spot_img
Home Blog Page 115

ସରୁନି ମଣ୍ଡି ଟେନସନ: ବେଧଡକ ଚାଲିଛି କଟନୀ ଛଟନୀ

ସରୁନି ମଣ୍ଡି ଟେନସନ । ବେଧଡକ ଚାଲିଛି କଟନୀ ଛଟନୀ । ମଣ୍ଡି ଯନ୍ତ୍ରଣାରେ ପେଷି ହେଉଛନ୍ତି ଅନ୍ନଦାତା । ଅସାଧୁ କର୍ମଚାରୀ, ସମ୍ପାଦକ ଓ ମିଲର୍ସଙ୍କ ମିଲିଭଗତରେ ହେଉଛି ଚାଷୀ ଶୋଷଣ । ପୁରୀ ଜିଲ୍ଲା ଅସ୍ତରଙ୍ଗ ଓ କାକଟପୁରରେ ଧାନ ମଣ୍ଡି ଆରମ୍ଭରୁ ଦେଖାଦେଇଛି ବିଭ୍ରାଟ । ନଡିଆ ବାଡେଇ କାମ ସାରିଦେଲେ ଅସ୍ତରଙ୍ଗ ବିଡିଓ । ହେଲେ ମଣ୍ଡିରୁ ଉଠୁନି ଧାନ । ଶୀତ କାକରରେ ମଣ୍ଡିରେ ଧାନ ବସ୍ତା ଜଗିବସୁଛନ୍ତି ଚାଷୀ । ପୁରୀ ଜିଲ୍ଲା କାକଟପୁର ବ୍ଲକରେ ୩ ରୁ ୪ଟି ମଣ୍ଡି ଖୋଲିଥିବା ବେଳେ ଅସ୍ତରଙ୍ଗ ବ୍ଲକର ୧୦ଗୋଟି ପ୍ୟାକ୍ସରୁ ଦୁଇଟି ମଣ୍ଡି ଖୋଲିଛି । କେନ୍ଦ୍ରାପଟି ସେବା ସମବାୟ ସମିତିରେ କର୍ମଚାରୀଙ୍କ ମନମାନିରୁ ମଣ୍ଡିରୁ ଉଠୁପାରୁନି ଧାନ ।

ଚାଷୀଙ୍କ ସମସ୍ୟା ଉପରେ ନଜର ରଖିବାକୁ ଅସ୍ତରଙ୍ଗ ବିଡିଓଙ୍କୁ ଦାୟିତ୍ଵ ଦେଇଥିଲେ ଜିଲ୍ଲା ପ୍ରଶାସନ । ହେଲେ ଅସ୍ତରଙ୍ଗରେ ଧାନ ମଣ୍ଡି ଆରମ୍ଭରୁ ଦେଖାଦେଇଛି ଅବ୍ୟବସ୍ଥା । ଶୀତ କାକରରେ ପଡି ରହିଛି ଧାନ । ଏହା ସହ ଧାନର ମାନ ନିର୍ଦ୍ଧାରଣ ପାଇଁ ମଣ୍ଡିକୁ ଆସୁନି ଗ୍ରେନ ଆନାଲାଇଜର ମେସିନ । ଅଖା ସମସ୍ୟା ସହ କଟନୀ ଛଟନୀରେ ପେଷି ହେଉଛନ୍ତି ଅନ୍ନଦାତା । ହେଲେ ସ୍ଥାନୀୟ ବିଡିଓ ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ଅଭିଯୋଗକୁ ଲୁଚାଇବାକୁ ଚେଷ୍ଟା କରିଛନ୍ତି ଏରିଆ ଅଫିସର ।

ଟି-୨୦ ବିଶ୍ବକପ: ଭାରତ ବିପକ୍ଷ ମ୍ୟାଚ୍ ବୟକଟ କରିବାକୁ ପାକିସ୍ତାନର ଯୋଜନା, ଆଇସିସି ନେବ କି ଆକ୍ସନ ?

ଟି-୨୦ ବିଶ୍ବକପ: ଭାରତ ବିପକ୍ଷ ମ୍ୟାଚ୍ ବୟକଟ କରିବାକୁ ପାକିସ୍ତାନର ଯୋଜନା, ଆଇସିସି ନେବ କି ଆକ୍ସନ ?

