spot_img
Home Blog Page 1128

ବିବାହ ପାଇଁ ଅସ୍ଵୀକାର ମାନେ ନୁହଁ ଆତ୍ମହତ୍ୟା ଲାଗି ଉସୁକାଇବା : ସୁପ୍ରିମକୋର୍ଟ

ନନ୍ଦିଘୋଷ ବ୍ୟୁରୋ: ମହିଳା ପ୍ରସଙ୍ଗକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ। ବିବାହ ପାଇଁ ଅସ୍ଵୀକାର କରିବା ମାନେ ନୁହଁ ଆତ୍ମହତ୍ୟା ଲାଗି ଉସୁକାଇବା। ଜଣେ ଯୁବତୀଙ୍କ ଆତ୍ମହତ୍ୟା ମାମଲାରେ ଏହି ଗୁରୁତ୍ଵପୂର୍ଣ୍ଣ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ । ମୃତ ଯୁବତୀଙ୍କ ପକ୍ଷରୁ ହୋଇଥିବା ମାମଲାର ଶୁଣାଣି କରି ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଏହି ବଡ଼ ରାୟ ଦେଇଛନ୍ତି । ସର୍ବୋଚ୍ଚ ଅଦାଲତ କହିଛନ୍ତି ବିବାହ ପାଇଁ ମନା କରିବା ଅର୍ଥ ନୁହେଁ ମହିଳାଙ୍କୁ ମରିବା ଲାଗି ପ୍ରବର୍ତ୍ତାଇବା । ସୁପ୍ରିମକୋର୍ଟ ଜଷ୍ଟିସ ବିଭି ନାଗରତ୍ନ ଓ ଜଷ୍ଟିସ ସତୀଶ ଚନ୍ଦ୍ର ଶର୍ମାଙ୍କ ଖଣ୍ଡପୀଠ ଏହି ଗୁରୁତ୍ଵପୂର୍ଣ୍ଣ ରାୟ ଶୁଣାଣିଛନ୍ତି ।

ଜଣେ ମହିଳାଙ୍କୁ ନେଇ ଏଭଳି ଅଭିଯୋଗ ଆଣିଥିଲେ ଯୁବତୀଙ୍କ ପରିବାର । ମହିଳାଙ୍କ ପୁଅଙ୍କୁ ଯୁବତୀ ଜଣକ ପ୍ରେମ କରୁଥିଲେ। ତେବେ ମହିଳାଙ୍କ ପୁଅ ବିବାହ ଲାଗି ମନା କରିଥିଲେ। ପରବର୍ତ୍ତୀ ସମୟରେ ଯୁବତୀ ଜଣଙ୍କ ଆତ୍ମହତ୍ୟା କରିଥିଲେ । ଯୁବତୀ ଜଣଙ୍କ ମହିଳାଙ୍କ ଉପରେ ଯୁବତୀଙ୍କୁ ନେଇ ଆପତ୍ତିଜନକ ଟିପ୍ପଣୀ କରିବା ଏବଂ ବିବାହକୁ ବିରୋଧ କରିବା ସହ ଯୁବତୀଙ୍କୁ ଆତ୍ମହତ୍ୟା ଲାଗି ଉସୁକାଇବା ଅଭିଯୋଗ ଆଣି ମାମଲା କରିଥିଲେ ଯୁବତୀଙ୍କ ପରିବାର । ମହିଳା ପରିବାର ପକ୍ଷରୁ ଏହି ଅଭିଯୋଗ ହୋଇଥିଲା। ତେବେ ଯୁବତୀଙ୍କୁ ଆତ୍ମହତ୍ୟା ଲାଗି ଉସୁକାଇବା ଭଳି କୌଣସି ଯୁବକ କିମ୍ବା ତାଙ୍କ ମାଆଙ୍କ ବିରୋଧରେ କୌଣସି ବଳିଷ୍ଠ ପ୍ରମାଣ ନଥିଲା । କୋର୍ଟ ମହିଳାଙ୍କ ବିରୋଧରେ ଥିବା ସମସ୍ତ ଅଭିଯୋଗକୁ ଖାରଜ କରି ଦେଇଥିଲେ।

