spot_img
Home Blog Page 1051

ରାଜଧାନୀ ଦିଲ୍ଲୀରେ ଭୂକମ୍ପ ଝଟକା ; ରିକ୍ଟର ସ୍କେଲରେ ତୀବ୍ରତା ୪.୦

ନନ୍ଦିଘୋଷ ବ୍ୟୁରୋ: ରାଜଧାନୀ ଦିଲ୍ଲୀରେ ଭୂକମ୍ପ ଝଟକା । ଦିଲ୍ଲୀର ଏନସିଆର ଅଞ୍ଚଳରେ ଭୂକମ୍ପ ଅନୁଭୂତ ହୋଇଛି । ସକାଳୁ ସକାଳୁ ଲୋକମାନେ ଭୂକମ୍ପର ଝଟକା ଅନୁଭବ କରିଛନ୍ତି । ଆଜି ସକାଳ ୫.୩୬ରେ ଭୁକମ୍ପର ଝଟକା ଅନୁଭୂତ ହୋଇଛି ।  ଭୂକମ୍ପର ତୀବ୍ରତା  ୪.୦ ରହିଛି । କିଛି ସେକେଣ୍ଡ ପର୍ଯ୍ୟନ୍ତ ଭୂକମ୍ପର ଝଟକା ଅନୁଭୂତ ହୋଇଥିଲା । ଭୂକମ୍ପ ଯୋଗୁଁ ବଡ଼ ବଡ଼ କୋଠା ଗୁଡିକ ସାମାନ୍ୟ ଦୋହଲିବାକୁ ଲାଗିଥିଲା । ଭୂକମ୍ପର ପରେ ଲୋକମାନେ ଭୟଭୀତ ଅବସ୍ଥାରେ ଅଛନ୍ତି ।

ଆଜି ସକାଳ ୫.୩୬ ମିନିଟରେ ଦିଲ୍ଲୀ-ଏନସିଆରରେ ଭୂମିକମ୍ପର ଶକ୍ତିଶାଳୀ ଝଟକା ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୦ ରହିଛି । ଲୋକଙ୍କ କହିବା ଅନୁଯାୟୀ, ଭୂମିକମ୍ପର ଝଟକା କିଛି ସେକେଣ୍ଡ ପାଇଁ ଅନୁଭୂତ ହୋଇଥିଲା। ଭୁକମ୍ପ ପରେ ଭୟରେ ଲୋକମାନେ ଘରୁ ବାହାରକୁ ବାହାରି ପଳେଇଆସିଥିଲେ । ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଧୌଲା କୂଆଁର ଦୁର୍ଗାବାଇ ଦେଶମୁଖ କଲେଜ ଅଫ ସ୍ପେଶାଲ ଏଜୁକେସନ ପାଖରେ ଥିବା ଜଣାପଡିଛି । ସେଥିପାଇଁ ଭୂମିକମ୍ପ ଏତେ ଜୋରରେ ଅନୁଭୂତ ହୋଇଥିଲା । ଏହି ଅଞ୍ଚଳ ନିକଟରେ ଏକ ହ୍ରଦ ଅଛି, ଯେଉଁଠାରେ ପ୍ରତି ଦୁଇରୁ ତିନି ବର୍ଷରେ ଥରେ କମ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥାଏ । ୨୦୧୫ ମସିହାରେ ଏଠାରେ ୩.୩ ତୀବ୍ରତାର ଭୂମିକମ୍ପ ରେକର୍ଡ କରାଯାଇଥିଲା ।

https://x.com/NCS_Earthquake/status/1891280454600569009?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1891280454600569009%7Ctwgr%5Ef6e6c7cc12d87bcd557d3b754fb5d78c4abe87ef%7Ctwcon%5Es1_&ref_url=https%3A%2F%2Fwww.tv9hindi.com%2Findia%2Fsevere-earthquake-felt-in-delhi-ncr-3122706.html

ବହୁ ବର୍ଷ ପରେ ଦିଲ୍ଲୀ-ଏନସିଆରରେ ଏତେ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଥିବା ବେଳେ ନୂଆଦିଲ୍ଲୀ ଦୋହଲି ଯାଇଥିଲା  । ଏହି ଭୂମିକମ୍ପରେ ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତିର ଖବର ନାହିଁ । ଦିଲ୍ଲୀ, ନୋଏଡା, ଗାଜିଆବାଦ ଏବଂ ଗୁରୁଗ୍ରାମ ସମେତ ବିଭିନ୍ନ ଅଞ୍ଚଳରେ ଭୂକମ୍ପର ଝଟକା ଅନୁଭୂତ ହୋଇଥିଲା ।

ଭୂମିକମ୍ପରେ ଥରିଲା ଦିଲ୍ଲୀ 

ଦିଲ୍ଲୀ ଏନସିଆର ଭୂକମ୍ପୀୟ ଜୋନ୍ IV ରେ ପଡ଼ିଥାଏ, ଯାହା ଯୋଗୁଁ ଏଠାରେ ମଧ୍ୟମରୁ ଗୁରୁତର ଭୂମିକମ୍ପ ହେବାର ଆଶଙ୍କା ରହିଥାଏ । ତେବେ ନୂଆଦିଲ୍ଲୀ ରେଳ ଷ୍ଟେସନରେ ଅନିଶ ନାମକ ଜଣେ ବିକ୍ରେତା କହିଛନ୍ତି ଯେ ଭୂମିକମ୍ପ ଏତେ ଶକ୍ତିଶାଳୀ ଥିଲା ଯେ ସବୁକିଛି ଥରି ଉଠିଥିଲା ​​ଏବଂ ଗ୍ରାହକମାନେ ଭୟରେ ଚିତ୍କାର କରିଥିଲେ ।

https://x.com/i/status/1891285359897489892

ମାଟି ତଳେ ଟ୍ରେନ ଚାଲିଲା ଭଳି ଲାଗିଲା

ନୂଆଦିଲ୍ଲୀ ରେଳ ଷ୍ଟେସନରେ ଟ୍ରେନ୍ ପାଇଁ ଅପେକ୍ଷା କରିଥିବା ଜଣେ ଯାତ୍ରୀ କହିଛନ୍ତି ଯେ ଭୂକମ୍ପ ସମୟରେ ଏଠାରେ ଏପରି ଅନୁଭବ ହେଉଥିଲା ଯେପରି ଏକ ଟ୍ରେନ୍ ଭୂତଳରେ ଚାଲୁଛି, ସବୁକିଛି ଥରି ଉଠୁଛି । ଅନ୍ୟ ଜଣେ ଯାତ୍ରୀ କହିଥିଲେ ଯେ ଏହା ଅଳ୍ପ ସମୟ ପାଇଁ ଥିଲା, କିନ୍ତୁ ତୀବ୍ରତା ବହୁତ ଅଧିକ ଥିଲା ।

https://x.com/ANI/status/1891287150236201164?

ଭୂମିକମ୍ପ ହେଲେ କଣ କରିବେ ?

ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (X)ରେ ପୋଷ୍ଟ କରି ସମସ୍ତଙ୍କୁ ଭୟଭୀତ ନହୋଇ ସୁରକ୍ଷିତ ରହିବା ପାଇଁ ପରାମର୍ଶ ଦେଇଛନ୍ତି । ତେବେ ଭୂମିକମ୍ପ ସମୟରେ ସତର୍କ ରୁହନ୍ତୁ  । ଦୟାକରି ଧ୍ୟାନ ଦିଅନ୍ତୁ ଯେ ଯଦି ଆପଣ ଭୂମିକମ୍ପ ଅନୁଭବ କରୁଛନ୍ତି, ତେବେ ଆପଣ ତୁରନ୍ତ ଆପଣଙ୍କ ଘରେ କିଛି ମଜବୁତ ଫର୍ଣ୍ଣିଚର ତଳେ ବସି ଆପଣଙ୍କ ମୁଣ୍ଡ ଉପରେ ହାତ ରଖନ୍ତୁ ।

ଦିଲ୍ଲୀ ସିଂହାସନରେ ବସିବ କିଏ ? ଆଜି ବିଜେପି ବିଧାୟକ ଦଳ ବୈଠକ

ନୂଆଦିଲ୍ଲୀ : ଆଜି ହୋଇପାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା । ଆଜି ବସିବାକୁ ଥିବା ବିଧାୟକ ଦଳ ବୈଠକରେ ନାଁ ଉପରେ ମୋହର ମାରିପାରନ୍ତି ହାଇକମାଣ୍ଡ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ ଓ ବିଜେପି ସଭାପତି ଜେପି ନଡ୍ଡାଙ୍କ ମଧ୍ୟରେବି ବୈଠକ ହେବାର ସମ୍ଭାବନା ରହିଛି । ଚର୍ଚ୍ଚାରେ ବହୁ ହେଭିୱେଟ ରହିଥିଲେ ବି ସବୁକିଛି ରହିଛି ସସପେନ୍ସ । ସମ୍ଭବତଃ ଜଣେ ଜାଟ କିମ୍ବା ଜଣେ ଦଳିତ ନେତାଙ୍କୁ ମୁଖ୍ୟମନ୍ତ୍ରୀ କରିପାରନ୍ତି ହାଇକମାଣ୍ଡ । ଚଳିତ ବର୍ଷ ଶେଷ ଭାଗରେ ବିହାର ବିଧାନସଭା ନିର୍ବାଚନ ହେବାକୁ ଯାଉଥିବାରୁ ଜଣେ ଜାଟ କିମ୍ବା ଜଣେ ଏସସି ନେତାଙ୍କୁ ସିଏମ କରିବା ସମ୍ଭାବନା ରହିଛି ।

୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭାରେ ବିଜେପିର ବିଧାୟକ ସଂଖ୍ୟା ୪୮। ସେମାନଙ୍କ ମଧ୍ୟରେ ଜାଟ ବିଧାୟକଙ୍କ ସଂଖ୍ୟା ରହିଛି ୧୧ । ସେହିପରି ୧୦ ବର୍ଷରେ ପ୍ରଥମ ଥର ପାଇଁ ଦିଲ୍ଲୀର ୧୨ଟି ଏସସି ଆସନରୁ ବିଜେପି ହାସଲ କରିଛି ୪ ଆସନ। ହରିୟାଣା, ଦିଲ୍ଲୀ, ଉତ୍ତରପ୍ରଦେଶ, ରାଜସ୍ଥାନରେ ଜାଟଙ୍କ ସଂଖ୍ୟା ଅଧିକ ହେତୁ ଜାଟ ନେତାଙ୍କୁ ଦିଆଯାଇପାରେ ଗୁରୁତ୍ବ । ଦିଲ୍ଲୀର ୩୬୦ ଗ୍ରାମ ମଧ୍ଯରୁ ଜାଟବହୁଳ ଗ୍ରାମ ୨୨୫ ଥିବାରୁ ଜାଟ ପ୍ରାର୍ଥୀଙ୍କ ବଢିଛି ଗୁରୁତ୍ବ। ନୂଆଦିଲ୍ଲୀ ଆସନରେ ବିଜୟୀ ହୋଇଥିବା ପରବେଶ ବର୍ମା ପ୍ରଥମତଃ ଜଣେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ। ଦ୍ବିତୀୟତଃ ସେ ଜଣେ ଜାଟ। ତେଣୁ ତାଙ୍କ ପଲା ଭାରି ରହିଛି। ସେପଟେ ରେଖା ଗୁପ୍ତା, ଆଶିଷ ସୁଦ, ସତୀଶ ଉପାଧ୍ଯାୟ ଓ ଶିଖା ରାୟଙ୍କ ନାମ ଚର୍ଚ୍ଚାରେ ରହିଛି। ଆସନ୍ତା ୧୯ କିମ୍ବା ୨୦ରେ ହୋଇପାରେ ଶପଥଗ୍ରହଣ ଉତ୍ସବ।

କିଏ ହେବେ ପରବର୍ତ୍ତୀ ମୁଖ୍ୟ ନିର୍ବାଚନ କମିଶନର ? ଆଜି ବସିବ ବୈଠକ ..

ନନ୍ଦିଘୋଷ ବ୍ୟୁରୋ: ପରବର୍ତ୍ତୀ ମୁଖ୍ୟ ନିର୍ବାଚନ କମିଶନର ହେବେ କିଏ ? ଏହାକୁ ନେଇ ଚାଲିଛି କଳ୍ପନା ଜଳ୍ପନା । ନୂଆ ସିଇସି ଚୟନ ଲାଗି ଆଜି ବସିବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଆଇନମନ୍ତ୍ରୀ ଅର୍ଜୁନରାମ ମେଘଓ୍ବାଲ ଓ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ବୈଠକ । ସିଇସି ଓ ଇସିଙ୍କ ଚୟନ ପ୍ରସଙ୍ଗରେ ନୂଆ ଆଇନକୁ ନେଇ ଆଗତ ପିଟିସନର ଶୁଣାଣି ସୁପ୍ରିମକୋର୍ଟରେ ହେବାର ଗୋଟିଏ ଦିନ ପୂର୍ବରୁ ଏହି ଚୟନ କମିଟି ବୈଠକ ବସିବ । ଆସନ୍ତା ୧୮ ତାରିଖ ଦିନ ସିଇସି ରାଜୀବ କୁମାରଙ୍କ କାର୍ଯ୍ୟକାଳ ଶେଷ ହେବ । ଗତ ମେ ୨୦୨୨ରେ ରାଜୀବ କୁମାରଙ୍କୁ ସିଇସି ପଦରେ ଅଭିଷିକ୍ତ କରାଯାଇଥିଲା । ରାଜୀବଙ୍କ ଅମଳରେ ହାଇପ୍ରୋଫାଇଲ ୨୦୨୪ଲୋକସଭା ନିର୍ବାଚନ ସମେତ ମହାରାଷ୍ଟ୍ର, କର୍ଣ୍ଣାଟକ, ତେଲଙ୍ଗାନା, ଆନ୍ଧ୍ରପ୍ରଦେଶ, ମଧ୍ୟପ୍ରଦେଶ, ରାଜସ୍ଥାନ, ଓଡ଼ିଶା, ହରିୟାଣା, ଝାଡଖଣ୍ଡ, ଦିଲ୍ଲୀ, ଜାମ୍ମୁ ଓ କାଶ୍ମୀର ଆଦି ରାଜ୍ୟରେ ନିର୍ବାଚନ ହୋଇଥିଲା

ସେପଟେ ପରବର୍ତ୍ତୀ ସିଇସି କ୍ଷେତ୍ରରେ ଚର୍ଚ୍ଚାରେ ରହିଛନ୍ତି ଜ୍ଞାନେଶ କୁମାର । ସିଇସି ପଦ ଲାଗି ପ୍ରାୟ ୪୮୦ଜଣଙ୍କ ନାଁ ଆସିଥିବାବେଳେ ୫ଜଣଙ୍କ ନାଁ ସର୍ଟଲିଷ୍ଟ କରାଯାଇଛି । ଜ୍ଞାନେଶ କୁମାର ହେଉଛନ୍ତି ୧୯୮୮ ବ୍ୟାଚ କେରଳ କ୍ୟାଡର ଆଇଏଏସ । ସେ କେନ୍ଦ୍ର ଗୃହମନ୍ତ୍ରାଳୟରେ କାର୍ଯ୍ୟ କରିଛନ୍ତି । ଗତବର୍ଷ ଜାନୁଆରୀ ୩୧ରେ ସେ କେନ୍ଦ୍ର ସମବାୟ ମନ୍ତ୍ରାଳୟର ସଚିବ ପଦରୁ ଅବସର ନେଇଥିଲେ । ସେ ସଂସଦୀୟ ବ୍ୟାପାର ବିଭାଗ ସଚିବ ପଦବି ସମ୍ଭାଳିଥିଲେ । ବହୁଚର୍ଚ୍ଚିତ ଅଯୋଧ୍ୟା ମାମଲାରେ ସୁପ୍ରିମକୋର୍ଟଙ୍କ ରାୟ ଅନୁସାରେ କାର୍ଯ୍ୟାବଳୀର ସମୀକ୍ଷା ଲାଗି ୨୦୨୦ରେ ତାଙ୍କୁ ଗୃହ ମନ୍ତ୍ରାଳୟର ଅତିରିକ୍ତ ସଚିବ ଭାବେ ନିଯୁକ୍ତି ଦିଆଯାଇଥିଲା । ଚଳିତବର୍ଷ ବିହାର, ଆସନ୍ତାବର୍ଷ ପଶ୍ଚିମବଙ୍ଗ, ତାମିଲନାଡୁ, ଆସାମ ଓ କେରଳରେ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବାବେଳେ ପରବର୍ତ୍ତୀ ସିଇସିଙ୍କ ଗୁରୁତ୍ବ ବଢିଛି ।

ଆମେରିକାରୁ ଫେରିଲେ ଆଉ ୧୧୨ ଅବୈଧ ପ୍ରବାସୀ

ନନ୍ଦିଘୋଷ ବ୍ୟୁରୋ: ଆମେରିକାରେ ବେଆଇନ ଭାବେ ରହୁଥିବା ଭାରତୀୟଙ୍କ ତୃତୀୟ ବ୍ୟାଚ ଦେଶରେ ପହଞ୍ଚିଛି । ୧୧୨ ଜଣଙ୍କୁ ନେଇ ଆସିଥିବା ବିମାନ ଗତ ରାତିରେ ଅମୃତସରରେ ପହଞ୍ଚି ଛି। C-17 ଗ୍ଲୋବ ମାଷ୍ଟର ବିମାନରେ ଏମାନେ ଆସିଛନ୍ତି । ଏମାନଙ୍କୁ ମିଶାଇ ୧୦ ଦିନରେ ୩ଟି ବିମାନରେ ସେଠାରୁ ଭାରତୀୟଙ୍କୁ ଜବରଦସ୍ତ ପଠାଯାଇଛି । ମୋଟ ୩୩୨ ଜଣ ଆସିଲେଣି ।

ଗତ ରାତିରେ ଆସିଥିବା ଭାରତୀୟଙ୍କ ମଧ୍ୟରୁ ୪୪ ଜଣ ହେଉଛନ୍ତି ହରିୟାଣାର, ୩୩ ଜଣ ଗୁଜରାଟର, ୩୧ ଜଣ ପଂଜାବର, ୨ ଜଣ ଉତ୍ତରପ୍ରଦେଶର । ନିଜ ନିଜ ଘରକୁ ପଠାଇବା ପାଇଁ ସରକାରଙ୍କ ପକ୍ଷରୁ ବ୍ୟବସ୍ଥା କରାଯାଇଛି । ଫେବୃଆରୀ ୫ ତାରିଖରେ ପ୍ରଥମ ବ୍ୟାଚରେ ଆସିଥିଲେ ୧୦୪ ଜଣ । ଦ୍ଵିତୀୟ ପର୍ଯ୍ୟାୟରେ ଗତ ଶନିବାର ରାତିରେ ଆସିଥିଲେ ୧୧୬ ଜଣ । ତେବେ ଏମାନଙ୍କ ହାତ ଗୋଡ଼ ବାନ୍ଧି ଖାଇବାକୁ ପିଇବାକୁ କିଛି ନଦେଇ ପଠାଯାଇଥିବାରୁ ତାକୁ ନେଇ କ୍ଷୋଭ ପ୍ରକାଶ ପାଇଛି ।

ଆଜି ଆସିବ ୨୦୨୫-୨୬ ରାଜ୍ୟ ବଜେଟ

ଭୁବନେଶ୍ବର: ଗୋଟିଏ ଦିନର ବିରତି ପରେ ଆଜି ପୁଣି ସରଗରମ ହେବ ବିଧାନସଭା । ଆଜି ଗୃହରେ ୨୦୨୫-୨୬ ଆର୍ଥିକ ବର୍ଷର ବଜେଟ ଗୃହରେ ଉପସ୍ଥାପିତ ହେବ  । ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝି ଗୃହରେ ବଜେଟ ଆଗତ କରିବେ  । ଏଥର ବଜେଟ ପାଖପାଖି ୧୫ ପ୍ରତିଶତ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି  । ସୂଚନା ଅନୁସାରେ ଏଥରକ ବଜେଟ୍ ୨ ଲକ୍ଷ ୮୦ ହଜାର କୋଟି ଟଙ୍କା ଛୁଇଁପାରେ । ୨୦୨୪-୨୫ ଆର୍ଥିକ ବର୍ଷରେ ୪୦ ହଜାରରୁ ଅଧିକ କୋଟି ଟଙ୍କା ଋଣ କରିବାକୁ ପଡ଼ିଥିଲା ।
ସେହିପରି ଆଜି ଗୃହ, ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ, ଅର୍ଥ, ଇଲେକ୍ଟ୍ରୋନିକ ଓ ସୂଚନା ପ୍ରଯୁକ୍ତି, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ, ସଂସଦୀୟ ବ୍ୟାପାର ବିଭାଗର ପ୍ରଶ୍ନକାଳ ରହିଛି । ଶୂନ୍ୟକାଳରେ ବାରବାଟୀ ଅବ୍ୟବସ୍ଥା, ଆଇନ ଶୁଙ୍ଖଳା, କେନ୍ଦ୍ର ଅବହେଳା ପରି ଅନେକ ପ୍ରସଙ୍ଗ ଉଠିପାରେ । ଶାସକ ଦଳ ମଧ୍ୟ ବହୁ ପ୍ରସଙ୍ଗ ଉଠାଇପାରେ  । ବିରୋଧୀ ବିଜେଡି ପକ୍ଷରୁ ମୁଲତବି ପ୍ରସ୍ତାବ ଦିଆଯିବ। କେନ୍ଦ୍ର ବଜେଟରେ ଓଡ଼ିଶା ପାଇଁ ସ୍ବତନ୍ତ୍ର ଅନୁଦାନ ନଥିବା ନେଇ ବିରୋଧି ଡବଲ ଇଞ୍ଜିନ ସରକାରଙ୍କୁ ଟାର୍ଗେଟ କରିଥିଲେ  । ତେଣୁ ଏଥର ରାଜ୍ୟ ବଜେଟ ପେଡ଼ିରେ କଣ ରାଜ୍ୟବାସୀଙ୍କ ପାଇଁ ରହିଛି ତାହା ଉପରେ ସମସ୍ତଙ୍କ ନଜର  ।

