ବାରିପଦା : ଆଦିବାସୀ ମହିଳାଙ୍କ ପ୍ରତି ମୁଖ୍ଯମନ୍ତ୍ରୀଙ୍କ ଅଶୋଭନୀୟ ଟିପ୍ପଣୀର କଡ଼ା ନିନ୍ଦା କରିଛନ୍ତି ମୟୂରଭଞ୍ଜ ଜିଲ୍ଲାର ଆଦିବାସୀ ମହିଳା । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଜଣେ ଆଦିବାସୀ ସମ୍ପ୍ରଦାୟର ହୋଇଥିବା ସତ୍ତ୍ଵେ ଆଦିବାସୀ ମହିଳାଙ୍କ ପ୍ରତି ଯେଉଁ କଳା ଗୋରା ମନ୍ତବ୍ୟ ଦେଇଛନ୍ତି ତାହା ଅତ୍ୟନ୍ତ ନିନ୍ଦନୀୟ ବୋଲି ସେମାନେ କହିଛନ୍ତି । ଆଜି ବାରିପଦା ଜିଲ୍ଲା ବିଜେଡି କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ନେତ୍ରୀ ତଥା ପୂର୍ବତନ ମନ୍ତ୍ରୀ ସରୋଜିନୀ ହେମ୍ବ୍ରମ୍ ମୁଖ୍ୟମନ୍ତ୍ରୀଙ୍କ ଏପ୍ରକାର ଉକ୍ତିର ଦୃଢ଼ ନିନ୍ଦା କରିବା ସହିତ ଆଜି ରାଜ୍ୟରେ ଆଦିବାସୀ ମହିଳାମାନେ ଅତ୍ୟାଚାରର ଶିକାର ହୋଇ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି ବୋଲି କହିଛନ୍ତି । ସେହିପରି ମୟୂରଭଞ୍ଜ ଜିଲ୍ଲାର ଅନ୍ୟତମ ବରିଷ୍ଠ ଆଦିବାସୀ ମହିଳା ନେତ୍ରୀ ତଥା ମୟୂରଭଞ୍ଜ ଜିଲ୍ଲା ପରିଷଦର ଅଧ୍ୟକ୍ଷ ଭାରତୀ ହାଁସଦା ତାଙ୍କ ପ୍ରତିକ୍ରିୟାରେ ମୁଖ୍ୟମନ୍ତ୍ରୀଙ୍କ ବୟାନକୁ ସମାଲୋଚନା କରି ବିଜେପି ଯେଉଁ ପ୍ରସଙ୍ଗ କଥା ଉଠାଇ ନିର୍ବାଚନ ଜିତିଥିଲା ତାକୁ ସେ ଭୁଲି ଗଲେଣି ବୋଲି କହିଛନ୍ତି । ଓଡିଆ ଅସ୍ମିତା ହେଉ କିମ୍ବା ପୋଲାଭରମ ପ୍ରକଳ୍ପ, ସବୁ କ୍ଷେତ୍ରରେ ସେ ନିରବ ରହିବା ଅତ୍ୟନ୍ତ ହାସ୍ୟାସ୍ପଦ କଥା । ପୂର୍ବ ସରକାର ରାଜ୍ୟରେ ଆଦିବାସୀମାନଙ୍କର କଳା ସଂସ୍କୃତି ସାହିତ୍ୟ ଏଵଂ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଗଠନ କରି ଅନେକ କଲ୍ୟାଣମୂଳକ ଯୋଜନା କାର୍ଯ୍ୟକାରୀ କରିଥିଲେ। ଆଜିର ବିଜେପି ସରକାର ତାକୁ ସମ୍ପୂର୍ଣ୍ଣ ବନ୍ଦ କରିଦେଇ ଆଦିବାସୀ ସମ୍ପ୍ରଦାୟ ପ୍ରତି ଅବହେଳା କରିଛନ୍ତି। ଅନୁରୂପ ଭାବରେ ଓଡ଼ିଆ ସଂସ୍କୃତିର ପ୍ରତୀକ ତଥା ଜଗତରନାଥ ଜଗନ୍ନାଥଙ୍କୁ ମଧ୍ୟ କଳା ଠାକୁର କୁହାଯାଇଥାଏ। ଏପରି କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ମୋହନ ମାଝି ଜଣେ ଆଦିବାସୀ ସମ୍ପ୍ରଦାୟର ହୋଇଥିବା ସତ୍ତ୍ଵେ ସେ ଆଦିବାସୀ ମହିଳାମାନଙ୍କ ରଙ୍ଗକୁ ନେଇ ଯେଉଁ ବକ୍ତବ୍ୟ ରଖିଛନ୍ତି ତାକୁ ବିଜୁ ଜନତା ଦଳ ପକ୍ଷରୁ ନିନ୍ଦା କରାଯାଇଛି ବୋଲି ସେ କହିଛନ୍ତି ।
ବିକଶିତ ଗାଁ ବିକଶିତ ଓଡ଼ିଶା ସ୍ଲୋଗାନ କାହା ପାଇଁ? : ବିଜେଡି
ଭୁବନେଶ୍ବର : ବିଭିନ୍ନ ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କୁ ବିଜେଡିର ଟାର୍ଗେଟ୍ । ଶଙ୍ଖଭବନରେ ଆୟୋଜିତ ସମ୍ବାଦିକ ସମ୍ମିଳନୀରେ ବିଜେଡି ବିଧାୟକ ଅରୁଣ ସାହୁ ରାଜ୍ୟ ସରାକରଙ୍କ ଉପରେ ବର୍ଷିଛନ୍ତି । ସେ କହିଛନ୍ତି, ବିକଶିତ ଗାଁରେ ବିକଳାଙ୍ଗ ଯୋଜନା । ବିକଶିତ ଗାଁ ବିକଶିତ ଓଡ଼ିଶା ସ୍ଲୋଗାନ କାହା ପାଇଁ? ଗ୍ରାମାଞ୍ଚଳର ବିକାଶ କରିଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତାଙ୍କ ସମୟରେ ଆରମ୍ଭ ହୋଇଥିଲା ଗାଁ ବିକାଶର ନାରା । ଗାଁରେ ପ୍ରଥମ କଂକ୍ରିଟ ରାସ୍ତା ନବୀନ କରିଥିଲେ । ଯାହା ପରବର୍ତ୍ତୀ ସମୟରେ ଭାରତ ସରକାର କରିଥିଲେ । ସେତେବେଳେ ଏହି ଧାରା ଆରମ୍ଭ ହୋଇଥିଲା । ପଂଚାୟତିରାଜ ବିଭାଗ ୭୫ ହଜାର ରାସ୍ତା କଂକ୍ରିଟ କରିଥିଲା । ମନ୍ଦିର, ରାସ୍ତା, ସ୍କୁଲର ବିକାଶ ଆମ ଓଡ଼ିଶା ନବୀନ ଓଡ଼ିଶାରେ କରାଯାଇଥିଲା । ଏଥିପାଇଁ ଭାରତ ସରକାର ଓଡ଼ିଶା ସରକାରଙ୍କୁ ଅନେକ ବାର ପ୍ରଶଂସା କରିଛନ୍ତି । ୨୦୨୩-୨୪ ରେ ୬୮୦୦ ପଂଚାୟତକୁ ୫୦ ଲକ୍ଷ ଅନୁଦାନ ଦିଆଯାଇଥିଲା । ମୋଟ ସାଢେ ତିନି ହଜାର କୋଟି ଦିଆଯାଇଥିଲା । ଏବେ ସରକାର ବାର୍ଷିକ ହଜାର କୋଟି ଦେବେ । ଅର୍ଥାତ ୧୪ ଲକ୍ଷ ୮୦ ହଜାର ପ୍ରତି ଗାଁକୁ ଦେବେ । ଓଡ଼ିଶାରେ ୫୦ ହଜାର ରାଜସ୍ୱ ଗାଁ ଅଛି । ୱାର୍ଡ ପିଛା ଲକ୍ଷେ ବି ପଡୁନି । ଏମିତିରେ ପ୍ରତି ପଂଚାୟତକୁ ମାତ୍ର ତିନିରୁ ଚାରି ପ୍ରକଳ୍ପ ଯିବ । ସବୁ ଗାଁର ବି ଏଥିରେ ଭାଗ ପଡିବ ନାହିଁ । ଆମ ଓଡ଼ିଶା ନବୀନ ଓଡ଼ିଶା ନାଁ ବଦଳାଇ ୧୫ ଲକ୍ଷରେ ସୀମିତି ରଖିଲେ । କାରଣ ଡବଲ ଇଂଜିନ ସରକାରର ଡବଲ ଦୋମୁହାଁ କଥା ପ୍ରମାଣିତ ହେଲା । ଏକ ତୃତୀୟାଂଶ ଭାଗ ବି ପଡିଲା ନାହିଁ । ବିକଶିତ ଗାଁରେ ଏବେ ବିକଳାଙ୍ଗ ଯୋଜନା କଲେ । ନୂଆ ଯୋଜନା ସବୁକୁ ପୋଲିଓ ରୋଗ ହେଲାଣି । ଓଡ଼ିଶାର ଜନସଂଖ୍ୟାର ୮୦ ଭାଗ ଗାଁରେ ରୁହନ୍ତି । ସାଢେ ତିନି କୋଟି ଲୋକ ଗାଁରେ ରୁହନ୍ତି । ୨.୬୫ କୋଟି ବଜେଟରୁ ଗାଁ ବିକାଶ ପାଇଁ ମାତ୍ର ହଜାରେ କୋଟି ଦେଲେ ତାକୁ ପୋଲିଓ ନୁହେଁ ତ ଆଉ କଣ କହିବା । ଛଡ଼, ବାଲି, ସିମେଣ୍ଟ, ମଜୁରୀ ମହଙ୍ଗା ହେଲାଣି । ଏତିକି ଟଙ୍କାରେ କେମିତି କାମ ହେବ । ମନରେଗାରେ ଅର୍ଥ ବଢ଼ିଲା ନାହିଁ । ଏହା ଏବେ ଠପ । ଆମ ଓଡ଼ିଶା ନବୀନ ଓଡ଼ିଶା କାମ ଠପ । ପୂର୍ବ ସରକାର ଲୋକଙ୍କ ପାଇଁ କାମ କରୁଥିଲେ । ନବୀନ ସରକାର ଯାହା କରିଥିଲେ ତାହାର ରକ୍ଷଣାବେକ୍ଷଣା ବି କରୁନାହାନ୍ତି ସରକାର । ଗତ ଆଠ ମାସର ବିକାଶର ଚିତ୍ର ହେଉଛି ମଣ୍ଡିପଙ୍କାରେ ଅନାହାର ମୃତ୍ୟୁ, ଚିକିଟି ମଦ ମୃତ୍ୟୁ, ଅଦିନିଆ ବର୍ଷା ଯୋଗୁଁ କ୍ଷତିରୁ ୧୨ରୁ ଅଧିକ ମଲେ, କଣାସରେ ହଇଜାରେ ପାଞ୍ଚ ମଲେ । ଡବଲ ଇଂଜିନ ଡବଲ କଟନୀ ଛଟନି । ଆଇନ ଶୃଙ୍ଖଳା କଥା ନ କହିଲେ ଭଲ । ଭୁବନେଶ୍ୱରର ସବୁ ଘରେ କଳା କନା ବୁଲୁଛି । ହତ୍ୟା ଓ ଡକାୟତି ହେଉଛି । ଏ ହେଉଛି ବିକଶିତ ଓଡ଼ିଶାର ଚିତ୍ର । ସରକାରଙ୍କୁ ଆହ୍ୱାନ ଦେଇ ଯଦି ବିକଶିତ ଇଂଜିନ କଥା କହୁଛ ତେବେ ନବୀନ ଦେଉଥିବା ଅର୍ଥକୁ ଦ୍ବିଗୁଣିତ କର ବୋଲି ଅରୁଣ କହିଛନ୍ତି । ଆଇନଶୃଙ୍ଖଳା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିଜେଡି । ପୂର୍ବ ସରକାରଙ୍କ ଭଲକାମରୁ ରାଜ୍ୟ ସରକାର ଶିକ୍ଷାଲାଭ କରନ୍ତୁ ବୋଲି କହିଛନ୍ତି ଅରୁଣ ସାହୁ ।
