spot_img
Home Blog Page 110

୫୦ ବର୍ଷର ପୁରୁଣା ଷ୍ଟେସନରେ ରହୁନି ସୁପରଫାଷ୍ଟ ଏକ୍ସପ୍ରେସ, ହନ୍ତସନ୍ତ ହେଉଛନ୍ତି ଯାତ୍ରୀ

ଆଠଗଡ଼ : ଅବ୍ୟବସ୍ଥା ଘେରରେ ରେଲୱେ ଷ୍ଟେସନ । ୫୦ ବର୍ଷର ପୁରୁଣା ଷ୍ଟେସନରେ ରହୁନି ସୁପରଫାଷ୍ଟ ଏକ୍ସପ୍ରେସ । ଟ୍ରେନ ହଲ୍ଟ କରୁନଥିବାରୁ ହନ୍ତସନ୍ତ ହେଉଛନ୍ତି ଯାତ୍ରୀ । କଟକ ଜିଲ୍ଲାର ଘଣ୍ଟିଖାଲ- ନିଧିପୁର ରେଲୱେ ଷ୍ଟେସନ ଉପରେ ଲକ୍ଷାଧିକ ଲୋକ ନିର୍ଭର କରନ୍ତି । ଆଠଗଡ଼, ତିଗିରିଆ, ବଡ଼ମ୍ବା, ନରସିଂହପୁର, ବାଙ୍କୀର ହଜାର ହଜାର ଲୋକେ ଏହି ଷ୍ଟେସନ ଉପରେ ନିର୍ଭର କରନ୍ତି । ମାତ୍ର ଏହି ଷ୍ଟେସନରେ ଦୁଇଟି ଟ୍ରେନ, ଅନୁଗୁଳ – ପୁରୀ ପାସେଞ୍ଜର ଏବଂ ଖଡ଼ଗପୁର – ଖୋର୍ଦ୍ଧା ଏକ୍ସପ୍ରେସ ହଲ୍ଟ କରୁଛି । ଫଳରେ ସମ୍ବଲପୁର, ବଲାଙ୍ଗୀର, ରାଉରକେଲାକୁ ଯାତାୟତ କରିବାକୁ ଯାତ୍ରୀ ମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଘଣ୍ଟିଖାଲ- ନିଧିପୁର ରେଲୱେ ଷ୍ଟେସନ ଦେଇ ଇଣ୍ଟରସିଟି ଟ୍ରେନ ଯାଉଥିଲେ ମଧ୍ୟ ଏଠାରେ ହଲ୍ଟ କରୁନାହିଁ । ଯେଉଁ ଅନୁଗୁଳ – ପୁରୀ ପାସେଞ୍ଜର ଟ୍ରେନଟି ସକାଳ ୭.୫୪ ମିନିଟରେ ଭୁବନେଶ୍ଵର ଅଭିମୁଖେ ଯାତ୍ରା କରୁଥିଲା ।  ତାହାର ସମୟ ପରିବର୍ତ୍ତନ ହୋଇଯାଇଛି । ଫଳରେ ଷ୍ଟେସନ ଠାରୁ ଦୂରରୁ ଆସୁଥିବା ଲୋକେ ବହୁ ହଇରାଣ ହେଉଛନ୍ତି । ପାସେଞ୍ଜର ଟ୍ରେନର ସମୟ ପରିବର୍ତ୍ତନ କରାଯିବା ସହ ଆଉ ତିନୋଟି ହଲ୍ଟ ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।…

ଆଠଗଡ ବ୍ଲକରେ ଚାରି ଗୋଟି ଷ୍ଟେସନ ଥିଲେ ମଧ୍ୟ ସ୍ଥାନୀୟ ଲୋକେ ଉନ୍ନତମାନର ରେଳ ସେବା ପାଇବାରୁ ବଞ୍ଚିତ ଅଛନ୍ତି । ସାଧାରଣ ଲୋକେ ଘଣ୍ଟିଖାଲ-ନିଧିପୁର ଷ୍ଟେସନରେ ଆଉ ୩ଟି ହଲ୍ଟ କରିବା ପାଇଁ ଷ୍ଟେସନ ମାଷ୍ଟରଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ, ରେଲୱେ ମନ୍ତ୍ରୀଙ୍କୁ ଦାବି ପତ୍ର ଦେଇଛନ୍ତି । କେବେ ଲୋକଙ୍କ ଦାବି ପୂରଣ ହେଉଛି ତାହା ଦେଖିବାକୁ ବାକି ରହିଲା ।

ସୁରକ୍ଷା କର୍ମୀଙ୍କ ଗୁଳିରେ ୬ ଜଣ ହାଡକୋର ମାଓବାଦୀ ନିହତ

ମାଲକାନଗିରି : ମାଲକାନଗିରି ଛତିଶଗଡ ସିମାନ୍ତ ବିଜାପୁର ଜିଲ୍ଲାରେ ଏନକାଉଣ୍ଟର । ସୁରକ୍ଷା କର୍ମୀଙ୍କ ଗୁଳିରେ ୬ ଜଣ ହାଡକୋର ମାଓବାଦୀ ନିହତ । ଇନ୍ଦ୍ରାବତୀ ନ୍ୟାସନାଲ ପାର୍କ ଜଙ୍ଗଲରେ ଜବାନଙ୍କ ସହ ମୁହାଁ ମୁହିଁ ହୋଇଥିଲେ ମାଓବାଦୀ । ଏହି ଏନକାଉଣ୍ଟରରେ ଚାରି ଜଣ ମହିଳା ମାଓବାଦୀଙ୍କ ସହ ଦୁଇ ଜଣ ପୁରୁଷ ମାଓବାଦୀ ପ୍ରାଣ ହରାଇଛନ୍ତି । ପୁର୍ବରୁ ଏମାନଙ୍କ ମୁଣ୍ଡ ଉପରେ ଛତିଶଗଡ ସରକାର ୨୭ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ । ଘଟଣା ସ୍ଥଳରୁ AK47 ଓ INSAS ଭଳି ଅନେକ ଅତ୍ୟାଧୁନିକ ବନ୍ଧୁକ ଜବତ କରିଛନ୍ତି ସୁରକ୍ଷା କର୍ମୀ । ରକେଟ ଲଞ୍ଚର, ଗ୍ରେନେଡ଼ ଓ ନଗଦ ଟଙ୍କା ମଧ୍ୟ ସୁରକ୍ଷା କର୍ମୀ ଜବତ କରିଥିବା ନେଇ ବିଜାପୁର ଏସପି ସୁଚନା ଦେଇଛନ୍ତି ।

ରେଳ ସଂଯୋଗୀକରଣ ଦାବିରେ ଗର୍ଜିଲା ବିଜେଡି

ଉଦଳା : ଉଦଳା କପ୍ତିପଦା ଉପଖଣ୍ଡକୁ ରେଳ ସଂଯୋଗୀକରଣ ଦାବିରେ ଗର୍ଜିଲା ବିଜେଡି। ଉଦଳା ହାଇସ୍କୁଲ ଛକରେ ବିଜେଡି ପକ୍ଷରୁ ଗଣଧାରଣା ଦିଆଯାଇଛି। ଆଜି ଉଦଳା ବିଜେଡିର ପୂର୍ବତନ ବିଧାୟକ ଶ୍ରୀନାଥ ସୋରେନଙ୍କ ନେତୃତ୍ୱରେ ବିଜେଡି ପକ୍ଷରୁ ରେଳ ସଂଯୋଗୀକରଣ ଦାବି ନେଇ ରାଜରାସ୍ତାରେ ଗର୍ଜିଛି। ଖଡ଼କପୁର ଠାରୁ ଯାଜପୁର ରୋଡ଼ ସଂଯୋଗୀ କରିବାକୁ ପୂର୍ବରୁ ଦାବି ହୋଇଛି। ହେଲେ ଏବେ ନୀଳଗିରିରୁ ଉଦଳା ରେଳ ସଂଯୋଗୀକରଣ ନେଇ ଏକ ବିଜ୍ଞପ୍ତି ବାହାରି ଥିବା ବେଳେ ବିଜେଡି ତାହାକୁ ବିରୋଧ କରିଛି। କପ୍ତିପଦା ଉପଖଣ୍ଡ ବାସୀଙ୍କୁ ରାଜ୍ୟ ସରକାର ଭକୁଆ ବନାଉଥିବା ଅଭିଯୋଗ କରାଯାଇଛି। ଯାହାକୁ ଆଧାର କରି ବିଜେଡି ପକ୍ଷରୁ କର୍ମୀ ମାନେ ଗଣ ଧାରଣାରେ ବସିଛନ୍ତି। ଏହା ସହିତ ଆଗାମୀ ଦିନରେ ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ସ୍ମାରକପତ୍ର ମଧ୍ୟ ପ୍ରଦାନ କରାଯିବ ବୋଲି କହିଛି ବିଜେଡି।

