spot_img
Home Blog Page 117

ପ୍ରତିଶ୍ରୁତି ଦେଇ ପ୍ରତାରଣା: ରାଉରକେଲା ଏୟାରପୋର୍ଟକୁ ଅଣଦେଖା

ପ୍ରତିଶ୍ରୁତି ଦେଇ ପ୍ରତାରଣା । ରାଉରକେଲା ଏୟାରପୋର୍ଟକୁ ଅଣଦେଖା । ବିମାନ ସେବା ବନ୍ଦ, ଯାତ୍ରୀ ହନ୍ତସନ୍ତ । ILS, NLS ଓ ମାଲିକାନା ପରିବର୍ତ୍ତନ ଦାବି । ପଦକ୍ଷେପ ନନେଲେ ନୂଆବର୍ଷରୁ ଧାରଣା ପ୍ରତିବାଦ । ରାଉରକେଲାରୁ ଭାରତର ବିଭିନ୍ନ ପ୍ରାନ୍ତକୁ ବିମାନ ସେବା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲା କେନ୍ଦ୍ର । ହେଲେ ବିମାନ ସେବାତ ଦୂରର କଥା ଗତ ୩ ମାସ ହେଲା କୋଲକାତା ଓ ଭୁବନେଶ୍ବରକୁ ଚାଲୁଥିବା ବିମାନ ମଧ୍ଯ ସମ୍ପୂର୍ଣ୍ଣ ବନ୍ଦ ରହିଛି । ଯାହାକୁ ନେଇ ତେଜୁଛି ପ୍ରତିବାଦ । ନିୟମିତ ବିମାନ ଚଳାଚଳ, ଇନଷ୍ଟ୍ରୁମେଣ୍ଟ ଲାଣ୍ଡିଙ୍ଗ ସିଷ୍ଟମ ଓ ନାଇଟ ଲାଣ୍ଡିଙ୍ଗ ସିଷ୍ଟମ ସହ ବିମାନ ବନ୍ଦରର ମାଲିକାନା ସେଲ ଠାରୁ ଏୟାର ପୋର୍ଟ ଅଥରିଟିକୁ ଦେବା ପାଇଁ ଦାବି କରିଛି ରାଉରକେଲା ଏୟାପୋର୍ଟ ଆକସନ କମିଟି ।

ପ୍ରତିବାଦରେ ସୋମବାର ଦିନ ଏୟାରପୋର୍ଟ ଆଗରେ ପରିବା ବିକ୍ରି କରି ଅଭିନବ ପ୍ରତିବାଦ କରାଯାଇଥିଲା । ବିମାନବନ୍ଦର ଆଗରେ ଜରିପାଲ ପକାଇ ପରିବା ବିକ୍ରି କରିଥିଲେ ଆକ୍ସନ କମିଟି ସଦସ୍ଯ । ତେବେ ଆନ୍ଦୋଳନକାରୀଙ୍କୁ ଛେଣ୍ଡ ଥାନା ପୋଲିସ ଉଠାଇ ନେଇ ଛେଣ୍ଡ ଥାନାରେ ଅଟକ ରଖିଥିଲା । ତେବେ ଦାବି ପୂରଣ ନହେଲେ ସରକାରଙ୍କୁ ଦାବିପତ୍ର ପ୍ରଦାନ କରିବା ସହ ଜାନୁଆରୀ ଏକ ତାରିଖ ଠାରୁ ଫେବୃଆରୀ ଏକ ତାରିଖ ଯାଏଁ ଆନ୍ଦୋଳନ କରାଯିବ ବୋଲି କମଟି ଚେତାବନୀ ଦେଇଛି । ଆନ୍ଦୋଳନରେ ବିଭିନ୍ନ ରାଜନୈତିକ ଦଳ, ଗଣ ସଂଗଠନ, ଶ୍ରମିକ ସଂଗଠନ ଓ ସହରବାସୀ ସାମିଲ ହେବେ ।

