spot_img
Home Blog Page 1014

ଦିଲ୍ଲୀ ବିଧାନସଭାରେ ପ୍ରବେଶ କରିବା ଲାଗି ମିଳୁନି ଅନୁମତି, ଅଭିଯୋଗ ଆଣିଲେ ନିର୍ବାଚିତ ଆପ ବିଧାୟକ

ନନ୍ଦିଘୋଷ ବ୍ୟୁରୋ: ଦିଲ୍ଲୀ ବିଧାନସଭାରେ ପ୍ରବେଶ କରିବା ଲାଗି ମିଳୁନି ଅନୁମତି। ଏନେଇ ଅଭିଯୋଗ କରିଛନ୍ତି ଆମ୍ ଆଦମୀ ପାର୍ଟି ନେତା। ବିଧାନସଭା ଭିତରେ ପ୍ରବେଶ ନକରିବା ଲାଗି ପ୍ରବେଶ ପଥରେ ବ୍ଯାରିକେଡ ଲଗାଯାଇଥିବା ଅଭିଯୋଗ କରିଛନ୍ତି ବିଧାୟକ। ବିଧାନସଭା ବାହାରେ ପ୍ଲାକାର୍ଡ ଧରି ପ୍ରତିବାଦ କରିଛନ୍ତି ବିଧାୟକ। ଗତ ୨୫ ତାରିଖରେ ସିଏଜି ରିପୋର୍ଟକୁ କେନ୍ଦ୍ର କରି ବିଧାନସଭାରେ ହଟ୍ଟଗୋଳ କରିବା କାରଣରୁ ୨୧ ଆପ୍ ବିଧାୟକଙ୍କୁ ଗୃହରୁ ସସପେଣ୍ଡ କରିଥିଲେ ବାଚସ୍ପତି। ବିଜେପିର ସରକାର ଗୃହରେ ଏକଛତ୍ରବାଦୀ ନୀତି ଆପଣାଉଛନ୍ତି ବୋଲି ଦଳ କରିଛି ଅଭିଯୋଗ। ଗତ ୨୫ ତାରିଖରେ ସିଏଜି ରିପୋର୍ଟକୁ ନେଇ ଦିଲ୍ଲୀ ବିଧାନସଭାରେ ପ୍ରବଳ ହଟ୍ଟଗୋଳ ହୋଇଥିଲା।  ଦିନକ ଲାଗି ବିରୋଧୀ ଦଳ ନେତ୍ରୀ ତଥା ପୂର୍ବତନ ମୁଖ୍ଯମନ୍ତ୍ରୀ ଆତିଶୀଙ୍କ ସମେତ ୨୧ ଆପ୍ ବିଧାୟକଙ୍କୁ ଗୃହରୁ କରାଯାଇଥିଲା ସସପେଣ୍ଡ। ପ୍ରତିବାଦରେ ଗୃହରେ ଆପ୍ ବିଧାୟକମାନେ ନାରାବାଜି କରିଥିଲେ। ସିଏଜି ରିପୋର୍ଟରେ ଆପ୍ ସରକାର ଅମଳର ସିସମହଲ ନିର୍ମାଣ, ମଦନୀତି, ମୋହଲା କ୍ଲିନିକ ଆଦି ପ୍ରସଙ୍ଗ ଉପସ୍ଥାପିତ ହୋଇଥିଲା ।