ଦେଶରେ ଆମିଷ ନିଷେଧ କରିବା ପାଇଁ ଶତୃଘ୍ନଙ୍କ ଦାବି
ନୂଆଦିଲ୍ଲୀ : ଟିଏମସି ସାଂସଦ ସତୃଘ୍ନ ସିହ୍ନାଙ୍କ ବକ୍ତବ୍ୟ ସମସ୍ତଙ୍କୁ ଚକିତ କରିଛି । ସେ କହିଛନ୍ତି ଦେଶରେ ସମାନ ନାଗରିକ ସଂହିତା ଲାଗୁ ହେବା ଉଚିତ । କିନ୍ତୁ ଏହା ପୂର୍ବରୁ ଏହା ଉପରେ ଆଲୋଚନା ହେବା ଆବଶ୍ୟକ । ଗୋମାଂସ ନିଷେଧ ସହ ଆମିଷ ନିଷେଧକୁ ସେ ସମର୍ଥନ କରିଛନ୍ତି । ଉତ୍ତରାଖଣ୍ଡରେ ଲାଗୁ ହୋଇଥିବା ସମାନ ନାଗରିକ ସଂହିତାକୁ ପ୍ରଶଂସା କରିଛନ୍ତି । ଶତ୍ରୁଘ୍ନ ସିହ୍ନାଙ୍କ ଏହି ବକ୍ତବ୍ୟ ଏପରି ଏକ ସମୟରେ ଆସିଛି, ଯେତେବେଳେ ଗୁଜରାଟରେ ମଧ୍ୟ ସମାନ ନାଗରିକ ସଂହିତା ଲାଗୁ କରିବାର ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ଗୁଜରାଟରେ ୟୁସିସି ପ୍ରସ୍ତୁତ କରିବା ପାଇଁ ଏକ କମିଟି ଗଠନ କରାଯାଇଛି। ଏହାର ନେତୃତ୍ୱ ଅବସରପ୍ରାପ୍ତ ସୁପ୍ରିମକୋର୍ଟ ବିଚାରପତି ରଞ୍ଜନା ଦେଶାଇ ନେବେ। ରଞ୍ଜନା ଦେଶାଇ ଉତ୍ତରାଖଣ୍ଡରେ କାର୍ଯ୍ୟକାରୀ ହୋଇଥିବା ୟୁସିସିର ଡ୍ରାଫ୍ଟ ପ୍ରସ୍ତୁତ କରିଛନ୍ତି।
ସଂସଦ ବାହାରେ ଗଣମାଧ୍ୟମ ସହିତ ଆଲୋଚନା ସମୟରେ ଟିଏମସି ସାଂସଦ ଶତ୍ରୁଘ୍ନ ସିହ୍ନା କହିଛନ୍ତି, ଉତ୍ତରାଖଣ୍ଡରେ ଯାହା ଘଟିଛି, ପ୍ରଥମ ଦୃଷ୍ଟିକୋଣରୁ, ଆମେ ସମସ୍ତେ କହୁଛୁ ତାହା ପ୍ରଶଂସନୀୟ । ସମାନ ନାଗରିକ ସଂହିତା ରହିବା ଉଚିତ, ଏହା ଯେକୌଣସି ଦେଶରେ ରହିବା ଉଚିତ ଏବଂ ସମସ୍ତ ଦେଶବାସୀ ଏହାକୁ ଗ୍ରହଣ କରିବେ। ସେ ଆହୁରି ମଧ୍ୟ କହିଛନ୍ତି, ୟୁସିସିରେ ଅନେକ ଜଟିଳତା ରହିଛି ଯାହାକୁ ସମାଧାନ କରିବାକୁ ପଡିବ। ସେ କହିଥିଲେ ଯେ ୟୁସିସିରେ ଅନେକ ଲୋକ ଏବଂ ସମାଜର ଅନେକ ବର୍ଗର ଯତ୍ନ ନେବା ଗୁରୁତ୍ୱପୂର୍ଣ୍ଣ। ଏହା ଦେଖାଯିବା ଉଚିତ୍ ନୁହେଁ ଯେ ଆପଣ ଏହାକୁ ଭୋଟ୍ ପାଇଁ କିମ୍ବା ନିର୍ବାଚନ ପାଇଁ କାର୍ଯ୍ୟକାରୀ କରୁଛନ୍ତି।
ଗୋମାଂସ ନିଷେଧ ପ୍ରସଙ୍ଗ ଉଠାଇ ଶତ୍ରୁଘ୍ନ ସିହ୍ନା କହିଛନ୍ତି, ଏହାକୁ ଅନେକ ସ୍ଥାନରେ ନିଷେଧ କରାଯାଇଛି ଏବଂ ଏହା ଠିକ୍। ସେ କହିଥିଲେ, ଯଦି ଆପଣ ମତେ ପଚାରନ୍ତି, ଗୋମାଂସ ନିଷେଧ ଠିକ୍ । ପୁରା ଦେଶରେ ଗୋମାଂସ କାହିଁକି, ଆମିଷ ନିଷେଧ ହେବା ଉଚିତ୍ । ଏହା ମୋର ମତ । କେନ୍ଦ୍ର ପ୍ରତି ଅସନ୍ତୋଷ ପ୍ରକାଶ କରି ସେ କହିଛନ୍ତି ଯେ ଆପଣ ଅନେକ ସ୍ଥାନରେ ଗୋମାଂସକୁ ନିଷିଦ୍ଧ କରିଛନ୍ତି ଏବଂ ଅନେକ ସ୍ଥାନରେ ଏହାକୁ ନିଷିଦ୍ଧ କରିନାହାଁନ୍ତି। ଉତ୍ତର-ପୂର୍ବରେ କ’ଣ ଅଛି? ସେ କହିଛନ୍ତି ଯେ ଗୋମାଂସ ସମ୍ପର୍କରେ ଉତ୍ତର ଭାରତରେ ‘ମମି’ ଏବଂ ଉତ୍ତର-ପୂର୍ବରେ ‘ୟୁମି’ ନୀତି କାମ କରିବ ନାହିଁ।
ସମାନ ନାଗରିକ ସଂହିତା ବିଷୟରେ କହିବା ସମୟରେ ଶତ୍ରୁଘ୍ନ ସିହ୍ନା କହିଥିଲେ ଯେ ୟୁସିସିରେ ଅନେକ ଜଟିଳତା ରହିଛି। ଏହା ଉପରେ ଆଲୋଚନା କରିବା ପାଇଁ ଏକ ସର୍ବଦଳୀୟ ବୈଠକ ହେବା ଉଚିତ। ସମସ୍ତଙ୍କ ମତାମତ ନିଆଯିବା ଉଚିତ। ଏବଂ ଏହାକୁ ନିର୍ବାଚନ କିମ୍ବା ଭୋଟ ଦୃଷ୍ଟିକୋଣରୁ ଦେଖାଯିବା ଉଚିତ୍ ନୁହେଁ। ଏହା ସତର୍କତା ଏବଂ ବୁଝାମଣାର ସହିତ କରାଯିବା ଉଚିତ। ଶତୃଘ୍ନ କହିଛନ୍ତି, ଯଦି ଏହାକୁ ଆଲୋଚନା ପରେ ସତର୍କତାର ସହ କାର୍ଯ୍ୟକାରୀ କରାଯାଏ, ତେବେ ଏହାର ସକାରାତ୍ମକ ଫଳାଫଳ ମିଳିବ।
ଶତ୍ରୁଘ୍ନ ସିହ୍ନା ପୂର୍ବରୁ ବିଜେପି ନେତା ଥିଲେ। କିନ୍ତୁ ବିଜେପି ନେତୃତ୍ୱଠାରୁ ବହୁତ ଦୂରତା ପରେ, ସେ ଏପ୍ରିଲ ୨୦୧୯ରେ କଂଗ୍ରେସ ଦଳରେ ଯୋଗ ଦେଇଥିଲେ। ପରେ ମାର୍ଚ୍ଚ ୨୦୨୨ରେ ସେ ତୃଣମୂଳ କଂଗ୍ରେସରେ ଯୋଗ ଦେଇଥିଲେ। ସେ ଏପ୍ରିଲ ୨୦୨୨ରେ ଆସାନସୋଲ ଲୋକସଭା ଆସନ ପାଇଁ ହୋଇଥିବା ଉପନିର୍ବାଚନରେ ବିଜେପିକୁ ପରାସ୍ତ କରିଥିଲେ। ତା’ପରେ ୨୦୨୪ ଲୋକସଭା ନିର୍ବାଚନରେ, ସେ ଟିଏମସି ଟିକେଟରେ ଆସାନସୋଲ ଆସନରୁ ଜିତିଥିଲେ।
୪.୬ ମିଲିୟନ ଭ୍ୟୁଜ୍ ସହ OTTରେ ମୋଷ୍ଟ ଓ୍ବାଚଡ ହେଲା ଏହି ଶୋ: ପଛରେ ପଡିଲା ’ପାତାଲ ଲୋକ ୨’ ପରି ଓ୍ବେବ ସିରିଜ୍
ଆଜିକାଲିର ସୋସିଆଲ ମିଡ଼ିଆ ଜମାନାରେ ବିଭିନ୍ନ ଫିଲ୍ମ, ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମର ରେକର୍ଡ ବେଶିଦିନ ରହିନଥାଏ । ଆଜି ଯଦି କୌଣସି ଫିଲ୍ମ କି ଓ୍ବେବ ସିରିଜ ନୂଆ ରେକର୍ଡ କରୁଛି, ତେବେ କିଛି ଦିନ ପରେ ତା’ର ସ୍ଥାନ ନେଉଛି ଆଉ ଏକ ଫିଲ୍ମ । ଅନୁରୂପ ସ୍ଥିତି ଦେଖିବାକୁ ମିଳିଛି ’ପାତାଲ ଲୋକ ୨’ ଓ୍ବେବ ସିରିଜ୍ ସହ । ’ପାତାଲ ଲୋକ ୨’ ଏବେ ପଛରେ ପଡ଼ିଯାଇଛି, ଆଉ ତା’ର ସ୍ଥାନ ନେଇଛି ଅନ୍ୟ ଏକ ଶୋ । ୫ ବର୍ଷର ଦୀର୍ଘ ପ୍ରତୀକ୍ଷା ପରେ ’ପାତାଲ ଲୋକ ୨’ ରିଲିଜ୍ ହୋଇଥିଲା । ଆକ୍ସନ-ସସପେନ୍ସରେ ଭରପୂର ଥିବା ଏହି ସିରିଜ ଗତ ସପ୍ତାହରେ ସବୁଠାରୁ ଅଧିକ ଦେଖାଯାଇଥିବା ସିରିଜ୍ ଥିଲା । ରିଲିଜ୍ ହେବା ପରେ ’ପାତାଲ ଲୋକ ୨’ର ୭.୨ ମିଲିୟନ ଭ୍ୟୁଜ୍ ଥିଲା । ସେହି କାରଣରୁ ତାହା ଓଟିଟିରେ ନମ୍ବର-୧ ସ୍ଥାନ ହାସଲ କରିଥିଲା । ମାତ୍ର ଚଳିତ ସପ୍ତାହରେ ଏକ ରିୟଲିଟୀ ଶୋ ଜୟଦୀପ ଅହଲାବତଙ୍କ ‘ପାତାଲ ଲୋକ ୨’କୁ ପଛରେ ପକାଇ ଦେଇଛି ।
୨୦୨୦ରେ ଆସିଥିବା ଓ୍ବେବ ସିରିଜ ’ପାତାଲ ଲୋକ’କୁ ଦର୍ଶକ ବହୁତ ପସନ୍ଦ କରିଥିଲେ । ଏହି ସିରିଜରେ ଜୟଦୀପ ଅହଲାବତ ଓ ଅଭିଷେକ ବନର୍ଜୀଙ୍କ ସମେତ ଅନେକ ଅଭିନେତାଙ୍କୁ ପରିଚୟ ମିଳିଥିଲା । ୫ ବର୍ଷର ଦୀର୍ଘ ପ୍ରତୀକ୍ଷା ପରେ ଚଳିତ ବର୍ଷ ଜାନୁଆରୀ ୧୭ରେ ’ପାତାଲ ଲୋକ’ର ଦ୍ବିତୀୟ ସିଜିନ ରିଲିଜ ହୋଇଥିଲା । ତାହା ଓଟିଟିରେ ତହଲକା ମଚାଇଥିଲା । ଏହି ସିରିଜ ଓଟିଟିରେ ସବୁଠାରୁ ଅଧିକ ଦେଖାଯାଇଥିବା ସିରିଜ୍ ହୋଇଥିଲା । ଏକ ରିପୋର୍ଟ ମୁତାବକ, ଜାନୁଆରୀ ୨୦ ରୁ ୨୬ ତାରିଖ ମଧ୍ୟରେ ’ପାତାଲ ଲୋକ ୨, ୭.୨ ମିଲିୟନ ଭ୍ୟୁଜ ସହ ଓଟିଟିରେ ସବୁଠାରୁ ଅଧିକ ଦେଖାଯାଇଥିବା ସିରିଜ୍ ଥିଲା । ମାତ୍ର ଏବେ ଏକ ରିୟଲିଟୀ ଶୋର ଚତୁର୍ଥ ସଂସ୍କରଣ ’ପାତାଲ ଲୋକ ୨’କୁ ପଛରେ ପକାଇ ଦେଇଛି ।