BCCI ଲାଗୁ କରିବ ନୂଆ ନିୟମ ! ରୋହିତ ଓ କୋହଲିଙ୍କୁ A+ ବଦଳରେ B କ୍ୟାଟେଗୋରୀରେ ରଖାଯିବ

ଟିମ୍ ଇଣ୍ଡିଆର ଦୁଇ ବରିଷ୍ଠ ଖେଳାଳି ରୋହିତ ଶର୍ମା ଓ ବିରାଟ କୋହଲିଙ୍କୁ ନେଇ ଚର୍ଚ୍ଚା ଜାରି ରହିଥିବା ବେଳେ ଏହା ମଧ୍ୟରେ ଆସିଛି ଏକ ବଡ଼ ଖବର । ଭାରତୀୟ କ୍ରିକେଟ ଟିମର ଚିଫ୍ ସିଲେକ୍ଟର ଅଜିତ ଅଗରକରଙ୍କ ନେତୃତ୍ବାଧୀନ ସିଲେକ୍ସନ କମିଟି BCCIକୁ ସେଣ୍ଟ୍ରାଲ କଣ୍ଟ୍ରାକ୍ଟରୁ A+ କ୍ୟାଟେଗୋରୀକୁ ହଟାଇବାକୁ ପ୍ରସ୍ତାବ ଦେଇଛି । ଯଦି ଏହା ଲାଗୁ ହୁଏ, ତେବେ A, B ଓ C କ୍ୟାଟେଗୋରୀ ରହିବ । ବିରାଟ ଓ ରୋହିତଙ୍କୁ B କ୍ୟାଟେଗୋରୀରେ ରଖାଯାଇପାରେ । ବର୍ତ୍ତମାନ ଏହା କେବଳ ପ୍ରସ୍ତାବ ଅଟେ ।

ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ସିଷ୍ଟମରେ ବଡ଼ ପରିବର୍ତ୍ତନ ପାଇଁ ବିସିସିଆଇର ସିନିୟର ସିଲେକ୍ସନ କମିଟି ସୁପାରିଶ କରିଛି । ସିଲେକ୍ସନ କମିଟି ପକ୍ଷରୁ A+ କ୍ୟାଟେଗୋରୀକୁ ହଟାଇବାକୁ ପ୍ରସ୍ତାବ ରଖାଯାଇଛି, ଯେଉଁଥିରେ କି ଖେଳାଳିମାନଙ୍କୁ ବାର୍ଷିକ ୭ କୋଟି ଟଙ୍କା ମିଳିଥାଏ । ଯଦି ଏହି ମଡେଲ ଲାଗୁ ହୁଏ, ତେବେ କେବଳ ୩ଟି କ୍ୟାଟେଗୋରୀ A, B ଓ C ଜାରି ରହିବ । ଅର୍ଥାତ ସବୁଠାରୁ ବଡ଼ A କ୍ୟାଟେଗୋରୀକୁ ସମ୍ପର୍ଣ୍ଣ ଭାବେ ସମାପ୍ତ କରିଦିଆଯିବ । ତେବେ ଏହା ଏବେ କେବଳ ଏକ ପ୍ରସ୍ତାବ ଓ BCCI ଏହା ଉପରେ ଅନ୍ତିମ ନିଷ୍ପତ୍ତି ନେଇନାହି ।

ଏହି ପ୍ରସ୍ତାବ ଉପରେ ବିସିସିଆଇର ପରବର୍ତ୍ତୀ ଆପେକ୍ସ କାଉନସିଲ ମିଟିଂରେ ଚର୍ଚ୍ଚା କରାଯିବ । ।  ବର୍ତ୍ତମାନର ସଣ୍ଟ୍ରାଲ କଣ୍ଟ୍ରାକ୍ଟ ଷ୍ଟ୍ରକଚରକୁ ପରିବର୍ତ୍ତନ କରାଯାଇ ପାରିବ କି ନାହି, ତା ଉପରେ  ବୋର୍ଡର ଶୀର୍ଷ ଅଧିକାରୀ ବିଚାର କରିବେ  । ଏହି ନୂଆ ନିୟମ ଲାଗୁ ହେଲେ, ରୋ-କୋଙ୍କୁ A+ ବଦଳରେ B କ୍ୟାଟେଗୋରୀରେ ରଖାଯିବ । ଏହି ପରିବର୍ତ୍ତନ ଦୁହିଁଙ୍କର ସୀମିତ ଫର୍ମାଟ ଖେଳିବା ଓ ଓ୍ବାର୍କଲୋଡ଼ ମ୍ୟାନେଜମେଣ୍ଟ ସହ ଜଡ଼ିତ ରହିଛି । ଯେଉଁମାନେ ଗୋଟିଏ ସିଜିନରେ ୩ ଟେଷ୍ଟ ବା ୮ ଦିନିକିଆ ବା ୧୦ ଟି-୨୦ ମ୍ୟାଚ ଖେଳିଥାନ୍ତି, ସେମାନଙ୍କୁ ବିସିସିଆଇ ନିୟମାନୁସାରେ ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ଲିଷ୍ଟରେ ରଖାଯାଇଥାଏ ।

BCCI ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ଖେଳାଳିଙ୍କୁ କେତେ ଟଙ୍କ ମିଳିଥାଏ ?

