ଘର ଭିତରେ ଭୟଙ୍କର ବିସ୍ଫୋରଣ, ୬ ଗୁରୁତର

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ବେରୁଆଁବାଡ଼ିରେ ଅଘଟଣ । ଘର ଭିତରେ ହେଲା ଭୟଙ୍କର ବିସ୍ଫୋରଣ । ବିସ୍ଫୋରଣରେ ୬ ଜଣ ଗରୁତର ହୋଇଥିବାବେଳେ ଦୁଇଟି ଘର ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି । ଗୁରୁତରଙ୍କୁ ପ୍ରଥମେ କୋଦଳା ଓ ପରେ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ସୂଚନା ଅନୁସାରେ ଆଜି ଦିନ ୧୧ଟାରେ ବେରୁଆଁବାଡିରେ ଘଟିଛି ଅଘଟଣ । ଦଣ୍ଡପାଣି ବେହେରାଙ୍କ ଘରେ ହଠାତ ହୋଇଥିଲା ବିସ୍ଫୋରଣ । ଘରେ ଥିବା ବିସ୍ଫୋରକ ସାମଗ୍ରୀ ହଠାତ୍ ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି । ଏଥିରେ ପରିବାରର ୬ ଜଣ ଗୁରୁତର ଆହତ ହୋଇଛନ୍ତି । ସମସ୍ତଙ୍କୁ ବ୍ରହ୍ମପୁର ବଡ଼ ମେଡାକଲକୁ ସ୍ଥାନାନ୍ତର କରାଯାଇଛି । ଘର ମଧ୍ୟରେ ବିପୁଳ ପରିମାଣର ବାଣ ଗଚ୍ଛିତ ଥିଲା ବୋଲି ପୋଲିସ ସନ୍ଦେହ କରୁଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଛି ।