ଢେଙ୍କାନାଳ : ପ୍ରଧାନ ଶିକ୍ଷୟିତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ। ଘର ସାମ୍ନାରେ ଥିବା ଗ୍ୟାରେଜରୁ ଉଦ୍ଧାର ହେଲା ମୃତଦେହ। ଢେଙ୍କାନାଳ କାମାକ୍ଷାନଗର ତୁମୁସିଙ୍ଗା ଥାନା ଅନ୍ତର୍ଗତ ଗୁନେଇବିଲି ଗାଁର ଏ ଘଟଣା। ଘର ସାମ୍ନାରେ ଥିବା ଗ୍ୟାରେଜ ଘର ଭିତରେ ମୃତଦେହ ପଡ଼ିଥିବା ବେଳେ ଘରବାହାରେ ପଡିଥିଲା ତାଲା । ମୃତ ପ୍ରଧାନଶିକ୍ଷୟତ୍ରୀ ଜଣକ ତୁମୁସିଙ୍ଗା ପଞ୍ଚସଖା ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ପ୍ରଭାତୀ ଦେହୁରୀ।
ସବୁଦିନ ପରି ରାତିରେ ଖାଇପିଇ ସାରି ଘରେ ଶୋଇଥିଲେ । ସକାଳୁ ପ୍ରଭାତୀଙ୍କ ଡ୍ରାଇଭର ଘରକୁ ଆସି ପ୍ରଭାତୀଙ୍କୁ ସ୍କୁଲ ନେବା ପାଇଁ ଡ଼ାକିଥିବା ବେଳେ ଘରେ ଥିବା ଶଶ୍ୱର ବୋହୂ ଘରେ ନଥିବା କହିଥିଲେ । ପରେ ପରିବାର ଲୋକ ଏଣେତେଣେ ଖୋଜାଖୋଜି କରିବାରୁ ଘର ସାମ୍ନାରେ ଥିବା ଗ୍ୟାରେଜ ଘରୁ ବାହାରୁ ତାଲା ପଡ଼ିଥିବା ଦେଖିଥିଲେ । ଘର ତାଲା ଭାଙ୍ଗିବାରୁ ପ୍ରଭାତୀ ଘର ଭିତରେ ସନ୍ଦେହଜନକ ଭାବେ ପଡିଥିବା ଦେଖିବାକୁ ମିଳିଥିଲା।
ପ୍ରଭାତୀଙ୍କ ଶଶ୍ୱର ତୁମୁସିଙ୍ଗା ଥାନାରେ ଖବର ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପାରିପାର୍ଶ୍ଵିକ ସ୍ଥିତି ଯାଞ୍ଚ କରି ତଦନ୍ତ ଆରମ୍ଭ କରିଛି । ଢେଙ୍କାନାଳ ଜିଲ୍ଲା ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛି । ଯାଞ୍ଚ ପରେ ମୃତ ଶିକ୍ଷୟତ୍ରୀଙ୍କ ଦୁଇଟି ମୋବାଇଲ ଓ ତାଙ୍କ ଝିଅର ମୋବାଇଲ ଗାଏବ ଥିବା ସୂଚନା ପାଇଛି । ଏବଂ ଶିକ୍ଷୟତ୍ରୀ ଙ୍କ ସୁନାହାର ମଧ୍ୟ ଲୁଟ ହୋଇଥିବା ନେଇ ଜଣାପଡିଛି । ଯାହାକୁ ନେଇ ଘଟଣାରେ ନୂଆ ମୋଡ଼ ସୃଷ୍ଟି ହେଉଥିବା ବେଳେ ପ୍ରଧାନଶିକ୍ଷୟତ୍ରୀଙ୍କ ମୃତ୍ୟୁ ହତ୍ୟା ନା ଆତ୍ମହତ୍ୟା ତାହା ସନ୍ଦେହ ସୃଷ୍ଟି କରୁଛି । ତେବେ ଶିକ୍ଷୟତ୍ରୀଙ୍କ ସ୍ୱାମୀ ଦୁଇବର୍ଷ ତଳେ ମୃତ୍ୟୁବରଣ କରିଥିବା ବେଳେ ତାଙ୍କର ଗୋଟିଏ ପୁଅ ଓ ଝିଅ ଥିବା ଜଣାପଡିଛି । ତେବେ ଶିକ୍ଷୟତ୍ରୀ ଜଣକ କାମାକ୍ଷାନଗର ବ୍ଲକ ଓଷ୍ଟା ସଙ୍ଘ ର ସଭାପତି ଥିବା ଜଣାପଡିଛି । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି ।