ଜାନୁଆରୀ ୨୭ରୁ ଫେବୃଆରୀ ୨ ମଧ୍ୟରେ ’ପାତାଲ ଲୋକ ୨’ ଦ୍ବିତୀୟ ସ୍ଥାନକୁ ଖସିଯାଇଛି । ଆକ୍ସନ-ଡ୍ରାମା ଓ ସସପେନ୍ସରେ ଭରପୂର ଏହି ସିରିଜକୁ ଟକ୍କର ଦେଇଥିବା ଶୋ ଅନ୍ୟ କୌଣସି ସିରିଜ୍ ନୁହେଁ, ଏକ ରିୟଲିଟୀ ଶୋ ଅଟେ । ସୋନୀ ଟିଭିର ରିୟଲିଟୀ ଶୋ ଶାର୍କ ଟ୍ୟାଙ୍କ ଇଣ୍ଡିଆର ସିଜିନ ୪ ’ପାତାଲ ଲୋକ ୨’ ଠାରୁ ଆଗକୁ ଟପିଯାଇଛି । ଚଳିତ ସପ୍ତାହରେ ଏହି ଶୋ’କୁ ୪.୬ ମିଲିୟନ ଭ୍ୟୁଜ ମିଳିଛି । ଏହା ୪.୬ ମିଲିୟନ ଭ୍ୟୁଜ ସହ ୧ ନମ୍ବର ପୋଜିସନ ହାସଲ କରିଛି । ଚଳିତ ସପ୍ତାହରେ ପାତାଲ ଲୋକ ୨କୁ ମାତ୍ର ୩.୨ ମିଲିୟନ ଭ୍ୟୁଜ ମିଳିଥିବା ରିପୋର୍ଟରେ କୁହାଯାଇଛି ।
ସୋନୀ ଲାଇଭର ପପୁଲାର ବିଜିନେସ ବେସଡ ରିୟଲିଟୀ ଶୋ’ର ଏହି ସିଜିନରେ ଶାର୍କ ହେଉଛନ୍ତି- ବୋଟର କୋ-ଫାଉଣ୍ଡର ଓ ସିଇଓ ଅମନ ଗୁପ୍ତା, ଏମକ୍ୟୋର ଫାର୍ମାସ୍ୟୁଟିକାଲ୍ସର ମ୍ୟାନେଜିଂ ଡାଇରେକ୍ଟର ନମିତା ଥାପର, ଲାନ୍ସକାର୍ଟର କୋ-ଫାଉଣ୍ଡର ଓ ସିଇଓ ପିୟୂଷ ବଂସଲ, ଶୁଗର କସମେଟିକ୍ସର କୋ-ଫାଉଣ୍ଡର ଓ ସିଇଓ ବିନୀତା ସିଂହ, ଶାଦୀ ଡଟ କମର କୋ-ଫାଉଣ୍ଡର ଅନୁପମ ମିତ୍ତଲ, ଇନଶର୍ଟସର କୋ-ଫାଉଣ୍ଡର ଅଜହର ଇକବାଲ, ଓୟୋ ରୁମର ଫାଉଣ୍ଡର ରିତେଶ ଅଗ୍ରଓ୍ବାଲ, Acko ଜେନେରାଲ ଇନସ୍ୟୁରାନ୍ସର ସିଇଓ ବରୁଣ ଦୁଆ । ଏହି ସିଜିନରେ ଅନେକ ନୂଆ ଶାର୍କସଙ୍କ ଏଣ୍ଟ୍ରି ହୋଇଛି । ଓଟିଟିରେ କିଛି ସପ୍ତାହ ଧରି ତହସଲା ମଚାଇଥିବା ସିରିଜ ’ପାତାଲ ଲୋକ ୨’ରେ ତିଲୋତ୍ତମା ଶୋମଙ୍କ ସମେତ ଅନେକ ନୂଆ ଚରିତ୍ର ଏଣ୍ଟ୍ରି କରିଛନ୍ତି । ସିରିଜର ଅଧିକାଂଶ ଶୁଟିଂ ନାଗାଲାଣ୍ଡରେ ହୋଇଛି । ସେଥିରେ ମେକର୍ସ ପରଦାରେ ନୂଆ ପ୍ରକାରର କାହାଣୀ ଉପସ୍ଥାପନ କରିଥିଲେ । ପାତାଲ ଲୋକ ୨ର ଦମଦାର କାହାଣୀ ଓ ଜବରଦସ୍ତ ଆକ୍ସନକୁ ଦର୍ଶକ ପ୍ରଥମ ସିରିଜ ଠାରୁ ମଧ୍ୟ ଅଧିକ ପସନ୍ଦ କରିଥିଲେ ।
ଭାଷଣ ଦେବା ହୃତଘାତରେ ପ୍ରଫେସରଙ୍କ ମୃତ୍ୟୁ
କାନପୁର : ଉତ୍ତର ପ୍ରଦେଶର କାନପୁରରେ ଜଣେ ପ୍ରଫେସରଙ୍କ ମୃତ୍ୟୁ ହୋଇଛି । ଆଇଆଇଟି କାନପୁର ଓ ସିଏସଜେଏମ ବିଶ୍ବବିଦ୍ୟାଳୟ ଦ୍ବାରା ଆୟୋଜିତ ଏକ ଜାତୀୟ ସମ୍ମିଳନୀରେ ଯୋଗ ଦେବାକୁ ଆସିଥିଲେ । ଏହି ସମୟରେ ତାଙ୍କର ସ୍ବାସ୍ଥ୍ୟ ବିଗିଡି ଯାଇଥିଲା । ସେଠାରେ ଉପସ୍ଥିତ ଥିବା ଡାକ୍ତର ତାଙ୍କ ସିପିଆର ଦେବାକୁ ଚେଷ୍ଟା କରିଥିଲେ । କିନ୍ତୁ ତାଙ୍କୁ ବଞ୍ଚାଇ ପାରିନଥିଲେ । ସେଠାରେ ପ୍ରଫେସରଙ୍କ ମୃତ୍ୟୁ ହୋଇଥିଲା ।
