଚିତ ହୋଇଛନ୍ତି ସୋମା । ତେବେ ଶିଘ୍ର ଭତ୍ତା ପ୍ରଦାନ ପାଇଁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି ।

ବଣ୍ତାଘାଟିର କଥା ଏତିକିରେ ସରିନି । ବାରମ୍ବାର ଭତ୍ତା ପାଇଁ ଅଧିକାଂଶ ବୟସ୍କ ବୃଦ୍ଧବୃଦ୍ଧା ସରକାରୀ ଫନ୍ଦିଫିକର ମଧ୍ୟରେ ହଇରାଣ ହେଉଛନ୍ତି । ସୋମାଙ୍କୁ ଶିଘ୍ର ତାଙ୍କର ସମସ୍ତ ପୂର୍ବ ବକେୟା ଭତ୍ତା ଟଙ୍କା ପ୍ରଦାନ ସହିତ ଆଗକୁ ଭତ୍ତା ପ୍ରଦାନରେ ନିରିହ ଲୋକେ ଯେପରି ହଇରାଣ ନହୁନ୍ତି ସେଥିପ୍ରତି ଦୃଷ୍ଟି ଦେବା ଜରୁରୀ ହୋଇପଡ଼ିଛି ।

ସାନ ଭାଇର ଟାଙ୍ଗିଆ ଚୋଟରେ ମଝିଆ ଭାଇର ମୃତ୍ୟୁ

ଅନୁଗୁଳ: ହିନ୍ଦୋଳରେ ବୀଭତ୍ସ ହତ୍ୟା । ସାନ ଭାଇର ଟାଙ୍ଗିଆ ଚୋଟରେ ମଝିଆ ଭାଇର ମୃତ୍ୟୁ। ଗତକାଲି ରାତି ପ୍ରାୟ ୧୦ଟା ବେଳେ ଏନଏସିର ୨ ନମ୍ବର ୱାର୍ଡର ମୁଣ୍ଡହତାରେ ଘଟିଛି ଏଭଳି ହୃଦୟଥରା ଘଟଣା ।

ସୂଚନା ମୁତାବକ ଗତକାଲି ଦୁଇ ଭାଇଙ୍କ ମଧ୍ୟରେ ପାରିବାରିକ କଳହକୁ କେନ୍ଦ୍ର କରି ଖାଇବା ସମୟରେ ବଚସା ହୋଇଥିଲା । ଏଥିରେ ସାନ ଭାଇ ଉତକ୍ଷିପ୍ତ ହୋଇ ମଝିଆ ଭାଇକୁ ଟାଙ୍ଗିଆରେ ହାଣି ପକାଇଥିଲା । ଗୁରୁତର ଭାବେ ମଝିଆ ଭାଇ ଗୋବିନ୍ଦ ନାଏକଙ୍କୁ ପ୍ରଥମେ ହିନ୍ଦୋଳ ମେଡିକାଲରେ ଭର୍ତି କରାଯାଇଥିଲା। ପରେ ଗୁରୁତର ଭାବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ଆଜି ତାଙ୍କର ମୃତ୍ୟୁ ଘଟିଛି । ଏହି ଘଟଣାରେ ହିନ୍ଦୋଳ ପୋଲିସ ସାନ ଭାଇ ସାନନ୍ଦ ନାଏକଙ୍କୁ ଗିରଫ କରି ତଦନ୍ତ ଆରମ୍ଭ କରିଛି ।