୧୩ ଜିଲ୍ଲା ପାଇଁ ସଭାପତିଙ୍କ ନାଁ ଘୋଷଣା କଲା ବିଜେପି

ଭୁବନେଶ୍ବର: ଜାନୁଆରୀ ୨୫ ତାରିଖରେ ୨୩ ଜିଲ୍ଲାର ସଭାପତିଙ୍କ ନାଁ ଘୋଷଣା କରିଥିଲା ବିଜେପି । ଆଜି ଆଉ ୧୩ ଜିଲ୍ଲା ପାଇଁ ସଭାପତିଙ୍କ ନାଁ ଘୋଷଣା କରିଛି । ରାଜ୍ୟ ନିର୍ବାଚନ ଅଧିକାରୀ ତଥା ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀଙ୍କ ଅନୁମୋଦନ କ୍ରମେ ଏହି ତାଲିକା ପ୍ରକାଶ କରାଯାଇଛି ।

ଯଯାତି କେଶରୀ ପଟ୍ଟନାୟକଙ୍କୁ ଅନୁଗୁଳ ଜିଲ୍ଲ ସଭାପତି କରାଯାଇଥିବା ବେଳେ ଭଗବାନ ପଣ୍ଡାଙ୍କୁ ଭଦ୍ରକ ଏବଂ ନିରଞ୍ଜନ ମିଶ୍ର ଭୁବନେଶ୍ବର ସଭାପତି କରାଯାଇଛି । ଗଜପତି ପାଇଁ ନବକିଶୋର ଶବର ଏବଂ ଯାଜପୁର ପାଇଁ ଦେବଯାନୀ ପ୍ରଧାନଙ୍କ ନାଁ ଘୋଷଣା କରାଯାଇଛି ।

ସେହିପରି ରଘୁନନ୍ଦନ ପଣ୍ଡାଙ୍କୁ ଝାରସୁଗୁଡା, ପଣ୍ଡିତ କୁମାର ବିସ୍‌ମାଝୀଙ୍କୁ କନ୍ଧମାଳ, ବିଶ୍ୱରଞ୍ଜନ ବଡଜେନାଙ୍କୁ ଖୋର୍ଦ୍ଧା, ଶିବ ମୁଦୁଲିଙ୍କୁ କୋରାପୁଟ, ତାପସ ରଞ୍ଜନ ମାର୍ଥାଙ୍କୁ ନୟାଗଡ, ଗୋପି ଆନନ୍ଦଙ୍କୁ ରାୟଗଡା, ବେଣୁଧର ଦାଶଙ୍କୁ ସୁବର୍ଣ୍ଣପୁର ଏବଂ ପୂର୍ଣ୍ଣିମା କେର୍କେଟାଙ୍କୁ ରାଉରକେଲା ଜିଲ୍ଲା ସଭାପତି କରାଯାଇଛି ।

ବଢ଼ିବ ବିଜୁଳି ଦର ! ଉପଭୋକ୍ତା ମହାସଂଘ ଦେଲା ଚେତାବନୀ

ଭୁବନେଶ୍ବର: ବଢ଼ିବ କି ବିଜୁଳି ବିଲ୍ ? ଆସନ୍ତାକାଲି ଓଇଆରସିରେ ଚଳିତବର୍ଷ ବିଜୁଳି ଦର ଧାର୍ଯ୍ୟ କରିବାକୁ ଜନ ଶୁଣାଣି ଆରମ୍ଭ ହେବ । ଏମିତି ସ୍ଥିତିରେ ଏପରି ପ୍ରଶ୍ନ ଉଠିବାରେ ଲାଗିଛି ।

ପ୍ରଥମ ଦିନରେ OPGC ଓ OHPC ର ଶୁଣାଣି ରହିଛି । ସୂଚନା ଅନୁସାରେ ସରକାରଙ୍କ ଅଧୀନରେ ଥିବା ଏହି ଦୁଇ ସଂସ୍ଥା ଦର ବୃଦ୍ଧି କରିବାକୁ ପ୍ରସ୍ତାବ ଦେଇଛନ୍ତି । ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ଶୁଣାଣି ଚାଲିବ । ଏହି ଦୁଇ ସଂସ୍ଥା ବିଜୁଳି ଦର ବୃଦ୍ଧି ପାଇଁ ବାରମ୍ଵାର ଦାବି କରି ଆସୁଛନ୍ତି l ଆସନ୍ତାକାଲି ଉଭୟ ସଂସ୍ଥା ବିଜୁଳି ଶୁକ୍ଳ ବୃଦ୍ଧି ପାଇଁ ଜନ ଶୁଣାଣିରେ ନିଜର ପକ୍ଷ ରଖିବେ ।

ଅନ୍ୟପଟେ ଉପଭୋକ୍ତା ମହାସଂଘ କହିଛି ବିଜୁଳି ଦର ବୃଦ୍ଧି ହେଲେ ଏହାକୁ ବିରୋଧ କରାଯିବ ବୋଲି ଚେତାବନୀ ଦେଇଛି । କେନ୍ଦ୍ରୀୟ ଶକ୍ତି ଅର୍ଥ ନିଗମର ରିପୋର୍ଟ ଅନୁସାରେ ସର୍ବଭାରତୀୟ ସ୍ତରରେ ବିଦ୍ୟୁତ ୟୁନିଟ ପିଛା ୫ ଟଙ୍କା ୮ ପଇସା ଆଦାୟ କରିଥିବା ବେଳେ ଓଡ଼ିଶାରେ ବିଦ୍ଯୁତ କମ୍ପାନୀଗୁଡିକ ଉପଭୋକ୍ତାଙ୍କଠାରୁ ୟୁନିଟ ପିଛା ୫ ଟଙ୍କା ୯୮ ପଇସା ନେଉଛନ୍ତି । ଅର୍ଥାତ ପ୍ରାୟ ୧ କୋଟି ଗ୍ରାହକଙ୍କଠାରୁ ୟୁନିଟ ପିଛା ୯୦ ପଇସା ଅଧିକ ନେଇଛନ୍ତି । ଏହାକୁ ଗ୍ରାହକମାନଙ୍କୁ ଫେରାଇ ଦିଆଯାଉ ବୋଲି ମହାସଂଘ ଦାବି କରିଛି ।