ବିଜେପି ଏକଛତ୍ରବାଦର ସୀମା ଅତିକ୍ରମ କରିଛି: ଆତିଶୀ

ବିଧାନସଭା ଅଧିବେଶନ ଆରମ୍ଭ ହେବା ପୂର୍ବରୁ, ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଆତିଶୀ ଟ୍ୱିଟ୍ କରି କହିଥିଲେ ଯେ ବିଜେପି କ୍ଷମତାକୁ ଆସିବା ପରେ ଏକଛତ୍ରବାଦର ସୀମା ପାର କରିଛନ୍ତି। ‘ଜୟ ଭୀମ’ ସ୍ଲୋଗାନ ଦେବା ପାଇଁ ଆମ ଆଦମୀ ପାର୍ଟିର ବିଧାୟକମାନଙ୍କୁ ତିନି ଦିନ ପାଇଁ ଗୃହରୁ ନିଲମ୍ବିତ କରାଯାଇଥିଲା ଏବଂ ଆଜି ଆପ ବିଧାୟକମାନଙ୍କୁ ବିଧାନସଭା ପରିସରରେ ପ୍ରବେଶ କରିବାକୁ ମଧ୍ୟ ଅନୁମତି ଦିଆଯାଉନାହିଁ। ଦିଲ୍ଲୀ ବିଧାନସଭା ଇତିହାସରେ ଏପରି କେବେ ଘଟିନାହିଁ  । ନିର୍ବାଚିତ ବିଧାୟକମାନଙ୍କୁ ବିଧାନସଭା ପରିସରରେ ପ୍ରବେଶ କରିବାକୁ ଅନୁମତି ଦିଆଯାଉନାହିଁ ବୋଲି ଆତିଶୀ କହିଛନ୍ତି । ବିଜେପି ସରକାରଙ୍କୁ କଡ଼ା ଭାଷାରେ ସମାଲୋଚନା କରିଥିବାବେଳେ ପୁଣିଥରେ ଜୟଭୀମ ନାରା ଦେଇଥିବା ଦେଖିବାକୁ ମିଳିଛି ।

ଆଫଗାନିସ୍ତାନ ବିଜୟରେ ନାଚିଲେ ଇରଫାନ ପଠାନ, ରସିଦ ଖାନ କହିଲେ..

ନନ୍ଦିଘୋଷ ବ୍ୟୁରୋ: ବୁଧବାର ଇଂଲଣ୍ଡ ବିପକ୍ଷ ମ୍ୟାଚରେ ଆଫଗାନିସ୍ତାନ ବଡ଼ ବିଜୟ ହାସଲ କରିଛି । ଏହି ବିଜୟ ସହ ଇଂଲଣ୍ଡର ଚାମ୍ପିୟନ୍ସ ଟ୍ରଫି ସେମି ଆଶାକୁ ଧୂଳିସାତ କରିଥିବାବେଳେ ନିଜର ସେମି ଆଶା ଉଜ୍ଜିବିତ କରିଛି ଆଫଗାନିସ୍ତାନ । ତେବେ ଆଫଗାନିସ୍ତାନର ବିଜୟ ପରେ ଶୁଭେଚ୍ଛାର ସୁଅ ଛୁଟିଛି । ତେବେ ଏହି ଅବସରରେ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଖେଳାଳି ଇରଫାନ ପଠାନ ନାଚି ନାଚି ଖୁସି ମନାଇଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ଯେଉଁଥିରେ ସେ ଆଫଗାନିସ୍ତାନକୁ ଶୁଭେଚ୍ଛା ଦେଇଥିବା ଦେଖିବାକୁ ମିଳିଛି । ତେବେ ତାଙ୍କର ଏହି ପୋଷ୍ଟରେ ରିପ୍ଲେ ଦେଇଛନ୍ତି ରସିଦ ଖାନ । ସେ ଲେଖିଛନ୍ତି କି, ଭାଇଜାନ ଆପଣ ଏକା କେମିତି ନାଚିଲେ, ମୋତେ ଆପଣଙ୍କ ସହ ସାମିଲ କଲେନି । ଆପଣ ମୋ ବିନା ଏକା କେମିତି ନାଚିଲେ । ଏମିତି ଆପତ୍ତି କରିଥିବା ଦେଖିବାକୁ ମିଳିଛି ।

https://www.instagram.com/reel/DGjDs_2uX-n/?utm_source=ig_embed&ig_rid=52f04566-86a4-4125-8138-738d5c4e1bb6

କହି ରଖୁଛୁ କି, ୨୦୨୩ ଟି-୨୦ ବିଶ୍ବକପ ସୟମରେ ପାକିସ୍ତାନକୁ ପରାସ୍ତ କରିଥିଲା ଆଫଗାନିସ୍ତାନ । ଏହି ସମୟରେ କମେଟ୍ରି କରୁଥିବା ଇରଫାନ ପଠାନ ମଇଦାନକୁ ଆସି ରସିଦ ଏବଂ ତାଙ୍କ ଟିମର ସଦସ୍ୟଙ୍କ ସହ ନାଚିଥିଲେ । ଯାହାର ଭିଡିଓ ସୋସିଆଲ ମିଡିଆରେ ସେ ସମୟରେ ବେଶ ଭାଇରାଲ ହୋଇଥିଲା । ଏପରିକି ପାକିସ୍ତାନରେ ଇରଫାନଙ୍କୁ ବହୁ ସମାଲୋଚନା ମଧ୍ୟ କରାଯାଇଥିଲା । ଆଉ ଏବେ ଇରଫାନ ପଠାନ ଆଫଗାନିସ୍ତାନର ବିଜୟ ପରେ ସେ ଏକା ନାଚିଥିବାବେଳେ ମଜାଳିଆ ଢ଼ଙ୍ଗରେ ଏମିତି କମେଣ୍ଟ କରିଛନ୍ତି ରସିଦ ଖାନ ।

୩୨୬ ନଂ ଜାତୀୟ ରାଜପଥରେ ଦୁର୍ଘଟଣା, ଯାତାୟତ ବାଧାପ୍ରାପ୍ତ

ନନ୍ଦିଘୋଷ ବ୍ୟୁରୋ: ଲୋକଙ୍କ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିବା ସହିତ ଦିନକୁ ଦିନ ବିପଦଜନକ ହୋଇପଡିଛି ରାୟଗଡ଼ା – କୋରାପୁଟ ୩୨୬ ନଂ ଜାତୀୟ ରାଜପଥ ମୁଖ୍ୟ ରାସ୍ତାରେ ରହିଥିବା ରାୟଗଡ଼ା ବ୍ଳକର ଗୁମ୍ମା ଘାଟି। ଏହି ରାସ୍ତାରେ ବିଳମ୍ବିତ ରାତିରୁ ଏକ ଆଲୁମିନିୟମ ବୋଝେଇ ଟ୍ୟାଙ୍କର ଧକ୍କା ଦେବାରୁ ପୁଣି ଥରେ ରାସ୍ତା ଜାମ ରହିଥିବା ଦେଖିବାକୁ ମିଳିଛି। ଫଳରେ ରାୟଗଡ଼ା ଠାରୁ କାଶିପୁର, ଟିକିରି ସମେତ କୋରାପୁଟ ଜିଲ୍ଲା ନାରାୟଣପାଟଣା, ବନ୍ଧୁଗାଁ, ଲକ୍ଷ୍ମୀପୁର, କାକିରିଗୁମା, କୋରାପୁଟ ଆଦି ଅଂଚଳକୁ ମୋଟରସାଇକେଲ, କାର, ବସ ଆଦି ଯାତାୟାତ କରୁଥିବା ଯାତ୍ରୀମାନେ ଅଟକି ରହିଛନ୍ତି। ଏଭଳିକି ଦଶମ ଶ୍ରେଣୀ ପରୀକ୍ଷା ପାଇଁ ନିକଟସ୍ଥ ପରୀକ୍ଷା କେନ୍ଦ୍ରକୁ ଯିବାକୁ ମଧ୍ୟ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଛାତ୍ରୀଛାତ୍ର ଓ ଶିକ୍ଷକ ଶିକ୍ଷୟତ୍ରୀ ମାନେ । ଗୁମ୍ମା ଘାଟିରେ ଏହିଭଳି ଗାଡି ଦୁର୍ଘଟଣା ଘଟି ରାସ୍ତା ଜାମ ରହୁଥିଲେ ମଧ୍ୟ ଏହାର ସ୍ଥାୟୀ ସମାଧାନ ପାଇଁ କୌଣସି ବ୍ୟବସ୍ଥା କରାଯାଉନାହିଁ। ଫଳରେ ଅଞ୍ଚଳରେ ଉଦବେଗ ପ୍ରକାଶ ପାଇଛି। ପ୍ରକାଶ ଥାଉକି, ଗୁମ୍ମା ଘାଟିରେ ବୁଲାଣିରେ ବୁଧବାର ଗୋଟିଏ ଟ୍ରଲର ଓଲଟିଯିବାରୁ ଦୀର୍ଘ ୮ ଘଣ୍ଟା ଧରି ରାୟଗଡା କୋରାପୁଟ ୩୨୬ ନଂ  ଜାତୀୟ ରାଜପଥ ରାସ୍ତା ଜାମ ହୋଇଥିଲା। ଏକ ବଡ଼ ଟ୍ରଲର ଟ୍ରାନ୍ସଫର୍ମର ଧରି ଯାଉଥିବା ବେଳେ ଓଲଟି ପଡିଥିଲା । ଓଲଟି ଯିବାରୁ ରାସ୍ତାରେ ଯାତାୟାତ ସଂପୂର୍ଣ ବାଧାପ୍ରାପ୍ତ ହୋଇଥିଲା ।  ଫଳରେ ରାସ୍ତାର ଉଭୟ ପାର୍ଶ୍ବରେ ଶତାଧିକ ଟ୍ରକ ଓ ଯାତ୍ରୀବାହୀ ବସ୍ ଅଟକି ରହିଥିଲା। ବୁଧବାର ଶିବରାତ୍ର ହୋଇଥିବାରୁ ଶ୍ରଦ୍ଧାଳୁ ମାନେ ଓ ଯାତ୍ରୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହୋଇଥିଲେ । ‌ବାରମ୍ବାର ଏଭଳି ସ୍ଥିତି ଉପୁଜୁଥିଲେ ମଧ୍ୟ ରାଜପଥ ବିଭାଗର ନିଦ ଭାଙ୍ଗୁନାହିଁ।