ନନ୍ଦିଘୋଷ ବ୍ୟୁରୋ: ଟି-୨୦ ବିଶ୍ବକପକୁ ନେଇ ବିବାଦ ଥମିବାର ନାଁ ନେଉନି । ବାଂଲାଦେଶର ନଖରାମି ପରେ ଏବେ ପାକିସ୍ତାନର ଆରମ୍ଭ ହୋଇଯାଇଛି । ବାଂଲାଦେଶ ଭାରତ ଆସି ମ୍ୟାଚ୍ ଖେଳିବାକୁ ମନା କରିବା ପରେ ଆଇସିସି ଶକ୍ତ କାର୍ଯ୍ୟାନୁଷ୍ଠାନ ନେବା ସହ ଟି-୨୦ ବିଶ୍ବକପରୁ ଆଉଟ୍ କରି ଦେଇଛି । ଏବେ ବାଂଲାଦେଶ ସ୍ଥାନରେ ସ୍କଟଲାଣ୍ଡକୁ ସାମିଲ କରାଯାଇଛି । ଆଉ ବାଂଲାଦେଶ ବିଶ୍ବକପରୁ ବାହାର ହେବାକୁ ନେଇ ପାକିସ୍ତାନର ପଇଁତାରାବାଜି ଆରମ୍ଭ ହୋଇଯାଇଛି । ଶୁଣିବାକୁ ମିଳୁଛି, ପାକିସ୍ତାନ ଭାରତ ବିପକ୍ଷ ମ୍ୟାଚ୍ ବୟକଟ କରିବାକୁ କରିବାକୁ ଯୋଜନା କରୁଛି । ୧୫ ଫେବ୍ରୁଆରୀରେ ହେବାକୁ ଥିବା ଏହି ମ୍ୟାଚ୍ ନଖେଳିବାକୁ ପିସିବି ଯୋଜନା କରୁଛି ।

ପାକିସ୍ତାନୀ ମିଡ଼ିଆ ରିପୋର୍ଟ ଅନୁସାରେ, ପିସିବି ଅଧ୍ୟକ୍ଷ ମୋହସିନ ନକଓ୍ବି ଏବଂ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ ଶରଫିଙ୍କ ମଧ୍ୟରେ ବୈଠକ ହୋଇଛି । ପିସିପି ବାଂଲାଦେଶକୁ ଟି-୨୦ ବିଶ୍ବକପରୁ ବାହାର କରାଯିବାକୁ ନେଇ ଅସନ୍ତୁଷ୍ଠ ଅଛି । ଏହି କାରଣରୁ ପିସିବି ଭାରତ ବିପକ୍ଷରେ ମ୍ୟାଚ୍ ବୟକଟ କରିବାକୁ ଯୋଜନା କରୁଛି ।

ମ୍ୟାଚ୍ ରଦ୍ଦ ହେଲେ କ’ଣ ହେବ ?

ବାକିସ୍ତାନର ବୟକଟ ଯୋଗୁଁ ଯଦି ଏହି ମ୍ୟାଚ୍ ରଦ୍ଦ ହେବ, ତେବେ କ’ଣ ହେବ ତାକୁ ନେଇ ସବୁଠି ଚର୍ଚ୍ଚା । ଯଦି ଏହି ମ୍ୟାଚ୍ ରଦ୍ଦ ହେଉଛି ତେବେ ଆଇସିସିକୁ ବଡ଼ ଆର୍ଥିକ କ୍ଷତି ସହିବାକୁ ପଡିବ । ଟି-୨୦ ବିଶ୍ବକପ ପାଇନାଲ ଓ ସେମିଫାଇନାଲ ମ୍ୟାଚ୍ ବ୍ୟତୀତ ଯଦି କୌଣସି ମ୍ୟାଚରେ ଅଧିକ ଟିଆରପି ଆସିଥାଏ ତାହା ଭାରତ ଓ ପାକିସ୍ତାନ ମ୍ୟାଚରୁ ଆସିଥାଏ । ଏମିତିରେ ଆଇସିସି ଓ ବ୍ରଡକାଷ୍ଟିଂଙ୍କୁ ବହୁତ କ୍ଷତି ସହିବାକୁ ପଡ଼ିବ । ହେଲେ ଏହାର ସାଇଡ ଇଫେକ୍ଟ ପାକିସ୍ତାନକୁ ଭୋଗିବାକୁ ପଡ଼ିପାରେ । କାରଣ ଯଦି ପାକିସ୍ତାନ ମ୍ୟାଚ ବୟକଟ କରେ ତେବେ ଆଇସିସି ପିସିବି ବିରୋଧରେ ଶକ୍ତ କାର୍ଯ୍ୟାନୁଷ୍ଠାନ ନେଇପାରେ । ଯାହା ଦୟନୀୟ ଅବସ୍ଥାରେ ଥିବା ପିସିବିର ଆର୍ଥିକ ସ୍ଥିତିକୁ ଆହୁରି ବିଗାଡି ଦେବ ।