ଗ୍ରେଡ A+ = ବାର୍ଷିକ ୭ କୋଟି ଟଙ୍କା

ଗ୍ରେଡ A = ବାର୍ଷିକ ୫ କୋଟି ଟଙ୍କା

ଗ୍ରେଡ B = ବାର୍ଷିକ ୩ କୋଟି ଟଙ୍କା

ଗ୍ରେଡ C = ବାର୍ଷିକ ୧ କୋଟି ଟଙ୍କା

BCCI ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ୦୨୪-୨୫ ଖେଳାଳିଙ୍କ ଲିଷ୍ଟ

ଗ୍ରେଡ-ଏରେ ୪ ଜଣ ଖେଳାଳି: ରୋହିତ ଶର୍ମା, ବିରାଟ କୋହଲି, ଯଶପ୍ରୀତ ବୁମ୍ରା, ରବିନ୍ଦ୍ର ଜାଡ଼େଜା

ଗ୍ରେଡ A+ରେ ୬ ଜଣ ଖେଳାଳି: ମହମ୍ମଦ ସିରାଜ, କେଏଲ ରାହୁଲ, ଶୁଭମନ ଗିଲ, ହାର୍ଦ୍ଦିକ ପାଣ୍ଡ୍ୟା, ମହମ୍ମଦ ଶାମୀ, ଋଷଭ ପନ୍ତ

 ଗ୍ରେଡ B’ରେ ୫ ଜଣ ଖେଳାଳି: ସୂର୍ଯ୍ୟକୁମାର ଯାଦବ, କୁଲଦୀପ ଯାଦବ, ଅକ୍ଷର ପଟେଲ, ଯଶସ୍ବୀ ଜୟସ୍ବାଲ, ଶ୍ରେୟସ ଆୟର

ଗ୍ରେଡ C’ରେ ୧୯ ଜଣ ଖେଳାଳି: ରିଙ୍କୁ ସିଂହ, ତିଲକ ବର୍ମା, ଋତୁରାଜ ଗାୟକ୍ବାଡ, ଶିବମ ଦୁବେ, ରବି ବିଷ୍ଣୋଈ, ଓ୍ବାଶିଂଟନ ସୁନ୍ଦର, ମୁକେଶ କୁମାର, ସଞ୍ଜୁ ସାମସନ, ଅର୍ଶଦୀପ ସିଂହ, ପ୍ରସିଦ୍ଧ କୃଷ୍ଣା, ରଜତ ପାଟୀଦାର, ସରଫରାଜ ଖାନ, ଆକାଶ ଦୀପ, ନୀତୀଶ ରେଡ୍ଡୀ, ଧୃବ ଜୁରେଲ, ବରୁଣ ଚକ୍ରବର୍ତ୍ତୀ, ଈଶାନ କିଶନ, ଅଭିଷେକ ଶର୍ମା, ହର୍ଷିତ ରାଣା

ଏପ୍ରିଲରୁ ୧୬ରୁ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ଜନଗଣନା

ଏପ୍ରିଲରୁ ୧୬ରୁ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ଜନଗଣନା। ଏପ୍ରିଲ ୧୬ରୁ ମେ ୧୫ ଯାଏଁ ଚାଲିବ ଜନଗଣନା। ୩୦ ଦିନ ଧରି ପ୍ରଥମ ପର୍ଯ୍ୟାୟରେ ଘର ଗଣନା କରାଯିବ। ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ପ୍ରଥମ ପର୍ଯ୍ୟାୟରେ ଘର ଏବଂ ଆସବାବପତ୍ର ଗଣନା ହେବ। ଦ୍ଵିତୀୟ ପର୍ଯ୍ୟାୟରେ ଘରକୁ ଘର ହେବ ଜନ ଗଣନା। ନିଯୁକ୍ତ ହେବେ ଲକ୍ଷାଧିକ ଜନଗଣନା ଅଧିକାରୀ। ଏହା ପୂର୍ବରୁ ସବୁ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି ଉନ୍ନୟନ କମିଶନର। ଲୋକସେବା ଭବନରେ ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ଜନଗଣନା ସମନ୍ୱୟ କମିଟି ବୈଠକରେ ତାରିଖ ଧାର୍ଯ୍ୟ ହୋଇଥିଲା। ରାଜ୍ୟରେ ଜନଗଣନା ପାଇଁ ୬ ମାସ ଧରି ପ୍ରସ୍ତୁତି ଚାଲିଥିଲା। ଭୁବନେଶ୍ୱର କଟକରେ ପ୍ରିଟେଷ୍ଟ ସରିଛି। ଆସନ୍ତା ୩ ମାସ ଧରି ଜନଗଣନା ଅଧିକାରୀଙ୍କୁ ଦିଆଯିବ ଟ୍ରେନିଂ। ୨୦୦ ଘର ପାଇଁ ଜଣେ ଜନଗଣନା ଅଧିକାରୀ ନିଯୁକ୍ତ ହେବେ। ୬ ଜଣ ଅଧିକାରୀଙ୍କ ପାଇଁ ଜଣେ ସୁପ୍ରଭାଇଜର ନିଯୁକ୍ତ ହେବେ। ପ୍ରାୟ ଲକ୍ଷେ ଜନଗଣନା ଅଧିକାରୀ ନିଯୁକ୍ତ କରାଯିବ। ଜଣେ ଜନଗଣନା ଅଧିକାରୀଙ୍କୁ 25 ହଜାର ଆର୍ଥିକ ପ୍ରୋତ୍ସାହନ ଦିଆଯିବ।ଏପ୍ରିଲରୁ ୧୬ରୁ ମେ ୧୫ ଭିତରେ ପ୍ରଥମ ପର୍ଯ୍ୟାୟରେ ଘର ଚିହ୍ନଟ ହେବ। ୨୦୨୭ ଫେବୃଆରୀରୁ ଦ୍ଵିତୀୟ ପର୍ଯ୍ୟାୟ ଜନଗଣନା ହେବ।

ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ଦାୟିତ୍ବ ଗ୍ରହଣ କଲେ ନିତିନ ନବୀନ

ବିଜେପିରେ ଆରମ୍ଭ ହେଲା ନବୀନ ଯୁଗ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ ନିତିନ ନବୀନ ବିଧିବଦ୍ଧ ଭାବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି। ପୂର୍ବତନ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଠାରୁ ନୀତୀନ ନବୀନ ଦାୟିତ୍ୱ ନେଇଛନ୍ତି। ଦାୟିତ୍ୱ ନେବା ପରେ ବିଜେପିରେ ନବୀନ ଯୁଗ ଆରମ୍ଭ ହୋଇଛି।ବିଜେପି ଇତିହାସରେ ନୀତୀନ ନବୀନ ସବୁଠାରୁ କନିଷ୍ଠ ସଦସ୍ୟ ଭାବେ ଅଧ୍ୟକ୍ଷ ପଦ ଗ୍ରହଣ କରିଛନ୍ତି। ଅଧ୍ୟକ୍ଷ ପଦ ପାଇଁ ବିଜେପି ନିର୍ବାଚନ ତାରିଖ ଘୋଷଣା କରିଥିଲେ ହେଁ ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ଭରିଥିଲେ ନୀତୀନ ନବୀନ। ସେ ଏକମାତ୍ର ପ୍ରାର୍ଥୀ ରହିଥିବାରୁ ବିନା ନିର୍ବାଚନରେ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ। ନୀତୀନ ନାମାଙ୍କନ ବେଳେ ୩୭ ସେଟ୍ ସମର୍ଥନର ପତ୍ର ଦାଖଲ ହୋଇଥିଲା।

ଖୋଦ୍ ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ପ୍ରସ୍ତାବକ ରହିଥିଲେ। ଏହାବାଦ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ମଧ୍ୟ ନୀତୀନଙ୍କ ପାଇଁ ସମର୍ଥନ ପତ୍ର ବିଜେପିର ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାଖଲ କରିଥିଲେ। ଅଧ୍ୟକ୍ଷ ହେବା ପୂର୍ବରୁ ଡିସେମ୍ବର ୧୪ରେ ନୀତୀନ ନବୀନଙ୍କୁ ଦଳର କାର୍ଯ୍ୟକାରୀ ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଥିଲା। ଏବେ ସେ ବିଧିବଦ୍ଧ ଭାବେ ଅଧ୍ୟକ୍ଷ ପଦ ସମ୍ଭାଳିଛନ୍ତି। ଅଧ୍ୟକ୍ଷ ପଦ ଗ୍ରହଣ କରିବା ପୂର୍ବରୁ ନୀତୀନ ଦିଲ୍ଲୀର ବିଭିନ୍ନ ପ୍ରସିଦ୍ଧ ମନ୍ଦିର ସମେତ ଗୁରୁଦ୍ୱାର ବଙ୍ଗଲା ସାହିବ ଯାଇଥିଲେ ଏହାପରେ ସେ ବିଜେପି ମୁଖ୍ୟାଳୟରେ ପହଞ୍ଚିଥିଲେ। ତାଙ୍କୁ ସେଠାରେ ଭବ୍ୟ ସ୍ୱାଗତ କରାଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତୀନ ଗଡକରୀ ପ୍ରମୁଖ ବିଜେପି ମୁଖ୍ୟାଳୟରେ ନିତିନ ନବୀନଙ୍କୁ ସ୍ୱାଗତ କରିଥିଲେ। ୪୫ ବର୍ଷୀୟ ନୀତୀନ ନବୀନ ସବୁଠାରୁ କନିଷ୍ଠ ସଦସ୍ୟ ଭାବେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ହେବାର ରେକର୍ଡ କରିଛନ୍ତି। ସେ ହେଉଛନ୍ତି ବିଜେପି ନେତା ତଥା ପୂର୍ବତନ ବିଧାୟକ ନବୀନ କିଶୋର ପ୍ରସାଦ ସିହ୍ନାଙ୍କ ପୁଅ। ବିହାରର ବାଙ୍କିପୁର ବିଧାନସଭା ଆସନରୁ କ୍ରମାଗତ ୫ଥର ଜିତିଛନ୍ତି ନବୀନ। ଏଯାଏ ସେ କେବେ ବି ପରାଜିତ ହୋଇନାହାନ୍ତି।