ଚାମ୍ପିୟନ୍ସ ଟ୍ରଫି ପରେ ଅବସର ନେବେ ଏହି ୪ ଦେଶର ଅଧିନାୟକ

ନନ୍ଦିଘୋଷ ବ୍ୟୁରୋ: କଡ଼ା ଟକ୍କର ସହ ଚାଲିଛି ଚାମ୍ପିୟନ୍ସ ଟ୍ରଫି । ତେବେ କିଛି ଦଳର ନୈରାଶ୍ୟଜନକ ପ୍ରଦର୍ଶନ ରହିଥିବାବେଳେ ଏହାକୁ ନେଇ ବିଭିନ୍ନ ବିବାଦମାନ ଦେଖିବାକୁ ମିଳିଛି । ତେବେ ଚାମ୍ପିୟନ୍ସ ଟ୍ରଫି ପରେ ୪ ଦେଶର ଅଧିନାୟକ ଅବସର ନେବେ ବୋଲି କୁହାଯାଉଛି । ଆୟୋଜକ ପାକିସ୍ତାନ ସେମି ରେସରୁ ବାଦ ପଡ଼ିବା ପରେ ଦେଶର ପ୍ରଂଶସକମାନେ ନିଜ ଦେଶର ଖେଳାଳିଙ୍କୁ ଟ୍ରୋଲ କରିବା ଆରମ୍ଭ କରି ଦେଇଛନ୍ତି । ତେବେ ପିସିସି ପୁଣି ଚିରାଚରିତ ଢ଼ଙ୍ଗରେ ହାରିବା ପରେ ଅଧିନାୟକ ବଦଳାଇବ ବୋଲି ଚର୍ଚ୍ଚା ହେଉଛି । ରିଜଓ୍ବାନ ଚାମ୍ପିୟନ୍ସ ଟ୍ରଫି ପରେ ଅବସର ଘୋଷଣା କରିବେ । ଏହାସହ ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କ ନାମ ମଧ୍ୟ ଏହି ତାଲିକାରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । କାରଣ ରୋହିତ ବୟସ ଅଧିକ ରହିଥିବାବେଳେ ଦଳ ଏବେଠାରୁ ଯୁବ ଖେଳାଳିଙ୍କୁ ଅଧିନାୟକ ଭାବେ ସୁଯୋଗ ଦେଇ ଭବିଷ୍ୟତ ଚିନ୍ତାରେ ରହିଛି । ଏଣୁ ଆଗୁଆ ଯୋଜନା କରିଛି ବିସିସିଆଇ । ତେବେ ଏନେଇ କୌଣସି ଅଫିସିଆଲ ଭାବେ ଘୋଷଣା ହୋଇନାହିଁ । ସେହିପରି ବାଂଲାଦେଶର ଅଧିନାୟକ ନଜମୁଲ ହୁସେନ ଏବଂ ଇଂଲଣ୍ଡ ଅଧିନାୟକ ଜସ ବଟଲର ଅଧିନାୟକ ପଦରୁ ହଟିପାରନ୍ତି । ବଡ଼ ସ୍କୋର କରି ମଧ୍ୟ ଅଷ୍ଟ୍ରେଲିଆଠାରୁ ହାରିଥିଲା ଇଂଲଣ୍ଡ । ଏହାସହ ବୁଧବାର ଆଫଗାନିସ୍ତାନଠାରୁ ପରାଜୟ ପରେ ଏଭଳି ଚର୍ଚ୍ଚା ଆରମ୍ଭ ହୋଇଛି ।

