ୱାର୍ଲ୍ଡ ରେକର୍ଡ ବୁକ ଅଫ ଇଣ୍ଡିଆରେ ସ୍ଥାନିତ ହେଲା ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ଦ୍ୱାରା ସେଓ ଓ ବାଲିରେ ନିର୍ମିତ ସାନ୍ତା କ୍ଲଜ l ଗତକାଲି ପ୍ରାୟ ଦେଢ ଟନ ସେଓ ବ୍ୟବହାର କରି ସୁଦର୍ଶନ ୬୦ଫୁଟ ଲମ୍ବା ,୨୨ଫୁଟ ଉଚ୍ଚତା ଓ ୪୫ଫୁଟ ଚଉଡା ବିଶିଷ୍ଟ ଏକ ସାନ୍ତା କ୍ଲଜର ବାଲୁକା କଳା ନିର୍ମାଣ କରିଥିଲେ । ପୁରୀ ବେଳାଭୂମିରେ ଏହି ବାଲୁକା କଳା ନିର୍ମାଣ କରିଥିଲେ l ବିଶ୍ୱ ଶାନ୍ତିର ସଚେତନତା ବାର୍ତ୍ତା ବହନ କରୁଥିବା ଏହି ବଡ଼ ସାନ୍ତା କ୍ଲୁଜ ନିର୍ମାଣ କରିବା ପାଇଁ ସୁଦର୍ଶନ ଓ ତାଙ୍କ ଇନଷ୍ଟିଚ୍ୟୁଟର ପ୍ରାୟ ୩୦ଜଣ ଛାତ୍ରଛାତ୍ରୀଙ୍କୁ ୨ ଦିନରୁ ଅଧିକ ସମୟ ଲାଗିଥିଲା l ତେବେ ଏହି ସାନ୍ତା କ୍ଲୁଜଟି ରେକର୍ଡ ବୁକରେ ସ୍ଥାନିତ ହୋଇଥିବା ବେଳେ ଏହାକୁ ନେଇ ସୁଦର୍ଶନ ପଟ୍ଟନାୟକ ଖୁସି ବ୍ୟକ୍ତ କରିଛନ୍ତି l
୧୯୦ ରନର ଇଂନିସ ବଳରେ ବିହାରକୁ ପ୍ରଥମ ମ୍ୟାଚ ଜିତାଇବା ପରେ ବିଜୟ ହଜାରେ ଟ୍ରଫିରୁ ବୈଭବ ସୂର୍ଯ୍ୟବଂଶୀ ଆଉଟ୍
୧୯୦ ରନର ଇଂନିସ ବଳରେ ବିହାରକୁ ପ୍ରଥମ ମ୍ୟାଚ ଜିତାଇବା ପରେ ବିଜୟ ହଜାରେ ଟ୍ରଫିରୁ ବୈଭବ ସୂର୍ଯ୍ୟବଂଶୀ ଆଉଟ୍
ନନ୍ଦିଘୋଷ ବ୍ୟୁରୋ: ୨୪ ତାରିଖରେ ଆରମ୍ଭ ହୋଇଥିବା ବିଜୟ ହଜାରେ ଟ୍ରଫିର ପ୍ରଥମ ମ୍ୟାଚରେ ଧୂଆଁଧାର ବାଟିଂ କରି ବିହାରକୁ ଏକ ତରଫା ଜିତାଇ ଥିବା ବୈଭବ ସୂର୍ଯ୍ୟବଂଶୀଙ୍କୁ ଅନ୍ୟ ମ୍ୟାଚରେ ଦେଖିବାକୁ ମିଳିବନି । ବିହାର ପାଇଁ ପ୍ରଥମ ମ୍ୟାଚ୍ ଖେଳିବା ପରେ ବୈଭବ ବିଜୟ ହଜାରେ ଟ୍ରଫିରୁ ବାହାର ହୋଇଯାଇଛନ୍ତି । ଖବରଟା ଆପଣଙ୍କୁ ଝଟକା ଦେଇପାରେ, ହେଲେ ଏହା ସତ । ବିଜୟ ହଜାରେ ଟ୍ରଫିରେ ଆଗକୁ ଆସୁଥିବା ମ୍ୟାଚରେ ବୈଭବଙ୍କ ବ୍ୟାଟିଂ ଦେଖିବାକୁ ମିଳିବନି । ତେବେ ବୈଭବ କାହିଁକି ଟୁର୍ଣ୍ଣାମେଣ୍ଟରୁ ବାହାର ହେଲେ ଜାଣିଲେ ଆପଣ ବି ସାବାସୀ ଦେବେ । କଥାଟା ହେଲେ ଏହି ୧୪ ବର୍ଷିୟ ବ୍ୟାଟର ଏକ ସମ୍ମାନ ଜନକ ଆଓ୍ବାର୍ଡ ଗ୍ରହଣ କରିବାକୁ ଯାଉଛନ୍ତି । ଆଉ ଏଥିପାଇଁ ତାଙ୍କୁ ଟୁର୍ଣ୍ଣାମେଣ୍ଟ ଅଧାରୁ ଛାଡି ଦିଲ୍ଲୀ ଯିବାକୁ ପଡିଛି । ଆଉ ବଡ କଥା ହେଲା ବୈଭବଙ୍କୁ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ମାନିତ କରିବାକୁ ଯାଉଛନ୍ତି ।