ଜଗତପୁର ଅଞ୍ଚଳର ଏକ ନକଲି ଟାୟାର ଗୋଦାମ ଉପରେ ପୋଲିସ ଚଢାଉ

କଟକ: କଟକ ଜଗତପୁର ଅଞ୍ଚଳରେ ଥିବା ଏକ ନକଲି ଟାୟାର ଗୋଦାମ ଉପରେ ପୋଲିସ ଚଢାଉ । ବିପୁଳ ପରିମାଣର ନାମୀ କମ୍ପାନୀର ନକଲି ସାଇକେଲ ଟାୟାର ଜବତ । ଜବତ ହୋଇ ଥିବା ଟାୟାରର ଆନୁମାନିକ ବଜାର ମୂଲ୍ୟ ୫ ଲକ୍ଷ ଟଙ୍କା ହେବ। ଜଗତପୁର ଖଇରା ପୋଲ ନିକଟରେ ଥିବା ଉତ୍କଳ ଡିଷ୍ଟ୍ରିବ୍ୟୁଟର ନାମକ ଏକ ବ୍ୟବସାୟୀକ ପ୍ରତିଷ୍ଠାନରେ ଚାଲିଥିଲା ଏହି କଳାକାରବାର। ବେନାମୀ କମ୍ପାନୀର ସାଇକେଲ ଟାୟାରରେ ପ୍ରତିଷ୍ଠିତ କମ୍ପାନୀର ଲେବଲ୍ ଓ ଷ୍ଟିକର ଲଗାଇ ବିକ୍ରି ପାଇଁ ବଜାରକୁ ଛଡ଼ା ଯାଉଥିଲା । ବିଶେଷ କରି ହିନ୍ଦୁସ୍ଥାନ ଟାୟାର କମ୍ପାନୀ ନାମକୁ ବ୍ୟବହାର କରି ଏହି ନକଲି ଟାୟାର ବିକ୍ରି ହେଉଥିବା ଅଭିଯୋଗ ହେବା ପରେ ଗୋଦାମ ସିଲ୍ କରିବା ସହ ମାଲିକଙ୍କୁ ଅଟକ ରଖିଛି ଜଗତପୁର ଥାନା ପୋଲିସ୍ ।

ସେପଟେ ଏହା ନକଲି ନୁହେଁ ବରଂ ଶସ୍ତା ଟାୟାର ବୋଲି ସଫେଇ ଦେଇଛନ୍ତି ଅଟକ ଥିବା ବ୍ୟବସାୟୀ।

ପ୍ରେମ ନିବେଦନ ଅସ୍ୱୀକାର କରିବାରୁ ଦୁଷ୍କର୍ମ-ହତ୍ୟା ଉଦ୍ୟମ

ଭୁବନେଶ୍ୱର: ନବମ ଶ୍ରେଣୀ ଛାତ୍ରୀଙ୍କୁ ପ୍ରେମ ନିବେଦନ । ମନା କରିବାରୁ ବଲାତ୍କାର ଉଦ୍ୟମ । ପାଟି କରିବାରୁ ବେକକୁ ଛୁରିରେ କାଟି ଦେଲା ଅଭିଯୁକ୍ତ। ଯୁବତୀ ଜଣଙ୍କ ପାଟି କରିବାରୁ ବେକକୁ ଛୁରିରେ କାଟି ଦେଲା ଅଭିଯୁକ୍ତ। କୋରାପୁଟ ଜିଲ୍ଲା ନନ୍ଦପୁର ଥାନା ଅଞ୍ଚଳରେ ଘଟିଛି ଏହି ଲୋମହର୍ଷଣକାରୀ ଘଟଣା।

ସୂଚନା ଅନୁଯାୟୀ, ସନ୍ଧ୍ୟା ସମୟରେ ନିଜ ସାଙ୍ଗଙ୍କ ସହିତ ଶୌଚ ହେବା ପାଇଁ ଛାତ୍ରୀ ଜଣକ ଯାଉଥିବା ସମୟରେ ଲୁକୁ ନାମକ ବ୍ୟକ୍ତି ପ୍ରେମ ନିବେଦନ କରିଥିଲା। ଏହା ସହ ଜୋର ଜବରଦସ୍ତ କରିବାକୁ ଚେଷ୍ଟା କରିଥିଲା। ଘଟଣା ସ୍ଥଳରୁ ଛାତ୍ରୀଙ୍କ ସାଙ୍ଗ ଦୌଡି ପଳାଇଥିଲା । ପରେ ନାବଳିକାକୁ ବଲାତ୍କାର ପାଇଁ ଉଦ୍ୟମ ବେଳେ ସେ ପାଟି କରିବାରୁ ଲୁକୁ ତାଙ୍କ ବେକକୁ ଛୁରିରେ କାଟି ଦେଇଥିଲା । ପରେ ନାବଳିକା ବେହୋସ ହୋଇଯିବାରୁ ପଥରରେ ତାଙ୍କ ମୁଣ୍ଡକୁ ଆଘାତ କରିଥିଲା ଲୁକୁ । ନାବାଳିକାଙ୍କ ଚିତ୍କାର ଶୁଣି ଘଟଣା ସ୍ଥଳରେ ସ୍ଥାନୀୟ ଲୋକେ ପହଞ୍ଚି ତାଙ୍କୁ ଉଦ୍ଧାର କରି ମେଡିକାଲକୁ ପଠାଇଛନ୍ତି । ଏନେଇ ପରିବାର ପକ୍ଷରୁ ନନ୍ଦପୁର ଥାନାରେ ଅଭିଯୋଗ ହୋଇଛି । ଘଟଣାକୁ ନେଇ ପୋଲିସ ତଦନ୍ତ ଜାରି ରଖିଛି ।