ବୟକଟ ଦାବି କରୁଛନ୍ତି ପୂର୍ବତନ ପାକିସ୍ତାନୀ ଖେଳାଳି

ବାଂଲାଦେଶ ଟି-୨୦ ବିଶ୍ବକପରୁ ବାହାର ହେବା ଖବର ଆସିବା ପରଠାରୁ ପାକିସ୍ତାନର ପୂର୍ବ ଖେଳାଳିମାନେ ଅଜବ ବୟାନବାଜି ଆରମ୍ଭ କରିଦେଇଛନ୍ତି । ପୂର୍ତନ ଅଧିନାୟକ ରାଶିଦ ଖାନ କହିଛନ୍ତି, ଏହି ନିଷ୍ପତ୍ତି ବିରୋଧରେ ପିସିବିକୁ ଟି-୨୦ ବିଶ୍ବକପକୁ ବୟକଟ କରିବା ଉଚିତ । ତାଙ୍କ ମତରେ ଯଦି ପାକିସ୍ତାନ ଟିମ୍ ବିଶ୍ବକପ ନଖେଳିବ ଏହା ଭାରତ ଓ ଆଇସିସିକୁ ଉଚିତ ଜବାବ ହେବ । ଏବେ ପାକିସ୍ତାନ ମିଡିଆରେ ଭାରତ-ପାକିସ୍ତାନ ମ୍ୟାଚ୍ ବୟକଟ ନେଇ ଖବର ଆସୁଛି । ଶାହବାଜ ଶରିଫ ଓ ନକଓ୍ବିଙ୍କ ବୈଠକ ପରେ ଏନେଇ ସ୍ପଷ୍ଟ ସୂଚନା ମିଳିପାରିବ ।

କିଏ ସେହି ଆଇଏସ ବିନ୍ଦ୍ରା ? ଯାହାଙ୍କ ଗୋଟିଏ ନିଷ୍ପତ୍ତି ବଦଳାଇ ଦେଇଥିଲା ବିସିସିଆଇ ଓ ଭାରତୀୟ କ୍ରିକେଟର ଭାଗ୍ୟ

କିଏ ସେହି ଆଇଏସ ବିନ୍ଦ୍ରା ? ଯାହାଙ୍କ ଗୋଟିଏ ନିଷ୍ପତ୍ତି ବଦଳାଇ ଦେଇଥିଲା ବିସିସିଆଇ ଓ ଭାରତୀୟ କ୍ରିକେଟର ଭାଗ୍ୟ

ନନ୍ଦିଘୋଷ ବ୍ୟୁରୋ: ଭରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ବିସିସିଆର ପୂର୍ବତନ ଅଧ୍ୟକ୍ଷ ଆଇଏସ ବିନ୍ଦ୍ରାଙ୍କ ଦିଲ୍ଲୀରେ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା । ବିନ୍ଦ୍ରା ୪ ଦଶକ ଧରି ଭାରତୀୟ କ୍ରିକେଟର ସେବା କରିବା ସହ ବହୁତ ମହତ୍ବପୂର୍ଣ୍ଣ ଯୋଗଦାନ ଦେଇଛନ୍ତି । ତାଙ୍କରି ପାଇଁ ଆଜି ଭାରତୀୟ କ୍ରିକେଟର ଭାଗ୍ୟ ପରିବର୍ତ୍ତନ ଘଟିଛି କହିଲେ ଭୁଲ ହେବ ନାହିଁ । ଏପରିକି ପଞ୍ଜାବରେ ଆଧୁନିକ କ୍ରିକେଟର ମୂଳଦୁଆ ସେ ପକାଇଥିବା କୁହାଯାଇଥାଏ । ପୂର୍ବ ଆଇଏଏସ ଅଧିକାରୀରୁ କ୍ରିକେଟ ପ୍ରଶାସକ ବନିଥିବା ଇନ୍ଦ୍ରଜିତ ସିଂ ବିନ୍ଦ୍ରା ପଞ୍ଜାମ କ୍ରିକେଟ ଆସୋସିଏସନରେ ଲମ୍ବା ସମୟ ଧରି ଅଧ୍ୟକ୍ଷ ଭାବେ କାମ କରିଥିଲେ । ଆଉ ତାଙ୍କ ସମୟରେ ପଞ୍ଜାବ କ୍ରିକେଟ ଆସୋସିଏସନ ଶୀର୍ଷ ଛୁଇଁଥିଲା । ତାଙ୍କ ପରଲୋକରେ ଆଓନ୍ତୁ ଜାଣିବା ତାଙ୍କର ଏମିତି କିଛି ନିଷ୍ପତ୍ତି ସମ୍ପର୍କରେ ଯାହା ବିସିସିଆଇ ଓ ଭାରତୀୟ କ୍ରିକେଟର ଭାଗ୍ୟ ପରିବର୍ତ୍ତନ କରିଦେବା ସହ ଦୁନିଆର ସବୁଠାରୁ ଧନୀ କ୍ରିକେଟ ବୋର୍ଡ ହେବାର ମୂଳଦୁଆ ପକାଇଥିଲା ।