୧୯୯୯ ମହାବାତ୍ୟାରେ ଲିଭି ଯାଇଥିଲା ୧୦ ହଜାରରୁ ଅଧିକ ଜୀବନ: ୨ କୋଟି ଲୋକ ହୋଇଥିଲେ ପ୍ରଭାବିତ

ସୁ ସୁ ଗର୍ଜନ। ବୋମା ଫୁଟିଲା ଭଳି ବିଜୁଳି, ଘଡଘଡି ସହ ଝଡ଼ ବର୍ଷା । ଛାତିଥରା ଦୃଶ୍ୟ । ଶହେରୁ ଦୁଇ ଶହ, ଦୁଇ ଶହରୁ ତିନିଶହ କିମି ବେଗରେ ବହିଥିଲା ପବନ । ଜଳ, ସ୍ଥଳ, ଗିରିବନ, ଗାଁ, ସହରରୁ ସମୁଦ୍ର ସବୁଠି ଧ୍ବଂସର ଲୀଳା । ମହାବାତ୍ୟାର ଆଁରେ ଲୀନ ହେଉଥିଲା ଜନପଦ । ପ୍ରକୃତିର କରାଳ ରୂପ ଦେଖିଥିଲେ ଓଡିଶା ବାସୀ। ଉପକୂଳ ଓଡିଶାରେ ମହାତାଣ୍ଡବ ରଚିଥିଲା ୧୯୯୯ ମହାବାତ୍ୟା। । ୨୬ବର୍ଷର ଏହି କ୍ଷତକୁ ଆଜି ବି ଭୁଲିନାହାନ୍ତି ପୁରୀ ଜିଲ୍ଲାର ଅସ୍ତରଙ୍ଗ ବାସୀ । ପ୍ରଳୟଙ୍କରୀ ମହାବାତ୍ୟାର ବିଭୀଷିକାରେ ଆତ୍ମୀୟକଙ୍କୁ ହରାଇଥିବା ଲୋକଙ୍କ ମନରେ ଲୁହ ଆସିଯାଏ । ନିଜ ସ୍ୱାମୀଙ୍କୁ ହରାଇଥିବା ନୂଆଗଡ ଗାଁର କମଳା ବିଶ୍ବାଳଙ୍କ ଆଖିର ଲୁହ ସେ ଦିନର ଲୋମ ଟାଙ୍କୁରା ଦୃଶ୍ୟକୁ ଆଜି ବି ମନେ ପକାଇ ଦେଉଛି। ସେହିପରି ମଧୁପୁର ଗାଁର କଳ୍ପନା ବେହେରା ନିଜ ପରିବାରର ସମସ୍ତ ସଦସ୍ୟକୁ ହରାଥିଲେ । ସ୍ଵାମୀ, ପୁଅ, ଝିଅ, ଶାଶୂ, ଶ୍ବଶୁର ଓ ଦିଅରଙ୍କୁ ଛଡ଼ାଇନେଇଥିଲା ମହାବାତ୍ୟା । ପୁରୀ ଜିଲ୍ଲାରେ ୩୦୧ଜଣଙ୍କ ଜୀବନ ଯାଇଥିବାବେଳେ ଅସ୍ତରଙ୍ଗ ବ୍ଲକ ଅଞ୍ଚଳରେ ୧୬୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା ।

୧୯୯୯ ମହାବାତ୍ୟା ପରେ ଆଉ ୧୨ଟି ପ୍ରଳୟଙ୍କାରୀ ବାତ୍ୟାକୁ ସାମ୍ନା କରିଛନ୍ତି ଅସ୍ତରଙ୍ଗବାସୀ। ପୁରୀ ଜିଲ୍ଲାରେ ମହାବାତ୍ୟାରେ ସର୍ବାଧିକ କ୍ଷତିଗ୍ରସ୍ଥ ଅସ୍ତରଙ୍ଗ ଅଞ୍ଚଳର ଚିତ୍ର ଏବେ ଅନେକ ବଦଳିଛି । ରାସ୍ତାଘାଟ ଠାରୁ ଆରମ୍ଭ କରି ୧୯ଟି ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ କରାଯାଇଛି । ବିକାଶର ସ୍ପର୍ଶରେ ଅଞ୍ଚଳର ଚିତ୍ର ବଦଳି ଥିଲେ ମଧ୍ୟ ଗ୍ରାମୀଣ ଆବାସରୁ ବଂଚିତ ଶତାଧିକ ଲୋକଙ୍କୁ ଆବାସ ଯୋଜନାରେ ଅନ୍ତର୍ଭୂକ୍ତ କରିବା ପାଇଁ ଦାବି କରିଛନ୍ତି ଗ୍ରାମବାସୀ । କୁହାଯାଏ ନ ‘ଅଙ୍କ ଦୁର୍ଭିକ୍ଷ ପରେ ଓଡିଶା ଦେଖିଥିଲା ଏମିତି ବଡ଼ ବିପର୍ଯ୍ୟୟ । ଯୁଆଡେ ଚାହିଁଲେ ଦେଖିବାକୁ ମିଳିଥିଲା କୁଢ଼ କୁଢ଼ ମୃତ ଦେହ। କାହାର ଶବ ଗଛ ମୂଳରେ ଲାଗିଥିଲା ତ ଆଉ କାହାର ଶବ ପାଣିରେ ଭାସୁଥିଲା। ସେଦିନ ମହାବାତ୍ୟାକୁ ଦେଖିଥିବା ଲୋକଙ୍କ ମନରୁ ଆଜି ପର୍ଯ୍ୟନ୍ତ ଲିଭିନ ସେହି ହୃଦୟ ବିଦାରକ ଦୃଶ୍ୟ ।