ବୁଧବାର ଆରମ୍ଭ ହୋଇଥିବା ବିଜୟ ହଜାରେ ଟ୍ରଫିରେ ବିହାରର ପ୍ରଥମ ମୁକାବିଲାରେ ବୈଭବ ଦମଦାର ଶତକ ଲଗାଇ ସମସ୍ତଙ୍କୁ ଚକିତ କରିଦେଇଛନ୍ତି । ଏହି ବାମ ହାତୀ ଷ୍ଟାର ବ୍ୟାଟର ମାତ୍ର ୮୪ ବଲ ଖେଳି ୧୯୦ ରନର ରେକର୍ଡତୋଡ ଇଂନିସ ଖେଳିଛନ୍ତି । ମାତ୍ର ୫୯ ବଲରେ ୧୫୦ ରନ୍ କରି ସେ ଏବି ଡିଭିଲିୟର୍ସଙ୍କ ଧ୍ରୁତ ୧୫୦ ରନର ବିଶ୍ବ ରେକର୍ଡକୁ ଭାଙ୍ଗି ଦେଇଛନ୍ତି । ବୈଭବଙ୍କ ଏହି ଇଂନିସ ବଳରେ ବିହାର ୫୭୪ ରନର ବିଶାଳ ବିଜୟ ଲକ୍ଷ୍ୟ ଛିଡ଼ା କରିଥିଲା । ଫଳରେ ମ୍ୟାଚକୁ ସହଜରେ ବିହାର ଜିତି ନେଇଥିଲା । ଏବେ ବିହାରକୁ ବୈଭବଙ୍କ ବିନା ପଡ଼ିଆକୁ ଓହ୍ଲାଇବାକୁ ପଡିବ ।
ପ୍ରକୃତ କଥା ହେଲା ବୈଭବ ସୂର୍ଯ୍ୟବଂଶୀଙ୍କୁ ଚଳିତବର୍ଷ କେନ୍ଦ୍ର ସରକାରଙ୍କ ଦ୍ବାରା ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର ସମ୍ମାନରେ ସମ୍ମାନିତ କରାଯିବ । ଶୁକ୍ରବାର ଡିସେମ୍ବର ୨୬ରେ ନୂଆଦିଲ୍ଲୀରେ ରାଷ୍ଟ୍ରପତି ଭବନରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରିବେ । ଏହି ବଡ଼ଦିନର ଅଂଶ ହେବାକୁ ବୈଭବ ଟୁର୍ଣ୍ଣାମେଣ୍ଟ ଅଧାରୁ ଦିଲ୍ଲୀ ଗସ୍ତ କରିଛନ୍ତି ।
ସେପଟେ ବିହାରର ପରବର୍ତ୍ତି ମ୍ୟାଚ୍ ୨୬ ତାରିଖରେ ରହିଛି । ତେଣୁ ସେ ଏହି ମ୍ୟାଚରେ ଖେଳିପାରିବେନି । ହେଲେ ସେ ଏହା ପରେ ମଧ୍ୟ ଟୁର୍ଣ୍ଣାମେଣ୍ଟରେ ଖେଳିବେନି । କାରଣ ଏହାପରେ ଅଣ୍ଡର-୧୯ ଟିମ ସହ ୩୦ ତାରିଖରେ ଦକ୍ଷିଣ ଆଫ୍ରିକା ଗସ୍ତରେ ଯିବେ । ସେଠାରେ ଭାରତ ଜାନୁଆରୀ ୯ରୁ ତିନି ଟିକିଆ ଦିନିକିଆ ସିରିଜ୍ ଖେଳିବ । ଏହି ସିରିଜ ଅଣ୍ଡର-୧୯ ବିଶ୍ବକପ୍ ପୂର୍ବରୁ ଏକ ପ୍ରକାର ଅଭ୍ୟାସ ମ୍ୟାଚ୍ ଭଳି ବିବେଚନା କରାଯାଉଛି ।
Googleରେ 67 ସର୍ଚ୍ଚ କରନ୍ତୁ, ଏହାପରେ ଆପଣଙ୍କ ବ୍ରେନ୍ ହଲଚଲ୍ ହୋଇଯିବ !