ନବୀନ ଲଗାଇଥିବା ଗଛରୁ ଏବେ ଫଳ ତୋଳୁଛନ୍ତି ରାଜ୍ୟ ବିଜେପି ସରକାର

ଭୁବନେଶ୍ବର: ଏକ ନିଅଣ୍ଟିଆ ରାଜ୍ୟକୁ ବଳକା ରାଜ୍ୟରେ ପରିଣତ କରିଥିଲେ ନବୀନ ସରକାର । ନବୀନ ପଟ୍ଟନାୟକ ଲଗାଇଥିବା ବିକାଶର ଦ୍ରୁମରୁ ଏବେ ଫଳ ତୋଳୁଛନ୍ତି ବିଜେପି ସରକାର । ୨୪ ବର୍ଷର ସ୍ଥିର ସରକାରରେ ରାଜ୍ୟ ଅଭିବୃଦ୍ଧି ଆଗଉଥିଲା । କିନ୍ତୁ ୮ ମାସର ମୋହନ ସରକାରରେ ଏହା ତଳ ମୁହାଁ ହୋଇଛି । ଆସନ୍ତାକାଲି ବିଧାନସଭାରେ ବଜେଟ ଆସିଥିବାକୁ ଥିବା ବେଳେ ଅର୍ଥନୈତିକ ସର୍ଭେ ରିପୋର୍ଟରେ ନିଜର ଅପାରଗତାର ପ୍ରମାଣ ଦେଇଛନ୍ତି ରାଜ୍ଯ ସରକାର। କିନ୍ତୁ ମନ୍ତ୍ରୀ ବାହାବା ନେବା ଭୁଲୁ ନାହାନ୍ତି । ବିରୋଧୀ କଟାକ୍ଷ କରି କହିଛନ୍ତି ‘ଜଗତେ କେବଳ ଜନେ ହସିବ’ ।

ବିକାଶରେ ଲାଗିଲା ବ୍ରେକ୍ । ୮ ମାସର ଡବଲ ଇଞ୍ଜିନ ସରକାରରେ ରାଜ୍ୟର ଅଭିବୃଦ୍ଧି ହାର ୮.୫ ପ୍ରତିଶତରୁ ୭.୨ ପ୍ରତିଶତକୁ ଖସିଛି । ଅଭାବୀ ରାଜ୍ୟକୁ ପ୍ରଭାବୀ ରାଜ୍ୟରେ ପରିଣତ କରିଥିଲେ ପୂର୍ବର ନବୀନ ସରକାର । କିନ୍ତୁ ବିଜେପି ସରକାର କ୍ଷମତାକୁ ଆସିବା ପରେ ତାକୁ ସମ୍ଭାଳି ପାରିନାହାନ୍ତି । ଅର୍ଥନୈତିକ ସର୍ଭେ ରିପୋର୍ଟରୁ ସରକାରଙ୍କ ପାରିବା ପଣିଆ ଧରାପଡ଼ିଛି । ସବୁ ବର୍ଗର ଲୋକଙ୍କ ବିକାଶ ପାଇଁ ନବୀନ ଯେଉଁ ସବୁ ଯୋଜନା କରିଥିଲେ, ସେସବୁର ଯୋଜନାର ରଙ୍ଗ ବଦଳାଇ, ପ୍ରଚାର କରି ତାକୁ ନିଜର ସଫଳତା ବୋଲି ସରକାର ଦର୍ଶାଇଛନ୍ତି । ଏପରି ଅଭିଯୋଗ କରିଛନ୍ତି ବିରୋଧୀ ।

କୃଷି, ଶିଳ୍ପ, ଶିକ୍ଷା, ଆବାସ ଏପରିକି ଅନୁସୂଚିତ ଜାତି ଓ ଜନଜାତି ବିକାଶ ପାଇଁ ୨୦୨୪-୨୫ ଆର୍ଥିକ ବର୍ଷରେ ବଜେଟ୍ ହ୍ରାସ କରିଛନ୍ତି ବିଜେପି ସରକାର । ବିଜେଡି ଅଭିଯୋଗ କରିଛି, ଦେଶର ସବୁଠୁ ଦ୍ରୁତ ଆର୍ଥିକ ଉନ୍ନତି କରୁଥିବା ଓଡ଼ିଶାକୁ ପୂର୍ବ ସରକାରଙ୍କଠାରୁ ଉତ୍ତରାଧିକାରୀ ସୂତ୍ରରେ ପାଇ ମଧ୍ଯ ବିଜେପି ସରକାର ଦିଶାହୀନ ହୋଇଛନ୍ତି । ଆର୍ଥିକ ଦୃଷ୍ଟିରୁ ସ୍ବାବଲମ୍ବୀ ଥିବାରୁ ନୂଆ ଯୋଜନା ହାତକୁ ନେଇପାରୁଛନ୍ତି ରାଜ୍ୟ ସରକାର ।

ସେପଟେ କଂଗ୍ରେସର ଅଭିଯୋଗ, ଓଡ଼ିଶାର ବିକାଶ କଥା କହି ବାହାବା ନେବାକୁ ଚେଷ୍ଟା କଲେ ଏବର ସରକାରଙ୍କୁ ଜନେ ହସିବେ । କିନ୍ତୁ ମନ୍ତ୍ରୀମାନେ ସରକାରଙ୍କ ସଫଳତାର ଗୁଣଗାନ କରି ଚାଲିଛନ୍ତି ।