ଭୁବନେଶ୍ଵର ସହଦେବ ନାଏକ ମର୍ଡର କେସ୍ ରେ ପୋଲିସ ସିନ୍ ରିକ୍ରିଏସନ, ଦୟାନଦୀ ପଠାରୁ ଖଣ୍ଡା ଜବତ

ଭୁବନେଶ୍ଵର: ଭୁବନେଶ୍ଵର ସହଦେବ ନାଏକ ମର୍ଡର କେସ୍ ରେ ପୋଲିସ ସିନ୍ ରିକ୍ରିଏସନ କରିଛି । । ଦୟା ନଦୀ ପଠାରେ ଡେମୋ ଦେଖାଇଛନ୍ତି ଅଭିଯୁକ୍ତମାନେ। ତିିନି ଅଭିଯୁକ୍ତଙ୍କୁ ନେଇ ପୋଲିସ ସିନ୍ ରିକ୍ରିଏସନ୍ କରିଛି। ଏହି ସମୟରେ ଦୟା ନଦୀରୁ ଏକ ଖଣ୍ଡା ଜବତ ହୋଇଛି। ଏହି ହତ୍ୟାକାଣ୍ଡରେ ୪ ଜଣ ସଂପୃକ୍ତ ଥିବା ପୋଲିସ ସୂଚନା ଦେଇଛି । ୩ ଜଣ ନୟାଗଡ଼ ଶରଣକୂଳରୁ ଗିରଫ ହୋଇଥିବା ବେଳେ ଆଉ ଜଣେ ଫେରାର ଅଛି। ଅଭିଯୁକ୍ତଙ୍କ ମଧ୍ୟରେ ଅଛନ୍ତି ଜଣେ ମହିଳା। ତାର କହିବା ଅନୁସାରେ ସହଦେବଙ୍କୁ ହତ୍ୟା କରାଯାଇଥିବା କହିଛନ୍ତି ବାକି ଅଭିଯୁକ୍ତମାନେ।

ସୂଚନାଯୋଗ୍ୟ, ଗତକାଲି ବାଣୀ ବିହାର-ରସୁଲଗଡ଼ ରାସ୍ତାରେ ସହଦେବ ନାୟକଙ୍କୁ ଅତ୍ୟନ୍ତ ବୀଭତ୍ସ ଭାବେ ହତ୍ୟା କରାଯାଇଥିଲା। ଦେହରୁ ମୁଣ୍ଡ ପୁରା ଅଲଗା ହୋଇ ଯାଇଥିଲା। ସକାଳୁ ସକାଳୁ ହିଁ ସହଦେବଙ୍କୁ ହତ୍ୟା କରାଯାଇଥିଲା। ସହଦେବ ଆଗରୁ ପୋଲିସ ମିତ୍ର ଥିଲେ। ଏପରିକି ତାଙ୍କ ଜୀବନ ପ୍ରତି ବିପଦ ଥିବା କହିଥିଲେ ସହଦେବ। ତା ସତ୍ତ୍ଵେ ତାଙ୍କୁ ସୁରକ୍ଷା ଦେଇପାରିନଥିଲା ପୋଲିସ। କୁହାଯାଉଛି ବ୍ରାଉନସୁଗାର କାରବାର ଓ ବ୍ୟକ୍ତିଗତ ଶତ୍ରୁତାକୁ ନେଇ ହୋଇଥିଲା ବୀଭତ୍ସ ହତ୍ୟା ।