ଆକ୍ସନ ମୋଡରେ ମ୍ୟାଡାମ୍ ସିଏମ୍, ଶପଥ ପରେ ପରେ ଆସିଲା ରେଖା ଗୁପ୍ତାଙ୍କ ୫ଘଣ୍ଟାର ଆକ୍ସନ ପ୍ଲାନ୍
ନନ୍ଦିଘୋଷ ବ୍ୟୁରୋ : ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ରେଖା ଗୁପ୍ତା । ଶାଲିମାର ବାଗର ବିଧାୟିକା ରେଖା ଗୁପ୍ତା ଆଜି ରାମଲୀଳା ମୈଦାନରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ତାଙ୍କୁ ଉପରାଜ୍ୟପାଳ ବିକେ ସକ୍ସେନା ପଦ ଏବଂ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଶପଥ ନେବା ପରେ ପରେ ହିଁ ଆକ୍ସନ ମୋଡରେ ମ୍ୟାଡାମ୍ ସିଏମ୍ । ଆଜି ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ ପରେ ହିଁ ଦିଲ୍ଲୀ କ୍ୟାବିନେଟର ପ୍ରଥମ ବୈଠକ ଅନୁଷ୍ଠିତ ହେବ ।
ଶପଥ ନେବା ପରେ ପରେ ରେଖାଗୁପ୍ତା ଅପରାହ୍ନ ୩ଟାରେ ଦିଲ୍ଲୀ ସଚିବାଳୟ ପହଞ୍ଚିଛନ୍ତି । ସଚିବାଳୟରେ ପହଞ୍ଚି ନିଜ କାମ ଆରମ୍ଭ କରିଦେଇଛନ୍ତି ଦିଲ୍ଲୀ ସିଏମ୍ । ଅପରାହ୍ନ ୫ଟାରେ ସେ ଯମୁନା ବଜାର ନିକଟସ୍ଥ ବାସୁଦେବ ଘାଟ ଗସ୍ତ କରିବେ । ଏହା ପରେ ସନ୍ଧ୍ୟା ୭ଟାରେ ଦିଲ୍ଲୀ ସଚିବାଳୟରେ ପ୍ରଥମ କ୍ୟାବିନେଟ୍ ବୈଠକ କରିବେ । ଆଜି ରେଖା ଗୁପ୍ତାଙ୍କ ସହ ତାଙ୍କ କ୍ୟାବିନେଟ୍ ମନ୍ତ୍ରୀ ପ୍ରବେଶ ବର୍ମା, ଆଶିଷ ସୁଦ, ମଞ୍ଜିନ୍ଦର ସିଂହ ସିରସା, କପିଲ ମିଶ୍ରା, ରବିନ୍ଦ୍ର ଇନ୍ଦ୍ରରାଜ ସିଂହ ଓ ପଙ୍କଜ କୁମାର ମଧ୍ୟ ଶପଥ ନେଇଛନ୍ତି ।
ବଡ ପରଦାରେ ଚୋର ସାଜିବେ ସୈଫ ଅଲ୍ଲୀ ଖାନ୍