ଅମରକଣ୍ଟକର ଇନ୍ଦିରାଗାନ୍ଧି ଜାତୀୟ ଜନଜାତି ବିଶ୍ବ ବିଦ୍ୟାଳୟର ପ୍ରଫେସର ବି.ଏନ. ମିଶ୍ରଙ୍କ ମୃତ୍ୟୁ ଘଟିଥିଲା । ସେ ଫେବୃଆରୀ ୨ ତାରିଖରେ ଆଇଆଇଟି କାନପୁର ଓ ସିଏସଜେଏମ ବିଶ୍ବବିଦ୍ୟାଳୟ ଦ୍ବାରା ଆୟୋଜିତ ଏକ ଜାତୀୟ ସମ୍ମିଳନୀରେ ଯୋଗ ଦେବାକୁ ଆସିଥିଲେ । ସମ୍ମିଳନୀର ଶେଷ ଅଧିବେଶନରେ ପ୍ରଫେସର ମିଶ୍ର ଭାଷଣ ଦେଉଥିବା ବେଳେ ତାଙ୍କ ସ୍ବାସ୍ଥ୍ୟ ବିଗିଡିଥିଲା । ସେଠାରେ ଉପସ୍ଥଇତ ଥିବା ଡାକ୍ତରମାନେ ତାଙ୍କୁ ସିପିଆର ଦେଇଥିଲେ । ତା‘ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାର ତାଙ୍କର ମୃତ୍ୟୁ ଘଟିଛି ।
ସମ୍ମିଳନୀର ସମାପନୀ ଉତ୍ସବ ଚାଲିଥିବା ସମୟରେ ଏହି ଘଟଣା ଘଟିଥିଲା । ପ୍ରଫେସର ବି.ଏନ. ମିଶ୍ର ଆଗ ଧାଡିରେ ବସିଥିଲେ । ତାଙ୍କ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କ ପାଖରେ ବସିଥିବା ମହିଳା ପାଟି କରି ସମସ୍ତଙ୍କୁ ଜଣାଇଥିଲେ । ତାଙ୍କୁ ସିଆରପି ଦେବା ପାଇଁ ଚେଷ୍ଟା କରାଯାଇଥିଲା । ଉପ କୂଳପତି ବିନୟ କୁମାର ପାଠକ ତାଙ୍କୁ ଆମ୍ବୁଲାନ୍ସ ଯୋଗେ କାର୍ଡିଓଲୋଜିକୁ ପଠାଇଥିଲୋ । ସେଠାରେ ଡାକ୍ତରମାନେ ପରୀକ୍ଷା କରିବା ପରେ ମୃତ ଘୋଷଣା କରିଥିଲେ । ଏହି ଖବର ପ୍ରସାରଣ ହେବା ପରେ ବିଶ୍ବବିଦ୍ୟାଳୟରେ ଶୋକରଛାୟା ଖେଳିଯାଇଥିଲା ।
ଗ୍ୟାସ ନିଆଁରେ ପୋଡ଼ି ହୋଇ ବେଙ୍ଗାଲୁରୁରେ ୫ ଓଡ଼ିଆ ଶ୍ରମିକ ଗୁରୁତର
ଦିଗପହଣ୍ଡି : ଗ୍ୟାସ ନିଆଁରେ ପୋଡ଼ି ହୋଇ ବେଙ୍ଗାଲୁରୁରେ ଚିକିଟିର ୫ଜଣ ଶ୍ରମିକ ଗୁରୁତର । ରୋଷେଇ କରିବା ପାଇଁ ଗ୍ୟାସ ଷ୍ଟୋଭରେ ଅଗ୍ନି ସଂଯୋଗ ବେଳେ ହଟାତ ନିଆଁ ଲାଗିଯାଇଥିଲା l ଚାହୁଁ ଚାହୁଁ ନିଆଁ ସାରା ରୁମରେ ବ୍ୟାପିଯାଇଥିଲା l ନିଆଁ ଭୟରେ ୫ଜଣ ଶ୍ରମିକ ରୁମରୁ ବାହାରିବାକୁ ଉଦ୍ୟମ କରିଥିଲେ ମଧ୍ୟ ପୋଡ଼ିହୋଇ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ମେଡିକାଲ ଭର୍ତ୍ତି କରିଛନ୍ତି । ଗୁରୁତର ଶ୍ରମିକମାନେ ହେଲେ ସନ୍ତୋଷ ବେହେରା, ପବିତ୍ର ସେଠୀ, ରୁନା ସାହୁ, ବିପିନ ସେଠୀ ଓ ସାରଥୀ ସେଠୀ । ସମସ୍ତ ଗୁରୁତର ଶ୍ରମିକ ବ୍ରହ୍ମପୁର ପୋଲିସ ଜିଲ୍ଲା କେ. ନୂଆଗାଁ ଥାନା ଜେନାପୁର ଗାଁର ବୋଲି ଜଣାପଡ଼ିଛି । କାମଧନ୍ଦା ପାଇଁ ସେମାନେ ଗତମାସରେ ବେଙ୍ଗଇଲୁ ଯାଇଥିଲେ । ସେଠାରେ ସେମାନେ ଏକ ସ୍ପେୟାର ପାର୍ଟ୍ସ କମ୍ପାନୀରେ କାମ କରୁଥିଲେ । ଖବର ପାଇ ପରିବାରଲୋକେ ଦୁଋଖରେ ଭାଙ୍ଗି ପଡିଛନ୍ତି । ଗୁରୁତର ମାନଙ୍କ ଚିକିତ୍ସା ସୁବିଧା କରିବା ସହିତ ଘରକୁ ଫେରାଇ ଆଣିବାକୁ ପ୍ରଶାସନ ଦୃଷ୍ଟି ଦେବାକୁ ଦାବି କରିଛନ୍ତି ।
ଗାଜାକୁ ହାତକୁ ନେବା ଲାଗି ଘୋଷଣା କଲେ ରାଷ୍ଟ୍ରପତି ଟ୍ରମ୍ପ
ନୂଆଦିଲ୍ଲୀ : ମଧ୍ୟପ୍ରାଚ୍ୟରେ ଆମେରିକା ତୁଲାଇପାରେ ବଡ଼ ଭୂମିକା। ଗାଜାଷ୍ଟ୍ରିପକୁ ଆମେରିକା ହାତକୁ ନେବ ବୋଲି ସୂଚନା ଦେଇଛନ୍ତି ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ। ଧ୍ବସ୍ତବିଧ୍ବସ୍ତ ଗାଜାକୁ ନିୟନ୍ତ୍ରଣ ନେବା ପରେ ଏହାର ବିକାଶ କରାଯିବ ବୋଲି କହିଛନ୍ତି ଟ୍ରମ୍ପ। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ଯାହୁଙ୍କ ସହ ମିଳିତ ସାମ୍ବାଦିକ ସମ୍ମିଳନୀ ପରେ ଏହି ସୂଚନା ଦେଇଛନ୍ତି ଟ୍ରମ୍ପ। ଟ୍ରମ୍ପଙ୍କ ଏହି ଘୋଷଣାକୁ ପ୍ରଶଂସା କରିଛନ୍ତି ନେତନ୍ଯାହୁ। ସେ କହିଛନ୍ତି- ଟ୍ରମ୍ପଙ୍କ ଏହି ଘୋଷଣା ଇତିହାସକୁ ବଦଳାଇବ। ଟ୍ରମ୍ପଙ୍କ ଏହି ଘୋଷଣା ପରେ ଗାଜାକୁ ନେଇ ଜାରି ରହିଥିବା କଳ୍ପନାଜଳ୍ପନା ନୂଆମୋଡ ନେଇଛି। ବିଭିନ୍ନ ରାଷ୍ଟ୍ରଙ୍କ ଗାଜା ନୀତି ମଧ୍ଯ ପ୍ରଭାବିତ ହୋଇଛି। ଗତ ୨୦୨୩ ଅକ୍ଟୋବରରେ ଇସ୍ରାଏଲ ଉପରେ ହମାସର ଆକ୍ରମଣ ପରଠାରୁ ସାରା ମଧ୍ଯପ୍ରାଚ୍ଯରେ ଅଶାନ୍ତି ଜାରି ରହିଛି। ୪୭ ହଜାର ଲୋକଙ୍କ ମୃତ୍ଯୁ ଘଟିଥିବାବେଳେ ୧୦ ଲକ୍ଷରୁ ଅଧିକ ଲୋକ ବାସଚ୍ଯୁତ ହେଲେଣି।
ବାରବାଟୀରେ ଟିକେଟ ପାଇଁ ଠେଲାପେଲା, ଯୁବକ ଅଚେତ
କଟକ : ବାରବାଟୀ ଦିନିକିଆ ପାଇଁ ଟିକେଟ ବିକ୍ରୀ ନାଁରେ ଫାର୍ସ। କଳାବଜାରୀ ଟିକେଟ ହାତେଇବା ଆଶଙ୍କା। ଟିକେଟ ପାଇବା ପାଇଁ ହୋଇଛି ଠେଲାପେଲା। ଭିଡ ନିୟନ୍ତ୍ରଣ କରିବାରେ ବିଫଳ ପୋଲିସ। ଶହ ଶହ ଟିକେଟ ଆଶାୟୀ ହୋଇଛନ୍ତି ନୟାନ୍ତ। ପ୍ରବଳ ଠେଲାପେଲାରୁ କିଛି ବ୍ଯକ୍ତି ଅସୁସ୍ଥ ହୋଇଥିବା ସୂଚନା ମିଳିଛି। ଲାଇନରେ ହଜାର ହଜାର ଲୋକ ଠିଆ ହୋଇଛନ୍ତି ହେଲେ ପ୍ରକୃତ କ୍ରିକେଟପ୍ରେମୀ ଟିକେଟ ପାଇବା ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ। ପୋଲିସ ସହାୟତାରେ ଟିକେଟ ହେରଫେର ଆଶଙ୍କା ବି ସୃଷ୍ଟି ହୋଇଛି। ରାତି ୯ଟାରୁ ଲାଇନରେ ଠିଆ ହୋଇଥିବା ମହିଳାଙ୍କୁ ନେଇ ପ୍ରଶ୍ନ ଉଠିଛି। ଅଧିକାଂଶ ମହିଳା ଜାଣୁନାହାନ୍ତି କାହା ସହ କାହାର ମ୍ୟାଚ ରହିଛି। ତଥାପି ଲାଇନରେ ଠିଆ ହୋଇଛନ୍ତି। ସେମାନଙ୍କ ମଧ୍ଯରୁ କେତେଜଣ ପ୍ରକୃତ କ୍ରିକେଟପ୍ରେମୀ ବା ଖେଳ ଦେଖିବାକୁ ଆଗ୍ରହୀ ତାହାକୁ ନେଇ ପ୍ରଶ୍ନ ଉଠିଛି। ଠିଆ ହୋଇଥିବା ମହିଳା ଯଦି ଟିକେଟ ପାଆନ୍ତି ତେବେ ସବୁ ଟିକେଟ ସରିବା ଆଶଙ୍କା ସୃଷ୍ଟି ହୋଇଛି। ଯୋଜନବଦ୍ଧ ଭାବେ ଟିକେଟ ହାତେଇବା ଲାଗି ଉଦ୍ୟମ ହୋଇଥିବା ଅଭିଯୋଗ ଉଠୁଛି। ଆସନ୍ତା ୯ ତାରିଖରେ ହେବ ମ୍ୟାଚ। ପିଚ୍ କୁ ସୁରକ୍ଷା ବଳୟକୁ ନେଇଛି କମିଶନରେଟ୍ ପୋଲିସ୍ । ୨୪ ଘଣ୍ଟିଆ ସୁରକ୍ଷାରେ ରହିଛନ୍ତି ବନ୍ଧୁକଧାରୀ ପୋଲିସ୍ ।
‘ଫ୍ରି ଫାୟାର’ ଖେଳରୁ ବନ୍ଧୁତା ପରେ ରାତାରାତି ଘର ଛାଡି ପଳାଇଲେ ଦୁଇ ନାବାଳିକା
ନୂଆଦିଲ୍ଲୀ : ଉତ୍ତରାଖଣ୍ଡରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଅନଲାଇନ୍ ଗେମ୍ ଖେଳିବା ସମୟରେ ଦୁଇଜଣ ନାବାଳିକା ନିଜ ବନ୍ଧୁଙ୍କୁ ଭେଟିବା ପାଇଁ ଘରୁ ପଳାଇ ଆସିଥିଲେ। ତଥାପି, ଉତ୍ତରାଖଣ୍ଡ ପୋଲିସ ଉଭୟଙ୍କୁ ପଞ୍ଜାବରୁ ଉଦ୍ଧାର କରି ସେମାନଙ୍କ ପରିବାରକୁ ହସ୍ତାନ୍ତର କରିଛି। ପୋଲିସଠାରୁ ମିଳିଥିବା ସୂଚନା ଅନୁଯାୟୀ, ଝିଅମାନଙ୍କ ବୟସ ୧୩ ଏବଂ ୧୭ ବର୍ଷ। ଇଲେକ୍ଟ୍ରୋନିକ୍ ସର୍ବିଲାନ୍ସ ସାହାଯ୍ୟରେ, ଉଭୟ ନାବାଳିକା ଝିଅଙ୍କୁ ପଞ୍ଜାବର ରାଜପୁରାର ବସଷ୍ଟାଣ୍ଡରେ ଠାବ କରାଯାଇଥିଲା । ତାଙ୍କୁ ତାଙ୍କ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରାଯାଇଛି ।