ମହାବାତ୍ୟାକୁ ବିତିଗଲାଣି ୨୬ ବର୍ଷ: ଚାହୁଁ ଚାହୁଁ ସବୁକିଛି କରିଦେଇଥିଲା ଛାରଖାର

୨୯ ଅକ୍ଟୋବର ୧୯୯୯। ମାଡ଼ି ଆସିଥିଲା ମହାବାତ୍ୟା। ଚାହୁଁ ଚାହୁଁ ସବୁକିଛି କରିଦେଇଥିଲା ଛାରଖାର। କାହାର ଘର ଉଜୁଡିଲା ତ କିଏ ସର୍ବସ୍ବ ହରାଇ ହେଲା ନିଃସ୍ବ। ଗୋଟିଏ ମିନିଟ ଲାଗୁଥିଲା ଗୋଟିଏ ଯୁଗ। ସମୁଦ୍ରର ବିକଟାଳ ଜୁଆର ଖେଳାଇଥିଲା ଆତଙ୍କ । ମହାବାତ୍ୟାରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିଲା ଜଗତସିଂହପୁର ଜିଲ୍ଲା ଏରସମା ଓ ବାଲିକୁଦା ବ୍ଲକ ଅଞ୍ଚଳ।

ମହାବାତ୍ୟାକୁ ବିତିଗଲାଣି ୨୬ ବର୍ଷ। ପ୍ରଳୟଙ୍କରୀ ମହାବାତ୍ୟାର ଲୋମ ଟାଙ୍କୁରା ଦୃଶ୍ଯ ବଖାଣିଛନ୍ତି ମହାକାଳପଡ଼ା ବ୍ଲକ ଖରିନାସୀ ଗ୍ରାମର ସୀତା ଭୁଇଁଆ। ପବନର ବିକଟାଳ ଶବ୍ଦ ସାଙ୍ଗକୁ ସମୁଦ୍ରର ଉଚ୍ଚ ଉଚ୍ଚ ଲହଡି। ଘରେ ସ୍ବାମୀ ନଥିଲେ। ସୀତା ନିଜ ଜୀବନ ବଞ୍ଚାଇବା ସହିତ ପରିବାରର ଅନ୍ୟ ଛଅ ଜଣ ସଦସ୍ଯଙ୍କ ଜୀବନ ବଞ୍ଚାଇବା ପାଇଁ ବାହାରିଥିଲେ। ଅନ୍ଧାର ରାତିରେ ଛଅ ଜଣଙ୍କୁ ହାତ ଧରାଧରି ହୋଇ ବାହାରିଥିଲେ ଉଚ୍ଚ ସ୍ଥାନକୁ। କିଛି ବାଟ ଯିବାପରେ ସମୁଦ୍ର ଲହଡିରେ ସୀତାଙ୍କ ହାତ ଛାଡି ଦେଲେ ମା , ଭଉଣୀ ଓ ଭଉଣୀର ଝିଅ। ଅନ୍ଧାର ରାତିରେ କିଛି ଦିଶୁ ନଥିବା ବେଳେ ଆଖି ଆଗରେ ସମୁଦ୍ର ଜୁଆର ଭସେଇ ନେଇଥିଲା ୩ ଜଣ ଆତ୍ମୀୟ ସ୍ବଜନଙ୍କୁ। ଆଜି ବି ମନେ ପଡିଲେ ଲୋମ ଟାଙ୍କୁରୀ ଉଠୁଛି ବୋଲି କହିଛନ୍ତି ସୀତା।ବାତ୍ୟା ଆସିଛି ଆଉ ଯାଇଛି। ହେଲେ ୧୯୯୯ ମହାବାତ୍ୟାକୁ ଜିଇଁଥିବା ଲୋକେ ହୃଦୟରୁ ପାସୋରି ପାରନାହିନ୍ତି।