ହରିରାଜପୁର ଗଣ୍ଡଗୋଳ : ସିସିଟିଭିରେ କଏଦ ହେଲା ଭିଡିଓ

ନନ୍ଦିଘୋଷ ବ୍ୟୁରୋ: ସିସିଟିଭି ଫୁଟେଜରେ କଏଦ ହେଲା ବୋମା ମାଡ଼ ଦୃଶ୍ୟ । ସିସି ଟିଭି ଫୁଟେଜରେ କଏଦ ହେଲା ଡେଲାଙ୍ଗ ହରିରାଜପୁର ଗଣ୍ଡଗୋଳର ଦୃଶ୍ୟ । ସମୟ ପ୍ରାୟ ୧୦ଟା ୨୫ ମିନିଟ ସମୟରେ ଯୁବକ ଜଣକ ହାତରେ ବୋମା ମାଡ଼ କରିଥିବା ଭିଜୁଆଲ ସ୍ପଷ୍ଟ ବାରି ହୋଇ ପଡିଛି । ସୂଚନା ଥାଉକି ଜମି ଜୁମା ବିବାଦକୁ କେନ୍ଦ୍ର କରି ଉକ୍ତ ଗ୍ରାମର ଦୁଇ ପରିବାର ମଧ୍ୟରେ ପୂର୍ବରୁ ଶତ୍ରୁତା ଲାଗି ରହିଥିଲା ବେଳେ ଆଜି ଉଗ୍ର ରୂପ ଧାରଣ କରିଛି । ବୋମା ମାଡ଼ରେ କାହାର ମୃତ୍ୟୁ ହୋଇ ନଥିବା ବେଳେ ବୋମା ମାଡ଼ ଯୋଗୁଁ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଘଟଣା ସ୍ଥଳରେ ପୋଲିସ ପହଁଚି ପରିସ୍ଥିତି କୁ ନିୟନ୍ତ୍ରଣ କରିଥିବା ବେଳେ ସାଇଣ୍ଟି ପିକ ଟିମ ଘଟଣା ସ୍ଥଳ ପହଁଚି ଅନୁଧ୍ୟାନ କରିଛନ୍ତି । ସିସିଟିଭି ଫୁଟେଜକୁ ଆଧାର କରି ପୋଲିସ ଉଭୟ ପକ୍ଷରୁ ଦୁଇ ଜଣକୁ ଥାନାରେ ଅଟକ ରଖିଛି।

ଟ୍ରକର ସ୍ୱତନ୍ତ୍ର ଚାମ୍ବରରେ ବାହାର ରାଜ୍ୟକୁ ଚାଲାଣ କରୁଥିଲେ ଗଞ୍ଜେଇ, ବନ୍ଧାହେଲେ..

ନନ୍ଦିଘୋଷ ବ୍ୟୁରୋ: ଗଞ୍ଜେଇ ଚାଲାଣର ନୂଆ ତରିକା  । ଟ୍ରକର ସ୍ୱତନ୍ତ୍ର ଚାମ୍ବରରେ ବାହାର ରାଜ୍ୟକୁ ଚଲାଣ ହେଉଥିବା ୨୭୩ କିଲୋ  ଗଞ୍ଜେଇ ଜବତ ସହ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ବୈପାରୀଗୁଡା ଥାନା ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ଆଜି ସକାଳେ ବୈପାରୀଗୁଡା ଥାନା ଅନ୍ତର୍ଗତ 326 ନମ୍ବର ଜାତୀୟ ରାଜପଥ ମାଲକାନଗିରି ରାସ୍ତା କୁରୁଲୁଗାଡ଼ ଛକରେ ପୋଲିସ ପେଟ୍ରୋଲିଙ୍ଗ ଚାଲିଥିଲା ।ସେହି ସମୟରେ ବୈପାରୀଗୁଡା ଅଭିମୁଖେ ଆସୁଥିବା ଏକ ଟ୍ରକକୁ ଅଟକାଇ ଯାଞ୍ଚ କରାଯାଇଥିଲା l ଟ୍ରକର ତଳ ଭାଗରେ ସ୍ୱତନ୍ତ୍ର ଚାମ୍ବର ଏବଂ ଡ୍ରାଇଭର ସିଟ୍ ଭିତରେ ଗଂଜେଇ ଚୋରା ଚଲାଣ କରାଯାଉଥିଲା  । ଗାଡି ଯାଞ୍ଚ ବେଳେ ୨୭୩ କିଲୋ ଗଞ୍ଜେଇ ଜବତ ସହ ୨ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।  ଗିରଫ ଅଭିଯୁକ୍ତ ହେଲେ ଉତ୍ତରପ୍ରଦେଶ ଫିରୋଜାବାଦ ଅଂଚଳର ଦୀପକ କୁମାର ଏବଂ ମାନଦୀପ କୁମାର ।