ପୋଲିସ ସୂଚନାନୁଯାୟୀ, ବିକାଶ ନଗରରେ ରହୁଥିବା ଜଣେ ଯୁବକ ପୋଲିସକୁ ଅଭିଯୋଗ କରିଥିଲେ ଯେ ତାଙ୍କ ସହିତ ରହୁଥିବା ତାଙ୍କର ୧୩ ବର୍ଷୀୟା ଭାଣିଜୀ ଏବଂ ପଡ଼ୋଶୀରେ ରହୁଥିବା ତାଙ୍କର ୧୭ ବର୍ଷୀୟା ବନ୍ଧୁ ତାଙ୍କୁ ନଜଣାଇ ଘରୁ କୁଆଡେ ପଳାି ଯାଇଛନ୍ତି । ଫେବୃଆରୀ ୨ ତାରିଖରୁ ସେମାନେ ନିଖୋଜ ଅଛନ୍ତି । ସେ ବହୁତ ଖୋଜାଖୋଜି କରିବା ପରେ ମଧ୍ୟ ସେମାନଙ୍କ ସନ୍ଧାନ ପାଇନାହାନ୍ତି । ଅୖଭିଯୋଗ ଆଧାରରେ ପୋଲିସ ଏକ ମାମଲା ରୁଜୁ କରିଥିଲା ।
ପୋଲିସ ନାବାଳିକାଙ୍କୁ ଖୋଜିବା ପାଇଁ ସମ୍ପର୍କୀୟ, ବନ୍ଧୁମାନଙ୍କୁ ପଚରାଉଚରା କରିଥିଲା । ସିସି କ୍ୟାମେରା ମଧ୍ୟ ଯାଞ୍ଚ କରିଥିଲା । ଇଲେକ୍ଟ୍ରୋନିକ୍ ସର୍ବିଲାନ୍ସ ମଧ୍ୟମରେ ପୋଲିସ ଜାଣିବାକୁ ପାଇଲା ଯେ, ସେମାନେ ହରିୟାଣାର ଆମ୍ବାଲାରେ ଅଛନ୍ତି । ପୋଲିସ ସେଠାରେ ପହଞ୍ଚିବା ବେଳକୁ ଉଭୟ ନାବାଳିକା ସେଠାରୁ ସ୍ଥାନ ପରିବର୍ତ୍ତନ କରି ନେଇଥିଲେ । ଏହା ପରେ ଇଲେକ୍ଟ୍ରୋନିକ୍ ସର୍ବିଲାନ୍ସ ମାଧ୍ୟମରେ ପୁଣି ନିରୀକ୍ଷଣ କରିବା ପରେ ସେମାନେ ରାଜପୁରା ବସଷ୍ଟାଣ୍ଡରେ ଥିବା ଜଣାପଡିଲା । ପୋଲିସ ସେଠାରୁ ସେମାନଙ୍କ ସୁରକ୍ଷିତ ଉଦ୍ଧାର କରିଥିଲା । ଉଭୟ ନାବାଳିକାଙ୍କୁ ପଚାରାଯିବା ପରେ ସେମାନେ ଦୁହେଁ ‘ଫ୍ରି ଫାୟାର’ ଖେଳରୁ ସୃଷ୍ଟି ହୋଇଥିବା ବନ୍ଧୁଙ୍କ ସହ ଭେଟିବାକୁ ଯାଇଥିଲେ । ସେମାନେ କିଛି ଅପରାଧିକ କାର୍ଯ୍ୟ କରିନଥିବା କହିଛନ୍ତି । ପୋଲିସ ତାଙ୍କ ପରିବାର ସଦସ୍ୟଙ୍କୁ ତାଙ୍କୁ ହସ୍ତାନ୍ତର କରିଛି ।
ଭିଜିଲାନ୍ସ ଜାଲରେ ବଡ଼ ଅଧିକାରୀ, ୭ଟି ସ୍ଥାନରେ ଏକକାଳୀନ ଚଢାଉ
ମାଲକାନଗିରି : ଭିଜିଲାନ୍ସ ଜାଲରେ ବଡ଼ ଅଧିକାରୀ। ମାଲକାନଗିରି ଜଳ ବିଭାଜିକା ବିଭାଗର ପ୍ରକଳ୍ପ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ରଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି । ଜବତ ହେଲା ଦେଢ କୋଟିରୁ ଅଧିକ ଟଙ୍କା। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଚଢାଉ କରିଛି ଭିଜିଲାନ୍ସ । ଜୟପୁର ପାଓ୍ବାର ହାଉସ ଘର ସମେତ ୭ଟି ସ୍ଥାନରେ ଚଢାଉ ଜାରି ରହିଛି । ମାଲକାନଗିରିର ୪ଟି ସ୍ଥାନ ସହ ଭୁବନେଶ୍ୱର, କଟକରେ ବି ଚାଲିଛି ରେଡ୍ । ଜୟପୁର ଘରର ଆସବାବପତ୍ର ଦେଖି ଭିଜିଲାନ୍ସ ତାଜୁବ ହୋଇଛି । ମାଲକାନଗିରି ଜିଲ୍ଲାର ସହକାରୀ କୃଷି ଯନ୍ତ୍ରୀ ମୋହନ ମଣ୍ଡଳ, ଡାଟା ଏଣ୍ଟ୍ରି ଅପରେଟର ବିଶ୍ବଜିତ ମଣ୍ଡଳ ଓ କଣ୍ଟ୍ରାକ୍ଚୁଆଲ ଷ୍ଟାଫ ଅମିୟକାନ୍ତ ସାହୁଙ୍କ ଘରେ ମଧ୍ୟ ଚାଲିଛି ଭିଜିଲାନ୍ସ ଚଢାଉ । କଟକ ବିଲସାହି ନୂଆପଡା, ଭୁବନେଶ୍ବର ଭୀମଟାଙ୍ଗୀ ହାଉସିଂ ବୋର୍ଡ କଲୋନିସ୍ଥିତ ଶାନ୍ତନୁଙ୍କ ଘରେ ଏହି ରେଡ ହୋଇଛି।

