ଦିଲ୍ଲୀରେ ମିଶିଲେ, ଭୋପାଳରୁ ରାଜ୍ୟସଭା ଟିକେଟ୍ ଘୋଷଣା
1 min readନୂଆଦିଲ୍ଲୀ: ବିଜେପିରେ ମିଶିବାର ୩ ଘଣ୍ଟା । ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ମିଳିଲା ରାଜ୍ୟସଭା ଟିକେଟ । କଂଗ୍ରେସ ଛାଡ଼ି ବିଜେପିରେ ଯୋଗଦେବାର କିଛି ଘଣ୍ଟା ମଧ୍ୟରେ ଜୋତିରାଦିତ୍ୟଙ୍କୁ ରାଜ୍ୟସଭା ଟିକେଟ୍ ମିଳିଛି । ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଟ୍ୱିଟ୍ କରି ଏ ସୂଚନା ଦେଇଛନ୍ତି ।
.@BJP4India के शीर्ष नेतृत्व द्वारा श्री @JM_Scindia को राज्यसभा चुनाव हेतु उम्मीदवार चुने जाने पर हार्दिक शुभकामनाएँ देता हूँ।
मैं आश्वस्त हूँ कि आप 'सबका साथ – सबका विकास – सबका विश्वास' के मूलमंत्र को ध्यान में रखते हुए जनता के हित में सदैव कार्यरत रहेंगे।
— Shivraj Singh Chouhan (मोदी का परिवार ) (@ChouhanShivraj) March 11, 2020
ମଙ୍ଗଳବାର ଭୋପାଳରେ ବସିଥିବା ବିଜେପି ବିଧାୟକ ଦଳ ବୈଠକରେ ଏନେଇ ନିଷ୍ପତ୍ତି ହୋଇଥିଲା । ଶିବରାଜ ବୁଧବାର ସିନ୍ଧିଆଙ୍କୁ ରାଜ୍ୟସଭା ଟିକେଟ୍ ମିଳିବା ନେଇ ସୂଚନା ଦେବା ସହ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ବିଜେପିରେ ଯୋଗଦେଲେ ଜ୍ୟୋତିରାଦିତ୍ୟ: କହିଲେ, ସରକାର ଗଠନ ବେଳେ ମୋ ସ୍ୱପ୍ନ ଚୁରମାର ହୋଇଗଲା
ସିନ୍ଧିଆ ମଙ୍ଗଳବାର କଂଗ୍ରେସ ହାତ ଛାଡ଼ିଥିଲେ । ୧୮ ବର୍ଷ କଂଗ୍ରେସ ସହ ରହିବା ପରେ ବିଜେପିରେ ମିଶିଛନ୍ତି । ଏଥିସହ ତାଙ୍କୁ ବିଜେପି ପୁରସ୍କାରରେ ରାଜ୍ୟସଭାକୁ ପଠାଇବା ପାଇଁ ଘୋଷଣା କରିଛି ।
ବିଜେପିରେ ଯୋଗଦେଲେ ଜ୍ୟୋତିରାଦିତ୍ୟ: କହିଲେ, ସରକାର ଗଠନ ବେଳେ ମୋ ସ୍ୱପ୍ନ ଚୁରମାର ହୋଇଗଲା