ଗାଧୋଇବାବେଳେ ବୁଡ଼ି ଗଲେ ଛାତ୍ର

ନନ୍ଦିଘୋଷ ବ୍ୟୁରୋ: ଭୀମକୁଣ୍ଡରେ ଅଘଟଣ । ଗାଧୋଇବାବେଳେ ବୁଡ଼ି ଛାତ୍ର ନିଖୋଜ । ନିଖୋଜ ଛାତ୍ର ହେଲେ ଜଗତସିଂହପୁର ଜିଲ୍ଲା ବାଲିକୁଦାର ଡିପ୍ଲୋମା ଛାତ୍ର ବିଶ୍ବଜିତ ଦାସ । ସେ ଡିପ୍ଲୋମା ପଢୁଥିବା ବେଳେ ଜ୍ୟୋତି ମୋଟର୍ସ ରେ ଅସ୍ଥାୟୀ ଭାବେ କାମ କରୁଥିଲେ । ଭୁବନେଶ୍ୱର ଜ୍ୟୋତି ମୋଟର୍ସରୁ ୧୫-୧୭ ଜଣ ଏକ ଟ୍ରାଭେଲର୍ ଯୋଗେ ପିକନିକ ପାଇଁ ଭୀମକୁଣ୍ଡ ଆସିଥିଲେ । ସ୍ୱାତୀଘାଟ ଏବଂ ସାନ କୁଣ୍ଡ ମଝିରେ ଗାଧୋଉଥିବାବେଳେ ହଠାତ ବିଶ୍ବଜିତଙ୍କ ଗୋଡ଼ ଖସିଯାଇଥିଲା । ଅଗ୍ନିଶମ ବାହିନୀ ଖୋଜାଖୋଜି କରିଥିଲେ ମଧ୍ଯ ତାଙ୍କର ପତ୍ତା ମିଳନାହିଁ । ଆସନ୍ତାକାଲି ଓଡ୍ରାଫ ଟିମ ଆସି ଖୋଜାଖୋଜି କରିବେ ବୋଲି ସୂଚନା ଦେଇଛନ୍ତି ଠାକୁରମୁଣ୍ଡା ଥାନା ଏଏସଆଇ ରତ୍ନାକର ବାରିକ ।