ଫର୍ମୂଲା-ଇ ରେସିଂ ସ୍କାମ ମାମଲା: ଦୁର୍ନୀତି ନିବାରଣ ବ୍ୟୁରୋରେ ହାଜର ହେଲେ କେଟି ରାମାରାଓ

ନନ୍ଦିଘୋଷ ବ୍ୟୁରୋ: ଫର୍ମୂଲା-ଇ ରେସିଂ ସ୍କାମ ମାମଲା । ଦୁର୍ନୀତି ନିବାରଣ ବ୍ୟୁରୋ ନିକଟରେ ହାଜର ହେଲେ ଭାରତ ରାଷ୍ଟ୍ର ସମିତ ନେତା କେ.ଟି.ରାମାରାଓ। ଦାୟର ହୋଇଥିବା ଏଫଆଇଆର ରଦ୍ଦ ଲାଗି ତେଲଙ୍ଗାନା ହାଇକୋର୍ଟରେ ଦାୟର ପିଟିସନ ସଂକ୍ରାନ୍ତ ରାୟ ଆସିବା ଯାଏ ଅପେକ୍ଷା କରିବାକୁ ରାମାରାଓ କହିଥିଲେ ବି ହାଜର ହେବା ଲାଗି ନୋଟିସ ଜାରି ହୋଇଥିଲା। ସେପଟେ ଫର୍ମୂଲା-ଇ ରେସିଂର ଆୟୋଜନ କରିଥିବା ଫାର୍ମ ଇଲେକ୍ଟ୍ରୋରାଲ ବଣ୍ଡ ଆକାରରେ ବିଆରଏସକୁ ବିପୁଳ ଅର୍ଥ ଦେଇଛି ବୋଲି କଂଗ୍ରେସ ଅଭିଯୋଗ କରିଥିଲା ।ତେଣେ ଦୁର୍ନୀତି ନିବାରଣ ବ୍ୟୁରୋ ବା ଏଟିଏସ ପକ୍ଷପାତିତା କରୁଛି ବୋଲି ଅଭିଯୋଗ କରିଥିଲେ କେଟିଆର। ସେ କହିଥିଲେ, ପୂର୍ବତନ ବିଆରଏସ ବିଧାୟକ ପତନମ ନରେନ୍ଦ୍ର ରେଡ୍ଡୀଙ୍କ ନାମରେ ମାମଲା ରୁଜୁ ପରି ତାଙ୍କ ବିରୋଧରେ ବି ମାମଲା ରୁଜୁ ଲାଗି ଯୋଜନା କରୁଛି ଏଟିଏସ । ଏହା ସହ ମୁଖ୍ୟମନ୍ତ୍ରୀ ରେଭନ୍ତ ରେଡ୍ଡୀଙ୍କୁ ସେ ତୀବ୍ର ସମାଲୋଚନା କରିଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ମିଡିଆ ପରାମର୍ଶଦାତା ଅଯୋଧ୍ୟା ରେଡ୍ଡୀ କହିଥିଲେ, ବିଆରଏସର ଲାଭ ଲାଗି ଫର୍ମୂଲା-ଇ ରେସିଂ ଆୟୋଜିତ ହୋଇଥିଲା । ଗ୍ରୀନକୋ ଓ ଏହାର ସହଯୋଗୀ ସଂସ୍ଥାଗୁଡିକ ବିଆରଏସକୁ ୪୧ଟି ବଣ୍ଡରେ ଡୋନେସନ ଦେଇଥିଲେ। ରେସିଂର ଆୟୋଜନ ହେବା ପ୍ରସ୍ତାବ ଦିନରୁ ଗ୍ରୀନକୋ ଇଲେକ୍ଟ୍ରୋରାଲ ବଣ୍ଡ କିଣିବା ଆରମ୍ଭ କରିଥିଲା । ୮ ଏପ୍ରିଲ ଓ ୧୦ ଅକ୍ଟୋବର ୨୦୨୨ରେ ଏହି ବଣ୍ଡ କ୍ରୟ କରାଯାଇଥିଲା । ବଣ୍ଡ ଜରିଆରେ ବିଆରଏସକୁ ଗ୍ରୀନକୋ ୪୯ କୋଟି ଟଙ୍କା ଦେଇଥିଲା । ସେହିପରି କଂଗ୍ରେସକୁ ବି ବଣ୍ଡ ଜରିଆରେ କିଛି ଟଙ୍କା ଯାଇଥିବା ସୂଚନା ମିଳିଛି ।