ଭାରତକୁ ଆଣିଥିଲେ କ୍ରିକେଟ ବିଶ୍ବକପ୍

ଆଇଏସ ବିନ୍ଦ୍ରା, ଜଗମୋହନ ଡାଲମିଆ ଏବଂ ଏନକେପି ସାଲଭାଙ୍କ ସହ ମିଶି ୧୯୮୭ ଓ ୧୯୯୬ରେ କ୍ରିକେଟ ବିଶ୍ବକପ୍ ଆୟୋଜନ ଭାରତୀୟ ଉପମହାଦେଶକୁ ଆଣିଥିଲେ । ୧୯୮୭ ବିଶ୍ବକପ୍ ପ୍ରଥମ ଥର ଇଂଲଣ୍ଡ ବାହାରେ ଆୟୋଜିତ ହୋଇଥିଲା । ସେହିପରି ୧୯୯୬ ବିଶ୍ବକପ୍ ଭାରତ ସମେତ ପାକିସ୍ତାନ ଓ ଶ୍ରୀଲଙ୍କାରେ ଆୟୋଜିତ ହୋଇଥିଲା । ବିନ୍ଦ୍ରାଙ୍କ ଏହି ଉଦ୍ୟମ ଭାରତକୁ କ୍ରିକେଟ ରାଜନୀତି ଓ ଅର୍ଥନୀତିର କେନ୍ଦ୍ର ଭାବେ ସ୍ଥାପିତ କରିଥିଲା ।

ଭାରତୀୟ ମ୍ରାଚ୍ ପ୍ରସାରଣକୁ ନେଇଥିଲେ ନୂଆ ଦିଗ

ଭାରତୀୟ କ୍ରିକେଟ ଟଇମର ମ୍ୟାଚ କେବଳ ଦୁରଦର୍ଶନରେ ପ୍ରଚାରଣ ଅଧିକାର ବିରୋଧରେ ୧୯୯୪ରେ ଆଇଏସ ବିନ୍ଦ୍ରା ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ଯାହାଦ୍ବାରା ଘରୋଇ ଓ ବୈଶ୍ବିକ ପ୍ରସାରକଙ୍କୁ ଭାରତୀୟ ମ୍ୟାଚ୍ ପ୍ରସାରଣର ଅଧିକାର ମିଳିଥିଲା । ଏହାଦ୍ବାରା ବିସିସିଆଇର ରୋଜଗାର ବହୁତ ବଢ଼ି ଯାଇଥିଲା । ଆଉ କ୍ରିକେଟ ବ୍ୟବସାୟକୁ ସେ ଏକ ନୂଆ ଦିଗ ଦେବାକୁ ସକ୍ଷମ ହୋଇଥିଲେ ।

ଆଇପିଏଲ ପ୍ରତିଷ୍ଠାରେ ପରାମର୍ଶଦାତା

ବିଶ୍ବର ସବୁଠାରୁ ବଡ଼ କ୍ରିକେଟ ଲିଗ ଆଇପିଏଲ ପ୍ରତିଷ୍ଠାରେ ଭି ଆଇଏସ ବିନ୍ଦ୍ରାଙ୍କ ବଡ଼ ଭୂମିକା ଥିଲା । ଆଇପିଏଲ ଆରମ୍ଭ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ସେ ପରାମର୍ଶଦାତା ଥିଲେ । ଯାହା ଭାରତୀୟ କ୍ରିକେଟକୁ ଦୁନିଆର ସବୁଠାରୁ ଧନୀ କ୍ରିକେଟ ବୋର୍ଡ କରିଦେଇଥିଲା ।