ଘରେ ପଶି ମହିଳାଙ୍କୁ ମରଣାନ୍ତକ ଆକ୍ରମଣ କରି ଲୁଟ୍

ନନ୍ଦିଘୋଷ ବ୍ୟୁରୋ: ପୁଣି ପଦାରେ ପଡ଼ିଲା ପୋଲିସର ନିଷ୍କ୍ରିୟତା ।  ଶିବ ରାତିରେ ଘରେ ପଶି ମହିଳାଙ୍କୁ ମରଣାନ୍ତକ ଆକ୍ରମଣ କରି ଲୁଟ୍ । ଭଳି ଘଟଣା ଘଟିଛି ଭଦ୍ରକ ଜିଲ୍ଲା କରଞ୍ଜଆଡ଼ିଆ ଗାଁରେ। ଗତକାଲି ଶିବ ରାତ୍ରିରେ ଥାନାଠାରୁ ମାତ୍ର କେତେ କିଲୋମିଟର ଦୂରରେ ଲୁଟ୍ ହୋଇଛି।

ଗତକାଲି ବିଳମ୍ବିତ ରାତିରେ ଦୁବୃର୍ତ୍ତମାନେ ଘରେ ପଶି କଳାକନା ବୁଲାଇଛନ୍ତି । ଗତ ରାତିରେ କରଞ୍ଜଆଡ଼ିଆ ଗାଁର କମଳାକାନ୍ତ ସାହୁଙ୍କ ଘରର ପୁରୁଷ ଜାଗର ଯାତ୍ରା ଦେଖିବାକୁ ଯାଇଥିବା ବେଳେ କବାଟ ଭାଙ୍ଗି ମହିଳାଙ୍କ ମୁଣ୍ଡ ଓ ହାତକୁ ହାଣି ସୁନା ଅଳଙ୍କାର ଲୁଟ କରିନେଇଛନ୍ତି। କମଳାକାନ୍ତ ସାହୁଙ୍କ ବୋହୂ ଲକ୍ଷ୍ମୀପ୍ରିୟା ସାହୁ ଆହତ ଅବସ୍ଥାରେ ଚିକିତ୍ସା ପାଇଁ ବାସୁଦେବପୁର ଡାକ୍ତରଖାନାର ଭର୍ତ୍ତି କରାଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ ଭଦ୍ରକ ରେଫର କରାଯାଇଛି । ଏହା ସହିତ ଗାଁର ରବିନ୍ଦ୍ର ମହାନ୍ତିଙ୍କ ଘରୁ ମଧ୍ୟ ସୁନା ଅଳଙ୍କାର ଲୁଟ୍ କରିଛନ୍ତି ଦୁର୍ବୃତ୍ତ। ଦୁର୍ବୃତ୍ତମାନେ ଗୋଟିଏ ପରେ ଗୋଟିଏ ଘରେ ପସି ଲୁଟ୍ କରିଛନ୍ତି । ଗତ କିଛିଦିନ ତଳେ ବାସୁଦେବପୁର ବ୍ଲକର ନାୟକାଣୀଡିହି ପୋଲିସର ନିଷ୍କ୍ରିୟତା ପାଇଁ ଥାନାର ଶବ ରଖି ଲୋକ ଧାରଣା ଦେଇଥିଲେ।