ବିଜେପିକୁ ହରାଇବା ଲାଗି ଆପ୍ ସୁପ୍ରିମୋ କେଜରିୱାଲଙ୍କ ବଜ୍ର ଘୋଷଣା

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ଟକ୍କର । ଆସନ୍ତା ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିଜେପିକୁ କୌଣସି ପ୍ରକାରେ ହରାଇବାକୁ ପଡିବ। ଆମ ଆଦମୀ ପାର୍ଟିକୁ ବିଭିନ୍ନ ଦଳ ସମର୍ଥନ ଦେବାରେ ଲାଗିଛନ୍ତି ବୋଲି କହିଛନ୍ତି ଆପ୍ ସୁପ୍ରିମୋ ଅରବିନ୍ଦ କେଜରିୱାଲ। ସେ କହିଛନ୍ତି, ଜାଠ ସମ୍ପ୍ରଦାୟର ସ୍ବାର୍ଥ ପ୍ରତି କେନ୍ଦ୍ର ସରକାର ଗୁରୁତ୍ବ ଦେଉନାହାନ୍ତି। ଜାଠ ସମ୍ପ୍ରଦାୟକୁ ଓବିସି ତାଲିକାଭୁକ୍ତ କରାଯାଉନାହିଁ। ଜାଠମାନଙ୍କୁ ବିଜେପି ଦୀର୍ଘ ଦିନ ଧରି ଧୋକା ଦେଇଆସୁଛି। ଆସନ୍ତା ନିର୍ବାଚନ ବିଜେପି ଓ ଆପ୍ ମଧ୍ୟରେ ହେଉଛି। ଏଥିରେ ଇଣ୍ଡି ମେଣ୍ଟ ସହ କିଛି ଯାଏ ଆସେ ନାହିଁ। ମମତା ବାନାର୍ଜୀ, ଅଖିଳେଶ ଯାଦବ ପ୍ରମୁଖ ଆପକୁ ସମର୍ଥନ ଜଣାଉଛନ୍ତି ବୋଲି ସେ କହିଛନ୍ତି।

ସେପଟେ ବିଜେପିକୁ ହରାଇବା ଲାଗି ଯୋଜନା କରିଛନ୍ତି ବାମପନ୍ଥୀ ଦଳ। ଦିଲ୍ଲୀ ନିର୍ବାଚନରେ ବାମପନ୍ଥୀ ଆପଣାଇବେ ବିଜେପି ବିରୋଧୀ ରଣନୀତି। ବାମପନ୍ଥୀ ଦଳ ୬ ଆସନରେ ଲଢିବେ ବୋଲି କହିଛନ୍ତି ସିପିଏମ ନେତ୍ରୀ ବୃନ୍ଦା କରାତ। ବିଜେପିକୁ ହରାଇବା ଲାଗି କେଉଁ ଆସନରେ ବାମପନ୍ଥୀ ଦଳ କାହାକୁ ସମର୍ଥନ କରିବେ ତାହା ବିଚାର କରାଯାଉଛି ବୋଲି କହିଛନ୍ତି ବୃନ୍ଦା। ବିଜେପିକୁ କୌଣସି ପ୍ରକାରେ ରାଜଧାନୀ ଦିଲ୍ଲୀରେ ହରାଇବାକୁ ପଡିବ। ଦିଲ୍ଲୀବାସୀଙ୍କ ଅଧିକାର ଉପରେ ବିଜେପି ବୁଲଡୋଜର ଚଲାଉଛି। ଦିଲ୍ଲୀର ସ୍ବୟଂଶାସନ କ୍ଷମତା ରକ୍ଷା ଲାଗି ବାମପନ୍ଥୀ ଦଳ ଉଦ୍ୟମ କରିବେ ବୋଲି ସେ କହିଛନ୍ତି।