ପଞ୍ଜାବ କ୍ରିକେଟକୁ ଯୋଗଦାନ

ପଞ୍ଜାବ କ୍ରିକେଟ ଆସୋସିଏସନ ଅଧ୍ୟକ୍ଷ ଭାବେ ସେ ପଞ୍ଜାବ ବୋର୍ଡକୁ ପୁଣି ଥରେ ଜୀବିତ କରିଥିଲେ । ୧୯୮୭ରେ ଯେତେବେଳେ ସେ ପିସିଏ ଅଧ୍ୟକ୍ଷ ହୋଇଥିଲେ, ସେତେବେଳେ ଏହାର ସ୍ଥିତି ବହୁତ ଖରାପ ଥିଲା । ହେଲେ ତାଙ୍କ ଚେଷ୍ଟାରେ ପିସିଏ ଜାତୀୟ ସ୍ତରରେ ଲେଭରକୁ ପହଞ୍ଚି ପାରିଥିଲା । ମୋହାଲିରେ ଆଜି ଯେଉଁ ପିସିଏ ଷ୍ଟାଡିୟମ ଛିଡ଼ା ହୋଇଛି, ଏହା ତାଙ୍କ ଉଦ୍ୟମର ଫଳ ।

ରାଜ୍ୟ କଂଗ୍ରେସ ଭବନରେ ୭୭ତମ ସାଧାରଣତନ୍ତ୍ର ଦିବସ ପାଳିତ

ରାଜ୍ୟ କଂଗ୍ରେସ ଭବନରେ ୭୭ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଛି ।ରାଜ୍ୟ କଂଗ୍ରେସର ପୂର୍ବତନ ସଭାପତି ପ୍ରସାଦ ହରିଚନ୍ଦନ ପତାକା ଉତ୍ତୋଳନ କରିଛନ୍ତି | ଏହି ଅବସରରେ ବହୁ ବରିଷ୍ଟ ନେତା କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ଥିଲେ  । ବ୍ରିଟିଶ ଶାସନରୁ ମୁକ୍ତକରି ଏକ ସ୍ଵାଧୀନ ଦେଶରେ ଭାରତୀୟଙ୍କୁ ନିଜ ଇଚ୍ଛାରେ ନିଶ୍ଵାସ ପ୍ରଶ୍ବାସ ନେବାକୁ ସୁଯୋଗ ଦେଇଥିବା ମହାପୁରୁଷମାନଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ବୋଲି କହିଥିଲେ।

ବିଧାନସଭା ପରିସରରେ ସାଧାରଣତନ୍ତ୍ର ଦିବସ ପାଳିତ: ପତାକା ଉତ୍ତୋଳନ କଲେ ବାଚସ୍ପତି ସୁରମା ପାଢୀ

ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ । ଏହି ଅବସରରେ ବିଧାନସଭା ପରିସରରେ ସାଧାରଣତନ୍ତ୍ର ଦିବସ ପାଳନ ହୋଇଯାଇଛି । ବାଚସ୍ପତି ସୁରମା ପାଢୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପତାକା ଉତ୍ତୋଳନ କରିଛନ୍ତି । ଏହି ଅବସରରେ ଜାତୀୟ ସଂଗୀତ ଗାନ ହୋଇଥିଲା l ବନ୍ଦେ ଉତ୍କଳ ଜନନୀ, ଜୟ ହିନ୍ଦ୍‌ ନାରାରେ ପ୍ରକମ୍ପିତ ହୋଇଥିଲା ବିଧାନସଭା ପରିସର l 1950 ମସିହା ଆଜିର ଦିନରେ ସମ୍ବିଧାନ ପ୍ରଣୟନ ହୋଇଥିଲା । ଦେଶରେ ଏକତା ଓ ଅଖଣ୍ଡତାକୁ ବଜାୟ ରଖିବା ପାଇଁ ଦେଶ ଓ ରାଜ୍ୟବାସୀଙ୍କୁ ଆଜିର ଦିନରେ ଆହ୍ୱାନ ଦେଇଥିଲେ ବାଚସ୍ପତି ।