ବିଜେଡି ସରକାର ସମୟରେ ରାଜ୍ୟ କେବେ ବି ରାଜସ୍ବ ନିଅଣ୍ଟିଆ ସ୍ଥିତିରେ ନଥିଲେ । ଏ ସରକାର ଆସୁ ଆସୁ ରାଜସ୍ବ ନିଅଣ୍ଟ ସ୍ଥିତିକୁ ଆସିଲେଣି । ୯ ଲକ୍ଷ ୮୮ ହଜାର କୋଟି ଟଙ୍କାର ରାଜସ୍ବ ନିଅଣ୍ଟ ହେବ ବୋଲି ଷୋଡ଼ଶ ଅର୍ଥ କମିଶନଙ୍କୁ ନିଜେ ମୁଖ୍ୟମନ୍ତ୍ରୀ ହିସାବ ଦେଇଛନ୍ତି । ଏହାର ଅର୍ଥ ରାଜ୍ୟ ଏବେଠୁ ନିଅଣ୍ଟିଆ ସ୍ଥିତି ଆଡ଼କୁ ଗଲାଣି ।

ପୂର୍ବରୁ ଆର୍ଥିକ ସୁପରିଚାଳନାରେ ଓଡ଼ିଶା ଏକ ନମ୍ବର ବୋଲି ନୀତି ଆୟୋଗ ଓ କେନ୍ଦ୍ର ସରକାର ବହୁ ବାର ମୋହର ମାରିଥିଲେ । ଏବେ ମୁଣ୍ଡ ପିଛା ଆୟ ବଢିଛି ବୋଲି ରାଜ୍ୟ ସରକାର ଯେଉଁ ବାହାବା ନେଉଛନ୍ତି, ସେଇଟା କେବଳ ନବୀନ ସରକାରଙ୍କ ଯୋଗୁଁ ସମ୍ଭବ ହୋଇପାରିଛି । ରାଜ୍ୟରେ ବିଜେପି ସରକାରକୁ ତ ବର୍ଷେ ପୂରିନି ତା’ହେଲେ ମୁଣ୍ଡପିଛା ଆୟ ନେଇ ହିସାବ ପାଇଲେ କେମିତି ? ଶ୍ରେୟ ନେବାକୁ ଏବର ସରକାର ଯଦି ଏତେ ତରବର ତା’ହେଲେ ରାଜ୍ୟରେ ଦରଦାମ ବୃଦ୍ଧି ଶ୍ରେୟ କାହିଁକି ନେଉ ନାହାନ୍ତି ବୋଲି କଂଗ୍ରେସ ପ୍ରଶ୍ନ କରିଛି ।

ଆସନ୍ତା ୧୭ ତାରିଖରେ ରାଜ୍ୟ ସରକାର ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ବଜେଟ୍ ଆଗତ କରିବେ । ସୂଚନା ଅନୁସାରେ ଏଥରକ ବଜେଟ୍ ୨ ଲକ୍ଷ ୮୦ ହଜାର କୋଟି ଟଙ୍କା ଛୁଇଁପାରେ । କିନ୍ତୁ ସହରଠୁ ଗାଁ, କେଉଁଠି ବି କିଛି କାମ ହେଉନି । ୨୦୨୪-୨୫ ଆର୍ଥିକ ବର୍ଷରେ ୪୦ ହଜାରରୁ ଅଧିକ ଋଣ କରିବାକୁ ପଡ଼ିଥିଲା । ରାଜସ୍ବ ବୃଦ୍ଧି ଉପରେ ଫୋକସ ନ କରି ଏଥରକ ବି ଆୟ ଉତ୍ସ ଭାବେ ରାଜ୍ୟ ସରକାର ଋଣକୁ ଭରସା କରିବେ ବୋଲି ସମୀକ୍ଷକ ଆକଳନ କରୁଛନ୍ତି ।

ମିସା ବନ୍ଦୀ ପେନସନ୍‌କୁ ସିପିଏମ୍ ପ୍ରତ୍ୟାଖ୍ୟାନ

ଭୁବନେଶ୍ବର: ରାଜ୍ୟ ବିଜେପି ସରକାରଙ୍କ ମିସା ବନ୍ଦୀ ପେନସନକୁ ସିପିଏମର ପ୍ରତ୍ୟାଖ୍ୟାନ । ଦଳ ପକ୍ଷରୁ କୁହାଯାଇଛି, ୧୯୭୫ ଜୁନ୍ ୨୬ରେ ଜାରି ହୋଇଥିବା ଜରୁରୀ କାଳୀନ ପରିସ୍ଥିତି ଘୋଷଣା ପରେ ଏହାକୁ ଓଡ଼ିଶା ସମେତ ସମଗ୍ର ଦେଶରେ ଲକ୍ଷ ଲକ୍ଷ ଲୋକ ବିରୋଧ କରିଥିଲେ । ବିଭିନ୍ନ ଦଳର ନେତା, କର୍ମୀ, ବୁଦ୍ଧିଜୀବୀ, ସାମ୍ବାଦିକଙ୍କୁ ମିସା ଓ ଡ଼ିଆଇଆର୍ ଆଇନ୍ ବଳରେ ବିନା ବିଚାରରେ ଗିରଫ କରି ଜେଲରେ ରଖା ଯାଇଥିଲା । ସାମଗ୍ରିକ ଭାବେ ଗଣତାନ୍ତ୍ରିକ ଅଧିକାର ଉପରେ ଅଙ୍କୁଶ ଲଗାଯାଇଥିଲା । ସେତେବେଳେ ଜରୁରୀ ପରିସ୍ଥିତିର ବିରୋଧ କରିଥିବା ବିଜେପି ଆଜି ରାଜ୍ୟ ଓ କେନ୍ଦ୍ରରେ କ୍ଷମତାସୀନ।