ଜାମ୍ମୁ କାଶ୍ମୀରରେ ଆତଙ୍କ ଖେଳାଇଛି ଅଜଣା ରୋଗ

ନନ୍ଦିଘୋଷ ବ୍ୟୁରୋ: ଜାମ୍ମୁ କାଶ୍ମୀରରେ ଆତଙ୍କ ଖେଳାଇଛି ଅଜଣା ରୋଗ। ବର୍ତ୍ତମାନ ସୁଦ୍ଧା ଗୋଟିଏ ଗାଁର ୧୭ ଜଣ ଲୋକଙ୍କ ଏହି ରୋଗରେ ମୃତ୍ୟୁ ହୋଇଥିବା ଜଣାପଡିଛି। ରଜୌରି ଜିଲ୍ଲା ଅନ୍ତର୍ଗତ ବଢାଲ ଗାଁରେ ଗତ ଡିସେମ୍ବର ମାସରୁ ଲୋକଙ୍କ ମୃତ୍ୟୁ ଜାରି ରହିଛି। ଅଜଣା ରୋଗକୁ ସ୍ଵାସ୍ଥ୍ୟ ଏମର୍ଜେନି ଜାରି କରିଛନ୍ତି ସେଠାକାର ସରକାର। ଅଂଚଳର ଡାକ୍ତର, ପାରାମେଡିକାଲ କର୍ମଚାରୀଙ୍କ ଛୁଟି ବାତିଲ କରି ଦେଇଛି ଜିଲ୍ଲା ପ୍ରଶାସନ। କୌଣସି ରୋଗରେ ପଡ଼ି ଅସୁସ୍ଥତାରୁ ଲୋକଙ୍କ ମୃତ୍ୟୁ ଘଟୁଛି। ଜାନୁଆରୀ ୧୨ ତାରିଖ ପରଠାରୁ ଗାଁରେ ୮ ଜଣଙ୍କ ମୃତ୍ୟୁ ଘଟିଲାଣି। ପୂର୍ବରୁ ବାକି ୯ ଜଣଙ୍କ ମୃତ୍ୟୁ ହୋଇଛି। ମୁଖ୍ୟତଃ ୩ ପରିବାରର ୧୭ ଜଣ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ଘଟଣାକୁ ନେଇ ମୃତକଙ୍କ ପ୍ରାୟ ୨ଶହ  ସମ୍ପର୍କୀୟଙ୍କୁ ସଂଗରୋଧ କେନ୍ଦ୍ରରେ ରଖାଯାଇଛି। ଗାଁର ଅନ୍ୟ କିଛି ଲୋକଙ୍କୁ ମଧ୍ୟ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କେଉଁ କାରଣରୁ ଲୋକଙ୍କ ମୃତ୍ୟୁ ଘଟୁଛି ଏହାର କାରଣ ଖୋଜୁଛି ପ୍ରଶାସନ। ବଢାଲ ଗାଁକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି। ଲୋକଙ୍କ ଏକାଠି ହେବା ଉପରେ କଟକଣା ଲଗାଯାଇଛି। ରଜୌରି ହସ୍ପିଟାଲରେ ପ୍ରଶାସନ ପକ୍ଷରୁ ଆଉ ୧୦ ଡାକ୍ତର ଛାତ୍ରଙ୍କୁ ନିୟୋଜିତ କରାଯାଇଛି। ମୃତ ୧୭ ଜଣଙ୍କ ମଧ୍ୟରେ ୪ ଜଣ ବୟସ୍କ ଥିବାବେଳେ ୧୩ ଜଣ ଶିଶୁ ରହିଛନ୍ତି। ମୃତକଙ୍କ ଘରେ କିଛି ବିଷାକ୍ତ ପଦାର୍ଥ ମିଳିବା ପରେ ଏହାକୁ ନେଇ ୧୧ ଜଣିଆ ଏସଆଇଟି ଗଠନ କରାଯାଇଛି। ପ୍ରକୃତରେ କୌଣସି ଅଜଣା ରୋଗରେ ଲୋକଙ୍କ ମୃତ୍ୟୁ ଘଟିଛି ନା ଏହା ପଛରେ ଅପରାଧିକ ଷଡ଼ଯନ୍ତ୍ର ରହିଛି ଏହାର ତନାଘନା ଆରମ୍ଭ କରିଛି ପ୍ରଶାସନ। ବର୍ତ୍ତମାନ ସୁଦ୍ଧା ୫୦ ଜଣଙ୍କୁ ଏ ସମ୍ପର୍କ ନେଇ ପଚରାଉଚରା କରାଯାଇଛି।

କେଜରିୱାଲଙ୍କ ବଡ଼ ଘୋଷଣା

ନନ୍ଦିଘୋଷ ବ୍ୟୁରୋ: କେଜରିୱାଲଙ୍କ ବଡ଼ ଘୋଷଣା। ଦିଲ୍ଲୀରେ ଆମ ଆଦମୀ ପାର୍ଟି ସରକାର ଆସିଲେ ମନୀଷ ସିସୋଦିଆ ହିଁ ହେବେ ଉପମୁଖ୍ୟମନ୍ତ୍ରୀ। ଏହି ଘୋଷଣା କରିଛନ୍ତି ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜରିୱାଲ। ଦିଲ୍ଲୀରେ ପ୍ରଚାର ଅବସରରେ ଏହି କଥା କହିଛନ୍ତି କେଜରିୱାଲ। ମନୀଷ ସିସୋଦିଆ ମୋର ସେନାପତି, ମୋର ଛୋଟ ଭାଇ ବୋଲି କହିଛନ୍ତି କେଜରିୱାଲ।ଦିଲ୍ଲୀରେ ଆମ ଆଦମୀ ପାର୍ଟି ସରକାର ଗଠନ କରିବ ବୋଲି ଦୃଢତାର ସହ କହିଛନ୍ତି କେଜରିୱାଲ। ଦୁଇ ୪ଟି ସିଟ୍ କମ ଆସିଲେ ମଧ୍ୟ ଦିଲ୍ଲୀରେ ଆମ ଆଦମୀ ପାର୍ଟି ସରକାର ଆସିବ ବୋଲି ଲୋକେ କହୁଥିବା କହିଛନ୍ତି କେଜରିୱାଲ। ଆସନ୍ତା ୫ ତାରିଖରେ ଦିଲ୍ଲୀରେ ଭୋଟଗ୍ରହଣ ହେବ। ହାତରେ ମାତ୍ର ପ୍ରଚାରକୁ ୮ ଦିନ ରହିଛି। ପ୍ରଚାର ସମୟ କମି ଆସୁଥିବାବଳେ କ୍ଯାମ୍ପେନକୁ ସମସ୍ତ ଦଳ ଜୋରଦାର କରିଛନ୍ତି। ଦିଲ୍ଲୀ ଜଂଗପୁରାରେ ପ୍ରଚାର ଅବସରରେ ଏହି କଥା କହିଛନ୍ତି ଆମ ଆଦମୀ ପାର୍ଟି ନେତା ଅରବିନ୍ଦ କେଜରିୱାଲ।