ରାଜ୍ୟସଭା ନିର୍ବାଚନ ପ୍ରସଙ୍ଗରେ ବିଜେପି ସାଂସଦ ବଳଭଦ୍ର ମାଝୀ ରଖିଛନ୍ତି ବଡ ବୟାନ

ରାଜ୍ୟସଭା ନିର୍ବାଚନ ପ୍ରସଙ୍ଗରେ ବିଜେପି ସାଂସଦ ବଳଭଦ୍ର ମାଝୀ ରଖିଛନ୍ତି ବଡ ବୟାନ । ଚତୁର୍ଥ ସିଟକୁ ନେଇ ବିଜେପି- ବିଜେଡି ମଧ୍ୟରେ ସହମତି ହେବ କି ବୋଲି ଏକ ପ୍ରଶ୍ନରେ ସେ କହିଛନ୍ତି, ବିଜେଡି, କଂଗ୍ରେସ ଆମକୁ ସମର୍ଥନ ଦେବାକୁ ଅନୁରୋଧ କରିବୁ ବୋଲି ବଳଭଦ୍ର ମାଝୀ କହିଛନ୍ତି । ଗଣତନ୍ତ୍ରରେ କାହାକୁ ଅନୁରୋଧ କରିବା କାହାକୁ ନିବେଦନ କରିବା କିଛି ଭୁଲ ନୁହେଁ । ଚତୁର୍ଥ ସିଟ ପାଇଁ ଆମକୁ ସମସ୍ତେ ଖୁସିରେ ଖୁସିରେ ସମର୍ଥନ ଦେବେ ବୋଲି ସେ କହିଛନ୍ତି । ତେବେ ଏହାକୁ ନେଇ ଯାହା କରିବା କଥା ବିଜେପିର ଶୀର୍ଷ ନେତୃତ୍ଵ କରିବେ । ଚତୁର୍ଥ ସିଟ ଲାଗି ଯେହେତୁ ବିଜେଡି କିମ୍ବା କଂଗ୍ରେସର ସଂଖ୍ୟା ନାହିଁ ତେଣୁ ଉଭୟ ବିଜେଡି ଓ କଂଗ୍ରେସ ଆମକୁ ସମର୍ଥନ ଦେବେ ବୋଲି ଅନୁରୋଧ କରିବୁ । ରାଜ୍ୟସଭାରେ ସଂଖ୍ୟା ନ ଥିଲେ ମଧ୍ୟ ବହୁତ ବିଲ ପାରିତ କରିବାରେ ବିଜେପି ସଫଳ ହୋଇଛି । ବିଜେପି ରାଜ୍ୟସଭାରେ ତାର ସିଟ ସଂଖ୍ୟା ବଢାଇବା ପାଇଁ ଚାହୁଁଛି । ଯେଉଁମାନେ ଦେଶ ତଥା ରାଜ୍ୟର ହିତ ଚାହୁଁଛନ୍ତି ସେମାନେ ଚତୁର୍ଥ ସିଟ ବିଜେପିକୁ ଦେବେ । ରାଜ୍ୟସଭା ଅଙ୍କ ସମସ୍ତେ ଜାଣିଛନ୍ତି । ଅଙ୍କ ଆପେ ଆପେ ହେଇଯିବ ଏବଂ ଚତୁର୍ଥ ସିଟ ଆମର ହେବ ବୋଲି କହିଛନ୍ତି ସାଂସଦ ବଳଭଦ୍ର ମାଝୀ ।

ରାଜ୍ୟରେ ଧାନ ଉଠାଣ ସମ୍ପୂର୍ଣ୍ଣ କୋଲାପ୍ସ, ଚାଷୀଙ୍କ ଧାନ କିଣୁ ନାହାଁନ୍ତି ସରକାର: ପ୍ରସନ୍ନ ଆଚାର୍ଯ୍ୟ