ଶ୍ରୀଲୋକନାଥଙ୍କ ପୀଠରେ ଭୋର ୬ଟାରେ ଉଠିଲା ମହାଦୀପ

ନନ୍ଦିଘୋଷ ବ୍ୟୁରୋ: ପବିତ୍ର ମହାଶିବରାତ୍ରିରେ ପୁରୀର ଶ୍ରୀଲୋକନାଥଙ୍କ ପୀଠରେ ଭୋର ୬ଟାରେ ଉଠିଲା ମହାଦୀପ । ଦେବଙ୍କ ରୀତି, ନୀତି, ହରିହର ଭେଟ, ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ସମସ୍ତ ନୀତିକାନ୍ତି ସୁରୁଖୁରୁରେ ହୋଇଥିଲା । ରାତି ୧୨ଟା ୫ରୁ ଦ୍ଵାରଫିଟା ନୀତି ପରେ ମଙ୍ଗଳା ଆଳତୀ, ମଇଲମ ପରେ ରାତ୍ର ୩ଟାରୁ ଶ୍ରଦ୍ଧାଳୁମାନେ ଦର୍ଶନ କରିଥିଲେ । ରାତି ୧୧ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ଚାଲିଥିଲା । ଆଉ ରାତି ୧୦ଟାରୁ ୨ଟା ପର୍ଯ୍ୟନ୍ତ ବିଭିନ୍ନ ନୀତି, ହରିହର ପୂଜା, ଭୋଗ ସମ୍ପନ୍ନ, ବଡ଼ସିଂହାର ବେଶ ସହ ମହାଦୀପ ଉଠିଥିଲା । ପ୍ରାୟ ୪ଲକ୍ଷରୁ ଅଧିକ ଭକ୍ତ ବାବା ଲୋକନାଥଙ୍କ ଚଳନ୍ତି ପ୍ରତିମାର ସାନିଧ୍ୟଲାଭ କରିଥିଲେ । ଜିଲ୍ଲା, ପୋଲିସ ଓ ଲୋକନାଥ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ଶୃଙ୍ଖଳିତ ଦର୍ଶନ ଓ ଜାଗର ପଦାରେ ଦୀପ ଜାଳିବା ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।

କ୍ୟାପିଟାଲ ହସ୍ପିଟାଲ ଭିତରେ ହସ୍ପିଟାଲ କର୍ମଚାରୀଙ୍କ ଆତ୍ମହତ୍ୟା

ନନ୍ଦିଘୋଷ ବ୍ୟୁରୋ: କ୍ୟାପିଟାଲ ହସ୍ପିଟାଲ ଭିତରେ ହସ୍ପିଟାଲ କର୍ମଚାରୀଙ୍କ ଆତ୍ମହତ୍ୟା । କ୍ୟାପିଟାଲ ହସ୍ପିଟାଲ ଏକ୍ସରେ ରୁମ୍ ଭିତରେ ଫ୍ୟାନରେ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି । ମୃତ ହସ୍ପିଟାଲ କର୍ମଚାରୀ ୪୫ ବର୍ଷୀୟ ଏକ୍ସରେ ଟେକ୍ନିସିଆନ୍ ପ୍ରଭାତ ମହାନ୍ତି । ସନ୍ଧ୍ୟା ପାଖାପାଖି ସାଢ଼େ ୭ଟା ବେଳେ ଫ୍ୟାନରେ ଝୁଲୁଥିବା ଦେଖିବାକୁ ପାଇଥିଲେ ହସ୍ପିଟାଲ କର୍ମଚାରୀ । ପରେ ଉଦ୍ଧାର କରି କାଜୁଆଲିଟି ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷାଣ କରିଥିଲେ । ଏ ନେଇ କ୍ୟାପିଟାଲ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି ।

ମହାପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିରରେ ଜାଗରରେ ବିଭିନ୍ନ ବିଭ୍ରାଟ ନେଇ ଭକ୍ତଙ୍କ ଅସନ୍ତୋଷ