ସୁଦାନ ଦାରଫରସ୍ଥିତ ହସ୍ପିଟାଲ ଉପରେ ଡ୍ରୋନ ହମଲା, ୭୦ରୁ ଅଧିକ ମୃତ

ନନ୍ଦିଘୋଷ ବ୍ୟୁରୋ: ସୁଦାନର ଦାରଫର ଅଞ୍ଚଳରେ ଥିବା ଏକ ହସ୍ପିଟାଲ ଉପରେ ବଡ଼ ଧରଣର ଡ୍ରୋନ ହମଲା। ଆକ୍ରମଣରେ ପ୍ରାଣ ହରାଇଛନ୍ତି ୭୦ରୁ ଅଧିକ ଲୋକ। ଅନେକ ହୋଇଛନ୍ତି ଆହତ। ଦାରଫର ସ୍ଥିତ ସାଉଦି ହସ୍ପିଟାଲରେ ହୋଇଛି ବୋମାମାଡ଼। ହମଲାରେ ହସ୍ପିଟାଲର ବ୍ଯାପକ କ୍ଷତି ଘଟିଛି। ତେବେ ଆକ୍ରମଣର କାରଣ ଓ କିଏ ଆକ୍ରମଣ କରିଛି ତାହା ସ୍ପଷ୍ଟ ହୋଇନାହିଁ। ଗତ ୨୦୨୩ ଏପ୍ରିଲରୁ ସୁଦାନ ସେନା ଓ ଅର୍ଦ୍ଧସାମରିକ ରାପିଡ ସପୋର୍ଟ ଫୋର୍ସ ମଧ୍ଯରେ ସଂଘର୍ଷ ଜାରି ରହିଛି। ଦାରଫର ଅନେକ ପଶ୍ଚିମାଞ୍ଚଳକୁ କବଜାକୁ ନେଇସାରିଲାଣି ରାପିଡ ସପୋର୍ଟ ଫୋର୍ସ।  ଉତ୍ତର ଦାରଫରର ରାଜଧାନୀ ଏଲ-ଫାସେରକୁ ମଧ୍ଯ ବିଦ୍ରୋହୀମାନେ କବଜାକୁ ନେଇସାରିଛନ୍ତି। ଆକ୍ରମଣ ପରେ ହସ୍ପିଟାଲରୁ ୮୦ରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି। ସୁଦାନରେ ଜାରି ଯୁଦ୍ଧରେ ବର୍ତ୍ତମାନ ସୁଦ୍ଧା ପ୍ରାଣ ହରାଇଲେଣି ୧୦ ହଜାରରୁ ଅଧିକ ଲୋକ। ବାସଚ୍ଯୁତ ହେଲେଣି ୧ କୋଟି ୨୦ ଲକ୍ଷରୁ ଅଧିକ ଲୋକ। ଲକ୍ଷ ଲକ୍ଷ ଲୋକ ଅନାହାରରେ ସଢୁଥିଲେ ବି ଥମିବାର ନାଁ ନେଉନି ଯୁଦ୍ଧ। ତେଣେ ସ୍ବାସ୍ଥ୍ୟ ପ୍ରତିଷ୍ଠାନଗୁଡିକ ଉପରେ ହମଲା ନକରିବାକୁ ଆହ୍ବାନ ଦେଇନ୍ତି ବିଶ୍ବସ୍ବାସ୍ଥ୍ଯ ସଂଗଠନର ମହାସଚିବ ଟେଡରସ ଅଧନମ ଘେବ୍ରେସିୟସ।

ଯାତ୍ରୀବାହୀ ବସ୍ ଓଲଟି ୨ମୃତ

ନନ୍ଦିଘୋଷ ବ୍ୟୁରୋ: ଯାତ୍ରୀବାହୀ ବସ୍ ଓଲଟି ୨ମୃତ । କେନ୍ଦୁଝର ଠାରୁ ଅନୁଗୁଳ ଆସୁଥିବାବେଳେ ଗହମ ଗାଁ ନିକଟ ଆମ୍ଭତୋଟା ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି OSRTC ବସ୍ । ବୁଲାଣି ରାସ୍ତାରେ ଭାରସାମ୍ଯ ହରାଇ ବସଟି ସମ୍ପୂର୍ଣ୍ଣ ଓଲଟି ପଡ଼ିଥିଲା । ଦୁର୍ଘଟଣାରେ ଦୁଇଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବାବେଳେ ୪୭ ଜଣ ଅଳ୍ପବହୁତେ ଆହତ ହୋଇଛନ୍ତି । ଆହତଙ୍କ  ମଧ୍ୟରେ ୧୭ ଜଣ ଯାତ୍ରୀଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି । ମୃତକ ଦୁଇଜଣଙ୍କ ମଧ୍ୟରୁ ଜଣକର ପରିଚୟ ମିଳିଛି । ମୃତକ ହେଲେ ସିଂହଭୂମ ଅଞ୍ଚଳର ରାଧାନାଥ ମୁଣ୍ଡା । ତେବେ ଅନ୍ୟ ଜଣଙ୍କ ପରିଚୟ ଏଯାଏଁ ମିଳିପାରି ନାହିଁ । ବସରେ ୪୭ ଜଣ ଯାତ୍ରୀ ଥିଲେ । ତେବେ ଗାଡ଼ିଟି ଦ୍ରୁତ ଗତିରେ ଆସିବା ଯୋଗୁଁ ବୁଲାଣି ରାସ୍ତାରେ ଭାରସାମ୍ୟ ହରାଇଥିବା କହିଛନ୍ତି ପ୍ରତ୍ୟକ୍ଷଦର୍ଶୀ । ସେପଟେ ଗାଡ଼ିରେ ଯାନ୍ତ୍ରୀକ ତ୍ରୁଟି ଥିଲା, କିନ୍ତୁ ତାଙ୍କୁ ବାଧ୍ୟକରି ରୁଟରେ ପଠାଯାଇଥିବା ହେଲପର କହିଛନ୍ତି । ସ୍ଥାନୀୟ ଲୋକଙ୍କ ସହାୟତାରେ ପୋଲିସ ଆହତଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ମେଡିକାଲ ପଠାଇ ତଦନ୍ତ ଜାରି ରଖିଛି ।

ଦିନେ ଯେଉଁଠି ବାପା ଥିଲେ ଗାର୍ଡ, ଆଜି ସେଠି ପୁଅ ଖୁଆଇଲା ଖାଦ୍ୟ, ଭାଇରାଲ ହେଉଛି ଆନନ୍ଦ ମହିନ୍ଦ୍ରାଙ୍କ ଟ୍ବିଟ୍

ନନ୍ଦିଘୋଷ ବ୍ୟୁରୋ: ବାପାଙ୍କୁ ପୁଅର ବଡ଼ ଗିଫ୍ଟ । ଦିନେ ବାପା ହୋଟେଲରେ ଥିଲେ ଗାର୍ଡ । ଆଉ ଆଜି ପୁଅ ବାପା ମାଆଙ୍କୁ ସେହି ବଡ଼ ହୋଟେଲରେ ଖାଇବାକୁ ଦେଇଛି ଡିନର । ଏଭଳି ଏକ କାହାଣୀ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଯାହାକୁ ରିଟ୍ବିଟ୍ କରିଛନ୍ତି ଆନନ୍ଦ ମହିନ୍ଦ୍ରା । ଏହି ପୋଷ୍ଟକୁ ୟୁଜର୍ସମାନେ ବେଶ ପସନ୍ଦ କରୁଥିବାବେଳେ ଭଲ କମେଣ୍ଟ ଦେବା ସହ ସେୟାର କରୁଛନ୍ତି । ତେବେ ଆର୍ଯ୍ୟନ ମିଶ୍ର ଆଜିକାଲି ଗଣମାଧ୍ୟମରେ ହେଡ ଲାଇନ ପାଲଟିଛନ୍ତି । ତେବେ କାହାଣୀଟି ହେଉଛି ଆର୍ଯ୍ୟନଙ୍କର । ସେ ଦିନ ସୋସିଆଲ ମିଡିଆରେ ପ୍ରଥମେ ଏହାକୁ ପୋଷ୍ଟ କରିଥିଲେ । ଯେଉଁଥିରେ ସେ ପରିବାର ସହ ଏକ ତାରକା ହୋଟେଲରେ ଖାଉଛନ୍ତି । ପରିବାର ଲୋକେ ବେଶ ଖୁସିର ସହ ଭୋଜନ କରୁଥିବା ଫଟୋରେ ଦେଖିବାକୁ ମିଳୁଛି । ଆଉ ତାଙ୍କର ଏହି ପୋଷ୍ଟକୁ ରିଟ୍ବିଟ କରିଛନ୍ତି ଆନନ୍ଦ ମହିନ୍ଦ୍ରା ।