ରାଜ୍ୟରେ ଧାନ ଉଠାଣ ରାଜ୍ୟରେ କୋଲାପ୍ସ କରିଯାଇଛି ବୋଲି କହିଛନ୍ତି ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ । ଚାଷୀଙ୍କ ଧାନ ସରକାର କିଣୁନାହାନ୍ତି । ଧାନ ବିକ୍ରି କରିବା ପାଇଁ ଚାଷୀ ଶୀତ, କାକରରେ ବସି ରହୁଛନ୍ତି । ହଇରାଣ ହେଉଛନ୍ତି । ବିଜେଡି ଏ ପ୍ରସଙ୍ଗ ବାରମ୍ବାର ଉଠାଉଛି । ସରକାର କହିଥିଲେ ମନ୍ତ୍ରୀମାନେ ମଣ୍ଡି ଜଗିବେ ବୋଲି । ତେବେ କେଉଁ ଜିଲ୍ଲାରେ କେଉଁ ମନ୍ତ୍ରୀ ମଣ୍ଡି ବୁଲିଲେ ବୋଲି ସରକାର କହିବେ କି ବୋଲି ପ୍ରଶ୍ନ କରିଛନ୍ତି ପ୍ରସନ୍ନ । ଏ ସରକାର କେବଳ ବାକ୍ୟ ବୀର । ତୁରନ୍ତ ସରକାର ଚାଷୀଙ୍କ ଧାନ କିଣିବାକୁ ପ୍ରସନ୍ନ ଦାବି କରିଛନ୍ତି ।

‘ଧୂରନ୍ଧର’ ଫିଲ୍ମର ଅଭିନେତା ଗିରଫ: ବିବାହର ପ୍ରତିଶ୍ରୁତି ଦେଇ ୧୦ ବର୍ଷ ଧରି ଯୌନ ଶୋଷଣ ଅଭିଯୋଗ

ବଲିଉଡ ଫିଲ୍ମ ‘ଧୂରନ୍ଧର’ ଅଭିନେତା ନଦୀମ ଖାନଙ୍କୁ ନେଇ ଆସିଛି ଏକ ଚାଞ୍ଚଲ୍ୟକର ଖବର । ନଦୀଙ୍କ ବିରୋଧରେ ଆସିଛି ଯୌନ ଶୋଷଣ ଅଭିଯୋଗ । ବିବାହର ପ୍ରତିଶ୍ରୁତି ଦେଇ ଜଣେ ମହିଳାଙ୍କୁ ନଦୀପ ୧୦ ବର୍ଷ ଧରି ଯୌନ ଶୋଷଣ କରିଥିବା ଅଭିଯୋଗ ହୋଇଛି । ଏହି ମାମଲାରେ ନଦୀମଙ୍କୁ ପୋଲିସ ଗିରଫ କରିଛି । ଗତ ୧୦ ବର୍ଷ ଧରି ନବୀମ ଉକ୍ତ ମହିଳାଙ୍କ ସହ ଶାରୀରିକ ସମ୍ପର୍କ ସ୍ଥାପନ କରିଥିବା ଅଭିଯୋଗ ହୋଇଛି । ଅଭିନେତାଙ୍କ ଘରେ କାମ କରୁଥିବା ମହିଳା ଏହି ଅଭିଯୋଗ ଆଣିଛନ୍ତି ।

ପୋଲିସ ମୁତାବକ, ୪୧ ବର୍ଷୀୟ ମହିଳାଙ୍କ ଅଭିଯୋଗ ଆଧାରରେ ନଦୀମ ଖାନଙ୍କୁ ଜାନୁଆରୀ ୨୨ରେ ଗିରଫ କରାଯାଇଛି । ନିକଟରେ ମୁକ୍ତିଲାଭ କରିଥିବା ’ଧୂରନ୍ଧର’ ଫିଲ୍ମରେ ନଦୀମ ଅଭିନୟ କରିଥିଲେ । ମହିଳା ଜଣଙ୍କ ଅଲଗା ଅଲଗା କଳାକାରଙ୍କ ଘରେ କାମ କରୁଥିଲେ । କିଛି ବର୍ଷ ତଳେ ସେ ନଦୀମଙ୍କ ସଂସ୍ପର୍ଶରେ ଆସିଥିଲେ ଓ ଦୁହିଙ୍କ ମଧ୍ୟରେ ନିବିଡ଼ତା ବଢ଼ିଥିଲା ।  ଫିଲ୍ମରେ ରହମାନ ଡକାୟତ (ଅକ୍ଷୟ ଖାନା)ଙ୍କ କୁକ ଅଖଲାକ ଚରିତ୍ରରେ ନଦୀମ ଅଭିନୟ କରିଥିଲେ ।

