କୃଷକ ଆନ୍ଦୋଳନକୁ ନେଇ କଙ୍ଗନାଙ୍କ ମନ୍ତବ୍ୟରୁ ପଲା ଝାଡ଼ିଲା ବିଜେପି, କହିଲା- ଦଳର ନୀତିଗତ ପ୍ରସଙ୍ଗରେ ବୟାନ ଦେବାକୁ ଅନୁମତି ନାହିଁ

ନୂଆଦିଲ୍ଲୀ: କୃଷକ ଆନ୍ଦୋଳନକୁ ନେଇ ମଣ୍ଡି ଲୋକସଭା ଆସନର ବିଜେପି ସାଂସଦ କଙ୍ଗନା ରଣାଓ୍ବତ କୃଷକ ଆନ୍ଦୋଳନକୁ ନେଇ ଦେଇଥିବା ବିବାଦୀୟ ହେବା ପରେ ଏଥିରୁ ନିଜକୁ ଦୂରେଇ ନେଇଛି ତାଙ୍କ ନିଜ ଦଳ ବିଜେପି । ବିରୋଧୀ ବିଜେପିକୁ ଟାର୍ଗେଟ କରିବା ସହ କଙ୍ଗନାଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ଦାବି କରୁଛନ୍ତି । ବିବାଦ ବଢ଼ିବା ପରେ ଦଳ ପକ୍ଷରୁ ଅଧିକାରିକ ଭାବେ ବୟାନ ଜାରି କରାଯାଇଛି । କଙ୍ଗନାଙ୍କ ଦ୍ବାରା ଜାରି କରାଯାଇଥିବା ବୟାନ ଉପରେ ଦଳ ପକ୍ଷରୁ ଅସନ୍ତୋଷ ପ୍ରକାଶ କରାଯିବା ସହ କୁହାଯାଇଛି, କଙ୍ଗନାଙ୍କୁ ସୂଚିତ କରିଦିଆଯାଇଛି ଆଗକୁ ଏପରି ବୟାନ ଦେବାରୁ ସେ ବିରତ ରହିବେ ।

ସୂଚନାଯୋଗ୍ୟ, ଏକ ସାକ୍ଷାତକାରରେ କଙ୍ଗନା କହିଥିଲେ, ଆମ ଶୀର୍ଷ ନେତୃତ୍ବ ମଜଭୁତ ନଥିଲେ କୃଷକ ଆନ୍ଦୋଳନ ସମୟରେ ପଞ୍ଜାବକୁ ବାଂଲାଦେଶ କରିଦିଆଯାଇଥାନ୍ତି । ଯାହାକୁ ନେଇ ବିରୋଧୀ ବିଜେପିକୁ ଟାର୍ଗେଟ କରିବାରେ ଲାଗିଛନ୍ତି । ଏନଏସସିରେ କଙ୍ଗନାଙ୍କ ବିରୋଧରେ ଆକ୍ସନ ନେବାକୁ କଂଗ୍ରେସ ଦାବି କରୁଛି । ଟପେଟ ବିଜେପି ଏଥିରୁ ନିଜକୁ ଦୂରେଇ ରଖିବା ସହ କହିଛି, ଏହା କଙ୍ଗନାଙ୍କ ନିଜ ମନ୍ତବ୍ୟ ଓ ଏଥିରେ ଦଳର କୌଣସି ଭୂମିକା ନାହିଁ ।

ବିଜେପି ମିଡିଆ ସେଲ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି । ଏଥିରେ କୁହାଯାଇଛି, କଙ୍ଗନା ରାଣାଓ୍ବତଙ୍କ ପକ୍ଷରୁ କୃଷକ ଆନ୍ଦୋଳନକୁ ନେଇ ଦିଆଯାଇଥିବା ବୟାନ, ଦଳର ବୟାନ ନୁହେଁ । ବିଜେପି କଙ୍ଗନାଙ୍କ ବୟାନ ସହ ସହମତ ନୁହେଁ । ଦଳର ନୀତିଗତ ବିଷୟରେ ବୟାନ ଦେବାକୁ କଙ୍ଗନାଙ୍କୁ ଅନୁମତି ନାହିଁ କି ସେ ବୟାନ ଦେବାକୁ ଅଧିକୃତ ହୋଇଛନ୍ତି । ଦଳ ପକ୍ଷରୁ କଙ୍ଗନାଙ୍କୁ ନିର୍ଦ୍ଦେଶ ଦିଆଯାଇଛି, ଭବିଷ୍ୟତରେ ସେ ଏମିତି ବୟାନରୁ ନିଜକୁ ଦୂରେଇ ରଖିବେ ।