ବିଜ୍ଞାନର ବଡ଼ ଚମତ୍କାର! ଆପଣଙ୍କ ଘରକୁ ୧୦ ବର୍ଷ ପର୍ଯ୍ୟନ୍ତ ବିଜୁଳି ଯୋଗାଇବ ଅଣ୍ଡା

ଦିନକୁ ଦିନ ବୈଜ୍ଞାନିକମାନେ ଟେକ୍ନୋଲୋଜି କ୍ଷେତ୍ରରେ ଅଗ୍ରଗତି କରିବାରେ ଲାଗିଛନ୍ତି । ସାଧାରଣ ଭାବେ ଜଳରୁ, କୋଇଲାରୁ ବିଦ୍ୟୁତ ଶକ୍ତି ଉତ୍ପନ ହେବା କଥା ଆମେମାନେ ଜାଣିଛେ । ମାତ୍ର ଏହା ମଧ୍ୟରେ ବୈଜ୍ଞାନିକମାନେ ଏକ ବଡ଼ ସଫଳତା ହାସଲ କରିଛନ୍ତି । ଏଣିକି ଅଣ୍ଡାରୁ ବିଜୁଳି ଜେନେରେଟ ହେବ ବୋଲି ଏକ କମ୍ପାନୀ ପକ୍ଷରୁ ଦାବି କରାଯାଇଛି । ଅଣ୍ଡାରୁ ବିଜୁଳି ଉତ୍ପନ୍ନ ହେବା କଥା ଶୁଣିବା ପରେ ଯେ କେହି ବି ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ । ଅଣ୍ଡା ଦିନେ ନୁହେଁ କି ମାସେ ନୁହେଁ, ୧୦ ବର୍ଷ ପର୍ଯ୍ୟନ୍ତ ଘରକୁ ବିଜୁଳି ଯୋଗାଇବ ବୋଲି କୁହାଯାଇଛି । ତେଣୁ ଏହା କେତେଦୂର ସତ ଆଉ ଏହି ଟେକ୍ନୋଲୋଜି କିପରି କାମ କରିଥାଏ, ତାହା ଆପଣମାନେ ନିହାତି ଜାଣିବା ଆବଶ୍ୟକ ।

ଖବର ମୁତାବକ, ବିଜୁଳି ଜେନେରେଟ କରୁଥିବା ଅଣ୍ଡାକୁ ନେଇ ଏକ ଭିଡିଓ ସାମ୍ନାକୁ ଆସିଛି । ଏହା ଏପରି ଏକ ଅଣ୍ଡା, ଯାହାକି ମାଇକ୍ରୋ ନ୍ୟୁକ୍ଲିୟର ରିଏକ୍ଟର ଅଟେ । ଏହା ଆପଣଙ୍କ ଘରକୁ କ୍ରମାଗତ ୧୦ ବର୍ଷ ପର୍ଯ୍ୟନ୍ତ ବିଜୁଳି ପ୍ରଦାନ କରିପାରେ । ଏହା ଏକ Enron Egg ଅଟେ, ଯାହା ନ୍ୟୁକ୍ଲିୟର ରିଆକ୍ଟର ଅଟେ । ଏନରନ କମ୍ପାନୀ ମୁତାବକ, ଏଲବ୍ୟୁମିନ-କଲର୍ଡ, ହିଟ ପ୍ରତିରୋଧ ଡିଭାଇସ ଅଟେ, ଯାହା ଏକ ରିଏକ୍ଟର କୋର ଓ କୁଲେଣ୍ଟ ପାଇଁ ହେଭି ଓ୍ବାଟର ପମ୍ପ ଉଭୟ ସହିତ ଆସିଥାଏ । ଅଣ୍ଡାରେ ଏକ ଡିସପ୍ଲେ ଦିଆଯାଇଛି । ଏହାର ହୁଡ ତଳେ ଏକ ପାଓ୍ବରଫୁଲ ଚିପସେଟ ଲଗାଯାଇଛି । ଏହି ପ୍ରଡକ୍ଟ ଇଲେକ୍ଟ୍ରିସିଟି, ଇଣ୍ଡିପେଣ୍ଡନ୍ସ ଓ ଫ୍ରିଡମ୍ ଇଣ୍ଡଷ୍ଟ୍ରି କ୍ଷେତ୍ରରେ କ୍ରାନ୍ତି ଆଣିବ ବୋଲିଂ ଲଞ୍ଚିଂ ଭିଡିଓରେ କୁହାଯାଇଛି । ତେବେ ଏହି ଡିଭାଇସ କଣ ସତରେ ଏତେ ପାଓ୍ବରଫୁଲ ବୋଲି ଲୋକଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ପ୍ରବାସୀ ଭାରତୀୟ ଏକ୍ସପ୍ରେସର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଓଡ଼ିଶାକୁ କଲେ ଭୁରି ଭୁରି ପ୍ରଶଂସା