ଯାଜପୁର ଗଣପର୍ବ କାଳୀପୂଜାର ଭସାଣ ଉତ୍ସବ: ବାଦ୍ୟ, ଘଣ୍ଟ , ସିଂହ ବାଜା ତାଳେ ତାଳେ ମା’ଙ୍କୁ ମେଲାଣି

ଯାଜପୁର ଗଣପର୍ବ କାଳୀପୂଜାର ଭସାଣ ଉତ୍ସବ । ବାଦ୍ୟ, ଘଣ୍ଟ , ସିଂହ ବାଜା ତାଳେ ତାଳେ ମାଙ୍କୁ ମେଲାଣି। ପ୍ରଥମ ଦିନରେ ୧୯ ଟି ମା କାଳୀ ଓ ଲକ୍ଷ୍ମୀନାରାୟଣଙ୍କର ମେଲାଣ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଭସାଣରେ ବିଶେଷ ଆକର୍ଷଣ ସାଜିଥିଲା ଅଘୋରୀ ନୃତ୍ୟ ଓ ଗୋରିଲା କାର୍ଟୁନ । ଆଜି ମଧ୍ୟ ଭସାଣ ପାଇଁ କମ୍ପୁଛି ସହର। ଶାନ୍ତିଶୃଙ୍ଖଳାରେ ଭସାଣ ଉତ୍ସବ ସାରିବା ପାଇଁ ଜିଲ୍ଲା ପ୍ରଶାସନ ଓ ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଦେବୀଗଡ଼ା ନିକଟରେ ମାଙ୍କ ବିସର୍ଜନ ପାଇଁ ବୈତରଣୀ ନଦୀରେ ଏକ କୃତ୍ରିମ ପୋଖରୀ କରାଯାଇଛି। ସେହିଠାରେ ସମସ୍ତ ମେଢ ବିସର୍ଜନ କରାଯିବା ପାଇଁ ବନ୍ଦୋବସ୍ତ କରାଯାଇଛି । ଭସାଣ ଉତ୍ସବକୁ ଦେଖିବା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଛି ।

କାଳୀପୂଜା ପାଇଁ ସଜେଇ ହୋଇଥିଲା ଯାଜପୁର ଜିଲ୍ଲାର ବ୍ୟାସନଗର ସହର। ମା’ ଶ୍ୟାମାକାଳୀଙ୍କ ପୂଜାର୍ଚ୍ଚନା ପାଇଁ ଭକ୍ତିମୟ ହୋଇଥିଲା ପରିବେଶ । ଚଳିତବର୍ଷ ସହରର ୧୮ ଟି ମଣ୍ଡପରେ ପୂଜା ପାଉଥିଲେ ମା’ ଶ୍ୟାମାକାଳୀ। ଗତ ୨୦ ତାରିଖ ମଧ୍ୟରାତ୍ରରୁ ମାଙ୍କ ପୂଜା ଆରମ୍ଭ ହୋଇଥିଲା। ପୂଜା ମଣ୍ଡପରେ ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ସହ ସୁଉଚ୍ଚ ତୋରଣ ଓ ରଙ୍ଗୀନ ଆଲୋକମାଳା ଦର୍ଶକଙ୍କୁ ବିମୋହିତ କରିଥିଲା। ପ୍ରତିଦିନ ସନ୍ଧ୍ୟାରେ ଦର୍ଶକଙ୍କ ଖଚାଖଚ୍ ଭିଡ଼ ଦେଖିବାକୁ ମିଳିଥିଲା। ମୀନାବଜାର ସହ ଦର୍ଶକଙ୍କ ମନୋରଞ୍ଜନ ପାଇଁ ସାଂସ୍କୃତିକ ଓ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ଅପେରାର ଆୟୋଜନ କରାଯାଇଥିଲା। ଶାନ୍ତିଶୃଙ୍ଖଳାର ସହ ପୂଜା ଓ ଭସାଣ ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। କାଳୀ ମେଳଣ ପଡ଼ିଆରେ ସହରର ସମସ୍ତ ମଣ୍ଡପର ମେଢ଼କୁ ଏକତ୍ରିତ କରାଯିବା ପରେ ବିସର୍ଜନ କରାଯାଇଛି ।

ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଟି-୨୦ ମ୍ୟାଚ ବାତିଲ: ଭାରତକୁ ମିଳିଲା ଦୁଇଟି ବଡ଼ ଫାଇଦା

ଭାରତର ଓ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ ବର୍ଷା କାରଣରୁ ବାତିଲ ହୋଇଯାଇଛି । କାନବେରାରେ ଖରାପ ମୌସୁମୀ କାରଣରୁ ମ୍ୟାଚକୁ ଦୁଇଥର ବନ୍ଦ କରିବାକୁ ପଡ଼ିଥିଲା । ଆସନ୍ତା ୩୧ ତାରିଖରେ ମେଲବର୍ଣ୍ଣରେ ଦ୍ବିତୀୟ ଟି-୨୦ ଖେଳାଯିବ । ମେଲବର୍ଣ୍ଣରେ ଏବେ ୫୦ ପ୍ରତିଶତ ବର୍ଷା ଆଶଙ୍କା ରହିଛି, ତେଣୁ ମ୍ୟାଚ ଦିନ ବର୍ଷିପାରେ । ତେବେ କାନବେରା ପରି ସ୍ଥିତି ମେଲବର୍ଣ୍ଣରେ ଦେଖିବାକୁ ନମିଳୁ ।

ଆଜିର ମ୍ୟାଚରେ ଟିମ୍ ଇଣ୍ଡିଆ ଓପନର ଅଭିଷେକ ଶର୍ମା ୧୯ ରନ୍ ସଂଗ୍ରହ କରିଥିବା ବେଳେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଓ ଶୁଭମନ ଗିଲ ବ୍ୟାଟିଂରେ କମାଲ କରିଥିଲେ । ଗିଲ ୨୦ଟି ବଲରୁ ୩୭ ରନ୍ ସଂଗ୍ରହ କରିଥିବା ବେଳେ ସୂର୍ଯ୍ୟ ୨୪ଟି ବ ଲରୁ ୩୯ ରନ୍ କରିଥିଲେ । ଏହି ଦୁଇ ଖେଳାଳି ଗତ କିଛି ମ୍ୟାଚରେ ଖରାପ ଫର୍ମ ଦେଇ ଗତି କରୁଥିଲେ । ତେଣୁ ସେମାନଙ୍କୁ ନେଇ ଦଳ ଚିନ୍ତାରେ ରହିଥିଲା । ତେବେ ଆଜି ଗୋଟିଏ ପଟେ ବର୍ଷା ବାଧକ ସାଜିଥିବା ବେଳେ ଦୁହିଁଙ୍କର ଫର୍ମ ଫେରି ଆସିଥିଲା । ଏହା ଭାରତୀୟ ଦଳ ପାଇଁ ଦୁଇଟି ବ ବଡ଼ ଖୁସିର ବିଷୟ । ଗିଲ ଓ ସୂର୍ଯ୍ୟଙ୍କ ଏହି ବ୍ୟାଟିଂରେ ଷ୍ଟାଡିୟମରେ ଖୁସିର ମାହୋଲ ଖେଳି ଯାଇଥିବା ବେଳେ ଟିମର ଚିନ୍ତା କିଛିମାତ୍ରାରେ ହ୍ରାସ ପାଇଛି ।  ଭାରତ ୯.୪ ଓଭରରେ ୯୭ ରନ୍ ସଂଗ୍ରହ କରିଥିଲା । କୌଣସି ଅଷ୍ଟ୍ରେଲୀୟ ବୋଲର ଗିଲ ଓ ସୂର୍ଯ୍ୟଙ୍କ ଆକ୍ରମଣରୁ ବର୍ତ୍ତି ପାରି ନଥିଲେ ।

ସୂର୍ଯ୍ୟକୁମାର ଯାଦବ ୨୦୨୫ରେ ୧୦ଟି ଇନିଂସରେ ମାତ୍ର ୧୦୦ ରନ୍ ସଂଗ୍ରହ କରିଥିଲେ । ସେ ୨୦୨୪ରେ ୧୫୧ ଷ୍ଟ୍ରାଇକ ରେଟରେ ୪୫୦ ପାଖାପାଖି ରନ, ୨୦୦୨୩ରେ ୧୮ଟି ଇନିଂସରେ ୧୫୬ ଷ୍ଟ୍ରାଇକ ରେଟରେ ୭୦୦ରୁ ଅଧିକ ରନ୍ ସଂଗ୍ରହ କରିଥିଲେ । ସେଥିମଧ୍ୟରେ ୨ଟି ଶତକ ଓ ୫ଟି ଅର୍ଦ୍ଧଶତକ ସାମିଲ ଥିଲା । କିଛିଦିନର ନିରବତା ପରେ ସୂର୍ଯ୍ୟଙ୍କ ପୁନଃ ଚମକ ପୁଣି ଥରେ ବ୍ଲୁ ଜର୍ସିକୁ ଉଲ୍ଲସିତ କରିଦେଇଛି ।