ପ୍ରତିଦିନ କୋଟି କୋଟି ଲୋକ ଗୁଗଲରେ ବିଭିନ୍ନ ବିଷୟରେ ସର୍ଚ୍ଚ କରିଥାନ୍ତି । ତେବେ ଆପଣମାନେ କେବେ ଗୁଗଲରେ ‘67’ ଲେଖି ସର୍ଚ୍ଚ କରିଛନ୍ତି କି? ଏପରି ସର୍ଚ୍ଚ କଲେ କ୍ଷଣିକ ପାଇଁ ଆପଣ ଚକିତ ହୋଇ ରହିଯିବେ । ଏପରିକି ଆପଣଙ୍କ ମନରେ କିଛି ପ୍ରଶ୍ନ ମଧ୍ୟ ସୃଷ୍ଟି ହୋଇପାରେ । ପ୍ରଥମ ଥର ଗୁଗଲରେ ଏହାକୁ ଟ୍ରାଇ କଲେ ଆପଣ ନିଶ୍ଚିତ ଆଶ୍ଚର୍ଯ୍ୟ ହୋଇଯିବେ । ଅନେକ ଲୋକ ଏହି ମଜାଳିଆ ଟ୍ରିକ ବାବଦରେ ଜାଣି ନାହାନ୍ତି ।
ଗୁଗଲ ସର୍ଚ୍ଚ ବାରରେ 67 ବା 6-7 ଟାଇପ କରି ସର୍ଚ୍ଚ କରନ୍ତୁ । ଯେମିତି ଆପଣ ଏହା ସର୍ଚ୍ଚ କରିବେ, ସର୍ଚ୍ଚ ରେଜଲ୍ଟ ଆପଣଙ୍କ ସାମ୍ନାକୁ ଆସିଯିବ । ଆପଣଙ୍କ କମ୍ପ୍ୟୁଟର ସ୍କ୍ରିନ ଅଚାନକ କିଛି ସେକେଣ୍ଡ ପାଇଁ ହଲିବାରେ ଲାଗିବ । ଅଚାନକ ହେଉଥିବା ଏହି ହଲଚଲକୁ ନେଇ ଅନେକ ୟୁଜର୍ସ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ଟ୍ରିକ କେବଳ କମ୍ପ୍ୟୁଟର / ଲାପଟପ ନୁହେଁ, ଫୋନରେ ବି କାମ କରିବ । ହଲଚଲ ହେବା ପରେ ୟୁଜର୍ସ ଚିନ୍ତା କରିବା ସ୍ବାଭାବିକ । ତେବେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ । ଏହା କୌଣସି ବଗ ବା ହାର୍ଡଓ୍ବେୟର କି ସମସ୍ୟା ନୁହେଁ, ବରଂ ଏହା ଏକ ମଜାଳିଆ ଫିଚର । ଏହା ସମ୍ପୂର୍ଣ୍ଣ ଭାବେ ମନୋରଞ୍ଜନ ପାଇଁ ଏକ ଟ୍ରିକ ।
ବରଗଡ ଧନୁଯାତ୍ରାର ଦ୍ବିତୀୟ ଦିନ: ଆଜି ଜନ୍ମ ନେବେ ଶ୍ରୀକୃଷ୍ଣ
ଆଜି ବରଗଡ ଧନୁଯାତ୍ରାର ଦ୍ବିତୀୟ ଦିନ । କଂସଙ୍କ ଅଟହାସ୍ୟରେ କମ୍ପୁଛି ସ୍ବର୍ଗ, ମ୍ରତ୍ୟ, ପାତାଳ । ଥରହର ଗଗନ ପବନ । ଆଜି ସଂଧ୍ୟା ୬ଟାରେ ଉଦଘାଟନ ହେବ ରଙ୍ଗମହଲ । ଆଜି ଜନ୍ମ ନେବେ ଶ୍ରୀକୃଷ୍ଣ । ରାତିରେ ସମଲେଶ୍ବରୀ ମଣ୍ଡପସ୍ଥିତ କାରାଗାରରେ ଶ୍ରୀକୃଷ୍ଣ ଜନ୍ମନେବେ । ପରେ ଶ୍ରୀକୃଷ୍ଣଙ୍କୁ ନେଇ ଗୋପପୁର ଯାତ୍ରା କରିବେ ବସୁଦେବ । ଉଗ୍ରସେନ ସହ ଭେଟ ହେବା ପରେ ବିଜୁଳି କନ୍ୟାକୁ ନେଇ ମଥୁରା ପ୍ରତ୍ୟାବର୍ତ୍ତନ କରିବେ ବସୁଦେବ । ପରେ ଅଭିନିତ ହେବ ଦୁର୍ମିଳା ରାକ୍ଷସ ସହ କଂସଙ୍କ ଯୁଦ୍ଧ । ଏଥିରେ ଦୁର୍ମିଳା ରାକ୍ଷସ ନିହତ ହେବ । ପରେ ଚାରୁଣ ମୁଷ୍ଟିକଙ୍କୁ ଆବହନ କରିବେ କଂସ । ଗତକାଲି ଧନୁଯାତ୍ରା ପ୍ରଚାର ପ୍ରସାର କମିଟି ପକ୍ଷରୁ ଏକ ସାଂସ୍କୃତିକ ଶୋଭାଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ବରଗଡ ଧନୁଯାତ୍ରାକୁ ଅନୁଷ୍ଠାନିକ ଭାବେ ଉଦଘାଟନ କରାଯାଇଥିଲା ।
ମଧ୍ୟରାତ୍ରିରେ ଧରାବତରଣ କଲେ ପ୍ରଭୁ ଯୀଶୁ ଖ୍ରୀଷ୍ଟ: ବିଭିନ୍ନ ଚର୍ଚ୍ଚରେ ଶ୍ରଦ୍ଧାଳୁଙ୍କ ସମୁହ ପ୍ରାର୍ଥନା
ପବିତ୍ର ବଡଦିନ ପାଇଁ ଆଜି ସକାଳୁ କଟକ ସହରର ବିଭିନ୍ନ ଚର୍ଚ୍ଚରେ ଶ୍ରଦ୍ଧାଳୁଙ୍କ ସମୁହ ପ୍ରାର୍ଥନା ଅନୁଷ୍ଠିତ ହୋଇଛି । ପରିବାର ସହ ଶ୍ରଦ୍ଧାଳୁମାନେ ରୋମାନ କ୍ୟାଥଲିକ ଚର୍ଚ୍ଚ, ଓଡିଆ ବାପଟିଷ୍ଟ ଚର୍ଚ୍ଚକୁ ଆସି ପ୍ରାର୍ଥନା କରିବା ସହ ମଦର ମ୍ୟାରୀଙ୍କୁ କ୍ୟାଣ୍ଡେଲ ଅର୍ପଣ କରିଛନ୍ତି । ଏହି ଅବସରରେ ସମସ୍ତେ ପରସ୍ପରକୁ ଶୁଭେଛା ଜଣାଇବା ସହ ଆଲିଙ୍ଗନ କରିଛନ୍ତି ।
ଆସନ୍ତାକାଲି ୨୯ତମ ପ୍ରତିଷ୍ଠା ଦିବସ ପାଳନ କରିବ ବିଜେଡି
ସେବା, ସ୍ୱାଭିମାନ ଓ ସଂଗ୍ରାମର ବାର୍ତ୍ତା ଦେଇ ବିଜେଡି ପାଳନ କରିବ ୨୯ତମ ପ୍ରତିଷ୍ଠା ଦିବସ। ନବୀନ ପଟ୍ଟନାୟକଙ୍କ ଶାସନରେ ଏସବୁ ପାଳନ କରିଛି ବିଜୁ ଜନତା ଦଳ। ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଅବର୍ତ୍ତମାନରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶାବାସୀଙ୍କ ସେବା କରାଯାଇଛି। ଦାରିଦ୍ର୍ୟ ବିରୋଧରେ ସଂଗ୍ରାମ, ଅଭାବୀରୁ ପ୍ରଭାବୀ ଓଡ଼ିଶାର ସଂଗ୍ରାମ, ଆର୍ଥିକସ୍ତରରେ ସଶକ୍ତ କରିବାର ସଂଗ୍ରାମରେ ବିଜେଡି ସଫଳତା ପାଇଛି।
