ନନ୍ଦିଘୋଷ ବ୍ୟୁରୋ: ବିଧାୟକଙ୍କ ପୁଅ କଲେ ଆତ୍ମହତ୍ୟା । ଦୁଃଖରେ ଭାଙ୍ଗି ପଡ଼ିଲା ପରିବାର । ବିହାରର ବରିଷ୍ଠ କଂଗ୍ରେସ ନେତା ତଥା ବିଧାୟକ ଶକିଲ ଅହମ୍ମଦ ଖାନଙ୍କ ୧୮ ବର୍ଷୀୟ ପୁଅ ପାଟନାସ୍ଥିତ ସରକାରୀ ବାସଭବନରେ ଜୀବନ ହାରି ଦେଇଛନ୍ତି । ପୋଲିସ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି । ସେପଟେ ଏହି ଘଟଣାକୁ ନେଇ ସଚିବାଳୟ ଡିସିପି କହିଛନ୍ତି କି, ଘଟଣାର ତଦନ୍ତ ଜାରି ରହିଛି । ବିହାରର ଜଣେ ଜଣାଶୁଣା ଟାଣୁଆ କଂଗ୍ରେସ ନେତା ଭାବେ ଶକିଲ ଜଣାଶୁଣା । ତେବେ ତାଙ୍କ ପୁଅର ଜୀବନ ହାରିବା କଥା ଶୁଣିବା ପରେ ଶୋକ ପ୍ରକାଶ କରିଛନ୍ତି ପପୁ ଯାଦବ । ଶୋକସନ୍ତପ୍ତ ପରିବାରକୁ ପପୁ ଯାଦବ ସମବେଦନା ଜଣାଇଛନ୍ତି । ତେବେ ବିଧାୟକଙ୍କ ପୁଅ କାହିଁକି ଏଭଳି ଏକ ଚରମ ପଦକ୍ଷେପ ନେଲେ ତାହା ଜଣା ପଡ଼ିନାହିଁ । ଘଟଣାକୁ ନେଇ କଂଗ୍ରେସର ବହୁ ବରିଷ୍ଠ ନେତାମାନେ ମଧ୍ୟ ଶୋକ ପ୍ରକାଶ କରିଥିବା ଦେଖିବାକୁ ମିଳିଛି ।
ପାକିସ୍ତାନୀଙ୍କୁ ବାନ୍ଧି ନିଜ ଦେଶକୁ କ’ଣ ପାଇଁ ଫେରାଉଛି ସାଉଦି ଆରବ ?
ନନ୍ଦିଘୋଷ ବ୍ୟୁରୋ: ସାଉଦି ଆରବରେ ପାକିସ୍ତାନୀଙ୍କ ଲଜ୍ଜାଜନକ କାର୍ଯ୍ୟକଳାପ। ଉମରାହକୁ ଆସି ଭିକ ମାଗୁଛନ୍ତି ପାକିସ୍ତାନୀ। ପାକିସ୍ତାନ ଭିକାରୀ ସାଉଦି ଆରବରେ ବଢି ଚାଲିଛନ୍ତି। ଏନେଇ ସାଉଦି ସରକାର ପାକିସ୍ତାନୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।
ହଜ କିମ୍ବା ଉମରାହ ନାମରେ ସାଉଦି ଆରବକୁ ଯାଉଥିବା ପାକିସ୍ତାନୀଙ୍କ କାର୍ଯ୍ୟକଳାପ ଉପରେ ସାଉଦି ସରକାର କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଉମରାହରେ ଭିକ ମାଗୁଥିବା ପାକିସ୍ତାନୀଙ୍କୁ ଗିରଫ କରି ନିଜ ଦେଶକୁ ପଠାଇବା ଆରମ୍ଭ କରିଛି ସାଉଦି ଆରବ। ସାଉଦି ସରକାର ପାକିସ୍ତାନର ଶାହବାଜ ସରିଫ ସରକାରଙ୍କୁ ଚେତାବନୀ ସତ୍ତ୍ୱେ ଏହାକୁ ନିୟନ୍ତ୍ରଣ କରାଯାଇପାରି ନାହିଁ । ଏହାଦ୍ୱାରା ଇସଲାମାବାଦ ଅପମାନିତ ହେଉଛି। ଏହାର ପ୍ରଭାବ ସିଧାସଳଖ ପାକିସ୍ତାନୀ ଉମରାହ ଏବଂ ହଜ୍ ଯାତ୍ରୀଙ୍କ ଉପରେ ପଡ଼ିଛି ।