ମୁମ୍ୱାଇ: ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ଉପରେ ଛୁରୀ ଆକ୍ରମଣ ଘଟଣା ପରେ ଏକ ମଞ୍ଚରେ ନଜର ଆସିଥିଲେ । ସୈଫ ଅଲ୍ଲୀ ଖାନ ଇଣ୍ଡଷ୍ଟ୍ରିରେ ଏମିତି ଏକ ନା ଯିଏ ସବୁବେଳେ ନିଜ ଫ୍ୟାନ୍ସଙ୍କ ଗହଣକୁ ଅନେକ ନିଆରା ଚରିତ୍ର ନେଇ ଆଗକୁ ଆସିଥାନ୍ତି । ସୈଫ ଅଲ୍ଲୀ ଖାନଙ୍କ ଅପକମିଙ୍ଗ ଫିଲ୍ମ ଆସିବାକୁ ଯାଉଛି । ଯେଉଁଥିରେ ସେ ଚୋରା ଭୂମିକାରେ ନଜର ଆସିବେ। ଫିଲ୍କର ଟାଇଟେଲ ରହିଛି ଜେୱେଲ ଥିଫ୍ ଦ ହିଷ୍ଟ ବିଗେନ୍ସ ।
ଜେୱେଲ ଥିଫ୍ ଦ ହିଷ୍ଟ ବିଗେନ୍ସ ଫିଲ୍ମରେ ମୁଖ୍ୟ ଚରିତ୍ରରେ ଆକ୍ସନ ସହିତ ନଜର ଆସିବେ ସୈଫ ଅଲ୍ଲୀ । ଏହା ସହିତ ଫିଲ୍ମରେ ଜୟଦୀପ ଅହଲାୱତ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ। ଫିଲ୍ମରେ ସୈଫ ଜଣେ ଚୋରର ଭୂମିକାରେ ନଜର ଆସିବେ । ଯାହାର ମିସନ ହେଉଛି ଲେଜେଣ୍ଡରି ଆଫ୍ରିକାନ ରେଡ ସନ ଡାଏମଣ୍ଡ ଚୋରି କରିବା । ଏହି ଛକା ପଂଝା ମଧ୍ୟରେ ଏମିତି କିଛି କନଫ୍ୟୁଜନ ଉପୁଯିଛି ଯାହାପାଇଁ କାହାଣୀ ଖୁବ ରୋଚକ ନଜର ଆସିବ । ତେବେ ଫିଲ୍ମଟି ନେଟଫ୍ଲିକ୍ସ ଓଟିଟି ପ୍ଲାଟଫର୍ମରେ ରିଲିଜ ହେବାକୁ ରହିଥିବା ବେଳେ ଏହାର ରିଲିଜ ତାରିଖ ଉପରୁ ଏବେ ପରଦା ଉଠିନାହିଁ । ଯାହାପାଇଁ ଫ୍ୟାନ୍ସଙ୍କୁ କିଛି ଦିନର ଅପେକ୍ଷା କରିବାକୁ ପଡିପାରେ ।
ନିକଟରେ ଦେବରା ପାର୍ଟ ୧ ଫିଲ୍ମରେ ନଜର ଆସିଥିଲେ ସୈଫ। ଭୈର ଚରିତ୍ରରେ ଦର୍ଶକ ସୈଫଙ୍କୁ ଖୁବ ଭଲପାଇବା ଦେଇଥିଲେ।
ଜେଲେନସ୍କି ଜଣେ ମାମୁଲି କମେଡିଆନ୍: ଡୋନାଲ୍ଡ ଟ୍ରମ୍ପ
ନନ୍ଦିଘୋଷ ବ୍ୟୁରୋ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ ମଧ୍ୟରେ ବାକ୍ ଯୁଦ୍ଧ ଆରମ୍ଭ ହୋଇଛି। ବର୍ତ୍ତମାନ ୟୁକ୍ରେନର ହାତ ଛାଡିଛି ଆମେରିକା । ବୁଧବାର ଦିନ ଟ୍ରମ୍ପ ତାଙ୍କ ମାର୍-ଏ-ଲାଗୋ ରିସର୍ଟରେ ଏକ ବିବୃତ୍ତିରେ ଜେଲେନସ୍କିଙ୍କୁ ଜଣେ ମାମୁଲି କମେଡିଆନ୍ ବୋଲି କହିଥିଲେ । ଏହି କାରଣରୁ ଦୁଇ ନେତାଙ୍କ ମଧ୍ୟରେ ବିବାଦ ଘନୀଭୂତ ହୋଇଛି।