ନନ୍ଦିଘୋଷ ବ୍ୟୁରୋ: ମହାପ୍ରଭୁ ଲିଙ୍ଗରାଜଙ୍କ ଜାଗରରେ ଆରମ୍ଭରୁ ଦେଖାଦେଇଥିଲା ବିଭ୍ରାଟ। ସକାକୁ ସକାଳୁ ମନ୍ଦିର ଭିତରେ ପ୍ରବଳ ଭିଡ଼ ହୋଇଥିଲା। ଭକ୍ତଙ୍କ ମଧ୍ୟରେ  ଠେଲା ପେଲା ହୋଇଥିଲା। ସନ୍ଧ୍ୟାରେ ବି ପ୍ରବଳ ଭିଡ଼। ଏପରିକି ମହାପ୍ରଭୁଙ୍କୁ ଦର୍ଶନ କରିନପାରି ନିରାଶ ହୋଇଛନ୍ତି ଶ୍ରଦ୍ଧାଳୁ। ଦିନ ୧୧ଟାରୁ ଧାଡ଼ିରେ ରହି ମଧ୍ୟ ଶ୍ରଦ୍ଧାଳୁମାନେ ଲିଙ୍ଗରାଜଙ୍କୁ ଦର୍ଶନ କରିପାରିନଥିଲେ। ସଂଧ୍ୟା ୭ଟାରେ ଦର୍ଶନ ବନ୍ଦ କରିବାରୁ ବହୁ ଭକ୍ତ ଅସନ୍ତୋଷ ବ୍ୟକ୍ତ କରିବା ସହ ସିଧା ସଳଖ ପ୍ରଶାସନକୁ ଦାୟୀ କରିଛନ୍ତି। VIP ପାସ ବ୍ୟବସ୍ଥା ରେ ବଡ଼ ତ୍ରୁଟି ମଧ୍ୟ ସାମ୍ନା କୁ ଆସିଥିବା ଅଭିଯୋଗ ହୋଇଛି। ପୂର୍ବ ବର୍ଷରେ VIP ପାସରେ ବାରକୋର୍ଡ ସହ ଲୋଗୋ ଲାଗିଥାଏ। କିନ୍ତୁ ଚଳିତ ବର୍ଷ ସେ ବ୍ୟବସ୍ଥା ନ ଥିବାରୁ VIP ପାସ ନକଲି ହୋଇ ଥିବା ମଧ୍ୟ ଅଭିଯୋଗ କରିଛନ୍ତି ଶ୍ରଦ୍ଧାଳୁ। ପୋଲିସ ପ୍ରଶାସନ VIP ବ୍ୟବସ୍ଥା ରେ ଦର୍ଶନ ଠିକ କରିବା ନେଇ ତତ୍ପର ଥିବା ବେଳେ ସାଧାରଣ ଭକ୍ତ ଙ୍କ ଦର୍ଶନ ପାଇଁ ପୁରା ବ୍ୟବସ୍ଥା ଯେଭଳି ଓଲଟା ହେଉଥିବା ଦେଖିବାକୁ ମିଳିଥିଲା। ସେହିପରି VIP ଗାଡି ମନ୍ଦିର ପର୍ଯ୍ୟନ୍ତ ଯାଇ ସେଠାରେ ପାର୍କିଂ କରାଯାଇଥିବାରୁ ପ୍ରବଳ ଜାମ୍ ହୋଇଥିଲା। ହଜାର ହଜାର ଶ୍ରଦ୍ଧାଳୁ ପ୍ରଭୁଙ୍କ ଦର୍ଶନ ନ କରି ପାରି ନିରାଶ ରେ ଘରକୁ ଫେରିଛନ୍ତି। ପ୍ରାୟ 40 ମିନିଟ ବିଳମ୍ବରେ ମହାଦୀପ ଉଠିବା ନେଇ ସବୁ ମହଲ ରେ ଅସନ୍ତୋଷ ଦେଖା ଦେଇଛି।

ଜାଗର ଜାଳିବାକୁ ମନ୍ଦିରକୁ ଯାଇଥିଲେ, ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ

ନନ୍ଦିଘୋଷ ବ୍ୟୁରୋ: ଜାଗର ଜାଳିବାକୁ ଯାଇଥିବା ବେଳେ ତାଲାଭାଙ୍ଗି ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ । ନୀଳଗିରି ଥାନା ସାନପାଟପୁର ଗାଁର ସୁବାସ ଦଳେଇଙ୍କ ଘରୁ ସୁନା, ରୁପା, ଟଙ୍କା ଓ ଦରକାରୀ କାଗଜ ପତ୍ର ଲୁଟିନେଇଛନ୍ତି ଦୁର୍ବୃତ୍ତ । ବୁଧବାର ମହାଶିବରାତ୍ରିରେ ପରିବାର ଲୋକେ ନିକଟ ପଶ୍ଚିମେଶ୍ୱର ମହାଦେମନ୍ଦିରକୁ ଦୀପ ଜାଳିବାକୁ ଯାଇଥିଲେ । ଆଜି ସକାଳୁ ଘରକୁ ଫେରି ଘରର ମୁଖ୍ୟକବାଟ ତାଲା ଭଙ୍ଗାଯାଇଥିବା ବେଳେ ଘର ଭିତରେ ଆଲମୀରା ତଡ଼ାଯାଇଥିବା ଦେଖିବାକୁ ପାଇଥିଲେ । ସୁବାସ ଦଳେଇ ଜଣେ ଗରିବ ଶ୍ରେଣୀର ହୋଇଥିବାରୁ ତାଙ୍କୁ ନ୍ୟାୟ ଦେଇ ଦୁର୍ବୃତ୍ତଙ୍କୁ ଧରି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାସହ ଅଞ୍ଚଳରେ ପୋଲିସ ପାଟ୍ରୋଲିଂକୁ କଡ଼ାକଡ଼ି କରିବାକୁ ଦାବି ହେଉଛି।

ମହାକାଳପଡା ବ୍ଲକର ରାଜଗଡ ଅଞ୍ଚଳରେ ଧାନ କିଣାରେ ଅନିୟମିତା 

ନନ୍ଦିଘୋଷ ବ୍ୟୁରୋ: ସରକାର କହୁଛନ୍ତି ଚାଷୀନଙ୍କ ଠାରୁ ମଣ୍ଡି ମାଧ୍ୟମରେ ଧାନ ସଂଗ୍ରହ କରାଯାଉଛି। କିନ୍ତୁ ବାସ୍ତବ ଚିତ୍ର ପୂରା ଅଲଗା। ଅସଲରେ କିପରି ଧାନ ସଂଗ୍ରହ ହେଉଛି, ତାର ଅସଲ ଚିତ୍ର ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡା ବ୍ଲକର ରାଜଗଡ ଅଞ୍ଚଳରେ। ଅଳାଇଲୋ ସେବା ସମବାୟ ସମିତି ରାଜଗଡ଼ର ସମ୍ପାଦକ ଥରେ ମଣ୍ଡି ଖୋଲିଥିଲେ । ହେଲେ ପରେ ଚାଷୀଙ୍କୁ ସିଧାସଳଖ ମିଲକୁ ଧାନ ନେବା ପାଇଁ କହୁଛନ୍ତି ବୋଲି ଚାଷୀ ଅଭିଯୋଗ କରିଛନ୍ତି । ସମ୍ପାଦକ ଯାହାକୁ ଚାହିଁବେ ତାର ଧାନ ଉଠୁଛି ଏବଂ ଯାହାକୁ ନ ଚାହିଁବେ ତାର ଧାନ ଉଠିବ ନାହିଁ । ଯାହାର ଜମି ନାହିଁ ସେ ଟୋକନ ପାଇଛନ୍ତି। ସମ୍ପାଦକଙ୍କ କଥାରେ ଟ୍ରାକ୍ଟରରେ ୩୫ କୁଇଣ୍ଟାଲ ଧାନ ନେଇ ମିଲକୁ ଯାଇଥିଲ ଜଣେ ଚାଷୀ। କିନ୍ତୁ ୮ ଦିନ ବିତିଥିଲେ ମଧ୍ଯ ଧାନ ମିଲକୁ ଧାନ ଯାଇ ପାରିଲାନାହିଁ। ଯାହାକୁ ନେଇ ଚାଷୀ ଧାନ ଲଦାଯାଇଥିବା ଟ୍ରାକ୍ଟରକୁ ନେଇ ଅଳାଇଲୋ ସେବା ସମବାୟ ସମିତି ରାଜଗଡ଼ କାର୍ଯ୍ଯାଳୟ ଆଗରେ ପ୍ରତିବାଦ କରିଛନ୍ତି।