ପାକିସ୍ତାନର ଫେଡେରାଲ ତଦନ୍ତକାରୀ ଏଜେନ୍ସି (FIA) କହିଛି ଯେ, ସାଉଦି ଆରବରୁ ୧୦ ଜଣ ସନ୍ଦିଗ୍ଧଙ୍କୁ ବିତାଡିତ କରାଯାଇଛି । ଏହିମାନେ ଉମରାହ ଭିସା ନେଇ ସାଉଦି ଆରବରେ ଭିକ ମାଗୁଥିଲେ ।
ନଭେମ୍ବର ୨୦୨୩ ରେ, ପାକିସ୍ତାନ ଗୃହମନ୍ତ୍ରୀ ମୋହସିନ୍ ନାକଭି ସାଉଦି ଆରବକୁ କହିଥିଲେ ଯେ, ଭିକ ମାଗିବା ପାଇଁ ଉମରାହ କିମ୍ବା ହଜ ଭିସା ବ୍ୟବହାର କରୁଥିବା ପାକିସ୍ତାନୀମାନଙ୍କ ବିରୋଧରେ ଦେଶବ୍ୟାପୀ କଟକଣା ଜାରି କରାଯାଇଛି।
ଫେବୃଆରୀ ୨ରେ FIA ଏକ ବିବୃତ୍ତିରେ କହିଛି ଯେ, କରାଚି ବିମାନବନ୍ଦରରେ ଏକ ବଡ ଅପରେସନରେ ଉମରାହ ଅଭିମୁଖେ ଯାତ୍ରା କରୁଥିବା କିଛି ସନ୍ଦିଗ୍ଧଙ୍କୁ ଧରାହୋଇଛି । ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ଏହି ଲୋକମାନେ ସାଉଦି ଆରବରେ କିଛି ମାସ ଭିକ ମାଗୁଥିଲେ । ଏମାନଙ୍କୁ ଗିରଫ କରାଯାଇ ପଚରାଉଚାରା ଜାରି ରହିଛି । ବିମାନ ବନ୍ଦର ଉପରେ ତୀକ୍ଷ୍ଣ ନଜର ରଖାଯାଇଛି ବୋଲି ଏଫଆଇଏ କହିଛି। ବିଦେଶ ଭ୍ରମଣ କରୁଥିବା ଯାତ୍ରୀମାନଙ୍କୁ ପୁଙ୍ଖାନୁପୁଙ୍ଖ ଯାଞ୍ଚ କରାଯାଉଛି ଏବଂ ଭିକ ମାଗୁଥିବା ଲୋକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ବୋଲି FIA କହିଛି।
ଇସ୍ରୋର ୧୦୦ତମ ସାଟେଲାଇଟ ମିଶନରେ ବାଧା
ନନ୍ଦିଘୋଷ ବ୍ୟୁରୋ: ଇସ୍ରୋର ୧୦୦ତମ ସାଟେଲାଇଟ ମିଶନରେ ବାଧା। ନାଭିଗେସନ୍ ସାଟେଲାଇଟ୍ରେ ଗତକାଲି ଏକ ଯାନ୍ତ୍ରିକ ତ୍ରୁଟି ଦେଖାଦେବା ପରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋର ୧୦୦ତମ ରକେଟ୍ ମିଶନରେ ବାଧା ଉପୁଜିଛି। ISRO ପକ୍ଷରୁ ଏହାର ୱେବସାଇଟରେ ମିଶନରେ ତ୍ରୁଟି ନେଇ ସୂଚନା ପ୍ରଦାନ କରିଛି। କକ୍ଷପଥପରେ ସାଟେଲାଇଟକୁ ଅବସ୍ଥାନ ଲାଗି ଥ୍ରଷ୍ଟକୁ ଜ୍ଵଳନ ଲାଗି ଅକ୍ସିଡାଇଜରକୁ ପ୍ରବେଶ କରିବା ପାଇଁ ଇସ୍ରୋର ୧୦୦ତମ ସାଟେଲାଇଟ ମିଶନରେ ବାଧା।
ନାଭିଗେସନ୍ ସାଟେଲାଇଟ୍ରେ ଗତକାଲି ଏକ ଯାନ୍ତ୍ରିକ ତ୍ରୁଟି ଦେଖାଦେବା ପରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋର ୧୦୦ତମ ରକେଟ୍ ମିଶନରେ ବାଧା ଉପୁଜିଛି। ISRO ପକ୍ଷରୁ ଏହାର ୱେବସାଇଟରେ ମିଶନରେ ତ୍ରୁଟି ନେଇ ସୂଚନା ପ୍ରଦାନ କରିଛି। କକ୍ଷପଥପରେ ସାଟେଲାଇଟକୁ ଅବସ୍ଥାନ ଲାଗି ଥ୍ରଷ୍ଟକୁ ଜ୍ଵଳନ ଲାଗି ଅକ୍ସିଡାଇଜରକୁ ପ୍ରବେଶ କରିବା ପାଇଁ ଭାଲବ୍ ଖୋଲି ନଥିଲା। ଫଳରେ ଉପଗ୍ରହକୁ ନିର୍ଦ୍ଦିଷ୍ଟ କକ୍ଷପଥ ସ୍ଲଟ୍ରେ ସ୍ଥାପନ କରିବା ଦିଗରେ କକ୍ଷପଥ ବୃଦ୍ଧି କାର୍ଯ୍ୟ କରାଯାଇପାରି ନାହିଁ। ୟୁ ଆର ରାଓ ସାଟେଲାଇଟ୍ କେନ୍ଦ୍ର ଦ୍ୱାରା ନିର୍ମିତ ଉପଗ୍ରହ NVS-୦୨ କୁ ଭାରତ ଉପରେ ନିର୍ଦ୍ଦିଷ୍ଟ କକ୍ଷପଥରେ ସ୍ଥାପନ କରାଯିବାର ଥିଲା। ଉପଗ୍ରହରେ ଥିବା ତରଳ ଇଞ୍ଜିନ୍ ଠିକ୍ ଭାବରେ କାର୍ଯ୍ୟ ନକରିବାରୁ ଏହାକୁ ନିର୍ଦ୍ଦିଷ୍ଟ କକ୍ଷପଥକୁ ପଠାଇବା ପ୍ରୟାସ ବିଳମ୍ବ ହେଉଛି। ଆବଶ୍ୟକ ସ୍ଥଳେ ଏହା ସମ୍ପୂର୍ଣ୍ଣ ଭାବେ ଫେଲ୍ ମଧ୍ୟ ହୋଇଯାଇପାରେ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି।
ଗତ ବୁଧବାର ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାରୁ GSLV-F15କୁ ସଫଳତାର ସହ ଉତକ୍ଷେପଣ କରାଯାଇଥିଲା। ଏହି ମିଶନ ଇସ୍ରୋ ଅଧ୍ୟକ୍ଷ ଭି ନାରାୟଣନଙ୍କ ଦାୟିତ୍ଵ ଗ୍ରହଣ ପରେ ପ୍ରଥମ ମିସନ। ଚଳିତ ବର୍ଷ ISROର ଏହା ପ୍ରଥମ ସାଟେଲାଇଟ ଉତକ୍ଷେପଣ। ଭାଲବ୍ ଖୋଲି ନଥିଲା। ଫଳରେ ଉପଗ୍ରହକୁ ନିର୍ଦ୍ଦିଷ୍ଟ କକ୍ଷପଥ ସ୍ଲଟ୍ରେ ସ୍ଥାପନ କରିବା ଦିଗରେ କକ୍ଷପଥ ବୃଦ୍ଧି କାର୍ଯ୍ୟ କରାଯାଇପାରି ନାହିଁ। ୟୁ ଆର ରାଓ ସାଟେଲାଇଟ୍ କେନ୍ଦ୍ର ଦ୍ୱାରା ନିର୍ମିତ ଉପଗ୍ରହ NVS-୦୨ କୁ ଭାରତ ଉପରେ ନିର୍ଦ୍ଦିଷ୍ଟ କକ୍ଷପଥରେ ସ୍ଥାପନ କରାଯିବାର ଥିଲା। ଉପଗ୍ରହରେ ଥିବା ତରଳ ଇଞ୍ଜିନ୍ ଠିକ୍ ଭାବରେ କାର୍ଯ୍ୟ ନକରିବାରୁ ଏହାକୁ ନିର୍ଦ୍ଦିଷ୍ଟ କକ୍ଷପଥକୁ ପଠାଇବା ପ୍ରୟାସ ବିଳମ୍ବ ହେଉଛି। ଆବଶ୍ୟକ ସ୍ଥଳେ ଏହା ସମ୍ପୂର୍ଣ୍ଣ ଭାବେ ଫେଲ୍ ମଧ୍ୟ ହୋଇଯାଇପାରେ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି। ଗତ ବୁଧବାର ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାରୁ GSLV-F15କୁ ସଫଳତାର ସହ ଉତକ୍ଷେପଣ କରାଯାଇଥିଲା। ଏହି ମିଶନ ଇସ୍ରୋ ଅଧ୍ୟକ୍ଷ ଭି ନାରାୟଣନଙ୍କ ଦାୟିତ୍ଵ ଗ୍ରହଣ ପରେ ପ୍ରଥମ ମିସନ। ଚଳିତ ବର୍ଷ ISROର ଏହା ପ୍ରଥମ ସାଟେଲାଇଟ ଉତକ୍ଷେପଣ।