ତେବେ କହି ରଖୁଛୁ କି, ୧୯୯୫ରୁ ୨୦୦୦ ମସିହା ମଧ୍ୟରେ ଆର୍ଯ୍ୟନଙ୍କ ପିତା ଏକ ବଡ଼ ହୋଟେଲରେ ଗାର୍ଡଭାବେ କାର୍ଯ୍ୟ କରୁଥିଲେ । ନିଜ ପରିବାରର ଗୁଜୁରାଣ ମେଣ୍ଟାଇବା ପାଇଁ ସେ ଏଠାରେ କାମ କରୁଥିଲେ । କିନ୍ତୁ ପୁଅ ସଫଳ ହେବା ପରେ ଋଣ ସୁଝିଛି । ଆଉ ପୁଅ ସେଠାରେ ଖାଇବାକୁ ଦେଇଛି । ଯେଉଁ କାହାଣୀଟି ନିଜେ ଆର୍ଯ୍ୟନ ସୋସିଆଲ ମିଡିଆରେ ସେୟାର କରିଥିଲେ । ଆଉ ଏହାକୁ ସମସ୍ତେ ପସନ୍ଦ କରିଛନ୍ତି ।

ଅଧାରେ ଅଟକିଛି ମଧୁବାବୁଙ୍କ ଜନ୍ମ ପୀଠର ଉନ୍ନତିକରଣ କାର୍ଯ୍ୟ

ନନ୍ଦିଘୋଷ ବ୍ୟୁରୋ: ଉତ୍କଳ ଗୌରବ ମଧୁବାବୁଙ୍କ ଜନ୍ମ ପୀଠର ଉନ୍ନତିକରଣ ପାଇଁ ଯୋଜନା କରିଥିଲେ ପୂର୍ବ ସରକାର। ବିଶ୍ଵ ଦରବାରରେ ମଧୁବାବୁଙ୍କ ପୀଠକୁ ପର୍ଯ୍ୟଟନ ସ୍ଥଳରେ ପହଞ୍ଚାଇବା ପାଇଁ ସମସ୍ତ ବ୍ୟବସ୍ଥା ହୋଇଥିଲା । ହେଲେ ୨୦୨୩ ମସିହାରେ ପୂର୍ବ ସରକାର ସମୟରେ ୨୧ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଥିଲା। ଉନ୍ନତିକରଣ କାର୍ଯ୍ୟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲା । ହେଲେ ଏବେ ଜମି ଅଧିଗ୍ରହଣକୁ ନେଇ ଅଧାରେ ଅଟକିଛି ଉନ୍ନତି କାର୍ଯ୍ୟ। ଏଥିପାଇଁ ରାଜ୍ୟ ସରକାର ଦୃଷ୍ଟି ଦେଉନଥିବା ବେଳେ ଗ୍ରାମବାସୀଙ୍କ ମଧ୍ୟରେ ଆନ୍ଦୋଳନ ଦାନା ବାନ୍ଧୁଛି ।

ଅଧାରେ ଅଟକିଛି ମଧୁବାବୁଙ୍କ ଜନ୍ମ ପୀଠର ଉନ୍ନତିକରଣ କାର୍ଯ୍ୟ । ପ୍ରକଳ୍ପ କାର୍ଯ୍ୟ ପାଇଁ ସମ୍ପୂର୍ଣ୍ଣ ହୋଇପାରିନାହିଁ ଜମି ଅଧିଗ୍ରହଣ । କଟକ ଜିଲ୍ଲା ସାଲେପୁର ବ୍ଳକ ସତ୍ୟଭାମାପୁର ମଧୁବାବୁଙ୍କ ଜନ୍ମ ପୀଠକୁ ଗମନା ୭ କୋଟି ଟଙ୍କା ବ୍ୟୟରେ ରାସ୍ତା ନିର୍ମାଣ କାର୍ଯ୍ୟ ସରିଛି । ହେଲେ ଉନ୍ନତିକରଣ କାର୍ଯ୍ୟ ପୁରା ସ୍ଥାଣୁ ହୋଇଯାଇଛି। ମଧୁବାବୁଙ୍କ ଜମି କସ୍ତୁରବା ଗାନ୍ଧୀ ଟ୍ରଷ୍ଟ, ଗାନ୍ଧୀ ସ୍ମାରକ ନିଧି ଟ୍ରଷ୍ଟ ଓ ମଧୁସ୍ମୃତି କମିଟି ନାମକ ତିନିଗୋଟି ସଂସ୍ଥା ନାମରେ ରହିଛି। ସମ୍ପୃକ୍ତ ସଂସ୍ଥା ପକ୍ଷରୁ ଏନଓସି ପ୍ରଦାନ କରାଯାଇ ନଥିବାରୁ ଉନ୍ନତିକରଣ କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି । ପ୍ରଶାସନିକ ସ୍ତରରେ ଶିଘ୍ର ଜମି ଅଧିଗ୍ରହଣ ସହିତ ଉନ୍ନତିମୂଳକ କାର୍ଯ୍ୟକୁ ତ୍ଵରାନ୍ଵିତ କରାନଗଲେ ଆସନ୍ତା ପ୍ରେବୃଆରୀ ୪ ତାରିଖରେ ମଧୁବାବୁଙ୍କ ଶ୍ରାଦ୍ଧ ଉତ୍ସବରେ ଗଣଧାରଣା ଦିଆଯିବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି  ।