ଖୋର୍ଦ୍ଧା-ବଲାଙ୍ଗୀର ନୂଆ ରେଳ ଟନେଲରେ ଫାଟ: ଟନେଲର ସ୍ଥାୟିତ୍ବକୁ ନେଇ ଉଠିଲା ପ୍ରଶ୍ନ

ଖୋର୍ଦ୍ଧା-ବଲାଙ୍ଗୀର ନୂଆ ରେଳ ଟନେଲରେ ଫାଟ । ଟନେଲର ସ୍ଥାୟିତ୍ବକୁ ନେଇ ଉଠିଲା ପ୍ରଶ୍ନ । ୭ନମ୍ବର ଟନେଲ ସରଫେସରେ ଦେଖା ଦେଇଛି ଫାଟ । ଟନେଲର ଚାରିପାଖରେ ହୋଇଛି ଫାଟ । ନୂତନ ଟନେଲରେ ଫାଟ ଦେଖା ଯିବାପରେ ଏହା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି । ଠିକା ସଂସ୍ଥାର କାର୍ଯ୍ୟକାରିତା ଓ ସ୍ଥାୟିତ୍ବକୁ ନେଇ ଉଠିଛି ପ୍ରଶ୍ନ । ଖୋର୍ଦ୍ଧା- ବଲାଙ୍ଗୀର ରେଳପଥର ୭-ନମ୍ବର ଟନେଲରେ ଦେଖା ଦେଇଛି ଏହି ଫାଟ । ଫାଟଟି କାହା ନଜରକୁ ଆସିନଥିବା ବେଳେ ହଠାତ ଆମ କ୍ୟାମେରାରେ ଦୃଶ୍ୟମାନ ହୋଇଥିଲା । ଆମେ ସଙ୍ଗେ ସଙ୍ଗେ ଟନେଲ ସୁରକ୍ଷା ଯାଞ୍ଚ ପାଇଁ ଆସିଥିବା ଇଷ୍ଟ କୋଷ୍ଟ ରେଳ ବିଭାଗ GMଙ୍କ ଦୃଷ୍ଟି ଆକର୍ଷଣ କରିଥିଲୁ । ଏହା ସରଫେସରେ ଛୋଟ କ୍ରାକ ବୋଲି କହିଥିବା ବେଳେ ରେଳ ବିଭାଗର ଯନ୍ତ୍ରୀ ମାନଙ୍କୁ ଏହାର ଯାଞ୍ଚ ପାଇଁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଛନ୍ତି ପୂର୍ବତଟ ରେଳ ବିଭାଗର ଜିଏମ ପରମେଶ୍ବର ଫଙ୍କୁଆଲ ।

ଈଶାନ କିଶନ କି ଶ୍ରେୟସ ଆୟର, ଟି-୨୦ରେ ୪ ନମ୍ବର ସ୍ଥାନରେ କିଏ ସୁଯୋଗ ପାଇବ ?