ଆଜି ବିରୋଧୀ ଦଳ ଭାବେ ସରକାରୀ ଅବିଚାର ବିରୋଧରେ ସଂଗ୍ରାମ, ମହାନଦୀ ପୋଲାଭରମ ପାଇଁ ସଂଗ୍ରାମ, ଆଦିବାସୀ ସ୍ୱାର୍ଥ ପାଇଁ ସଂଗ୍ରାମ, ଚାଷୀ, ପଛୁଆ ବର୍ଗଙ୍କ ଅଧିକାର ପାଇଁ ସଂଗ୍ରାମ ଜାରି ରଖିଛି ବିଜେଡି। ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି, ନାରୀ ନିର୍ଯାତନା ବିରୋଧରେ ଲୋକଙ୍କ ସମସ୍ୟା ପାଇଁ ବିଜେଡି ଆନ୍ଦୋଳନ କରୁଛି। ଦରଦାମ ବୃଦ୍ଧି ବିରୋଧରେ ଯେଉଁ ବିଶାଳ ସମାବେଶ ହୋଇଥିଲା, ସେଥିରେ ନବୀନ ପଟ୍ଟନାୟକ ଯୋଗ ଦେଇଥିଲେ। ଏହି ୨୯ ବର୍ଷରେ ସେହି ସଂକଳ୍ପକୁ ପୁଣି ଆଗକୁ ନିଆଯିବ।
ଆସନ୍ତାକାଲି ପ୍ରତିଷ୍ଠା ଦିବସ ଅବସରରେ ଶଙ୍ଖ ଭବନରେ ନବୀନ ପଟ୍ଟନାୟକ ଯୋଗ ଦେବେ। ସକାଳ ୧୦ଟା ରେ ଭୁବନେଶ୍ୱରର ତିନି ନିର୍ବାଚନ ମଣ୍ଡଳୀରୁ ରାଲି ଆସି ଶଙ୍ଖ ଭବନରେ ପହଂଚିବ। ବିମାନ ବନ୍ଦର ଛକରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବ। ଆଗାମୀ ଦିନରେ ବିଜେଡି ପୁଣି ଜନକଲ୍ୟାଣ ପାଇଁ ନିଜକୁ ଉତ୍ସର୍ଗ କରିବ। ୧୮ ମାସରେ ଓଡ଼ିଶାକୁ ବିପର୍ଯୟ ଆଡ଼କୁ ବିଜେପି ସରକାର ଠେଲି ଦେଲାଣି। ଲୋକେ ଏହାର ଜବାବ ମାଗିବେ।
ପୁଣି ମହାପ୍ରଭୁଙ୍କୁ ଅପମାନ: ଶ୍ରୀଜଗନ୍ନାଥଙ୍କ ମୂର୍ତ୍ତି ସମୁଦ୍ର କୂଳରେ ଭାସିଵାର ଦୃଶ୍ୟ ଭାଇରାଲ
ପୁଣି ମହାପ୍ରଭୁ ଜଗନ୍ନାଥଙ୍କୁ ଅପମାନ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମୂର୍ତ୍ତି ସମୁଦ୍ର କୂଳରେ ଭାସିଵାର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଵାରେ ଲାଗିଛି । ଏହି ଦୃଶ୍ୟ କୋଟିକୋଟି ଜଗନ୍ନାଥ ପ୍ରେମୀଙ୍କ ଭାବାବେଗକୁ ଆଘାତ ପହଞ୍ଚାଇଛି । ଏହା ପୁରୀ ବେଳାଭୂମିର ଦୃଶ୍ୟ ବୋଲି ଅନୁମାନ କରାଯାଉଛି । ତେବେ କିଏ ଓ କାହିଁକି ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ମୂର୍ତ୍ତି ବେଳାଭୂମିରେ ଭସେଇଛି ସେନେଇ କିଛି ସ୍ପଷ୍ଟ ସୂଚନା ନାହିଁ । ବେଳାଭୂମିରେ ମହାପ୍ରଭୁଙ୍କ ମୂର୍ତ୍ତି ଭାସୁଥିବାର ଦେଖି କିଛି ପର୍ଯ୍ୟଟକ ମୂର୍ତ୍ତିକୁ ପାଣି ଭିତରୁ ଆଣୁଥିବା ବେଳେ ଆଉ କିଛି ପର୍ଯ୍ୟଟକ ମାନେ ସେଲଫି ନେଉଛନ୍ତି ।
ମୋଷ୍ଟ ୱାଣ୍ଟେଡ୍ ମାଓବାଦୀ ଗଣେଶ ନିହତ: ଗଣେଶ ନାଁରେ ରହିଥିଲା ୧ କୋଟି ୨୦ ଲକ୍ଷର ପୁରସ୍କାର ରାଶି
ଯବାନଙ୍କ ଗୁଳିରେ ୫ ମାଓବାଦୀ ମୃତ । ମାଓ ସେଣ୍ଟ୍ରାଲ କମିଟି ସଦସ୍ୟ ଗଣେଶ ଉଇକେ ମୃତ । ମୋଷ୍ଟ ୱାଣ୍ଟେଡ୍ ମାଓବାଦୀ ଗଣେଶ ନାଁରେ ଥିବା ୧ କୋଟି ୨୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ରହିଥିଲା । ଫୁଲବାଣୀ ଏନକାଉଣ୍ଟରରେ ଗଣେଶ ନିହତ ହୋଇଥିବା ସୂଚନା ମିଳିଛି । ଗଣେଶ ସମେତ ୪ ଜଣ ସହଯୋଗୀ ନିହତ ହୋଇଥିବା ନେଇ ସୂଚନା ମିଳିଛି । ଅନ୍ୟ ଚାରି ଜଣ ହେଲେ ରୁପା, ରାଜେଶ ତିୱାର, ଚାମ୍ରୁ ଓ ପାକ୍କା ହନୁମାନ୍ତୁ । ଗୁଇନ୍ଦା ଖବର ପାଇ ଅପରେସନ କରାଯାଇଥିଲା । ନରଙ୍ଗିଝୋଲା ଜଙ୍ଗଲରେ ମାଓବାଦୀ-ଯବାନ ମୁହାଁମୁହିଁ ହୋଇଥିଲେ ।
ଇଣ୍ଡିଗୋ ସଙ୍କଟ ପରେ ୩ଟି ନୂଆ ଏୟାରଲାଇନ୍ସକୁ କେନ୍ଦ୍ରର ଅନୁମତି
ଇଣ୍ଡିଗୋ ସଙ୍କଟ ପରେ ୩ଟି ନୂଆ ଏୟାରଲାଇନ୍ସକୁ କେନ୍ଦ୍ରର ଅନୁମତି। ଶଙ୍ଖ ଏୟାର, ଅଲ ହିନ୍ଦ ଏୟାର ଓ ଫ୍ଲାଇଏକ୍ସପ୍ରେସକୁ ଅନୁମତି ଦେଇଛନ୍ତି ସରକାର। କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟଠାରୁ ଏହି ୩ଟି ଏୟାରଲାଇନ୍ସ ନୋ ଅବଜେକସନ ସାର୍ଟିଫିକେଟ ପାଇଛନ୍ତି। ଇଣ୍ଡିଗୋ ସମେତ ମୃଷ୍ଟିମେୟ ବିମାନ ଚଳାଚଳ ସଂସ୍ଥା ଉପରେ ନିର୍ଭର କରିବା ବଦଳରେ ଅନ୍ୟ ସଂସ୍ଥାକୁ ଏହି କ୍ଷେତ୍ରକୁ ପ୍ରବେଶ କରିବା ଲାଗି ଅନୁମତି ଦେଇଛନ୍ତି ସରକାର। ଦେଶର ବିମାନ ଚଳାଚଳ କ୍ଷେତ୍ରର ଆଖିଦୃଶିଆ ବୃଦ୍ଧି ଘଟୁଥିବାବେଳେ ମୁଷ୍ଟିମେୟ ବିମାନ ଚଳାଚଳ ସଂସ୍ଥା ଉପରେ ସରକାର ନିର୍ଭରଶୀଳ ଅଛନ୍ତି। କିଛି ଦିନ ତଳେ ଇଣ୍ଡିଗୋ ଏୟାରଲାଇନ୍ସରେ ବିଭିନ୍ନ ସଙ୍କଟ ଦେଖାଦେଇଥିବାରୁ ଲକ୍ଷ ଲକ୍ଷ ଯାତ୍ରୀ ସମସ୍ୟାର ମ୍ମୁଖୀନ ହୋଇଥିଲେ। ଏଥିଲାଗି କେନ୍ଦ୍ର ସରକାର ଅଡୁଆରେ ପଡିଥିଲେ। ଅଲ ହିନ୍ଦ ଏୟାର କେରଳର ଅଲହିନ୍ଦ ଗ୍ରୁପର ଥିବାବେଳେ ଫ୍ଲାଇ ଏକ୍ସପ୍ରେସ ହେଉଛି ଏକ ପ୍ରସ୍ତାବିତ ଏୟାରଲାଇନ। ଆସନ୍ତା ବର୍ଷ ଶଙ୍ଖ ଏୟାର ବିମାନ ଉଡାଣ ଭରିବ। ବ୍ୟାବସାୟିକ ସେବା ଆରମ୍ଭ ପୂର୍ବରୁ ଏହି ୩ଟି ଯାକ ଏୟାରଲାଇନ୍ସ ସମସ୍ତ ନୀତି, ନିୟମ ପାଳିବାକୁ ନିର୍ଦ୍ଦେଶ ଦିଆଯାଇଛି। ବର୍ତ୍ତମାନ ଦେଶରେ ଇଣ୍ଡିଗୋ, ଏୟାର ଇଣ୍ଡିଆ, ଏୟାର ଇଣ୍ଡିଆ ଏକ୍ସପ୍ରେସ, ଆଲାଏନ୍ସ ଏୟାର, ଆକାଶ ଏୟାର, ସ୍ପାଇସଜେଟ, ଷ୍ଟାର ଏୟାର, ଫ୍ଲାଏ-୯୧ ଓ ଇଣ୍ଡିଆ ୱାନ ଏୟାର କାର୍ଯ୍ୟକ୍ଷମ ରହିଛନ୍ତି।
ଜଣାଶୁଣା କମେଡ଼ିଆନ ଗୁଲୁଆଙ୍କୁ ବ୍ଲାକମେଲିଂ କରାଯାଉଥିବା ନେଇ ଅଭିଯୋଗ
ଓଡ଼ିଶାର ଜଣାଶୁଣା YOU TUBER ତଥା କମେଡିଆନ ଆଶିଷ କୁମାର ଦାସ ନିଜ ଜୀବନ ପ୍ରତି ବିପଦ ଥିବା ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। ତାଙ୍କୁ ବ୍ଲାକମେଲିଂ କରାଯାଉଥିବାର ସେ ଅଭିଯୋଗ କରିଛନ୍ତି। ଏ ନେଇ ଗୁଲୁଆ ବାଲିଅନ୍ତା ଥାନାରେ ଅଭିଯୋଗ କରିଥିବା ସୂଚନା ଦେଇଛନ୍ତି। ତାଙ୍କୁ କେହି କୋଟିଏ ଟଙ୍କା ମାଗୁଥିବା ସଂପର୍କରେ ଏକ ଭିଡିଓ ମାଧ୍ୟମରେ ସେ କହିଛନ୍ତି।