ମଧୁବାବୁଙ୍କ ପୀଠର ଉନ୍ନତିକରଣ ପାଇଁ ଜମିର ଏନଓସି ଓ ଏମଓୟୁ ପ୍ରଦାନ ଦିଗରେ ପ୍ରଶାସନକୁ ସମ୍ପୂର୍ଣ୍ଣ ସହଯୋଗ କରାଯାଇଛି। ମଧୁବାବୁଙ୍କ ଦ୍ୱାରା ନିର୍ମିତ କୁଟୀର ଶିଳ୍ପ ଓ ଗ୍ରାମ୍ୟ ଶିଳ୍ପର ବିକାଶ ଦିଗରେ ପ୍ରଶାସନ ସହ ଆଲୋଚନା କରାଯାଇଛି ବୋଲି ମଧୁବାବୁଙ୍କ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ସମ୍ବାଦିକ ସମ୍ମିଳନୀରେ କହିଛନ୍ତି ଟ୍ରଷ୍ଟି । ପୂର୍ବ ସରକାର ସମୟରେ ପୀଠର ଉନ୍ନତିକରଣ ପାଇଁ ପଦକ୍ଷେପ ନିଆଯାଇଥିଲା । ଏଥିପାଇଁ ୨୦୨୩ ମସିହାରେ ୨୧ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଥିଲା ।  ବିଶ୍ଵ ଦରବାରରେ ମଧୁବାବୁଙ୍କ ପୀଠକୁ ପର୍ଯ୍ୟଟନ ସ୍ଥଳରେ ପହଞ୍ଚାଇବା ପାଇଁ ସମସ୍ତ ବ୍ୟବସ୍ଥା ହୋଇଥିଲା । ଜମି ଅଧିଗ୍ରହଣକୁ ନେଇ ଅଧାରେ ଅଟକିଛି ଉନ୍ନତିକରଣ କାର୍ଯ୍ୟ  । ମଧୁବାବୁଙ୍କ ପୀଠର ମୋଟ ୨୨ ଏକର ଜମିରୁ ୬ ଏକର ଜମି ଟ୍ରଷ୍ଟ ପାଖରେ ରହିଛି । ଆଉ ୧୬ ଏକର ଜମିକୁ ଏକାଠି କରି ମଧୁବାବଙ୍କ ପୀଠର ବିକାଶ କରାଯାଉ ବୋଲି ଟ୍ରଷ୍ଟ ପକ୍ଷରୁ କୁହାଯାଇଛି । ମଧୁବାବୁଙ୍କ ଗାଁ ସତ୍ୟଭାମାପୁର ବାସୀ ଓ ଟ୍ରଷ୍ଟର ବିବାଦ ମଧ୍ୟରେ ପ୍ରକଳ୍ପ କାର୍ଯ୍ୟ କେବେ କେବେ ଆରମ୍ଭ ହେଉଛି ତାକୁ ନେଇ ପ୍ରଶ୍ନ ଉଙ୍କି ମାରୁଛି । ସରକାର ଓ ପ୍ରଶାସନ ଗୁରୁତର ସହିତ ନେଇ ମଧୁବାବୁଙ୍କ ପୀଠର ଉନ୍ନତିକରଣ କାର୍ଯ୍ୟ ଶୀଘ୍ର ଆରମ୍ଭ କରିବାକୁ ଦାବି ହୋଇଛି ।