ନୂଆପଡ଼ା କଂଗ୍ରେସ କାର୍ଯ୍ୟାଳୟକୁ ଧସେଇ ପଶିଲା ପୋଲିସ

ସେପଟେ ନୂଆପଡ଼ା କଂଗ୍ରେସ କାର୍ଯ୍ୟାଳୟକୁ ଧସେଇ ପଶିଲା ପୋଲିସ । ମନରେଗା କାର୍ଯ୍ୟ ଓ ବିଜେପି ସରକାରଙ୍କ ଦାଦନ ଚାଲାଣରେ ଭୂମିକାକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ ହେଉଥିବା ବେଳେ କାର୍ଯ୍ୟାଳୟକୁ ଧସେଇ ପଶିଲା ନୂଆପଡା ପୋଲିସ । ଧସେଇ ପଶି କାର୍ଯ୍ୟାଳୟରେ କଣ ହେଉଛି ? କଂଗ୍ରେସ ସୂଚନା କାହିଁକି ଦେଉନି ବୋଲି ପ୍ରଶ୍ନ କରିଥିଲା ପୋଲିସ । ପରେ ସାମ୍ବାଦିକ ସମ୍ମିଳନୀ ହେଉଥିଲା ବୋଲି ଜାଣିବାକୁ ପାଇଥିଲେ । ପୋଲିସ ଓ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଯୁକ୍ତି ତର୍କ ହେଲା ପରେ ପୋଲିସ ଟିମ୍ ଚାଲିଯାଇଥିଲା । ଏହି ଘଟଣାକୁ ନେଇ ବିଜେପି ନିର୍ବାଚନରେ ପରାଜୟର ଆଶା ନେଇ ଓ କଂଗ୍ରେସକୁ ଭୟ କରି ପୋଲିସ ଦ୍ୱାରା ଏପରି ହଇରାଣ କରୁଥିବା ଅଭିଯୋଗ ହୋଇଛି । ଆଗକୁ ଏପରି ହେଲେ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି।

ବାହାର ରାଜ୍ୟକୁ ଦାଦନ ଚାଲାଣ କରୁଛନ୍ତି ସରକାର: କଂଗ୍ରେସ

କେନ୍ଦ୍ରରେ କଂଗ୍ରେସ ସରକାର ଅମଳରେ ଦାଦନ ସମସ୍ୟା ରୋକିବା ପାଇଁ ଜାତୀୟ କର୍ମ ନିଯୁକ୍ତି ଯୋଜନା କାର୍ଯ୍ୟକାରୀ କରିଥିଲେ। ତେଵେ ନୂଆପଡା ଜିଲ୍ଲାରେ ଉକ୍ତ ଯୋଜନାର ସୁଫଳ ମିଳୁନଥିବା ବେଳେ ରାଜ୍ୟ ସରକାର ଏହାର ନିରାକରଣ କରିବା ପରିବର୍ତ୍ତେ ବିଜେପି ଦଳ ନିଜ ଦଳର ନେତା ଏବଂ କର୍ମୀ ରାଜ୍ୟ ସରକାରଙ୍କ ସହାୟତାରେ ନୂଆପଡା ଜିଲ୍ଲାରୁ ବାହାର ରାଜ୍ୟକୁ ଦାଦନ ଶ୍ରମିକ ଚାଲାଣ କରୁଛନ୍ତି। ଏହିପରି ସଂଗୀନ ଅଭିଯୋଗ କରିଛନ୍ତି କଂଗ୍ରେସ ଦଳର ମୁଖପାତ୍ର ସୋନାଲି ସାହୁ। କହିଛନ୍ତି ଯେ ଏହାଦ୍ୱାରା ନୂଆପଡା ଜିଲ୍ଲାର ଅନେକ ଲୋକ କାମ ନ ପାଇଁ ବେରୋଜଗାର ହୋଇ କାମ ଅନ୍ୱେଷଣରେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି। ମନରେଗା ଯୋଜନାରେ 2023-24 ଆର୍ଥିକ ବର୍ଷରେ ନୂଆପଡା ଜିଲ୍ଲା ପାଇଁ 1750 କୋଟି ଟଙ୍କାର ବଜେଟ ଥିବା ବେଳେ ବର୍ତ୍ତମାନ 2024-25 ରେ 1250 କୋଟି ଟଙ୍କା ବଜେଟରେ ଦିଆଯାଇଛି। ଫଳରେ ନୂଆପଡା ଜିଲ୍ଲାରୁ ଅନେକ କାମଧନ୍ଦା ନପାଇ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଛନ୍ତି। ଏଥିସହ କିଛି ଦିନ ତଳେ ଦାଦନ ସମସ୍ୟାକୁ ନେଇ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ଦେଇଥିବା ମନ୍ତବ୍ୟ ଅତି ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି କଂଗ୍ରେସ ମୁଖପାତ୍ର