ପଞ୍ଚାୟତ ନିର୍ବାଚନ ଆଗୁଆ ହେବା ନେଇ ମନମୋହନଙ୍କ ୟୁ-ଟର୍ଣ୍ଣ

ପୁଣି ମନମୋହନଙ୍କ ୟୁ-ଟର୍ଣ୍ଣ । ପୂର୍ବରୁ ପଞ୍ଚାୟତ ନିର୍ବାଚନ ଆଗୁଆ ହେବା ନେଇ କହିଥଲେ । ଆଜି କଥା ବଦଳେଇ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି, ପଞ୍ଚାୟତ ନିର୍ବାଚନ ସମୟ ଅନୁସାରେ ହେବ । ପଞ୍ଚାୟତ ନିର୍ବାଚନ ଏବଂ ଜନଗଣନା ମଧ୍ୟରେ ସମନ୍ୱୟ ରକ୍ଷା କରି କରାଯିବ ବୋଲି ସେ କହିଛନ୍ତି । ବିଜେପି କାର୍ଯ୍ୟକର୍ତ୍ତା ସବୁ ନିର୍ବାଚନ ପାଇଁ ସବୁ ସମୟ ପାଇଁ ପ୍ରସ୍ତୁତ ଅଛନ୍ତି । ଜନଗଣନା ମଧ୍ୟ ହେବ । ସେଥିରେ କୌଣସି ପରିବର୍ତ୍ତନ ହେବାର ନାହିଁ । ପଞ୍ଚାୟତ ନିର୍ବାଚନ ଏବଂ ଜନଗଣନାକୁ ସରକାର ଏବଂ ନିର୍ବାଚନ କମିଶନ ସମନ୍ୱୟ ରକ୍ଷା କରି କରିବେ । ପଞ୍ଚାୟତ ନିର୍ବାଚନ ପୂର୍ବରୁ ଆଗୁଆ କରାଯିବ ବୋଲି କହିଥିଲେ ମନମୋହନ । ଫେବୃଆରୀରେ ଜନଗଣନା ହେବାର ଥିବାରୁ ଆଗୁଆ ନିର୍ବାଚନ ହୋଇପାରେ ବୋଲି କହିଥିଲେ ମନମୋହନ। ଯାହାକୁ ନେଇ ସେ ଆଜି ପୁଣି ମତ ବଦଳାଇଛନ୍ତି ।

କଟକରେ ଜିଲ୍ଲାସ୍ତରୀୟ ୭୭ତମ ସାଧାରଣତନ୍ତ୍ର ଦିବସ ପାଳିତ: ଅଭିବାଦନ ଗ୍ରହଣ କଲେ ମୁଖ୍ୟମନ୍ତ୍ରୀ

କଟକରେ ଜିଲ୍ଲାସ୍ତରୀୟ ୭୭ତମ ସାଧାରଣତନ୍ତ୍ର ଦିବସ ପାଳିତ। ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅଭିବାଦନ ଗ୍ରହଣ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । କ୍ଷିପ୍ର ଗତିରେ ବୈଷୟିକ ପରିବର୍ତ୍ତନ ଘଟୁଛି ଏହାକୁ ଧ୍ୟାନରେ ରଖି କାର୍ଯ୍ୟକ୍ରମ ହାତକୁ ନିଆଯାଉଥିବା ନିଜ ଅଭିଭାଷଣରେ କହିଛନ୍ତି। ରାଜ୍ୟରେ ବିଶ୍ବସ୍ତରୀୟ ଶିକ୍ଷା ଭିତ୍ତିଭୂମି ତିଆରି ହେଉଛି । ଏହା ଫଳରେ ଗାଁ ର ପିଲା ସହରର ପିଲାଙ୍କ ସହ ପ୍ରତିଯୋଗିତା କରି ପାରିବେ । ମହିଳାଙ୍କର ଉନ୍ନତି ପାଇଁ ସୁଭଦ୍ରା ଯୋଜନା ସହ ରାଜ୍ୟ ବଜେଟରେ ୮୯ ହଜାର ୬ଶହ ୫୨ କୋଟି ଟଙ୍କା କେବଳ ମହିଳାଙ୍କ ପାଇଁ ରହିଛି ।ମହିଳା ହିଂସା ଘଟଣାରେ ଦଣ୍ଡବିଧାନ ହାର ବୃଦ୍ଧି ପାଇଛି ।ଗତ ଜୁନ୍ ମାସରେ ମସିହା ହିଂସା ଘଟଣାରେ ଦଣ୍ଡବିଧାନ ହାର ୬୨ପ୍ରତିଶତରେ ପହଞ୍ଚିଥିଲା ।