ଆସନ୍ତାକାଲି ଅର୍ଥାତ ଜାନୁଆରୀ ୨୧ ତାରିଖରୁ ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଆରମ୍ଭ ହେବ । ଏହି ଫର୍ମାଟରେ ଟିମ୍ ଇଣ୍ଡିଆର ପ୍ଲେଇଂ-୧୧ କ’ଣ ରହିବ ତାହାକୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ ଉତ୍ସକତା ଦେଖିବାକୁ ମିଳିଛି । ନାଗପୁରର ବିଦର୍ଭ କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯିବ । ଭାରତୀୟ ସମୟ ସନ୍ଧ୍ୟା ୭ଟାରୁ ମ୍ୟାଚ ଆରମ୍ଭ ହେବ । ପାଖାପାଖି ୪ ଦଶନ୍ଧି ପରେ ଭାରତକୁ ଘରୋଇ ପିଚରେ ଦିନିକିଆ ସିରିଜରେ ପରାସ୍ତ କରିବା ପରେ ଭ୍ରମଣକାରୀ ଦଳ ନ୍ୟୁଜିଲାଣ୍ଡର ମନୋବଳ ବେଶ୍ ବୃଦ୍ଧି ପାଇଛି ।

ତେବେ ଟିମ୍ ଇଣ୍ଡିଆର ଚତୁର୍ଥ ସ୍ଥାନରେ କିଏ ସୁଯୋଗ ପାଇବ ତାହାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଆଘାତ ଜନିତ ସମସ୍ୟା କାରଣରୁ ତିଲକ ବର୍ମା ଫିଟ୍ ହେବା ମୁସ୍କିଲ । ଏପରି ସ୍ଥିତିରେ ଶ୍ରେୟସ ଆୟରଙ୍କୁ ସୁଯୋଗ ମିଳିପାରେ । ତେବେ ଈଶାନ କିଶାନଙ୍କୁ ମଧ୍ୟ ସୁଯୋଗ ମିଳିପାରେ । ଯଦି ଟିମ୍ ମ୍ୟାନେଜମେଣ୍ଟ ଲେଫ୍ଟ-ରାଇଟ କମ୍ବିନେସନକୁ ଗୁରୁତ୍ବ ଦିଏ, ତେବେ ଈଶାନ କିଶନ ଜଣେ ମଜବୁତ ଦାବିଦାର । ବର୍ତ୍ତମାନ ସମୟରେ ସେ ଶାନଦାର ଫର୍ମରେ ଅଛନ୍ତି । ମାତ୍ର ଈଶାନ ପାଓ୍ବରପ୍ଲେ ବାହାରେ ଏତେ ପ୍ରଭାବୀ ନିହନ୍ତି । ତାଙ୍କୁ ୩ ନମ୍ବରରେ ଖେଳାଯାଇପାରେ ।

ଟି-୨୦କୁ ଯଶପ୍ରୀତ ବୁମ୍ରା ଓ ହାର୍ଦ୍ଦିକ ପାଣ୍ଡ୍ୟା ଫେରୁଛନ୍ତି । ଡେଥ ଓଭରରେ ବୁମ୍ରା ଜଣେ ବଡ଼ ହତିଆର ହୋଇଥିବା ବେଳେ ହାର୍ଦ୍ଦିକ ଟିମକୁ ସନ୍ତୁଳନ ଦେଇଥାନ୍ତି । ସେହିପରି ବରୁଣ ଚକ୍ରବର୍ତ୍ତୀ ନ୍ୟୁଜିଲାଣ୍ଡ ପାଇଁ ସବୁଠାରୁ ବଡ଼ ‘ଏକ୍ସ ଫ୍ୟାକ୍ଟର’ ପ୍ରମାଣିତ ହୋଇପାରନ୍ତି ।

ଟିମ୍ ଇଣ୍ଡିଆ ସ୍କ୍ବାଡ: ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ଅଭିଷେକ ଶର୍ମା, ସଞ୍ଜୁ ସାମସନ (ଓ୍ବିକେଟ କିପର), ଈଶାନ କିଶନ, ଶ୍ରେୟସ ଆୟର, ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ ଦୁବେ, କୁଲଦୀପ ଯାଦବ, ଯଶପ୍ରୀତ ବୁମ୍ରା, ବରୁଣ ଚକ୍ରବର୍ତ୍ତୀ, ରିଙ୍କୁ ସିଂହ, ଅର୍ଶଦୀପ ସିଂହ, ରବି ବିଷ୍ଣୋଈ, ହର୍ଷିତ ରାଣା ।

