ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଣେ ସାତ୍ତ୍ୱିକ ବ୍ୟକ୍ତି । ସେ ନିଶ୍ଚିତ ଭାବେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ସମସ୍ତଙ୍କ ସହ ଆଲୋଚନା କରି କାର୍ଯ୍ୟ କରିବେ । ଏପରି କହିଛନ୍ତି ପୂର୍ବତନ ରାଜ୍ୟସଭା ସଦସ୍ୟ ସୁବ୍ରମଣ୍ୟମ ସ୍ୱାମୀ । ଆଜି ଶଙ୍କରାଚାର୍ଯ୍ୟଙ୍କୁ ସାକ୍ଷାତ କରିବାକୁ ଆସିଥିବା ଅବସରରେ ଏହା କହିଛନ୍ତି ।
ସୁବ୍ରମଣ୍ୟମ ସ୍ୱାମୀ ଗୋବର୍ଦ୍ଧନ ପୀଠରେ ପ୍ରାୟ ଏକ ଘଣ୍ଟା ବିତାଇବା ସହ ଶଙ୍କରାଚାର୍ଯ୍ୟଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। କେରଳର ପଦ୍ମନାଭ ସ୍ଵାମୀ ମନ୍ଦିରକୁ ଆସିବା ପାଇଁ ଶଙ୍କରାଚାର୍ଯ୍ୟଙ୍କୁ ନିମନ୍ତ୍ରଣ କରିଛନ୍ତି ସୁବ୍ରମଣ୍ୟମ ସ୍ୱାମୀ। ବିଜେପିର ବରିଷ୍ଠ ନେତା ତଥା ବିନ୍ନ ମନ୍ତବ୍ୟ ଦେଇ ସର୍ବଦା ଚର୍ଚ୍ଚାରେ ରହି ଆସିଛନ୍ତି ସୁବ୍ରମଣ୍ୟମ ସ୍ୱାମୀ ।