ଦଳ ପକ୍ଷରୁ କୁହାଯାଇଛି, କେନ୍ଦ୍ରରେ ନରେନ୍ଦ୍ର ମୋଦିଙ୍କ ଦ୍ଵାରା ପରିଚାଳିତ ସରକାରର ୧୧ ବର୍ଷର ଶାସନରେ ତିଳ ତିଳ କରି ଗଣତନ୍ତ୍ରର ହତ୍ୟା କରାଯାଉଛି । ସରକାରୀ ନୀତିର ବିରୋଧ କରୁଥିବା ସାମ୍ବାଦିକ, ବୁଦ୍ଧିଜୀବୀ, ଓକିଲ, ସାମାଜିକ କର୍ମୀ, ରାଜନେତାଙ୍କୁ ବର୍ଷ ବର୍ଷ ଧରି ଜେଲରେ ସାଧାରଣ ବନ୍ଦୀ ଭାବେ ରଖାଯାଉଛି । ଜରୁରୀ ଅବସ୍ଥା ଜାରି ନହେଲେ ସୁଦ୍ଧା ବିଜେପି ପକ୍ଷରୁ ବର୍ତ୍ତମାନ ନବ୍ୟ ଫାସିବାଦୀ ଆକ୍ରମଣ ଜୋରଦାର ହୋଇଛି । ଭିନ୍ନମତ ରଖୁଥିବା, ସରକାରୀ ନୀତିର ବିରୋଧ କରୁଥିବା ଲୋକକୁ ଦେଶଦ୍ରୋହୀ ଆଖ୍ୟା ଦିଆଯାଇ ଜେଲରେ ଭର୍ତ୍ତି କରାଯାଉଛି। ଦିବ୍ୟାଙ୍ଗ, ଅକ୍ଷମ, ମହିଳା, ବୃଦ୍ଧ ମଧ୍ୟ ଏଥିରୁ ନିସ୍ତାର ପାଉ ନାହାନ୍ତି । ଗଣତନ୍ତ୍ରକୁ ଯୋଜନାବଦ୍ଧ ଭାବେ ହତ୍ୟା କରୁଥିବା ବିଜେପି ସରକାର ଗଣତନ୍ତ୍ର ସୁରକ୍ଷା ପାଇଁ ଜେଲ୍ ଯାଇଥିବା ଲୋକଙ୍କୁ ପେନ୍‌ସନ୍ ବ୍ୟବସ୍ଥା କରିବା ହାସ୍ଯାସ୍ପଦ କଥା । ପୁଣି ଗଣତନ୍ତ୍ରର ସୁରକ୍ଷା ପାଇଁ ସଂଗ୍ରାମ କରିବା ପ୍ରତ୍ୟେକ ଦେଶପ୍ରେମୀର କର୍ତ୍ତବ୍ୟ । ଏଥିରେ ପେନସନ୍ କାହିଁକି ଦିଆଯିବ ବୋଲି ପ୍ରଶ୍ନ କରିଛି ସିପିଏମ୍ ।

ରିଏଲ ଇଷ୍ଟେଟ ମାମଲାର ଦ୍ବନ୍ଦ୍ବ ଦୂର କରିବ ରେବା

ଭୁବନେଶ୍ବର: ସହରାଞ୍ଚଳରେ ଘର ଖଣ୍ଡିଏ କରିବାକୁ ଲୋକଙ୍କ ଆଗ୍ରହ ବଢୁଛି । ଏହା ସହିତ ରିଏଲ ଇଷ୍ଟେଟ କାରବାରରେ ଆଇନଗତ ମାମଲା ମଧ୍ୟ ବଢି ଚାଲିଛି । ଜମି ହେଉ କି ଘର କିଣିବା ବେଳେ ସମସ୍ତ କାଗଜପତ୍ର ଯାଞ୍ଚ କରିବାର ସୁଯୋଗ ନଥିବାରୁ କ୍ରେତା ଅଯଥାରେ ଅଦାଲତି ମାମଲାରେ ଫସୁଛନ୍ତି । ଏହି ସେକ୍ଟରରେ ମାମଲା ବଢୁଥିବାରୁ ଓରେରା କୋର୍ଟରେ ମାମଲା ସଂଖ୍ୟା ମଧ୍ୟ ବଢି ଚାଲିଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟରେ ପ୍ରଥମ ଥର ପାଇଁ ଦେଶର ଚତୁର୍ଥ ରାଜ୍ୟ ଭାବେ ଗଢାଯାଇଛି ରିଏଲ ଇଷ୍ଟେଟ ବାର ଆସୋସିଏସନ ।

ରିଏଲ ଇଷ୍ଟେଟ କାରବାର ସମ୍ପର୍କିତ ମାମଲା ଲଢୁଥିବା ଓକିଲମାନଙ୍କୁ ନେଇ ଗଢା ଯାଇଛି ରେବା । ଏହାର ପ୍ରଥମ ସମ୍ମିଳନୀ ଭୁବନେଶ୍ବରରେ ଅନୁଷ୍ଠିତ ହୋଇଛି । ରିଏଲ ଇଷ୍ଟେଟ କାରବାରକୁ ସ୍ବଚ୍ଛ କରିବା ପାଇଁ ଅନେକ ଆଇନ ଆସୁଥିଲେ ମଧ୍ୟ ଏହା କାର୍ଯ୍ୟକାରୀ କରିବାରେ ସମସ୍ୟା ଉପଜୁଛି । ଅନେକ ଆଇନ ମଧ୍ୟରେ ଥିବା ଦ୍ବନ୍ଦ୍ବ ଦୂର କରିବାକୁ ରେବା କାମ କରିବ ବୋଲି ଆଶା କରାଯାଉଛି ।