ଟ୍ରମ୍ପ ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କିଙ୍କୁ ସମାଲୋଚନା କରି କହିଛନ୍ତି, ବିନା ନିର୍ବାଚନରେ ଜେଲେନସ୍କି ତାନାସାହ ସାଜିଛନ୍ତି । ଏକ ମାମୁଲି କମେଡିଆନ୍ ବା ହାସ୍ୟଅଭିନେତା ଜେଲେନସ୍କି ଆମେରିକାକୁ ୩୫୦ ବିଲିୟନ୍ ଡଲାର୍ ଖର୍ଚ୍ଚ କରିବା କଥା କହୁଛି । ତାହା ବି ଏପରି ଏକ ଯୁଦ୍ଧ ପାଇଁ ଖର୍ଚ୍ଚ କରିବା ପାଇଁ କହୁଛି, ଯେଉଁ ଯୁଦ୍ଧ କେବେ ଯିତାଯାଇ ପାରିବନାହିଁ । ବଡ କଥା ହେଉଛି ଏହି ଯୁଦ୍ଧ କେବେ ଆରମ୍ଭ କରିବାର ନଥିଲା।
ଟ୍ରମ୍ପ ଟ୍ୱିଟ୍ କରି ଆହୁରି କହିଛନ୍ତି କି, ଜେଲେନସ୍କି ନିର୍ବାଚନ ନକରି ତାନାସାହ ସାଜିଛନ୍ତି । ତାଙ୍କ ପାଇଁ ଭଲ ହେବ ଯୁଦ୍ଧ ବନ୍ଦ କରି ଆଗକୁ ବଢନ୍ତି ଜେଲେନସ୍କି । ନଚେତ୍ ତାଙ୍କ ସପକ୍ଷରେ ଗୋଟିଏ ବି ଦେଶ ରହିବେ ନାହିଁ । ଆମେ ଯୁଦ୍ଧକୁ ସମାପ୍ତ କରିବା ପାଇଁ ଋଷ ସହ ଆଲୋଚନା କରିଛୁ । ପୂର୍ବରୁ ବାଇଡେନ୍ ସରକାର ଯୁଦ୍ଧ ରୋକିବା ପାଇଁ କୌଣସି ପ୍ରକାର ଚେଷ୍ଟା କରିନଥିଲେ । ଏବେ ବି ସମୟ ଅଛି ଋଷ ସହ ଆଲୋଚନା କରି ଯୁଦ୍ଧକୁ ସମାପ୍ତ କରାଯାଉ ।
ସେପଟେ ଟ୍ରମ୍ପଙ୍କ କଥାକୁ ଖାରଚ କରି ପ୍ରତିକ୍ରିୟା ରଖିଛନ୍ତି ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କି । ଟ୍ରମ୍ପ ଭୁଲ ତଥ୍ୟ ଆଧାରରେ ଏପରି କହୁଛନ୍ତି । ଦୁର୍ଭାଗ୍ୟର କଥା ରାଷ୍ଟ୍ପପତି ଟ୍ରମ୍ପ ଋଷର ଅପପ୍ରଚାରର ପ୍ରଭାବରେ ପ୍ରଭିବିତ ହୋଇ ଅଛନ୍ତି । ଆମେରିକା ଜନତା ସବୁବେଳେ ମୋର ସମର୍ଥନ କରିଆସିଛନ୍ତି । ଯାହାକୁ ଆମେ ସମ୍ମାନ ଦେଉଛୁ ବୋଲି କହିଛନ୍ତି ଜେଲେନସ୍କି।
ଐତିହାସିକ ଓ ପୌରାଣିକ କଥାବସ୍ତୁ ଉପରେ ଆଧାରିତ ଫିଲ୍ମ ‘କେଶରୀ ବୀର’; ଏହି ଦିନ ହେବ ରିଲିଜ୍
ମୁମ୍ୱାଇ: ପୌରାଣିକ କଥାବସ୍ତୁ ବା ଐତିହାସିକ ଘଟଣାବଳୀକୁ ନେଇ ଆଧାରିତ ଫିଲ୍ମ ‘କେଶରୀ ବୀର’ । ଇତିହାସରେ ଲିପିବଦ୍ଧ ହୋଇ ରହିଥିବା ଘଟଣାବଳୀ ଯାହା ଲୋକଲୋଚନକୁ ଆସିପାରିନାହିଁ ତାକୁ ବଡ ପରଦାରେ ଦର୍ଶାଇବା ହେଉଛି ଏବେ ବଡ ବଡ ନିର୍ଦ୍ଦେଶକ ଓ ପ୍ରଯୋଜକଙ୍କ ମୂଳ ଲକ୍ଷ । ନିକଟରେ ଛାୱା ଫିଲ୍ମ ରିଲିଜ ହୋଇ ଖୁବ ଭଲ ବ୍ୟବସାୟ ମଧ୍ୟ କରିଛି । ଏମିତି ଆଉ ଏକ ଫିଲ୍ମ ବଡ ପରଦାକୁ ଖୁବ ଶୀଘ୍ର ଆସିବାକୁ ଯାଉଛି । ଯାହାର ନାଁ ରହିଛି ‘କେଶରୀ ବୀର’ ।