ଛତିଶଗଡ ଗରିଆବନ୍ଧରେ ୯ ନକ୍ସଲଙ୍କ ଆତ୍ମସମର୍ପଣ

ଭୁଶୁଡୁଛି ଲାଲ ଦୁର୍ଗ॥ ଛତିଶଗଡ ଗରିଆବନ୍ଧରେ ୯ ନକ୍ସଲଙ୍କ ଆତ୍ମ ସମର୍ପଣ। ଅସ୍ତ୍ରଶସ୍ତ୍ର ସହ ଗରିଆବନ୍ଧ ପୋଲିସ ନିକଟରେ ଆତ୍ମ ସମର୍ପଣ କରିଛନ୍ତି ନକ୍ସଲ। ଏମାନଙ୍କ ନାଁରେ ମୋଟ ୪୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା ଥିଲା। ୩ଟି AK-୪୭, ଦୁଇଟି SLR ଓ ଗୋଟିଏ ୩୦୩-କାଲିବର ରାଇଫଲ୍ ସମେତ ଛଅଟି ସ୍ୱୟଂଚାଳିତ ଅସ୍ତ୍ରଶସ୍ତ୍ର ଜବତ ହୋଇଛି । ଛତିଶଗଡ଼ର ଗରିଆବନ୍ଧ ଜିଲ୍ଲାରେ ମାଓ ବିରୋଧୀ ଅଭିଯାନରେ ଏକ ବଡ଼ ସଫଳତା ମିଳିଛି। ସିନାପାଲି ଏବଂ SDK କ୍ଷେତ୍ର କମିଟିରେ ସକ୍ରିୟ ଥିଲେ ଏହି ନଅ ଜଣ ହାର୍ଡକୋର ନକ୍ସଲ। ଆତ୍ମସମର୍ପଣ କରିଥିବା ନକ୍ସଲଙ୍କ ମଧ୍ୟରେ ଅଞ୍ଜୁ ଓରଫ କବିତା, ସୋନି ଓରଫ ବୁଦ୍ରି ଓ ଡମରୁ ଅଛନ୍ତି। ଏମାନଙ୍କ ନାଁରେ ୮ ଲକ୍ଷ ପୁରସ୍କାର ରାଶି ଥିଲା।ସମସ୍ତଙ୍କୁ ପୁନର୍ବାସ ଯୋଜନାରେ ଥଇଥାନ କରାଯିବ।

ସୁନ୍ଦରଗଡ଼ ଜିଲ୍ଲା ଜଲଦା ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବିମାନର ଅଂଶବିଶେଷ ଯିବ କାନାଡ଼ା

ସୁନ୍ଦରଗଡ଼ ଜିଲ୍ଲା ଜଲଦା ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିବାର ବିମାନର ଅଂଶବିଶେଷ ଯିବ କାନାଡ଼ା। ଏଥିପାଇଁ କାନାଡ଼ାରୁ ଆସୁଛି ସ୍ଵତନ୍ତ୍ର କଣ୍ଟେନର। ରାଉରକେଲାରେ ଏହି କଣ୍ଟେନର ପହଞ୍ଚିଵା ପରେ ଆସନ୍ତା ୨୪ ତାରିଖରେ ତାକୁ କଣ୍ଟେନରରେ କାନାଡା ନିଆଯିବ। ଗୋଟିଏ କଣ୍ଟେନରରେ ଇଞ୍ଜିନ ଓ ଆଉ ଏକ କଣ୍ଟେନରରେ ପାର୍ଟସ ନିଆଯିବ। ବର୍ତ୍ତମାନ ଇଣ୍ଡିଆ ଓ୍ଵାନ ଏୟାର ର ୪ ଜଣ ଇଞ୍ଜିନିୟର ଦୁର୍ଘଟଣା ସ୍ଥଳରେ ପହଞ୍ଚି ବିମାନ ଇଞ୍ଜିନ, ଯନ୍ତ୍ରାଂଶ ଓ ପାର୍ଟସ ଖୋଲୁଛନ୍ତି। ଗତ ୧୦ ତାରିଖରେ ଭୁବନେଶ୍ଵରରୁ ରାଉରକେଲା ଅଭିମୁଖେ ଯାଉଥିବାବେଳେ ବିମାନ VT-KSS-17-102 ଦୁର୍ଘଟଣାଗ୍ରସ୍ତ ହୋଇଥିଲା ବିମାନରେ ଦୁଇ ପାଇଲଟଙ୍କ ସମେତ ୬ ଜଣ ଯାତ୍ରୀ ଥିଲେ । ରାଉରକେଲା ପହଞ୍ଚିବାକୁ ଥିଲା ଆଉ ମାତ୍ର ୧୦ କିଲୋମିଟର ଥିବା ବେଳେ ବିମାନରେ ଯାନ୍ତ୍ରୀକ ତୃଟି ଦେଖାଦେଇଥିଲା । ପାଇଲଟ ବିମାନର ଜରୁରୀ ଅବତରଣ କରିଥିଲେ। ..ସେପଟେ ସୁସ୍ଥ ହେଲେ ପାଇଲଟ ନବୀନ କାଡ଼ଙ୍ଗା। ସେ ଜୟ ପ୍ରକାଶ ହସ୍ପିଟାଲର ଚିକିତ୍ସିତ ହେଉଥିଲେ। ଆଜି ଡିସଚାର୍ଜ ହୋଇ ହସ୍ପିଟାଲରୁ ଘରକୁ ଯିବେ।