ଜୟ ଢୋଲକିଆ ଚାଇନା ବାଣ, ଫସ୍ ଫସ୍‌ ହୋଇ ଫୁସୁକି ଯିବ: ସୁର ରାଉତରାୟ

ନୂଆପଡ଼ା ଉପନିର୍ବାଚନ। ବିଜେପି ବିଧାୟକ ପ୍ରାର୍ଥୀ ଜୟ ଢୋଲକିଆଙ୍କୁ କଂଗ୍ରେସ ନେତା ସୁର ରାଉତରାୟଙ୍କ ସମାଲୋଚନା। ଜୟ ଢୋଲକିଆ ଚାଇନା ବାଣ, ଫସ୍ ଫସ ହୋଇ ଫୁସୁକି ଯିବ କହିଲେ ସୁର ରାଉତରାୟ। ନୂଆପଡ଼ାରେ ବିଜେଡି ଓ କଂଗ୍ରେସ ମଧ୍ୟରେ ଲଢ଼େଇ ହେବ। ଦିନକୁ ଦିନ ବିଜେପି ତଳକୁ ତଳକୁ ଖସିବାରେ ଲାଗିଛି। ଦରଦାମ ବୃଦ୍ଧି, ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା, ଚାଷୀ ସମସ୍ୟା, ନାରୀ ନିର୍ଯାତନା ପରି ଅନେକ କ୍ଷେତ୍ରରେ ବିଜେପି ସରକାର ବିଫଳ ହୋଇଛି। ତେଣୁ ବିଜେପି ଠାରୁ ଲୋକେ ଦୂରେଇବାରେ ଲାଗିଛନ୍ତି। ବିଜେପି ନୂଆପଡ଼ାରେ ପ୍ରାର୍ଥୀ ଚୋରି କରିଛି। ଜୟ ଢୋଲକିଆ ହେଉଛନ୍ତି ଜଣେ ବେପାରୀ ବୋଲି କହିଛନ୍ତି ସୁରେଶ ରାଉତରାୟ। ସେ ଗୁଜୁରାଟ ଲୋକ। ତେଣୁ ନୂଆପଡ଼ାବାସୀ ତାଙ୍କୁ ପ୍ରତ୍ୟାଖାନ କରିବେ।

ବାତ୍ୟା ମୋନ୍ଥା ନେଇ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସମୀକ୍ଷା ବୈଠକ

ବାତ୍ୟା ମୋନ୍ଥା ନେଇ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସମୀକ୍ଷା ବୈଠକ। ବୈଠକରେ ଉଚ୍ଚପଦସ୍ଥ ଅଧିକାରୀଙ୍କ ସହ ଆଲୋନଚା କରିଛନ୍ତି ମନ୍ତ୍ରୀ। ସେ କହିଛନ୍ତି-ଆସନ୍ତାକାଲିଠାରୁ କ୍ଷୟକ୍ଷତି ରିପୋର୍ଟ ପ୍ରସ୍ତୁତ କରିବା ଲାଗି ଦିଆଯାଇଛି ନିର୍ଦ୍ଦେଶ। ୭୨ ଘଣ୍ଟା ଭିତରେ ଆସିବ ରିପୋର୍ଟ। ଅଧିକ ସରକାରୀ କର୍ମଚାରୀ ଆବଶ୍ୟକ ହେଲେ ଅନ୍ୟ ଜିଲ୍ଲାରୁ କର୍ମଚାରୀଙ୍କୁ ଅଣାଯିବ। ବହୁଜାଗାରେ ଘର କାନ୍ଥ ପଡିଛି। ସେମାନଙ୍କୁ ପଲିଥିନ ଦିଆଯାଇଛି | ଘର କ୍ଷତି ହୋଇଥିଲେ ଆକଳନ ପରେ କ୍ଷତିପୂରଣ ଦିଆଯିବ | ଆକଳନ ବେଳେ ବ୍ୟାଙ୍କ ଖାତା, ଆକାଉଣ୍ଟ ନମ୍ବର ମାଗିବେ ଅଧିକାରୀ | ଅନଲାଇନରେ ତୁରନ୍ତ ଦିଆଯିବ କ୍ଷତିପୂରଣ। ମହାପ୍ରଭୁଙ୍କ ଆଶୀର୍ବାଦରେ ବାତ୍ୟାରୁ ରକ୍ଷା ପାଇଲେ ରାଜ୍ୟବାସୀ ।