କେଶରୀ ବୀର’ କାହାଣୀ ହମୀରଜୀ ଗୋହିଲଙ୍କ ଜୀବନ ଉପରେ ଆଧାରିତ । ଯିଏ ତୁଗଲକଙ୍କ ସାମ୍ରାଜ୍ୟ ବିରୁଦ୍ଧରେ ନିଜ ସଂଗ୍ରାମ ଜାରି ରଖିଥିଲେ । ସୋମନାଥ ମନ୍ଦୀର ଉପରେ ତୁଗଲକ ଶାସକଙ୍କ ନଜର ଥିବା ବେଳେ ହିନ୍ଦୁ ଭାବନା ଓ ମନ୍ଦୀରର ରକ୍ଷା କରିବାପାଇଁ ନିଜର ସର୍ବସ୍ବ ତ୍ୟାଗ କରିଵାକୁ ଆଗକୁ ଆସିଥିଲେ ହମୀରଜୀ ଗୋହିଲ । ଏହି କାହାଣୀକୁ ବଡ ପରଦାକୁ ନେଇ ଆସୁଛନ୍ତି ନିର୍ଦ୍ଦେଶକ ପ୍ରିନ୍ସ ଧୀମନ । କିଛି ଦିନ ପୁର୍ବରୁ ଏହାର ଏକ ଟ୍ରେଲର ରିଲିଜ ହୋଇ ଖୁବ ଚର୍ଚ୍ଚା ସାଉଁଟୁଥିଲା ।
ଫିଲ୍ମରେ ମୁଖ୍ୟ ଚରିତ୍ରରେ ସୁରଜ ପଞ୍ଚୋଲି, ସୁନୀଲ ସେଠୀ ଓ ବିବେକ ଓବରୋୟଙ୍କୁ ଦେଖିବାକୁ ମିଳିବ । ଏହି ଫିଲ୍ମରରେ ଭିଏଫଏକ୍ସ, ବିଜିଏମ ଓ ପ୍ଲଟ ଖୁବ ଜବରଦସ୍ତ ରହିଛି । ଫିଲ୍ମରେ ଖୁବ ଖାସ ଭାବରେ ଆକ୍ସନ ସିକ୍ବେନ୍ସକୁ ଦର୍ଶାଯାଇଛି ଯାହାଦ୍ବାରା କାହାଣୀ ଆହୁରି ଖାସ ନଜର ଆସୁଛି । ତେବେ ଏହାକୁ ଦେଖିବାକୁ ସିନେ ପ୍ରେମିଙ୍କ ମନରେ ଉତ୍ସାହ ଦିନକୁ ଦିନ ବଢିବାରେ ଲାଗିଛି । ଫିଲ୍ମଟି ବଡ ପରଦାରେ ମାର୍ଚ୍ଚ ୧୪ ତାରିଖରେ ମୁକ୍ତିଲାଭ କରିବାକୁ ଯାଉଛି।
ଗଣମାଧ୍ୟକୁ ନେଇ ସୁପ୍ରିମକୋର୍ଟଙ୍କ ବଡ ରାୟ: କୌଣସି ଖବର ପ୍ରକାଶ କରିବା ପୂର୍ବରୁ ଏହାର ସତ୍ୟତା ଏବଂ ନିରପେକ୍ଷତାକୁ ସୁନିଶ୍ଚିତ କରନ୍ତୁ
ନୂଆଦିଲ୍ଲୀ: ଗଣମାଧ୍ୟକୁ ନେଇ ସୁପ୍ରିମକୋର୍ଟ ବଡ ରାୟ ଶୁଣାଇଛନ୍ତି । ସୁପ୍ରିମକୋର୍ଟ ବିଚାରପତି ଜେ.ବି. ପାର୍ଡିଓ୍ବାଲା ଏବଂ ଜଷ୍ଟିସ୍ ଜେ.ବି. ଆର୍ ମହାଦେବନଙ୍କ ଖଣ୍ଡପୀଠରେ ଏକ ମାମଲାର ଶୁଣାଣି କରି କହିଛନ୍ତି ଯେ, ଜନମତ ଗଠନରେ ଗଣମାଧ୍ୟମର ଶକ୍ତି ଗୁରୁତ୍ୱପୂର୍ଣ୍ଣ। ପ୍ରେସର ଜନସାଧାରଣଙ୍କ ଭାବନାକୁ ପ୍ରଭାବିତ କରିବା ଏବଂ ଚିନ୍ତାଧାରା ପରିବର୍ତ୍ତନ କରିବାର କ୍ଷମତା ଅଛି। “କଲମ ଖଣ୍ଡା ଅପେକ୍ଷା ଅଧିକ ଶକ୍ତିଶାଳୀ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।