ନନ୍ଦିଘୋଷ ବ୍ୟୁରୋ: ଭୁବନେଶ୍ଵର ଅଷ୍ଟାଦଶ ପ୍ରବାସୀ ଭାରତୀୟ ସମ୍ମେଳନରେ ଓଡ଼ିଶାକୁ ଭୁରି ଭୁରି ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଓଡ଼ିଶାର ସମୃଦ୍ଧ ନୌବାଣିଜ୍ୟ ପରମ୍ପରାର ଉଦାହରଣ ଦେଇ ସେ କଟକ ବାଲିଯାତ୍ରା କଥା କହିଥିଲେ। ଓଡ଼ିଶା ସମୃଦ୍ଧ ଐତିହ୍ୟର ପ୍ରତିନିମ୍ଵ। ଏହା ସହିତ ସାରା ବିଶ୍ଵରେ ଶାନ୍ତିର ବାର୍ତ୍ତା ଦେଉଥିବା ଧଉଳିର କଥା କହିଥିଲେ ମୋଦି। ଯେତେବେଳେ ଦୁନିଆଁରେ ହିଂସା ଚାଲିଥିଲା, ସେତେବେଳେ ଏହି ପବିତ୍ର ଓଡି଼ଶା ମାଟି ସମ୍ରାଟ ଅଶୋକଙ୍କ ମନରେ ଶାନ୍ତିର ସନ୍ଦେଶ ସୃଷ୍ଟି କରିଥିଲା ବୋଲି ମୋଦି କହିଛନ୍ତି। ଓଡ଼ିଶାକୁ ସ୍ଵତନ୍ତ୍ର  ପ୍ରଧାନମନ୍ତ୍ରୀ କହିଛନ୍ତି, ସବୁ କ୍ଷେତ୍ରରେ ଭାରତ ଏବେ ଦ୍ରୁତ  ଗତିରେ ବିକାଶ କରୁଛି। ଖୁବ ଶୀଘ୍ର ଆମେ ବିଶ୍ଵର ତୃତୀୟ ଅର୍ଥନୀତିରେ ପରିଣତ  ହେବା। ଭାରତର ବିକାଶର ଗତି ଅଭୂତପୂର୍ବ। ପ୍ରବାସୀ ଭାରତୀୟଙ୍କ ପାଇଁ ମୁଁ ବିଦେଶରେ ଗର୍ବିତ ହୋଇଥାଏ ବୋଲି କହିଛନ୍ତି ମୋଦି। ଭାରତରେ ଆଗରୁ ଜେଟ୍ ନିର୍ମାଣ କରିବ। ଭାରତର ଐତିହ୍ୟ, ପରମ୍ପରାର ପ୍ରଚାର ପ୍ରସାର ଓ ବିକାଶରେ ସାମିଲ ହେବାକୁ ପ୍ରବାସୀଙ୍କୁ ଆହ୍ବାନ ଦେଇଛନ୍ତି ମୋଦି। ଏହା ସହିତ ସେ ସ୍ଵତନ୍ତ୍ର ପ୍ରବାସୀ ଭାରତୀୟ ଏକସପ୍ରେସର ଉଦଘାଟନ କରିଥିଲେ। ଏଥିରେ ପ୍ରବାସୀମାନେ ସାରା ଦେଶର ପ୍ରମୁଖ ତୀର୍ଥସ୍ଥଳୀର ପରିଭ୍ରମଣ କରିବେ।