ଆଇଏମଡି ଆକଳନ ଅନୁସାରେ ସୂଚନା ଆଗୁଆ ମିଳୁଥିଲା। କାକିନାଡ଼ାରେ ବାତ୍ୟା ଲ୍ୟାଣ୍ଡଫଲ ନ କରି ଦିଗ ପରିବର୍ତ୍ତନ କଲା। ଓଡ଼ିଶାର ସୀମା ଛୁଇଁ ଅନ୍ୟ ଅଞ୍ଚଳକୁ ଚାଲିଗଲା ମୋନ୍ଥା। ଓଡ଼ିଶା ସରକାର ଆଗୁଆ ପ୍ରସ୍ତୁତି କରିଥିଲେ। ସତର୍କ ନଜର ରଖିବା ଲାଗି ଜିଲ୍ଲାପାଳଙ୍କୁ ପରାମର୍ଶ ଦିଆଯାଇଥିଲା। ୩୩ ବ୍ଲକ ଓ ୧୧ ସହରାଞ୍ଚଳ ପ୍ରଭାବିତ ହୋଇଛି। କ୍ଷତିଗ୍ରସ୍ତ ଚାଷୀଙ୍କୁ ମିଳିବ ଇନପୁଟ ସବସିଡି। ବାତ୍ୟାବେଳେ ୨, ୧୮୯ ଆସନ୍ନ ପ୍ରସବାଙ୍କୁ ସ୍ଥାନାନ୍ତର କରାଯାଇଥିଲା। ୬୧ ଟି ଟିମ ବାତ୍ୟା ମୁକାବିଲା ପାଇଁ ନିୟୋଜିତ ଥିଲେ | 2164 ଟି ବାତ୍ୟା ଆଶ୍ରୟ ସ୍ଥଳୀ ରେ 19 ହଜାର ଲୋକଙ୍କୁ ସ୍ଥାନାନ୍ତିର କରାଯାଇଥିଲା | 362 ଟି ଜାଗାରେ 18 ହଜାର 762 ଜଣଙ୍କୁ ରନ୍ଧା ଖାଦ୍ୟ ଦିଆଯାଉଛି |

ବାତ୍ୟା ମୋନ୍ଥା ପାଇଁ ଯୁକ୍ତ ଦୁଇ ଫର୍ମ ପୂରଣ ତାରିଖ ଘୁଞ୍ଚିଲା

ଘୁଞ୍ଚିଲା ଯୁକ୍ତ ଦୁଇ ଫର୍ମ ଫିଲଅପ୍‌ ତାରିଖ। ବାତ୍ୟା ମୋନ୍ଥା ପାଇଁ ଯୁକ୍ତ ଦୁଇ ଫର୍ମ ପୂରଣ ତାରିଖ ଘୁଞ୍ଚିଲା। ଅକ୍ଟୋବର ୨୮ରେ ଶେଷ ହେଉଥିଲା ଯୁକ୍ତ ଦୁଇ ପରୀକ୍ଷା ପାଇଁ ଫର୍ମ ପୂରଣ। କିନ୍ତୁ ବାତ୍ୟା ପାଇଁ ଅନେକ କଲେଜରେ ଛାତ୍ରଛାତ୍ରୀ ଫର୍ମ ପୂରଣ କରିପାରିନାହାନ୍ତି। ଏନେଇ କଲେଜ ଗୁଡିକ ଠାରୁ ନିବେଦନ ଆସିବା ପରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।ଆସନ୍ତା ନଭେମ୍ବର ୩ ତାରିଖକୁ ଘୁଞ୍ଚିଛି ଯୁକ୍ତ ଦୁଇ ଫର୍ମ ଫିଲଅପ ତାରିଖ ।