ସୂଚନା ଅନୁଯାୟୀ, ସୁପ୍ରିମକୋର୍ଟ ବୁଧବାର ଏକ ମାମଲାର ଶୁଣାଣି କରି ସମାଜରେ ଗଣମାଧ୍ୟମର ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ଗୁରୁତ୍ୱାରୋପ କରିଛନ୍ତି। ୨୦୧୪ ଜୁନ୍ ୨୭ରେ ଏକ ପେଣ୍ଟିଂ ନିଲାମକାରୀ ସଂସ୍ଥାକୁ ନେଇ ଜାତୀୟ ସ୍ତରୀୟ ଖବରକାଗଜ ଟାଇମ୍ସ ଇଣ୍ଡିଆର ସମ୍ପାଦକୀୟରେ ଅପମାନଜନକ ଲେଖା ପ୍ରକାଶିତ କରାଯାଇଥିବା ଅଭିଯୋଗକରି ଖବରକାଗଜର ସମ୍ପାଦକୀୟ ନିର୍ଦ୍ଦେଶକ ଜୟଦୀପ ବୋଷ ଏବଂ ଅନ୍ୟ ସାମ୍ବାଦିକଙ୍କ ବିରୋଧରେ ଆପରାଧିକ ମାନହାନି ମାମଲା ରୁଜୁ କରାଯାଇଥିଲା।
ବୁଧବାର ସୁପ୍ରିମକୋର୍ଟ ଉକ୍ତ ମାନହାନି ମାମଲାକୁ ଖାରଜ କରିଦେଇଛନ୍ତି। ଶୁଣାଣି ବେଳେ ଷ୍ଟିସ୍ ଜେ.ବି. ପାର୍ଡିଓ୍ବାଲା ଏବଂ ଜଷ୍ଟିସ୍ ଜେ.ବି. ଆର୍ ମହାଦେବନଙ୍କ ଖଣ୍ଡପୀଠ କହିଛନ୍ତି, ଜନତାଙ୍କର ମତକୁ ଆକାର ଦେବାରେ ଗଣମାଧ୍ୟମର ପ୍ରମୁଖ ଭୂମିକା ରହିଛି। ତେଣୁ ବେପରୁଆ ସାମ୍ବାଦିକତା ସମାଜ ପାଇଁ ଭୟାବହ ଏବଂ ଏହାର ଦୀର୍ଘକାଳୀନ ପାରିଣାମ ପଡ଼ିପାରେ। ଖବରଦାତାମାନଙ୍କୁ କୌଣସି ଖବର କିମ୍ବା ମନ୍ତବ୍ୟ ପ୍ରକାଶ କରିବା ପୂର୍ବରୁ ଏହାର ସତ୍ୟତା ଏବଂ ନିରପେକ୍ଷତାକୁ ସୁନିଶ୍ଚିତ କରିବା ଆବଶ୍ୟକ।
ସୁପ୍ରିମକୋର୍ଟ କହିଛନ୍ତି ଯେ, ଗୋଟିଏ ଲେଖା କିମ୍ବା ରିପୋର୍ଟ ଲକ୍ଷ ଲକ୍ଷ ଲୋକଙ୍କୁ ପ୍ରଭାବିତ କରିପାରିବ, ସେମାନଙ୍କର ବିଶ୍ୱାସ ଏବଂ ନିଷ୍ପତ୍ତିକୁ ଆକାର ଦେଇପାରିବ। ଏହା ସମ୍ପୃକ୍ତ ବ୍ୟକ୍ତିଙ୍କ ପ୍ରତିଷ୍ଠାକୁ ଗୁରୁତର କ୍ଷତି ପହଞ୍ଚାଇବାର ସମ୍ଭାବନା ରଖେ, ଯାହାର ପରିଣାମ ସୁଦୂରପ୍ରସାରୀ ଏବଂ ସ୍ଥାୟୀ ହୋଇପାରେ। ତେଣୁ, ଜନହିତ ଏବଂ ସଦିଚ୍ଛା ପାଇଁ ସମ୍ବାଦ ଲେଖା ପ୍ରକାଶିତ ହେବା ଉଚିତ।

